jiban bindu - The Sakala

ଓଡ଼ିଶା-ମୋ ପରିବାର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ବର୍ଷ ସଂଗ୍ରହ ହୋଇଛି ‘୧’ ଲକ୍ଷ ୟୁନିଟ ରକ୍ତ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଅଭିଯାନକୁ ଆଶାତୀତ ସଫଳତା ମିଳିଛି। ଚଳିତ ବର୍ଷ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ସଂଗ୍ରହ ହୋଇଛି ‘୧’ ଲକ୍ଷ ୟୁନିଟ ରକ୍ତ। ବର୍ଷତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ଜରିଆରେ ଏହି ସଫଳତା ହାସଲ ହୋଇପାରିଛି ।

ଯେପରି ରକ୍ତ ବିନା କୌଣସି ଓଡ଼ିଆଙ୍କ ଜୀବନ ବିପଦରେ ନପଡ଼ିବ, ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି ଏବଂ ତାଙ୍କ ନେତୃତ୍ଵରେ ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିପାଇଁ ପ୍ରତିବର୍ଷ, ରାଜ୍ୟବ୍ୟାପୀ ରକ୍ତଦାନ ଶିବିରମାନ ଆୟୋଜନ କରାଯାଉଛି । ସମଗ୍ର ରକ୍ତଭଣ୍ଡାରଗୁଡ଼ିକରେ ଆବଶ୍ୟକ ଷ୍ଟକ ବଜାୟ ରହିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି । ‘ଜୀବନବିନ୍ଦୁ’ ମାଧ୍ୟମରେ ବର୍ଷ ତମାମ ରକ୍ତଦାନ ଶିବିରମାନ ଆୟୋଜନ କରି ବିଗତ ଦିନରେ ଏକ ମାଇଲଖୁଣ୍ଟ ହାସଲ ମଧ୍ୟ କରିଥିଲା ।

କେବଳ ଏତିକି ନୁହେଁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ସ୍ଵତନ୍ତ୍ର ପରିକଳ୍ପନା, ଓଡ଼ିଶା-ମୋ ପରିବାର, ସାଢେ ଚାରିକୋଟି ଓଡ଼ିଆଙ୍କ ସେବାରେ ସର୍ବଦା ସମର୍ପିତ ହୋଇ ରହିଆସିଛି । ଫସି ରହିଥିବା ଶ୍ରମିକମାନଙ୍କୁ ବିଦେଶରୁ ସ୍ଥାନାନ୍ତରଣ ହେଉ କି ଡାକ୍ତରଖାନା ଗୁଡ଼ିକରେ ବିଭିନ୍ନ ପ୍ରକାର ସହାୟତା ହେଉ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସମସ୍ତ ଜନ କଲ୍ୟାଣକାରୀ ଯୋଜନାରେ ସଂଯୋଜନା କରି ଲୋକମାନଙ୍କୁ ସାହାଯ୍ୟ ଯୋଗାଇ ଆସିଛି । ଏହି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦ, ଦଳୀୟ କର୍ମୀ, ରାଜ୍ୟର ସମସ୍ତ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏବଂ ରକ୍ତଦାତାଙ୍କୁ ଓଡ଼ିଶା-ମୋ ପରିବାର ପକ୍ଷରୁ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି ।

କୋଶଳାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ,୧୫୮ ୟୁନିଟ ରକ୍ତ ସଂଗୃହିତ
ଛେଣ୍ଡିପଦା : ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଶଳା ଠାରେ ” ବିଜୁ ଯୁବ ଜନତା ଦଳ ଓ ଓଡିଶା – ମୋ – ପରିବାର ମିଳିତ ଆନୂକୁଲ୍ୟରେ ଏକ ରକ୍ତଦାନ ଶିବୀର ଆୟୋଜିତ ହୋଇଥିଲା । ବିଧାୟକ ଛେଣ୍ଡିପଦା ସୁଶାନ୍ତ କୁମାର ବେହେରା ଙ୍କ ନେତୃତ୍ତ୍ବରେ ଆୟୋଜିତ ଏହି ଶିବୀରରେ ୧୫୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରେ ମୂଖ୍ୟ ଅତିଥୀ ଭାବେ ଓଡିଶା – ମୋ – ପରିବାର ର ରାଜ୍ୟ ସଂଯୋଜକ ଅରୂପ ପଟ୍ଟନାୟକ ସାମିଲ ହୋଇ ଓଡିଶା – ମୋ – ପରିବାର ର ଆଭିମୂଖ୍ୟ ବିଷୟରେ ସୂଚନା ଦେବା ସହିତ ଅସହାୟ ଓ ବିକଳାଙ୍ଗ ଲୋକ ମାନଙ୍କୁ ସହଯୋଗର ହାତ ବଡ଼ାଇବା ପାଇଁ ଆହ୍ବାନ କରିଥିଲେ ।

ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥୀ ଭାବେ ବିଜୁ ଯୁବ ଜନତା ଦଳ ର ରାଜ୍ୟ ମହାସଚିବ  ଏଲିନା ଦାସ୍ ଉପସ୍ଥିତ ରହି ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ କରୋନା ମହାମାରୀ ସମୟରେ ଅନୁଗୋଳ ବିଜୁ ଯୁବ ଜନତା ଦଳର ବ୍ୟାପକ ରକ୍ତଦାନ କାର୍ଯ୍ୟକ୍ରମ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଜଣାଇ ଥିଲେ । ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ, ଉପସଭାପତି ସତ୍ୟବ୍ରତ ଦେହୁରୀ ଓ ବ୍ଲକ ଯୁବ ସଭାପତି ଆଶିଷ କୁମାର ପ୍ରଧାନଙ୍କ ତତ୍ତ୍ବାବଧନରେ ଏହି ଶିବୀର ଆୟୋଜିତ ହୋଇଥିଲେ। କରୋନା  ମହାମାରୀ ସମୟରେ ବିଜୁ ଯୁବ ଜନତା ଦଳ ଦ୍ବାରା ୩୨୩୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି  । ବିଧାୟକଙ୍କ ଜିଲ୍ଲା ପ୍ରତିନିଧୀ ପ୍ରଦୀପ ସାହୁ , ବ୍ଲକ ମହିଳା ସଭାନେତ୍ରୀ ତୃପ୍ତି ମଞ୍ଜରୀ ସାହୁ , ବ୍ଲକ ଉପାଧକ୍ଷା ସୁଶମା ରାଉଳ , ଜିଲ୍ଲା ମହିଳା ଡିଜିଟାଲ ସେକ୍ରେଟାରୀ ସଶ୍ମିତା ପ୍ରଧାନ,ନନ୍ଦିନୀ ସାହୁ ଜିଲ୍ଲା ମହିଳା ସମ୍ପାଦକ, ଅଭିନାସ ସାହୁ , ନିରଞ୍ଜନ ସାହୁ , ଅମ୍ବିକା ବେହେରା , ରାମଚନ୍ଦ୍ର ବେହେରା ,ନାରାୟଣ ସାହୁ ବିଧାୟକ ବ୍ଳକ ପ୍ରତିନିଧି, ଉପେନ୍ଦ୍ର ବେହେରା ଓ ନଗେନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ ।

ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ’ର ବଡ଼ ସଫଳତା : ମାର୍ଚ୍ଚରେ ରେକର୍ଡ ୧୮,୨୨୧ ୟୁନିଟ୍‍ ରକ୍ତ ସଂଗ୍ରହ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଅଭିଯାନକୁ ଆଶାତୀତ ସଫଳତା ମିଳିଛି। ଗତ ମାସରେ ରେକର୍ଡ ପରିମାଣ ୧୮, ୨ ୨୧ ୟୁନିଟ୍‍ ରକ୍ତ ସଂଗ୍ରହ ହୋଇ ଏହି ଅଭିଯାନରେ ମାଇଲଖୁଣ୍ଟ ସ୍ଥାପନ କରିଛି।

ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ପୂର୍ବରୁ ଏତେ ସଂଖ୍ୟକ ରକ୍ତ ସଂଗୃହୀତ ହୋଇ ନ ଥିଲା। ଟିମ୍‍ ସଦସ୍ୟଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି। ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ବର୍ଷକୁ ସାରା ରାଜ୍ୟରୁ ଏକ ଲକ୍ଷ ୟୁନିଟ୍‍ ରକ୍ତ ସଂଗ୍ରହ କରିବାକୁ ଓଡ଼ିଶା-ମୋ ପରିବାର ପ୍ରୟାସ କରୁଛି। ଏଥିପାଇଁ ଆୟୋଜିତ ଶିବିର ଗୁଡ଼ିକରେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ଗୋଟିଏ ଦିନରେ ୩ ୨୧୪ ୟୁନିଟ୍‍ ରକ୍ତ ସଂଗୃହୀତ ହେବା ତାହାର ଜ୍ୱଳନ୍ତ ପ୍ରମାଣ।

ସେହିଭଳି ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ରକ୍ତଦାନ ଶିବିରଗୁଡ଼ିକରୁ ମୋଟ ୧୭୧୪ ୟୁନିଟ୍‍ ମଧ୍ୟରୁ ୪୩୨ ୟୁନିଟ୍‍ ମହିଳାମାନଙ୍କ ଠାରୁ ସଂଗୃହିତ ହୋଇଥିଲା। ରକ୍ତଦାନଠାରୁ ମହତ୍‍ କାର୍ଯ୍ୟ ଆଉ କିଛି ନାହିଁ। ବିଶେଷକରି ଥାଲାସେମିଆ, ସିକିଲସେଲ୍‌ଫ ଅନେମିଆ, ହେମୋଫିଲିଆ ଆଦି ରୋଗରେ ପୀଡ଼ିତ ରୋଗୀ ନିୟମିତ ବ୍ୟବଧାନରେ ରକ୍ତ ଆବଶ୍ୟକ କରୁଥିବାରୁ ଏହାର ଆବଶ୍ୟକତା ଯଥେଷ୍ଟ ଅଧିକ। ମାର୍ଚ୍ଚ ମାସ ରକ୍ତଦାନ ରେକର୍ଡରେ ଉତ୍ସାହିତ ‘ଓଡ଼ିଶା-ମୋ ପରିବାର’ ଟିମ୍‍ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ଆଗ୍ରହୀ ହୋଇଛନ୍ତି। ଏହି ସଫଳତା ପାଇଁ ସମସ୍ତ ରକ୍ତଦାତା, ଜନସାଧାରଣ ପ୍ରତିନିଧ, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ, ସମସ୍ତ ଶିବିର ଆୟୋଜକ, ବ୍ଲଡ୍‍ ବ୍ୟାଙ୍କ ଅଫିସର, ଲ୍ୟାବ୍‍ ଟେକ୍ନିିସିଆନ ତଥା ସ୍ୱେଚ୍ଛାସେବୀମାନଙ୍କୁ ସେମାନଙ୍କର ଅବଦାନ ପାଇଁ ଓଡ଼ିଶା ମୋ ପରିବାର ପକ୍ଷରୁ ଧନ୍ୟବାଦ ଦିଆଯାଇଛି।