Odisha for Hockey - The Sakala

ଓଡ଼ିଆ ହକି ହିରୋ ଅମିତ ରୋହିଦାସଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ଓଡ଼ିଆ ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ଼ କୋଟି ତାଙ୍କ ପୁରସ୍କାର । ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସୀୟ ହକି କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜୟୀ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏସିଆନ ଗେମ୍ସରେ ଜାପାନକୁ ୫-୧ ଗୋଲରେ ହରାଇ ଗୋଲ୍ଡ ମେଡାଲ ହାତେଇଛି ପୁରୁଷ ହକି ଟିମ୍ । ଜାପାନକୁ ହରାଇ ଭାରତୀୟ ଦଳ ଇତିହାସ ରଚିବା ସହ ପ୍ୟାରିସ ଅଲିମ୍ପିକ ପାଇଁ ଯୋଗ୍ୟତା ମଧ୍ୟ ହାସଲ କରିଛି ।

ଗତକାଲି ଖେଳାଯାଇଥିବା ଏସିଆନ୍‌ ଗେମ୍ସ ୨୦୨୩ର ହକିରେ ସ୍ବର୍ଣ୍ଣ ପଦକ ଜିତିଛି ଭାରତ। ଫାଇନାଲରେ ଟିମ୍‌ ଇଣ୍ଡିଆ ଫାଇନାଲରେ ଗତଥରର ଏସିଆନ ଚାମ୍ପିୟନ ଜାପାନକୁ ୫-୧ରେ ହରାଇ ବିଜୟୀ ହୋଇଛି। ଏହି ମ୍ୟାଚର ତୃତୀୟ କ୍ୱାର୍ଟରରେ ଅମିତ ରୋହିଦାସ ୩ନଂ ଗୋଲ ଦେଇଥିଲେ । ଭାରତ ପକ୍ଷରୁ କ୍ୟାପଟେନ ହରମନପ୍ରୀତ ସିଂ ଦୁଇଟି ଗୋଲ୍ ସ୍କୋର କରିଥିବା ବେଳେ ମନପ୍ରୀତ ସିଂ, ଅଭିଷେକ ଓ ଓଡ଼ିଆ ପୁଅ ଅମିତ ରୋହିଦାସ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଏହି ସ୍ୱର୍ଣ୍ଣ ସହ ଭାରତୀୟ ପୁରୁଷ ହକି ଦଳ ଏସୀୟ କ୍ରୀଡ଼ାରେ ଚତୁର୍ଥ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛି। ଏହା ପୂର୍ବରୁ ଭାରତ ୧୯୬୬, ୧୯୯୮ ଏବଂ ୨୦୧୪ ସଂସ୍କରଣରେ ସ୍ୱର୍ଣ୍ଣ ଜିତିଥିଲା । ୧୯୫୮ ଠାରୁ ଏସୀୟ କ୍ରୀଡ଼ାରେ ହକି ସାମିଲ ହେବା ପରଠାରୁ ଭାରତ ଏଯାବତ୍ ୧୬ଟି ପଦକ ଜିତିଛି । ଏଥିମଧ୍ୟରେ ୪ଟି ସ୍ୱର୍ଣ୍ଣ, ୯ ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ରହିଛି ।