Esrael War - The Sakala

ପାଲେଷ୍ଟାଇନ୍ ଗାଜା ପଟିରୁ ଇସ୍ରାଏଲକୁ ଲଗାତାର ୫ ହଜାର ରକେଟ୍ ମାଡ଼; ‘ଯୁଦ୍ଧ ପରିସ୍ଥିତି’ ଘୋଷଣା କଲା ଇସ୍ରାଏଲ୍‌
ଜେରୁଜେଲମ୍‌: ଯୁଦ୍ଧ ଘୋଷଣା କଲା ଇସ୍ରାଏଲ୍‌ । ପାଲେଷ୍ଟାଇନ ଆତଙ୍କବାଦୀଙ୍କ ରକେଟ୍ ମାଡ ପରେ ଇସ୍ରାଏଲର ଯୁଦ୍ଧ ଘୋଷଣା । ଅବରୋଧ ହୋଇଥିବା ଗାଜା ଷ୍ଟ୍ରିପରୁ ଇସ୍ରାଏଲ ବିରୋଧରେ ଏକାଥରକେ ମାଡ କରାଯାଇଛି ୫ ହଜାରରୁ ଅଧିକ ରକେଟ । ଏହି ଆକ୍ରମଣକୁ ପାଲେଷ୍ଟାଇନ୍‌ର ‘ହାମାସ୍‌ ଆତଙ୍କବାଦୀ’ମାନେ ସେମାନଙ୍କର ‘ପ୍ରଥମ ଆକ୍ରମଣ’ ବୋଲି କହିଛନ୍ତି। ଅନ୍ୟପଟେ ଇସ୍ରାଏଲ୍ ସେନା କହିଛି, ଆମେ ବି ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ । ଆର୍ମି ପକ୍ଷରୁ ସେନା ପାଇଁ ରେଡିନେସ୍ ଫର୍ ୱାର୍ ଆଲର୍ଟ ଜାରି କରିଛି । ଏହି ଆକ୍ରମଣ ଏଭଳି ସମୟରେ ହୋଇଛି ଯେତେବେଳେ କିଛି ଦିନ ପୂର୍ବରୁ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ପ୍ରତିକୂଳ ପରିସ୍ଥିତି ଲାଗି ରହିଛି ।

ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଏହି ଘମାଘୋଟ ଏୟାରଷ୍ଟ୍ରାଇକରେ ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଆକ୍ରମଣରେ ପାରାଗ୍ଲାଇଡରଙ୍କୁ ସାମିଲ କରାଯାଇଛି । ଇସ୍ରାଏଲରେ ହମାସ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଅନୁପ୍ରବେଶ ରୋକିବାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିରାପତ୍ତା ବାହିନୀର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ।

ଏହି ଆକ୍ରମଣ ଲାଗି ହମାସକୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ସେ କହିଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ ପରେ ଏହି ଆକ୍ରମଣ ବିଶ୍ବସ୍ତରରେ ସର୍ବବୃହତ ବୋଲି କୁହାଯାଇଛି । ଇସ୍ରାଏଲ ସୀମା ଭିତରକୁ ହମାସ ଆତଙ୍କବାଦୀ ପ୍ରବେଶ କରିଥିବା ସୂଚନା ମିଳିବା ପରେ ଗାଜାଷ୍ଟ୍ରିପରେ ସତର୍କତା ଜାରି କରାଯିବା ସହ ଲୋକଙ୍କୁ ଘରୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି । ତେଣେ ହମାସ ପକ୍ଷରୁ କୁହାଯାଇଛି- ସଂଗଠନ ପକ୍ଷରୁ ଅପରେସନ ଅଲ ଆକସା ଫ୍ଲଡ ଆରମ୍ଭ ହୋଇଛି ଏବଂ ମାତ୍ର ୨୦ ମିନଟରେ ୫ ହଜାର ରକେଟ ମାଡ କରାଯାଇଛି ।