Semi FinaL - The Sakala

ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ
ମୁମ୍ଵାଇ: ଆଜି T-20 ବିଶ୍ୱକପର ଦ୍ୱିତୀୟ ସେମି ପାଇନାଲ ମ୍ୟାଚ୍ । ଭାରତ-ଇଂଲଣ୍ଡ ମଧ୍ୟରେ ହେବ ମହା ମୁକାବିଲା । ମୁମ୍ଵାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଦୁଇ ପୂର୍ବତନ ଚାମ୍ପିୟନ ଭାରତ ଓ ଇଂଲଣ୍ଡ। ଉଭୟ ଦଳରେ ଅଭିଜ୍ଞ ଖେଳାଳି ଥିବାରୁ ହୋଇପାରେ କଡା ଟକ୍କର । T-20 ବିଶ୍ଵକପ୍ ଇତିହାସରେ ଷଷ୍ଠ ଥର ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ତେବେ ଆଜିର ମ୍ୟାଚର ଓପନର୍ ଯୋଡ଼ି କିଏ ହେବ, ତାକୁ ନେଇ ଦ୍ଵନ୍ଦ୍ଵ ଲାଗି ରହିଛି। ସଂଜୁ ସାମସନଙ୍କ ସହିତ ଅଭିଷେକ ଶର୍ମା ଓପନ କରିବା ନେଇ ସନ୍ଦେହ ରହିଚି। ଏହି ମ୍ୟାଚରେ ବ୍ଯାଟିଂ ଅର୍ଡର ପରିବର୍ତ୍ତନ ନେଇ ଆକଳନ କରାଯାଉଛି। ଅନ୍ଯ ପକ୍ଷରେ ଇଂଲଣ୍ଡ ଦଳ ବେଶ ଭଲ ଫର୍ମରେ ଥିବାରୁ ମୁକାବିଲା ଜୋରଦାର ହେବ। ଏହି ଦୁଇ ଟିମ୍ ମଧ୍ୟରୁ ଯିଏ ଆଜି ଜିତିବ, ସେ ଟାଇଟଲ ପାଇଁ ନ୍ଯୁଜିଲାଣ୍ଡ ସହିତ ଖେଳିବ। ୮ ତାରିଖରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ।

ସୂର୍ଯ୍ୟଙ୍କ ବ୍ୟାଟିଂ ନା ଆଦିଲ ରସିଦ୍‌ଙ୍କ ଗୁଗଲି, ଆଜି କାହାର ରହିବ ପଲା ଭାରି? ଲଗାତାର ତୃତୀୟ ଥର ପାଇଁ ବିଶ୍ୱକପ୍‌ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେଉଛନ୍ତି। ପୂର୍ବରୁ ୨୦୨୨ ଓ ୨୦୨୪ରେ ଦୁଇ ଦଳ ୧-୧ ଜିତି ସମାନ ସ୍ଥିତିରେ ଅଛନ୍ତି। ଆଜି ଯିଏ ଜିତିବ, ସିଏ ସିଧା ଫାଇନାଲ୍‌ ଟିକେଟ୍‌ କାଟିବ। ଭାରତ ପାଇଁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ଅଛନ୍ତି, ସେ ଚଳିତ ବିଶ୍ୱକପ୍‌ରେ ୨୩୧ ରନ୍‌ ସଂଗ୍ରହ କରିଛନ୍ତି। ବୋଲିଂରେ ବରୁଣ ଚକ୍ରବର୍ତୀଙ୍କ ମାୟାଜାଲ ଇଂଲଣ୍ଡ ପାଇଁ ବିପଦ ସାଜିପାରେ। ଅନ୍ୟପଟେ ଇଂଲଣ୍ଡର ହ୍ୟାରି ବ୍ରୁକ୍‌ ଏବଂ ସ୍ପିନର ଆଦିଲ ରସିଦ୍‌ ମଧ୍ୟ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ହେବେ।

ୱାଙ୍ଖଡେର ପିଚ୍‌ ସବୁବେଳେ ବ୍ୟାଟରଙ୍କୁ ସହାୟକ ହୋଇଥାଏ। ଫଳରେ ଏଠାରେ ହାଇ-ସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳେ। ଯଦିଓ ଟସ୍‌ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବ, କିନ୍ତୁ ଏହି ମୈଦାନରେ ପ୍ରଥମେ ବ୍ୟାଟିଂ ଏବଂ ଚେଜ୍‌ କରିବା ଦଳର ଜିତିବା ହାର ୫୦-୫୦ ରହିଛି। ଭାରତ ଏଠାରେ ୭ଟି ମ୍ୟାଚ୍‌ରୁ ୫ଟି ଜିତି ବେଶ୍‌ ଆତ୍ମବିଶ୍ୱାସରେ ଅଛି। ମୁମ୍ବାଇରେ ବର୍ଷାର ସମ୍ଭାବନା ନାହିଁ, ତଥାପି ଆଇସିସି ଏକ ‘ରିଜର୍ଭ ଡେ’ ରଖିଛି। କିନ୍ତୁ ଯଦି କୌଣସି କାରଣରୁ ମ୍ୟାଚ୍‌ ଆଦୌ ହୋଇନପାରେ, ତେବେ ଭାରତ ପାଇଁ ଖରାପ ଖବର ହେବ। ନିୟମ ଅନୁସାରେ, ସୁପର-୮ରେ ନିଜ ଗ୍ରୁପ୍‌ର ଶୀର୍ଷରେ ଥିବାରୁ ଇଂଲଣ୍ଡ ସିଧା ଫାଇନାଲ୍‌ ପହଂଚିଯିବ ଏବଂ ଭାରତ ବିଶ୍ୱକପ୍‌ରୁ ବିଦାୟ ନେବ।

ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ : ଅଷ୍ଟ୍ରେଲିଆକୁ ୨୬୪ରେ ଅଲ୍‌ଆଉଟ୍‌ କଲା ଟିମ୍‌ ଇଣ୍ଡିଆ
ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ଆଜି ଖେଳାଯାଉଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୨୬୪ରେ ଅଲ୍‌ଆଉଟ୍‌ ହୋଇଛି। ଯାହା ଫଳରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ୍‌ ଖେଳିବାକୁ ହେଲେ ଭାରତକୁ ୨୬୫ ରନ୍‌ କରିବାକୁ ପଡିବ।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିଲା ଅଷ୍ଟ୍ରେଲିଆ। ପ୍ରଥମରୁ ଭାରତୀୟ ବୋଲରଙ୍କ ପ୍ରଭାବ ରହିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଏକ ଭଲ ସ୍କୋର କରିବାକୁ ସକ୍ଷମ ହୋଇଛି। ଅଷ୍ଟ୍ରେଲିଆକୁ ଆରମ୍ଭରୁ ବଡ଼ ଝଟକା ଦେଇଥିଲେ ଭାରତୀୟ ବୋଲର ମହମ୍ମଦ ସାମି । ସେ କୁପର କନୋଲିଙ୍କୁ ଶୂନ ରନରେ ପାଭିଲିୟନ ପଠାଇଦେଇଥିଲେ । ତେବେ ଟ୍ରାଭିସ ହେଡ ଓ ଷ୍ଟିଭ ସ୍ମିଥଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ହେଡ୍ ୩୯ ରନ କରିଥିବାବେଳେ ୭୩ ରନ କରିଥିଲେ । ମାର୍ନ ଲାବୁସଚାନ ୨୯ ରନ କରିଥିବାବେଳେ ଆଲେକ୍ସ କେରି ୬୧ ରନ କରିଥିଲେ । ତେବେ ଦଳର ଲୋୟରଅର୍ଡର ବ୍ୟାଟରମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ଦଳ ୪୯.୩ ଓଭରରେ ୨୬୪ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ସାମି ୩ଟି ଓ୍ବିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

ଚାମ୍ପିଅନ୍ସ ଟ୍ରଫି: ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଆଜି, ପ୍ରତିଶୋଧ ଲକ୍ଷ୍ୟରେ ଭାରତ
ଦୁବାଇ: ୨୦୧୫ ବିଶ୍ୱକପ୍‌ ସେମିଫାଇନାଲ ଓ ୨୦୨୩ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରିଛି ଭାରତ। ଏଠାରେ ଆଇସିସିର ଆଉ ଏକ ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଏହି ଦୁଇ ଦଳ ଆଜି ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମାଙ୍କ ଭାରତୀୟ ଦଳ ବିଶ୍ୱକପ୍‌ର ପୂର୍ବ ଦୁଇଟି ପରାଜୟ କଥା ଭୁଲି ନାହିଁ। ଏଭଳି ସ୍ଥିତିରେ ଭଲ ଫର୍ମରେ ରହିଛି ଭାରତ। ଦୁବାଇରେ ସ୍ପିନ ଜାଲ ପକାଇ ଭାରତ ୩ଟି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଅଧାରୁ ଅଧିକ ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତିରେ ଦଳ କେବଳ ଗୋଟିଏ ମ୍ୟାଚ୍‌ ପୂରା ଖେଳିଛି। ଏହି ମ୍ୟାଚ୍‌ରେ ଦଳର ବ୍ୟାଟିଂ ବିସ୍ଫୋରଣ ଘଟାଇ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ୩୫୧ ରନ୍‌ର ଟାର୍ଗେଟକୁ ହାସଲ କରିଛି। ଦଳର ଅନ୍ୟ ଦୁଇଟି ମ୍ୟାଚ୍‌ ବାତିଲ ହୋଇଥିଲାବେଳେ ନବାଗତ ଖେଳାଳିମାନେ ମ୍ୟାଚ୍‌ ପ୍ରାକ୍ଟିସ ପାଇ ନାହାନ୍ତି। ଏସବୁ ସ୍ଥିତିରେ ଭାରତ ଏହି ମ୍ୟାଚ୍‌ ଲାଗି ପୂରା ପ୍ରସ୍ତୁତ ହୋଇଛି। ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତି ଓ ମ୍ୟାଚ୍‌ ପ୍ରାକ୍ଟିସ୍‌ ଅଭାବରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ ଖେଳିବ। ଏହି ସମୟରେ ଭାରତ ଏହି ମୁକାବିଲାକୁ ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।

ଭାରତ ବିରୋଧରେ ଇଂଲଣ୍ଡ ବରିଷ୍ଠ ଖେଳାଳିଙ୍କ ଅଭିଯୋଗ ହେଉଛି ଭାରତ ଗୋଟିଏ ଭେନ୍ୟୁ ଅର୍ଥାତ୍‌ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ସମସ୍ତ ମ୍ୟାଚ୍‌ ଖେଳୁଛି। ଏହା ଫଳରେ ଦଳକୁ ଫାଇଦା ମିଳୁଛି। ଭିନ୍ନ ଭିନ୍ନ ପିଚ୍‌ କିମ୍ବା ପରିବେଶ ସହ ଭାରତୀୟ ଖେଳାଳିଙ୍କୁ ଖାପ୍‌ ଖୁଆଇବାକୁ ପଡ଼ୁ ନାହିଁ। ଇଂଲଣ୍ଡ ପୂରାତନ ଖେଳାଳିଙ୍କ ଏହି ଅଭିଯୋଗ ସତ ହେଉ କି ନ ହେଉ, ଭାରତ ଏଠାରେ ଅତି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଛି। ବ୍ୟାଟିଂ ହେଉ ଅବା ବୋଲିଂ, ଫ୍ଲାଟ୍‌ ପିଚ୍‌ ହେଉ ଅବା ନ୍ୟୁଜିଲାଣ୍ଡ ବିପକ୍ଷ ସ୍ଲୋ ପିଚ୍‌ ସବୁଥିରେ ଭାରତୀୟ ଖେଳାଳିଙ୍କର ପ୍ରଦର୍ଶନ ଉନ୍ନତ ହୋଇଛି। ଦଳର ବରିଷ୍ଠ ଓ କନିଷ୍ଠ, ଟପ୍‌ ଅର୍ଡର କିମ୍ବା ମିଡଲ ଓ ଲୋୟର ଅର୍ଡର ଭାରତୀୟ ବ୍ୟାଟର ଦଳକୁ ବିପଦରୁ ଉଦ୍ଧାର କରିଛନ୍ତି। ଏଣୁ ଦଳକୁ ଫାଇଦା ମିଳୁଛି ବୋଲି ଯାହା କୁହାଯାଉଛି ତାହାର କୌଣସି ଠୋସ୍‌ ଦମ୍‌ ନାହିଁ। ସେ ଯାହା ହେଉ ଅଷ୍ଟ୍ରେଲିଆ ସହ ଭାରତର ପୁରୁଣା ଶତ୍ରୁତା ରହିଛି। ଏଠାରେ ପ୍ରତିଶୋଧ ନେବାର ସମୟ ଆସିଛି। ଏଣୁ ରୋହିତ ଶର୍ମାଙ୍କ ଭାରତୀୟ ଦଳ କିପରି ଓ କେଉଁଭଳି ଏହି ମ୍ୟାଚ୍‌ ଜିତିବ ତାହାର ରଣନୀତି ପ୍ରସ୍ତୁତି କରିସାରିଛି।

ଏ ସମ୍ପର୍କରେ ଅଧିନାୟକ ରୋହିତ ଶର୍ମାଙ୍କ ମତ ହେଲା, ଯେ କୌଣସି ମ୍ୟାଚ୍‌ ଆମଲାଗି ଗୁରୁତ୍ୱପୂର୍ଣ୍ଣ। ଆମେ ଏକ ବିରାଟ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ନକ୍‌ଆଉଟ ମୁକାବିଲା ଖେଳିବାକୁ ଯାଉଛୁ। ଏଣୁ ଗତ ୩ଟି ମ୍ୟାଚ୍‌ରେ କ’ଣ ଖେଳିଛୁ ତାହା ଉପରେ ଗୁରୁତ୍ୱ ଦେଉନାହୁଁ। ଆସନ୍ତାକାଲି କିପରି ଖେଳିବୁ ତାହା ଆମ ଲାଗି ଗୁରୁତ୍ୱପୂର୍ଣ୍ଣ। ଆମର ବ୍ୟାଟିଂ ୟୁନିଟ ହେଉ ଅବା ବୋଲିଂ, କିମ୍ବା ଫିଲ୍ଡିଂ ସଫଳ ହେଲେ ଆମକୁ ମ୍ୟାଚ୍‌ ଜିତିବାରେ ଅନେକ ସାହାଯ୍ୟ କରିବ। ଏଣୁ ଆମେ ସବୁ ବିଭାଗ ଉପରେ ଗୁରୁତ୍ୱ ଦେଉଛୁ। ଅଷ୍ଟ୍ରେଲିଆ ଏକ ବଡ଼ ଦଳ। ଏହାକୁ ଗୋଟିଏ ସୁଯୋଗ ଦେବା ଅର୍ଥ ମ୍ୟାଚ୍‌ ହାତଛଡ଼ା କରିବା। ଏଣୁ ଆମେ ସତର୍କ ହୋଇ ଯେଉଁ ଯୋଜନା ବା ରଣନୀତି ପ୍ରସ୍ତୁତ କରିଛୁ ତାହାକୁ ଏହି ମ୍ୟାଚ୍‌ରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ସମ୍ଭାବ୍ୟ ଖେଳାଳି

ଭାରତ : ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି ଓ ବରୁଣ ଚକ୍ରବର୍ତ୍ତୀ।

ରିଜର୍ଭ – ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ।

ଅଷ୍ଟ୍ରେଲିଆ : ଟ୍ରାଭିସ୍‌ ହେଡ୍‌, ଜୋଶ ଇଂଲିଶ, ଷ୍ଟିଭେନ ସ୍ମିଥ୍‌ (ଅଧିନାୟକ), ମାର୍ନସ ଲାବୁସେନ୍‌, କୁପର କୋନ୍ନୋଲୀ, ଆଲେକ୍ସ କାରେ, ଗ୍ଲେନ୍‌ ମ୍ୟାକ୍ସୱେଲ, ବେନ୍‌ ଡ୍ୱାରଶୁଇସ୍‌, ନାଥାନ ଏଲିସ୍‌, ସ୍ପେନସର ଜନସନ ଓ ଆଦାମ ଜାମ୍ପା।

ଦ୍ୱନ୍ଦ୍ୱ: ସ୍ପିନର ୩ ନା ୪

ଅଷ୍ଟ୍ରେଲିଆ ବିପକ୍ଷରେ ସେମିଫାଇନାଲ ଲାଗି ଦଳ ଚୟନକୁ ନେଇ ଭାରତୀୟ ମ୍ୟାନେଜମେଣ୍ଟ ଦ୍ୱନ୍ଦ୍ୱରେ ପଡ଼ିଛି। ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଭାରତ ୩ ପେସ୍‌ ଓ ୩ ସ୍ପିନରଙ୍କୁ ନେଇ ଖେଳିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ଜଣ ସ୍ପିନରଙ୍କୁ ଖେଳାଇ ସଫଳ ହେବା ପରେ ଦଳରେ ଆଉ କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉ ନାହିଁ। ନ୍ୟୁଜିଲାଣ୍ଡ ଅପେକ୍ଷା ଅଷ୍ଟ୍ରେଲିଆ ସ୍ପିନ୍‌ ବୋଲରଙ୍କୁ ଖେଳିବାରେ ଅଧିକ ଦକ୍ଷ। କିନ୍ତୁ ସହାୟତା ଦେଉଥିବା ପିଚ୍‌ରେ ଭାରତୀୟ ସ୍ପିନରଙ୍କୁ ନ୍ୟୁଜିଲାଣ୍ଡ ଯେପରି ମୁକାବିଲା କରିଥିଲା ତାହା ବିଶ୍ୱରେ ଅନ୍ୟ କୌଣସି ଦଳ କରିନାହାନ୍ତି। ଏହା ଭିନ୍ନ ଫର୍ମାଟ। ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ଜଣ ସ୍ପିନରଙ୍କୁ ନେଇ ଖେଳିବ। ଏହାର ଅର୍ଥ ନ୍ୟୁଜିଲାଣ୍ଡ ବିପକ୍ଷରେ ଯେଉଁମାନେ ଖେଳିଥିଲେ ସେମାନେ ଏହି ମ୍ୟାଚରେ ଖେଳିବେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳରେ ୭ଜଣ ନୂଆ ଖେଳାଳି ସାମିଲ ହୋଇଥିଲାବେଳେ ଜଣେ ହେଲେ ଫ୍ରଣ୍ଟଲାଇନ୍‌ ପେସ୍‌ ବୋଲର ନାହାନ୍ତି। ଆଦାମ ଜାମ୍ପା ଓ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କ ଉପରେ ଦଳ ସ୍ପିନ ବୋଲିଂ ଲାଗି ନିର୍ଭର କରୁଛି। ମାଥ୍ୟୁ ସର୍ଟଙ୍କ ଆଘାତ ଜନିତ ବିଦାୟ ପରେ କୁପର କୋନୋଲି ଦଳରେ ସାମିଲ ହୋଇଛନ୍ତି। ସେ ଜଣେ ବାମହାତୀ ସ୍ପିନର ହୋଇଥିବାରୁ ଏହି ମ୍ୟାଚ୍‌ ଖେଳିବା ନିଶ୍ଚିତ। ଭାରତୀୟ ବ୍ୟାଟରଙ୍କୁ ଅଷ୍ଟ୍ରେଲୀୟ ପେସ୍‌ ବୋଲର ବିଶେଷ ଅସୁବିଧାରେ ପକାଇବେ ନାହିଁ ବୋଲି ଆଶା କରାଯାଉଛି।

ମ୍ୟାଚ୍‌ ଆରମ୍ଭ

ଅପରାହ୍ଣ ୨ଟା ୩୦

ପ୍ରସାରଣ

ଷ୍ଟାର ସ୍ପୋର୍ଟ୍ସ, ସ୍ପୋର୍ଟ୍ସ ୧୮, ଡିଡି ସ୍ପୋର୍ଟ୍ସ

ମୋବାଇଲ ଆପ୍‌

ଜିଓଷ୍ଟାର

ଏସୀୟ କ୍ରୀଡା ୨୦୨୩: କ୍ରିକେଟରେ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଏସୀୟ କ୍ରୀଡା କ୍ରିକେଟ ପ୍ରତିଯୋଗିତାରେ ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୯୬ ରନ କରିଥିଲା। ଭାରତ ଗୋଟିଏ ୱିକେଟ ହରାଇ ୯.୨ ଓଭରରେ ୯୭ ରନ କରି ସହଜରେ ଏହି ମ୍ୟାଚକୁ ଜିିତି ନେଇଛି।  ତିଲକ ବର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ ୪୦ ରନ କରିଥିଲେ।

ଟସ୍ ଜିତି ପ୍ରଥମେ ବୋଲିିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଋତୁରାଜ । ସାଇ କିଶୋର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ୱାସିଂଟନ ସୁନ୍ଦର ୨ଟି, ଅର୍ଶଦୀପ, ତିଲକ ବର୍ମା, ରବି ବିଷ୍ଣୋଇ, ଶାହାବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।

ଦ୍ୱିତୀୟ ସେମିଫାଇନାଲ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଏହି ମୁକାବିଲାରେ ବିଜେତା ଟିମ୍ ଫାଇନାଲରେ ଭାରତକୁ ଭେଟିବ । ଫାଇନାଲ ଜିତି ସ୍ୱର୍ଣ୍ଣ ପଦକ ହାସଲ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲ କରିଛି ।