Pakistan vs Netherlands - The Sakala

କ୍ରିକେଟ ବିଶ୍ୱକପ-୨୦୨୩: ଆଜି ନେଦରଲାଣ୍ଡ୍ସକୁ ଭେଟିବ ପାକିସ୍ତାନ
ହାଇଦ୍ରାବାଦ: ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମ୍‌ରେ ନେଦରଲାଣ୍ଡ୍ସକୁ ଭେଟିବ ପାକିସ୍ତାନ। ଉଭୟ ଦଳଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ୬ ମ୍ୟାଚ୍‌ରୁ ପାକିସ୍ତାନ ସବୁଥିରେ ବିଜୟ ପାଇଥିଲା। ଏଥି ସହିତ ହାଇଦ୍ରାବାଦ ପିଚରେ   ହାଇସ୍କୋରିଂ ମ୍ୟାଚ୍‌ ହେବା ସମ୍ଭାବନା ରହିଛି। ପାକିସ୍ତାନ ଅଧିନାୟକ ବାବର ଅଜମ୍‌ ଏବେ ଭଲ ଲୟରେ ଅଛନ୍ତି। ୱାର୍ମ ଅପ୍‌ରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ ମାରିଥିଲେ। ତେଣୁ ଏହି ଲୟକୁ ପ୍ରଥମ ମ୍ୟାଚ୍‌ରେ ବଜାୟ ରଖିବାକୁ ଚାହିଁବେ।

ନେଦରଲାଣ୍ଡ୍ସ ଯଦିଓ ଯୋଗ୍ୟତା ପର୍ୟ୍ୟାୟରୁ ବଡ଼ ଲମ୍ପ ମାରି ମୁଖ୍ୟ ପର୍ୟ୍ୟାୟରେ ପ୍ରବେଶ କରିଛି। ତଥାପି ପାକିସ୍ତାନ ଭଳି ବଡ଼ ଦଳକୁ ସାମ୍ନା କରିବାକୁ ହେଲେ ଏହାର ବରିଷ୍ଠ ଖେଳାଳିମାନଙ୍କ ଉପରେ ନିର୍ଭର କରିବ। ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ୍ସଙ୍କ ସହ ଲୋଗାନ ଭାନ୍‌ ବିକ୍‌, ରୋଇଲଫ୍‌ ଭାନ୍‌ ଦର ମରୱି ଓ ୱେସଲି ବାରେସିଙ୍କଠୁ ଦଳ ଭଲ ପ୍ରଦର୍ଶନ ଆଶା କରିବ। ଅନ୍ୟତମ ଅଲରାଉଣ୍ଡର ବାସ୍‌ ଡି ଲିଡେ ଦଳର ବଡ଼ ଅସ୍ତ୍ର।

ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ଫକର ଜାମନ, ଇମାମ ଉଲ୍‌ ହକ୍‌, ବାବର ଆଜମ୍‌, ମହମ୍ମଦ ରିଜୱାନ, ସାଉଦ ସକିଲ୍‌/ଅଘା ସଲମାନ, ଇଫତିକାର ଅହମଦ, ସଦାବ ଖାନ୍‌, ମହମ୍ମଦ ନୱାଜ, ହାସନ ଅଲ୍ଲୀ, ସାହିନ ଶାହ ଆଫ୍ରିଦି, ହାରିସ ରୌଫ।

ସମ୍ଭାବ୍ୟ ନେଦରଲାଣ୍ଡ୍ସ ଏକାଦଶ: ବିକ୍ରମଜୀତ ସିଂହ, ମ୍ୟାକ୍ସ ଓ’ଦାଉଦ୍‌, ୱେସଲି ବାରେସି, ବାସ୍‌ ଡି’ ଲିଡେ, କୋଲିନ୍‌ ଆକେରମାନ, ସ୍କଟ୍‌ ଏଡୱାର୍ଡ୍ସ, ରିୟାନ କ୍ଲେଇନ୍‌, ଲୋଗାନ୍ ଭାନ୍‌ ବିକ୍‌, ରୋଇଲଫ୍‌ ଭାନ ଦର ମରୱି, ସାରିଜ ଅହମଦ, ପଲ୍‌ ଭାନ୍‌ ମିକିରେନ୍‌।