Laxmi Bus Service - The Sakala
ସରକାର ବଦଳିବା ପରେ ବଦଳିଲା ଚିତ୍ର: ମାଲକାନଗିରିରେ କଳଙ୍କି ଖାଉଛି ୬ ଏସି ଲକ୍ଷ୍ମୀବସ୍‌
ମାଲକାନଗିରି: ଗାଁରୁ ବ୍ଲକ୍‌ ଓ ଜିଲ୍ଲା ମୁଖ୍ୟାଳୟକୁ ଯାତାୟାତ ସୁବିଧା ପାଇଁ ପୂର୍ବ ରାଜ୍ୟ ସରକାର ‘ଲକ୍ଷ୍ମୀ’ ବସ୍‌ ସେବା ଭଳି ଏକ ଯୁଗାନ୍ତକାରୀ ଯୋଜନା ଆରମ୍ଭ କରିଥିଲେ। ବିଭିନ୍ନ ଗ୍ରାମରୁ ବ୍ଲକ୍‌ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟକୁ ଯିବା ଆସିବାରେ ଲୋକଙ୍କ ଅସୁବିଧାକୁ ଉପଲବ୍ଧି କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଏକ ମହତ୍ତ୍ବାକାଂକ୍ଷୀ ପଦକ୍ଷେପ ନେଇଥିଲେ। ଏଥିରୁ ପ୍ରତିଦିନ ହଜାର ହଜାର ଲୋକ ଉପକୃତ ହେଉଥିଲେ। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକ ପାଇଁ ଏହି ଯୋଜନା ଏକ ବରଦାନ ପାଲଟିଥିଲା। କିନ୍ତୁ ନୂଆ ସରକାର ଆସିବା ପରେ ଏହି ଯୋଜନାର ଭାଗ୍ୟ ବଦଳି ଯାଇଛି। ପ୍ରଥମେ ଯୋଜନାର ନାଁ ପରିବର୍ତ୍ତନ କରି ‘ମୁଖ୍ୟମନ୍ତ୍ରୀ ବସ୍‌ ସେବା’ ଯୋଜନା କରାଯିବା ପରେ ଧୀରେ ଧୀରେ ବସ୍‌ଗୁଡ଼ିକୁ ଅଘୋଷିତ ଭାବେ ବନ୍ଦ କରି ଦିଆଯାଉଛି। ବିନା ସୂଚନାରେ ମାଲକାନଗିରି ଜିଲ୍ଲା‌‌‌ରେ ଚଳାଚଳ କରୁଥିବା ୬ଟି ଅତ୍ୟାଧୁନିକ ଏସି ଲକ୍ଷ୍ମୀ ବସ୍‌କୁ ବନ୍ଦ କରି ଦିଆଯାଇଛି। ଫଳରେ କୋଟି କୋଟି ଟଙ୍କାର ଏହି ବସ୍‌ ଏବେ ପଡ଼ି ପଡ଼ି ଖତ ଖାଉଛି। ଅନ୍ୟପଟେ ଜିଲ୍ଲାବାସୀ ଏହି ସେବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଘୋର୍‌ ଅସନ୍ତୋଷ ଦେଖାଦେଇଛି।
୨୦୨୩ ଅକ୍ଟୋବର ୧୨ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରେ ୪୦ଟି ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କରିଥିଲେ। ସେଥିମଧ୍ୟରୁ ୬ଟି ଅତ୍ୟାଧୁନିକ ଏସି ବସ୍‌ ଦୈନିକ ବିଭିନ୍ନ ବ୍ଲକ୍‌ରୁ ଯାତ୍ରୀ ନେଇ ଜିଲ୍ଲା ସଦର ମହାକୁମାକୁ ଚଳାଚଳ କରି ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ସେବା ଯୋଗାଇ ଆସୁଥିଲା। ବିଶେଷକରି, ମହିଳା ଓ କଲେଜ ଛାତ୍ରଛାତ୍ରୀ ମାତ୍ର ୧୦ ଟଙ୍କାରେ ଏହି ବସ୍‌ରେ ଯାତାୟାତ କରୁଥିଲେ। କିନ୍ତୁ କିଛି ମାସ ବସ୍‌ ଚାଲିବା ପରେ ବର୍ତ୍ତମାନ ଅନେକ ଦିନ ହେଲା ଏସି ବସ୍‌ ବନ୍ଦ ହୋଇ ପଡ଼ିରହିଛି। ଜିଲ୍ଲାର କାଲିମେଳା, ପଡ଼ିଆ, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି, କୋରକୁଣ୍ଡା ୬ଟି ବ୍ଲକ୍‌ ସଦରରୁ ମାଲକାନଗିରି ଜିଲ୍ଲା ସଦର ମହାକୁମାକୁ ଏହି ବସ୍‌ଗୁଡ଼ିକ ନିୟମିତ ଭାବେ ଚଲାଚଳ କରୁଥିବା ବେଳେ ବର୍ତ୍ତମାନ ଏହା ଖତ ଖାଉଛି।
ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ପରିବହନ ପରିଚାଳକ (ଡିଟିଏମ୍‌) ଗୁରୁଦତ୍ତ ଦୋରାଙ୍କୁ ପଚାରିବାରୁ ସେ କହିଥିଲେ, ଜିଲ୍ଲାରେ ପୂର୍ବପରି ବିଭିନ୍ନ ଗ୍ରାମାଞ୍ଚଳକୁ ଗ୍ରାମାଞ୍ଚଳ ପରିବହନ ସେବାରେ ବସ୍‌ଗୁଡ଼ିକ ଚଳାଚଳ କରୁଛି। କେବଳ ବ୍ଲକରୁ ଜିଲ୍ଲା ସଦରକୁ ଚଳାଚଳ କରୁଥିବା ଏସି ବସ୍‌ଗୁଡ଼ିକ ବନ୍ଦ ରହିଛି। ଏହାର ପର୍‌ମିଟ ବାତିଲ ହେବାରୁ ଏହି ସେବା ବନ୍ଦ ଅଛି। ପରବର୍ତ୍ତୀ ସମୟରେ ସରକାରଙ୍କ ନିର୍ଦ୍ଦେଶ ଆସିଲେ, ଉକ୍ତ ବସ୍‌ଗୁଡ଼ିକ ପୁନଃ ଳଚଳାଚଳ ଆରମ୍ଭ ହୋଇପାରେ ବୋଲି ଡିଟିଏମ୍‌ ଶ୍ରୀ ଦୋରା କହିଛନ୍ତି। ତେବେ ଏହି ବସ୍‌ ସେବା ପୁନର୍ବାର ଆରମ୍ଭ ହେଲେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାବାସୀ ଓ ଶତାଧିକ ଛାତ୍ରଛାତ୍ରୀ ତଥା ମହିଳାମାନେ ବିଶେଷ ଉପକୃତ ହୋଇପାରନ୍ତେ। ଏଣୁ ବନ୍ଦ ହୋଇପଡ଼ିଥିବା ଏସି ବସ୍‌ ପୁନର୍ବାର ଚଳାଚଳ କରି ଅଞ୍ଚଳବାସୀଙ୍କୁ ସେବା ଯୋଗାଇବା ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।
କନ୍ଧମାଳରେ ଗଡ଼ିଲା ଲକ୍ଷ୍ମୀ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଫୁଲବାଣୀ: ରାଜ୍ୟରେ ଆଜି ୫ଟି ଜିଲ୍ଲାରେ ଲକ୍ଷ୍ମୀ ବସ ସେବାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହିକ୍ରମରେ କନ୍ଧମାଳ ଜିଲ୍ଲାରେ ୫୦ଟି ବସ୍‌ର ଶୁଭାରମ୍ଭ ହୋଇଛି । ଏହି ବସ ପ୍ରତି ପଞ୍ଚାୟତରୁ ବ୍ଳକ୍ ମୁଖ୍ୟାଳୟକୁ ଗଡିବ। ଏହି ସେବା ଦ୍ୱାରା ଛାତ୍ରଛାତ୍ରୀ ଏବଂ ମହିଳାଙ୍କ ସହ ସାଧାରଣ ଲୋକମାନେ ବେଶ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ ଉତ୍ସବରେ କହିଛନ୍ତି । ସାଧାରଣ ଲୋକେ ଓ ଛାତ୍ରଛାତ୍ରୀ ମାନେ ସ୍କୁଲ କିମ୍ବା କଲେଜକୁ ଏହି ଲକ୍ଷ୍ମୀ ବସ ମାଧ୍ୟମରେ ମାତ୍ର ୫ ଟଙ୍କା ଦେଇ ଯାତାୟତ କରିପାରିବା ସହ ଦୁର୍ଗମ ଅଞ୍ଚଳକୁ ମଧ୍ୟ ଗମନା ଗମନ ସୁଗମ୍ୟ ହୋଇପାରିବ।
ସେହିପରି ବିଭିନ୍ନ କ୍ଷେତ୍ରରେ ରହି କାର୍ଯ୍ୟ କରୁଥିବା ମହିଳା, ମିଶନ ଶକ୍ତି ମହିଳା ମାନେ ମଧ୍ୟ ମାତ୍ର ୫ ଟଙ୍କାରେ ଯାତ୍ରା କରି ପାରିବେ। ଏହି ଲକ୍ଷ୍ମୀ ବସ ସେବା ଦ୍ୱାରା ଗ୍ରାମାଞ୍ଚଳରେ ଯାତାୟତ ସୁଗମ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। କନ୍ଧମାଳ ଜିଲ୍ଲାରେ ୨୭ଟି ବସ ଆସିଥିବା ବେଳେ ଆଉ ୨୩ଟି ବସ ଚାଲିବ । କନ୍ଧମାଳ ରେ ସମୁଦାୟ ଗଡ଼ିଲା ୫୦ ଲକ୍ଷ୍ମୀ ବସ ୧୭୧ ପଞ୍ଚାୟତର ଲକ୍ଷାଧିକ ଲୋକେ ଉପକୃତ ହେବେ। ମିଶନ ଶକ୍ତି ମହିଳାଙ୍କୁ ରୋଜଗାର ଦେବା ପାଇଁ ଏହି ବସ୍ ପରିଚାଳନା ଭାର ମହିଳାଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆସନ୍ତା ଚଳିତ ମାସ ସୁଦ୍ଧା ସବୁ ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଶୁଭେଚ୍ଛା ଦେଇଥିଲେ। କନ୍ଧମାଳ ଷ୍ଟାଡିୟମ୍ ଠାରେ ସ୍ୱତନ୍ତ୍ର ସଭାର ଆୟୋଜନ ହୋଇଥିଲା । ସେପଟେ ଗ୍ରାମାଞ୍ଚଳ ଲୋକଙ୍କ ଅର୍ଥ ନୈତିକ ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ଉଦଘାନ କରିଥିବା ଲକ୍ଷ୍ମୀ ବସ୍ ଯୋଜନାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଉପବାଚସ୍ପତି ସାଲୁଗା ପ୍ରଧାନ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଏସଡିସି ଅଧ୍ୟକ୍ଷ ରଦୋନ ମଲିକ, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଫୁଲବାଣୀ ବିଧାୟକ ଅଂଗଦ କହଁର, ଜିଲା ପରିକ୍ଷଦ ଅଧ୍ୟକ୍ଷ ଶୁସ୍ରୀ ନନ୍ଦୀନି ମଳିକ, ଓ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।
ଆଉ ୫ ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଗଡିବ ଲକ୍ଷ୍ମୀ
ଭୁବନେଶ୍ବର: ଆଉ ୫ ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୟୁରଭଞ୍ଜ, ବଲାଙ୍ଗୀର, ବରଗଡ଼, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ମାଲକାନଗିରି, ରାୟଗଡା, ଗଜପତି, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ସଫଳ ଶୁଭାରମ୍ଭ ଓ ପରିଚାଳନା ହୋଇସାରିଛି | ଆଜି ତୃତୀୟ ପର୍ଯାୟରେ ଆଉ ପାଞ୍ଚଟି ପ୍ରମୁଖ ଜିଲ୍ଲା ବରଗଡ, ବଲାଙ୍ଗୀର, ମୟୁରଭଞ୍ଜ, ସୁନ୍ଦରଗଡ ଓ କେନ୍ଦୁଝରରେ ଭର୍ଚୁଆଲ୍ ମାଧ୍ୟମରେ ଶୁଭାରମ୍ଭ କରାଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସାର୍ବଜନୀନ ପରିବହନ ଭିତ୍ତିଭୁମିକୁ ସୁଦୃଢ ଓ ଉନ୍ନତ କରିବା ପାଇଁ ଏଇ ଗୁରୁତ୍ୱପୂର୍ଣ ପଦକ୍ଷେପ ନେଇଛନ୍ତି ।
ବରଗଡ ଜିଲ୍ଲାରେ ପରିବହନ, ଗମନାଗମନ ତଥା ଯୋଗାଯୋଗ କ୍ଷେତ୍ରରେ ପ୍ରଗତି ଆଣିବା ପାଇଁ ଲକ୍ଷ୍ମୀ ବସ ଯୋଜନାର ଆରମ୍ଭ ହୋଇସାରିଛି | ସର୍ବମୋଟ 243ଟି ଗ୍ରାମ ପଂଚାୟତ ଏବଂ 11ଟି ବ୍ଲକରେ ଥିବା 14ଲକ୍ଷ ଲୋକଙ୍କୁ ବ୍ଲକ ସହିତ ସଂଯୋଗ କରିବା ପାଇଁ 57ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 11ଟି ଏସି ବସ କାର୍ଯ୍ୟରେ ଲଗା ଯାଇଛି ।
ବଲାଙ୍ଗୀର ଜିଲ୍ଲାରେ 317ଟି ଗ୍ରାମ ପଂଚାୟତ ଓ 11ଟି ବ୍ଲକ ମଧ୍ୟରେ ଯୋଗାଯୋଗ ମାଧ୍ୟମକୁ ଗୁରୁତ୍ୱ ଦିଆଯାଇଛି । ବ୍ଲକ ସହିତ ସଂଯୋଗ କରିବା ପାଇଁ ସର୍ବମୋଟ 42ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 13ଟି ଏସି ବସର ଶୁଭାରମ୍ଭ କରାଯାଇଛି ଯାହାଦ୍ୱାରା ଏହି ଜିଲ୍ଲାର ୧୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେବେ ।
ପର୍ଯ୍ୟଟକ ମାନଙ୍କର ମନପସନ୍ଦର ଜାଗା ମୟୁରଭଞ୍ଜ ଜିଲ୍ଲା ଯାହାର ଶିମିଳିପାଳ ଅଭୟାରଣ୍ୟ ଭାରତର ସପ୍ତମ ବୃହତମ ଜାତୀୟ ଅଭୟାରଣ୍ୟ | ଏହି ଜିଲ୍ଲାର 26ଟି ବ୍ଲକ ଓ 386ଟି ଗ୍ରାମ ପଞ୍ଚାୟତକୁ ସଂଯୋଗ କରିଛି ଆମ ଲକ୍ଷ୍ମୀ ବସ । ବ୍ଲକ ସହିତ ସଂଯୋଗ କରିବା ପାଇଁ 104ଟି ଅଣ-ଏସି ବସ ଓ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 26ଟି ଏସି ବସର ଆରମ୍ଭ କରାଯାଇଛି. ଏହା ଦ୍ୱାରା ସିଧାସଳଖ ଭାବେ ପାଖାପାଖି 24ଲକ୍ଷ ଲୋକ ଲକ୍ଷ୍ମୀ ବସର ସେବା ପାଇପାରିବେ ।
ଏହା ବ୍ୟତୀତ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଲକ୍ଷ୍ମୀ ବସର ଐତିହାସିକ ସୁହାରମ୍ଭ ହୋଇଛି । ସର୍ବମୋଟ 35ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା 240ଟି ଗ୍ରାମ ପଂଚାୟତ ଏବଂ 17ଟି ବ୍ଲକ ଏହି ଯୋଜନାରେ ଉପକୃତ ହେବେ । ବ୍ଲକ ସହିତ ସଂଯୋଗ କରିବା ପାଇଁ 65ଟି ଅଣ-ଏସି ବସ ଓ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 16ଟି ଏସି ବସ ଆରମ୍ଭ କରାଯାଇଛି । ସେହିପରି କେନ୍ଦୁଝର ଜିଲ୍ଲାର 271ଟି ଗ୍ରାମ ପଂଚାୟତ ଏବଂ 13ଟି ବ୍ଲକରେ ଥିବା 35ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବ୍ଲକ ସହିତ ସଂଯୋଗ କରିବା ପାଇଁ 78ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 13ଟି ଏସି ବସର ବ୍ୟବହାର କରି ପାରିବେ । କେବଳ ପରିବହନ କ୍ଷେତ୍ର ନୁହେ ଏକାଧିକ କ୍ଷେତ୍ରରେ ଲକ୍ଷ୍ମୀ ଯୋଜନାର ଅବଦାନ ରହିବ । ବସର ପରିଚାଳନା କାର୍ଯ୍ୟ ସ୍ଵୟଂସହାୟକ ଗୋଷ୍ଠୀକୁ ଦିଆ ଯାଇଛି ଯାହା ଦ୍ୱାରା ମହିଳା ସଶକ୍ତିକରଣକୁ ମଧ୍ୟ ପ୍ରାଧାନ୍ୟ ଦିଆ ଯାଇଛି ।
ବର୍ତମାନ ସୁଦ୍ଧା 14ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ସଫଳ ରୂପେ ରୂପାୟନ ହୋଇ ସାରିଛି । ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବୈପ୍ଲବିକ ଓ ଯୁଗାନ୍ତକାରୀ ପଦକ୍ଷେପ ଆମ ରାଜ୍ୟର ପ୍ରଗତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି ଯାହା ଦ୍ୱାରା ଆମ ଲୋକଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, କୃଷିକ୍ଷେତ୍ର, ଆର୍ଥିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଗତି ଆଣିବ ବୋଲି କହିଛନ୍ତି ବାଣିଜ୍ୟ ଏବଂ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ।
କେନ୍ଦୁଝର: କେନ୍ଦୁଝରରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍ । ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ଘରେ ଘରେ ଲକ୍ଷ୍ମୀ କାର୍ଯ୍ୟକ୍ରମ ତଥା ଗାଁରୁ ସହର ଗମନାଗମନ ନିମନ୍ତେ ୭୪ଟି ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି। ଲକ୍ଷ୍ମୀ ବସର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।
କେନ୍ଦୁଝରଠାରେ କାର୍ଯ୍ୟକ୍ରମ ଅବସରରେ ମଞ୍ଚରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ। ଏଥିସହ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଏସ ଡି ସି ଅଧ୍ୟକ୍ଷ ଲକ୍ଷ୍ମୀ ନାଏକ, ଆନନ୍ଦପୁର ବିଧାୟକ ଭାଗିରଥି ସେଠି, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସାଗରୀକା ସାହୁ, କେନ୍ଦୁଝର ଜିଲ୍ଳାପାଳ ବିଶାଲ ସିଂହ ପ୍ରମୁଖ ମଂଚାସୀନ ଥିଲେ। ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ୍ମୀ ବସ ଯୋଜନା ଗ୍ରାମାଞ୍ଚଳରୁ ସହରକୁ ଗମନା ଗମନର ପ୍ରମୁଖ ମାଧ୍ୟମ ଓ ଐତିହାସିକ ଯୋଜନା ବୋଲି କହିଥିଲେ। ବିଧାୟକ ବଦ୍ରୀ ନାରାୟଣ ପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିବା ସହିତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମା’ମାନେ, ଛାତ୍ରଛାତ୍ରୀ, ବରିଷ୍ଟ ନାଗରିକ ସମସ୍ତେ ସୁବିଧାରେ ଗାଁରୁ ସହରକୁ ଯାଇଆସି ପାରିବେ ବୋଲି କହିବା ସହିତ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଦିତ୍ୱୀୟ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ପରେ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଥିଲେ। ସଭାମଞ୍ଚ ନିକଟରୁ ସଦର ବ୍ଲକର ଶିରୀଶପାଳକୁ ପ୍ରଥମ ବସ ଗଡିଥିଲା।
ଅପହଞ୍ଚ ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ ‘ଲକ୍ଷ୍ମୀ’ ବସ୍‌ ଯୋଜନା
ନବରଙ୍ଗପୁର: ‘ଲକ୍ଷ୍ମୀ’ ବସ୍‌ ସେବା ନବରଙ୍ଗପୁର ଜିଲ୍ଲାର ଅପହଞ୍ଚ ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଏହି ବସ୍‌ ସେବା ଦ୍ବାରା ଏବେ ଜିଲ୍ଲାର ଆଭ୍ୟନ୍ତର ଅଞ୍ଚଳରୁ ସହରକୁ ଯାତାୟାତ ସୁଗମ ହୋଇଛି। ଏନେଇ ଆଭ୍ୟନ୍ତର ତଥା ଅପହଞ୍ଚ ଗ୍ରାମବାସୀଙ୍କ ମନରେ ଏବେ ହସ ଫୁଟିଥିବା ବେଳେ ଉକ୍ତ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରଥମକରି ନବରଙ୍ଗପୁରରେ ଗତ ଡିସେମ୍ବର ୩୦ ତାରିଖଠାରୁ ଜିଲ୍ଲାର ୧୮୯ ପଞ୍ଚାୟତରେ ଗଡ଼ିଛି ମୋଟ ୪୪ଟି ‘ଲକ୍ଷ୍ମୀ’ ବସ୍‌। ଏହି ବସ୍‌ ନବରଙ୍ଗପୁରର ଅଗଣିତ ଜିଲ୍ଲାବାସୀଙ୍କ ସହ ଜିଲ୍ଲାର ମା’ମାନଙ୍କର ଏବେ ମୁଖ୍ୟ ସାରଥୀ ପାଲଟିଛି। ପୂର୍ବରୁ ନବରଙ୍ଗପୁର ଜିଲ୍ଲାର ସହର ଏବଂ ବ୍ଲକ୍ ସଦର ମହକୁମାଠାରୁ ଗ୍ରାମାଞ୍ଚଳ ଓ ଆଭ୍ୟନ୍ତରୀଣ ଅଞ୍ଚଳକୁ ଗମନାଗମନରେ ବହୁ ଅସୁବିଧା ରହିଥିଲା। ବର୍ତ୍ତମାନ ଏହି ଲକ୍ଷ୍ମୀ ବସ୍‌ ସେବା ମାଧ୍ୟମରେ ଜଣେ ଚାଷୀ ବଜାର ସହିତ ଯୋଡ଼ି ହେଉଥିବା ବେଳେ ଗ୍ରାମାଞ୍ଚଳର ରୋଗୀଙ୍କ ଡାକ୍ତରଖାନା ଆସିବା ସୁବିଧାଜନକ ହୋଇଛି। ବର୍ତ୍ତମାନ ପ୍ରତ୍ୟେକ ଗ୍ରାମ ଲକ୍ଷ୍ମୀ ବସ୍‌ ସେବା ଯୋଗୁଁ ବ୍ଲକ୍ ସହିତ ଯୋଡ଼ି ହୋଇଥିବା ବେଳେ ପ୍ରତ୍ୟେକ ବ୍ଲକ୍ ସହର ସହ ଯୋଡ଼ି ହୋଇଛି। ଫଳରେ ଲୋକଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହୋଇପାରିଛି। ମା’ ଲକ୍ଷ୍ମୀଙ୍କୁ ସମୃଦ୍ଧିର ପ୍ରତୀକ ସ୍ବରୂପ ବିବେଚନା କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଏହି ଲକ୍ଷ୍ମୀ ବସ୍‌ ସେବା ଜିଲ୍ଲାର ପ୍ରତି ଘରେଘରେ ପହଞ୍ଚି ଖୁସି ଓ ଆନନ୍ଦ ଆଣି ପାରିଛି। ଏଥିପାଇଁ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ‘୫-ଟି’ ତଥା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏ ସଂପର୍କରେ ଉମରକୋଟ ବ୍ଲକ୍ ବଡ଼କୁମାରୀ ପଞ୍ଚାୟତର ମୁନା ଡାକୁଆ କହିଛନ୍ତି, ପୂର୍ବରୁ ପଞ୍ଚାୟତରେ ଉମରକୋଟ ବ୍ୟାଙ୍କ ଓ ଉମରକୋଟ ସହରକୁ ଯିବାକୁ ହେଲେ ଅଟୋ ଭଡ଼ା ୫୦ ଟଙ୍କା ଲାଗୁଥିଲା। କିନ୍ତୁ ବର୍ତ୍ତମାନ ଲକ୍ଷ୍ମୀ ବସ୍‌ ଯୋଜନା ହେବା ଦ୍ବାରା ସୁବିଧାରେ ବ୍ୟାଙ୍କ ଓ ସହରକୁ ମହିଳାମାନେ ଯାଇପାରୁଛୁ। କମ୍‌ ଖର୍ଚ୍ଚ ଓ କମ୍ ସମୟରେ ପହଞ୍ଚି ପାରୁଛୁ। ସେହିପରି ଉମରକୋଟ ପଡ଼ାଗଡ଼ର ଗୀତା ପାଇକ ଏବଂ ବାଉଁଶବେଡ଼ାର ଅମ୍ବିକା ପାତ୍ର ଓ ଗୋଟିଗୁଡ଼ାର ବିଦ୍ୟୁତପ୍ରଭା ବେହେରା ଏହି ଲକ୍ଷ୍ମୀ ବସ୍ ଆମକୁ ଗାଁ ଓ ପଞ୍ଚାୟତରୁ ସହର, ଡାକ୍ତରଖାନା ଯିବାରେ ବହୁ ସହାୟକ ହୋଇଛି ବୋଲି କହିଛନ୍ତି। ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଭୁବନେଶ୍ୱର: “ଲକ୍ଷ୍ମୀ ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ ସ୍କାନ କରି ଟଙ୍କା ଦେଇପାରିବେ ।
ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ଓଏସ୍ଆରଟିସିର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଓଡ଼ିଶା ସରକାରଙ୍କ ୫ଟି ଉପକ୍ରମ ଆଧାରରେ ବିକଶିତ ଏହି କ୍ୟୁଆର କୋଡର ବ୍ୟବହାର ଯାତ୍ରୀମାନଙ୍କ ଯାତାୟତକୁ ସୁଗମ କରିବ ବୋଲି ପ୍ରକାଶ କରିଥିଲେ । ଏଥିରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଇଥିବା ସଂପର୍କରେ ଆଲୋକପାତ କରି ସେ ‘ଲକ୍ଷ୍ମୀ ’ବସରେ କ୍ୟୁଆର କୋଡର ସୁବିଧା କିପରି ଯାତ୍ରୀ ପରିବହନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ, ସେ ସଂପର୍କରେ ଆଲୋଚନା କରିଥିଲେ ।
ଓଏସଆରଟିସିରମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦିପ୍ତେଶ ପଟ୍ଟନାୟକ କହିଛନ୍ତି, “ଏହି ବୈଷୟିକ ପ୍ରଗତିକୁ ନେଇ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁଛୁ । ‘ଲକ୍ଷ୍ମୀ କ୍ୟୁଆର କୋଡ’ର ଶୁଭାରମ୍ଭ ସାର୍ବଜନୀନ ପରିବହନ ସେବା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଉଛି । ଜନସାଧାରଣଙ୍କୁ ସହଜ ଯାତ୍ରା ଅନୁଭୂତି ପାଇଁ ଡିଜିଟାଲ୍ ସମାଧାନ ପଦ୍ଧତି ଗ୍ରହଣ ସହ ଏହା ଓଡ଼ିଶା ସରକାରଙ୍କ ୫ଞ ରୂପାନ୍ତରଣ ଉପକ୍ରମ ସହିତ ସମ୍ପୂର୍ଣ୍ଣ ଭାବେ ଯୋଡିହୋଇଛି ବୋଲି ସେ ପ୍ରକାଶ କରିଥିଲେ ।
ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ଏହି ଅଭିନବ ପ୍ରୟାସ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, “ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏବଂ ଏଚଡିଏଫସି ମଧ୍ୟରେ ଭାଗିଦାରିତା ଏହି ପେମେଣ୍ଟ ପଦ୍ଧତିକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଲକ୍ଷ୍ମୀ କ୍ୟୁଆର କୋଡ୍ ସାହାଯ୍ୟରେ ଲୋକମାନଙ୍କ ପାଇଁ ପେମେଣ୍ଟ ପ୍ରକ୍ରିୟାକୁ ସହଜ କରାଯାଇଛି ଏବଂ ଏହାଦ୍ୱାରା ଯାତାୟତ ଆହୁରି ସରଳ ହେବ।”
ପ୍ରକାଶ ଥାଉକି, ସହଜ ବ୍ୟବହାର ଯୋଗ୍ୟ(ୟୁଜର ଫ୍ରେଣ୍ଡଲି) ‘ଲକ୍ଷ୍ମୀ’କ୍ୟୁଆର୍ କୋଡ୍ ଉପଭୋକ୍ତାମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଦକ୍ଷ ଦେୟ ବିକଳ୍ପ ହୋଇଥିବା ବେଳେ ଏବା କାରବାର ସମୟ ହ୍ରାସ କରେ ଏବଂ ଯାତ୍ରୀଙ୍କ ନିରାପତ୍ତା ବୃଦ୍ଧି କରେ । କାର୍ଯ୍ୟକ୍ରମ ପରିଶେଷରେ ଓଏସ୍ଆରଟିସିର ସାଧାରଣ ସମ୍ପାକକ ବିସିକେଷନ ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଜିଠୁ ରାୟଗଡ଼ା ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ରାୟଗଡ଼ା: ଆଜିଠୁ ରାୟଗଡ଼ା ଜିଲ୍ଲାରେ ଗଡ଼ିବ ଐତିହାସିକ ଲକ୍ଷ୍ମୀ ବସ୍ । ଗମନାଗମନ କ୍ଷେତ୍ରରେ ରାୟଗଡ଼ାରେ ଆସିବ ବୈପ୍ଳବିକ ପରିବର୍ତ୍ତନ । ରାଜ୍ୟ ସରକାରଙ୍କ ମହତ୍ତ୍ଵାକାଂକ୍ଷୀ ପରିବହନ ଯୋଜନା ‘ଲକ୍ଷ୍ମୀ’ ଅନ୍ତର୍ଗତ ଆଜିଠୁ ରାୟଗଡ଼ା ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଜିଲ୍ଲାରେ ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାର ୧୧ଟି ବ୍ଲକ ମଧ୍ୟରେ ଲକ୍ଷ୍ମୀ ବସ ଚଳାଚଳ କରିବ। ଯୋଗାଯୋଗ ବ୍ୟବସ୍ଥା ନଥିବା ୧୮୨ଟି ପଞ୍ଚାୟତର ୩୯ଟି ରୁଟରେ ୫୨ ଗୋଟି ଲକ୍ଷ୍ମୀ ବସ ଯାତାୟାତ କରିବ। ଏହାଦ୍ବାରା ୯ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। କମ ଦାମରେ ଦୁଆରୁ ସହରକୁ ଯାଇପାରିବେ ଜନସାଧାରଣ। ଲକ୍ଷ୍ମୀ ବସ ପିଲାଙ୍କୁ ସ୍କୁଲ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ। ସବୁ ପଞ୍ଚାୟତକୁ ବସ୍ ଯିବ। ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବା ସହ ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ।
ମାଲକାନଗିରିର ବଣ୍ଡାଘାଟି ଅଞ୍ଚଳରେ ଲକ୍ଷ୍ମୀ ବସ୍ ସେବାର ହେଲା ଟେଷ୍ଟ ଡ୍ରାଇଭ୍‌, ୩୫ ଯାତ୍ରୀଙ୍କୁ ନେଇ ଘାଟି ଚଢ଼ିଲା ବସ୍
ମାଲକାନଗିରି: ବଣ୍ଡାଘାଟିରେ ଗଡ଼ିଲା ଲକ୍ଷ୍ମୀ ବସ୍ । ବିଧିବଦ୍ଧ ଭାବେ ଶୁଭାରମ୍ଭ ହେବା ପୂର୍ବରୁ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଅଞ୍ଚଳରେ ଲକ୍ଷ୍ମୀ ବସର ଟେଷ୍ଟ ଡ୍ରାଇଭ୍‌ କରାଯାଇଛି । ପ୍ରଥମ ଥର ପାଇଁ ବସରେ ବସି ଘାଟି ଚଢ଼ିଛନ୍ତି ବଣ୍ଡା ସମ୍ପ୍ରଦାୟର ଲୋକ । ୩୫ ଯାତ୍ରୀଙ୍କୁ ନେଇ ଘାଟି ଚଢ଼ିଛି ଲକ୍ଷ୍ମୀ ବସ୍। ଲକ୍ଷ୍ମୀ ବସର ପ୍ରଥମ ଯାତ୍ରା ସମୟରେ କୌଣସି ସମସ୍ୟା ଦେଖାଦେଇନଥିଲା। ଲୋକମାନେ ଉତ୍କଣ୍ଠାର ସହିତ ବସରେ ବସି ଯାତାୟାତ କରିଥିଲେ।
ରାଜ୍ୟ ସରକାର ଏଭଳି ସୁବିଧା ଯୋଗାଇ ଦେଇଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି। ଆସନ୍ତା ୧୨ ତାରିଖରେ ମାଲକାନଗିରି ଜିଲ୍ଲାରେ ବିଧିବଦ୍ଧ ଭାବେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରାଯିବ। ପ୍ରଥମ ଦଫାରେ ମାଲକାନଗିରିରେ ୩୪ଟି ବସ ଗଡ଼ିବ। ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା।
ଏହି ଯୋଜନାରେ ହଜାରେରୁ ଅଧିକ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖାଯାଇଛି। ବ୍ଲକ ସଂଯୋଗୀକରଣ ଦ୍ବାରା ପଞ୍ଚାୟତରୁ ବ୍ଲକ, ଜିଲ୍ଲା ସଂଯୋଗୀକରଣ ଦ୍ବାରା ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ, ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ। ଅନ୍ତଃଜିଲ୍ଲା ଓ ଆନ୍ତଃକ୍ଲଷ୍ଟର ମଧ୍ୟରେ ହେବ ଯୋଗାଯୋଗ ସୁବିଧା। ଏଥିପାଇଁ ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ।