ICC World Cup 2023 - The Sakala

ବିଶ୍ୱକପ୍‌ ୨୦୨୩: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଦକ୍ଷିଣ ଆଫ୍ରିକା
କୋଲକାତା: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହେଉଛନ୍ତି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ତେବେ ଆଜି ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଏପର୍ଯ୍ୟନ୍ତ ଭାରତ ୭ଟି ମ୍ୟାଚରୁ ସମସ୍ତ ମ୍ୟାଚ୍ ଜିତି ପଏଣ୍ଟ୍ ଟେବୁଲର ଶୀର୍ଷରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ପ୍ଲେୟର୍ ମଧ୍ୟ ଦମଦାର ଫର୍ମରେ ଅଛନ୍ତି। ଚଳିତ ବିଶ୍ୱକପରେ ଦଳ ୭ଟି ମ୍ୟାଚ ଖେଳି କେବଳ ଗୋଟିଏରେ ବିଫଳ ହୋଇଥିବାବେଳେ ଅନ୍ୟ ସବୁଥିରେ ଉଚ୍ଚକୋଟୀର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଦ୍ୱିତୀୟରେ ରହିଛି।

ଆଜିର ମ୍ୟାଚ୍‌‌ ଜିତି ଭାରତ ତା’ର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ ବୋଲି ଆଶା କରାଯାଉଛି । ଭାରତ ତା’ର ପ୍ରଥମ ୭ଟି ମ୍ୟାଚ୍‌‌ ଜିତି ୧୪ ପଏଣ୍ଟ ହାସଲ କରିବା ସହ ପଏଣ୍ଟ ତାଲିକାର ଶୀର୍ଷରେ ରହି ପ୍ରଥମ ଦଳ ଭାବେ ସେମିକୁ ଉଠିଛି। ସେମି ଟିକଟ ହାସଲ କରିଥିଲେ ମଧ୍ୟ ଭାରତ ଏହି ମ୍ୟାଚ୍‌‌କୁ ଆଦୌ ହାଲକା ଭାବେ ନେବନାହିଁ।

ଭାରତ ଚୂଡାନ୍ତ ଏକାଦଶ:

ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ

ବିଶ୍ୱକପ୍‌ ୨୦୨୩: ଆଜି ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା, ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ
କୋଲକାତା: ଚଳିତ ଆଇସିସି ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିସାରିଥିବା ଆୟୋଜକ ଭାରତ ଆଜି ତା’ର ଅଷ୍ଟମ ମୁକାବିଲାରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଭେଟିବ। ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ ଜିତି ଭାରତ ତା’ର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ଭାରତ ତା’ର ପ୍ରଥମ ୭ଟି ମ୍ୟାଚ୍‌‌ ଜିତି ୧୪ ପଏଣ୍ଟ ହାସଲ କରିବା ସହ ପଏଣ୍ଟ ତାଲିକାର ଶୀର୍ଷରେ ରହି ପ୍ରଥମ ଦଳ ଭାବେ ସେମିକୁ ଉଠିଛି। ସେମି ଟିକଟ ହାସଲ କରିଥିଲେ ମଧ୍ୟ ଭାରତ ଏହି ମ୍ୟାଚ୍‌‌କୁ ଆଦୌ ହାଲକା ଭାବେ ନେବନାହିଁ। ଗୁରୁବାର ଭାରତ ତା’ର ଗତ ମ୍ୟାଚରେ ଶ୍ରୀଲଙ୍କାକୁ ବୃହତ ୩୦୨ ରନରେ ପରାସ୍ତ କରିଥିଲା। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ସମ୍ପୂର୍ଣ୍ଣ ବିଶ୍ୱକପ୍‌‌ରୁ ବାଦ୍‌‌ ପଡ଼ିଛନ୍ତି। ଫଳରେ ଭାରତକୁ ଝଟ୍‌‌କା ଲାଗିଛି। ଭାରତ କିନ୍ତୁ ପାଣ୍ଡ୍ୟାଙ୍କ ବିନା ଗତ କେତୋଟି ମ୍ୟାଚ୍‌‌ରେ ବିଜୟୀ ହୋଇଛି। ତେଣୁ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଭାରତ ପାଇଁ ସେତେଟା ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ଆଶା କରାଯାଉଛି। ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ୭ ମ୍ୟାଚ୍‌‌ ଖେଳି ୬ ବିଜୟ ଓ ୧ ପରାଜୟ ସହ ୧୨ ପଏଣ୍ଟ ପାଇ ତାଲିକାରେ ଭାରତ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ଶନିବାର ଖେଳାଯାଇଥିବା ମ୍ୟାଚ୍‌‌ରେ ପାକିସ୍ତାନଠାରୁ ନ୍ୟୁଜିଲାଣ୍ଡ ହାରିଯିବା ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇଛି।

ମ୍ୟାଚ୍‌‌ ହାଇସ୍କୋରିଂ ହେବ

ଇଡେନ ଗାର୍ଡେନ୍ସର ଏହି ପିଚ୍‌‌ରେ ଏକ ହାଇସ୍କେ୍‌‌ାରିଂ ମ୍ୟାଚ୍‌‌ ଦେଖିବାକୁ ୍ୱିଳିବା ସମ୍ଭାବନା ରହିଛି। ଫଳରେ ଏହି ୱିକେଟ ବ୍ୟାଟରଙ୍କୁ ସୁହାଇବ। କିନ୍ତୁ ମ୍ୟାଚ୍‌‌ ଶେଷ ଆଡକୁ ସ୍ପିନରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଏହି ପିଚ୍‌‌ରେ ଚଳିତ ବିଶ୍ୱକପ୍‌‌ର ଦୁଇଟି ମ୍ୟାଚ୍‌‌ ଖେଳାଯାଇଛି। ୧୯୯୧ ଓ ୧୯୯୩ରେ ଦୁଇ ଦଳ ଏଠାରେ ପରସ୍ପରକୁ ଭେଟିଛନ୍ତି ଓ ଦୁଇଥର ଯାକ ଭାରତ ବିଜୟୀ ହୋଇଛି। ତେବେ ୨୦୦୫ରେ ଏଠାରେ ଦକ୍ଷିଣ ଆଫ୍ରିକା ୧୦ ୱିକେଟରେ ଭାରତକୁ ହରାଇଥିଲା। ଉଭୟ ଦଳ ମୋଟ୍‌‌ ଉପରେ ୯୦ଥର ପରସ୍ପରକୁ ଭେଟିଛନ୍ତି। ଭାରତ ୩୭ ଓ ଦକ୍ଷିଣ ଆଫ୍ରିକା ୫୦ଟି ମ୍ୟାଚ୍‌‌ରେ ବିଜୟୀ ହୋଇଛନ୍ତି।

ଚଳିତ ବିଶ୍ୱକପ୍‌‌ର ପ୍ରଦର୍ଶନକୁ ଦେଖିଲେ ଉଭୟ ଦଳ ମଧ୍ୟରେ ମ୍ୟାଚ୍‌‌ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଉଭୟ ଦଳ କ୍ରିକେଟର ସମସ୍ତ ୩ଟି ବିଭାଗ ଯଥା ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏହା ସତ୍ତ୍ବେ ୪ଟି ଶତକ ହାସଲ କରିଥିବା କ୍ୱିଣ୍ଟନ ଡି କକ୍‌‌, ୨ଟି ଶତକ ହାସଲ କରିଥିବା ରାସି ଭାନ ଡର ଡୁସେନ, ବିସ୍ଫୋରକ ବ୍ୟାଟିଂ କରୁଥିବା ହେନରିକ୍‌‌ କ୍ଲାସେନଙ୍କୁ ନେଇ ଗଠିତ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ସାମାନ୍ୟ ଅଧିକ ସଫଳତା ପାଇଛି। ଦଳ ୩ଥର ୩୫୦ କିମ୍ବା ତା’ଠାରୁ ଅଧିକ ରନ୍‌‌ ସଂଗ୍ରହ କରିଛି। ତାହା ତୁଳନାରେ ବୋଲିଂ ସେତେଟା ପ୍ରଭାବ ପକାଇପାରି ନାହିଁ। ଅନ୍ୟ ପକ୍ଷରେ ଭାରତର ବୋଲିଂ ଏହି ବିଶ୍ୱକପ୍‌‌ରେ ଘାତକ ସାବ୍ୟସ୍ତ ହୋଇଛି। ଦଳର ୩ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‌‌ରା, ମହମ୍ମଦ୍‌‌ ସାମି ଓ ମହମ୍ମଦ୍‌‌ ସିରାଜ ଭଲ ଫର୍ମରେ ଅଛନ୍ତି। ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ବେଶ ଫର୍ମରେ ଅଛନ୍ତି। ଏଣୁ ପ୍ରଦର୍ଶନ ଓ ଫର୍ମକୁ ବିଚାରକୁ ନେଲେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଓ ଭାରତର ବୋଲିଂ ମଧ୍ୟରେ ଏହି ମୁକାବିଲା ହେବ। ମୋଟାମୋଟି ଭାବେ ଭାରତ ଘରୋଇ ମାଟିରେ ଖେଳି ଭଲ ଫର୍ମରେ ଥିଲାବେଳେ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି।

ଟସ୍‌ ଜିତି ବୋଲିଂ କରୁଛି ଇଂଲଣ୍ଡ, ବ୍ୟାଟିଙ୍ଗ ଆରମ୍ଭରୁ ଭାରତକୁ ଝଟକା; ୪୦ ରନରେ ଗଲାଣି ୩ ୱିକେଟ
ଲକ୍ଷ୍ନୌ: ବିଶ୍ୱକପ୍ କ୍ରିକେଟରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ-ଇଂଲଣ୍ଡ । ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଟିମ୍ । ତେବେ ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ଭାରତକୁ ଆରମ୍ଭରୁ ଲାଗିଲାଣି ଜୋରଦାର ଝଟକା । ଦଳଗତ ମାତ୍ର ୪୦ ରନରେ ଆଉଟ୍ ହୋଇଯାଇଛନ୍ତି ଶୁବମନ ଗିଲ୍‌, ବିରାଟ କୋହଲି ଏବଂ ଶ୍ରେୟସ ଆୟାର ।

ଶୁବମନ ୯ ରନ୍ କରି ଆଉଟ୍ ଥିବା ବେଳେ ବିରାଟ କୋହଲି ଖାତା ଖୋଲିପାରି ନାହାନ୍ତି। ଏହାପରେ ଫାଇଲଦକୁ ଆସିଥିବା ଶ୍ରେୟସ ଆୟାର ମଧ୍ୟ ୧୬ଟି ବଲ ଖେଳି ମାତ୍ର ୪ ରନ କରି ଆଉଟ ହୋଇଯାଇଛନ୍ତି । ୩.୬ ଓଭରରେ କ୍ରିସ୍‌ ୱକ୍ସଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ ଗିଲ୍‌। ସେ ୧୩ଟି ବଲ୍‌ରୁ ଗୋଟିଏ ୪ ଚୌକା ସହାୟତାରେ ୯ ରନ୍ କରିଥିଲେ। ସେହିପରି ୬.୫ ଓଭରରେ ଡାଭିଡ ୱିଲୀଙ୍କ ବଲ୍‌ରେ ବେନ୍‌ ଷ୍ଟୋକ୍ସଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ବିରାଟ କୋହଲି। ସେ ୯ଟି ବଲ୍ ଖେଳିଥିଲେ ହେଁ ଖାତା ଖୋଲି ପାରି ନଥିଲେ। ଶ୍ରେୟସ ଆୟାର ମଧ୍ୟ କ୍ରିସ୍‌ ୱକ୍ସଙ୍କ ଏକ ସର୍ଟ ବଲ୍କୁ ଖେଳିବାକୁ ଯାଇ କ୍ୟାଚ ହୋଇଯାଇଛନ୍ତି ।

ଆଇସିସି ବିଶ୍ବକପ: ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ, ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ
ଲକ୍ଷ୍ନୌ: ବିଶ୍ୱକପ୍‌‌ରେ ଭାରତ ତା’ର ଷଷ୍ଠ ଲିଗ୍‌‌ ମ୍ୟାଚ୍‌‌ରେ ଆଜି ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ଭେଟିବ। ସ୍ଥାନୀୟ ଏକନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ ଜିତି ଭାରତ କ୍ରମାଗତ ଷଷ୍ଠ ବିଜୟ ହାସଲ କରିବା ସହ ସେମିଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି। ବିଜୟୀ ହେଲେ ଭାରତ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବା ସହ ତା’ର ସେମି ଆଶା ଆହୁରି ଦୃଢ ହେବ। ଭାରତ ବୋଲିଂ, ବ୍ୟାଟିଂରେ ଦମ୍‌‌ଦାର ପ୍ରଦର୍ଶନ କରିଥିବାରୁ ବିଜୟଧାରା ବଜାୟ ରଖିବ ବୋଲି ଆଶା ରଖିଛି। ଅବଶ୍ୟ ଏଥିଲାଗି ଫିଲ୍ଡିଂରେ ଭାରତକୁ ତ୍ରୁଟି ସୁଧାରିବାକୁ ହେବ।

ଯଶପ୍ରୀତ ବୁମ୍‌‌ରାଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଓ ମହମ୍ମଦ ସାମିଙ୍କ ଦମ୍‌‌ଦାର ପ୍ରତ୍ୟାବର୍ତ୍ତନ, ସ୍ପିନର କୁଲଦୀପ ଯାଦବଙ୍କ ଯାଦୁ ବଳରେ ଭାରତୀୟ ବୋଲିଂ ବିଭାଗ ଆହୁରି ସାଣିତ ହୋଇଛି। ବ୍ୟାଟିଂରେ ପ୍ରାୟ ସବୁ ଭାରତୀୟ ବ୍ୟାଟର ଲୟରେ ଥିବା ପରି ମନେ ହେଉଛନ୍ତି। ସୁପରଷ୍ଟାର ବିରାଟ କୋହଲି, ଯୁବ ଓପନର ଶୁବମାନ ଗିଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଅଧିନାୟକ ରୋହିତ ଶର୍ମା ପୁଣିଥରେ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଭାରତକୁ ସୁବିଧାଜନକ ସ୍ଥିତିରେ ପହଞ୍ଚାଇବା ଆଶା କରାଯାଉଛି। ଅପରକ୍ଷରେ କ୍ରମାଗତ କେତୋଟି ପରାଜୟ ଇଂଲଣ୍ଡର ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଛି। ଇଂଲଣ୍ଡ ଆଶାନୁରୂପ ପ୍ରଦର୍ଶନ କରି ନପାରି ୫ଟି ମ୍ୟାଚ୍‌‌ ଖେଳି ଗୋଟିଏ ବିଜୟ ଓ ୪ ପରାଜୟ ସହ ୨ ପଏଣ୍ଟ ପାଇଁ ତାଲିକାର ସର୍ବନିମ୍ନ ୧୦ମ ସ୍ଥାନରେ ରହିଛି। ତେଣୁ ସେମିଫାଇନାଲରେ ଦୌଡ଼ରେ ବଜାୟ ରହିବାକୁ ହେଲେ ଇଂଲଣ୍ଡ ଏବେ କର ବା ମର ସ୍ଥିତିରେ ପଡ଼ିଛି। ନେଟ ରନ୍‌‌ରେଟନ୍‌‌ରେ ଉନ୍ନତି ଆଣିବା ପାଇଁ ଇଂଲଣ୍ଡକୁ ବୃହତ ବ୍ୟବଧାନରେ ବିଜୟୀ ହେବାକୁ ପଡ଼ିବ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଭାରତ ଦଳରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ଆଶା କରାଯାଉଛି।

ପିଚ୍‌‌ ବୋଲରଙ୍କୁ ସୁହାଇବ

ଏକନା ଷ୍ଟାଡିୟମର ଏହି ପିଚ୍‌‌ ବୋଲରଙ୍କୁ ସୁହାଇବା ବୋଲି ଅନୁମାନ କରାଯାଉଛି। ଏଠାରେ ଖେଳାଯାଇଥିବା ଗତ ୧୦ଟି ମ୍ୟାଚ୍‌‌ରେ ପ୍ରଥମ ଇନିଂସର ହାରାହାରି ସ୍କୋର ୨୬୨ ରହିଛି। ଏଠାରେ ଏପର୍ଯ୍ୟନ୍ତ ଚଳିତ ବିଶ୍ୱକପ୍‌‌ର ୩ଟି ମ୍ୟାଚ୍‌‌ ଖେଳାଯାଇଛି ଓ ୩୧୧/୭ ଉଚ୍ଚତମ ଏବଂ ୧୭୭/୧୦ ନିମ୍ନତମ ସ୍କୋର ରହିଛି। ଉଭୟ ଦ୍ରୁତ ଓ ସ୍ପିନ ବୋଲର ଏଠାରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ରବିବାର ପାଗ ସଫା ରହିବ। କାକାର ସମସ୍ୟା ଥିବାରୁ ଟସ୍‌‌ ବିଜୟୀ ଦଳ ଫିଲ୍ଡିଂ କରିବାକୁ ପସନ୍ଦ କରିବ।

ଉଭୟ ଦଳ ପରସ୍ପରକୁ ୧୦୬ଟି ମ୍ୟାଚ୍‌‌ରେ ଭେଟିଛନ୍ତି। ଭାରତ ୫୭ ଓ ଇଂଲଣ୍ଡ ୪୪ଟି ମ୍ୟାଚ୍‌‌ରେ ବିଜୟୀ ହୋଇଛନ୍ତି। ୨ଟି ମ୍ୟାଚ୍‌‌ ଟାଇ ରହିଥିବା ବେଳେ ୩ଟି ମ୍ୟାଚ୍‌‌ ବିନା ଫଳାଫଳରେ ଶେଷ ହୋଇଛି। ଗତ ୫ଟି ମୁକାବିଲାରେ ଭାରତ ୩ ଓ ଇଂଲଣ୍ଡ ୨ଟିରେ ବିଜୟୀ ହୋଇଛି। ବିଶ୍ୱକପ୍‌‌ରେ ଭାରତ ଓ ଇଂଲଣ୍ଡ ଏପର୍ଯ୍ୟନ୍ତ ପରସ୍ପରକୁ ୮ଥର ଭେଟିଛନ୍ତି। ଏଥିରେ ଇଂଲଣ୍ଡ ୪ ଓ ଭାରତ ୩ଟି ମ୍ୟାଚ୍‌‌ରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌‌ ଟାଇ ବା ଡ୍ର ରହିଥିଲା। ମୋଟାମୋଟି ଉପରେ ପ୍ରଶଂସକମାନେ ରବିବାର ଏକ ସଂଘର୍ଷପୂର୍ଣ୍ଣ ତଥା ରୋମାଞ୍ଚକ ମ୍ୟାଚ୍‌‌ ଦେଖିବେ।

ଭାରତ: ରୋହିତ୍‌‌ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌‌, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାଦ୍ଦୁଳ ଠାକୁର, ଲୋକେଶ ରାହୁଲ, ଇଶାନ କିଶାନ, ଯଶପ୍ରୀତ୍‌‌ ବୁମ୍‌‌ରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।

ଇଂଲଣ୍ଡ: ଜୋଶ ବଟଲର୍‌‌ (ଅଧିନାୟକ), ହ୍ୟାରୀ ବ୍ରୁକ୍‌‌, ଲିଆମ ଲିଭିଂଷ୍ଟୋନ, ଡାୱିଡ୍‌‌ ମଲାନ, ଜୋ ରୁଟ୍‌‌, ମୋଇନ ଅଲ୍ଲୀ, ବେନ୍‌‌ ଷ୍ଟୋକ୍ସ, ସାମ୍‌‌ କୁରାନ, ଡେଭିଡ୍‌‌ ୱିଲୀ, କ୍ରିସ୍‌‌ ୱକ୍ସ, ଜନ୍ନୀ ବେୟାରଷ୍ଟୋ, ଗସ୍‌‌ ଆଟକିନସନ, ଆଦିଲ ରଶିଦ, ରିସି ଟୋପଲେ ଓ ମାର୍କ ଉଡ୍‌‌।

ଆଇସିସି ବିଶ୍ବକପ: ଲଢେଇ କରି ଶେଷ ଓଭରରେ ହାରିଲା ନ୍ୟୁଜିଲାଣ୍ଡ, ୫ ରନରେ ଜିତିଲା ଅଷ୍ଟ୍ରେଲିଆ
ଧର୍ମଶାଳା: ଆଇସିସି କ୍ରିକେଟ ବିଶ୍ୱକପରେ ଆଜି ଧର୍ମଶାଳାଠାରେ ମୁହାଁମୁହିଁ ହୋଇଥିଲେ ଦୁଇ ପାୱାରଫୁଲ ଟିମ୍ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ । ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ରନରେ ହରାଇଛି ଅଷ୍ଟ୍ରେଲିଆ ଦଳ । ଶେଷ ଓଭରରେ ନାଟକୀୟ ବିଜୟଲାଭ କରିଛି ଅଷ୍ଟ୍ରେଲିଆ । ଶେଷ ଓଭର ପର୍ଯ୍ୟନ୍ତ ଲଢେଇ କରି ବି ନ୍ୟୁଜିଲାଣ୍ଡ ଟିମ ଅଷ୍ଟ୍ରେଲିଆକୁ ହରେଇବାରେ ସକ୍ଷମ ହୋଇପାରି ନ ଥିଲା । ଅଷ୍ଟ୍ରେଲିଆ ଦେଇଥିବା ୩୮୯ ରନର ଟାର୍ଗେଟକୁ ପିଛା କରି ୩୮୩ ରନ କରିବାକୁ ସକ୍ଷମ ହୋଇଥିଲା ନ୍ୟୁଜିଲାଣ୍ଡ ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବ୍ୟାଟିଂ ପାଇ ଅଷ୍ଟ୍ରେଲିଆର ଓପନର ଆରମ୍ଭରୁ ନ୍ୟୁଜିଲାଣ୍ଡ ବୋଲରଙ୍କ ଜୋରଦାର ପ୍ରହାର କରିଥିଲେ । ଫଳରେ ୩୮୮ ରନର ବିଶାଳ ସ୍କୋର ଛିଡ଼ା କରିଥିଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭିସ ହେଡ୍ ଶତକ (୧୦୯ରନ) କରିଥିବାବେଳେ ଡେଭିଡ୍ ଓ୍ବାର୍ଣ୍ଣର ୮୧ ରନ କରିଥିଲେ । ସେହିପରି ଗ୍ଲେନ ମାକ୍ସଓ୍ବେଲ ୪୧ ରନ, ଜୋସ ଇଙ୍ଗଲିସ୍ ୩୮ରନ ଓ ପ୍ୟାଟ କମିନ୍ସ ୩୭ ରନ କରିଥିଲେ ।

୩୮୯ ରନର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ପାଇଁ ଡେଭନ କନୱେ ଓ ୱିଲ ୟଙ୍ଗ ବିସ୍ଫୋରକ ଆରମ୍ଭ କରିଥିଲେ। ମାତ୍ର ଗୋଟିଏପଟେ ୱିକେଟ ଯାଉଥିବା ବେଳେ ରଚିନ ରବୀନ୍ଦ୍ର ଦଳକୁ ସମ୍ଭାଳିଥିଲେ । ରବୀନ୍ଦ୍ର ୮୯ ବଲରେ ୧୧୬ ରନର ଇନିଂସ ଖେଳି ଦଳକୁ ବିଜୟ ଆଶା ଦେଖାଇଥିଲେ । ରଚିନ ଆଉଟ ହେବା ପରେ ଜେମ୍ସ ନିସାମ ଶେଷ ବେଳକୁ ୫୮ ରନ କରି ବିଜୟ ପାଇଁ ଆଶାର ସଂଚାର କରିଥିଲେ । ମାତ୍ର ନୀଶମ ଆଉଟ ହେବା ସହ ନ୍ୟୁଜିଲାଣ୍ଡର ପରାଜୟ ନିଶ୍ଚିତ ହୋଇ ଯାଇଥିଲେ। ନ୍ୟୁଜିଲ୍ୟାଣ୍ତ ଶେଷ ଯାଏ ଲଢ଼େଇ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୩ କରିବାକୁ ସକ୍ଷମ ହୋଇଛି। ଶେଷ ଓଭରରେ ଅଷ୍ଟ୍ରେଲିଆ ୫ ରନରେ ମ୍ୟାଚ୍‌କୁ ଜିତି ନେଇଥିଲା।

ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆକୁ ଝଟକା; ଆହତ ସମସ୍ୟା ଯୋଗୁଁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଖେଳି ନ ପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ : ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଚଳିତ ବିଶ୍ବକପ୍‌ରେ ଦମ୍‌ଦାର ଫର୍ମରେ ଥିବା ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବା ହେତୁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବେନି। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆଣ୍ଠୁରେ ଲାଗିଥିବା ଆଘାତ ଅଧିକ ଗମ୍ଭୀର ହେବାରେ ଲାଗିଛି। ଯେଉଁଥିପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ବାଂଲାଦେଶ ବିପକ୍ଷ ମ୍ୟାଚ୍ ସମୟରେ ହାର୍ଦ୍ଦିକଙ୍କ ଗୋଡ଼ ମୋଡ଼ି ହୋଇଯିବାରୁ ଅଧା ମ୍ୟାଚରୁ ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଥିଲା। ଏବେ ବି ହାର୍ଦ୍ଦିକ ସୁସ୍ଥ ହୋଇନଥିବାରୁ ଆହୁରି କିଛି ମ୍ୟାଚ ଖେଳିବେ ନାହିଁ ବୋଲି କୁହାଯାଉଛି ।

ତେବେ ପାଣ୍ଡ୍ୟାଙ୍କ ବଦଳରେ କାହାକୁ ଟିମରେ ସାମିଲ କରାଯିବ ତାକୁ ନେଇ ଚିନ୍ତାରେ ଟିମ ଇଣ୍ଡିଆ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକଙ୍କ ବଦଳରେ ଟିମରେ ଦୁଇଟି ପରିବର୍ତନ କରାଯାଇଥିଲା । ମହମ୍ମଦ ସାମି ଏବଂ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରାଯାଇଥିଲା । ସାମି ଭଲ ବୋଲିଂ କରି ୫ ଟି ୱିକେଟ ମଧ୍ୟ ନେଇଥିଲେ । କିନ୍ତୁ ଲକ୍ଷ୍ନୌ ପିଚ ସ୍ଲୋ ବୋଲରଙ୍କୁ ସୁହାଉଥିବାରୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କୁ ଟିମରେ ସାମିଲ କରାଯାଇନପାରେ । ସାମିଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ୱୀନୀଙ୍କୁ ଟିମରେ ସାମିଲ କରାଯାଇପାରେ ।

ବିଶ୍ୱକପ୍‌ ଅଭିଯାନ ପୂର୍ବରୁ ଭାରତକୁ ଝଟକା, ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲଙ୍କୁ ଡେଙ୍ଗୁ; ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳିବା ନେଇ ଆଶଙ୍କା
ଚେନ୍ନାଇ: ବିଶ୍ୱକପ୍‌ ଅଭିଯାନ ଆରମ୍ଭ ହେଉ ହେଉ ଭାରତକୁ ଝଟକା । ଟିମ୍ ଇଣ୍ଡିଆର ୟଙ୍ଗଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ ଡେଙ୍ଗୁ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ବିସିସିଆଇର ମେଡିକାଲ ଟିମ୍ ତତ୍ତ୍ଵାବଧାନରେ ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି । ବିଶ୍ୱକପରେ ଭାରତ ନିଜ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ପ୍ରଥମ ମ୍ୟାଚ୍ ପୂର୍ବରୁ ଦଳ ପାଇଁ ଆସିଛି ଏପରି ଚିନ୍ତାଜନକ ଖବର । ଡେଙ୍ଗୁ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଗିଲ୍ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି । ତେବେ ଗିଲଙ୍କ ସ୍ବାସ୍ଥ୍ୟ ଉପରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ନଜର ରଖିଛି । ଶୁକ୍ରବାର ତାଙ୍କର ଆଉ ଏକ ଟେଷ୍ଟ ହେବ । ଏହାପରେ ହିଁ ଅଷ୍ଟ୍ରେଲିଆ ମ୍ୟାଚ୍ ପାଇଁ ସେ ଉପଲବ୍ଧ ହେବେ ନା ନାହିଁ ଜଣାପଡ଼ିବ ।

ଆସନ୍ତା ୮ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ଯଦି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶୁଭମାନ ଗିଲ ସୁସ୍ଥ ନ‌ ହୁଅନ୍ତି, ତେବେ ଭାରତୀୟ ଦଳ ଅନ୍ୟ ବିକଳ୍ପ ଦେଖିବ। ଅଧିନାୟକ ରୋହିତ ଶର୍ମାଙ୍କ ସହ ଇଶାନ କିଶନ ନା କେଏଲ୍ ରାହୁଲ ଇନିଂସ ଓପନ୍ କରିବେ ତାହା ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ। ଚୂଡ଼ାନ୍ତ ଏକାଦଶରୁ ଗିଲ୍ ଯଦି ବାଦ୍ ପଡନ୍ତି ତେବେ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ବଡ଼ ଝଟକା ହେବ । ଏସିଆ କପ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଦମଦାର ଫର୍ମରେ ନଜର ଆସିଥିଲେ ଶୁବମନ୍ । ବ୍ୟାକ୍ ଟୁ ବ୍ୟାକ୍ ସେଂଚୁରୀ ମାରିଥିଲେ ଏହି ଷ୍ଟାର ବ୍ୟାଟର ।

କ୍ରିକେଟ ବିଶ୍ୱକପ-୨୦୨୩: ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ନ୍ୟୁଜିଲାଣ୍ଡ
ଅହମ୍ମଦାବାଦ: ବିଶ୍ଵକପ୍ ୨୦୨୩ର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡର ଦମଦାର ବିଜୟ । ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ନ୍ୟୁଜିଲାଣ୍ଡ । ଡେଭନ କନଓ୍ଵେ ଓ ରଚିନ ରବୀନ୍ଦ୍ରଙ୍କ ବିସ୍ଫୋରକ ଶତକୀୟ ବ୍ୟାଟିଂ ବଳରେ କିଓ୍ଵି ଦଳ ଇଂଲଣ୍ଡକୁ ୯ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ୨୦୧୯ ବିଶ୍ବକପ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୮୨ ରନର ଟାର୍ଗେଟ ଦେଇଥିଲା ନ୍ୟୁଜିଲାଣ୍ଡକୁ। ଏହାର ଜବାବରେ ନ୍ୟୁଜିଲାଣ୍ଡ ଡେଭନ କନଓ୍ଵେଙ୍କ ଅପରାଜିତ ୧୫୨ ଓ ରଚିନ ରବୀନ୍ଦ୍ରଙ୍କ ୧୨୩ ରନ ବଳରେ ୩୬.୨ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ଏକତରଫା ବିଜୟ ହାସଲ କରିଛି କିଓ୍ବି ଟିମ୍‌ । ଅପରାଜିତ ୧୨୩ ରନ ସହ ବୋଲିଂରେ ଗୋଟିଏ ୱିକେଟ ନେଇଥିବା ରବୀନ୍ଦ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି।

ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ଡାଓ୍ବିଡ୍ ମଲାନ ଓ ଜନି ବେୟାରଷ୍ଟୋ ୪୦ ରନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଜୋ ରୁଟ ସର୍ବାଧିକ ୭୭ ରନ, ଅଧିନାୟକ ଜୋଶ ବଟଲର ୪୩ ଓ ଜନ୍ନି ବେୟାରଷ୍ଟୋ ୩୩ ରନର ଇନିଂସ ବଳରେ ୯ ୱିକେଟ ହରାଇ ୨୮୨ ରନ କରିଥିଲା।

ନ୍ୟୁଜିଲ୍ୟାଣ୍ତ ପାଇଁ ମ୍ୟାଟ ହେନରୀ ସର୍ବାଧିକ ୩ଟି ୱିକେଟ ନେଇଥିବେ ବେଳେ ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର ୨ଟି ଲେଖାଏ, ଟ୍ରେଣ୍ଟ ବୋଲ୍ଡ ଓ ରଚିନ ରବୀନ୍ଦ୍ରଙ୍କୁ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

ଆଜିଠାରୁ କ୍ରିକେଟ ବିଶ୍ୱକପ୍‌‌: ଅଂଶଗ୍ରହଣ କରିବେ ୧୦ ଦଳ, ୮ରେ ଅଷ୍ଟ୍ରେଲିଆ ବିପକ୍ଷରୁ ଭାରତର ଅଭିଯାନ
ଅହମ୍ମଦାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ରିକେଟ ବିଶ୍ୱକପ୍‌‌ର ତ୍ରୟୋଦଶ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମଥର ପାଇଁ ବିଶ୍ୱକପ୍‌‌ କେବଳ ଭାରତରେ ଆୟୋଜନ ହେବ। ତେଣୁ ବିଶ୍ୱକପ୍‌‌ର ସଫଳ ଆୟୋଜନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସବୁ ପ୍ରକାର ପ୍ରସ୍ତୁତିପର୍ବ ଶେଷ କରିଛି। ୫ରୁ ଆରମ୍ଭ ହୋଇ ବିଶ୍ୱକପ୍‌‌ ଏଥର ନଭେମ୍ବର ୧୯ ତାରିଖରେ ଶେଷ ହେବ। ୪୬ ଦିନ ଧରି ଚାଲିବାକୁ ଥିବା କ୍ରିକେଟର ଏହି ସର୍ବବୃହତ ମହାକୂମ୍ଭରେ ବିଶ୍ୱର ଶ୍ରେଷ୍ଠ ୧୦ଟି ଦଳ ଅଂଶଗ୍ରହଣ କରିବେ। ୪୮ଟି ମ୍ୟାଚ୍‌‌ ଖେଳାଯିବା ପରେ କେଉଁ ଦଳ ଚାମ୍ପିଅନ ହେବା ତାହା ସ୍ପଷ୍ଟ ହେବ। ସବୁ ୧୦ଟି ଦଳ ଭାରତରେ ପୂର୍ବରୁ ପହଞ୍ଚି କେତୋଟି ଅଭ୍ୟାସ ମ୍ୟାଚ ଖେଳି ପ୍ରସ୍ତୁତି ଜୋରଦାର କରିଛନ୍ତି। ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ କୁହାଯାଉଥିବା ବିସିସିଆଇ ଏହି ବିଶ୍ୱକପ୍‌‌କୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି। ବିଶ୍ୱକପ୍‌‌ର ସଫଳ ଆୟୋଜନ କରି ବିସିସିଆଇ ଉଦାହରଣ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି।

୮ରେ ଅଷ୍ଟ୍ରେଲିଆ ବିପକ୍ଷରୁ ଭାରତର ଅଭିଯାନ

ରାଉଣ୍ଡ ରବିନ ଓ ନକ୍‌‌ଆଉଟ୍‌‌ ଭିତ୍ତିରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଗତ ସଂସ୍କରଣର ଦୁଇ ଫାଇନାଲିଷ୍ଟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଗୁରୁବାର ଉଦ୍‌‌ଘାଟନୀ ମ୍ୟାଚ୍‌‌ରେ ପରସ୍ପରକୁ ଭେଟିବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌‌ ଖେଳାଯିବ। ଆୟୋଜକ ଭାରତ ୮ ତାରିଖରେ ଚେନ୍ନାଇର ଏମ୍‌‌ଏ ଚିଦାମ୍ବରମ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌‌ ଖେଳି ଅଭିଯାନ ଆରମ୍ଭ କରିବ। ସେହିପରି ଆସନ୍ତା ୧୪ରେ ଅହମ୍ମଦାବାଦରେ ଭାରତ ଓ ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ହାଇଭୋଲ୍‌‌ଟେଜ୍‌‌ ମ୍ୟାଚ୍‌‌ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଘରୋଇ ପରିବେଶରୁ ଫାଇଦା ଉଠାଇ ତୃତୀୟଥର ପାଇଁ ଚାମ୍ପିଅନ ହେବାକୁ ପ୍ରୟାସ କରିବ।

ଅଂଶଗ୍ରହଣ କରିବେ ୧୦ ଦଳ

ଏହି ବିଶ୍ୱକପ୍‌‌ରେ ଭାରତ ସମେତ ୧୦ଟି ଦଳ ଅଂଶଗ୍ରହଣ କରିବେ। ଆୟୋଜକ ଦେଶକୁ ବାଦ୍‌‌ ଦେଲେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଟାଇଟଲ ପାଇଁ ଅବତୀର୍ଣ୍ଣ ହେବେ।

୧୦ଟି ଷ୍ଟାଡିୟମରେ ମ୍ୟାଚ୍‌‌ ଖେଳାଯିବ

ଭାରତର ଦଶଟି ସହରର ୧୦ଟି ଷ୍ଟାଡିୟମରେ ମ୍ୟାଚ୍‌‌ଗୁଡିକ ଖେଳାଯିବ। ଫାଇନାଲ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ସେହିପରି ପ୍ରଥମ ଓ ଦ୍ୱିତୀୟ ସେମିଫାଇନାଲ ଯଥାକ୍ରମେ ମୁମ୍ବଇର ୱାଙ୍ଖଡେ ଓ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ଏହି ୩ ଷ୍ଟାଡିୟମକୁ ବାଦ୍‌‌ ଦେଲେ ବେଙ୍ଗାଲୁରୁର ଏମ୍‌‌ ଚିନ୍ନାସ୍ୱାମୀ, ଚେନ୍ନାଇ ଏମ୍‌‌ଏ ଚିଦାମ୍ବରମ, ଦିଲ୍ଲୀର ଅରୁଣ ଜେଟ୍‌‌ଲୀ, ଧର୍ମଶାଳାର ଏଚ୍‌‌ପିସିଏ, ହାଇଦରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ, ଲକ୍ଷ୍ନୌର ଏକନା, ପୁଣେର ମହରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ମ୍ୟାଚ୍‌‌ଗୁଡିକ ଖେଳାଯିବ।

ଭାରତ ଏକକ ଆୟୋଜକ

ଭାରତ ପ୍ରଥମଥର ପାଇଁ ଏକକ ଭାବେ ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ଅବଶ୍ୟ ପୂର୍ବରୁ ଅନ୍ୟ ଦେଶଗୁଡିକ ସହ ଭାରତ ୩ଥର ମିଳିତ ଭାବେ ବିଶ୍ୱକପ ଆୟୋଜନ କରିଥିଲା। ୧୯୮୭, ୧୯୯୬ ଓ ୨୦୧୧ରେ ଭାରତ ତାଙ୍କ ପଡୋଶୀ ଦେଶଗୁଡିକ ସହ ମିଳିତ ଭାବେ ବିଶ୍ୱକପ ସଫଳତାର ସହ ଆୟୋଜନ କରିଥିଲା।

ତୃତୀୟ ଟାଇଟଲ ଲକ୍ଷ୍ୟରେ ଭାରତ

ଭାରତ ୨୦୧୧ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଘରୋଇ ପରିବେଶରେ ଟାଇଟଲ ହାସଲ କରି ଦ୍ୱିତୀୟଥର ପାଇଁ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା। ପୂର୍ବରୁ ୧୯୮୩ରେ କପିଳଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ପାଇଁ ବାଜି ମାରିଥିଲା। ରୋହିତଙ୍କ ନେତୃତ୍ୱରେ ଭାରତ ଏଥର ତୃତୀୟଥର ପାଇଁ ଚାମ୍ପିଅନ ହେବା ଲକ୍ଷ୍ୟରେ ରହିଛି। ସୁପରଷ୍ଟାର ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା କ୍ୟାରିୟରର ଅନ୍ତିମ ବିଶ୍ୱକପ୍‌‌ ଖେଳିବେ ବୋଲି ଚର୍ଚ୍ଚା ହେଉଛି। ତେଣୁ ଏହି ଦୁଇ ବ୍ୟାଟର ସମସ୍ତଙ୍କ ନଜରରେ ରହିଛନ୍ତି। ସେହିପରି ଭବିଷ୍ୟତର ସୁପରଷ୍ଟାର କୁହାଯାଉଥିବା ଯୁବ ବ୍ୟାଟର ଶୁବମାନ ଗିଲ ମଧ୍ୟ ସମସ୍ତଙ୍କ ନଜରରେ ରହିଛନ୍ତି।

ହାଇସ୍କୋରିଂ ହେବ ବିଶ୍ୱକପ୍‌‌

ଏହି ବିଶ୍ୱକପ୍‌‌ ହାଇସ୍କୋରିଂ ହେବ ବୋଲି ଅନୁମାନ କରାଯାଉଛି। ପ୍ରାୟ ସବୁ ମ୍ୟାଚ୍‌‌ରେ ଛକା ଓ ଚୌକା ବର୍ଷାରେ ଦର୍ଶକମାନେ ମନୋରଞ୍ଜନର ଭରପୁର ଖୋରାକ ପାଇବେ। ଉପମହାଦେଶୀୟ ପିଚ୍‌‌ ଅବଶ୍ୟ ସ୍ପିନରଙ୍କୁ ସୁହାଇବ। ଦ୍ରୁତ ବୋଲରମାନେ ପରୀକ୍ଷାର ସମ୍ମୁଖୀନ ହେବେ। ଧର୍ମଶାଳା ଭଳି କେତୋଟି ପିଚ୍‌‌କୁ ବାଦ୍‌‌ ଦେଲେ ସବୁମ୍ୟାଚ୍‌‌ରେ ବ୍ୟାଟରଙ୍କ କମାଲ ଦେଖିବାକୁ ମିଳିବ। ତେଣୁ ବ୍ୟାଟିଂରେ ଏଥର କେତୋଟି ବିଶ୍ୱରେକର୍ଡ ସୃଷ୍ଟି ହେବା ନିଶ୍ଚିତ ମନେ ହେଉଛି।