BJD Spokesperson Ipsita Sahoo - The Sakala

ବିଜୟଙ୍କ ମିଛୁଆ ଚରିତ୍ରକୁ ବୁଝିଗଲେଣି ଗଜପତିବାସୀ: ବିଜେଡି
ଭୁବନେଶ୍ୱର: ଗଜପତି ଜିଲ୍ଲାରେ ସଡକ ଦୁର୍ଘଟଣା ନେଇ ବିଜୟ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ଯେଉଁ ତଥ୍ୟ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଡାହା ମିଛ। ତାଙ୍କର ଏଭଳି ମିଛୁଆ ଚରିତ୍ର ସଂକ୍ରାନ୍ତରେ ଗଜପତିବାସୀ ଧିରେ ଧିରେ ଜାଣିଗଲେଣି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ଶ୍ରୀମତୀ ସାହୁ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଗଜପତି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ମର୍ମାହତ। ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

ଏଭଳି ସମୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ନୂଆ ନୂଆ ନେତା ହୋଇଥିବା ବିଜୟ ପଟ୍ଟନାୟକଙ୍କର ମନ୍ତବ୍ୟ ମତେ ଆଶ୍ଚର୍ଯ୍ୟ କରିଛି। ଭୁବନେଶ୍ୱରରେ ବସି ସତ କଥା ନଜାଣି ମିଡିଆ ସାମ୍ନାରେ ଡାହାମିଛ କହିବାରେ ବୋଧେ ସେ ପିଏଚଡି କରିସାରିଲେଣି। ହଜାର ହଜାର ସଂଖ୍ୟାରେ ଗଜପତିବାସୀ ଦେଖିଛନ୍ତି ୫-ଟି ଅଧ୍ୟକ୍ଷ ଗଜପତିକୁ ହେଲିକପ୍ଟରରେ ଆସିଥିଲେ, ଆଉ ୨ଟା ୧୫ରେ ହେଲିକପ୍ଟରରେ ଭୁବନେଶ୍ୱର ଫେରିଥିଲେ। ଦୁର୍ଘଟଣା ପ୍ରାୟ ୨ଟା ୪୫ରେ ଘଟିଛି।

ବିଜୟ ପଟ୍ଟନାୟକ ଯେଉଁ ଦୁର୍ଘଟଣାର ଅବତାରଣା କରିଛନ୍ତି ତାହା ଏକ ସୁରକ୍ଷାକର୍ମୀଙ୍କ ଗାଡି ଦ୍ୱାରା ହୋଇଛି। ଯାହା ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା। ହେଲେ ଏହାକୁ ନେଇ ଆପଣଙ୍କ ଭଳି ଲୋକ ଯେଉଁ ବୟାନ ଦେଇଛନ୍ତି, ଲଜ୍ଜା ଲାଗିବା କଥା। ଗଜପତିବାସୀ ଧୀରେ ଧୀରେ ଆପଣଙ୍କ ଅସଲ ଚରିତ୍ର ଓ ଦୋଗଲା ଆଭିମୁଖ୍ୟକୁ ଜାଣିଗଲେଣି।

ଜୟନାରାୟଣଙ୍କ ପାଗଳାମୀ ରାଜ୍ୟ ବିଜେପିକୁ ବୁଡାଇବ: ବିଜେଡି
ଭୁବନେଶ୍ୱର: ଧନ୍ୟବାଦ ଜୟ ନାରାୟଣ ବାବୁ, ଆପଣ ଯେଉଁଭଳି ପାଗଳର ପ୍ରଳାପ କରୁଛନ୍ତି ଲାଗୁଛି ଆଗାମୀ ନିର୍ବାଚନରେ ଆଉ ବିଜେଡିକୁ ପ୍ରଚାର କରିବା ଦରକାର ପଡିବ ନାହିଁ । ଆପଣଙ୍କର ଏଭଳି ପାଗଳାମୀ ରାଜ୍ୟ ବିଜେପିକୁ ଧ୍ୱଂସ କରିଦେବାକୁ ଯଥେଷ୍ଟ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ସାହୁ କହିଛନ୍ତି ଯେ ଶୁଣିବାକୁ ମିଳିଲା କୋଲକାତାରେ ଚିକିତ୍ସିତ ହେଉଥିବା ହସ୍ପିଟାଲରୁ ଆପଣ ଅଧାରୁ ଚାଲିଆସିଛନ୍ତି । ସେଠାରେ ପାଗଳାମୀ ଦୂର କରିବାକୁ ଇଲେକ୍ଟ୍ରିକ ସକ୍‌ ଟ୍ରିଟମେଣ୍ଟ ଆରମ୍ଭ କରାଯିବା ଶୁଣି ଛାନିଆ ହୋଇ ଚାଲିଆସିଲେ ।

ଯେହେତୁ ଆପଣ ସଂପୂର୍ଣ୍ଣ ଆରୋଗ୍ୟ ହୋଇନାହାନ୍ତି, ତେଣୁ ପାଗଳର ପ୍ରଳାପ ଜାରି ରଖିଛନ୍ତି । ଜୟନାରାୟଣ ବାବୁ, ନା ଆପଣ ରାଜ୍ୟ ବିଜେପି ସଭାପତିଙ୍କ କଥା ଶୁଣୁଛନ୍ତି, ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାକୁ ଗୁରୁତ୍ୱ ଦେଉଛନ୍ତି । ଯଦି ଆଗାମୀ ୬ ମାସ ଏଭଳି ଆପଣ ବାଚାଳାମୀ ଜାରି ରଖନ୍ତି ତେବେ ରାଜ୍ୟ ବିଜେପିର ଆସନ ସଂଖ୍ୟା ବିଧାନସଭାରେ ୨୨ ରୁ ୨କୁ ଖସିଆସିବାଟା ଏକ ପ୍ରକାର ନିଶ୍ଚିତ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।