bbbsr - The Sakala

ଜେଲ୍‌ ଯିବା ମୋ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା: ଅର୍ଚ୍ଚନା ନାଗ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲା । ୧୪ ମାସ ପରେ ଭୁବନେଶ୍ବର ଝାରପଡ଼ା ଜେଲ୍‌ ରୁ ମୁକୁଳିଛନ୍ତି ଅର୍ଚ୍ଚନା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତ ମୂଳକ ଜାମିନ । ଅର୍ଚ୍ଚନା ଆଇନ ବିଭାଗର ଛାତ୍ରୀ ଅଟନ୍ତି। ଆଜି ତାଙ୍କର ଆଇନ ପରୀକ୍ଷା ଥିଲା।  ତେବେ ଜେଲରୁ ବାହାରିବା ପରେ କୋର୍ଟଙ୍କ ଦ୍ବାରସ୍ଥ ହେବି ବୋଲି କହିଛନ୍ତି ଅର୍ଚ୍ଚନା । ପୂର୍ବରୁ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଥିଲା ଜାମିନ । ଇଡି ଓ କମିଶନରେଟ ପୁଲିସ ଉଭୟଙ୍କ ବିରୋଧରେ କେସ କରିଥିଲା ।

ପରୀକ୍ଷା ଦେଇ ବାହାରିବା ପରେ  ଅର୍ଚ୍ଚନା କହିଥିଲେ ଯେ, ମୁଁ ସବୁ ସାମ୍ନା କରିବି, ମୁଣ୍ଡ ନୁଆଁଇବା ପିଲା ମୁଁ ନୁହେଁ । ଜେଲ୍‌ ଯିବା ମୋ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା । ଅନେକ ଶିଖିଲି ବୋଲି ଅର୍ଚ୍ଚନା କହିଛନ୍ତି। ଆଇନ ଉପରେ ମୋର ଭରସା ଅଛି, ନିଶ୍ଚିତ ଭାବେ ନ୍ୟାୟ ମିଳିବ ବୋଲି ଅର୍ଚ୍ଚନା କହିଛନ୍ତି।

ସୂଚନାଯୋଗ୍ୟ ଯେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା । ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି । ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଥିଲା ଇଡି।

ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅତ୍ୟାଧୁନିକ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାରର ଉଦଘାଟନ
ଭୁବନେଶ୍ଵର: ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ନୂଆ ଅତ୍ୟାଧୁନିକ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାରର ଉଦଘାଟନ ହୋଇଛ। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର ଏହାର ଉଦଘାଟନ କରିଛନ୍ତି। ଜିରୋ ଭିଜିବିଲିଟିରେ ବିମାନ ଅବତରଣ କରିବାର କ୍ଷମତା ରଖିଛି ଅତ୍ୟାଧୁନିକ ଏଟିସି । ଭୁବନେଶ୍ଵର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଥିବା ବେଳେ ପୂର୍ବରୁ ପୁରୁଣା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଜରିଆରେ କାମ ଚାଲିଥିଲା। ମାସକ ପୂର୍ବରୁ ଉଭୟ ପୁରୁଣା ଓ ନୂଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର କାର୍ଯ୍ୟ କରୁଥିଲା।

ଆଜି ସମ୍ପୂର୍ଣ୍ଣ ଭାବେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସର୍ଭିସ କମ୍ପ୍ଲେକ୍ସର ଉଦଘାଟନ ହୋଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଓ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡର ମିଳିତ ଉଦ୍ୟମରେ ଏହାର ନିର୍ମାଣ କରାଯାଇଛି। ଏହି ଟାୱାରରେ ଟ୍ରାଫିକ କଣ୍ଟ୍ରୋଲ, ଟ୍ରାଫିକ ମ୍ୟାନେଜମେଣ୍ଟ ଓ ଏରିଆ କଣ୍ଟ୍ରୋଲ ବ୍ୟବସ୍ଥା ଗୁଡିକୁ ବ୍ୟାପକ କରାଯାଇ ପାରିବ। ପ୍ରଥମକରି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏଭଳି ଅତ୍ୟାଧୁନିକ ଡିଜିଟାଲ ଟାୱାର ନିର୍ମାଣ କରାଯାଇଛି।

ଲୋକଙ୍କ ଆହାର ମୁହଁରେ କେନ୍ଦ୍ରର ପାହାର: ଛଅ ମାସ ହେଲା ଗହମ ଯୋଗାଣ ବନ୍ଦ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ୩ ଲକ୍ଷ ଖାଉଟି ହନ୍ତସନ୍ତ
ଭୁବନେଶ୍ୱର: ଗତ ଏପ୍ରିଲ୍‌‌ ମାସରୁ କେନ୍ଦ୍ର ସରକାର ସାଧାରଣ ଖାଉଟି ସାମଗ୍ରୀ ବଣ୍ଟନ(ପିଡିଏସ୍‌‌)ରେ ଗହମ ବିତରଣ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଗହମ ବଦଳରେ ଉପଭୋକ୍ତାଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି। ଫଳରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ୩ ଲକ୍ଷ ଖାଉଟି ହନ୍ତସନ୍ତ ହେଉଛନ୍ତି। ସାଧାରଣ ଖାଉଟି ଅଧିକ ଅର୍ଥ ଦେଇ ବିଭିନ୍ନ ଗହମ ଜାତ ଦ୍ରବ୍ୟ କିଣୁଛନ୍ତି। ତେଲ, ଡାଲି, ପରିବା ଆଦି ସବୁଥିରେ ମହଙ୍ଗା ମାଡ଼ ସହୁଥିବା ମଧ୍ୟବିତ୍ତ ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନେ ସରକାରଙ୍କର ଏଭଳି ଆଭିମୁଖ୍ୟ ପାଇଁ ଦହଗଞ୍ଜ ହେଉଛନ୍ତି।

ଭୁବନେଶ୍ୱର ବିଏମ୍‌‌ସି ଅଞ୍ଚଳରେ ମାସିକ ୬୬୯୮.୪୨କ୍ୱିଣ୍ଟାଲ୍‌‌ ଗହମ ଖାଉଟି କାର୍ଡ ମାଧ୍ୟମରେ ବିତରଣ କରାଯାଉଥିଲା। ଏଥିରେ ୯୪୪୮୧ କାର୍ଡରେ ୩ଲକ୍ଷ ୨୧ହଜାର ୧୪୩ ଜଣ ହତାଧିକାରୀ ଉପକୃତ ହେଉଥିଲେ। ଏହି ହିତାଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ଅନେକ ବୟସ୍କ ବ୍ୟକ୍ତି, ଯେଉଁମାନେ ମଧୁମେହ ରୋଗରେ ପୀଡ଼ିତ। ସେମାନେ ଭାତ ପରିବର୍ତ୍ତେ ଖାଇବାରେ ଅଟାର ବ୍ୟବହାର ଅଧିକ କରନ୍ତି। ହେଲେ ଏହି ରୋଗୀଣା ଲୋକମାନଙ୍କ ପାଇଁ ଅଟା କିଣି ଖାଇବା କଷ୍ଟସାଧ୍ୟ ହୋଇପଡ଼ିଛି। ଗତ ବର୍ଷେ ଭିତରେ ଅଟା ଦର ମଧ୍ୟ କ୍ୱିଣ୍ଟାଲ୍‌‌ ପିଛା ୮ଶହ ଟଙ୍କା ବୃଦ୍ଧି ପାଇଛି। ଖୋଲା ବଜାରରେ ଅଟା କିଲୋ ୪୦ ଟଙ୍କା ଅତିକ୍ରମ କରିଛି। ପ୍ୟାକେଟ ଅଟା କିଲୋ ପିଛା ୫୦ ଟଙ୍କା ଉପରେ। ସାଧାରଣ ଉପଭୋକ୍ତାଙ୍କ ପାଇଁ ଏହା ଅତ୍ୟନ୍ତ ଅସହ୍ୟ ହୋଇଛି।

ପ୍ରଥମେ ଋଷ-ୟୁକ୍ରେନ୍‌‌ ଯୁଦ୍ଧ ଆରମ୍ଭରୁ ସରକାର ଯୁଦ୍ଧର ଆଳ ଦେଖାଇ ପ୍ରଥମେ କିଛି ଦିନ ଗହମ ଯୋଗାଣରେ ଅନିୟମିତତା ଆରମ୍ଭ କରିଦେଲେ। ତା’ ପରେ ଗତ ୬ମାସ ହେଲା ପିଡିଏସ୍‌‌ କୋଟାରୁ ସମ୍ପୂର୍ଣ୍ଣ ଗହମକୁ ଗାଏବ କରି ଦେଇଛନ୍ତି। ଫଳରେ ଆର୍ଥିକ ଅନଗ୍ରସର ତଥା ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନେ ଗହମ ଜାତ ଦ୍ରବ୍ୟ ତଥା ମହଙ୍ଗାଦରରେ ଅଟା କିଣବା ପରିବାର ଆର୍ଥିକ ମେରୁଦଣ୍ଡ ଉପରେ ଶକ୍ତ ପ୍ରଭାବ ପକାଉଛି। ଗୋଟେ ପଟେ ରୋଜଗାର କମ ଥିବାରୁ ଆର୍ଥିକ ଅନଗ୍ରସର ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇ ସରକାରଙ୍କଠାରୁ ଖାଉଟି ସାମଗ୍ରୀ ପାଉଥିବାବେଳେ ଅନ୍ୟପକ୍ଷରେ ସରକାରଙ୍କ ଏଭଳି ଆଭିମୁଖ୍ୟ ଯୋଗୁଁ ମହାଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି। ଅନ୍ୟପକ୍ଷରେ କର୍ପୋରେଟ୍‌‌ ସଂସ୍ଥାର ବ୍ୟବସାୟ ବୃଦ୍ଧି କରିବା ସହ ପରୋକ୍ଷରେ ବିଭିନ୍ନ ଘରୋଇ ସଂସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏଭଳି ମସୁଧା କରିଥିବା ବଜାର ବିଶେଷଜ୍ଞମାନେ ଅଭିଯୋଗ କରିଛନ୍ତି। କାରଣ ଭାରତ ଗହମ ଉତ୍ପାଦନରେ ଏକ ବଳକା ରାଜ୍ୟ। ଭାରତର ଏକାଧିକ ରାଜ୍ୟରେ ପ୍ରଚୁର ପରିମାଣର ଗହମ ଉତ୍ପାଦନ ହୋଇଥାଏ, ଯାହା ଭାରତବ୍ୟାପୀ ଯୋଗାଣ ହେବା ପରେ ମଧ୍ୟ ବିଦେଶକୁ ରପ୍ତାନୀ ହୋଇଥାଏ। ଏବେ ଗହମ ଯୋଗାଣ ବନ୍ଦ କରିବା ପାଇଁ ସେଭଳି କିଛି କାରଣ ନଥିବାବେଳେ କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ଲୋକଙ୍କୁ ଅକଳରେ ପକାଇଛି।

ଏ ସମ୍ପର୍କରେ ବିଶ୍ୱମ୍ବର ବେଉରିଆ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ ଘରେ ତାଙ୍କର ୫ପ୍ରାଣୀ କୁଟୁମ୍ବ। ସେ ଏକ ଘରୋଇ କମ୍ପାନୀରେ ଛୋଟ ଚାକିରିଟିଏ କରିଛନ୍ତି। ମାସିକ ୧୨ହଜାର ଟଙ୍କା ଦରମା ପାଉଛନ୍ତି। ସରକାରଙ୍କ ଆର୍ଥିକ ଦୁର୍ବଳ ମାନଦଣ୍ଡରେ ଅନ୍ତର୍ଭୁକ୍ତ ହୋଇ ସେ ପିଡିଏସ୍‌‌ ସାମଗ୍ରୀ ପାଉଥିଲେ। ଫଳରେ ଘରେ ଥିବା ତାଙ୍କ ରୋଗୀଣା ବୟସ୍କ ବାପା, ମା’ଙ୍କୁ ଔଷଧ ସହ ଖାଇବାକୁ ଦେଇ ପାରୁଥିଲେ। ହେଲେ ସରକାରଙ୍କ ଗହମ ବନ୍ଦ ହୋଇଯିବା ଫଳରେ ତାଙ୍କ ଉପରେ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। କାରଣ ତାଙ୍କ ସ୍ୱଳ୍ପ ଦରମାରେ ଖୋଲା ବଜାରରୁ ଅଟା କିଣି ଖାଇବା ପାଇଁ ତାଙ୍କ ପରିବାର ପକ୍ଷେ ସମ୍ଭବ ହେଉନାହିଁ। ବିଶ୍ୱମ୍ବର କେବଳ ଏକ ଉଦାହରଣ ମାତ୍ର, ରାଜଧାନୀ ସମେତ ରାଜ୍ୟରେ ଏମିତି ଏକାଧିକ ସାଧାରଣ ଲୋକ ଏବେ ହଇରାଣ ହରକତ ହେଉଥିଲେ ହେଁ କିଛି କରିବାକୁ ଯୁ’ ପାଉନାହାନ୍ତି।

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ
ଭୁବନେଶ୍ବର: ଭୁବନେଶ୍ବର ମେଞ୍ଚଶ୍ବର ଥାନା ଅନ୍ତର୍ଗତ ଜିଜିପି କଲୋନୀରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ।  ଆତ୍ମହତ୍ୟା ପୂର୍ବରୁ ଶେଷକଲ ଓ ମେସେଜକୁ ନେଇ ପୁଲିସ ଛାନଭିନ କରୁଛି। ମୃତ ଯୁବକ ଜଣଙ୍କ ନାଁ ସଚିତ୍ର ବାରିକ ହୋଇଥିବା ବେଳେ ତାଙ୍କ ଘର ବାଲିପାଟଣା ବୋଲି ଜଣାପଡ଼ିଛି।