TEACHER - The Sakala

ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ୭୮୬ ଅଧ୍ୟାପକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଉଦ୍ୟମ ଜାରି ରଖିଛନ୍ତି। ଶିକ୍ଷାର ମାନ ବୃଦ୍ଧି କରିବାକୁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି। ଏହି କ୍ରମରେ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଆଉ ୭୮୬ ଅଧ୍ୟାପକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍‌‌ଏସ୍‌‌ବି) ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ।

ଆଶାୟୀ ପ୍ରାର୍ଥୀମାନେ ଆସନ୍ତା ୨୦ତାରିଖରୁ ଏପ୍ରିଲ ୧୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସମୁଦାୟ ପଦବୀ ମଧ୍ୟରୁ ମାନବତତ୍ୱ ବିଭାଗରେ ୩୨ଟି, ରସାୟନ ବିଜ୍ଞାନରେ ୫୦ଟି, ବାଣିଜ୍ୟରେ ୪୬ଟି, ଅର୍ଥଶାସ୍ତ୍ରରେ ୫୬ଟି, ଶିକ୍ଷାରେ ୫୪ଟି, ଇଂରାଜୀରେ ୫୦ଟି, ଭୂଗୋଳରେ ୬ଟି, ହିନ୍ଦିରେ ୪ଟି ଓ ଇତିହାସରେ ୧୦୯ଟି ପଦବୀ ରହିଛି। ସେହିପରି ଗୃହ ବିଜ୍ଞାନରେ ୪ଟି, ଆଇଆର୍‌‌ପିଏମ୍‌‌ରେ ୧ଟି, ତର୍କ ଓ ଦର୍ଶନ ଶାସ୍ତ୍ରରେ ୩୨ଟି, ଗଣିତରେ ୩୩ଟି, ଓଡ଼ିଆରେ ୧୧୧ଟି, ପଦାର୍ଥ ବିଜ୍ଞାନରେ ୩୧ଟି, ରାଜନୀତି ବିଜ୍ଞାନରେ ୬୯ଟି, ମନୋବିଜ୍ଞାନରେ ୯ଟି, ସଂସ୍କୃତରେ ୪୧ଟି, ସମାଜ ବିଜ୍ଞାନରେ ୧୪ଟି, ତେଲୁଗୁରେ ୧ଟି ଏବଂ ପ୍ରାଣୀବିଜ୍ଞାନ ବିଭାଗରେ ୩୨ ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଏସ୍‌‌ଏସ୍‌‌ବି ୱେବସାଇଟ୍‌‌ www.ssbodisha.ac.inରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆବେଦନ କରିପାରିବେ।

ଅଗଷ୍ଟରେ ୭ ହଜାର ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, ଖୁବ୍‌ ଶିଘ୍ର ପ୍ରକାଶ ପାଇବ ଆଉ ୪ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର : ସାରା ରାଜ୍ୟରେ ‘୫-ଟି’ ଆଧାରରେ ଜାରି ରହିଛି ସ୍କୁଲ ରୂପାନ୍ତରଣ କାର୍ଯ୍ୟ। ସୁଦୃଢ଼ ଶିକ୍ଷା ଭିତ୍ତିଭୂମି ସହ ଖାଲିଥିବା ଶିକ୍ଷକ ପଦ ପୂରଣକୁ ସରକାର ପ୍ରାଥମିକତା ଦେଇଛନ୍ତି। ଅନୁକୂଳ ଶୈକ୍ଷିକ ପରିବେଶ ପ୍ରତି ଆକୃଷ୍ଟ ହୋଇ ଚଳିତ ବର୍ଷ ୨ ଲକ୍ଷରୁ ଅଧିକ ପିଲା ବିଭିନ୍ନ ଛୋଟ ବଡ଼ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ଛାଡ଼ି ସରକାରୀ ସ୍କୁଲ ମୁହାଁ ହୋଇଛନ୍ତି। ଏନେଇ ଖୋଦ୍‍ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶନିବାର ବିଧାନସଭାରେ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନାରେ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ରାଜ୍ୟରେ ସରକାରୀ ସ୍କୁଲ ଗୁଡ଼ିକରେ ଶିକ୍ଷକ ଅଭାବ ପୂରଣ କରିବା ପାଇଁ ସରକାର ଯତ୍ନବାନ ଅଛନ୍ତି। ଆସନ୍ତା ଅଗଷ୍ଟ ମାସରେ ଖାଲି ଥିବା ୧୧,୪୦୩ ପଦ ଗୁଡ଼ିକ ମଧ୍ୟରୁ ପ୍ରାୟ ୭୦୦୦ ପଦ ପୂରଣ ହେବାକୁ ଯାଉଛି। ଏହି ନିଯୁକ୍ତି ପ୍ରକ୍ରିୟା ପରେ ଅବଶିଷ୍ଟ ପଦ ଗୁଡ଼ିକ ପାଇଁ ପୁନଃ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଧାର୍ଯ୍ୟ ସମୟ ମୁତାବକ ସମସ୍ତ ପଦ ତୁରନ୍ତ ପୂରଣ କରାଯିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

୨୦୨୧-୨୨ରେ ୬୧୩୧ ଜଣ କଳା ଓ ବିଜ୍ଞାନ ବିଭାଗର ଟ୍ରେଣ୍ଡ ଗ୍ରାଜୁଏଟ୍‍ ଶିକ୍ଷକ(ଟିଜିଟି) ସହିତ ସଂସ୍କୃତ, ହିନ୍ଦୀ, ଖେଳ ଓ ତେଲୁଗୁ ଶିକ୍ଷକ ନିଯୁକ୍ତି ପାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଆଯାଇଥିବା ତ୍ୱରିତ ପଦକ୍ଷେପ ଦ୍ୱାରା ମାଧ୍ୟମିତ ବିଦ୍ୟାଳୟରେ ୩୪୬୨ ଅତିରିକ୍ତ ଶିକ୍ଷକ ପଦ ମଞ୍ଜୁର କରାଯାଇଛି। ଏହାକୁ ମିଶାଇ ମୋଟ ୧୧୪୦୩ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ସ୍କୁଲ ଗୁଡ଼ିକରେ ପ୍ରଧାନ ଶିକ୍ଷକ ପଦ ଖାଲି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ୧୧୫୦ ପ୍ରଧାନ ଶିକ୍ଷକ ପଦବୀ ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବ ବୋଲି ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ସିବିଏସଇ ଢାଞ୍ଚାରେ ପଢୁଥିବା ପିଲାମାନେ ମଧ୍ୟ ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ନମ୍ବର ରଖିଛନ୍ତି। ଆଦର୍ଶ ବିଦ୍ୟାଳୟର ୧୦୨୫ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।

ଏହା ଆଦର୍ଶ ବିଦ୍ୟାଳୟ ସ୍କୁଲ ଏକ ଉଲ୍ଲେଖନୀୟ ସଫଳତା ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ। କରୋନା କାରଣରୁ ବହୁ ଛାତ୍ରଛାତ୍ରୀ ମାନଙ୍କୁ ପରବର୍ତ୍ତୀ ଶ୍ରେଣୀ ଗୁଡ଼ିକୁ ଉତ୍ତୀର୍ଣ୍ଣ କରାଯାଇଥିଲା। ଏହି ସମୟରେ ମହାମାରୀ ପରିସ୍ଥିତି କାରଣରୁ ପାଠ ପଢାଇବା ସମ୍ଭବ ହୋଇନାହିଁ। ତେଣୁ ୧୨,୫୦୦ ବିଶେଷ ରିସୋର୍ସ ପର୍ସନଙ୍କ ଦ୍ୱାରା ୨,୫୦,୦୦୦ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି ଶିକ୍ଷକ/ଶିକ୍ଷୟିତ୍ରୀ ପିଲାମାନଙ୍କୁ ବ୍ରିଜ କୋର୍ସ ମାଧ୍ୟମରେ ପିଲାମାନଙ୍କର ପଢା କ୍ଷତିକୁ ଭରଣ କରିବେ ବୋଲି ଜଣାପଡିଛି। ଖର୍ଚ୍ଚଦାବି ଆଲୋଚନା ବେଳେ ରାଜ୍ୟ ସରକାର ୨୦ରୁ କମ୍‍ ଶିକ୍ଷକ ଥିବା ସ୍କୁଲ ଗୁଡ଼ିକର ପାଖ ସ୍କୁଲର ସମ୍ମିଶ୍ରଣକୁ ସମାଲୋଚନା କରିଥିଲେ। ଏହି ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ଯେ, ରାଜ୍ୟ ସରକାର ମନଇଚ୍ଛା ସମ୍ମିଶ୍ରଣ କରିନାହାନ୍ତି। ଏହି ସମ୍ମିଶ୍ରଣ ପାଇଁ ନିତି ଆୟୋଗ ଦ୍ୱାରା ସୁପାରିଶ କରାଯାଇଛି। ଯାହା ଆଧାରରେ ଏପରି କରାଯାଉଛି। ତେଣୁ ବିରୋଧିଙ୍କ ଯୁକ୍ତି ଆଧାରହୀନ ବୋଲି ମନ୍ତ୍ରୀ ଶ୍ରୀ ଦାଶ ଦୃଢୋକ୍ତି ପ୍ରକାଶ କରିଥିଲେ।

ସେହିପରି ଦିନେ ଦାରିଦ୍ର୍ୟ ପାଇଁ ଗଣମାଧ୍ୟମର ଆକର୍ଷଣ ହୋଇଥିବା ନଗଡ଼ାରୁ ବିଦ୍ୟାର୍ଥୀମାନେ ସଫଳଭାବେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି କୋରାପୁଟ ଜିଲ୍ଲା କୋଟିଆରେ ଥିବା ଆଦର୍ଶ ବିଦ୍ୟାଳୟରୁ ୫୯ ଜଣ ବିଦ୍ୟାଳୟରେ ନାଁ ଲେଖାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଚଳିତ ବର୍ଷ ମୋସ୍କୁଲ ଯୋଜନାରେ ୬୪୫୯୦.୪୬ ଲକ୍ଷ ଟଙ୍କା ଚଳିତ ଆର୍ଥିକ ବର୍ଷ ପାଇଁ ବ୍ୟୟବରାଦ କରାଯାଇଛି। ବିଜ୍ଞାନ ଓ ଗଣିତ ଶିକ୍ଷାକୁ ଲୋକପ୍ରିୟ କରିବା ପାଇଁ ବ୍ଲକ ଏବଂ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀର ପ୍ରତିଯୋଗିତା କରାଯାଉଛି। ଏହି ଯୋଜନା ପାଇଁ ୬୭ ଲକ୍ଷ ୮୫ ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି। ସମଗ୍ର ଶିକ୍ଷା ବାବଦରେ ଚଳିତ ବର୍ଷ ୩୫୪୫ କୋଟି ୨୫ ଲକ୍ଷ ୧୧ ହଜାର ଟଙ୍କା, ପିଏମ୍‍ ପୋଷଣ ବାବଦରେ ୮୫୧ କୋଟି ୧୩ ଲକ୍ଷ ୫୯ ହଜାର ଟଙ୍କାର ବ୍ୟୟବରାଦ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ସାମଗ୍ରିକ ଭାବେ ୨୦୬୩୫,୯୭,୯୬,୦୦୦ ଟଙ୍କା ଚଳିତ ବର୍ଷ ବ୍ୟୟବରାଦ କରାଯାଇଛି।

ଗୁରୁ ଦିବସ ଅବସରରେ ଓଡିଶାର ୨ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ
ନୂଆଦିଲ୍ଲୀ: ଗୁରୁ ଦିବସ ଅବସରରେ ଓଡିଶାର ଦୁଇ ଜଣଙ୍କ ସମେତ ଦେଶର ୪୪ ଜଣ ଶିକ୍ଷକଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀରେ ଭର୍ଚୁଆଲ୍ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିକ୍ଷକଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏ ବର୍ଷ ଓଡିଶାର ଦୁଇ ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଅଜିତ କୁମାର ସେଠୀ ଜାତୀୟ ଶିକ୍ଷା ପୁରସ୍କାର ପାଇଛନ୍ତି । ଭଦ୍ରକର ଜିଲ୍ଲା ସରକାରୀ ସ୍କୁଲରେ ଅଶୋକ ଶତପଥୀ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ଅଜିତ ସେଠୀ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଛନ୍ତି ।

ମାଓପ୍ରବଣ ଅଞ୍ଚଳରେ ଜ୍ଞାନର ଦୀପ ଜାଳିବାକୁ ପଣ କରିଛନ୍ତି ଶିକ୍ଷକ ମଙ୍ଗଳରାମ, ନିଜ ଘରକୁ କରିଛନ୍ତି ବିଦ୍ୟାଳୟ
ଅଜ୍ଞାନର ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି ସେ ହେଉଛନ୍ତି ଗୁରୁ। ଏଭଳି ଜଣେ ଶିକ୍ଷକ ହେଉଛନ୍ତି ଛତିଶଗଡ଼ର କାେଙ୍କର ଜିଲ୍ଲାର ମଙ୍ଗଳ ରାମ ଉସେଣ୍ଡି। ଯିଏକି ଏହି ମାଓପ୍ରବଣ ଅଞ୍ଚଳରେ ଜ୍ଞାନର ଦୀପ ଜାଳିବାକୁ ପଣ କରିଛନ୍ତି। ମଙ୍ଗଳରାମ ହେଉଛନ୍ତି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ। ଯିଏ କି ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ନିଜ ଘରକୁ ବିଦ୍ୟାଳୟରେ ପରିବର୍ତ୍ତନ କରିଦେଇଛନ୍ତି। ଗ୍ରାମବାସୀମାନେ କୁହନ୍ତି ଯେ, ଗତ ଅଢ଼େଇ ବର୍ଷ ଧରି ମଙ୍ଗଳରାମଙ୍କ ଘରେ ପିଲାମାନେ ପାଠ ପଢୁଛନ୍ତି। ଘର ଭିତରେ ଏବଂ ଅଗଣାରେ ପିଲାମାନେ ପାଠପଢୁଥିବାବେଳେ ଘର ଚାରିପଟେ ପିଲାମାନେ ଖେଳକୁଦ କରିଥାନ୍ତି। ପିଲାମାନଙ୍କର ଭବିଷ୍ୟତ ସୁରକ୍ଷା ପାଇଁ ମଙ୍ଗଳରାମ ଏହି ପଦକ୍ଷେପ ନେଇଛନ୍ତି। ଏଥିରେ ଗ୍ରାମବାସୀମାନେ ମଧ୍ୟ ତାଙ୍କର ବହୁତ ସହଯୋଗ କରନ୍ତି। ବାସ୍ତବରେ ଗାଁର ପ୍ରାଥମିକ ବିଦ୍ୟାଳୟ ଘରଗୁଡ଼ିକ ସଙ୍କଟାପନ୍ନ ଅବସ୍ଥାରେ ରହିଛି। ଏଥିପାଇଁ ଗ୍ରାମବାସୀମାନେ ଜିଲ୍ଲା ମୁଖ୍ୟାଳୟର ଅଧିକାରୀଙ୍କୁ ବହୁବାର ଜଣାଇଥିଲେ ସୁଦ୍ଧା ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଶେଷରେ ମଙ୍ଗଳରାମ ନିଜ ଘରକୁ ବିଦ୍ୟାଳୟରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏସମ୍ପର୍କରେ ମଙ୍ଗଳରାମ କୁହନ୍ତି, ଉପରକାମତା ଗ୍ରାମରେ ଏକମାତ୍ର ପ୍ରାଥମିକ ବିଦ୍ୟାଳୟ ଅଛି। ଯାହାର ଅବସ୍ଥା ନ କହିବା ଭଲ। ତେଣୁ ଏଠାରେ ପିଲାମାନେ ପାଠ ପଢ଼ିବା ସୁରକ୍ଷିତ ନୁହେଁ। ଏହାପରେ ସେ ପିଲାମାନଙ୍କୁ ନିଜ ଘରେ ପାଠ ପଢ଼େଇବାକୁ ନିଷ୍ପତ୍ତି ନେଲେ। ଏଠାରେ ଏବେ ୩୦ ଜଣ ପିଲା ଅଧ୍ୟୟନ କରୁଛନ୍ତି। ଏଠାରେ ପ୍ରକାଶ ଥାଉ କି, ଉପରକାମତା ଏକ ମାଓପ୍ରବଣ ଅଞ୍ଚଳ।

ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା କାରଣରୁ ୩୪ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର
ଭୁବନେଶ୍ବର : ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା କାରଣରୁ ରାଜ୍ୟ ସରକାର ସୁନ୍ଦରଗଡ ଜିଲାର ୩୪ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଚାକିରିରୁ ବିଦା କରିଛନ୍ତି। ପ୍ରାଥମିକ ବିଦ୍ୟାଳୟର ୧୫ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟର ୧୯ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ପୂର୍ବରୁ ଅନେକ ବଡ଼ ବଡ଼ ଅଧିକାରୀଙ୍କୁ 5T ଛାଟ ପଡ଼ିଛି । ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେ କିରାଣୀ ହୁଅନ୍ତୁ କି ବଡ଼ ଅଫିସର୍‌ ସମସ୍ତଙ୍କ ଉପରେ 5T ଛାଟ ବାଜିଛି ଆଉ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏମିତି ଆଉ ଏକ ଉଦାହରଣ ହେଉଛି କୋରାପୁଟରେ ଜଣେ ଲାଞ୍ଚୁଆ ଅଧିକାରୀଙ୍କୁ 5T ଛାଟ ପଡ଼ିଥିଲା । କୋରାପୁଟ ଜିଲ୍ଲା ନନ୍ଦପୁରର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର ପଡ଼ିଥିଲେ ଜାଲରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ଏକ ବକେୟା ବିଲ୍ କରିବାକୁ ୧ ଲକ୍ଷ ୭୦ ହଜାର ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଧରା ପଡିଥିଲେ ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ପରେ ଘଟଣାର ତଦନ୍ତ କରି ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାରେ ଓଡ଼ିଶା ସରକାର ଆରମ୍ଭ କରିଥିବା 5T କାର୍ଯ୍ୟକ୍ରମର ପ୍ରଭାବକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସବୁ ଅଧିକାରୀ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବେ । ଖାଲି ସେତିକି ନୁହେଁ ଲୋକଙ୍କ କାମକୁ ନିର୍ଦ୍ଧାରିତ ସମୟରେ ସାରିବାର ପ୍ରତିଶ୍ରୁତି ଦେଇଥିବା ଓଡ଼ିଶା ସରକାର ଏହାର ଖିଲାପକାରୀଙ୍କ ବିରୋଧରେ ଯେ, ଏତେ କଠୋର ହୋଇପାରନ୍ତି ତାର ପ୍ରମାଣ ମଧ୍ୟ ମିଳିଛି ।

କାମରେ ଅବହେଳା କିମ୍ୱା ଦୁର୍ନୀତିର ଗନ୍ଧ ଆସିଲେ ବ୍ଲକ୍ ଓ ଜିଲ୍ଲାସ୍ତରର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଠିକ୍‌ ସେମିତି ଦୁର୍ନୀତି ଓ ଅପରାଗତା ହଟାଇବା ସଂକଳ୍ପରେ ଥିବା ରାଜ୍ୟ ସରକାର ପୂର୍ବରୂ ୯ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବର୍ଷକ ମଧ୍ୟରେ ୧୦୦ରୁ ଅଧିକ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି। ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।