Baramunda Bus Stand - The Sakala

ରାଜଧାନୀରେ ଚାଞ୍ଚଲ୍ୟ; ବରମୁଣ୍ଡା ବସଷ୍ଟାଣ୍ଡରେ ମାଆ- ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ...
ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ। ବରମୁଣ୍ଡା ବସଷ୍ଟାଣ୍ଡରେ ମା ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ବସ୍‌ଷ୍ଟାଣ୍ଡରେ ଶୋଇଥିବା ଅବସ୍ଥାରେ ମା ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛି ଜଣେ ବ୍ୟକ୍ତି। ଅଭିଯୋଗ ପାଇ ଭରତପୁର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର ବୋଲି ଜଣାପଡିଛି। ବସ ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଆଶ୍ରୟ ନେଇଥିଲେ ଗଂଜାମ ଜିଲ୍ଲାର ମା ଝିଅ। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଝିଅକୁ ଧରି ବସ୍‌କୁ ଅପେକ୍ଷା କରିଥିବାବେଳେ ସୁଯୋଗ ନେଇ ପବିତ୍ର ପ୍ରଥମେ ମହିଳାଙ୍କ ନାବାଳିକା ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ସେ ପାଟି କରିବାରୁ ପବିତ୍ର ପରେ ମହିଳାଙ୍କୁ ମଧ୍ୟ ବଳାତ୍କାର ଉଦ୍ୟମ କରିଥିଲା।

ମହିଳା ଜଣଙ୍କ ନିଦରୁ ଉଠି ଚିତ୍କାର କରିବାରୁ ପବିତ୍ର ସେଠାରୁ ଦୌଡ଼ି ପଳାଇଥିଲା। ମହିଳାଙ୍କ ପାଟି ଶୁଣି ଆଖପାଖ ଲୋକେ ସେଠାରେ ପହଞ୍ଚିଥିଲେ। ମହିଳାଙ୍କଠାରୁ ଘଟଣା ସମ୍ପର୍କରେ ଜାଣି ଭରତପୁର ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ସଙ୍ଗେ ସଙ୍ଗେ ବସ୍‌ଷ୍ଟାଣ୍ଡର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ବସ୍ ଯୋଗେ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ବସ୍ ଟର୍ମିନାଲ ନିକଟରୁ ପୋଲିସ ପବିତ୍ରକୁ ଉଠାଇ ନେଇଥିଲା। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁକରି ପବିତ୍ରକୁ ଗିରଫ କରିଛି।

ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଲୋକାର୍ପିତ ହେବ ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ୍‌‌ ଟର୍ମିନାଲ। ଏହି ଅତ୍ଯାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରବେଶରୁ ପ୍ରସ୍ଥାନ ବସ୍  ଆହାର କେନ୍ଦ୍ର ସବୁ ଚକାଚକ୍‌‌। ଯାତ୍ରୀଙ୍କୁ ଏଠାରେ ବିମାନ ବନ୍ଦର ଭଳି ଅନୁଭୂତି ମିଳିବ। ନବୀନ ଓଡ଼ିଶାର ନୂଆରୂପ ଭାବେ ଅନ୍ତଃରାଜ୍ୟ ବରମୁଣ୍ଡା ବସ୍‌‌ ଟର୍ମିନାଲ୍‌‌ ଉଭା ହେଉଛି। BSABT ବରମୁଣ୍ଡାର କୋଣ ଅନୁକୋଣରେ ହାଇଟେକ୍‌‌ ବ୍ୟବସ୍ଥା କରାଯାଇଛି। ଫୁଡ୍‌‌ କୋର୍ଟ ସହ ବୈଦ୍ୟୁତିକ ସିଡ଼ି, ଲିଫ୍ଟ ଲଗାଯାଇଛି। ଯାତ୍ରୀଙ୍କୁ ସୂଚନା ଲାଗି ଅତ୍ୟାଧୁନିକ ଏଲଇଡି ସ୍କ୍ରିନରେ ବସ୍‌‌ ସମ୍ପର୍କିତ ସବିଶେଷ ତଥ୍ୟ ମିଳିବ। ଗାଁଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ସଦର ମହକୁମାକୁ ଯିବା ପାଇଁ ବସର ସମସ୍ତ ବିବରଣୀ ଏହି ଏଲ୍‌‌ଇଡି ସ୍କ୍ରିନରେ ପ୍ରଦାନ କରାଯିବ। ଲିଫ୍ଟ, ଏସ୍କାଲେଟରରେ ଗୋଟିଏ ମହଲାରୁ ଅନ୍ୟ ମହଲାକୁ ସହଜରେ ଯିବା ଆସିବା ଲାଗି ବ୍ୟବସ୍ଥା ରହିଛି। ଯାତ୍ରୀଙ୍କ ଲାଗି ଶୀତତାପ ନିୟନ୍ତ୍ରିତ କୋଠରୀ ରହିଛି।। ଗୋଟିଏ ଛାତ ତଳେ ଯାତ୍ରୀଙ୍କୁ ଫ୍ରଣ୍ଟ ଅଫିସରୁ ଆରମ୍ଭ କରି ମେଡିକାଲ୍‌‌, ଏଟିଏମ୍‌‌, ଆହାର କେନ୍ଦ୍ର ଭଳି ସେବା ମିଳିବ।

ବସ୍‌‌ ଟର୍ମିନାଲରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆହାର ପ୍ଲସ୍‌‌ କେନ୍ଦ୍ର ତିଆରି ହୋଇଛି। ସାଧାରଣ ଆହାର କେନ୍ଦ୍ର ତୁଳନାରେ ଏହା ଯଥେଷ୍ଟ ଉନ୍ନତମାନର ରହିବ। ସେହିପରି ଶୀତତାପ ନିୟନ୍ତ୍ରିତ କୋଠରୀରେ ଷ୍ଟାର୍‌‌ ହୋଟେଲ୍‌‌ ଭଳି ସୁବିଧା ମିଳିବ। ଏହାସାଙ୍ଗକୁ ଯାତ୍ରୀଙ୍କୁ ମିଶନଶକ୍ତି କାଫେ, ଓର‌ମାସ ଓ ମିଲେଟ୍‌‌ କାଫେରେ ମା’ ହାତ ତିଆରି ଖାଦ୍ୟ ଖାଇବାକୁ ମିଳିବ। ଏହାସହ ଅପେକ୍ଷାରତ ଶିଶୁଙ୍କ ପାଇଁ କ୍ରୀଡ଼ାଙ୍ଗନ ରହିଥିବାବେଳେ ବାବା ସାହେବ ଭୀମ ରାଓ ଆମ୍ୱେଦକରଙ୍କ ଖୋଦେଇ ପ୍ରତିମୂର୍ତ୍ତି ରହିଛି। କାନ୍ଥବାଡ଼ରେ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ।

ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ଫାଣ୍ଡି ତିଆରି ହୋଇଛି। ବେସମେଣ୍ଟରେ ୧୧୫ କାର୍‌‌ ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି। ଟର୍ମିନାଲରେ ୫୦ ବସ୍‌‌ ରହିବା ସହ ୨୦୦ ବସ୍‌‌ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ହୋଇଛି। ସିଟିବସ୍‌‌ ପାଇଁ ୫ସ୍ଥାନ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ହୋଇଛି। ଦୁଇଚକିଆ ଯାନ ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି। ସ୍ୱତନ୍ତ୍ର ରାସ୍ତା ସହ ବସ୍‌‌ ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌‌ ଅଲଗା ଅଲଗା କରାଯାଇଛି। ଗତମାସ ଦ୍ବିତୀୟ ସପ୍ତାହରେ 5T ଅଧ୍ୟକ୍ଷ  କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ବର ବସ ଟର୍ମିନାଲ ନବୀକରଣ କାମର ସମୀକ୍ଷା କରିଥିଲେ। ପେବୃଆରୀ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମୁତାବକ ଠିକ୍ ସମୟରେ ଏହି

ଡକ୍ଟର ବି.ଆର୍‌ ଆମ୍ବେଦକରଙ୍କ ନାଁରେ ନାମିତ ହେବ ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ
ଭୁବନେଶ୍ବର: ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ। ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସ ଷ୍ଟାଣ୍ଡ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲ ଭାବରେ ପରିଚିତ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡକ୍ଟର ଆମ୍ବେଦକର ଜଣ ଦୂରଦର୍ଶୀ ନେତା ସମର୍ପିତ ସମାଜ ସଂସ୍କାରକ ଥିଲେ। ସମାଜର ଦଳିତ ନିଷ୍ପେଶିତଙ୍କ ପାଇଁ ସେ ଥିଲେ ଆଶାର ଆଲୋକ। ଏକ ନ୍ୟାୟ ପୂର୍ଣ୍ଣ ସମାଜ ଗଠନ ପାଇଁ ସେ ସାରା ଜୀବନ କାମ କରିଯାଇଛନ୍ତି।

ଦେଶ ଗଠନରେ ତାଙ୍କର ମହାନ୍ ଅବଦାନ ଓ ଆଦର୍ଶ ବିଷୟରେ ଜନସାଧାରଣ ଙ୍କୁ ସଚେତନ କରିବା ପାଇଁ ଡକ୍ଟର ବାବାସାହେବ ଆମ୍ବେଦକର ବସଷ୍ଟାଣ୍ଡରେ ୯୦୦ବର୍ଗ ଫୁଟ ଅଞ୍ଚଳରେ ଏକ ସ୍ଵତନ୍ତ୍ର ଗ୍ୟାଲେରୀ ନିର୍ମାଣ କରାଯିବ. ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର ଜରିଆରେ ଡକ୍ଟର ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶ କୁ ଏଠାରେ ସୁନ୍ଦର ଭାବରେ ଉପସ୍ଥାପିତ କରାଯିବ। ଭାରତୀୟ ସମ୍ବିଧାନ ର ଏକ ନକଲ ସହିତ ବାବା ସାହେବ ଦ୍ଵାରା ବ୍ୟବହୃତ ବିଭିନ୍ନ ଜିନିଷ ମଧ୍ୟ ଏଠାରେ ପ୍ରଦର୍ଶିତ ହେବ।

୧୫.୫ ଏକର ପରିମିତ ଜମିରେ ନିର୍ମିତ ଏହି ବସଷ୍ଟାଣ୍ଡ ଦୈନିକ ତିରିଶ ହଜାର ଯାତ୍ରୀଙ୍କ ପରିବହନର ମୁଖ୍ୟ ମାଧ୍ୟମ ହେବ। ଏହାକୁ ଦୃଷ୍ଟିରେ ରଖି ଏଠାରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବା ସହ ନିରାପତ୍ତା ପ୍ରତି ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି।

ଅନ୍ତଃରାଜ୍ୟ ବରମୁଣ୍ଡା ବସ୍‌ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ
ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଭୋରରେ ଭୁବନେଶ୍ୱର ବରମୁଣ୍ଡାରେ ନିର୍ମାଣାଧୀନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ( ଆଇଏସବିଟି) ପରିଦର୍ଶନ କରିଛନ୍ତି । ଆଇଏସବିଟିରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ତଦାରଖ କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ। ଆଇଏସବିଟି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ଆଇଏସବିଟି କାର୍ଯ୍ୟକ୍ଷମ ହେଲେ ଏହା କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ବରଂ ପଡୋଶୀ ରାଜ୍ୟର ଲୋକଙ୍କ ପାଇଁ ବି ଏକ ଗୁରୁତ୍ବପୂର୍ଣ୍ଣ ଟ୍ରାଞ୍ଜିଟ୍ ହବ୍ ହେବ । ଫେବୃଆରୀ ମଧ୍ୟଭାଗ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଫାଇଭ ଟି ଅଧ୍ୟକ୍ଷ ନିର୍ଦେଶ ଦେଇଛନ୍ତି ।

ଆଇଏସବିଟି ବସଷ୍ଟାଣ୍ଡରେ ମିଳିବ ବିମାନବନ୍ଦରର ସୁବିଧା । ଏଠାରେ ପ୍ରିପେଡ ଅଟୋ ଓ ଟ୍ୟାକ୍ସି ବ୍ୟବସ୍ଥା ମଧ୍ୟ ରହିବ ।

ଆଇଏସବିଟି ସ୍ଥଳକୁ ଯାଇ ୫-ଟି ଅଧ୍ୟକ୍ଷ ଯାତ୍ରୀଙ୍କ ପାଇଁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାର ନୀରିକ୍ଷଣ କରିଥିଲେ । ପ୍ରତୀକ୍ଷା ସ୍ଥଳ, ପରିମଳ ବ୍ୟବସ୍ଥା, ବସ୍ ବେ’ , ରେଷ୍ଟରୁମ୍ ଆଦିର ସେ ତଦାରଖ କରିଥିଲେ। ଅପରେସନ କଣ୍ଟ୍ରୋଲ ସେଣ୍ଟର ( ଓସିସି )ର ସେ ପ୍ରଶଂସା କରିବା ସହ ଏହାର ସୁରକ୍ଷା ପାଇଁ ହାଇଟେକ୍ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ପାଣ୍ଡିଆନ।

ଯାତ୍ରୀମାନଙ୍କ ସୂଚନା ପାଇଁ ଓଡ଼ିଆରେ ଲିଖିତ ଉପଯୁକ୍ତ ସାଇନ୍ ବୋର୍ଡ ଓ ମାନଚିତ୍ର ବ୍ୟବସ୍ଥା କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ବାକି ରହିଥିବା କାମ ତ୍ୱରାନ୍ୱିତ କରିବା ସହ ଫେବ୍ରୁଆରୀ ମଧ୍ୟଭାଗ ସୁଦ୍ଧା ଶେଷ କରି ଲୋକାର୍ପଣ ପାଇଁ ଆଇଏସବିଟିକୁ ପ୍ରସ୍ତୁତ କରିବାକୁ ବିଡିଏ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ।

୧୫ ଏକରରୁ ଅଧିକ ଜମିରେ ନିର୍ମାଣ ହେଉଥିବା ବରମୁଣ୍ଡା ଆଇଏସବିଟି ପ୍ରକଳ୍ପର ଦାୟିତ୍ବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ – ବିଡିଏ ହାତରେ ନ୍ୟସ୍ତ କରାଯାଇଛି। ଯାତ୍ରୀମାନଙ୍କ ପାଇଁ ଏଥିରେ ବିଭିନ୍ନ ବ୍ୟବସ୍ଥା ରହିବ । ଏଥିସହ ଅଫିସ ସ୍ପେସ୍, ପାର୍କିଂ ବ୍ୟବସ୍ଥା, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଓ ବ୍ୟବସାୟିକ ସ୍ଥାନର ବି ବ୍ୟବସ୍ଥା ରହିବ । ଆଇଏସବିଟି ଯାତ୍ରୀମାନଙ୍କୁ ଏକ ବିମାନବନ୍ଦରର ଅନୁଭୂତି ପ୍ରଦାନ କରିବ । ଏକ ଆଧୁନିକ ପରିବହନ ହବ୍ ଭାବେ ଆଇଏସବିଟି ଦ୍ୱାରା ଓଡ଼ିଶାର ଜନସାଧାରଣ ଉପକୃତ ହେବେ । ସମସ୍ତ ସୁବିଧା ସୁଯୋଗ ସହ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଅନୁଭୂତି ଦେବ ଆଇଏସବିଟି । କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ଟର୍ମିନାଲରେ ଅତ୍ୟାଧୁନିକ ଆହାର କେନ୍ଦ୍ର, ରେଷ୍ଟୁରାଣ୍ଟ, ବହୁତଳ କାର୍ ପାର୍କିଂ, ପିକ୍ ଅପ୍ /ଡ୍ରପ୍ ଅଫ୍ ବ୍ୟବସ୍ଥା, ସୋଲାର ପ୍ୟାନେଲ ସିଷ୍ଟମ ଓ ସିୱଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିଛି।

ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ସେବା କେନ୍ଦ୍ର ସହ ଟର୍ମିଲନାଲ ପରିଚାଳନା ପାଇଁ ପ୍ରଶାସନିକ ବିଲ୍ଡିଂ, ଯାତ୍ରୀଙ୍କ ପାଇଁ ଶୌଚାଳୟ, ଭିନ୍ନକ୍ଷମ ଓ ବୟସ୍କ ଯାତ୍ରୀଙ୍କ ପାଇଁ ରେମ୍ପବ୍ୟବସ୍ଥା ଏବଂ ମହିଳା ଯାତ୍ରୀଙ୍କ ପାଇଁ ଫିଡିଂ ରୁମ ରହିବ ।

୫-ଟି ଅଧ୍ୟକ୍ଷଙ୍କ ଆଇଏସବିଟି ସ୍ଥଳ ପରିଦର୍ଶନ ବେଳେ ବିଡିଏ ଭିସି, ଭୁବନେଶ୍ୱର ଡିସିପି, ବିଏମସି କମିଶନର ଓ ବିଡିଏର ଏବଂ ଅନ୍ୟ ଏଜେନ୍ସୀ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣର ଗେଟ୍-ୱେ ପାଲଟିଛି ବରମୁଣ୍ଡା ବସଷ୍ଟାଣ୍ଡ, ୯ ମାସରେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ
ଭୁବନେଶ୍ୱର: ରାଜଧାନୀରେ ଗଞ୍ଜେଇ କାରବାର ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟର ଉପାନ୍ତ ଠାରୁ ଉପକଣ୍ଠ, ସବୁ ନିଶା ବେପାରୀଙ୍କ କବଜାରେ । କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଅଞ୍ଚଳରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବେପାର କରୁଛନ୍ତି । ସେମାନଙ୍କ ଗଞ୍ଜେଇ କାରବାର କେବଳ ଭୁବନେଶ୍ୱରରେ ସୀମିତ ନାହିଁ, ବରଂ ରାଜ୍ୟ ବାହାରକୁ ମଧ୍ୟ ଲମ୍ବିଛି। ଆଉ ସେମାନଙ୍କର ସବୁଠାରୁ ସହଜ ଦ୍ୱାର ପାଲଟିଛି ବରମୁଣ୍ଡା ବସଷ୍ଟାଣ୍ଡ। ପ୍ରତିଦିନ ବରମୁଣ୍ଡା ବସଷ୍ଟାଣ୍ଡ ଦେଇ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଛନ୍ତି।

ବାହାର ରାଜ୍ୟକୁ ଯାଉଥିବା ବସ୍ ମାଧ୍ୟମରେ ପଶ୍ଚିମବଙ୍ଗ, ବିହାର ସମେତ ଅନ୍ୟ ରାଜ୍ୟକୁ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ହେଉଛି। ଆଶ୍ଚର୍ଯ୍ୟର କଥା ହେଉଛି ଝାଡ଼ଖଣ୍ଡ, ବିହାର, କେରଳ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟର ବେପାରୀମାନେ ଆସି ରାଜଧାନୀରେ ଡେରା ପକାଉଛନ୍ତି। ସୁବିଧା ସୁଯୋଗ ଦେଖି ରାଜ୍ୟର ଉପାନ୍ତ ଅଞ୍ଚଳରୁ ଗଞ୍ଜେଇ କିଣି ରାଜଧାନୀରେ ଗଛିତ କରି ରଖୁଛନ୍ତି। ଟିକେ ସୁବିଧା ମିଳିଲେ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ପୁଲିସ ଆଖିରେ ଧୂଳି ଦେବା ପାଇଁ ମହିଳାଙ୍କୁ ଢାଲ କରୁଛନ୍ତି ନିଶା ବେପାରୀ । ମହିଳାଙ୍କୁ ମୋହରା କରି ଗଞ୍ଜେଇ ଚାଲାଣ କରିବା ସହିତ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ପୁଲିସ ଠାରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ୯ ମାସ ମଧ୍ୟରେ ଭରତପୁର ଥାନାରେ ୧୬ଟି ଏନ୍‌ଡିପିଏସ ମାମଲା ହୋଇଥିବା ବେଳେ ମୋଟ ୩ କୁଇଣ୍ଟାଲ ୮୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ କାରବାର କରୁଥିବା ୩ ମହିଳାଙ୍କ ସମେତ ୩୫ ଜଣଙ୍କୁ ଗିରଫ କରିଛି ପୁଲିସ। ଗତ ଫେବୃଆରୀ ମାସ ୨୭ ତାରିଖ ଦିନ ପଶ୍ଚିମବଙ୍ଗ ରାନୀ ନଗରର ଆବୁ ତାହିର ଓ ତା’ର ଦୁଇ ସହଯୋଗୀଙ୍କୁ ବରମୁଣ୍ଡା ବସଷ୍ଟାଣ୍ଡରୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨୨କିଲୋ ୩ଶହ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲା। ସେହିପରି ମାର୍ଚ୍ଚ ମାସ ୧୩ ତାରିଖ ଦିନ କେରଳ ତ୍ରିଭେନ୍ଦରମର ସୁଖେଲ ଏକୁ ଗିରଫ କରି ତା ଠାରୁ ସାଢ଼େ ୩ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଥିଲା। ଗତ ବୁଧବାର ଦିନ ମୋହନା ଥାନା ଖ୍ରୀଷ୍ଟିଆନ ସାହିର ମଣ୍ଟୁ ନାୟକକୁ ଗିରଫ କରି ୨୨ କିଲୋ ୬୫୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲା। ଜବତ ଗଞ୍ଜେଇକୁ ମଣ୍ଟୁ ପଶ୍ଚିମବଙ୍ଗ ଚାଲାଣ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା।

ପୁଲିସର ବାରମ୍ବାର ଚଢ଼ଉ ସତ୍ତ୍ୱେ ଗଞ୍ଜେଇ କାରବାର ଥମିବାର ନାଁ ଧରୁନାହିଁ। କନ୍ଧମାଳ, ମାଲକାନଗିରି, ଗଜପତି ଆଦି ଉପାନ୍ତ ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ରାଜଧାନୀରେ ପହଞ୍ଚୁଛି। ପରେ ବରମୁଣ୍ଡା ବସଷ୍ଟାଣ୍ଡ ଦେଇ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକୁ ପଠାଯାଉଛି। ଏହି କାରବାରରେ ମହିଳା, ଯୁବପିଢ଼ି ଓ ଛାତ୍ରଙ୍କ ସମ୍ପୃକ୍ତି ରହିଥିବା ନଜିର ରହିଛି । ସ୍ବଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ଲାଳସାରେ ସେମାନେ ଏହି କାରବାରରେ ଲିପ୍ତ ରହୁଛନ୍ତି। ବିଭିନ୍ନ ସମୟରେ ପୁଲିସ ରାଜ୍ୟ ତଥା ରାଜ୍ୟ ବାହାରର ବେପାରୀମାନଙ୍କୁ ଗିରଫ କରୁଥିଲେ ମଧ୍ୟ ଗଞ୍ଜେଇ କାରବାରରେ ରୋକ ଲଗାଇ ପାରିନାହିଁ।

ଡେରା ପକାଇଛନ୍ତି ରାଜ୍ୟ ବାହାର ମାଫିଆ

କେରଳ, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସମେତ ବିଭିନ୍ନ ରାଜ୍ୟର ବେପାରୀମାନେ ରାଜଧାନୀରେ ଡେରା ପକାଉଛନ୍ତି। ରାଜଧାନୀ ଉପକଣ୍ଠରେ ସହଜରେ ଘର ଭଡ଼ା ମିଳୁଥିବାରୁ ଅଣ ଓଡ଼ିଆମାନେ ଆସି ସେଠାରେ ଭଡାରେ ରହୁଛନ୍ତି। ବିଶେଷକରି ବିଭିନ୍ନ ବସ୍ତି ଓ ନିଛାଟିଆ ଜାଗା ଦେଖି ଘରଭଡ଼ା ନେଉଛନ୍ତି। ପୁଲିସ ପାଖରେ ଭଡ଼ାଟିଆଙ୍କ ତଥ୍ୟ ରହୁ ନ ଥିବାରୁ ନିଶା ବେପାରୀଙ୍କ ଉପରେ ନଜର ରଖି ପାରୁନାହିଁ। ରାଜ୍ୟର ଉପାନ୍ତ ଅଞ୍ଚଳରୁ ଗଞ୍ଜେଇ ଆଣି ଭଡ଼ା ଘରେ ଗଚ୍ଛିତ ରଖୁଛନ୍ତି। ସୁବିଧା ଦେଖି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ବିଶେଷକରି ବରମୁଣ୍ଡା ବସଷ୍ଟାଣ୍ଡ ଦେଇ ପ୍ରତ୍ୟେକ ଦିନ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ରାଜ୍ୟ ବାହାରକୁ ଯାଉଛି। ପୁଲିସ ବରମୁଣ୍ଡା ବସଷ୍ଟାଣ୍ଡରୁ ବାରମ୍ବାର ଗଞ୍ଜେଇ ବେପାରୀମାନଙ୍କୁ ଗିରଫ କରିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ବରମୁଣ୍ଡା ବସଷ୍ଟାଣ୍ଡରେ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ନିଶା ବେପାରୀମାନେ ଅନାୟାସରେ ଗଞ୍ଜେଇ କାରବାର କରୁଛନ୍ତି। ଏଥିସହିତ ଢିଲା ପୁଲିସ ପାଟ୍ରୋଲିଂ ନିଶା ବେପାରୀଙ୍କୁ ବାରମ୍ବାର ସୁଯୋଗ ଦେଉଛି। ସେପଟେ ବରମୁଣ୍ଡା ବସଷ୍ଟାଣ୍ଡରେ ପୁଲିସ ଫାଣ୍ଡି ରହିଥିଲେ ମଧ୍ୟ ଆବଶ୍ୟକ କର୍ମଚାରୀ ନ ଥିବାରୁ ଏହା ବେପାରୀଙ୍କୁ ସୁହାଉଛି। ତେବେ ଗଞ୍ଜେଇ ଚାଲାଣରେ ବାହାର ରାଜ୍ୟର ନିଶା ବେପାରୀଙ୍କ ସଂପୃକ୍ତି ପୁଲିସକୁ ଅଡ଼ୁଆରେ ପକାଇଛି।

ରାଜ୍ୟ ବାହାରେ ଓଡ଼ିଶା ଗଞ୍ଜେଇର ଚାହିଦା

ରାଜ୍ୟ ବାହାରେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଚାଷ ହେଉଥିବା ଗଞ୍ଜେଇର ବେଶ୍ ଚାହିଦା ରହିଛି। ବିହାର, ଝାରଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ ଆଦି ରାଜ୍ୟରେ ଓଡ଼ିଶା ଗଞ୍ଜେଇର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ବିଶେଷ କରି “ଶିଳାବତୀ” କିସମର ଗଞ୍ଜେଇ ଆନ୍ତଃ ରାଜ୍ୟ ବଜାରରେ ଅତ୍ୟଧିକ ଚାହିଦା ରହିଛି। ରାଜ୍ୟ ବାହାରେ ଚାହିଦା ବଢୁଥିବାରୁ ନିଶା ମାଫିଆମାନେ ସକ୍ରିୟ ହେଉଛନ୍ତି । ଓଡ଼ିଶାରୁ ଗଞ୍ଜେଇ କିଲୋ ପ୍ରତି ଦୁଇରୁ ୩ ହଜାର ଟଙ୍କା ଦେଇ କିଣୁଛନ୍ତି। ଆଉ‌ ବରମୁଣ୍ଡା ବସଷ୍ଟାଣ୍ଡ ଦେଇ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। କିଲୋ ପ୍ରତି ୩ ହଜାର ଦେଇ କିଣିଥିବା ଗଞ୍ଜେଇକୁ ବାହାର ରାଜ୍ୟରେ ୧୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି ।