PRM Medical - The Sakala

ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ
ବାରିପଦା: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ଚିକିତ୍ସାଳୟ ପଣ୍ଡିତ ରଘୁନାଥ ମୁର୍ମୁ (ପିଆରଏମ୍‌) ମେଡିକାଲ କଲେଜ ଓ ହସ୍ପିଟାଲରୁ ସ୍ୱାସ୍ଥ୍ୟ ସେବାର ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଭିଡ଼ଓ ମାଧ୍ୟମରେ ଭାଇରାଲ୍‌ ହୋଇଥିବା ଏହି ଘଟଣା ସାରା ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ହସ୍ପିଟାଲ୍‌ ପରିସରରେ ଜଣେ ଅସୁସ୍ଥ ମହିଳାଙ୍କୁ ଚିକିତ୍ସା ପାଇଁ ଷ୍ଟ୍ରେଚର୍‌ କିମ୍ୱା ହ୍ୱିଲ୍‌ ଚେୟାର ମିଳିପାରି ନାହିଁ, ଯାହା ଫଳରେ ଜଣେ ବୃଦ୍ଧ ତାଙ୍କ ସ୍ତ୍ରୀଙ୍କୁ କାନ୍ଧରେ ବୋହି ମେଡିକାଲ୍‌ ଭିତରେ ବୁଲୁଥିବାର ଦେଖିବାକୁ ମିଳିଛି।

ବାଙ୍ଗିରିପୋଷି ଅଞ୍ଚଳର ଡୋମିମଣି ପାତ୍ର (୭୫) ଗୁରୁତର ଅସୁସ୍ଥ ହୋଇ ବାରିପଦା ପିଆରଏମ୍‌ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେ ମେଡିକାଲର ୟୁନିଟ୍‌-୧, ଫିମେଲ୍‌ ମେଡିସିନ୍‌ ୱାର୍ଡର ୪୦ ନମ୍ୱର ବେଡ୍‌ରେ ଚିକିତ୍ସିତ ହେଉଥିଲେ। ଡାକ୍ତର ତାଙ୍କର ଏକ୍ସ-ରେ  ଏବଂ ଅଲଟ୍ରାସାଉଣ୍ଡ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ। ରୋଗୀ ଜଣକ ଚାଲିବା ସ୍ଥିତିରେ ନଥିବାରୁ ତାଙ୍କ ପରିବାର ଲୋକେ ୱାର୍ଡରେ ଉପସ୍ଥିତ କର୍ମଚାରୀଙ୍କୁ ଏକ ଷ୍ଟ୍ରେଚର୍‌ କିମ୍ୱା ଟ୍ରଲି ଯୋଗାଇଦେବାକୁ ବାରମ୍ୱାର ନେହୁରା ହୋଇଥିଲେ। ମାତ୍ର ମେଡିକାଲ୍‌ କର୍ତ୍ତୃପକ୍ଷ କିମ୍ୱା କୌଣସି ଆଟେଣ୍ଡାଣ୍ଟଙ୍କ ତରଫରୁ ଏଥିପାଇଁ କୌଣସି ସହଯୋଗ ମିଳିନଥିଲା। ଶେଷରେ କୌଣସି ଉପାୟ ନପାଇ, ଦୋମୀ ମଣିଙ୍କ ସ୍ୱାମୀ ନିଜ ଅସୁସ୍ଥ ସ୍ତ୍ରୀଙ୍କୁ ପିଠି ଏବଂ କାନ୍ଧରେ ବୋହି ପ୍ରଖର ଖରାରେ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ରେଡିଓଡାଇଗ୍ନୋସିସ୍‌ ବିଭାଗକୁ ନେଇଥିଲେ। ଏ ନେଇ ପୁଣି ଥରେ ସାଧାରଣରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି । ଏହି ସମ୍ୱେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ‘ଏକ୍ସ’ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତା ପିଆରଏମ୍‌ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଏହି ଘଟଣାରେ ସ୍ପଷ୍ଟୀକରଣ ରଖିଛନ୍ତି ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଧନୁର୍ଜୟ ମହାନ୍ତ। ସେ କହିଛନ୍ତି ଯେ ଡୋମିମଣିଙ୍କୁ ଷ୍ଟ୍ରେଚର ଯାଚିବା ସତ୍ତେ୍ୱ ସେ ନିଜେ ଚାଲି ଚାଲି ଯାଇପାରିବେ ବୋଲି କହିଥିଲେ। ସେ ସିଡିଏମ୍‌ଓ କ୍ୱାର୍ଟର ସାମ୍ନା ପର୍ଯ୍ୟନ୍ତ ନିଜେ ଚାଲି ଚାଲି ଆସିଥିବା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି। ତେବେ ବ୍ୟାଟେରୀ ଗାଡ଼ିଟି ଅନ୍ୟ ରୋଗୀଙ୍କୁ ଓହ୍ଲାଉଥିବା ବେଳେ, ଶୀଘ୍ର ଏକ୍ସ ରେ’ କରିବା ପାଇଁ ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ କାନ୍ଧରେ ବୋହି ନେଇଥିଲେ।

ବାରିପଦାର ପିଆରଏମ୍ ମେଡିକାଲ କଲେଜରେ ଶିଶୁ ବଦଳ ଅଭିଯୋଗ
ମୟୂରଭଞ୍ଜ: ପୁଣି ସାମ୍ନାକୁ ଆସିଲା ଶିଶୁ ବଦଳ ଅଭିଯୋଗ । କ୍ୟାପିଟାଲ ହସ୍ପିଟାଲ ପରେ ବର୍ତ୍ତମାନ ବାରିପଦା ପିଆରଏମ୍ ମେଡିକାଲ କଲେଜରୁ ଆସିଛି ଏଭଳି ଅଭିଯୋଗ । ମୟୂରଭଞ୍ଜ ବାରିପଦାର ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଲେ କୁଳିଅଣା ଥାନା ଅନ୍ତର୍ଗତ କିଶନ ଡାହି ଅଞ୍ଚଳର ରଙ୍ଗଲାଲ ସିଂ। ଅଭିଯୋଗ ଅନୁସାରେ ବୁଧବାର ତାଙ୍କ ପତ୍ନୀ ରଶ୍ମିତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିବା ବେଳେ ମେଡିକାଲ ପକ୍ଷରୁ ଶିଶୁକନ୍ୟା ହସ୍ତାନ୍ତର କରା ଯାଉଥିଲା।  ତେବେ ଡିଏନଏ ଟେଷ୍ଟ ପାଇଁ  ପରିବାର ଲୋକେ ଦାବି କରିଛନ୍ତି।