Sooryavanshi - The Sakala

ପୁଣି ଘୁଞ୍ଚିଲା ‘ସୂର୍ଯ୍ୟବଂଶୀ’ର ରିଲିଜ୍‍ ତାରିଖ
ମୁମ୍ବାଇ : ପୁଣି ଘୁଞ୍ଚିଲା ବହୁ ପ୍ରତୀକ୍ଷିତ ବଲିଉଡ଼ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ମୁକ୍ତିଲାଭ ତାରିଖ। ଅକ୍ଷୟ କୁମାର ଅଭିନୀତ ‘ସୂର୍ଯ୍ୟବଂଶୀ’ ଏପ୍ରିଲ ୩୦ରେ ମୁକ୍ତିଲାଭ କରିବ ନାହିଁ ବୋଲି ଫିଲ୍ମର ନିର୍ମାତା ଘୋଷଣା କରିଛନ୍ତି।  ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା କାରଣରୁ ଚଳଚ୍ଚିତ୍ରର ରିଲିଜ୍‍ ତାରିଖକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି। ଫିଲ୍ମ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ରିଲିଜ୍‌ ତାରିଖ ସ୍ଥଗିତ ରଖାଯାଇଥିବା ସମ୍ପର୍କରେ ସୂଚନା ଦିଆଯାଇଛି।

ଫିଲ୍ମର ନିର୍ଦ୍ଦେଶକ ରୋହିତ୍‍ ଶେଟ୍ଟୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‍ରେଙ୍କ ସହ ରବିବାର ଏକ ବୈଠକରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନର ପରିସ୍ଥିତି ଦେଖି ଫିଲ୍ମର ରିଲିଜ୍‍ ତାରିଖକୁ ଗୁଞ୍ଚାଇବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ରୋହିତ୍‍ଙ୍କ ଏହି ନିଷ୍ପତ୍ତିକୁ ମହାରାଷ୍ଟ୍ର ସରକାର ପ୍ରଶଂସା କରିଛନ୍ତି।

ପୂର୍ବରୁ ଫିଲ୍ମର ଟ୍ରେଲରରେ ଖିଲାଡ଼ି କୁମାର ଅକ୍ଷୟଙ୍କୁ ପୋଲିସ ଅଫିସର ଭାବେ ଦେଖିବାକୁ ମିଳିଛି। ଟ୍ରେଲରକୁ ଦର୍ଶକ ମଧ୍ୟ ଭଲ ରେସପନ୍ସ ଦେଇଥିଲେ। ସବୁଠୁ ଖାସ କଥା ଟ୍ରେଲର ଦେଖି ଦର୍ଶକ ଫିଲ୍ମକୁ ବ୍ଲକବଷ୍ଟର ବୋଲି କହିଥିଲେ। ଏଥିରେ ଅକ୍ଷୟଙ୍କ ସହିତ କ୍ୟାଟ୍ରିନା କୈଫ୍‌, ‘ସିମ୍ବା’ ରଣବୀର ସିଂହ ଓ ‘ସିଙ୍ଘମ’ ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବେ ଦର୍ଶକ। ୪ ମିନିଟର ଏହି ଟ୍ରେଲରରେ ଅକ୍ଷୟଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଅକ୍ଷୟଙ୍କ ବିଭିନ୍ନ ଖତରନାକ ଷ୍ଟଣ୍ଟ ରହିଥିଲା ବେଳେ ରଣବୀର ସିଂ ଓ ଅଜୟ ଦେବଗନଙ୍କ ବି ଜବରଦସ୍ତ ଏଣ୍ଟ୍ରି ରହିଛି।

ଏଥିସହିତ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ଆତଙ୍କବାଦୀଙ୍କ ସହ ପୋଲିସର ସଂଘର୍ଷକୁ ଦେଖାଯାଇଛି। ଫିଲ୍ମରେ କ୍ୟାଟ୍ରିନାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ‘ସିଙ୍ଘମ’ ଓ ‘ସିମ୍ବା’ ପରେ ରୋହିତ ସେଟ୍ଟୀଙ୍କ ଏହା ତୃତୀୟ ଫିଲ୍ମ ଯାହା ପୋଲିସ ବିଭାଗକୁ ନେଇ ନିର୍ମାଣ ହୋଇଛି। ଫିଲ୍ମଟି ୨୦୨୦ରେ ରିଲିଜ ହେବାର ଥିଲା। କିନ୍ତୁ କରୋନା ଯୋଗୁଁ ଦୁଇ ଦୁଇ ଥର ଏହାର ରିଲିଜକୁ ସ୍ଥଗିତ କରାଯାଇଥିଲା। ଏବେ ପୁଣିଥିରେ ବି ଫିଲ୍ମ ରିଲିଜକୁ ସ୍ଥଗିତ ରଖାଯାଇଛି।