Google launches earthquake alert - The Sakala

ଭୂକମ୍ପ ପୂର୍ବରୁ ସ୍ମାର୍ଟଫୋନ୍‌ରେ ଆସିବ ଆଲର୍ଟ, କମ୍ପନ ଚିହ୍ନଟ ସହ କେନ୍ଦ୍ରର ତୀବ୍ରତା ସମ୍ପର୍କରେ ମିଳିବ ସୂଚନା
ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ଭୂକମ୍ପ ଚିହ୍ନଟ କରିବା ପାଇଁ ଭାରତରେ ‘ଆଣ୍ଡ୍ରଏଡ୍ ଆର୍ଥିକ୍କୁ ଆଲର୍ଟ ସିଷ୍ଟମ୍’ର ଶୁଭାରମ୍ଭ କରିବାକୁ ଯାଉଛି। ଏହି ସିଷ୍ଟମ ଭୂକମ୍ପର କମ୍ପନକୁ ଚିହ୍ନଟ କରିବ ଏବଂ ଏହା ଘଟିବା ପୂର୍ବରୁ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଏକ ଚେତାବନୀ ଆଲର୍ଟ ପଠାଇବ। ଏହାସହିତ ଏହା ଭୂକମ୍ପ ଏବଂ ଏହାର କେନ୍ଦ୍ରର ତୀବ୍ରତା ବିଷୟରେ ମଧ୍ୟ ସୂଚନା ଦେବ। ଗୁଗୁଲ୍ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ) ଏବଂ ଜାତୀୟ ଭୂକମ୍ପ କେନ୍ଦ୍ର (ଏନ୍‌ଏସ୍‌ସି) ସହମତିରେ ଏହି ଆଲର୍ଟ ସିଷ୍ଟମ ଆରମ୍ଭ କରିଛି। ଏହି ସିଷ୍ଟମ୍ କିଛି ସପ୍ତାହ ମଧ୍ୟରେ କାମ ଆରମ୍ଭ କରିବ। ବୁଧବାର ଏକ ବ୍ଲଗ୍ ମାଧ୍ୟମରେ କମ୍ପାନୀ ଏହାର ଶୁଭାରମ୍ଭ ନେଇ ସୂଚନା ଦେଇଛି। ଗୁଗୁଲର ଏହି ସିଷ୍ଟମ୍ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଛୋଟ ଆକ୍ସିଲେରୋମିଟର ସାହାଯ୍ୟରେ କାମ କରେ ଯାହା କମ୍ପନ ଉପରେ ଏକ ମିନି ସେସମୋମିଟର ପରି କାମ କରିଥାଏ।

ଚାର୍ଜ କରୁଥିବା ସ୍ମାର୍ଟଫୋନର କମ୍ପନ ଉପରେ ଏହି ସିଷ୍ଟମ କାମ କରେ। ସମାନ ଅଞ୍ଚଳରେ ଚାର୍ଜ ହେଉଥିବା ଅନେକ ସ୍ମାର୍ଟଫୋନରେ ଯଦି କମ୍ପନ ଅନୁଭବ ହୁଏ, ତେବେ ଗୁଗୁଲର ସର୍ଭରଗୁଡ଼ିକ ଭୂକମ୍ପ ଘଟିବାର ପୂର୍ବାନୁମାନ କରନ୍ତି। ଏହା ପରେ ଏହା ଭୂକମ୍ପର କେନ୍ଦ୍ରସ୍ଥଳ ଏବଂ ଏହାର ତୀବ୍ରତା ନିକଟସ୍ଥ ସମସ୍ତ ସ୍ମାର୍ଟଫୋନକୁ ଏକ ସତର୍କ ସୂଚନା ପଠାଇଥାଏ। ଗୁଗୁଲ କହିଛି, ‘ଇଣ୍ଟରନେଟ୍ ସିଗନାଲ୍ ଆଲୋକର ବେଗରେ ଗତି କରେ, ଯାହା ଭୂକମ୍ପ କମ୍ପନଠାରୁ ବହୁତ ଦ୍ରୁତତ୍ତର। ତେଣୁ, ଏକ ଗୁରୁତର ଝଟ୍‌କା ଆସିବାର କେଇ ସେକେଣ୍ଡ୍‌ ପୂର୍ବରୁ ଫୋନରେ ଏହାର ଆଲର୍ଟ ପହଞ୍ଚିଯିବ। ଏହି ସିଷ୍ଟମ୍‌ ପୂର୍ବରୁ ଅନେକ ଦେଶରେ କାମ କରୁଛି। ସମସ୍ତ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀ ଆଣ୍ଡ୍ରଏଡ୍ ୫ ଓଏସ୍‌ପରଠାରୁ ଏହି ଆଲର୍ଟ ପାଇବେ। ଆଇଫୋନ୍ ବ୍ୟବହାରକାରୀମାନେ ନିଜ ଫୋନରେ ଜରୁରୀକାଳୀନ ଆଲର୍ଟ ସେଟିଂ ଅନ୍ କରିବା ପରେ ଭୂକମ୍ପ ସୂଚନା ପାଇପାରିବେ। ଗୁଗୁଲ ଏହାର ସୂଚନା କେବଳ ଫୋନରୁ ପାଇଥାଏ ଯାହା ଚାର୍ଜ କରୁଛି, ଯାହା ଏହାର ସର୍ଭର ମାଧ୍ୟମରେ ସମସ୍ତ ସ୍ମାର୍ଟଫୋନକୁ ପଠାଇଥାଏ। ଏହି ସିଷ୍ଟମ କିଛି ସେକେଣ୍ଡ ପୂର୍ବରୁ ଭୂକମ୍ପ ବିଷୟରେ ସୂଚନା ଦେଇଥାଏ ଏବଂ କିଛି କିଲୋମିଟର ଦୂରରେ ଯେତେବେଳେ ଭୂକମ୍ପ ଘଟିଥାଏ ସେତେବେଳେ ସତର୍କ ସୂଚନା ଦେଇଥାଏ।