New Rule - The Sakala
ପିସିଆର କର୍ମଚାରୀଙ୍କ ପାଇଁ ନିୟମ କଡ଼ାକଡ଼ି: ଖିଲାପ କଲେ ସସପେଣ୍ଡ ଓ ଡିସଚାର୍ଜ ସହ ଜେଲ୍
ଭୁବନେଶ୍ୱର: ପିସିଆର କର୍ମଚାରୀଙ୍କ ପାଇଁ କଡ଼ାକଡ଼ି ହେଲା ନିୟମ । ଏଣିକି ନିୟମ ଖିଲାପ କଲେ ସସପେଣ୍ଡ ଓ ଡିସଚାର୍ଜ ସହ ଜେଲ ଯିବେ ପିସିଆର କର୍ମଚାରୀ । ଅତିରିକ୍ତ ଆରକ୍ଷୀ ଆୟୁକ୍ତ (ଭିକ୍ଟୋର କଣ୍ଟ୍ରୋଲ ରୁମ୍) ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ପିସିଆର୍‌‌ ଇନଚାର୍ଜ (ଏସପିଓ) ତଥା ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଅଭିଯୋଗ ଆସିଲେ, ଚାକିରିରୁ ବହିଷ୍କାର କରାଯିବା ସହ ଅପରାଧିକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବ। ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଆର୍ମି ୱେଲଫେୟାର ବୋର୍ଡକୁ ଚିଠି ଲେଖାଯିବା ସହ ପେନସନ୍‌‌ ବନ୍ଦ କରିବାକୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ହାବିଲଦାର, କନେଷ୍ଟବଳ ଓ ଓଏପିଏଫମାନଙ୍କୁ ନିଲମ୍ବନ କରାଯାଇ ଗିରଫ କରାଯିବା ସହ ହୋମଗାର୍ଡଙ୍କୁ ବହିଷ୍କାର କରାଯାଇ କୋର୍ଟ ଚାଲାଣ କରାଯିବ। ଏଥିସହିତ ଇଆରଏସ୍‌‌ଏସ୍‌‌ ଓ ଇଆରଭି ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ ଆସିଲେ, ଚାକିରିରୁ ନିବୃତ୍ତ କରି ଗିରଫ କରାଯିବା ସହିତ ସେ ପାଇଥିବା ଦରମାକୁ ଫେରାଇ ଅଣାଯିବ।
ସୂଚନାଯୋଗ୍ୟ, ଚନ୍ଦକା ଥାନା ଅଞ୍ଚଳରେ ପାଟ୍ରୋଲିଂ କରିବା ପରିବର୍ତ୍ତେ ବେଆଇନ ଭାବେ ଟଙ୍କା ଆଦାୟରେ ମାତିଥିଲେ ପିସିଆର୍‌‌ କର୍ମଚାରୀ । ଏଭଳି ଅଭିଯୋଗ ଆସିବା ପରେ ଚେତିଛି କମିସନରେଟ ପୁଲିସ। ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ପିସିଆର୍‌‌ ଏସପିଓ ଏବଂ ସମ୍ପୃକ୍ତ ଡ୍ରାଇଭରଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଏଥିସହିତ ଭବିଷ୍ୟତରେ ଏଭଳି ଅଭିଯୋଗ ଆସିଲେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ, ସେନେଇ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି। ତେବେ ଦୁଇ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ପରେ ପିସିଆର୍‌‌ କର୍ମଚାରୀମାନେ ଟଙ୍କା ଆଦାୟ କରୁଥିବା ଅଭିଯୋଗକୁ ପ୍ରମାଣିତ କରିଛି।
ତେବେ ପିସିଆର୍‌‌ କର୍ମଚାରୀଙ୍କ ବିରୋଧରେ ଇଏ କେବଳ ଗୋଟିଏ ଘଟଣା ନୁହଁ, ପୂର୍ବରୁ ମଧ୍ୟ ମାଳ ମାଳ ଅଭିଯୋଗ ଆସିଛି। ଘଟଣାସ୍ଥଳରୁ ଦୁର୍ଘଟଣା ଗାଡ଼ି ଛାଡ଼ିବା ଠାରୁ ଆରମ୍ଭ କରି ବେଆଇନ ବାଲି, ମୋରମ୍‌‌ ଓ ମାଙ୍କଡ଼ା ପଥର ଗାଡ଼ି ଅଟକାଇ ଟଙ୍କା ଆଦାୟ କରିବା ଯାଏଁ, ଲମ୍ବା ଅଭିଯୋଗ ଆସିଛି। ଏବେ ମଧ୍ୟ ଅନେକ ପିସିଆର୍‌‌ କର୍ମଚାରୀ ବେଆଇନ ଭାବେ ଟଙ୍କା ଆଦାୟରେ ଲିପ୍ତ ରହିଛନ୍ତି। କିଏ ରାତି ଅଧରେ ଆଦାୟ କରୁଛନ୍ତି ତ କେହି ମାସିକିଆ ଟଙ୍କା ନେଉଛନ୍ତି। ବିଶେଷକରି ଦଶହରା ସମୟରେ, ନିଜ ନିଜ ଥାନା ଅଞ୍ଚଳର ବିଭିନ୍ନ ଛୋଟମୋଟ ଦୋକାନୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀକ ପ୍ରତିଷ୍ଠାନ ବୁଲି ଟଙ୍କା ଆଦାୟ କରୁଥିବାର ନଜର ମଧ୍ୟ ରହିଛି। ଏସବୁ ଦୀର୍ଘଦିନ ଧରି ଚାଲି ଆସୁଥିଲେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ଆସିପାରିନାହିଁ।
ଆଜିଠୁ ବଦଳିବ ଏହି ୫ ନିୟମ; ବ୍ୟାଙ୍କିଂ, ଡିଜିଟାଲ ପେମେଣ୍ଟ ଏବଂ ନିବେଶ ସମ୍ବନ୍ଧିତ ନିୟମରେ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ: ପୁରୁଣା ବର୍ଷ ବିଦାୟ ନେଉଛି, ଆଉ ନୂଆ ବର୍ଷ ଆସିଛି। କେବଳ ତାରିଖ ନୁହେଁ, ଦୈନନ୍ଦିନ ଜୀବନ ଏବଂ ଆର୍ଥିକ ମୋର୍ଚ୍ଚା ସହ ଜଡ଼ିତ ଅନେକ ନିୟମର କଣ୍ଟ ମଧ୍ୟ ପୂରଣ ହୋଇଯାଇଛି। ନୂଆ ସକାଳ ସାଧାରଣ ନାଗରିକଙ୍କ ପାଇଁ ଅନେକ ପରିବର୍ତ୍ତନ ନେଇ ଆସୁଛି। ନୂଆ ବର୍ଷ ସହିତ ୫ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବ୍ୟାଙ୍କିଂ, ଡିଜିଟାଲ ପେମେଣ୍ଟ ଏବଂ ନିବେଶ  ସମ୍ବନ୍ଧିତ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଲୋକେ ଏହି ପରିବର୍ତ୍ତନକୁ ଧ୍ୟାନ ନ ଦେବେ ତେବେ ଆର୍ଥିକ ଭାବେ ପ୍ରଭାବିତ ହୋଇପାରନ୍ତି।
ନୂଆ ବର୍ଷରୁ କ୍ରେଡିଟ ସ୍କୋର ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଋଣ ନେଉଥିବା ଲୋକଙ୍କ ପାଇଁ ସବୁଠାରୁ ବଡ଼ ପରିବର୍ତ୍ତନ କ୍ରେଡିଟ୍ ସ୍କୋର ରିପୋର୍ଟିଂରେ ହେବ। ଏପର୍ଯ୍ୟନ୍ତ, କ୍ରେଡିଟ୍ ବ୍ୟୁରୋ (ସିବିଲ ଆଦିରେ) ସାଧାରଣତଃ ମାସିକ ଆଧାରରେ ଡାଟା ଅପଡେଟ୍ କରୁଥିଲା। ୧ ତାରିଖରୁ ଅର୍ଥାତ ଗୁରୁବାରଠାରୁ ସାପ୍ତାହିକ ଆଧାରରେ ଏହାକୁ ଅପଡେଟ କରାଯିବ। ଋଣର ଇଏମଆଇ କିମ୍ବା କ୍ରେଡିଟ୍ କାର୍ଡ ବିଲ୍ ପରିଶୋଧ କରିବାରେ ଗୋଟିଏ ଦିନ ବିଳମ୍ବ ହେଲେ ଏହା କ୍ରେଡିଟ ସ୍କୋରକୁ ପ୍ରଭାବିତ କରିବ। ଯେଉଁ ଗ୍ରାହକମାନେ ସମୟସୀମା ମଧ୍ୟରେ ପେମେଣ୍ଟ କରନ୍ତି, ତାଙ୍କ ସ୍କୋରରେ ଦ୍ରୁତ ଉନ୍ନତି ଦେଖାଯିବ। ଏହା ଦ୍ୱାରା ସେମାନଙ୍କ ପାଇଁ ଋଣ ପାଇବା ସହଜ ହେବ।
ଆଇଟିଆର ଫାଇଲିଂରେ ଆଉ ସୁବିଧା ମିଳିବ ନାହିଁ। ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିବାର ଶେଷ ତାରିଖ ଥିଲା ଜୁଲାଇ ୩୧ ଥିଲା। ଯେଉଁ କରଦାତାମାନେ ଶେଷ ତାରିଖ ହରାଇଛନ୍ତି, ସେମାନଙ୍କ ପାଇଁ ବିଳମ୍ବିତ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଡିସେମ୍ବର ୩୧ ତାରିଖ ଧାର୍ଯ୍ୟ କରାଯାଇଥିଲା।  ଏହି ଅବଧି ସୁଦ୍ଧା ରିଟର୍ଣ୍ଣ ଫାଇଲ୍ ନ କଲେ ଟିକସ ରିଫଣ୍ଡ ଦାବି କରିପାରିବେ ନାହିଁ। ଡିସେମ୍ବର ୩୧  ପରେ ରିଟର୍ଣ୍ଣ ଫାଇଲ୍ କରିବା ପାଇଁ ଆପଣଙ୍କୁ ‘ଅପଡେଟେଡ୍ ରିଟର୍ଣ୍ଣ’ (ଆଇଟିଆର-ୟୁ) ବ୍ୟବହାର କରିବାକୁ ପଡିବ। ଏହା ବହୁତ ମହଙ୍ଗା ହେବ। ୧୨ ମାସ ମଧ୍ୟରେ ଫାଇଲ୍ କଲେ ମୋଟ ଟିକସର ୨୫% ଅତିରିକ୍ତ ଜରିମାନା ଦେବାକୁ ପଡିବ। ୨୪ ମାସ ମଧ୍ୟରେ ରିଟର୍ଣ୍ଣ ଫାଇଲ୍ କଲେ ମୋଟ ଟିକସର ୫୦% ଅତିରିକ୍ତ ଜରିମାନା ଦେବାକୁ ପଡିବ। ୩୬ ରୁ ୪୮ ମାସ ବିଳମ୍ବ ହେଲେ ଅତିରିକ୍ତ ୬୦% ରୁ ୭୦% ଟିକସ ଦେବାକୁ ପଡିପାରେ। ସେହିପରି ନୂଆ ବର୍ଷରୁ ୟୁପିଆଇ ଏବଂ ଡିଜିଟାଲ ପେମେଣ୍ଟ ନିୟମ ଅଧିକ କଠୋର ହେବ। ବଢ଼ୁଥିବା ଡିଜିଟାଲ୍ ଏବଂ ବ୍ୟାଙ୍କିଂ ଠକେଇର ରୋକିବା ପାଇଁ ୧ ତାରିଖରୁ ଡିଜିଟାଲ୍ କାରବାର ନିୟମାବଳୀ କଠୋର ହେବାକୁ ଯାଉଛି। ସରକାର ଏବଂ ଆରବିଆଇ ଦ୍ୱାରା ନିର୍ଦ୍ଦେଶିତ, ୟୁପିଆଇ ପ୍ଲାଟଫର୍ମଗୁଡ଼ିକ (ଗୁଗଲ ପେ, ଫୋନପେ, ହ୍ବାଟସଆପ) ଏବେ ଅଧିକ କଠୋର କେୱାଇସି ପ୍ରକ୍ରିୟା ପାଳନ କରିବାକୁ ବାଧ୍ୟ ହେବେ। ନକଲି ଆକାଉଣ୍ଟଗୁଡ଼ିକୁ ରୋକିବା ପାଇଁ ନୂତନ ନିୟମାବଳୀ ମୋବାଇଲ୍ ନମ୍ବର ଯାଞ୍ଚ ଏବଂ ଆକାଉଣ୍ଟ ଲିଙ୍କ୍ ପ୍ରକ୍ରିୟାରେ ଅତିରିକ୍ତ ସୁରକ୍ଷା ସ୍ତର ଯୋଡ଼ାଯିବ।
ସେହିପରି ଆର୍ଥିକ ନିୟାମକମାନେ ସ୍ପଷ୍ଟ କରିଛନ୍ତି ଯେ ପାନ ଏବଂ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ।କିନ୍ତୁ ଏହି ଅବଧି ବୁଧବାର  ଶେଷ ହୋଇଛି।  ଯଦି ଏପର୍ଯ୍ୟନ୍ତ କେହି ଆଧାର-ପାନ ଲିଙ୍କ କରିନାହାନ୍ତି ତେବେ ସେମାନେ ଅସୁବିଧାର ସମ୍ମୁଖୀନ ହେବେ। ଏହା ଦ୍ବାରା ଟିକସ ରିଫଣ୍ଡ ହୋଇପାରିବ ନାହିଁ। ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ଅସୁବିଧା ଏବଂ ମ୍ୟୁଚୁଆଲ୍ ଫଣ୍ଡ କିମ୍ବା ଷ୍ଟକ୍ ବଜାରରେ ନିବେଶ ବନ୍ଦ କରିବା ଭଳି ସମସ୍ୟା ସୃଷ୍ଟି କରିପାରେ। ଏହା ବ୍ୟତୀତ ନୂଆ ବର୍ଷରୁ ଇନ୍ଧନ ମୂଲ୍ୟ ବଢ଼ିପାରେ। ତୈଳ ମାର୍କେଟିଂ କମ୍ପାନୀ ଗୁଡ଼ିକ ପେଟ୍ରୋଲ, ଡିଜେଲ,ବିମାନ ଇନ୍ଧନ  ଏବଂ ରୋଷେଇ ଗ୍ୟାସ ମୂଲ୍ୟ ବୃଦ୍ଧି କରିପାରନ୍ତି। ନୂଆ ବର୍ଷରୁ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି। କେନ୍ଦ୍ର ସରକାର ନୂଆ ଆୟକର ଆଇନ କାର୍ଯ୍ୟକାରୀ କରିପାରନ୍ତି।  ନୂଆ ଆୟକର ଆଇନ ୧ ଏପ୍ରିଲ୍ ୨୦୨୬ ରେ ଦେଶରେ କାର୍ଯ୍ୟକାରୀ ହେବ। ଏହାର ଲକ୍ଷ୍ୟ ହେଉଛି ଟିକସ ପ୍ରକ୍ରିୟାକୁ ସରଳ ଏବଂ ମାମଲା ହ୍ରାସ କରିବା।
ନୂଆବର୍ଷରୁ ନୂଆ ନିୟମ: ଆଧାର-ପାନ୍‌ଠାରୁ ଗାଡ଼ି ମୂଲ୍ୟ ଯାଏ ହେବ ପରିବର୍ତ୍ତନ
ନୂଆଦିଲ୍ଲୀ: ୨୦୨୬ ଜାନୁଆରୀ ପହିଲାରୁ ନୂତନ ବର୍ଷ ଆରମ୍ଭ ହେବା ସହିତ, ଦେଶରେ କିଛି ନୂତନ ନିୟମ ଏବଂ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂତନ ପରିବର୍ତ୍ତନଗୁଡ଼ିକ ସିଧାସଳଖ ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପ୍ରଭାବ ପକାଇବ। ଏହି ନୂତନ ନିୟମ ଏବଂ ପରିବର୍ତ୍ତନଗୁଡିକ ହେଉଛି…
ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ
୨୦୨୬ ଜାନୁଆରୀ ପହିଲାରୁ ଘରୋଇ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି।  ଶେଷ ଥର ପାଇଁ, ଡିସେମ୍ବର ପହିଲା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା। ହେଲେ ଏଥର ଏଳ୍‌ପିଜି ଦରରେ କ’ଣ ହେଉଛି ତାହା ଦେଖÒବାକୁ ବାକି ଅଛି। ଏଲ୍‌ପିଜି ସିଲିଣ୍ଡର ପରି ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସରେ ସିଏନ୍‌ଜି, ପିଏନ୍‌ଜି ଏବଂ ଏଟିଏଫ୍‌ (ବିମାନ ଟର୍ବାଇନ୍‌ ଇନ୍ଧନ) ମୂଲ୍ୟ ସଂଶୋଧନ କରିଥାନ୍ତି।  ତେଣ ଜାନୁଆରୀ ପହିଲାରୁ ସିଏନ୍‌ଜି, ପିଏନ୍‌ଜି ଏବଂ ଏଟିଏଫ୍‌ର ନୂତନ ମୂଲ୍ୟ କାର୍ଯ୍ୟକାରୀ ହେବ।
ଆଧାର-ପାନ୍ ଲିଙ୍କ୍‌
ସରକାର ସମସ୍ତ ବ୍ୟକ୍ତିଙ୍କ ପାଇଁ ଆଧାର-ପାନ୍ ଲିଙ୍କିଂକୁ ବାଧ୍ୟତାମୂଳକ କରିଛନ୍ତି। ଆଧାର-ପାନ୍ ଲିଙ୍କ୍‌ କରିବାର ଶେଷ ତାରିଖ ଡିସେମ୍ବର ୩୧ ରହିଛି।    ଯେଉଁମାନେ ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କର ଆଧାର ଏବଂ ପାନ୍ ଲିଙ୍କ୍ କରିବେ ନାହିଁ ସେମାନଙ୍କର ପାନ୍ କାର୍ଡ ଜାନୁଆରୀ ପହିଲାରୁ ନିଷ୍କ୍ରିୟ ହୋଇଯିବ। ଜାନୁଆରୀ ୧ ପରେ ଲୋକମାନଙ୍କୁ ସେମାନଙ୍କର ପ୍ୟାପାନ୍ ଏବଂ ଆଧାର ଲିଙ୍କ୍ କରିବା ପାଇଁ ଜରିମାନା ଦେବାକୁ ପଡିବ।
ଯାନବାହାନ ମୂଲ୍ୟ ବଢ଼ିବ
ନୂତନ ବର୍ଷ ଆରମ୍ଭରୁ, ଅର୍ଥାତ୍ ଜାନୁଆରୀ ପହିଲାରୁ ଅନେକ ଅଟୋମୋବାଇଲ କମ୍ପାନୀ ସେମାନଙ୍କ ଯାନର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ନିସାନ୍‌, ବିଏମ୍‌ଡବ୍ଲ୍ୟୁ, ଜେଏସଡ୍‌ବ୍ଲ୍ୟୁ ଏମ୍‌ଜି ମୋଟର ଏବଂ ରେନୋ ଭଳି କମ୍ପାନୀ ରହିଛନ୍ତି। ଅନ୍ୟାନ୍ୟ କାର୍ ନିର୍ମାତାମାନେ ମଧ୍ୟ ନୂଆ ବର୍ଷରୁ ସେମାନଙ୍କ ଯାନର ମୂଲ୍ୟ ବୃଦ୍ଧି କରିପାରନ୍ତି।
ଚୀନ୍‌ ଆଣିଲା ଇନ୍‌ଫ୍ଲୁଏନ୍ସର୍‌ଙ୍କ ପାଇଁ ନୂଆ ନିୟମ: ସାମାଜିକ ଗଣମାଧ୍ୟମରେ କହିବା ପାଇଁ ଡିଗ୍ରୀ ରହିବା ନିହାତି ଆବଶ୍ୟକ
ନୂଆଦିଲ୍ଲୀ: ନିକଟରେ ଚୀନ୍‌ ଏପରି ଏକ ନିୟମ ଆଣିଛି ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ତର୍କ ବିତର୍କ ଆରମ୍ଭ ହୋଇଛି। ଅର୍ଥନୀତି, ଶିକ୍ଷା, ସ୍ବାସ୍ଥ୍ୟ ଆଦି ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଇନ୍‌ଫ୍ଲୁଏନ୍ସର୍‌ମାନେ କହିବା ପାଇଁ ଏହି କ୍ଷେତ୍ରରେ ଡିଗ୍ରୀ ରହିବା ନିହାତି ଆବଶ୍ୟକ।  ଏଥିରୁ ଏକଥା ସ୍ପଷ୍ଟ ହେଉଛି ଯେ, ବିନା ଡିଗ୍ରୀ ଏବଂ ଲାଇସେନ୍ସ ନ ଥିବା ଇନ୍‌ଫ୍ଲୁଏନସର୍‌ ଏହି ସବୁ ବିଷୟରେ ଖୋଲାଖୋଲି ଆଲୋଚନା କରିପାରିବେ ନାହିଁ। ଚୀନ୍‌ରେ ଏହି ନିୟମ ଅକ୍ଟୋବର ୨୫ରୁ ଲାଗୁ ହୋଇଛି। ତେବେ ଏଭଳି ନିୟମର ଉଦ୍ଦେଶ୍ୟ ହେଉଛି ଅନଲାଇନ୍‌ରେ ଭୁଲ ତଥ୍ୟ ପ୍ରଦାନ କରିବା ଏବଂ ଲୋକଙ୍କୁ ଭୁଲ୍‌ ତଥ୍ୟ ଦେଉଥିବା ଇନ୍‌ଫ୍ଲୁଏନ୍ସର୍‌ଙ୍କୁ ବନ୍ଦ କରିବା।  ତେବେ ଏହି ନିୟମକୁ ସାଇବରସ୍ପେସ୍ ଆଡମିନିଷ୍ଟ୍ରେସନ ଅଫ୍ ଚୀନ୍‌ ଲାଗୁ କରିଛି।
ସେହିପରି ଏହି ନିୟମ କେବଳ ଇନ୍‌ଫ୍ଲୁଏନ୍ସର୍‌ଙ୍କ ଉପରେ ନୁହେଁ, ବରଂ Douyin, weibo, bilibili ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଲାଗୁ ହେବ। ଏହାବାଦ୍‌ ଚିକିତ୍ସା ଉପକରଣ, ହେଲଥ ଫୁଡ୍‌ ଏବଂ ସପ୍ଲିମେଣ୍ଟ ସମ୍ବନ୍ଧିତ ବିଜ୍ଞାପନ ଉପରେ ବି କଟକଣା ଲାଗୁ କରାଯାଇଛି।  ସେହିପରି ଏହି କମ୍ପାନିମାନଙ୍କୁ ସୁନିଶ୍ଚିତ କରିବାକୁ ହେବ ଯେ, ଏହାର ପ୍ଲାଟଫର୍ମରେ ଥିବା କ୍ରିଏଟରଙ୍କ ପାଖରେ ସେସମ୍ପର୍କିତ ଡିଗ୍ରୀ, ସାର୍ଟିଫିକେଟ୍ ରହିଛି। ଯଦି ଜଣେ ଇନ୍‌ଫ୍ଲୁଏନ୍ସର୍‌ ତାଙ୍କ ବିଷୟବସ୍ତୁରେ ଏଆଇ ଜେନେରେଟେଡ୍‌ ସାମଗ୍ରୀ କିମ୍ବା ଗବେଷଣା ଅଧ୍ୟୟନ ବ୍ୟବହାର କରନ୍ତି, ତାହେଲେ ତାଙ୍କୁ ସେହି  ଭିଡିଓ କିମ୍ବା ପୋଷ୍ଟରେ ଏ ବାବଦରେ ସ୍ପଷ୍ଟ ଭାବରେ କହିବାକୁ ପଡ଼ିବ। ଅନ୍ୟପଟେ ଏହି ନିୟମକୁ ନେଇ ଅନଲାଇନ୍‌ରେ ତର୍କ ଆରମ୍ଭ ହୋଇଛି। କିଛି ଲୋକ ଏହାକୁ ଠିକ୍‌ ପଦକ୍ଷେପ ବୋଲି କହିଥିବା ବେଳେ ଆଉ କିଛି ଜଣ ଏଭଳି ଆଇନ ବ୍ୟକ୍ତିଗତ ସ୍ବାଧୀନତାକୁ ହସ୍ତକ୍ଷେପ କରୁଛି  ବୋଲି କହିଛନ୍ତି।
କେନ୍ଦ୍ରୀୟ ବିଦ୍ୟାଳୟର ନୂଆ ନିୟମ: ରାଜ୍ୟ ବଦଳାଇଲେ ଘରୋଇ କର୍ମଚାରୀଙ୍କ ଶିଶୁଙ୍କୁ ମିଳିବନି ଟ୍ରାନ୍ସଫର ସୁବିଧା
ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ପ୍ରତି କ୍ଲାସ୍‌ରୁ ୮ଟି ଲେଖାଏଁ ସିଟ୍‌ କମ୍‌ କରିଦେଇଛି। କେଭି ପକ୍ଷରୁ ଜାରି ନାମଲେଖା ବିଜ୍ଞପ୍ତିରେ ୩୨ ସିଟ୍‌ ପାଇଁ ଆବେଦନ ମଗାଯାଇଛି। ଏ ପର୍ଯ୍ୟନ୍ତ ପ୍ରାଇମେରିରୁ ହାୟର ସେକେଣ୍ଡାରୀ (ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ) ପର୍ଯ୍ୟନ୍ତ ସବୁ କ୍ଲାସରେ ୪୦ଟି ଲେଖାଏଁ ସିଟ୍‌ ରହୁଥିଲା। ସେହିପରି ଟ୍ରାନ୍ସଫର ନୀତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ନିୟମକୁ କଠୋର କରିଦିଆଯାଇଛି। ଏଭଳି କ୍ଷେତ୍ରରେ କାମ କରୁଥିବା ଅଭିଭାବକଙ୍କ ଅନ୍ୟ ରାଜ୍ୟକୁ ବଦଳି ହେଲେ ଶିଶୁକୁ ଅନ୍ୟ ରାଜ୍ୟକୁ ଟ୍ରାନ୍ସଫର କରିବାକୁ ଅନୁମତି ମିଳିବ ନାହିଁ। ମାତ୍ର ସରକାରୀ କର୍ମଚାରୀଙ୍କ ସନ୍ତାନଙ୍କୁ ଏହି ସୁବିଧା ମିଳିବା ଜାରି ରହିବ। ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ପାଇଁ ପ୍ରତି ବର୍ଷ ଅନେକ ଛାତ୍ରଛାତ୍ରୀ ଆବେଦନ କରିଥାନ୍ତି। ଏଭଳି ସ୍ଥିତିରେ ସିଟ୍‌ ହ୍ରାସ ପାଇଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ସୂଚନା ଅନୁଯାୟୀ ଅଧିକ ଛାତ୍ରଛାତ୍ରୀ ହେଉଥିବାରୁ ଶିକ୍ଷକ ତାଙ୍କ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇପାରନ୍ତି ନାହିଁ। ତେଣୁ ଛାତ୍ରଛାତ୍ରୀଙ୍କ କ୍ଷମତା ହ୍ରାସ ଘଟିଥାଏ। ଏଥିପାଇଁ ସିଟ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ନେଇ ଛାତ୍ରଛାତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟ ନିରାଶ ହୋଇଛନ୍ତି।
କେଭିରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆବେଦନ ୧ ତାରିଖରୁ ଆରମ୍ଭ ହୋଇଯାଇଛି। ୧୫ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରିହେବ। ୧୯ ତାରିଖରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇବ।
ଏପ୍ରିଲ ପହିଲାରୁ ନୂଆ ନିୟମ: କ୍ରେଡ଼ିଟ୍ କାର୍ଡଠୁ ଆରମ୍ଭ କରି ଫାସ୍‌ଟ୍ୟାଗ୍ ଓ ଇପିଏଫଓ ପର୍ଯ୍ୟନ୍ତ ବଦଳିବ ସବୁ ନିୟମ
ନୂଆଦିଲ୍ଲୀ: ସରିବାକୁ ଯାଉଛି ୨୦୨୩-୨୪ ଆର୍ଥିକ ବର୍ଷ। ଆସନ୍ତା ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ। ତେବେ ଏହି ପହିଲାଠାରୁ ଦେଶରେ ବଦଳିବାକୁ ଯାଉଛି ଅନେକ ବଡ଼ ନିୟମ। ଏଥିରେ ପାନ୍ -ଆଧାର କାର୍ଡ ଏବଂ ଡେବିଟ୍ କାର୍ଡ ସମ୍ବନ୍ଧରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଏଡାଛଡା ପିଏଫ୍ ଆକାଉଣ୍ଟ୍ ସମ୍ବନ୍ଧରେ ବଡ ପରିବର୍ତ୍ତନ ହେବ ବୋଲି ଜଣାପଡିଛି।
– ଏପ୍ରିଲ୍ ପହିଲାଠାରୁ କାର୍ଯ୍ୟକାରୀ ହେଉଥିବା ଫାସ୍‌ଟ୍ୟାଗ୍  ଉପଭୋକ୍ତାମାନଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ କାରବାରରେ ସମ୍ଭାବ୍ୟ ବ୍ୟାଘାତକୁ ଏଡାଇବା ପାଇଁ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ସେମାନଙ୍କର କେୱାଇସି ଅପଡେଟ୍ ହୋଇଛି କି ନାହିଁ। ଏହି ଆଦେଶକୁ ଅନୁପାଳନ ନ କଲେ ଟୋଲ୍ ପେମେଣ୍ଟରେ ବାଧା ସୃଷ୍ଟି ହୋଇପାରେ।
– ପାନକୁ ଆଧାର କାର୍ଡ ସହିତ ସଂଯୋଗ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୪ ରହିଛି। ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଲିଙ୍କ୍ ସଂପୂର୍ଣ୍ଣ କରିବାରେ ବିଫଳତା କାରଣରୁ ଜଣଙ୍କର ପାନ୍ ନମ୍ବର ବାତିଲ ହୋଇପାରେ। ୧ ଏପ୍ରିଲ୍ ୨୦୨୪ ପରେ ପାନ୍-ଆଧାର ଲିଙ୍କ୍ରେ ବିଳମ୍ବ ପାଇଁ ବ୍ୟକ୍ତିବିଶେଷଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ,
– ୧ ଏପ୍ରିଲ୍ ୨୦୨୪ଠାରୁ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଏକ ସ୍ୱୟଂଚାଳିତ ପିଏଫ୍ ଆକାଉଣ୍ଟ ସ୍ଥାନାନ୍ତର ବ୍ୟବସ୍ଥା କାର୍ଯ୍ୟକାରୀ କରିବ। ଏହି ପଦକ୍ଷେପ ଚାକିରି ବଦଳାଇବା ସମୟରେ ମାନୁଆଲ ଅନୁରୋଧର ଆବଶ୍ୟକତାକୁ ଦୂର କରିଥାଏ। ଏହାଛଡା ଏହା ପ୍ରଶାସନିକ ପ୍ରକ୍ରିୟାକୁ ସରଳ କରି ବ୍ୟବହାରକାରୀଙ୍କ ପାଇଁ ସମସ୍ତ ଅସୁବିଧାକୁ ମଧ୍ୟ ହ୍ରାସ କରିଥାଏ।
– ଉପଭୋକ୍ତାମାନଙ୍କ ପାଇଁ ସଂଶୋଧିତ ନିୟମ ୧ ଏପ୍ରିଲରୁ ଭଡା ଦେୟ ପ୍ରଦାନ କରୁଥିବା ଏସ୍ବିଆଇ କ୍ରେଡିଟ କାର୍ଡଧାରୀମାନେ ଆଉ ଆୱାର୍ଡ ପଏଣ୍ଟ ପାଇବେ ନାହିଁ। ଏହି ପଲିସି ଆଡଜଷ୍ଟମେଣ୍ଟ, ପ୍ରାରମ୍ଭରେ କ୍ରେଡିଟ୍ କାର୍ଡ ବାଛିବା ପାଇଁ ପ୍ରଯୁଜ୍ୟ ଏବଂ ୧୫ ଏପ୍ରିଲ୍ ୨୦୨୪ ସୁଦ୍ଧା ଅନ୍ୟମାନଙ୍କୁ ବିସ୍ତାର କରିଥାଏ, ଗ୍ରାହକଙ୍କ ଆଚରଣ ବିକାଶ ହେତୁ ପୁରସ୍କାର ସଂରଚନାକୁ ଯୁକ୍ତିଯୁକ୍ତ କରିବା ଏବଂ ପ୍ରୋତ୍ସାହନ ବଢ଼ାଇବାକୁ ଲକ୍ଷ୍ୟ ରଖିଛି।
ଭୁବନେଶ୍ୱର: ଏକ ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପାଇଁ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ପ୍ରଣୟନ କରାଯାଇଥିଲା। ଏହି ଅଧିନିୟମ ତା ୦୧.୦୫.୧୯୮୪ ରିଖ ରେ ଲାଗୁ ହେଲା ଏବଂ ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୧୯୯୨ ବିଜ୍ଞାପିତ ହୋଇଥିଲା। ଅଧିନିୟମ ଏବଂ ନିୟମକୁ କାର୍ଯ୍ୟକାରୀ କରିବା ସମୟରେ ଅନୁଭୂତ ହେଲା ଯେ ଏଗୁଡିକରେ କିଛି ବ୍ୟବସ୍ଥାଗତ ତ୍ରୁଟି ରହିଛି। ଉପରୋକ୍ତ ଅଧିନିୟମ ଏବଂ ନିୟମରେ ଦକ୍ଷ ପ୍ରାଧିକାରୀଙ୍କର ଉପଯୁକ୍ତ ପରିଭାଷା, ଅଧିକାର ଏବଂ କ୍ଷମତା ସ୍ପଷ୍ଟ ଭାବରେ ପ୍ରଦାନ କରାଯାଇନଥିଲା। ଆପାର୍ଟମେଣ୍ଟ ମାଲିକ ମାନଙ୍କ ସ୍ୱାର୍ଥକୁ ସମ୍ପୁର୍ଣ୍ଣ ରୁପେ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା।
ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩ ଆଜି ବିଧାନସଭାରେ ପାରିତ ହୋଇଛି। ସଂଶୋଧିତ ବିଲ୍ ରେ ବିଭିନ୍ନ ବ୍ୟବସ୍ଥା ରହିଛି। ଆପାର୍ଟମେଣ୍ଟର ସାଧାରଣ ବ୍ୟୟ ନିମନ୍ତେ ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବା ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନ। ଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ସୃଷ୍ଟି କରିବ। ଆବଣ୍ଟନଗ୍ରାହୀମାନଙ୍କ ସଂଘକୁ ଦକ୍ଷ ପ୍ରାଧିକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧି ଦ୍ୱାରା ଏକକ ବ୍ୟବସ୍ଥା କରିବ। ପୃଷ୍ଠପୋଷକ ମାନଙ୍କର ଦାୟିତ୍ୱକୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବ।
* ଆପାର୍ଟମେଣ୍ଟରେ ସାଧାରଣ କ୍ଷେତ୍ରର ବ୍ୟବହାରକୁ ନିୟନ୍ତ୍ରଣ କରିବ।
* ଆପାର୍ଟମେଣ୍ଟର ସାଧାରଣ ବ୍ୟୟ ନିମନ୍ତେ ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବ।
* ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ସୃଷ୍ଟି କରିବ।
* ଆବଣ୍ଟନଗ୍ରାହୀମାନଙ୍କ ସଂଘକୁ ଦକ୍ଷ ପ୍ରାଧିକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧିଦ୍ୱାରା ଏକକ ବ୍ୟବସ୍ଥା କରିବ।
* ପୃଷ୍ଠପୋଷକମାନଙ୍କର ଦାୟିତ୍ୱକୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବ।
* ପ୍ରତ୍ୟେକଆପାର୍ଟମେଣ୍ଟମାଲିକଙ୍କରଆପାର୍ଟମେଣ୍ଟ ମାଲିକମାନଙ୍କ ସଂଘ ସହିତ ସମ୍ପର୍କ ଏବଂ ତତସଲଗ୍ନ ଅଧିକାର ଏବଂ ଦାୟିତ୍ୱକୁ ନିର୍ଦ୍ଧାରିତ କରିବ।
* ଆପାର୍ଟମେଣ୍ଟ ମାଲିକମାନଙ୍କର ସଂଘ ଗଠନ ପାଇଁ ବ୍ୟବସ୍ଥା କରିବ।
* ଆପାର୍ଟମେଣ୍ଟର ବୀମା ଏବଂ ଏହାର ନିର୍ମାଣ ଜନିତ ସ୍ଥିରତା ନିଶ୍ଚିତକରିବା ପାଇଁ ବ୍ୟବସ୍ଥା କରିବ।
* ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥକୁ ଉପଯୁକ୍ତ ଭାବେ ସୁରକ୍ଷା ଯୋଗାଇବା ପାଇଁ ଅଧିନିୟମ, ନିୟମ ଏବଂ ନିୟମାବଳୀକୁ ମାନି କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରିବ।
୫ଟି ନୀତି ଅଧାରରେ ପ୍ରସ୍ତୁତ ଏହି ବିଧେୟକଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିର ପ୍ରତିଫଳନ। ଏହା ଆପାର୍ଟମେଣ୍ଟର ମାଲିକାନା ଏବଂ ପରିଚାଳନାଗତ ସମସ୍ୟାର ସମାଧାନ ସଂଗେ ସଂଗେ ଆପାର୍ଟମେଣ୍ଟ ସହିତ ଜଡିତ ସମସ୍ତ ବ୍ୟକ୍ତି ବିଶେଷ ଏବଂ ସଂସ୍ଥାମାନଙ୍କ ମଧ୍ୟରେ ପରସ୍ପର ବୁଝାମଣା ଏବଂ ସ୍ୱଚ୍ଛ ବାତାବରଣ ସ୍ଥାପନ କରିବାରେ ସହାୟକ ହେବ।