New Law - The Sakala
ଆଜିଠୁ ଦେଶରେ ନୂଆ ନିୟମ
ନୂଆଦିଲ୍ଲୀ: ରବିବାର ମଧ୍ୟରାତ୍ରିରୁ ବଦଳିଛି ଦେଶରେ ପୋଲିସ ଆଇନ। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରି ଅପରାଧ ସଂହିତା (ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି। ନୂଆ ଆଇନ ଏକ ଆଧୁନିକ ନ୍ୟାୟିକ ବ୍ୟବସ୍ଥା ଆଣିବ, ଯେଉଁଥିରେ ଜିରୋ ଏଫ୍‌ଆଇଆର୍‌ ଅର୍ଥାତ୍‌ ଯେକୌଣସି ଥାନାରେ ଏତଲା ଦାଏର କରାଯାଇପାରିବ। ଏପରିକି ଅନ୍‌ଲାଇନରେ ପୋଲିସରେ ଅଭିଯୋଗ ଦାଏର କରାଯିବା ସହ ଏସ୍‌ଏମ୍‌ଏସ୍‌ ଭଳି ଅନ୍‌ଲାଇନ ମୋଡ୍‌ରେ ସମନ ଜାରି କରାଯିବ। ସମସ୍ତ ଜଘନ୍ୟ ଅପରାଧ କ୍ରାଇମ୍‌ ସିନ୍‌ର ଭିଡିଓଗ୍ରାଫିକୁ ବାଧ୍ୟତାମୂଳକ କରାଯିବ। ବର୍ତ୍ତମାନର ସମାଜରେ ପ୍ରଚଳିତ ଥିବା କେତେକ ସାମାଜିକ ବାସ୍ତବତା ଏବଂ ଅପରାଧକୁ ରୋକିବାରେ ଏହା ସହାୟକ ହେବା ସହ ନ୍ୟାୟପାଳିକାକୁ ପ୍ରଭାବୀ କରିବାରେ ଉପଯୁକ୍ତ ବ୍ୟବସ୍ଥା ଯୋଗାଇଦେବ। ଗତବର୍ଷ ଡିସେମ୍ବର ୨୧ରେ ୩ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତହେବା ପରେ ଡିସେମ୍ବର ୨୬ରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଥିଲା। ନୂଆ ଆଇନ ଅନୁଯାୟୀ ଆପରାଧିକ ମାମଲାରେ ଶୁଣାଣି ଶେଷ ହେବାର ୪୫ ଦିନ ମଧ୍ୟରେ ରାୟ ଆସିବ। ପ୍ରଥମ ଶୁଣାଣିର ୬୦ ଦିନ ମଧ୍ୟରେ ଚାର୍ଜଫ୍ରେମ୍‌ ହେବା ବାଧ୍ୟତାମୂଳକ ହେବ। ବଳାତ୍କାର ପୀଡ଼ିତାଙ୍କ ବୟାନ ଜଣେ ମହିଳା ପୋଲିସ ଅଫିସର ରେକର୍ଡ କରିବେ। ଏହି ସମୟରେ ପୀଡ଼ିତାଙ୍କ ଅଭିଭାବକ କିମ୍ବା ସମ୍ପର୍କୀୟ ଉପସ୍ଥିତ ରହିବେ। ଡାକ୍ତରୀ ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ ହେବ। ନୂଆ ଆଇନରେ ସଂଗଠିତ ଅପରାଧ ଏବଂ ଆତଙ୍କବାଦୀ କାର୍ଯ୍ୟର ସଂଜ୍ଞା ନିରୂପଣ କରାଯାଇଛି। ଏଥିରେ ରାଜଦ୍ରୋହ ସ୍ଥାନରେ ଦେଶଦ୍ରୋହ ଶବ୍ଦ ବ୍ୟବହାର କରାଯାଇଛି ଏବଂ ସମସ୍ତ ତଲାସି ତଥା ଜବତ ଘଟଣାର ଭିଡିଓ ରେକର୍ଡିଂ ବାଧ୍ୟତାମୂଳକ ହୋଇଛି। ନୂଆ ଆଇନରେ ମହିଳା ଏବଂ ଛୋଟ ପିଲାଙ୍କ ପ୍ରତି ଅପରାଧକୁ ଏକ ନୂଆ ଅଧ୍ୟାୟରେ ସାମିଲ କରାଯାଇଛି। ଶିଶୁ କିଣାବିକାକୁ ଏଥିରେ ଜଘନ୍ୟ ଅପରାଧ ଦର୍ଶାଯାଇଛି। ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ, ହତ୍ୟା ଏବଂ ରାଷ୍ଟ୍ର ବିରୋଧୀ ଅପରାଧକୁ ନୂଆ ଆଇନରେ ପ୍ରାଧାନ୍ୟ ଦିଆଯାଇଛି।
ମିଥ୍ୟା ବିବାହ ପ୍ରତିଶ୍ରୁତି, ନାବାଳିକା ଗଣବଳାତ୍କାର, ଭିଡ଼ହିଂସା, ଛିନ୍‌ତାଇ ଆଦିର ବିଚାର ଲାଗି ଆଇପିସିରେ ସ୍ବତନ୍ତ୍ର ବ୍ୟବସ୍ଥା ନଥିଲା, ଯାହା ନୂଆ ଆଇନରେ ରହିଛି। ପୁରୁଣା ଆଇନ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ରେ ୫୧୧ ଧାରା ରହିଥିବାବେଳେ ନୂଆ ଆଇନରେ କେତେକ ଧାରାକୁ ଏକତ୍ର ଏବଂ ସରଳ କରାଯାଇ ମୋଟ ଧାରା ସଂଖ୍ୟା ୩୫୮ରେ ସୀମିତ କରାଯାଇଛି। ୩ ଆଇନ ନ୍ୟାୟ, ସ୍ବଚ୍ଛତା ଓ ନିରପେକ୍ଷତା ଆଧାରରେ ହୋଇଛି। ଜିରୋ ଏଫ୍‌ଆଇଆର୍‌ ବ୍ୟବସ୍ଥାରେ ଜଣେ ଯେକୌଣସି ଥାନାରେ ଏତଲା ଦାଏର କରିପାରିବେ। ଏହା ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସହ ଅପରାଧର ତୁରନ୍ତ ରିପୋର୍ଟିଂ ହୋଇପାରିବ। ଜଣେ ବ୍ୟକ୍ତି ଗିରଫ ହେବା ପରେ ସେ ତାଙ୍କ ସ୍ଥିତି ସମ୍ପର୍କରେ ନିଜର କାହାକୁ ମଧ୍ୟ ଜଣାଇପାରିବାର ଅଧିକାର ନୂଆ ଆଇନରେ ରହିଛି। ଫଳରେ ଗିରଫ ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ମିଳିପାରିବ। ଗିରଫ ସମ୍ପର୍କିତ ବିବରଣୀ ଥାନା ଏବଂ ଜିଲା ମୁଖ୍ୟାଳୟଗୁଡ଼ିକରେ ସ୍ପଷ୍ଟ ଭାବେ ପ୍ରଦର୍ଶିତ ହେବ। ଫଳରେ ତାଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ଗିରଫ ବ୍ୟକ୍ତିଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସହଜରେ ପାଇପାରିବେ। ଗମ୍ଭୀର ଅପରାଧ ମାମଲାରେ ଫୋରେନ୍‌ସିକ ବିଶେଷଜ୍ଞ ଅପରାଧ ସ୍ଥଳକୁ ଯାଇ ତଥ୍ୟପ୍ରମାଣ ସଂଗ୍ରହ କରିବା ବାଧ୍ୟତାମୂଳକ କରାଯାଇଛି। ଏହା ମାମଲା ଏବଂ ତଦନ୍ତକୁ ଅଧିକ ବଳିଷ୍ଠ କରିବ। ନୂତନ ଆଇନରେ ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ମାମଲାରେ ପୀଡ଼ିତାଙ୍କୁ ମାଗଣାରେ ଡାକ୍ତରୀ ଚିକିତ୍ସା ସମସ୍ତ ହସ୍ପିଟାଲରେ ଯୋଗାଇଦିଆଯିବାର ଗ୍ୟାରେଣ୍ଟି ରହିଛି।
ଇଲେକ୍ଟ୍ରୋନିକ୍‌ ମୋଡ୍‌ରେ ସମନ ଦ୍ୱାରା ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ବିତ ହେବା ସହ କାଗଜପତ୍ର କାମ ହ୍ରାସ ପାଇବ ଏବଂ ସବୁ ପକ୍ଷଙ୍କ ମଧ୍ୟରେ ଯୋଗାଯୋଗ ଅଧିକ ପ୍ରଭାବୀ ହୋଇପାରିବ। କେତେକ ମହିଳା ଅପରାଧ ମାମଲାରେ ମହିଳା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏବଂ ତାଙ୍କ ଅନୁପସ୍ଥିତିରେ ଜଣେ ପୁରୁଷ ମାଜିଷ୍ଟ୍ରେଟଙ୍କ ଆଗରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ। ସେହି ସମୟରେ ପୀଡ଼ିତାଙ୍କ ଜଣେ ମହିଳା ସମ୍ପର୍କୀୟ ଉପସ୍ଥିତ ରହିବେ। ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତ ୧୪ ଦିନ ମଧ୍ୟରେ ଏତଲା, ପୋଲିସ ରିପୋର୍ଟ, ବୟାନ, ସ୍ବୀକାରୋକ୍ତି ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟର ନକଲ ପାଇବାକୁ ହକ୍‌ଦାର। ଠିକ୍‌ ସମୟରେ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରାଇବା ପାଇଁ ଅଦାଲତ ସର୍ବାଧିକ ୨ ଥର ଶୁଣାଣି ଘୁଞ୍ଚାଇପାରିବେ।
ନୂଆ ଆଇନ ଅନୁଯାୟୀ ସାକ୍ଷୀଙ୍କ ସୁରକ୍ଷା ଓ ସହଯୋଗକୁ ସୁନିଶ୍ଚିତ କରିବା ଏବଂ ନ୍ୟାୟିକ ବିଚାର ପ୍ରକ୍ରିୟାର ବିଶ୍ୱସନୀୟତା ଏବଂ ପ୍ରଭାବଶାଳିତାକୁ ବଢ଼ାଇବା ପାଇଁ ସମସ୍ତ ରାଜ୍ୟ ସରକାର ସାକ୍ଷୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବେ। ସମାବେଶୀ ଏବଂ ସମାନତା ବଢ଼ାଇବା ପାଇଁ ‘ଲିଙ୍ଗ’ ସଂଜ୍ଞାରେ କିନ୍ନରଙ୍କୁ ସାମିଲ କରାଯାଇଛି। ମହିଳା, ୧୫ ବର୍ଷରୁ କମ୍‌ ବୟସର ପିଲା, ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ଭିନ୍ନକ୍ଷମ କିମ୍ବା ଅତ୍ୟଧିକ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ଥାନାରେ ହାଜର ହେବାରୁ ବାଦ୍‌ ଦିଆଯାଇଥିବାବେଳେ ସେମାନେ ନିଜ ଘରେ ରହି ପୋଲିସ ସହାୟତା ପାଇପାରିବେ।
ଭୁବନେଶ୍ୱର: ଏକ ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପାଇଁ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ପ୍ରଣୟନ କରାଯାଇଥିଲା। ଏହି ଅଧିନିୟମ ତା ୦୧.୦୫.୧୯୮୪ ରିଖ ରେ ଲାଗୁ ହେଲା ଏବଂ ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୧୯୯୨ ବିଜ୍ଞାପିତ ହୋଇଥିଲା। ଅଧିନିୟମ ଏବଂ ନିୟମକୁ କାର୍ଯ୍ୟକାରୀ କରିବା ସମୟରେ ଅନୁଭୂତ ହେଲା ଯେ ଏଗୁଡିକରେ କିଛି ବ୍ୟବସ୍ଥାଗତ ତ୍ରୁଟି ରହିଛି। ଉପରୋକ୍ତ ଅଧିନିୟମ ଏବଂ ନିୟମରେ ଦକ୍ଷ ପ୍ରାଧିକାରୀଙ୍କର ଉପଯୁକ୍ତ ପରିଭାଷା, ଅଧିକାର ଏବଂ କ୍ଷମତା ସ୍ପଷ୍ଟ ଭାବରେ ପ୍ରଦାନ କରାଯାଇନଥିଲା। ଆପାର୍ଟମେଣ୍ଟ ମାଲିକ ମାନଙ୍କ ସ୍ୱାର୍ଥକୁ ସମ୍ପୁର୍ଣ୍ଣ ରୁପେ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା।
ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩ ଆଜି ବିଧାନସଭାରେ ପାରିତ ହୋଇଛି। ସଂଶୋଧିତ ବିଲ୍ ରେ ବିଭିନ୍ନ ବ୍ୟବସ୍ଥା ରହିଛି। ଆପାର୍ଟମେଣ୍ଟର ସାଧାରଣ ବ୍ୟୟ ନିମନ୍ତେ ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବା ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନ। ଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ସୃଷ୍ଟି କରିବ। ଆବଣ୍ଟନଗ୍ରାହୀମାନଙ୍କ ସଂଘକୁ ଦକ୍ଷ ପ୍ରାଧିକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧି ଦ୍ୱାରା ଏକକ ବ୍ୟବସ୍ଥା କରିବ। ପୃଷ୍ଠପୋଷକ ମାନଙ୍କର ଦାୟିତ୍ୱକୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବ।
* ଆପାର୍ଟମେଣ୍ଟରେ ସାଧାରଣ କ୍ଷେତ୍ରର ବ୍ୟବହାରକୁ ନିୟନ୍ତ୍ରଣ କରିବ।
* ଆପାର୍ଟମେଣ୍ଟର ସାଧାରଣ ବ୍ୟୟ ନିମନ୍ତେ ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବ।
* ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ସୃଷ୍ଟି କରିବ।
* ଆବଣ୍ଟନଗ୍ରାହୀମାନଙ୍କ ସଂଘକୁ ଦକ୍ଷ ପ୍ରାଧିକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧିଦ୍ୱାରା ଏକକ ବ୍ୟବସ୍ଥା କରିବ।
* ପୃଷ୍ଠପୋଷକମାନଙ୍କର ଦାୟିତ୍ୱକୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବ।
* ପ୍ରତ୍ୟେକଆପାର୍ଟମେଣ୍ଟମାଲିକଙ୍କରଆପାର୍ଟମେଣ୍ଟ ମାଲିକମାନଙ୍କ ସଂଘ ସହିତ ସମ୍ପର୍କ ଏବଂ ତତସଲଗ୍ନ ଅଧିକାର ଏବଂ ଦାୟିତ୍ୱକୁ ନିର୍ଦ୍ଧାରିତ କରିବ।
* ଆପାର୍ଟମେଣ୍ଟ ମାଲିକମାନଙ୍କର ସଂଘ ଗଠନ ପାଇଁ ବ୍ୟବସ୍ଥା କରିବ।
* ଆପାର୍ଟମେଣ୍ଟର ବୀମା ଏବଂ ଏହାର ନିର୍ମାଣ ଜନିତ ସ୍ଥିରତା ନିଶ୍ଚିତକରିବା ପାଇଁ ବ୍ୟବସ୍ଥା କରିବ।
* ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥକୁ ଉପଯୁକ୍ତ ଭାବେ ସୁରକ୍ଷା ଯୋଗାଇବା ପାଇଁ ଅଧିନିୟମ, ନିୟମ ଏବଂ ନିୟମାବଳୀକୁ ମାନି କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରିବ।
୫ଟି ନୀତି ଅଧାରରେ ପ୍ରସ୍ତୁତ ଏହି ବିଧେୟକଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିର ପ୍ରତିଫଳନ। ଏହା ଆପାର୍ଟମେଣ୍ଟର ମାଲିକାନା ଏବଂ ପରିଚାଳନାଗତ ସମସ୍ୟାର ସମାଧାନ ସଂଗେ ସଂଗେ ଆପାର୍ଟମେଣ୍ଟ ସହିତ ଜଡିତ ସମସ୍ତ ବ୍ୟକ୍ତି ବିଶେଷ ଏବଂ ସଂସ୍ଥାମାନଙ୍କ ମଧ୍ୟରେ ପରସ୍ପର ବୁଝାମଣା ଏବଂ ସ୍ୱଚ୍ଛ ବାତାବରଣ ସ୍ଥାପନ କରିବାରେ ସହାୟକ ହେବ।