Black Magic Suspect - The Sakala

ଗୁଣି ଗାରେଡି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ ବିଭତ୍ସଭାବେ ହତ୍ୟା କଲେ ଦୁର୍ବୁତ୍ତ
ମୋହନା: ଗୁଣି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା । ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଘୋଡାପଙ୍କା ଗ୍ରାମର ସ୍ୱାମୀ କପିଳେନ୍ଦ୍ର ମଳିକ ଏବଂ ସ୍ତ୍ରୀ ଶଶୀତା ମଳିକ । ସ୍ୱାମୀକୁ ଘରେ ହତ୍ୟା କରିଥିବା ବେଳେ ସ୍ତ୍ରୀକୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତଦେହ ଜବତ କରିବା ସହ ଅଡବା ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଘୋଡାପଙ୍କା ଗ୍ରାମର କପିଳେନ୍ଦ୍ର ମଳିକ ଗୁଣି କରି ଲୋକଙ୍କୁ ମାରୁଥିବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗତ ଫେବୃଆରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ସେ ବାଇକ୍‌ ଯୋଗେ ଗାଁକୁ ଆସୁଥିବା ବେଳେ ତାଙ୍କୁ ପଛପଟୁ କେହି ଗୁଳିମାଡ଼ କରିଥିଲେ । ସେତେବେଳେ ସେ ଗୁରୁତର ହୋଇଥିଲେ । ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ । ଗୁଣି ଗାରେଡି ସନ୍ଦେହରେ ତାଙ୍କୁ ଗୁଳି ମାଡ଼ କରାଯାଇଥିବା କପିଳେନ୍ଦ୍ର ଥାନା ଅଭିଯୋଗ କରିଥିଲେ ।

ତେଵେ ସୋମବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ କପିଳେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ କପିଳେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ କୌଣସି ପ୍ରକାରେ ଘଟଣା ସ୍ଥଳରୁ ଖସି ଆସିଥିଲେ ସ୍ତ୍ରୀ ଶଶୀତା । ଘୋଡ଼ାପଙ୍କା ଉପର ସାହିରେ ଶଶୀତାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେଵେ ଘଟଣା ସମ୍ପର୍କରେ ଦାମଦୁଆ ସରପଞ୍ଚଙ୍କ ସ୍ୱାମୀ ଅବଗତ ଥିବା କହିଛନ୍ତି ଗ୍ରାମବାସୀ । ତେଵେ ଏନେଇ ଗ୍ରାମବାସୀ କୌଣସି ସଠିକ ତଥ୍ୟ ଦେଉନଥିବା ବେଳେ ଅଡବା ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।