Disease X - The Sakala
ଚାଇନା ଭୂତାଣୁ ଗବେଷକଙ୍କ ଚେତାବନୀ, ଆସୁଛି ମାରାତ୍ମକ ଭୂତାଣୁ ‘ଏକ୍ସ’
ବେଜିଂ: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନ୍‌ର ୟୁହାନସ୍ଥିତ ଭୂତାଣୁ ଗବେଷଣାଗାରରୁ ପୁଣି ଆସିଛି ଡରାଇବା ଭଳି ଏକ ଖବର। ଆଗକୁ କରୋନା ଭଳି ଆଉ ଏକ ମାରାତ୍ମକ ଭୂତାଣୁ ସାରା ବିଶ୍ବକୁ ପୁଣିଥରେ ଗ୍ରାସିବ ବୋଲି ଏଠାକାର ପ୍ରମୁଖ ବୈଜ୍ଞାନିକ ଚେତାବନୀ ଦେଇ କହିଛନ୍ତି। ଚୀନ୍‌ର ୟୁହାନ ଭୂତାଣୁ ଗବେଷଣାଗାରରେ କାର୍ଯ୍ୟ କରୁଥିବା ଏହି ପ୍ରମୁଖ ବୈଜ୍ଞାନିକ ସି ଜେଙ୍ଘିଲ ହେଉଛନ୍ତି ଚୀନ୍‌ର ସବୁଠୁ ପ୍ରତିଷ୍ଠିତ ବୈଜ୍ଞାନିକ। ବିଭିନ୍ନ ଜୀବଜନ୍ତୁ ଏବଂ ବିଶେଷକରି ବାଦୁଡ଼ି ଠାରୁ ମଣିଷ ଶରୀରକୁ ପ୍ରବେଶ କରୁଥିବା ଭୂତାଣୁଙ୍କ ଉପରେ ଗବେଷଣା କରୁଥିବା ଏହି ମହିଳା ବୈଜ୍ଞାନିକ ଜଣଙ୍କ ‘ ବ୍ୟାଟସ୍‌ଓମାନ୍‌’ ଭାବେ ମଧ୍ୟ ପରିଚିତ। ଏବେ ସେ କରୋନା ଭୂତାଣୁ ସମ୍ପର୍କରେ ଗବେଷଣା ଜାର ରଖିଥିଲା ବେଳେ ଏହାଭଳି ଏକ ଭୂତାଣୁ ପୁଣି ମହାମାରୀ ଭାବେ ସାରା ବିଶ୍ବରେ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ନାମ ‘ଏକ୍ସ’ ରଖିଛି। ଏଥିରେ ୫ କୋଟି ଲୋକ ପ୍ରାଣ ହରାଇବା ସହ କୋଟି କୋଟି ଲୋକ ସଂକ୍ରମିତ ହୋବେ ବୋଲି ଆକଳନ କରାଯାଉଛି।
ଚାଇନାରେ ଚାଲିଛି ଶୁକ୍ରାଣୁ ପ୍ରତିଦ୍ବନ୍ଦ୍ବିତା
ଚାଇନାର ବିଭିନ୍ନ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ମଧ୍ୟରେ ଏବେ ଶୁକ୍ରାଣୁ ପରୀକ୍ଷା କରାଯିବା ସହିତ ଏଥିନେଇ ପ୍ରତିଦ୍ବନ୍ଦ୍ବିତା ଚାଲିଛି। କେଉଁ ଛାତ୍ରଙ୍କ ବୀର୍ଯ୍ୟ ବା ଶୁକ୍ରାଣୁ କେତେ ଉଚ୍ଚ ଏବଂ ପ୍ରଭାବକାରୀ ତାହାକୁ ନେଇ ଏଠାକାର ଏକ ଏଜେନ୍ସି ପ୍ରତିଦ୍ବନ୍ଦ୍ବିତା ଆୟୋଜନ କରିଛି। ଯେଉଁମାନଙ୍କ ଠାରେ ଉଚ୍ଚମାନର ଶୁକ୍ରାଣୁ ମିଳୁଛି ସେମାନଙ୍କୁ ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୬୯ ହଜାର ଟଙ୍କାର ପୁରସ୍କାର ମଧ୍ୟ ମିଳୁଥିବା କୁହାଯାଇଛି। ବର୍ତ୍ତମାନ ଚୀନ୍‌ରେ ଜନ୍ମହାର କ୍ରମଶଃ ହ୍ରାସ ପାଉଥିବାରୁ ସରକାର ଏଦିଗରେ କିଛି ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଏଭଳି କରିଥାଇପାରନ୍ତି ବୋଲି କୁହାଯାଉଛି। କିନ୍ତୁ ଏହାପଛରେ ଆଉ କିଛି କାରଣ ଥାଇପାରେ ବୋଲି ମଧ୍ୟ ଆନ୍ତର୍ଜାତିକ ମହଲରେ ଆଲୋଚନା ହେଉଛି।
ନୂଆଦିଲ୍ଲୀ : ମାଡିଆସୁଛି ଆଉ ଏକ ମହାମାରୀ। କରୋନାଠାରୁ ବି ଭୟଙ୍କର ବିପତ୍ତିର ସାମ୍ନା କରିବ ବିଶ୍ବ । ଏନେଇ ବିଶ୍ବବାସୀଙ୍କୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କରୋନାଭାଇରସ୍ ସାରା ବିଶ୍ୱରେ ବିପର୍ଯ୍ୟୟ ଘଟାଇଛି ଏବଂ ଅନେକ ଦେଶର ଲୋକମାନେ କ୍ରମାଗତ ଭାବରେ ଏହି ମହାମାରୀରେ ଏବେ ବି ଶିକାର ହେଉଛନ୍ତି। କରୋନା ମହାମାରୀରେ ବିଶ୍ବରେ ପ୍ରାୟ ୭୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଆସୁଥିବା ମାହାମାରୀ ଅତି କମରେ ୫ କୋଟି ଲୋକ ପ୍ରାଣ ହରାଇପାରନ୍ତି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।
ବିଶେଷଜ୍ଞମାନେ ଯେଉଁ ନୂଆ ମହାମାରୀ ନେଇ ସତର୍କ କରୁଛନ୍ତି ତାହା କୋଭିଡ-୧୯ ଠାରୁ ୭ ଗୁଣା ଅଧିକ ବିପଜ୍ଜନକ ହୋଇପାରେ। ଏହି ଅଜଣା ରୋଗକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏକ୍ସ ନାମରେ ନାମିତ କରିଛନ୍ତି। ଡେଲି ମେଲ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ବିଶ୍ବ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହି ରୋଗକୁ ନେଇ ସତର୍କ କରିଛି। ଏଥି ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହାକୁ ରୋଗ X ନାମରେ ନାମିତ କରିବା ସହ ଏହା ମହାମାରୀ ସ୍ଥିତିରେ ଥିବା କହିଛି। କରୋନାକୁ ଗ୍ଲୋବାଲ ଏମର୍ଜେନ୍ସିରୁ ହଟାଇ ଦିଆଯାଇଥିଲେ ମଧ୍ୟ ଆଗାମି ଦିନ ପାଇଁ ସତର୍କ ରହିବାକୁ ହେବ । ଆଗାମୀ ଦିନରେ X ଭୟଙ୍କର ମହାମାରୀ ବିଶ୍ବକୁ କବଳିତ କରିବାର ଆଶଙ୍କା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।
ନୂତନ ମହାମାରୀ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଭୟ କରୁଛି ଯେ ଏହି ନୂଆ ମହାମାରୀ ଏବେ ଆସିବାକୁ ଯାଉଛି, ଆଉ ଏହା COVID-19 ଅପେକ୍ଷା ଅଧିକ ମାରାତ୍ମକ ହୋଇପାରେ। ଡେଲି ମେଲର ରିପୋର୍ଟ ଅନୁଯାୟୀ ବିଶେଷଜ୍ଞମାନେ X ବିଷୟରେ ଚେତାବନୀ ଦେଇଛନ୍ତି ଏବଂ କହିଛନ୍ତି ଯେ କୋଭିଡ -୧୯ ମହାମାରୀର ଆରମ୍ଭ କରିଛି। ଆଗକୁ ଏପରି ଅନେକ ମହାମାରୀ ଆସିବ। ବ୍ରିଟେନର ଭ୍ୟାକ୍ସିନ୍ ଟାସ୍କ ଫୋର୍ସର ମୁଖ୍ୟ ଡେମ କେଟ୍ ବିଙ୍ଗହମ୍ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ଏହି ରୋଗ ମହାମାରୀ ରୂପେ ଗ୍ରହଣ କରେ ତେବେ ଅତି କମରେ ୫ କୋଟି ଲୋକ ଏହି କାରଣରୁ ମରିପାରନ୍ତି। ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଏହାର ମୁକାବିଲା କରିବା ଏକ ବଡ ଆହ୍ବାନ ହୋଇପାରେ, କାରଣ ଏହା କୋଭିଡ -୧୯ ଅପେକ୍ଷା ଅଧିକ ମାରାତ୍ମକ ଅଟେ।
ରୋଗ କେତେ ବିପଜ୍ଜନକ
ଡେମ କେଟ୍ ବିଙ୍ଗହମ୍ କହିଛନ୍ତି ଯେ କରୋନା ଜୀବାଣୁ ଅପେକ୍ଷା ନୂଆ ରୋଗ X, ୭ ଗୁଣା ଅଧିକ ବିପଜ୍ଜନକ ହୋଇପାରେ। ଏହା ସହିତ ସେ କହିଛନ୍ତି ଯେ ପରବର୍ତ୍ତୀ ମହାମାରୀ କେବଳ ପୃଥିବୀରେ ଉପସ୍ଥିତ ଥିବା କୌଣସି ଭାଇରସରୁ ଆସିପାରେ । ସେ ୧୯୧୮-୧୯ ମସିହାରେ ଆସିଥିବା ମହାମାରୀକୁ ମନେ ପକାଇ ସେ କହିଛନ୍ତି, ସେତେବେଳେ ଯେପରି ୫ କୋଟି ଲୋକଙ୍କ ଜୀବନ ଯାଇଥିଲା ଆଗକୁ ଆସୁଥିବା ମହାମାରୀରେ ସମାନ ପରିସ୍ଥିତି ଉପୁଜିପାରେ। ସମାନ ପ୍ରକାର ଭୂତାଣୁ ଏବେ ବି ଆମ ବାୟୁମଣ୍ଡଳରେ ଅଛନ୍ତି। ଏସବୁ ଭୂତାଣୁ ଆହୁରି ଘାତକ ହୋଇପାରନ୍ତି ବୋଲି ସେ କହିଛନ୍ତି।