World Cup Prize Money - The Sakala
ନୁଆଦିଲ୍ଲୀ : ଅକ୍ଟୋବର ୫ରୁ ଭାରତରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ କାଲି ଶେଷ ହେବ। କାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଏହି ମ୍ୟାଚକୁ ନେଇ ବହୁ ଚର୍ଚ୍ଚା ଆଲୋଚନା କରାଯାଉଛି। ଭାରତ ଚଳିତ ବିଶ୍ବକପ୍‌ରେ ଅପରାଜେୟ ରହିଥିଲେ ମଧ୍ୟ କାଲି କଣ ହେବ ତାହା କହିବା ଅସମ୍ଭବ। କାରଣ ଅଷ୍ଟ୍ରେଲିଆ ଟିମ୍‌କୁ ହାଲକାରେ ନେଇ ପାରିବନି ଭାରତ।
ଭାରତ ଚଳିତ ବିଶ୍ୱକପରେ ଏଯାବତ୍ ଅପରାଜେୟ ରହିଥିବା ବେଳେ ଲିଗ୍ ପର୍ଯ୍ୟାୟରେ ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା ଅଷ୍ଟ୍ରେଲିଆ। ଲଗାତାର ୮ଟି ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ । ଭାରତ ଓ ଅଷ୍ଟ୍ରେଲିଆ ୨୦ ବର୍ଷ ପରେ ଦିନିକିଆ ବିଶ୍ୱକପର ଫାଇନାଲରେ ମୁହାଁମୁହିଁ ହେଉଛନ୍ତି । ଉଭୟ ଦଳ ଶେଷଥର ୨୦୦୩ ବିଶ୍ବକପ୍ ଫାଇନାଲରେ ପରସ୍ପରକୁ ଭେଟିଥିଲେ । ଜୋହାନ୍ସବର୍ଗରେ ଖେଳାଯାଇଥିବା ସେହି ଫାଇନାଲରେ ଭାରତକୁ ୧୨୫ ରନରେ ହରାଇ ଟାଇଟଲ୍ ଜିତିଥିଲା ଅଷ୍ଟ୍ରେଲିଆ। ସେହି ପରାଜୟର ପ୍ରତିଶୋଧ ନେବାକୁ ଏବେ ଭାରତ ପାଖରେ ସୁଯୋଗ ରହିଛି। ଊଭୟ ଦଳ ମଧ୍ୟରେ ଏକ‌ ରୋମାଞ୍ଚକର ମୁକାବିଲା ଆଶା କରାଯାଉଛି ।
ବିଶ୍ୱକପ୍ ପୁରସ୍କାର ରାଶି
ବିଶ୍ୱକପ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି। ୪୬ ଦିନର ଏହି ବଡ ଇଭେଣ୍ଟରେ ଭାରତରେ ୪୭ ଟି ମ୍ୟାଚ୍ ଖେଳାଯାଇଛି। ବର୍ତ୍ତମାନ ଶେଷ ତଥା ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁହାଁମୁହିଁ ହେବେ। ଭାରତ ଏପର୍ଯ୍ୟନ୍ତ ଦୁଇଥର ଚାମ୍ପିୟନ ହୋଇଛି ଏବଂ ଅଷ୍ଟ୍ରେଲିଆ ପାଞ୍ଚ ଥର ଟାଇଟଲ ଜିତିବାରେ ସଫଳ ହୋଇଛି। ୧୨ ବର୍ଷ ପରେ ବିଜେତା ହେବାକୁ ଟିମ୍ ଇଣ୍ଡିଆ ନଜର ରଖିଛି । ଏହି ମ୍ୟାଚ୍ ଜିତୁଥିବା ଦଳ ଉପରେ ଟଙ୍କା ବର୍ଷା ହେବ ।
ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ମଧ୍ୟ ଆଇସିସି ପୁରସ୍କାର ରାଶି ଘୋଷଣା କରିଥିଲା। ଆଇସିସି ଟୁର୍ନାମେଣ୍ଟ ପାଇଁ ମୋଟ୍‌ ୧୦ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା।  ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୨.୯୩ କୋଟି ଟଙ୍କା। ପୁରସ୍କାର ରାଶିରେ ଚାମ୍ପିୟନ୍‌ ଟିମ୍‌କୁ ଚାରି ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୩୩.୧୭ କୋଟି ମିଳିବ। ଏଥି ସହିତ ରନର୍ସ ଅପ୍‌ ଟିମ୍‌କୁ ଦୁଇ ନିୟୁତ ଆମେରିକୀୟ ଡଲାର ଅର୍ଥାତ ୧୬.୫୯ କୋଟି ଟଙ୍କା ମିଳିବ।
ସେମିଫାଇନାଲ ଏବଂ ଗ୍ରୁପ୍ ରାଉଣ୍ଡରେ ହାରିଥିବା ଦଳଗୁଡିକୁ ମିଳିବ ଏତିକି ଟଙ୍କା
ସେମିଫାଇନାଲରେ ହାରିଥିବା ଦଳଗୁଡିକ ୬.୬୬ ପାଇବେ। ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏଥି ସହିତ ଗ୍ରୁପ୍ ରାଉଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ, ଇଂଲଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡରେ ବାଦ ପଡିଥିବା ଦଳକୁ ୮୩.୨୯ ଲକ୍ଷ ଟଙ୍କା ଲେଖାଏଁ ମିଳିବ।
ନୂଆଦିଲ୍ଲୀ : ଅକ୍ଟୋବର ୫ରୁ ଭାରତରେ ଖେଳାଯିବ ବିଶ୍ୱକପ ୨୦୨୩। ବିଶ୍ବକପ୍‌ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ଆଜି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବିଶ୍ବକପ୍‌ର ପୁରସ୍କାର ରାଶି ଘୋଷଣା କରିଛି। ଆଇସିସି ଟୁର୍ନାମେଣ୍ଟ ପାଇଁ ମୋଟ୍‌ ୧୦ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରିଛି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୨.୯୩ କୋଟି ଟଙ୍କା।ଅକ୍ଟୋବର ୫ରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ନଭେମ୍ବର ୧୯ରେ ଟୁର୍ନାମେଣ୍ଟର ଫାଇନାଲ ଅନୁଷ୍ଠିତ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଭୟ  ଉଦ୍‌ଘାଟନ ଏବଂ ଫାଇନାଲ ମ୍ୟାଚ୍ ଖେଳାଯିବ।
ଅକ୍ଟୋବର ୫ରୁ ଆରମ୍ଭ ହେଉଥିବା କ୍ରିକେଟ୍‌ ମହାକୁମ୍ଭ ପାଇଁ ସାରା ବିଶ୍ୱରେ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି। ନଭେମ୍ବର ୧୯ ପର୍ଯ୍ୟନ୍ତ ଘରୋଇ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ବିଶ୍ୱକପ୍‌ ପାଇଁ ଅଧିକାଂଶ ଷ୍ଟାଡିୟମ୍‌ରେ ସିଟ୍‌ ବୁକ୍‌ ସରିଗଲାଣି। ସେପଟେ ଆଇସିସି ଘୋଷଣା କରିଥିବା ପୁରସ୍କାର ରାଶିରେ ଚାମ୍ପିୟନ୍‌ ଟିମ୍‌କୁ ଚାରି ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୩୩.୧୭ କୋଟି ମିଳିବ। ଏଥି ସହିତ ରନର୍ସ ଅପ୍‌ ଟିମ୍‌କୁ ଦୁଇ ନିୟୁତ ଆମେରିକୀୟ ଡଲାର ଅର୍ଥାତ ୧୬.୫୯ କୋଟି ଟଙ୍କା ମିଳିବ।
The total prize pool for #CWC23, including the cash prize for the winners, has been announced 💰
Details 👇
— ICC (@ICC) September 22, 2023
ବିଶ୍ବକପ୍‌ ଖେଳୁଥିବା ସମସ୍ତ ୧୦ଟି ଟିମ୍‌ ଗ୍ରୁପ୍ ପର୍ଯ୍ୟାୟରେ ଏକ ରାଉଣ୍ଡ-ରବିନ ଫର୍ମାଟରେ ପରସ୍ପରକୁ ଭେଟିବେ। ପଏଣ୍ଟ ଟେବୁଲର ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ। ୧୦୧୯ରେ ମଧ୍ୟ ସମାନ ଫର୍ମାଟରେ ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ଚଳିତ ବିଶ୍ବକପ୍‌ର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ ଜିତିଲେ ମଧ୍ୟ ପୁରସ୍କାର ରାଶି ଦେବାକୁ ଘୋଷଣା କରାଯାଇଛି। ଟିମ୍‌ ଗୁଡ଼ିକୁ ପ୍ରତ୍ୟେକ ବିଜୟ ପାଇଁ ୪୦,୦୦୦ ଆମେରିକୀୟ ଡଲାର (୩୩.୧୭ ଲକ୍ଷ ଟଙ୍କା) ମିଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷରେ ଯେଉଁ ଟିମ୍‌ ନକ୍ଆଉଟ୍‌ରେ ପହଞ୍ଚିବାରେ ବିଫଳ ହେବେ, ପ୍ରତ୍ୟେକଙ୍କୁ ୧୦୦,୦୦୦ ଡଲାର୍ (୮୨.୯୪ ଲକ୍ଷ) ମିଳିବ।
ବିଶ୍ୱକପରେ ୪୮ଟି ମ୍ୟାଚ୍ ଖେଳାଯିବ
ବିଶ୍ୱକପର ୧୩ ତମ ସଂସ୍କରଣରେ ୧୦ଟି ଦଳ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆୟୋଜକ ଭାରତ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ପାକିସ୍ଥାନ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ନେଦରଲ୍ୟାଣ୍ଡର ଦଳ ଖେଳିବେ। ୧୦ ଟି ଦଳ ମଧ୍ୟରେ ମୋଟ ୪୮ ଟି ମ୍ୟାଚ୍ ଖେଳାଯିବ। ବିଶ୍ୱକପ ଆରମ୍ଭ ପୂର୍ବରୁ ପ୍ରତ୍ୟେକ ପ୍ରସ୍ତୁତି ପାଇଁ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବେ।