October - The Sakala

ବିଭିନ୍ନ ମଡେଲର ଆକଳନ: ଅକ୍ଟୋବରରେ ବାତ୍ୟା ହେବା ନେଇ ବଢୁଛି ସମ୍ଭାବନା !
ଭୁବନେଶ୍ବର: ଆଇଏମଡି ଦ୍ୱାରା ପ୍ରକାଶିତ  ଦୀର୍ଘ ମିଆଦୀ ଆକଳନ ଅନୁସାରେ ୨୨-୨୮ ସେପ୍ଟେମ୍ବର ମଧ୍ୟରେ କୌଣସି ସିଷ୍ଟମର ସମ୍ଭାବନା ନ ଥିବା ବେଳେ, ୨୯ ସେପ୍ଟେମ୍ବର ରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋଜେନେସିସ ଅର୍ଥାତ ଅବପାତ ହେବାର ସମ୍ଭାବନା (୧-୩୩ ପ୍ରତିଶତ) କମ ଦର୍ଶାଯାଇଛି।

ତେବେ କେତେକ ଅନ୍ତର୍ଜାତୀୟ ମଡେଲ ଆକଳନର ସଂକ୍ଷିପ୍ତ ବିବରଣୀ:

ଜିଏଫଏସ (GFS Model) ମଡେଲ ଆକଳନ ହିସାବରେ ୨୮ କିମ୍ବା ୨୯ ତାରିଖ ବେଳକୁ ଘୁର୍ଣ୍ଣିବଳୟ ଏବଂ ୩୦ ବେଳକୁ ଲଘୁଚାପ ପରବର୍ତ୍ତୀ ସମୟରେ ବାତ୍ୟା ରୂପ ନେଇପାରେ।

ଇସିଏମଡବ୍ଲୁଏଫ (ECMWF Model) ମଡେଲ ଆକଳନ ହିସାବରେ ୩୦ କିମ୍ବା ୧ ଅକ୍ଟୋବର ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ବାତ୍ୟା ସମ୍ଭାବନା କ୍ଷୀଣ ବୋଲି କୁହାଯାଇଛି।

ସିଏଫସ (CFS Model) ମଡେଲ ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରେ ଅବପାତ ସମ୍ଭାବନା ରହିଛି।

ତେବେ କେତେକ ପାଣିପାଗ ନିୟାମକ ଯେପରି ଏମଜେଓ (MJO- Madden Julian Oscillation) ଯାହା ବାଦଲର ଘନତ୍ୱ ବଢାଇବାରେ ଏକ ପ୍ରକାର ସହାୟକ ହୁଏ, ତାହା ୨୯ ସେପ୍ଟେମ୍ବର ପରେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିପାରେ।

ତେବେ ଅନ୍ୟ ପାଣିପାଗ ନିୟାମକ ଏହି ସିଷ୍ଟମକୁ ଘନୀଭୂତ କରାଇବା ପାଇଁ ଅନୁକୂଳ ରହିଛି। କିନ୍ତୁ ୭ ଦିନ ପରେ ପାଣିପାଗ ପୂର୍ବାନୁମାନ ବିଜ୍ଞାନ ସମ୍ମତ ନଥିବା ହେତୁ (କାରଣ ୭ ଦିନ ପରେ ଯେଉଁ ପୂର୍ବାନୁମାନ ହୁଏ ତାହାର ସଫଳତା ୫୦ ପ୍ରତିଶତ ରୁ କମ ଥାଏ) ଏହା ଉପରେ ବର୍ତ୍ତମାନ ଆକଳନ କରିବା କଷ୍ଟସାଧ୍ୟ ବୋଲି କୁହାଯାଇଛି।

ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ, ୨୯ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏକ ଘୁର୍ଣ୍ଣିବଳୟ କ୍ଷେତ୍ର ବଙ୍ଗୋପସାଗର ରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କେତେ ଘନୀଭୂତ ହେବ ଏବଂ କେଉଁ ଦିଗକୁ ମୁହାଁଇବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ଏଥିପାଇଁ ଗୁଜବ ତଥ୍ୟ ଠାରୁ ଦୂରରେ ରୁହନ୍ତୁ ବୋଲି ପରାମର୍ଶ ଦିଆଯାଇଛି।