Jamtara gang - The Sakala

ଭୁବନେଶ୍ୱରରୁ ଅପରେଟ୍‍ ହେଉଛି ଜମ୍‌ତରା ଠକେଇ
ଭୁବନେଶ୍ୱର : ଭୁବନେଶ୍ୱରରେ ରହି ପୂରା ସାଇବର୍‍ ଠକେଇର ନେଟୱାର୍କକୁ ଅପରେଟ୍‍ କରୁଛନ୍ତି ଜମ୍‍ତରା ଗ୍ୟାଙ୍ଗ। ରାଜ୍ୟ ବାହାର ଠକେଇ ଘଟଣାରେ ଭୁବନେଶ୍ୱରର ଲିଙ୍କ୍‍ ଆସୁଛି। ଏଠାରେ ପାଠ ପଢ଼଼ିବା ପାଇଁ ଓ ଦିନ ମଜୁରିଆ ଭାବେ ଆସି ସହରକୁ ସାଇବର୍‍ ଠକେଇଙ୍କ ସୁରକ୍ଷିତ ସ୍ଥାନ ବାଛି ନେଇଛନ୍ତି ସାଇବର୍‍ ଅପରାଧୀ। ଗତ ୧୫ ଦିନ ଭିତରେ ଜମତରା ଗ୍ୟାଙ୍ଗ୍‍ର ୭ଜଣ ସାଇବର୍‍ ଅପରାଧୀ ଏବେ ପୁଲିସ ପଞ୍ଝାରେ ପଡ଼ିଛନ୍ତି। କ୍ରାଇମ୍‍ବ୍ରାଞ୍ଚ ୩ଜଣଙ୍କୁ ଗିରଫ କରିଥିବା ବେଳେ କମିସନରେଟ୍‍ ପୁଲିସ ୨ ଓ ସମ୍ବଲପୁର ପୁଲିସ ୨ଜଣଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କ ଘର ଝାଡ଼ଖଣ୍ଡ ହୋଇଥିବା ବେଳେ ସେମାନଙ୍କ ଅପରେଟ୍‍ ଲିଙ୍କ୍‍ ଭୁବନେଶ୍ୱର ସହ ରହିଛି।

କ୍ରାଇମ୍‍ବ୍ରାଞ୍ଚ ରସୁଲଗଡ଼ରୁ ପ୍ରଧୁମ ମଣ୍ଡଳ, କ୍ରିଷ୍ଣା କୁମାର ମଣ୍ଡଳ ଓ ଚେତଲାଲ ମଣ୍ଡଳଙ୍କୁ ଗିରଫ କରିଥିବା ବେଳେ ସାଇବର୍‍ ଥାନା ପୁଲିସ କମଲ ଜୈସୱାଲ ଓ ଆନନ୍ଦ କୁମାର ଭଗତଙ୍କୁ ଗିରଫ କରିଥିଲା।  ସେହିଭଳି ବିଶାଲ ପାଣ୍ଡେ ଓ ଶେଖର ଗୌତମଙ୍କୁ ଗିରଫ କରିଥିଲା ସମ୍ବଲପୁର ପୁଲିସ। ଧରାପଡ଼ିଥିବା ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରାଯିବ। କାରଣ ବିଭିନ୍ନ ଠକେଇ ମାମଲାରେ ବ୍ୟବହାର କରିଥିବା ସିମ୍‍ଗୁଡ଼ିକ ଅନ୍ୟ ଠକେଇ ମାମଲାରେ ସମ୍ପୃକ୍ତି ରହିଛି। ଏଣୁ ଏମାନେ ଗୋଟିଏ ଗ୍ୟାଙ୍ଗ୍‍ର ସଦସ୍ୟ ବୋଲି ସନ୍ଦେହ କରାଯାଉଛି।

ରିମାଣ୍ଡରେ ଆସିବେ ୨ ଠକ

ରାହୁଲ ଗୁପ୍ତାଙ୍କୁ ୩୦ହଜାର ଠକେଇ କରି ଗିରଫ ହୋଇଥିବା କମଲ ଜୈସୱାଲ ଓ ଆନନ୍ଦ କୁମାର ଭଗତକୁ ରିମାଣ୍ଡରେ ଆଣିବ ସାଇବର୍‍ ଥାନା ପୁଲିସ। ଜବତ କରାଯାଇଥିବା ଫୋନ୍‍ ଓ ସିମ୍‍ରୁ ଅଧିକ ତଥ୍ୟ ଯୋଗାଡ଼ କରାଯାଉଛି। ସେଥିରୁ ବୈଷୟିକ ଟିମ୍‍ ତଥ୍ୟ ଯୋଗାଡ଼ କରିବା ପରେ ସାଇବର୍‍ ଥାନାକୁ ହସ୍ତାନ୍ତର କରାଯିବ। ଏହାପରେ ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ପୁଲିସ କହିଛି। ସେମାନଙ୍କ ନାଁରେ ଏବେ ବିଭିନ୍ନ ରାଜ୍ୟରେ ଠକେଇର ମାମଲା ସଂଖ୍ୟା ୬୦ରେ ପହଞ୍ଚିଛି। ତେଣୁ ଅନ୍ୟ ରାଜ୍ୟର ପୁଲିସ ୨ ଠକଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରୁଛନ୍ତି।

ପଢ଼଼ୁଆଙ୍କୁ ପଢ଼଼ାଉଛନ୍ତି ଅପାଠୁଆ ଠକ

ପ୍ରଧୁମ ମଣ୍ଡଳ ସ୍ନାତକ ପାଠ ପଢ଼଼ିଥିବା ବେଳେ କ୍ରିଷ୍ଣା କୁମାର ମଣ୍ଡଳ ଓ ଚେତଲାଲ ମଣ୍ଡଳ ନବମ ଶ୍ରେଣୀ ଯାଏଁ ପାଠ ପଢ଼଼ିଛନ୍ତି। ସେଭଳି କମଲ ଦଶମ ଫେଲ୍‍ ଓ ଆନନ୍ଦ ଯୁକ୍ତ ୩ ପଢ଼଼ୁଥିଲା। ଏଭଳି ଭାବେ ଧରାପଡ଼ିଥିବା ୫ ସାଇବର୍‍ ଠକ ଅଳ୍ପ ପାଠ ପଢ଼଼ିଛନ୍ତି କିମ୍ବା ଅପାଠୁଆ। କିନ୍ତୁ ପାଠୁଆଙ୍କ ପାଠ ପଢ଼଼ାଇ ନେଇ ଯାଉଛନ୍ତିି କୋଟି କୋଟି ଟଙ୍କା। ରାଜଧାନୀରୁ କେବଳ ୨୦୨୧ରେ ରାଜଧାନୀ ବି ଥରହର କରିଥିଲେ ଠକ। ରାଜଧାନୀରୁ ୮କୋଟି ୬ଲକ୍ଷ ୮୧ହଜାର ୭୮୩ ଟଙ୍କା ଠକେଇ କରି ନେଇଯାଇଥିଲେ। ୨୦୨୨ର ଜାନୁଆରୀ ମାସରେ ୧ କୋଟି ୩୨ ଲକ୍ଷ ଠକେଇ କରି ନେଇଯାଇଥିଲେ। ସେପରି ସାରାରାଜ୍ୟରେ ୨୦୨୧ ମସିହାର ୨୦୮୫ଟି ସାଇବର ମାମଲା ରୁଜୁ କରାଯାଇଥିବା ବେଳେ ୨୦୨୦ରେ ୧୯୩୧ଟି ମାମଲା, ୨୦୧୯ରେ ୧୪୮୫ ମାମଲା, ୨୦୧୮ରେ ୮୪୩ ମାମଲା ଓ ୨୦୧୭ରେ ୮୨୪ଟି ମାମଲା ରୁଜୁ ହୋଇଥିଲା।

ସୁନ୍ଦରଗଡ଼ରେ ଜମତରା ଗ୍ୟାଙ୍ଗ, ଦିନରେ ଶ୍ରମିକ ସନ୍ଧ୍ୟା ହେଲେ ଫୋନ୍ କରି କରୁଛନ୍ତି ଲୁଟ୍‌
ଝାରସୁଗୁଡ଼ା: ଝାରସୁଗୁଡ଼ା ପୁଲିସ ହାତରେ ଜମତରା ଗ୍ୟାଙ୍ଗ । ଏକ ସାଇବର ଠକେଇ ମାମଲାର ତଦନ୍ତ କରି ଝାରସୁଗୁଡ଼ା ପୁଲିସ ଜମତରା ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି । ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ଅଞ୍ଚଳରୁ ଏମାନଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୁଲିସ । ସେମାନଙ୍କଠାରୁ ୯ଟି ମୋବାଇଲ ଫୋନ୍ ଏବଂ ଅନ୍ୟ ଜିନିଷପତ୍ର ଜବତ ସହ ୧୧ ହଜାର ଟଙ୍କା ଜବତ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ଝାଡ଼ଖଣ୍ଡ ଗିରିଡି ଅଞ୍ଚଳରେ ଗୁଡ୍ଡୁଲାଲ ରାଣା, ପପୁ ରାଣା, ଗୋପାଲ ରାଣା । ଆଉ ଜଣେ ଅଭିଯୁକ୍ତ ବିରିଜୁ ରାଣା ଫେରାର୍ ଥିବା ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗତ ମାର୍ଚ୍ଚ ୨୪ ତାରିଖରେ ବେଲାପାହଡ ଗାନ୍ଧିନଗରରରେ ରହୁଥିବା ଜଣେ ରେଳବାଇ କର୍ମଚାରୀ ସିବାଶିଷ କର୍ମାକର ବେଲପାହାଡ଼ ଥାନାରେ ଫୋନ ପେ’ ଜରିଆରେ ଲୁଟର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ମାର୍ଚ୍ଚ ୨୨ରେ ସିବାଶିଷଙ୍କୁ ଏକ ଫୋନ୍ ଆସିଥିଲା । ଯେଉଁଥିରେ ସେ ଫୋନ ପେରେ ୧୯ଶହ ଟଙ୍କାର ଲଟେରୀ ଜିତିଥିବା ଠକ କହିଥିଲା । ଏହାପରେ ଏକ ଲିଙ୍କ ପଠାଇ କ୍ଲିକ୍ କରିବା ପାଇଁ କହିଥିଲେ । ସିବାଶିଷ ଲିଙ୍କରେ କ୍ଲିକ୍ କରିବା କ୍ଷଣି ତାଙ୍କ ଆକାଉଣ୍ଟରୁ ୧୯ଶହ ଟଙ୍କା ଓ କିଛି ସମୟ ପରେ ୩୬ ହଜାର ଟଙ୍କା କଟି ଯାଇଥିଲା ।

ଟଙ୍କା ଆକାଉଣ୍ଟକୁ ଫେରସ୍ତ ନ ହେବାରୁ ଶିବାସିଷ ଗତ ୨୪ ତାରିଖରେ ବେଲପାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ବିଭିନ୍ନ ସୂତ୍ରରୁ ଠକମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଲୋକେସନ୍ ଯାଞ୍ଚ କରିଥିଲା । ସୋମବାର ରାତିରେ ସୁନ୍ଦରଗଡ଼ ଲେଫ୍ରିପଡ଼ା ଅଞ୍ଚଳରେ ରେଡ୍ କରି ୩ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଖସି ପଳାଇଛି । ତେବେ ପୁଲିସ ଜାଣିବାକୁ ପାଇଛି ଯେ   ଗିରଫ ଅଭିଯୁକ୍ତମାନେ ଝାଡ଼ଖଣ୍ଡରୁ ଆସି ସୁନ୍ଦରଗଡ଼ରେ ରହୁଛନ୍ତି। ଦିନରେ ଏମୋନେ ଶ୍ରମିକଭାବେ କାମ କରିବା ପରେ ସନ୍ଧ୍ୟାରେ ଫୋନ୍ କରି ଲୋକମାନଙ୍କୁ ଏମିତି ଲୁଟ୍ କରୁଛନ୍ତି।

ଅନ୍ୟପଟେ ଝାରସୁଗୁଡା ପୁଲିସ ଜମତରା ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରିବା ପରେ କମିଶନରେଟ୍‌ ପୁଲିସ ଝାରସୁଗୁଡା ସାଇବରସେଲ୍ ସହ ଯୋଗାଯୋଗ କରୁଛି। କାରଣ କମିଶନରେଟ୍‌ ପୁଲିସ ପାଖରେ ସାଇବର ଠକେଇ ନେଇ ବହୁଅଭିଯୋଗ ରହିଛି। ଗିରଫ ଜମତରା ଗ୍ୟାଙ୍ଗର ସଦସ୍ୟଙ୍କ ଠାରୁ ଏହାର କିଛି ଲିଙ୍କ୍‌ ମିଳିପାରିବ ବୋଲି ଆଶା କରି ଝାରସୁଗୁଡ଼ା ସାଇବର ସେଲ୍ ଶହ କମିଶନରେଟ ପୁଲିସ ଯୋଗାଯୋଗରେ ରହିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ।