Sambad - The Sakala

ସମ୍ବାଦ ଲୋନ ସ୍କାମର ଖୋଲୁଛି ସାଂଘାତିକ ଗୁମର, EOW ହାତରେ ଲାଗିଲା ଧମକ ଓ ଜାଲିଆତିର ବଡ଼ ପ୍ରମାଣ
ଭୁବନେଶ୍ବର: ସମ୍ବାଦ ଲୋନ ସ୍କାମର ଗୋଟିଏ ପରେ ଗୋଟିଏ ସାଂଘାତିକ ଗୁମର ଖୋଲିବାରେ ଲାଗିଛି । EOW ତଦନ୍ତ ଜାରି ରଖିଥିବାବେଳେ ଗୁରୁତ୍ବପୂର୍ଣ୍ଣ ତଥ୍ୟମାନ ସାମନାକୁ ଆସିଛି । ଧମକ ଓ ଜାଲିଆତିର ବଡ଼ ପ୍ରମାଣ ଲାଗିଛି EOW ହାତରେ । ଇଷ୍ଟର୍ଣ୍ଣ ମିଡିଆ ଆକାଉଣ୍ଟରେ ୧୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି । କୋର୍ଟରେ ୩ଜଣଙ୍କର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି । ESI ଏବଂ EPFO ମଧ୍ୟ ହୋଇଛି ଖୋଳତାଡ଼ । ଲୋନ ପାଇଁ ଏକାଧିକ ସାଲାରୀ ସ୍ଲିପ ବ୍ୟବହାର ହୋଇଥିବା ଇଓଡବ୍ଲୁ ପ୍ରମାଣ ପାଇଛି । ତେବେ ତଦନ୍ତ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗାଏବ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ସମ୍ବାଦ ଲୋନ ଠକେଇ ମାମଲାରେ ଫିଟୁଛି ଗୁମର । ଦିନକୁ ଦିନ ଅଭିଯୋଗ ସଂଖ୍ୟା ବଢୁଥିବା ବେଳେ, ସୁଦାମ ପ୍ରଧାନ ନାମକ ଆଉ ଜଣେ ପୂର୍ବତନ କର୍ମଚାରୀ ଆଣିଛନ୍ତି ସଙ୍ଗୀନ ଆରୋପ । ଏହି କର୍ମଚାରୀ ଜଣକ ବରଗଡ଼, ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ପେପର ସର୍କୁଲେସନ ଦାୟିତ୍ୱରେ ଥିଲେ । ସେ କହିଛନ୍ତି କି, ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ କାମ କରୁଥିଲି। ୫ ହଜାର ଟଙ୍କା ଦରମା ପାଉଥିବା ବେଳେ ଭୟ ଦେଖାଇ ସମ୍ବାଦ ମୁଖ୍ୟ HR ଲୋନ ନେଇଥିଲେ। ପରବର୍ତ୍ତୀ ସମୟରେ ESI ଓ EPF ଲାଗି କାହିଁକି ଟଙ୍କା କଟୁନି, କାହିଁକି ଡିପୋଜିଟ କରାଯାଉନି ବୋଲି କହିବାରୁ ମୋତେ ବଦଳି କରିବାକୁ ଚାପ ଦେବା ସହିତ ଚାକିରୀ ଛାଡିବାକୁ କହିଥିଲେ । ଶେଷରେ ମୁଁ ୨୦୧୨ ମସିହାରେ ଚାକିରି ଛାଡିଥିଲି ବୋଲି ସେ କହିଛନ୍ତି ।

‘ଜେଡ୍‌‌ ୱାନ୍‌‌’ର ଜାଲିଆତିରେ ‘ସମ୍ବାଦ’ ଢାଲ, ମିଡିଆ ଭୟ ଦେଖାଇ ଡରାଉଥିଲେ ବିଲ୍ଡର
ଭୁବନେଶ୍ୱର: ‘ସମ୍ୱାଦ’ ସାଧାରଣ ଲୋକଙ୍କ ସ୍ୱର ଉଠାଏ ନାହିଁ, ସତ ଖବର ଛାପେ ନାହିଁ। ନିଜକୁ ସୁହାଇଲା ଭଳି ଏବଂ ବ୍ୟାବସାୟିକ ସ୍ୱାର୍ଥ ପାଇଁ ସତ ଖବରକୁ ଦଳି ମକଚି ମିଛ ଦେଖାଏ ବୋଲି ଅଭିଯୋଗ କରିଛନ୍ତି ଜେଡ୍‌‌ ୱାନ୍‌‌ ହାଉସିଂରେ ପ୍ରକଳ୍ପରେ ରହୁଥିବା ଏକାଧିକ ଘର ମାଲିକ। ଅତୀତରେ ସେମାନଙ୍କ ସହ ଜେଡ଼୍‌‌ ଇଷ୍ଟେଟ ମାଲିକ ଯେପରି ଜଘନ୍ୟ ବ୍ୟବହାର କରିଛନ୍ତି ସେ ସମ୍ପର୍କରେ ‘ସମ୍ବାଦ’ରେ ଧାଡ଼ିଟିଏ ବି ଖବର ବାହାରି ନାହିଁ। ‘ସମ୍ବାଦ’କୁ ଢ଼ାଲ କରି ଜେଡ଼୍‌‌ ଇଷ୍ଟେଟ ମାଲିକ ସବୁ ପ୍ରକାର ଆଇନ୍‌‌ ଉଲ୍ଲଙ୍ଘନ କରି ଗୃହ କ୍ରେତାଙ୍କ ଅଧିକାର କ୍ଷୁଣ୍ଣ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

୨୦୧୧ରେ ଜେଡ୍‌‌ ୱାନ୍‌‌ ହାଉସିଂ ପ୍ରକଳ୍ପର ପ୍ଲାନ ଅନୁମୋଦିତ ହେବା ପରେ ଏହାକୁ ଦେଖି ଲୋକେ ଏଠାରେ ଘର କିଣିଲେ। ୨୦୧୬ରେ ଲୋକେ ରହିଲା ବେଳକୁ କ୍ରେତାଙ୍କୁ ଦେଖାଇଥିବା ପ୍ଲାନ ବେଆଇନ ଭାବେ ବଦଳିଗଲା। ୨୬ ଏକର ଜମି ହଠାତ ୪ ଏକର ହୋଇଯିବା ସହିତ ରାସ୍ତା ଜାଗାରେ ଟାୱାର ଏବଂ ଗଛ ଲାଗିବା ଜାଗାରେ କଂକ୍ରିଟର ଗାଲିଚା ନିର୍ମାଣ କରାଗଲା। ଏସବୁ କ୍ରେତାଙ୍କ ଅଧିକାରକୁ କ୍ଷୁଣ୍ଣ କରୁଥଲେ ମଧ୍ୟ ‘ସମ୍ୱାଦ’ ଏକଥା ନ ଲେଖି ଜେଡ଼୍‌‌ ଇଷ୍ଟେଟ ସପକ୍ଷରେ ମିଛ ଲେଖିଲା ବୋଲି ଆସୋସିଏସନ ଅଭିଯୋଗ କରିଛି। ସେହିପରି ୨୦୧୬ର ପ୍ଲାନ ପୁଣି ୨୦୨୧ରେ ବଦଳିବା ପରେ ସେମାନେ ଏକାଠି ହୋଇ ଲଢିବାକୁ ନିଷ୍ପତ୍ତି ନେଲେ। ଏଥିରେ ଜେଡ୍‌‌ ଇଷ୍ଟେଟ୍‌‌ ସବୁପ୍ରକାର ବାଧା ସୃଷ୍ଟି କରିବା ସହିତ ରାଜନୈତିକ ଓ ମିଡିଆ ପାୱାର ଦେଖାଇ ଧମକାଇଲା। ମାନବାଧିକାର କମିସନଙ୍କ ହସ୍ତକ୍ଷେପ ଯୋଗୁଁ ଏଠାରେ ସଂଘ ଗଠନ ହୋଇଥିଲା। ଏପରିକି ଯେଉଁମାନେ ଜେଡ଼୍‌‌ ଇଷ୍ଟେଟ କର୍ତ୍ତୃପକ୍ଷଙ୍କୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ କଲେ, ସେମାନଙ୍କ ବିରୋଧରେ ମାନହାନି ମକଦ୍ଦମା କରାଗଲା। ଯାହା କେବଳ ‘ସମ୍ବାଦ’ରେ ହିଁ ପ୍ରକାଶ ପାଇଥିଲା।

‘ଜେଡ୍‌‌ ୱାନ୍‌‌’ ହାଉସିଂ ପ୍ରକଳ୍ପରେ ବିଲ୍ଡର ଜେଡ୍‌‌ ଇଷ୍ଟେଟର ଅନିୟମିତତାର ଲମ୍ବା ତାଲିକା ରହିଛି। ପ୍ରକଳ୍ପ ଅଞ୍ଚଳରେ ପରିବେଶର ସୁରକ୍ଷା ପାଇଁ ଯେଉଁ ପଦକ୍ଷେପ ନେବା କଥା ତାହା ନିଆଯାଇ ନାହିଁ। ଏନଜିଟି ଏ ନେଇ ଜେଡ୍‌‌ ଇଷ୍ଟେଟକୁ ଭର୍ତ୍ସନା କରିଛନ୍ତି। କ୍ରେତାଙ୍କଠାରୁ ବେଆଇନ ଭାବେ ଆଦାୟ ହୋଇଥିବା ପ୍ରାୟ ୬ କୋଟି ଟଙ୍କା ଭାଟ୍‌‌ (ଟିକସ)କୁ ଜେଡ଼୍‌‌ ଇଷ୍ଟେଟ କର୍ତ୍ତୃପକ୍ଷ ଏଯାଏ ରାଜକୋଷରେ ଜମା ନ କରି ନିଜେ ହଡ଼ପ କରି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ନିମ୍ନମାନର କାମ ହୋଇଥିବାରୁ ଏଠାକାର ବାସିନ୍ଦା ଦୂଷିତ ପାଣି ପିଉଛନ୍ତି। ହେଲେ ଲୋକଙ୍କ ଏସବୁ ଅସୁବିଧା ବାବଦରେ ‘ସମ୍ୱାଦ’ ପଦୁଟିଏ ନ ଲେଖି ତାଙ୍କ ବିଜନେସ୍‌‌ ପାର୍ଟନରକୁ ସୁହାଇଲା ଭଳି ମିଛ ଖବର ଛାପିଥିବା ମଳୟ ପାଣିଗ୍ରାହୀ ଓ ଆର୍ତ୍ତତ୍ରାଣ ପାଣିଗ୍ରାହୀ ପ୍ରମୁଖ ଅଭିଯୋଗ କରିଛନ୍ତି। ସବୁବେଳେ ସତ ଲେଖୁଥିବା ଦାବି କରି ଆସୁଥିବା ସମ୍ୱାଦ ଏହି ଘଟଣାରେ କିପରି ସାଧାରଣ ଲୋକଙ୍କୁ ଛାଡ଼ି ବିଲ୍ଡରଙ୍କ ସ୍ୱାର୍ଥ ଦେଖୁଥିଲା ତାକୁ ନେଇ ଘର ମାଲିକ ପ୍ରଶ୍ନ ଉଠାଇଛନ୍ତି। ନିଜ ବ୍ୟବସାୟର ସାମ୍ରାଜ୍ୟକୁ ସୁରକ୍ଷିତ ରଖିବା, ସମ୍ପର୍କୀୟଙ୍କ ଦୋଷ ଦୁର୍ବଳତାକୁ ଘଣ୍ଟ ଘୋଡ଼ାଇବା ଭଳି କାମ କରୁଥିବା ‘ସମ୍ୱାଦ’କୁ ଏଥିପାଇଁ ଜେଡ୍‌‌ ୱାନ ହାଉସିଂ ପ୍ରକଳ୍ପ ବାସିନ୍ଦା କଡ଼ା ସମାଲୋଚନା କରିଛନ୍ତି।

ସମ୍ବାଦ ବ୍ୟାଙ୍କ ସ୍କାମ୍‌ : ଜାଲିଆତି ଢାଙ୍କିବାକୁ ‘ସ୍ତମ୍ଭ’ ଭରସା
ଭୁବନେଶ୍ୱର : ଗଡୁଛି ଦିନ; ଦିନକୁ ଦିନ ବଢ଼଼ୁଛି ‘ସମ୍ବାଦ ବ୍ୟାଙ୍କ୍‌‌ ସ୍କାମ’ରେ ପୀଡ଼ିତଙ୍କ ଅଭିଯୋଗ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ତଦନ୍ତ ପରେ ଗୋଟିକ ପରେ ଗୋଟିଏ ନୂଆ ତଥ୍ୟ ମିଳିବାରେ ଲାଗିଛି। ‘ସମ୍ବାଦ’ ଓ ଇଷ୍ଟର୍ଣ୍ଣ ମିଡିଆର କର୍ମଚାରୀଙ୍କୁ ଚାକିରି ହରାଇବା ଭୟ ଦେଖାଇ କିପରି ଯୋଜନାବଦ୍ଧ ଭାବରେ ସେମାନଙ୍କ ନାମରେ ଋଣ ନିଆଯାଉଥିଲା ସେ ସମ୍ପର୍କରେ ଜଣକ ପରେ ଜଣେ ପୂର୍ବତନ କର୍ମଚାରୀ ଇଓଡବ୍ଲ୍ୟୁରେ ଅଭିଯୋଗ କରିଛନ୍ତି। ଏହି ବ୍ୟାଙ୍କ ସ୍କାମରେ ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଥିବା ବେଳେ କାର୍ପଟଦାର ମାନବସମ୍ବଳ ମୁଖ୍ୟ ବୈଜୟନ୍ତୀ କର ଥିଲେ ବୋଲି ଅଭିଯୋଗ ହୋଇଛି। ଋଣ ନେବାକୁ କର୍ମଚାରୀ ମନା କଲେ ମାନସିକ ନିର୍ଯାତନା, ଚାକିରି ହରାଇବାର ଭୟ, ବଦଳି ବା ଚାକିରିରୁ ବିଦା କରାଯାଉଥିବା ନେଇ ଏହି କର୍ମଚାରୀମାନେ ବଖାଣିଛନ୍ତି। କର୍ମଚାରୀଙ୍କ ବେତନ ପ୍ରମାଣପତ୍ରକୁ ଜାଲିଆତି କରି ଏକାଧିକ ବ୍ୟାଙ୍କରୁ ଋଣ ନିଆଯାଇଥିବା ପ୍ରସଙ୍ଗରେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଜାରି ରହିଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ସେଭଳି ସମ୍ବାଦ ଏଚ୍‌‌ଆର୍‌‌ ବିଭାଗରେ କାର୍ଯ୍ୟରତ ଅନ୍ୟ ଜଣେ କର୍ମଚାରୀଙ୍କୁ ଇଓଡବ୍ଲ୍ୟୁ ଜେରା କରିଛି।

ଅନ୍ୟପକ୍ଷରେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାଙ୍କ ସହଯୋଗୀଙ୍କ ଏହି ସାଂଘାତିକ ‘ସଙ୍ଗଠିତ ବ୍ୟାଙ୍କ ଠକେଇ’ର ତଦନ୍ତକୁ ବିଭ୍ରାନ୍ତ କରିବା ପାଇଁ ତାଙ୍କ ପରିଚାଳିତ ଦୁଇ ଗଣମାଧ୍ୟମ ‘ସମ୍ବାଦ’ ଓ ‘କନକ ଟିଭି’ ପକ୍ଷରୁ ରୀତିମତ ଉଦ୍ୟମ ଆରମ୍ଭ ହୋଇଛି। ସୌମ୍ୟରଞ୍ଜନ ପଟ୍ଟନାୟକ ‘ସମ୍ବାଦ’ରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଉଲ୍ଲେଖ କରି ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଦେଖାଯାଉଛି। ଏପରିକି ବିଭିନ୍ନ ସ୍ଥାନରେ ପ୍ରାୟୋଜିତ ପ୍ରତିବାଦ କରାଯାଉଥିବା ମଧ୍ୟ ଦେଖାଯାଉଛି। ଅଭିଯୋଗରୁ ଲୋକଙ୍କ ନଜର ହଟାଇବା ଲାଗି ସମ୍ୱାଦ ଓ କନକ ନ୍ୟୁଜ୍‌‌ ଦିନ ରାତି ଲାଗି ପଡ଼ିଛନ୍ତି। ସମ୍ୱାଦ ସପକ୍ଷରେ କହିବା ପାଇଁ ବିଭିନ୍ନ ବ୍ୟକ୍ତି ଓ ସଙ୍ଗଠନ ପାଖରେ ନେହୁରା ହେଉଛନ୍ତି। ସମ୍ୱାଦର ଏହି ବ୍ୟାଙ୍କ ସ୍କାମ୍‌‌ ଲୋକଲୋଚନକୁ ଆଣିବାରୁ ‘ନନ୍ଦିଘୋଷ ଟିଭି’ ଓ ‘ସକାଳ’ ବିରୋଧରେ ସମ୍ୱାଦ ଓ କନକ ନ୍ୟୁଜ୍‌‌ ରକ୍ତ ଚାଉଳ ଚୋବାଇବାରେ ଲାଗିଛନ୍ତି।

କନକ ନ୍ୟୁଜର ମିଛ କାରଖାନାର ସଦ୍ୟତମ ଉଦାହରଣଟି ହେଉଛି ଯେ ୧୪ ବର୍ଷ ତଳେ ଅସୀମ ମହାପାତ୍ରଙ୍କ ନାଁରେ ଇଷ୍ଟର୍ଣ୍ଣ ମିଡିଆ ଲୋନ୍‌‌ କରିଥିଲା।ମାତ୍ର ସତ କଥାଟି ହେଲା, ୨୦୧୫ ମସିହାରେ ଅସୀମଙ୍କ ନାଁରେ ଇଷ୍ଟର୍ଣ୍ଣ ମିଡିଆ ବା ସମ୍ୱାଦ ଲୋନ୍‌‌ କରାଇଥିଲା। ୨୦୨୦ ପର୍ଯ୍ୟନ୍ତ ଅସୀମ ସମ୍ୱାଦରେ କାର୍ଯ୍ୟରତ ଥିଲେ। ଅର୍ଥାତ୍‌‌ ୮ ବର୍ଷ ତଳେ ଲୋନ୍‌‌ କରାଯାଇଥିଲା। ଏହି ଲୋନକୁ ନେଇ ବିବାଦ ହେବାରୁ ଦୁଇ ବର୍ଷ ତଳେ ସମ୍ୱାଦ ଛାଡ଼ିଥିଲେ ଅସୀମ। ଅବଶ୍ୟ ଏଭଳି ଭ୍ରମାତ୍ମକ ଖବର ପ୍ରସାରଣ କରିବା ଛଳରେ କନକ ନ୍ୟୁଜ୍‌‌ ସ୍ୱୀକାର କରିଛି ଯେ, ଅସୀମଙ୍କ ନାଁରେ ସମ୍ୱାଦ ଜାଲିଆତି କରି ଋଣ କରିଥିଲା। କେବଳ ଋଣ କଥା ନୁହେଁ, ଗୋଟିଏ ପରେ ଗୋଟିଏ ସମ୍ୱାଦର ଜଘନ୍ୟ କେଳେଙ୍କାରୀ ଏବେ ସାମ୍ନାକୁ ଆସିବାରେ ଲାଗିଛି। ସମ୍ୱାଦ ଏବଂ କନକ ନ୍ୟୁଜରେ ବର୍ଷ ବର୍ଷ ଧରି କାର୍ଯ୍ୟରତ ବହୁ କର୍ମଚାରୀ ଇପିଏଫ୍‌‌ କି ଇଏସଆଇ ପରିସରଭୁକ୍ତ ହୋଇନାହାନ୍ତି। ଇପିଏଫ୍‌‌ ଏବଂ ଇଏସଆଇ ପରିସରଭୁକ୍ତ ହୋଇନଥିବା ଏହି କର୍ମଚାରୀଙ୍କ ନାଁରେ ମଧ୍ୟ ସମ୍ୱାଦ ଋଣ କରି ଋଣ ଟଙ୍କା ହଡ଼ପ କରିଛି। ଗତକାଲି ଇଓଡବ୍ଲ୍ୟୁ ଦେଇଥିବା ପ୍ରେସ ରିଲିଜରେ ସ୍ପଷ୍ଟ କୁହାଯାଇଛି ଯେ, ସମ୍ୱାଦ କେତେବଡ଼ ବ୍ୟାଙ୍କ ସ୍କାମ କରିଆସୁଥିଲା। ଆଉ ଏକ ସୂଚନା ଦେବା ଏଠାରେ ଯଥାର୍ଥ ହେବ ଯେ, ଇଓଡବ୍ଲ୍ୟୁରେ ଯେଉଁ ମାମଲା ହୋଇଛି ତାହା ସକାଳର କର୍ମଚାରୀ କରିଛନ୍ତି। କିନ୍ତୁ କନକ ନ୍ୟୁଜ୍‌‌, ସମ୍ୱାଦ କାହିଁକି ସ୍ୱୀକାର କରିବାକୁ ଭୟ କରୁଛନ୍ତି ଯେ, ସକାଳର କର୍ମଚାରୀ ହେବା ପୂର୍ବରୁ ସେ ସମ୍ୱାଦର କର୍ମଚାରୀ ଥିଲେ। ଏହା ସତ୍ୟ ଯେ, ସମ୍ୱାଦର ଦୁଇ ଚାରି ଜଣ ପୂର୍ବତନ କର୍ମଚାରୀ ସକାଳରେ ଏବେ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅଧେ ଇଓଡବ୍ଲ୍ୟୁରେ ମାମଲା ରୁଜୁ କରିଛନ୍ତି। କିନ୍ତୁ ଅନ୍ୟ ୫ରୁ ୭ ଜଣ ଯେ ସକାଳର କର୍ମଚାରୀ ନୁହଁନ୍ତି। ସେ ଖବର ପ୍ରସାରଣ କରିବାକୁ କନକ ନ୍ୟୁଜ୍‌‌ ଓ ସମ୍ୱାଦ ଏତେ କୁଣ୍ଠିତ କାହିଁକି ? ଋଣ ଠକେଇ ଅଭିଯୋଗ କରିଥିବା ପୂର୍ଣ୍ଣଚନ୍ଦ୍ର ଦେଓ, ଭୈରବ ବ୍ରହ୍ମା ସକାଳର କର୍ମଚାରୀ କି ?

ସେପଟେ ଇଓଡବ୍ଲ୍ୟୁର ଏକ ଟିମ୍‌‌ ଋଣ ପ୍ରଦାନ କରିଥିବା ବ୍ୟାଙ୍କକୁ ଯାଞ୍ଚ ପରିସରଭୁକ୍ତ କରିଛି। ଗ୍ରାମ୍ୟ ବ୍ୟାଙ୍କରୁ ୩୫୦ କର୍ମଚାରୀଙ୍କ ନାମରେ ଋଣ ନେଇଥିବାର ଅଭିଯୋଗ ପରେ ଋଣ ଦେଇଥିବା ଅନ୍ୟ ବ୍ୟାଙ୍କ ଲାଗି ବଢ଼଼ିଛି ଅଡୁଆ। ଇଓଡବ୍ଲ୍ୟୁର ଗୋଟିଏ ଟିମ୍‌‌ ବ୍ୟାଙ୍କ ବିଷୟରେ ତଥ୍ୟ ହାସଲ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଇଓଡବ୍ଲ୍ୟୁର ଏସ୍‌‌ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି, ଆଜି ୫ଜଣଙ୍କୁ ପଚରାଉଚରା କରାଯାଇଛି। ଆଉ କେତେ ଜଣଙ୍କୁ ହଜାର ହେବାକୁ ନୋଟିସ୍‌‌ କରାଯାଇଛି। ଆସନ୍ତାକାଲି ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରାଯିବ। ଏହି ମାମଲାର ତଦନ୍ତ ଜାରି ରହିଥିବା ଏସ୍‌‌ପି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ EOWରେ ରୁଜୁ ହେଲା ଆଉ ୩ଟି ମାମଲା
ଭୁବନେଶ୍ୱର: ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ EOWରେ ରୁଜୁ ହେଲା ଆଉ ୩ଟି ମାମଲା । ୩ ଜଣ ପୂର୍ବତନ କର୍ମଚାରୀ ସୌମ୍ୟଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଆସିଥିବା ସମସ୍ତ ଅଭିଯୋଗର ସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ତଦନ୍ତକାରୀ ଟିମ୍ । ଆଜି ବି ହୋଇପାରେ ଛାନବିନ୍ । ଋଣ ଜାଲିଆତି ଘଟଣାରେ ମିଳୁଛି ସାଂଘାତିକ ପ୍ରମାଣ । ସେହିପରି ଋଣ ଦେଇଥିବା ବ୍ୟାଙ୍କକୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଇଛି । ଗତକାଲି ୭ ଘଣ୍ଟାର ଜେରା କରି ସମ୍ବାଦ ଭବନରୁ ଫେରିଥିଲା EOW । ଚଢ଼ାଉକୁ ନେଇ ପ୍ରେସ ରିଲିଜ୍ ଜାରି କରିଛି EOW ।

ସମ୍ବାଦ ବିରୋଧରେ ବଢୁଛି ଅଭିଯୋଗକାରୀଙ୍କ ସଂଖ୍ୟା । ସମ୍ବାଦର ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି । ଦଫା ୫୦୬, ୪୬୬, ୪୬୮, ୪୭୧, ୪୨୦, ୧୨୦-B IPC ଅନୁସାରେ ମାମଲା ରୁଜୁ ହୋଇଛି । ଯାଞ୍ଚ ବେଳେ ଅନେକ ସନ୍ଦେହଜନକ ଦସ୍ତାବିଜ ଜବତ କରିଛି EOW । ଋଣ ଜାଲିଆତି ସମ୍ପର୍କରେ ଅନେକଙ୍କ ବୟାନ ରେକର୍ଡ ହୋଇଛି । ଆହୁରି ୨୦ ଜଣ ପୂର୍ବତନ କର୍ମଚାରୀ ଋଣ ଜାଲିଆତି ଅଭିଯୋଗ ଆଣିଛନ୍ତି ।

ଅଭିଯୋଗରେ ପଞ୍ଜୀକୃତ ହୋଇଛି ଯେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଧମକ ଦେଇ ବ୍ୟକ୍ତିଗତ ଲୋନ୍‌ ନେବାକୁ ବାଧ୍ୟ କରାଯାଉଥିଲା। କୋଟି କୋଟି ଟଙ୍କା ଋଣ ନିଆଯାଉଥିବା ବେଳେ ଟଙ୍କା ସଂପୃକ୍ତ କର୍ମଚାରୀଙ୍କୁ ଦିଆଯାଉନଥିଲା ବରଂ ସେହି ଟଙ୍କା ନିଯୁକ୍ତିଦାତା କମ୍ପାନୀ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଦ୍ୱାରା ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ସଂପୂର୍ଣ୍ଣ ଭାବେ ବେଆଇନ ଓ କମ୍ପାନୀର କର୍ମଚାରୀଙ୍କ ଅଗୋଚରରେ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ସମ୍ବାଦର ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ର । ଏନେଇ ସମ୍ବାଦର ସଂପାଦକ ସୌମ୍ୟଂରଜନ ପଟ୍ଟନାୟକ ଓ ମାନବ ସମ୍ବଳ ଅଧିକାରୀ ବୈଜୟନ୍ତୀ କରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସମ୍ବାଦ ୩୦୦ରୁ ଅଧିକ କର୍ମଚାରୀଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ଠକେଇ ପରିମାଣ ୫୦ କୋଟିରୁ ଅଧିକ ହେବ । ସେହିପରି ଯାଞ୍ଚ ନେଇ କନକ ନ୍ୟୁଜ ମିଛ ଖବର ପ୍ରସାରଣ କରୁଛି ବୋଲି କହିଛି EOW । ତଦନ୍ତକାରୀ ଅଧିକାରୀ କୌଣସି ଚାପର ବଶବର୍ତ୍ତୀ ନାହାନ୍ତି । ଋଣ ଜାଲିଆତି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛି EOW ।