ropeway - The Sakala
ବାରଙ୍ଗ: ୧୩ ବର୍ଷ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବନ୍ଦ ରହିଥିବା ରୋପ୍‌-‌ୱେ ସୁବିଧା ଆଜିଠାରୁ ପୁଣି ଆରମ୍ଭ ହୋଇଛି। ବହୁପ୍ରତୀକ୍ଷିତ ଏହି ରୋପ୍‌‌-ୱେ ସୁବିଧାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶୁକ୍ରବାର ଉଦ୍‌‌ଘାଟନ କରିଛନ୍ତି। ଆଜିଠାରୁ ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ। କାଞ୍ଜିଆ ହ୍ରଦ ଉପରେ ହୋଇଥିବା ଏହି ରୋପ୍‌‌ୱେ ଜରିଆରେ ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଯାଇ ଆସିପାରିବେ।
ଏହି ଅତ୍ୟାଧୁନିକୀକରଣ ରୋପ୍‌‌-ୱେ ବ୍ୟବସ୍ଥା‌ରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ବିପଦମୁକ୍ତ ଓ ସ୍ୱୟଂଚାଳିତ ପୁଲିରୁ ରୋପ୍‌‌ୱେ ଖସିଲେ, ଆପେଆପେ ବିଦ୍ୟୁତ୍‌‌ ବିଚ୍ଛିନ୍ନ ହୋଇ ବନ୍ଦ ହୋଇଯିବ। ଏହା ଘଣ୍ଟାକରେ ୫ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ ବୋଲି ନିର୍ମାଣ ଦାୟିତ୍ୱରେ ଥିବା ମହେଶ ମାହୋତ କହିଛନ୍ତି। ଏହାକୁ ଚଲାଇବାକୁ ନେଇ କୋଲକାତାର ଦାମୋଦର ରୋପ୍‌‌ୱେ ଇନଫ ଲିଃ ଠିକା ସଂସ୍ଥାକୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ୨ଟି ଟାୱାର ସହିତ ୬୨୬ ମିଟର ଲମ୍ବରୁ ଅଧିକ ମୋନୋ କେବୁଲ ପଲ୍ସଡ୍‌‌ ସହିତ ଏହି ରୋପ୍‌‌ୱେ ନିର୍ମାଣ କରାଯାଇଛି। ଗୋଟିଏ କ୍ୟାବିନ୍‌‌‌ରେ ୬ଜଣ ବସିପାରିବେ ଏବଂ ରୋପ୍‌-ୱେରେ ଏକକାଳୀନ ୧୨ଟି କ୍ୟାବିନ୍‌‌ କାମ କରିବ। ଏହିପରି ୭୨ ଜଣ ପର୍ଯ୍ୟଟକ ଏକାଥରକେ ଯାତ୍ରା କରିପାରିବେ। ଏହାର ସର୍ବନିମ୍ନ ଦର ୧୨୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦି ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ପଟୁ ରୋପ୍‌‌-ୱେରେ ଯାଇ ବଟାନିକାଲ ଗାର୍ଡେନ୍‌ ବୁଲିବେ, ସେମାନଙ୍କୁ ୨୦ ଟଙ୍କା ଅଧିକ ଅର୍ଥାତ୍‌‌ ୧୪୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଯେଉଁ ପର୍ଯ୍ୟଟକ ବଟାନିକାଲ ଗାର୍ଡେନ୍‌ ପଟୁ ରୋପ୍‌‌ୱେରେ ଆସି ପ୍ରାଣୀ ଉଦ୍ୟାନ ବୁଲିବା ପାଇଁ ଚାହିଁ‌ବେ, ସେମାନଙ୍କଠାରୁ ୫୦ ଟଙ୍କା ଅଧିକ ଅର୍ଥାତ୍‌‌ ୧୭୦ ଟଙ୍କା ଆଦାୟ ହେବ। ପର୍ଯ୍ୟଟକମାନେ ବଟାନିକାଲ ଗାର୍ଡେନ୍‌ ଓ ଜୁଲୋଜିକାଲ ଉଦ୍ୟାନ ମଧ୍ୟରେ ସିଧାସଳଖ ଯିବାଆସିବା କରିବା ସହ ପ୍ରାକୃତିକ ପରିବେଶ ଘଞ୍ଚବନାନୀ ଓ ଜୀବଜନ୍ତୁଙ୍କ ସମ୍ଭାର ପର୍ଯ୍ୟଟକଙ୍କୁ ବେଶ୍‌‌ ମନମୁଗ୍ଧ କରିବ। ଆଜିର ଉଦ୍‌‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ, ସୁଶାନ୍ତ ନନ୍ଦ, ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି.ନାୟାର, ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଅନୁସାରେ, ୧୯୮୮ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରି କାଞ୍ଜିଆ ହ୍ରଦ ଉପରେ ରୋପ୍‌‌ୱେ ବ୍ୟବସ୍ଥା ଆରମ୍ଭ ପାଇଁ କୋଲକାତାର ସଷା ବ୍ରେକ୍‌‌ କମ୍ପାନୀ ଓ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା। ୧୯୯୪ ଅକ୍ଟୋବର ୧୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ରୋପ୍‌‌ୱେ ବ୍ୟବସ୍ଥାର ଲୋକାର୍ପିତ ହୋଇଥିଲା। ଦୁଇଥର ଦୁର୍ଘଟଣା ପରେ ୨୦୧୧ ଫେବୃଆରୀ ମାସରେ ରୋପ୍‌‌ୱେ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା। ଏହି ବ୍ୟବସ୍ଥାକୁ ପୁଣି ଚାଲୁ କରିବା ପାଇଁ ୨୦୧୬ ଅଗଷ୍ଟ ୫ରେ ଦାମୋଦର ରୋପ୍‌‌ୱେ ଇନ୍‌‌ଫ ଲିଃକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି ସଂସ୍ଥା କାର୍ଯ୍ୟ ଆରମ୍ଭ କଲାବେଳକୁ ଏହାର କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନ ଥିବା ଅଭିଯୋଗ ଉଠିଥିଲା। ସେଥିପାଇଁ କାମ ବନ୍ଦ ରଖାଯାଇଥିଲା। ବହୁ ପର୍ଯ୍ୟଟକ ଏହି ରୋପ୍‌‌-ୱେରେ ବସିବା ପାଇଁ ଆସି ନିରାଶ ହୋଇ ଫେରୁଥିଲେ। ବର୍ତ୍ତମାନ ଏହି ବ୍ୟବସ୍ଥା ପୁନର୍ବାର ଚାଲୁ କରାଯିବା ପରେ ପର୍ଯ୍ୟଟକମହଲରେ ଖୁସି ପ୍ରକାଶ ପାଇଛି।
୧୨ ବର୍ଷ ପରେ ପୁଣି ନନ୍ଦନକାନନରେ ରୋପ୍‌‌ୱେର ମଜାନେବେ ପର୍ଯ୍ୟଟକ, ଏପ୍ରିଲରୁ ହେବ କାର୍ଯ୍ୟକ୍ଷମ
ବାରଙ୍ଗ : ଆଗାମୀ ଏପ୍ରିଲ ମାସରେ ରୋପ୍‌‌ୱେ ଚାଲିବ। ଏଥି ନିମନ୍ତେ ରୋପ୍‌‌ୱେ କର୍ମଚାରୀମାନେ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ସମେତ କୌଣସି ଦୁର୍ଘଟଣା ଏଡ଼ାଇବା ନେଇ ନନ୍ଦନକାନନ ପକ୍ଷରୁ ମକ୍‌‌ଡ୍ରିଲ କରାଯାଇଛି। ଦୁର୍ଘଟଣା ଘଟିଲେ କିପରି ରୋପ୍‌‌ୱେରେ ଯାତାୟାତ କରୁଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରାଯାଇପାରିବ ସେଥିପାଇଁ ବିଭିନ୍ନ ଜ୍ଞାନକୌଶଳ ଶିଖିଥିଲେ। ଉଦ୍ଧାର ପରେ ଚିକିତ୍ସା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରୋପ୍‌‌ୱେ ଚାଲିବାବେଳେ ଅଧାବାଟରେ ଅଟକିଗଲେ ସେମାନଙ୍କୁ ସହଜ ଉପାୟରେ କାଞ୍ଜିଆ ହ୍ରଦ ଦେଇ କୌଶଳ କ୍ରମେ ବୋଟ୍‌‌ ମାଧ୍ୟମରେ ଉଦ୍ଧାର କରାଯିବ, ସେଥିପାଇଁ ମଧ୍ୟ ସଚେତନତା କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦିଆଯାଇଥିଲା।
୧୨ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ରୋପ୍‌‌ୱେ ଚାଲିବା ଖବର ପାଇଁ ପର୍ଯ୍ୟଟକମାନେ ଖୁସୀ ବ୍ୟକ୍ତ କରିଛନ୍ତି। ରୋପ୍‌‌ୱେ ବ୍ୟବସ୍ଥାରେ ଅତ୍ୟାଧୁନିକୀକରଣ କରାଯାଇଛି। ଏହା ବିପଦମୁକ୍ତ ଓ ସ୍ବୟଂଚାଳିତ ପୁଲିରୁ ରୋପ୍‌‌ୱେ ଖସିଲେ ଆପେ ଆପେ ବିଦ୍ୟୁତ୍‌‌ ବିଚ୍ଛିନ୍ନ ହୋଇ ବନ୍ଦ ହୋଇଯିବ। ଏକ ଘଣ୍ଟାରେ ୫ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ। ଏହାକୁ ଚଲାଇବାକୁ ନେଇ ଏକ ଠିକା ସଂସ୍ଥାକୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ଠିକା ସଂସ୍ଥା ଦାୟିତ୍ୱରେ ଥିବା ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ୫ ବର୍ଷ ପର୍ଯ୍ୟନ୍ତ ୧୩ ଲକ୍ଷ ଟଙ୍କା ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦେବ। ତା’ପରେ ପର୍ଯ୍ୟାକ୍ରମେ ୫ରୁ ୧୦ ବର୍ଷ ପାଇଁ ୧୬.୨୫ ଲକ୍ଷକୁ ବୃଦ୍ଧି କରାଯିବ। ୧୦ରୁ ୧୫ବର୍ଷ ପାଇଁ ୧୯.୫୦ ଲକ୍ଷ ଏବଂ ୧୫ରୁ ୨୦ବର୍ଷ ପାଇଁ ୨୧.୮୪ଲକ୍ଷ ଟଙ୍କା ଦେବ। ୨ଟି ଟାୱାର ସହିତ ୬୨୬ ମିଟର ଲମ୍ବରୁ ଅଧିକ ମୋନୋ କେବୁଲ ପଲ୍ସଡ୍‌‌ ସହିତ ଏହି ରୋପ୍‌‌ୱେ ନିର୍ମାଣ କରାଯିବ।ଏହି କ୍ୟାବିନ୍‌‌ର କ୍ଷମତା ୪ଜଣ ଏବଂ ଏଥିରେ ଏକକାଳୀନ ୧୨ଟି କ୍ୟାବିନ୍‌‌ କାମ କରିବ। ଏହିପରି ୪୮ ଜଣ ଏକା ସମୟରେ ଗତି କରିପାରିବେ। ଏହି ରୋପ୍‌‌ୱେରେ ଯେଉଁ ପର୍ଯ୍ୟଟକ ମଜାନେବେ ସେମାନଙ୍କଠାରୁ ଟିକଟ ବାବଦକୁ ୯୫ ଟଙ୍କା ଆଦାୟ କରାଯିବ।
ସୂଚନା ଯୋଗ୍ୟ, ୨୦୧୧ ଫେବୃଆରୀ ମାସରେ ଅସୁରକ୍ଷିତ ଘୋଷଣା କରି ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା। ଏହି ବ୍ୟବସ୍ଥାକୁ ପୁଣି ଚାଲୁ କରିବା ପାଇଁ ୨୦୧୬ ଅଗଷ୍ଟ ୫ରେ ଦାମୋଦର ରୋପ୍‌‌ୱେ ଇନଫ୍‌‌ ଲିଃକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି ସଂସ୍ଥା କାର୍ଯ୍ୟ ଆରମ୍ଭ କଲାବେଳେକୁ ଏହାର କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନ ଥିବା ଅଭିଯୋଗ ଉଠିଥିଲା ଏବଂ କାମ ବନ୍ଦ ରଖାଯାଇଥିଲା। ୧୯୮୮ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରି କାଞ୍ଜିଆ ହ୍ରଦ ଉପରେ ରୋପ୍‌‌ୱେ ବ୍ୟବସ୍ଥା ଆରମ୍ଭ ପାଇଁ କୋଲକାତାର ସଷା ବ୍ରେକ୍‌‌ କମ୍ପାନୀ ଓ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା। ୧୯୯୪ ଅକ୍ଟୋବର ୧୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ରୋପ୍‌‌ୱେ ବ୍ୟବସ୍ଥାର ଲୋକାର୍ପିତ ହୋଇଥିଲା। ଦୁଇଥର ଦୁର୍ଘଟଣା ପରେ ୨୦୧୧ ଫେବୃଆରୀରେ ରୋପ୍‌‌ୱେ ବ୍ୟବସ୍ଥାକୁ ବନ୍ଦ ରଖାଯାଇଥିଲା। ବହୁ ପର୍ଯ୍ୟଟକ ଏହି ରୋପ୍‌‌ୱେରେ ବସିବା ପାଇଁ ଆସି ନିରାଶ ହୋଇ ଫେରୁଥିଲେ।
ରାଜ୍ୟର ୫ଟି ପର୍ଯ୍ୟଟନସ୍ଥଳୀରେ ହେବ ରୋପ ୱେ, ୧୬ ମାସ ମଧ୍ୟରେ ସରିବ କାମ
ଭୁବନେଶ୍ବର : ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ରାଜ୍ୟର ୫ଟି ପର୍ଯ୍ୟଟନସ୍ଥଳୀରେ ରୋପ ୱେ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। କପିଳାସ, ନୃସିଂହନାଥ-ହରିଶଙ୍କର, ଧଉଳିଗିରିରେ,ଭୀମକୁଣ୍ଡ, ପଞ୍ଚଲିଙ୍ଗେଶ୍ବରରେ ରୋପ ୱେ ବ୍ୟବସ୍ଥା କରାଯିବା ପାଇଁ  ରାଜ୍ୟ ସରକାର ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେିଛନ୍ତି।
ଏଥି ସହିତ ୫ଟି ପର୍ଯ୍ୟଟନସ୍ଥଳୀରେ ହେବାକୁ ଥିବା ଏହି ରୋପ ୱେ କାମ ୧୬ ମାସ ଭିତରେ ସରିବା ପାଇଁ ଯୋଜନା କରାଯାଇଛି। ଏଥି ସହିତ ପୁରୀରୁ କୋଣାର୍କ ରୋପ୍ ୱେ କରିବା ପାଇଁ ପ୍ରସ୍ତାବ ବିଚାରାଧୀନ ରହିଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।