Mamata Mahanth - The Sakala

କୁଡୁମୀ ସମାଜ ଓ ମୟୂରଭଞ୍ଜବାସୀଙ୍କୁ ଧୋକ୍କା ଦେଇଛନ୍ତି ମମତା: ବିଜେଡ଼ି
ଭୁବନେଶ୍ବର: ଆଜି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ମମତା ମହାନ୍ତ । ବିଜେପିରେ ଯୋଗାଦେବା ପୂର୍ବରୁ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ମମତା ବିଜେପିରେ ସାମିଲ ହେବାକୁ କଟୁ ଭାଷାରେ ସମାଲୋଚନା କରିଛି ବିଜେଡି ।

ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ମମତା ଇସ୍ତଫା ଦେଇଛନ୍ତି । ମମତା ତାଙ୍କ ଇସ୍ତଫାପତ୍ରରେ ଯାହା କହିଛନ୍ତି ତାହା ନିନ୍ଦନୀୟ । କୁଡୁମୀ ସମାଜ ଓ ମୟୂରଭଞ୍ଜବାସୀଙ୍କୁ ଧୋକ୍କା ଦେଇଛନ୍ତି ମମତା । ମୟୂରଭଞ୍ଜବାସୀ ଏହାର ଜବାବ ମମତାଙ୍କୁ ଦେବେ ।

ଦଳ ପକ୍ଷରୁ ଆହୁରି କୁହାଯାଇଛି, ବିନାଶମୁଖି ରାସ୍ତା ଆପଣାଇଛି ବିଜେପି । ବିଜେପି ପ୍ରଲୋଭନର ଶିକାର ହୋଇଛନ୍ତି ମମତା । ସେ ଲୁଚିଛପି ବିଜେପି ପାଇଁ କାମ କରୁଥିଲେ ।

ସୂଚନାଯୋଗ୍ୟ, ମମତା ମହାନ୍ତ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ । ଗତକାଲି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ମମତା । ତାଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଥିଲେ, ମମତାଙ୍କ ଇସ୍ତଫା ଏକ ଜାତୀୟ ଦଳର ଚକ୍ରାନ୍ତ । ଜାତୀୟ ଦଳର ସଭାପତିଙ୍କୁ ରାଜ୍ୟସଭା ପଠାଇବାକୁ ଚକ୍ରାନ୍ତ କରାଯାଉଛି । ଆଜି ମମତାଙ୍କ ଇସ୍ତଫାକୁ ନେଇ ପ୍ରମିଳାଙ୍କ ଆକଳନ ସତ ପ୍ରମାଣିତ ହୋଇଛି ।

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ମମତା ମହାନ୍ତ
ବାରିପଦା: ମୟୂରଭଞ୍ଜର ନାରୀ ନେତ୍ରୀ ତଥା ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟା ଭାବେ ନିଯୁକ୍ତି ପାଇଛନ୍ତି। ସୋମବାର ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭରେ ଉପାଧ୍ୟକ୍ଷ ଜଗଦୀପ ଧନକଡ ସାଂସଦ ଶ୍ରୀମତୀ ମହାନ୍ତଙ୍କ ନାମ ସମେତ ୮ ଜଣ ପ୍ୟାନେଲ ସଭ୍ୟଙ୍କ ନାମ ଘୋଷଣା କରିଥିଲେ। ଏଥିରେ ମଧ୍ୟ ୫୦ ପ୍ରତିଶତ ମହିଳା ସ୍ଥାନ ପାଇଥିବା ସେ କହିଥିଲେ। ବିଜୁ ଜନତା ଦଳର ରାଜ୍ୟସଭା ସଂସଦ ଶ୍ରୀମତୀ ମହାନ୍ତଙ୍କୁ ଏହି ନିଯୁକ୍ତି ମିଳିବା ନିଶ୍ଚିତ ଭାବେ ଓଡ଼ିଶା ଓ ମୟୂରଭଞ୍ଜ ଜିଲ୍ଲାର ଗୌରବର ବିଷୟ।

ସେହିପରି ତାଙ୍କ ନାମ ଘୋଷଣା ହେବାର ପ୍ରଥମ ଦିନରେ ସେ ଗୃହ କାର୍ଯ୍ୟ ପରିଚାଳନା କରିବାର ସୌଭାଗ୍ୟ ମଧ୍ୟ ପାଇଛନ୍ତି। ପଞ୍ଚାୟତ ରାଜନୀତିରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀମତୀ ମହାନ୍ତ ରାଜ୍ୟସଭାର ବହୁ ଗୁରୁତ୍ବପୂର୍ଣ୍ଣ କମିଟିର ସଦସ୍ୟ ରହିଛନ୍ତି। ବିଭିନ୍ନ ସମୟରେ ସେ ସଂସଦରେ କୁଡୁମି ଜାତିକୁ ଜନଜାତି ମାନ୍ୟତା ଦେବା, ବାଙ୍ଗିରିପୋଷି ଘାଟି ରାସ୍ତା ସାମ୍ପ୍ରସାରଣ, ମୟୂରଭଞ୍ଜରେ ରେଳ ବିକାଶ ଭଳି ଦାବି ସହ ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ବହୁ ଦାବି ଉପସ୍ଥାପନ କରି ଚର୍ଚ୍ଚାକୁ ଆସିଛନ୍ତି। ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୨୦୨୦ରେ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିବା ସହ ସାଂସଦ ହୋଇଥିଲେ ।