Women Reservation Bill - The Sakala

ମହିଳା ସଂରକ୍ଷଣ କେବଳ ବାହାନା, ମୋଦୀ ସରକାରଙ୍କ ଅସଲ ଉଦ୍ଦେଶ୍ୟ ଆଉ କିଛି : ସୋନିଆ ଗାନ୍ଧୀ
ମହିଳା ସଂରକ୍ଷଣ ବିଧେୟକକୁ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସେ ଅଭିଯୋଗ କରିଛନ୍ତି ଯେ, ସରକାର ଏହି ପ୍ରସଙ୍ଗରେ 'ଅସାଧାରଣ ତତ୍ପରତା' ଦେଖାଉଛନ୍ତି, ଯାହାର ମୂଳ ଉଦ୍ଦେଶ୍ୟ ଆଗାମୀ ବିଧାନସଭା ନିର୍ବାଚନରେ ରାଜନୈତିକ ଫାଇଦା ଉଠାଇବା ହୋଇପାରେ ।

ସମ୍ବିଧାନ ଉପରେ ଆକ୍ରମଣ

'ଦ ହିନ୍ଦୁ' ଖବରକାଗଜରେ ପ୍ରକାଶିତ ଏକ ଆର୍ଟିକିଲ୍‌ରେ ସୋନିଆ ଗାନ୍ଧୀ ଲେଖିଛନ୍ତି ଯେ, ଆଗାମୀ ଏପ୍ରିଲ ୧୬ରୁ ୧୮ ତାରିଖ ଯାଏଁ ଆହୂତ ସଂସଦର ସ୍ୱତନ୍ତ୍ର ଅଧିବେଶନର ମୁଖ୍ୟ ପ୍ରସଙ୍ଗ ମହିଳା ସଂରକ୍ଷଣ ନୁହେଁ, ବରଂ 'ପରିସୀମନ' ଅଟେ । ସେ କହିଛନ୍ତି ଯେ, ସରକାରଙ୍କ ଏହି ପରିସୀମନ ପ୍ରସ୍ତାବ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ସିଧାସଳଖ ଭାବରେ ସମ୍ବିଧାନ ଉପରେ ଆକ୍ରମଣ ।

ଜାତିଗତ ଜନଗଣନାକୁ ଏଡ଼ାଇବା ପାଇଁ ପ୍ରୟାସ

ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରକୃତ ଉଦ୍ଦେଶ୍ୟ ହେଉଛି ଜାତିଗତ ଜନଗଣନା ପ୍ରସଙ୍ଗକୁ ଏଡ଼ାଇବା ଏବଂ ବିଳମ୍ବ କରିବା । ସେ ମହିଳା ସଂରକ୍ଷଣରେ ଓବିସି (OBC) ବର୍ଗର ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର କୋଟା ଦାବିକୁ ମଧ୍ୟ ଦୋହରାଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ରାଜନୀତି ଜୋର ଧରିଥିବା ବେଳେ ଆଗାମୀ ଦିନରେ ସଂସଦରେ ଏହାକୁ ନେଇ ତୀବ୍ର ବିତର୍କ ହେବାର ସମ୍ଭାବନା ରହିଛି ।

ସର୍ବଦଳୀୟ ବୈଠକ ପାଇଁ ଦାବି

ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ସରକାର ଏହି ଆଇନକୁ ତରବରିଆ ଭାବେ ପାରିତ କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି । ସେ ଦାବି କରିଛନ୍ତି ଯେ, ନିର୍ବାଚନ ଶେଷ ହେବା ପରେ ଏକ ସର୍ବଦଳୀୟ ବୈଠକ ଡକାଯାଉ ଏବଂ ସବୁ ଦଳର ମତାମତ ନିଆଯିବା ପରେ ହିଁ ମୌସୁମୀ ଅଧିବେଶନରେ ଏହି ବିଧେୟକକୁ ଆଲୋଚନା ପାଇଁ ଅଣାଯାଉ । ପରିସୀମନ ପୂର୍ବରୁ ଦେଶରେ ଜନଗଣନା କରାଯିବା ନିହାତି ଆବଶ୍ୟକ ଏବଂ ଏହା ରାଜନୈତିକ ସ୍ତରରେ ସନ୍ତୁଳିତ ହେବା ଉଚିତ ବୋଲି ସୋନିଆ ଗାନ୍ଧୀ ମତ ରଖିଛନ୍ତି ।

ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ : ସପକ୍ଷରେ ପଡିଲା ୪୫୪ ଖଣ୍ଡ ଭୋଟ, ବିପକ୍ଷରେ ୨
ନୂଆଦିଲ୍ଲୀ : ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଏହି ବିଲ୍ ( ୧୨୮ ତମ ସମ୍ବିଧାନ ସଂଶୋଧନ ବିଲ୍) ଦୀର୍ଘ ୭ ଘଣ୍ଟାର ବିତର୍କ ପରେ ଗୃହୀତ ହୋଇଛି। ବିଲ ସପକ୍ଷରେ ୪୫୪ ଓ ବିପକ୍ଷରେ ମାତ୍ର ୨ଟି ବିଲ୍ ପଡିଥିଲା । ବିଲ୍‌ରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ସଂସଦର ସ୍ୱତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ଗତକାଲି ଆଗତ ହୋଇଥିଲା ବିଲ୍ । ବର୍ତ୍ତମାନ ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା ହେବ । ରାଜ୍ୟସଭାରେ ଏହି ବିଲ୍‌ ଗୃହୀତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ। ସେ ଏହାକୁ ଅନୁମୋଦନ ଦେବା ପରେ ବିଲ୍‌ଟି ଆଇନରେ ପରିଣତ ହୋଇଯିବ।

ଲୋକସଭାରେ ଆଜି ଦିନ ୧୧ଟାରୁ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ଆରମ୍ଭ ହୋଇଥିଲା। ବିଲ୍‌ରେ ଲୋକସଭା, ସମସ୍ତ ବିଧାନସଭା ଓ ଦିଲ୍ଲି ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ହୋଇ ରହିବ ବୋଲି ବ୍ୟବସ୍ଥା ହୋଇଛି। କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ଆଜି ନିଜ ଦଳର ଅଭିବ୍ୟକ୍ତି ପ୍ରଥମେ ଉପସ୍ଥାପନ କରିଥିଲେ। ସେ ବିଲ୍‌କୁ ସମର୍ଥନ କରିବା ସହ ଏଥିରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସାମିଲ କରିବାକୁ ଦାବି କରିଥିଲେ। ସେହିପରି ତୁରନ୍ତ ଏହାର ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ବ୍ୟତୀତ ଏନସିପିର ସୁପ୍ରିୟା ସୁଲେ ଓ ଡିଏମକେର କାନିମୋଝୀ ମଧ୍ୟ ସମାନ ଦାବି ରଖିଥିଲେ।।

ଅନ୍ୟପଟେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ନାରୀ ଶକ୍ତି ବନ୍ଦନା ବିଲ୍ ବିଜେପି ଏବଂ ମୋଦୀଜୀଙ୍କ ପାଇଁ ରାଜନୈତିକ ଏଜେଣ୍ଡା ନୁହେଁ। ଗତକାଲିର ଦିନ (ସେପ୍ଟେମ୍ବର ୧୯) ଭାରତୀୟ ସଂସଦ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। ଦୀର୍ଘ ବର୍ଷ ଧରି ବିଚାରାଧୀନ ଥିବା ମହିଳାଙ୍କୁ ଅଧିକାର ଦେବା ପାଇଁ ଗତକାଲି ଗୃହରେ ଏକ ବିଲ୍ ଆଗତ ହୋଇଥିଲା। ଦେଶର ବିକାଶ ଓ ବଡ଼ବଡ଼ ନିଷ୍ପତ୍ତି ନେବାରେ ମହିଳାଙ୍କ ଯୋଗଦାନ କ୍ଷେତ୍ରରେ ଏହି ବିଲ୍‌ ବୁଷ୍ଟର ଭାବେ କାମ କରିବ। ତେଣୁ ସବୁ ରାଜନୀତିକ ଦଳ ଗୋଟିଏ ସ୍ୱରରେ ଏହାକୁ ସମର୍ଥନ କରିବା ଦରକାର ବୋଲି ଶ୍ରୀ ଶାହ ମତ କହିଥିଲେ।

ସେପଟେ ରାଜ୍ୟସଭାରେ ଏହି ବିଲ୍‌ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ। ସେ ଏହାକୁ ଅନୁମୋଦନ ଦେବା ପରେ ବିଲ୍‌ଟି ଆଇନରେ ପରିଣତ ହୋଇଯିବ। କିନ୍ତୁ ଆଇନରେ ପରିଣତ ହେଲେ ମଧ୍ୟ ଏହା ୨୦୨୯ ପୂର୍ବରୁ ଲାଗୁ ହୋଇପାରିବ ନାହିଁ। ୨୦୨୯ ନିର୍ବାଚନ ବେଳକୁ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରେ। ବିଲ୍‌ ଆଇନରେ ପରିଣତ ହେଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କେବଳ ପ୍ରଥମ ସୀମା ପୁନଃ ନିର୍ଦ୍ଧାରଣ କିମ୍ବା ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବା ପରେ ଲାଗୁ ହେବ। ପରବର୍ତ୍ତୀ ଜନଗଣନା ପରେ ହିଁ ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ହେବ ।୨୦୨୭ରେ ପୁଣି ଦେଶରେ ଜନଗଣନା କରାଯିବ। ୨୦୨୧ରେ ଜନଗଣନା ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହା ହୋଇପାରିନାହିଁ।

ମହିଳା ସଂରକ୍ଷଣ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ : ଓଡିଶା ମାଟିରୁ ଆରମ୍ଭ ହୋଇଥିଲା ଲଢେଇ, ମଙ୍ଗ ଧରିଥିଲେ ନବୀନ
ନୂଆଦିଲ୍ଲୀ/ଭୁବନେଶ୍ବର : ମହିଳା ସଂରକ୍ଷଣ ବିଲ୍‌କୁ ଆଜି କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଛି। ଆଜି ଆରମ୍ଭ ହୋଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନ ପରେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ଏହି ଐତିହାସିକ ବିଲ୍‌ ଉପରେ ମୋହର ମାରିଛନ୍ତି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଦିନ ନବ ନିର୍ମିତ ସଂସଦ ଭବନ ପ୍ରଥମ ଦିନରେ ଏହାକୁ ଗୃହରେ ଉପସ୍ଥାପନ କରାଯିବ। ମିଳିଥିବା ସୂଚନା ଅନୁସାରେ ସରକାର ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ଆଣିବେ। ଏହି ବିଲ୍ ପାରିତ ହେବାପରେ ଲୋକସଭା ତଥା ରାଜ୍ୟସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ।

ତେବେ ଆଜି ଯେଉଁ ମହିଳା ସଂରକ୍ଷଣ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ପ୍ରଦାନ କରିଛି ତାହାର ଲଢେଇ ଓଡ଼ିଶା ମାଟିରୁ ଆରମ୍ଭ ହୋଇଥିଲା। ଆଉ ଏହି ଲଢେଇର ମଙ୍ଗ ଧରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହିଳାଙ୍କୁ ରାଜନୀତିର ସର୍ବୋଚ୍ଚ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର ମିଳୁ । ଏନେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଛି। ୧୯୯୨ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇ ପଞ୍ଚାୟତରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରିଥିଲେ । ତାଙ୍କ ପରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ଗୋଟିଏ ପରେ ଗୋଟିଏ ଯାଗାନ୍ତକାରୀ ନିଷ୍ପତ୍ତି ନେଇଛନ୍ତି।

୨୦୧୧ରେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ, ପଞ୍ଚାୟତ ସମିତି ଆଇନ ଓ ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ଆଣି ମହିଳାଙ୍କ ପାଇଁ ସଂରକ୍ଷଣ ୩୩ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ ମୁଖ୍ୟମନ୍ତ୍ରୀ । ସେହିଭଳି ୨୦୧୨ରେ ଓଡିଶା ପୌର ପରିଷଦ ଓ ମହାନଗର ନିଗମ ଆଇନରେ ମଧ୍ୟ ସଂଶୋଧନ ଆଣାଯାଇ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ କରାଗଲା । ତୃଣମୂଳ ସ୍ତରରେ ମହିଳା ସଶକ୍ତିକରଣ ଦିଗରେ ଏହାଥିଲା ନବୀନ ପଟ୍ଟନାୟକଙ୍କ ଆଉ ଏକ ବଳିଷ୍ଠ ପଦକ୍ଷେପ ।

ମହିଳା ସଶକ୍ତିକରଣରେ ନବୀନଙ୍କ ଅଭିଯାନ ଏଇଠି ସରିନଥିଲା । ମହିଳା ସଶକ୍ତିକରଣ ବିନା କୌଣସି ସମାଜ, ରାଜ୍ୟ କିମ୍ବା ଦେଶର ବିକାଶ ହୋଇପାରିବ ନାହିଁ, ଏହା ହେଉଛି ନବୀନ ପଟ୍ଟନାୟକଙ୍କ ଦୃଢ ଆତ୍ମବିଶ୍ବାସ । ଯେଉଁଥିପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ବିଜେଡି ପାଇଁ ଏହା ହେଉଛି ଏକ ମନ୍ତ୍ର । ମହିଳା ସଶକ୍ତିକରଣ ଦିଗରେ ଆଉ ଆଉପାଦେ ଆଗକୁ ଯାଇ ବିଜେଡି ପକ୍ଷରୁ ୨୦୧୮ ନଭେମ୍ବର ମାସରେ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରିବାକୁ ଓଡିଶା ବିଧାନସଭାରେ ଏକ ସଂକଳ୍ପ ଆଗତ ହୋଇଥିଲା । ସର୍ବସମ୍ମତି କ୍ରମେ ଓଡିଶା ବିଧାନସଭାରେ ଏହା ପାରିତ ହୋଇଥିଲା ।

ସେହି ବର୍ଷ ଡିସେମ୍ବର ୫ ତାରିଖରେ ବିଜେଡି ନେତାମାନେ ୭ଟି ଜାତୀୟ ଦଳ ସମେତ ୨୨ଟି ରାଜନୈତିକ ଦଳର ମୁଖ୍ୟଙ୍କୁ ଭେଟି ମହିଳା ସଂରକ୍ଷଣ ବିଲ ସପକ୍ଷରେ ସହମତି ଲୋଡିବାକୁ ନିଷ୍ପତ୍ତି ହୋଇଥିଲା । ବିଜେଡି ନେତାମାନେ ମଧ୍ୟ ସବୁ ରାଜନୈତିକ ଦଳର ମୁଖ୍ୟଙ୍କୁ ଭେଟି ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସପକ୍ଷରେ ସମର୍ଥନ ହାସଲ କରିଥିଲେ । ୨୦୧୯ ମାର୍ଚ୍ଚ ୧୦ ତାରିଖରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତଦନୁଯାୟୀ ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଲୋକସଭା ପାଇଁ ପ୍ରତ୍ୟେକ ତିନିଜଣରେ ଜଣେ ମହିଳାଙ୍କୁ ଏହିପରି ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ ।

ମହିଳା ସଶକ୍ତିକରଣ ପାଇଁ ବିଜେଡିର ଏହି ଲଢେଇ ଦୀର୍ଘ ବର୍ଷ ଦରି ଜାରି ରହିଥିବା ବେଳେ ବିଜେଡି ସାଂସଦମାନେ ବିଭିନ୍ନ ସମୟରେ ସଂସଦ ଓ ସଂସଦ ବାହାରେ ଏହି ଦାବି କରିଆସୁଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏହି ଦାବି ରଖିଛନ୍ତି । ମହିଳା ସଶକ୍ତିକରଣରେ ଓଡିଶା ସାରା ଦେଶ ପାଇଁ ମଡେଲ ହୋଇଥିବା ବେଳେ ମିଶନ ଶକ୍ତି ଜରିଆରେ ୭୦ଲକ୍ଷରୁ ଅଧିକ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ଉନ୍ନତି ହୋଇଛି । ଗାଁରୁ ସହର ଯାଏଁ ମହିଳାମାନେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଉଛନ୍ତି।

ମହିଳାଙ୍କୁ ସଂରକ୍ଷଣ ପ୍ରଦାନ ଲଢେଇର ମଙ୍ଗ ଧରିଥିଲେ ନବୀନ

ମହିଳାଙ୍କୁ ପାର୍ଲାମେଣ୍ଟ ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ପ୍ରକ୍ରିୟା ଓଡିଶା ମାଟିରୁ ଆରମ୍ଭ ହୋଇଛି । ପ୍ରଥମତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଏକ ବିଲ ଆଗତ କରି ପୌର ଓ ପଞ୍ଚାୟତରେ ମହିଳାଙ୍କ ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହାପରେ ୨୦୧୮ ମସିହା ନଭେମ୍ବର ୨୧ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ଆଗତ କରିଥିଲେ । ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ନିମନ୍ତେ ଆଗତ ଏହି ସଂକଳ୍ପ ବିଧାନସଭାରେ ପାରିତ ହୋଇଥିଲା । ଏହି ସଂକଳ୍ପ ଆଧାରରେ ବିଜେଡିର ଏକ ପ୍ରତିନିଧି ଦଳ ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟକୁ ଗସ୍ତକରି ସଂପୃକ୍ତ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ସାକ୍ଷାତକରି ଏହି ବ୍ୟବସ୍ଥା ଲାଗୁ କରିବାକୁ ଅନୁରୋଧ କରିଥିଲେ ।

କେବଳ କଥାରେ କଥାରେ ଏହାକୁ ନରଖି ୨୦୧୯ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେଡି ସୁପ୍ରିମୋ ପ୍ରଥମେ ଏହାକୁ ନିଜ ଦଳ କ୍ଷେତ୍ରରେ ଲାଗୁ କରିବାକୁ ଘୋଷଣା କରିଥିଲେ । ୨୦୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ, ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୩୩ ପ୍ରତିଶତ ଆସନରେ ଅର୍ଥାତ ୭ଟି ଆସନରେ ବିଜୁ ଜନତା ଦଳ ମହିଳା ପ୍ରାର୍ଥୀ ଦେବ । ଦଳୀୟ ଟିକେଟ ପ୍ରଦାନ ବେଳେ ସେୟା ହିଁ ହେଲା । ବିଜୁ ଜନତା ଦଳ ୭ଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା । ମହିଳାଙ୍କ ବିକାଶ ଏବଂ ମହିଳାଙ୍କ ସଶକ୍ତିକରଣ ଦିଗରେ ଅହରହ କାର୍ଯ୍ୟ କିଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରାବର ଏହି ସଂରକ୍ଷଣ ବାବଦରେ ସ୍ବର ଉଠାଇ ଆସୁଛନ୍ତି। ଆଉ ଆଜି ମୋଦୀ କ୍ୟାବିନେଟ୍‌ ଏହି ଐତିହାସିକ ନିଷ୍ପତ୍ତି ଓଡ଼ିଶା ପାଇଁ ବଡ଼ ବିଜୟ ବୋଲି କୁହାଯାଉଛି। ଅତଏବ ଆସନ୍ତାକାଲି ସଂସଦ ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍‌‌ ଆଗତ ହେବା ପରେ ପାରିତ ହେଲେ, ଏହା ଓଡ଼ିଶାର ଦୀର୍ଘଦିନର ବଡ଼ ଦାବି ପୂରଣ ହେବ।