Z1 Estate - The Sakala

‘ଜେଡ୍‌‌ ୱାନ୍‌‌’ର ଜାଲିଆତିରେ ‘ସମ୍ବାଦ’ ଢାଲ, ମିଡିଆ ଭୟ ଦେଖାଇ ଡରାଉଥିଲେ ବିଲ୍ଡର
ଭୁବନେଶ୍ୱର: ‘ସମ୍ୱାଦ’ ସାଧାରଣ ଲୋକଙ୍କ ସ୍ୱର ଉଠାଏ ନାହିଁ, ସତ ଖବର ଛାପେ ନାହିଁ। ନିଜକୁ ସୁହାଇଲା ଭଳି ଏବଂ ବ୍ୟାବସାୟିକ ସ୍ୱାର୍ଥ ପାଇଁ ସତ ଖବରକୁ ଦଳି ମକଚି ମିଛ ଦେଖାଏ ବୋଲି ଅଭିଯୋଗ କରିଛନ୍ତି ଜେଡ୍‌‌ ୱାନ୍‌‌ ହାଉସିଂରେ ପ୍ରକଳ୍ପରେ ରହୁଥିବା ଏକାଧିକ ଘର ମାଲିକ। ଅତୀତରେ ସେମାନଙ୍କ ସହ ଜେଡ଼୍‌‌ ଇଷ୍ଟେଟ ମାଲିକ ଯେପରି ଜଘନ୍ୟ ବ୍ୟବହାର କରିଛନ୍ତି ସେ ସମ୍ପର୍କରେ ‘ସମ୍ବାଦ’ରେ ଧାଡ଼ିଟିଏ ବି ଖବର ବାହାରି ନାହିଁ। ‘ସମ୍ବାଦ’କୁ ଢ଼ାଲ କରି ଜେଡ଼୍‌‌ ଇଷ୍ଟେଟ ମାଲିକ ସବୁ ପ୍ରକାର ଆଇନ୍‌‌ ଉଲ୍ଲଙ୍ଘନ କରି ଗୃହ କ୍ରେତାଙ୍କ ଅଧିକାର କ୍ଷୁଣ୍ଣ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

୨୦୧୧ରେ ଜେଡ୍‌‌ ୱାନ୍‌‌ ହାଉସିଂ ପ୍ରକଳ୍ପର ପ୍ଲାନ ଅନୁମୋଦିତ ହେବା ପରେ ଏହାକୁ ଦେଖି ଲୋକେ ଏଠାରେ ଘର କିଣିଲେ। ୨୦୧୬ରେ ଲୋକେ ରହିଲା ବେଳକୁ କ୍ରେତାଙ୍କୁ ଦେଖାଇଥିବା ପ୍ଲାନ ବେଆଇନ ଭାବେ ବଦଳିଗଲା। ୨୬ ଏକର ଜମି ହଠାତ ୪ ଏକର ହୋଇଯିବା ସହିତ ରାସ୍ତା ଜାଗାରେ ଟାୱାର ଏବଂ ଗଛ ଲାଗିବା ଜାଗାରେ କଂକ୍ରିଟର ଗାଲିଚା ନିର୍ମାଣ କରାଗଲା। ଏସବୁ କ୍ରେତାଙ୍କ ଅଧିକାରକୁ କ୍ଷୁଣ୍ଣ କରୁଥଲେ ମଧ୍ୟ ‘ସମ୍ୱାଦ’ ଏକଥା ନ ଲେଖି ଜେଡ଼୍‌‌ ଇଷ୍ଟେଟ ସପକ୍ଷରେ ମିଛ ଲେଖିଲା ବୋଲି ଆସୋସିଏସନ ଅଭିଯୋଗ କରିଛି। ସେହିପରି ୨୦୧୬ର ପ୍ଲାନ ପୁଣି ୨୦୨୧ରେ ବଦଳିବା ପରେ ସେମାନେ ଏକାଠି ହୋଇ ଲଢିବାକୁ ନିଷ୍ପତ୍ତି ନେଲେ। ଏଥିରେ ଜେଡ୍‌‌ ଇଷ୍ଟେଟ୍‌‌ ସବୁପ୍ରକାର ବାଧା ସୃଷ୍ଟି କରିବା ସହିତ ରାଜନୈତିକ ଓ ମିଡିଆ ପାୱାର ଦେଖାଇ ଧମକାଇଲା। ମାନବାଧିକାର କମିସନଙ୍କ ହସ୍ତକ୍ଷେପ ଯୋଗୁଁ ଏଠାରେ ସଂଘ ଗଠନ ହୋଇଥିଲା। ଏପରିକି ଯେଉଁମାନେ ଜେଡ଼୍‌‌ ଇଷ୍ଟେଟ କର୍ତ୍ତୃପକ୍ଷଙ୍କୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ କଲେ, ସେମାନଙ୍କ ବିରୋଧରେ ମାନହାନି ମକଦ୍ଦମା କରାଗଲା। ଯାହା କେବଳ ‘ସମ୍ବାଦ’ରେ ହିଁ ପ୍ରକାଶ ପାଇଥିଲା।

‘ଜେଡ୍‌‌ ୱାନ୍‌‌’ ହାଉସିଂ ପ୍ରକଳ୍ପରେ ବିଲ୍ଡର ଜେଡ୍‌‌ ଇଷ୍ଟେଟର ଅନିୟମିତତାର ଲମ୍ବା ତାଲିକା ରହିଛି। ପ୍ରକଳ୍ପ ଅଞ୍ଚଳରେ ପରିବେଶର ସୁରକ୍ଷା ପାଇଁ ଯେଉଁ ପଦକ୍ଷେପ ନେବା କଥା ତାହା ନିଆଯାଇ ନାହିଁ। ଏନଜିଟି ଏ ନେଇ ଜେଡ୍‌‌ ଇଷ୍ଟେଟକୁ ଭର୍ତ୍ସନା କରିଛନ୍ତି। କ୍ରେତାଙ୍କଠାରୁ ବେଆଇନ ଭାବେ ଆଦାୟ ହୋଇଥିବା ପ୍ରାୟ ୬ କୋଟି ଟଙ୍କା ଭାଟ୍‌‌ (ଟିକସ)କୁ ଜେଡ଼୍‌‌ ଇଷ୍ଟେଟ କର୍ତ୍ତୃପକ୍ଷ ଏଯାଏ ରାଜକୋଷରେ ଜମା ନ କରି ନିଜେ ହଡ଼ପ କରି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ନିମ୍ନମାନର କାମ ହୋଇଥିବାରୁ ଏଠାକାର ବାସିନ୍ଦା ଦୂଷିତ ପାଣି ପିଉଛନ୍ତି। ହେଲେ ଲୋକଙ୍କ ଏସବୁ ଅସୁବିଧା ବାବଦରେ ‘ସମ୍ୱାଦ’ ପଦୁଟିଏ ନ ଲେଖି ତାଙ୍କ ବିଜନେସ୍‌‌ ପାର୍ଟନରକୁ ସୁହାଇଲା ଭଳି ମିଛ ଖବର ଛାପିଥିବା ମଳୟ ପାଣିଗ୍ରାହୀ ଓ ଆର୍ତ୍ତତ୍ରାଣ ପାଣିଗ୍ରାହୀ ପ୍ରମୁଖ ଅଭିଯୋଗ କରିଛନ୍ତି। ସବୁବେଳେ ସତ ଲେଖୁଥିବା ଦାବି କରି ଆସୁଥିବା ସମ୍ୱାଦ ଏହି ଘଟଣାରେ କିପରି ସାଧାରଣ ଲୋକଙ୍କୁ ଛାଡ଼ି ବିଲ୍ଡରଙ୍କ ସ୍ୱାର୍ଥ ଦେଖୁଥିଲା ତାକୁ ନେଇ ଘର ମାଲିକ ପ୍ରଶ୍ନ ଉଠାଇଛନ୍ତି। ନିଜ ବ୍ୟବସାୟର ସାମ୍ରାଜ୍ୟକୁ ସୁରକ୍ଷିତ ରଖିବା, ସମ୍ପର୍କୀୟଙ୍କ ଦୋଷ ଦୁର୍ବଳତାକୁ ଘଣ୍ଟ ଘୋଡ଼ାଇବା ଭଳି କାମ କରୁଥିବା ‘ସମ୍ୱାଦ’କୁ ଏଥିପାଇଁ ଜେଡ୍‌‌ ୱାନ ହାଉସିଂ ପ୍ରକଳ୍ପ ବାସିନ୍ଦା କଡ଼ା ସମାଲୋଚନା କରିଛନ୍ତି।

ଜେଡ୍‌ ଇଷ୍ଟେଟ୍‌‌ କେଳେଙ୍କାରୀ: ଆସୁଛି ଗୋଟିଏ ପରେ ଗୋଟିଏ ମାମଲା, ଅଧିକାର ଲାଗି ସଂଘର୍ଷ କରୁଛନ୍ତି ୪୪୦ ଘର ମାଲିକ
ଭୁବନେଶ୍ୱର: ଜେଡ୍‌‌ ଇଷ୍ଟେଟର ଦାଦାଗିରିକୁ ନେଇ ସାମନାକୁ ଆସୁଛି ନୂଆ ନୂଆ କାହାଣୀ। ଡରାଇ, ଧମକାଇ ଘର ମାଲିକଙ୍କୁ ଚୁପ୍‌‌ କରିବାର ସବୁ ସୀମା ଟପିଛି ଜେଡ୍‌‌ ଇଷ୍ଟେଟ୍‌‌। ମିଛ ପ୍ରତିଶ୍ରୁତି ଦେଇ ଘର ବିକିବା ପରେ ଜେଡ୍‌‌ ଇଷ୍ଟେଟ, ମାଲିକଙ୍କ ସହ ପ୍ରତାରଣା କରିଛି। ପ୍ରତି ପାହାଚରେ ଜେଡ୍‌‌ ଇଷ୍ଟେଟ ଠକାମୀ କରିଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସବୁ ଦେଖି ବିଡିଏ ଚୁପ୍‌‌ ବସିଛି। ବାରମ୍ବାର ଘରମାଲିକମାନେ ଅଭିଯୋଗ କରିବା ପରେ ମଧ୍ୟ ବିଡିଏ ଏତେ ଦିନ ହେବ କାହିଁ ଜେଡ୍‌‌ ୱାନ୍‌‌ ପାଚେରୀ ଡେଇଁନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।

୨୦୧୧ରେ ପଟିଆ-ରଘୁନାଥପୁରରେ ଜେଡ୍‌‌ ୱାନ୍‌‌ ହାଉସିଂ ପ୍ରକଳ୍ପ ଥିଲା ଭୁବନେଶ୍ୱରର ପ୍ରଥମ ଅତ୍ୟାଧୁନିକ ରିଏଲ ଇଷ୍ଟେଟ ପ୍ରକଳ୍ପ। ସୁନ୍ଦର ପ୍ଲାନ, ରଙ୍ଗୀନ ବ୍ରାଉଚର୍‌‌, ମନଲୋଭା ପ୍ରତିଶ୍ରୁତି ଦେଖି ଅନେକ ଏନ୍‌‌ଆରଆଇ, ଡାକ୍ତର, ଇଞ୍ଜିନିୟର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସ୍ୱପ୍ନର ଘର କିଣିବାକୁ ଇଚ୍ଛା କଲେ। ୨୬ ଏକର ଜାଗାରେ ବଡ଼ ବଡ଼ ଟାୱାର ସାଙ୍ଗକୁ ବିଶାଳ ଲ୍ୟାଣ୍ଡସ୍ପେପ, ଗାର୍ଡେନ ଏରିଆ, କ୍ଲବ ହାଉସ, ସ୍ୱିମିଂ ପୁଲ, ଜିମ୍‌‌, ରେଷ୍ଟୁରାଣ୍ଟ ନକ୍ସା ଦେଖି ଖୁସି ହୋଇଗଲେ କ୍ରେତା। ୨୦୧୬ରେ ଲୋକେ ଏଠାରେ ରହିବା ଆରମ୍ଭ କଲେ। ରହିବା ପରେ ମିଛ ପ୍ରତିଶ୍ରୁତି ଉପରୁ ପରଦା ହଟିଲା। ସତ ଜାଣିବା ପରେ ପ୍ରତିବାଦ କଲେ ଘର କ୍ରେତା। ହେଲେ କିଛି ଶୁଣିଲାନି ପ୍ରମୋଟର ଜେଡ୍‌‌ ଇଷ୍ଟେଟ। କଥା ତ ଶୁଣିଲା ନାହିଁ, ମନ ଇଚ୍ଛା ୨୦୧୧ ପ୍ଲାନ ବଦଳାଇ ୨୦୧୬ରେ ନୂଆ ପ୍ଲାନ ଆଣିଲା। କୋଟି କୋଟି ଟଙ୍କା ଦେଇ ଘର କିଣିଥିବା ମାଲିକଙ୍କ ଅଧିକାରକୁ କ୍ଷୁର୍ଣ୍ଣ ସଂସ୍ଥା କ୍ଷୂର୍ଣ୍ଣ କରିଥିବା ନେଇ ଜେଡ୍‌‌ ୱାନ ମାଲିକ ସଂଘ ସମ୍ପାଦକ ବିବି ମହାନ୍ତି କହିଛନ୍ତି। ବାରମ୍ବାର ପ୍ଲାନ୍‌‌ରେ ପରିବର୍ତ୍ତନ ବିଡିଏ ଜାଣତରେ ହେଉଥିଲା ନା ନିଜେ ମନ ଇଚ୍ଛା ଜେଡ୍‌‌ ୱାନ୍‌‌ ପ୍ଲାନରେ ପରିବର୍ତ୍ତନ କରୁଥିଲା ତାହା ଏବେ ସନ୍ଦେହ ଘେରରେ ରହିଛି। ଯଦି ବିନା ଅନୁମତିରେ ପ୍ଲାନ୍‌‌ରେ ପରିବର୍ତ୍ତନ କରାଯାଇଛି, ତାହାଲେ କିପରି ବିଡିଏ ଅକୁପାନ୍ସି ସାର୍ଟିଫିକେଟ୍‌‌ ପ୍ରଦାନ କରିଛି ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଠକେଇର ଶିକାର ହେବା ପରେ ଘର ମାଲିକମାନେ ପ୍ରତିବାଦ କରିବା ଆରମ୍ଭ କଲେ। ହେଲେ ନିଜର କୌସି ସଂଘ ନ ଥିବାରୁ ମିଳିତ ସ୍ୱର ଆସିଲା ନାହିଁ। ଯାହାର ଫାଇଦା ନେଇ ଜେଡ୍‌‌ ଇଷ୍ଟେଟ ମନ ଇଚ୍ଛା କାର୍ଯ୍ୟ କରି ଚାଲିଲା। ବାରମ୍ୱାର ଉଦ୍ୟମ ଏବଂ ମାନବ ଅଧିକାର କମିସନଙ୍କ ହସ୍ତକ୍ଷେପ ପରେ ଫେବୃଆରୀ ୨୦୨୧ରେ ଜେଡ୍‌‌ ୱାନ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ ଗଠନ ହୋଇଥିଲା। ସଂଘ ଗଠନ ପରେ ମଧ୍ୟ ମାଲିକମାନେ ନିଜ ଅଧିକାର ପାଇପାରି ନ ଥିଲେ। ଏହା ଭିତରେ ୨୦୧୬ର ପ୍ଲାନ ପୁଣି ଥରେ ୨୦୨୧ରେ ବଦଳାଯାଇଥିଲା। ଜେଡ୍‌‌ ଇଷ୍ଟେଟ ମାଲିକମାନେ ନିଜ ଅଧିକାର ମାଗିବା ପରେ ସେମାନଙ୍କ ଡରାଇବା ସହିତ ଧମକ ଦିଆଯାଉଥିଲା। ଜୀବନରୁ ମାରିଦେବା, ଘରୁ ବିଦା କରିଦେବା ଭଳି ଧମକ ବି ମିଳିଥିବା ନେଇ ଅନେକ ଘର ମାଲିକ ଅଭିଯୋଗ କରିଛନ୍ତି। ଜେଡ୍‌‌ ଇଷ୍ଟେଟର ମହାଠକେଇ ବିଷୟରେ ରାଜ୍ୟବାସୀ ଅବଗତ ହେବା ପରେ ଘର ମାଲିକଙ୍କ ମନୋବଳ ବୃଦ୍ଧି ପାଇଛି। ନିଜ ଅଧିକାର ପାଇଁ କରୁଥିବା ଲଢେଇ ଶେଷ ଯାଏଁ ନେବାକୁ ସେମାନେ ପଣ କରିଥିବା ବେଳେ ନିୟମ ଖିଲାପକାରୀଙ୍କ ଉପରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନିଆଯାଇ ସେମାନଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବେ ବୋଲି ଜେଡ୍‌‌ ୱାନ୍‌‌ ପ୍ରକଳ୍ପ ଘର କ୍ରୟ କରିଥିବା ମାଲିକମାନେ ଆଶା ରଖିଛନ୍ତି। ନିଜ ଅଧିକାର ପାଇବାକୁ ୪୪୦ ଘର ମାଲିକ ଦୀର୍ଘ ୬ ବର୍ଷ ହେଲା ସଂଘର୍ଷ କରୁଛନ୍ତି। ଅନ୍ୟପକ୍ଷରେ ସେମାନଙ୍କ ସ୍ୱର ଚପାଇଦେବାକୁ ଜେଡ୍‌‌ ଇଷ୍ଟେଟ କର୍ତ୍ତୃପକ୍ଷ ରେସିଡ଼େଣ୍ଟ ୱେଲଫେୟାର ଆସୋସିଏସନ (ଆର୍‌‌ଡ଼ବ୍ଲ୍ୟୁଏ)ର ୮ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ୨୦୨୧ରେ ୧ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଆର୍‌‌ଡ଼ବ୍ଲ୍ୟୁଏ ସାଧାରଣ ସମ୍ପାଦକ ବିଧୂଭୂଷଣ ନାୟକ, ଉପସଭାପତି ମଳୟ କୁମାର ପାଣିଗ୍ରାହୀଙ୍କ ସହ ପ୍ରମୋଦ ଚନ୍ଦ୍ର ମିଶ୍ର, ଆର୍ତ୍ତତ୍ରାଣ ପାଣିଗ୍ରାହୀ, ଶିଳ୍ପାରାଣୀ ବେହେରା, କଳ୍ପତରୁ ପଟ୍ଟନାୟକ, ଦେବାଶିଷ ପାଣିଗ୍ରାହୀ ଓ ସଞ୍ଜୟ କୁମାର ପାତ୍ରଙ୍କୁ ଏଥିରେ ପକ୍ଷଭୁକ୍ତ କରିଥିବା ସୂଚନା ମିଳିଛି।

Z1 ପ୍ରକଳ୍ପରେ ସାଙ୍ଘାତିକ ତ୍ରୁଟି ମାମଲା: EOW ଅଫିସରେ ହାଜର ହେଲେ Z ଇଷ୍ଟେଟର ମାଲିକ
ଭୁବନେଶ୍ୱର: EOW ଅଫିସରେ Z1ମାଲିକ । ଜେଡ ଇଷ୍ଟେଟର ଜେଡ୍‌ ୱାନ ପ୍ରକଳ୍ପରେ ସାଙ୍ଘାତିକ ତ୍ରୁଟି ମାମଲାରେ ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେଲେ Z ଇଷ୍ଟେଟ ଏମଡି ତପନ ମହାନ୍ତି । Z ୱାନ୍ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ ଠକେଇ ନେଇ ଅଭିଯୋଗ କରିଥିଲା। ତଦନ୍ତ ପାଇଁ Z1 ଏମଡିଙ୍କୁ EOW ଅଫିସକୁ ଡକାଯାଇଛି ।

ଉଭୟ ଇନଫୋସିଟି ଥାନା ଓ EOWରେ ମାମଲା ହୋଇଥିଲା । ଆପାର୍ଟମେଣ୍ଟ ନିର୍ମାଣ ନିୟମରେ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ଘର ମାଲିକଙ୍କ ବିନା ସମ୍ମତିରେ ଜେଡ୍‌ ଇଷ୍ଟେଟର ବାରମ୍ବାର ପ୍ଲାନ ପରିବର୍ତ୍ତନ ହେଉ କି ବେଆଇନ ଭାବେ ପ୍ରକଳ୍ପ ପରିସରରେ ଥିବା କମନ ଆମେନିଟିଜକୁ ପ୍ରମୋଟର ଏରିଆ କହି କ୍ରେତାଙ୍କୁ ଠକିବା ଯାଏଁ ସବୁଠି ଜେଡ ଇଷ୍ଟେଟର ଦାଦାଗିରି ଦେଖିବାକୁ ମିଳିଥିଲା।

ଏନେଇ ଘର ମାଲିକ ସଂଘ ବାରମ୍ବାର ଅଭିଯୋଗ କରିବା ସହ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ଅର୍ଥବଳ, ବାହୁବଳ ସାଙ୍ଗକୁ ମିଡିଆ ପାୱାର ଦେଖାଇ ଜେଡ୍‌ ଇଷ୍ଟେଟ ମାଲିକ ନାନା ପ୍ରକାର ହଇରାଣ କରୁଥିବା ଅଭିଯୋଗ ଆସିଛି। ଏପଟେ ଜେଡ ଇଷ୍ଟେଟ ବିରୋଧରେ ମାଲିକ ସଂଘର ସ୍ୱର ତୀବ୍ର ହୋଇଛି। କୋଟି କୋଟି ଟଙ୍କାରେ ଘର କିଣିବା ପରେ ବି ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଥିବା ଘର ମାଲିକମାନେ ଏକାଠି ହୋଇଛନ୍ତି।