Birth certificates - The Sakala

ଅକ୍ଟୋବର ପହିଲାରୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିପାରିବେ ଜନ୍ମ ପ୍ରମାଣପତ୍ର
ଦିଲ୍ଲୀ: ଦେଶବ୍ୟାପୀ ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି  ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ ୨୦୨୩। ଏହି ଆଇନ ଲାଗୁ ହେବା ଦ୍ବାରା ଜନ୍ମ ପ୍ରମାଣପତ୍ରର ମହତ୍ତ୍ବ ଅନେକ ମାତ୍ରାରେ ବଢିଯିବ । ବିଭିନ୍ନ କାମ ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିହେବ । ନୂଆ ନିୟମ ଅଧୀନରେ ସ୍କୁଲରେ ନାମଲେଖା , ଡ୍ରାଇଭିଂ ଲାଇସେନ୍ସ , ଭୋଟର ତାଲିକାରେ ପଞ୍ଜିକରଣ, ଆଧାର କାର୍ଡ, ବିବାହ ପଞ୍ଜିକରଣ ପାଇଁ ଏଣିକି ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିପାରିବେ । ଅକ୍ଟୋବର ପହିଲାରୁ ମୃତ୍ୟୁ ଓ ପଞ୍ଜିକରଣ ସଂଶୋଧନ ଅଧିନିୟମ-୨୦୨୩ ଲାଗୁ ହେବ ।ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିସାରିଛି । ଏହା ଲାଗୁ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଜନ୍ମ ପ୍ରମାଣପତ୍ର ଏକକ ଦସ୍ତାବିଜ ପାଲଟିବ ।

ନୂଆ ଆଇନ ପଞ୍ଜୀକୃତ ଜନ୍ମ ମୃତ୍ୟୁର ଜାତୀୟ ଏବଂ ରାଜ୍ୟସ୍ତରୀୟ ଡାଟାବେସ୍ ବନାଇବାରେ ସହାୟକ ହେବ । ଏହି ବିଲ୍ ଲୋକସଭାରେ ଅଗଷ୍ଟ ପହିଲା ଓ ରାଜ୍ୟସଭାରେ ୭ ଅଗଷ୍ଟରେ ପାସ ହୋଇଥିଲା । ଆଉ ଏବେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ଏହାକୁ ଅକ୍ଟୋବର ପହିଲାରୁ ଲାଗି କରିବାକୁ ଘୋଷଣା କରିଛନ୍ତି । ଏହି ନିୟମ ଲାଗୁ ହେବା ପରେ କେନ୍ଦ୍ର ଓ ରାଜ୍ୟ ଜନ୍ମ ଓ ମୃତ୍ୟୁର ଡାଟା ପରଷ୍ପର ମଧ୍ୟରେ ସେୟାର କରିପାରିବେ । ଏହାଦ୍ୱାରା ଦେଶରେ ଜନ୍ମ ଓ ମୃତ୍ୟୁର ଡାଟାବେସ ପ୍ରସ୍ତୁତ କରାଯାଇପାରିବ । ଆଉ ରାସନ କାର୍ଡ, ଭୋଟର ଆଇଡି ଓ ଅନ୍ୟ କୌଣସି ଡାଟାବେସ ତିଆରି କରିବା ବି ସହଜ ହେବ।