CLC - The Sakala

ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !
ଭୁବନେଶ୍ୱର: ଲାଞ୍ଚ ନ ଦେଲେ କୌଣସି କାମ ହେଉନି। ଟ୍ରାନ୍ସଫର୍‌‌ ସାର୍ଟିଫିକେଟ୍‌‌ (ଟିସି) ଠାରୁ ଆରମ୍ଭ କରି ହଷ୍ଟେଲ୍‌‌ ଆବଣ୍ଟନ ଯାଏଁ ସବୁଠି ହାତଗୁଞ୍ଜା ଦେବାକୁ ପଡ଼ୁଛି। ନୂତନ ଭାବେ ଶିକ୍ଷାନୁଷ୍ଠାନକୁ ଆସିଥିବାରୁ ଅଭିଯୋଗ କରିବାକୁ ପିଲାମାନେ ସାହସ ଜୁଟାଇ ପାରୁ ନାହାନ୍ତି। ରାଜ୍ୟର ଏକମାତ୍ର ଓ ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ‘ରମାଦେବୀ’ରେ ଖୁଲମ୍‌‌ଖୁଲା ଲାଞ୍ଚ କାରବାର ହେଉଥିବାବେଳେ ଆଜି ଏହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ସମ୍ପ୍ରତ୍ତି ନାମଲେଖା ପ୍ରକ୍ରିୟା ଜାରି ରହିଥିବାରୁ ବହୁ ସଂଖ୍ୟାରେ ଛାତ୍ରୀ ଟିସି ନେଇ ଅନ୍ୟତ୍ର ସ୍ପଟ୍‌‌ ଚୟନରେ ନାମଲେଖାଉଛନ୍ତି। ସମୟର ସ୍ୱଳ୍ପତା କାରଣରୁ ଅନେକ ସମୟରେ ଶୀଘ୍ର ଟିସି କିମ୍ବା କଲେଜ୍‌‌ ଲିଭିଂ ସାର୍ଟିଫିକେଟ୍‌‌ (ସିଏଲ୍‌‌ସି) ଦେବାକୁ ଛାତ୍ରୀମାନେ ଅନୁରୋଧ କରୁଛନ୍ତି। ଏହାର ଫାଇଦା ଉଠାଇ କିଛି ଅସାଧୁ ଅଧିକାରୀ ଲାଞ୍ଚ ନେଉଛନ୍ତି। ଆଜି କିଛି ଛାତ୍ରୀ ସିଟି ନାମଲେଖା ପାଇଁ ବିଶ୍ୱବିଦ୍ୟାଳୟକୁ ସିଏଲ୍‌‌ସି ନେବାକୁ ଆସିଥିବାବେଳେ ଏକାଡେମିକ୍‌‌ ସେକ୍ସନ୍‌‌ରେ ଲାଞ୍ଚ ମାଗୁଥିବା ଦେଖାଯାଇଛି। ନଗଦ ଆକାରରେ ମିଳୁଥବା ଲାଞ୍ଚ ଅର୍ଥକୁ ଟେବୁଲ୍‌‌ ତଳେ ଗ୍ରହଣ କରାଯାଉଛି। ସେହିପରି ଅନ୍‌‌ଲାଇନ୍‌‌ରେ ଲାଞ୍ଚ ଗ୍ରହଣ ପାଇଁ କ୍ୟୁଆର୍‌‌ କୋଡ୍‌‌ ସ୍କାନର ମଧ୍ୟ ବ୍ୟବସ୍ଥା କରିଛନ୍ତି। ଯାହାର ଫଟୋ କ୍ୟାମେରାରେ କଏଦ୍‌‌ ହୋଇଛି। ଜଣେ କର୍ମଚାରୀ ଲାଞ୍ଚ ଟଙ୍କା ସଂଗ୍ରହ କରୁଥିବାବେଳେ ନିକଟରେ ଥିବା ଅନ୍ୟ ଅଧିକାରୀମାନେ ମଧ୍ୟ ଏ ସମ୍ପର୍କରେ ଅବଗତ ଥିଲେ। ଲାଞ୍ଚ କାରବାରକୁ ଜଣେ ଅଭିଭାବକ ପ୍ରତିବାଦ କରିବା ପରେ ସମସ୍ତ ଅଧିକାରୀ ଏକ ସ୍ୱରରେ ଲାଞ୍ଚ ନେଉଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଇଥିଲେ। ଏପରିକି ‘ଆମେ ତୁମ କାମ କରାଇଲୁ ଆମକୁ ଖୁସି କରାଇବାକୁ ୧୦୦ଟଙ୍କା ଦେବାକୁ ହେବ’ ବୋଲି ମନ୍ତବ୍ୟ ଦେଇଥିଲେ। ସିଏଲ୍‌‌ସି ପାଇଁ ସରକାର ମାତ୍ର ୧୦ ଟଙ୍କା ଫି’ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ୧୦ ଟଙ୍କାର ରସିଦ୍‌‌ ମଧ୍ୟ ଦିଆଯାଉଛି। ମାତ୍ର ଜୋରଜବରଦସ୍ତି ପିଲାଙ୍କ ଠାରୁ ଟଙ୍କା ସଂଗ୍ରହ କରାଯାଉଛି।

ଅପରପକ୍ଷରେ ହଷ୍ଟେଲ୍‌‌ରେ ସିଟ୍‌‌ ଦେବା ପାଇଁ ମଧ୍ୟ କିଛି କର୍ମଚାରୀ ବ୍ୟାପକ ଲାଞ୍ଚ ନେଉଥିବା ଅଭିଯୋଗ ହେଉଛି। ନବାଗତ ଛାତ୍ରୀଙ୍କ ଠାରୁ ଲାଞ୍ଚ ନେଉଥିବା ଜାଣିବା ପରେ ବରିଷ୍ଠ ଶ୍ରେଣୀର ଛାତ୍ରୀମାନେ ଲାଞ୍ଚ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି। ଅଭିଯୋଗ ସତ୍ତ୍ବେ ଅଧିକାରୀମାନେ କର୍ଣ୍ଣପାତ କରୁ ନଥିବାରୁ ସେମାନଙ୍କୁ ଅବଗତ କରିବାକୁ ସଚେତନ କରାଯାଉଛନ୍ତି। ଯାହାକୁ ନେଇ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ପ୍ରଭାବିତ ହେବା ସହ ଲାଞ୍ଚ କାରବାରର ମଞ୍ଚ ପାଲଟିଥିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ କୁଳପତିଙ୍କ ପାଖରେ ଫଟୋ ପ୍ରମାଣ ସହ ଅଭିଯୋଗ କରିବା ପରେ କୁଳପତି ତଦନ୍ତ ଆରମ୍ଭ କରିଛନ୍ତି। ନାମଲେଖା ପାଇଁ ଗଠିତ କମିଟିକୁ ନେଇ ବୈଠକ କରିବା ସହ ଅଭିଯୋଗ ସମ୍ପର୍କରେ କୈଫୟତ ମାଗିଛନ୍ତି। ମାତ୍ର ଦୁଇ ଦିନ ହେଲା ଏପରି ଭାବେ ଅର୍ଥ ସଂଗ୍ରହ କରାଯାଉଥିବା କର୍ମଚାରୀମାନେ ସ୍ୱୀକାର କରିଥିବା କୁଳପତି ପ୍ରଫେସର ଜ୍ୟୋସ୍ନା କେବି ରାଉତ ସୂଚନା ଦେଇଛନ୍ତି। ସମ୍ପୃକ୍ତ କର୍ମଚାରୀଙ୍କୁ ଅନ୍ୟ ବିଭାଗକୁ ତୁରନ୍ତ ବଦଳି କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି। ଭବିଷ୍ୟତରେ କୌଣସି କର୍ମଚାରୀ ଏପରି କାର୍ଯ୍ୟରେ ଲିପ୍ତ ଥିଲେ ସିଧା ଚାକିରିରୁ ବିଦା କରାଯିବ ବୋଲି କଡ଼ା ଚେତାବନୀ ଶୁଣାଇଛନ୍ତି। ରାଜଧାନୀର ଛାତି ଉପରେ ଥିବା ଏହି ବିଶ୍ୱବିଦ୍ୟାଳୟରେ ଖୁଲମ୍‌‌ଖୁଲା ଲାଞ୍ଚ କାରବାର ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ଶିକ୍ଷାନୁଷ୍ଠାନଗୁଡ଼ିକୁ ୟୁଜିସିର ପରାମର୍ଶ: ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ସମସ୍ୟା ହେବନି ସିଏଲ୍‌‌ସି
ଭୁବନେଶ୍ୱର: ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ନାମଲେଖା ନେଇ ୟୁଜିସି (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ପୁନଶ୍ଚ ମାର୍ଗଦର୍ଶିକା ଜାରି କରିଛି। ନାମଲେଖା ସମୟରେ ପିଲାମାନେ ବିଭିନ୍ନ ସମସ୍ୟାକୁ ସାମ୍ନା କରୁଥିବା ୟୁଜିସି ଦର୍ଶାଇ ଏହି ମାର୍ଗଦର୍ଶିକା ଜାରି କରିଛି।

ୟୁଜିସି ଦର୍ଶାଇଛି ଯେ, ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ଛାତ୍ରଛାତ୍ରୀ ନାମଲେଖାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷତଃ କଲେଜ ଲିଭିଂ ସାର୍ଟିଫିକେଟ୍‌‌ (ସିଏଲ୍‌‌ସି) ଓ ଚରିତ୍ର ପ୍ରମାଣପତ୍ର ଆଦି ପାଇଁ ପିଲାମାନେ ନାମଲେଖାରୁ ବଞ୍ଚିତ ହେଉଛନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ଏକକାଳୀନ ଦ୍ୱୈତ ଡିଗ୍ରି ପାଇଁ ପିଲାଙ୍କଠାରୁ ନାନା ଡକ୍ୟୁମେଣ୍ଟ ଆଦାୟ କରୁଥିବାବେଳେ ପିଲାଙ୍କୁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ୟୁଜିସି ଆହୁରି ମଧ୍ୟ ଦର୍ଶାଇଛି ଯେ, ଦ୍ୱୈତ ଡିଗ୍ରି ଅଧ୍ୟୟନ ବ୍ୟବସ୍ଥା ପାଇଁ ୟୁଜିସି ପକ୍ଷରୁ ବିଗତ ବର୍ଷ ଏପ୍ରିଲ୍‌‌ ୧୩ ତାରିଖରେ ଏକ ମାର୍ଗଦର୍ଶିକା ଜାରି ହୋଇଛି। ଉକ୍ତ ମାର୍ଗଦର୍ଶିକାକୁ ଅନୁକରଣ କରିବା ତଥା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦ୍ୱୈତ ଡିଗ୍ରି ବ୍ୟବସ୍ଥା ତ୍ୱରିତ ଆରମ୍ଭ କରିବା ଦିଗରେ ପଦକ୍ଷେପ ପାଇଁ ପରାମର୍ଶ ଦେଇଛି। ଏନେଇ ୟୁଜିସି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛି।

ନୂଆ ଶିକ୍ଷାନୀତି ଅନୁଯାୟୀ ଛାତ୍ରଛାତ୍ରୀ ଏକକାଳୀନ ଦୁଇଟି ଡିଗ୍ରି ହାସଲ କରି ପାରିବେ। ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରି ଏକ ସମୟରେ ଅଧ୍ୟୟନ କରିପାରିବେ। ତେବେ ଦୁଇଟି ରେଗୁଲାର୍‌‌ ପାଠ୍ୟକ୍ରମ ପାଇଁ ଅଲଗା ଅଲଗା କ୍ଲାସ ସମୟ ରହିବା ଆବଶ୍ୟକ। ଅର୍ଥାତ ଗୋଟିଏ କୋର୍ସ ପାଇଁ ସକାଳ ସମୟରେ କ୍ଲାସ ହେଉଥିଲେ ଅନ୍ୟଟି ସଂଧ୍ୟା ସମୟରେ ହେବା ଜରୁରୀ। ଅନ୍‌‌ଲାଇନ୍‌‌ ଓ ଦୂର ନିରନ୍ତର ପାଇଁ ସମୟର ପ୍ରତିବନ୍ଧକ ରହିବ ନାହିଁ। ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରି ସ୍ତରରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଥିବାବେଳେ ଏମଫିଲ୍‌‌ ଓ ପିଏଚ୍‌‌ଡିରେ ଦ୍ୱୈତ ଡିଗ୍ରି ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ୟୁଜିସି କହିଛି।