Pakistan vs Sri Lanka - The Sakala

ଏସିଆ କପ୍‌‌ରୁ ପାକିସ୍ତାନ ବିଦା, ଶେଷ ବଲ୍‌ରେ ଜିତିଲା ଶ୍ରୀଲଙ୍କା
କଲମ୍ବୋ: ଏସିଆ କପ୍‌‌ ସୁପର୍‌‌-୪’ର ଏକ ରୋମାଞ୍ଚକ ମୁକାବିଲାରେ ଗୁରୁବାର ଘରୋଇ ଶ୍ରୀଲଙ୍କା ଡିଏଲ୍‌ ପଦ୍ଧତିରେ ୨ ୱିକେଟ୍‌‌ରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବର୍ଷା ବାଧାପ୍ରାପ୍ତ ୪୨ ଓଭରବିଶିଷ୍ଟ ଏହି ମ୍ୟାଚରେ ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୫୨ ରନର କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଶେଷ ବଲରେ ୮ ୱିକେଟ୍‌‌ ହରାଇ ବିଜୟୀ ହୋଇଥିଲା। ୱିକେଟ୍‌‌ରକ୍ଷକ କୁଶାଲ ମେଣ୍ଡିସଙ୍କ ୯୧ ଓ ଚାରିଥ ଆସଲଙ୍କା’ଙ୍କ ଅପରାଜିତ ୪୯ ରନ ଶ୍ରୀଲଙ୍କାକୁ ଫାଇନାଲରେ ପ୍ରବେଶ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଅପରପକ୍ଷରେ ସୁପର୍‌‌-୪ରେ ୩ ମ୍ୟାଚରୁ ୨ ପରାଜୟ ଓ ଗୋଟିଏ ବିଜୟ ସହ ୩ୟ ସ୍ଥାନରେ ରହି ପାକିସ୍ତାନ ପ୍ରତିଯୋଗିତାରୁ ବିଦାୟ ନେଇଛି।

ସ୍ଥାନୀୟ ଆର୍‌‌ ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଡିଏଲ୍‌‌ ପଦ୍ଧତି ଶ୍ରୀଲଙ୍କା ସାମ୍ନାରେ ୨୫୨ ରନର ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା। ଏହାକୁ ପିଛା କରି ଘରୋଇ ଶ୍ରୀଲଙ୍କା ମଧ୍ୟକ୍ରମର ୩ ବ୍ୟାଟର୍‌‌ କୁଶାଲ ମେଣ୍ଡିସ, ସଦୀରା ସମରବିକ୍ରମା ଓ ଆସଲଙ୍କାଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା। ମେଣ୍ଡିସ ୮୭ ବଲରୁ ୮ ଚୌକା ଓ ୧ ଛକା ବଳରେ ସର୍ବାଧିକ ୯୧ ରନ କରିଥିଲେ। ସେହିଭଳି ୪୮ ରନ କରିଥିବା ସମରବିକ୍ରମା ୩ୟ ୱିକେଟ୍‌‌ରେ ମେଣ୍ଡିସଙ୍କ ସହ ଗୁରୁତ୍ୱପୂର୍ଣ୍ଣ ୧୦୦ ରନର ଭାଗୀଦାରି କରିଥିଲେ। ତେବେ ମ୍ୟାଚ ବିଜୟୀ ଅପରାଜିତ ୪୯ ରନ କରିଥିବା ଆସଲଙ୍କା ଶେଷ ବଲରେ ବିଜୟସୂଚକ ୨ ରନ କରି ହିରୋ ସାଜିଥିଲେ। ପାକିସ୍ତାନ ପକ୍ଷରୁ ଇଫତିକାର ଅହମ୍ମଦ ୩ ଓ ଶାହୀନ ଶାହ ଆଫ୍ରିଦୀ ୨ଟି ୱିକେଟ୍‌‌ ନେଇଥିଲେ।

ପୂର୍ବରୁ ପାକିସ୍ତାନ ଦଳ ଟସ୍‌‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଶ୍ରୀଲଙ୍କା ପେସ୍‌‌ ଓ ସ୍ପିନ ବୋଲିଂକୁ ଉଚିତ ମୁକାବିଲା କରି ନପାରି ଦଳ ବର୍ଷା ଯୋଗୁ ଖେଳ ବନ୍ଦ ରହିଲା ବେଳକୁ ୫ ୱିକେଟରେ ୧୩୦ ରନ୍‌‌ କରି ବିପଦରେ ପଡ଼ିଥିଲା। କିନ୍ତୁ ବର୍ଷା ଛାଡ଼ିବା ପରେ ମ୍ୟାଚ୍‌‌କୁ ୪୨ ଓଭର ବିଶିଷ୍ଟ କରାଯାଇଥିଲା। ଦୀର୍ଘଦିନ ହେଲା ଚୁପ୍‌‌ ରହିଥିବା ରିଜ୍‌‌ୱାନ୍‌‌ ଓ ଇଫତିକାର ଅହମ୍ମଦ୍‌‌ ଧୈର୍ଯ୍ୟର ସହ ବ୍ୟାଟିଂ କରି ପ୍ରଥମେ ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ଏମାନେ ୬ଷ୍ଠ ୱିକେଟରେ ୭୮ ବଲ୍‌‌ରୁ ୧୦୮ ରନ୍‌‌ ଉଠାଇବା ଫଳରେ ଦଳ ଏକ ସମ୍ମାନଜନକ ସ୍କୋର କରିବାରେ ସମର୍ଥ ହୋଇଥିଲା। ଶେଷ ପର୍ଯ୍ୟନ୍ତ ଆଉଟ ହୋଇ ନଥିବା ରିଜୱାନ୍‌‌ ୭୩ ବଲ ଖେଳି ୬ ଚୌକା ଓ ୨ଛକା ସହାୟତାରେ ୮୬ ଓ ଇଫତିକାର ୪୦ ବଲ୍‌‌ରେ ୪୭ ରନ୍‌‌ କରିଥିଲେ। ଏମାନଙ୍କ ଭାଗୀଦାରି ଯୋର୍ଗୁଁ ପାକିସ୍ତାନ ୭ ୱିକେଟରେ ୨୫୨ ରନର ଏକ ବଡ଼ ସ୍କୋର କରିବାରେ ସମର୍ଥ ହୋଇଥିଲା। ପୂର୍ବରୁ ପାଳି ଆରମ୍ଭ କରିଥିବା ଅବ୍‌‌ଦୁଲ୍ଳା ସଫିକ୍‌‌ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ୬୯ ବଲ୍‌‌ରେ ୫୨ ଓ ଅଧିନାୟକ ବାବର ଆଜମ ୩୫ ବଲ୍‌‌ରେ ୨୯ ରନ୍‌‌ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦୁଇ ଯୁବ ଫାଷ୍ଟ ବୋଲର ମାଥୀଶା ପତିରାଣା ଓ ପ୍ରମୋଦ ମଦୁଶାନ ପତିଆରା ଦେଖାଇ ୫ ଜଣ ଖେଳାଳିଙ୍କୁ ଆଉଟ କରିଥିଲେ। ପତିରାଣାଙ୍କୁ ୩ଟି ଓ ମଦୁଶାନଙ୍କୁ ୨ଟି ୱିକେଟ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ୭ ୱିକେଟ୍‌‌ରେ ୨୫୨ ରନ କରିଥିଲେ। କିନ୍ତୁ ବର୍ଷା ଯୋଗୁ ଶ୍ରୀଲଙ୍କା ସାମ୍ନାରେ ସେହି ୪୨ ଓଭରରେ ୨୫୩ ପରିବର୍ତ୍ତେ ଡିଏଲ୍‌‌ ପଦ୍ଧତିରେ ୨୫୨ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

ସଂକ୍ଷିପ୍ତ ସ୍କୋର

ପାକିସ୍ତାନ: ୨୫୨/୭, ୪୨ ଓଭର (ମହମ୍ମଦ୍‌‌ ରିଜ୍‌‌ୱାନ-୮୬ ଅପରାଜିତ, ଅବ୍‌‌ଦୁଲ୍ଲା ସଫିକ୍‌‌-୫୨, ଇଫତିକାର ଅହମ୍ମଦ୍‌‌- ୪୭, ମାଥୀଶା ପତିରାଣା-୩/୬୫, ପ୍ରମୋଦ ମଦୁଶାନ- ୨/୫୮)।

ଶ୍ରୀଲଙ୍କା: ୨୫୨/୮(ଡିଏଲ୍‌), ୪୨ ଓଭର (କୁଶାଲ ମେଣ୍ଡିସ୍‌‌- ୯୧, ସମରବିକ୍ରମା-୪୮, ଆସଲଙ୍କା- ଅପରାଜିତ ୪୯, ଇଫତିକାର- ୩/୫୦, ଆଫ୍ରିଦୀ- ୨/୫୨)।