MO SARKAR 5T - The Sakala
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ । କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡିଆରେ ଏହି ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ । ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ଟି ବସ୍‌ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭାବେ ନାମିତ କରିଥିଲେ ।
ସୂଚନାଯୋଗ୍ୟ ଯେ ଲକ୍ଷ୍ମୀ ଯୋଜନାରୁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା । ଯୋଜନାର ଶୁଭାରମ୍ଭ ପରେ ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାଇଥିଲେ ଏବଂ ସେଠାରେ ଏକ ବିକ୍ୟୁଏସ୍‌ ଫ୍ୟାସିଲିଟିର ଉଦ୍‌ଘାଟନ କରିଥିଲେ ।
ଆଜି ଦିନଟି କଳାହାଣ୍ଡିର ବିକାଶ ଯାତ୍ରାରେ ଏକ ବଡ଼ ମାଇଲ ଖୁଣ୍ଟ ଓ ବହୁତ ଆନନ୍ଦର ଦିନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ଏଠାରେ ୩୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ହେଲା। ଆଉ ୯୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖାଗଲା। ଏହା ଜିଲ୍ଲାର ବିକାଶ ଗତିକୁ ଆହୁରି ଜୋରଦାର କରିବ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗାଁରେ ବସର ଅସୁବିଧା ବିଷୟ ରେ ଜାଣିବା ପରେ ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ବାରା ଆପଣଙ୍କର ପ୍ରତି ଦିନର ଚିନ୍ତା ଦୂର ହେବ । ରାଜ୍ୟରେ ଚାଲିବ ଏକ ହଜାରରୁ ଅଧିକ ବସ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏଥିରେ ଆପଣଙ୍କ ଘର ପାଖକୁ ବସ ଆସିବ। ସମସ୍ତଙ୍କୁ ଯୋଡ଼ିବ। ପିଲାଙ୍କୁ ସ୍କୁଲ ସହିତ, ଚାଷୀକୁ ମାର୍କେଟ ସହିତ ଆଉ ମା ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ।
କଳାହାଣ୍ଡିର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ଏକ ମଡେଲ । ଶିକ୍ଷା ,ସ୍ୱାସ୍ଥ୍ୟ ଯୋଗାଯୋଗ, ଭିତ୍ତିଭୂମି ଶିଳ୍ପ କୃଷି ସବୁ କ୍ଷେତ୍ରରେ ଉନ୍ନତି କଳାହାଣ୍ଡି ବାସୀଙ୍କ ସପନକୁ ସାକାର କରିଛି। କଳାହାଣ୍ଡି ଆଜି ନିଜ ଇତିହାସକୁ ପରିବର୍ତ୍ତନ କରିଛି। ସଫଳତାର ନୂଆ କାହାଣୀ ଯୋଡ଼ିଛି। ବିକାଶର ଯାତ୍ରାରେ ଆଗକୁ ବଢ଼ିଛି। ସାରା ଦେଶକୁ ଆଜି କଳାହାଣ୍ଡି ଚାଉଳ ଦଉଛି ବୋଲି ସେ କହିଥିଲେ।
ଇନ୍ଦ୍ରାବତୀ ପ୍ରୋଜେକ୍ଟ କଳାହାଣ୍ଡି ବିକାଶର ଇଞ୍ଜିନ ବୋଲି ମତଦେଇ ସେ କହିଥିଲେ ଯେ ଏହି ପ୍ରୋଜେକ୍ଟ କଳାହାଣ୍ଡିର ଚେହେରାକୁ ଉଜ୍ଜଳ କରିଛି। ଖୁବ୍ ଶୀଘ୍ର ଏଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହେବ। ସବୁ ପଞ୍ଚାୟତକୁ ମିଳିବ ପଚାଶ ଲକ୍ଷ ଟଙ୍କା। ଆମ ସଂସ୍କୃତି ଓ ଆଧୁନିକ ଭିତ୍ତିଭୂମି ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ।
ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ କଳାହାଣ୍ଡିର ବିକାଶ ଯାତ୍ରା ଆହୁରି ଆଗକୁ ଯିବ ବୋଲି ସେ ମତ ଦେଇଥିଲେ।
ଆଜି କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ମଧ୍ୟ ଉଦ୍‌ଘାଟିତ ହେଇଥିଲା। ଏହି  ଅବସରରେ ମୁଖ୍ୟମନ୍ତ୍ରୀ ସହିଦ ରେଣ୍ଡୋ ମାଝୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜଳସଂପଦ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଯୋଗ ଦେଇ କହିଲେ ଯେ  ଲକ୍ଷ୍ମୀ ଯୋଜନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଇତିହାସ ରଚନା କରିଛନ୍ତି । ଯେଉଁ ପଞ୍ଚାୟତ ଗୁଡିକରେ ଲୋକମାନେ ସ୍ବପ୍ନରେ ସୁଦ୍ଧା ପରିବହନ ସୁବିଧା ପାଇବେ ବୋଲି ଭାବି ନ ଥିଲେ, ଆଜି ସେମାନଙ୍କ ପାଇଁ ସୁନ୍ଦର ଆଧୁନିକ ବସ୍‌ ପରିବହନ ବ୍ୟବସ୍ଥା ଉପଲବ୍‌ଧ ହୋଇଛି ।
ଏହି କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ଶ୍ର ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ  ସୁଜିତ କୁମାର, ବିଧାୟକଗଣ  ଭୂପିନ୍ଦର ସିଂ,  ଦିବ୍ୟଶଂକର ମିଶ୍ର, ମୌଷଧି ବାଗ,ପ୍ରଦୀପ କୁମାର ଦିଶାରୀ ପ୍ରମୁଖ ଯୋଗ ଦେଇ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଭର୍ଚ୍ୟୁଆଲ ପ୍ଲାଟଫର୍ମରେ ଉପସ୍ଥିତ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟା ସହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଣେ ଛାତ୍ର ପ୍ରତୀଶ କୁମାର କୁମ୍ଭାରଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।  ପାଠ ପଢିବାର ସୁବିଧା ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରିବା ପରେ ସେ କହିଥିଲେ ଯେ ଏଠାରେ ପାଠ ପଢିବା ପାଇଁ ସବୁପ୍ରକାର ସୁବିଧା ସୁଯୋଗ ମିଳୁଛି ଏବଂ ଆମେ ଖୁସିରେ ପାଠ ପଢୁଛୁ । କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭିୟା ଦୁଇ ଜଣ ଛାତ୍ରୀ ଅନୁପ୍ରିୟା କୁମାରୀ ଓ ଅନୁଷ୍କା ସିଂଙ୍କ ସହିତ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ ଯେ, ୩୨୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ କଳାହାଣ୍ଡିର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଚଳିତ ବର୍ଷ ଠାରୁ ପାଠପଢା ଆରମ୍ଭ ହୋଇଛି । ୪୩.୧୮ ଏକର  ପରିମିତ ଅଞ୍ଚଳରେ ନିର୍ମିତ ଏହି କଲେଜରେ ୧୦୦ ଜଣ ଛାତ୍ର ପାଠ ପଢା ଆରମ୍ଭ କରିଛନ୍ତି। ଏଥିରେ ରାଜ୍ୟ ସରକାରୀ ସ୍କୁଲରୁ ୧୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏହାଦ୍ବାରା ସ୍ବାସ୍ଥ୍ୟ ଶିକ୍ଷାରେ ଉନ୍ନତି ଆସିବା ସହିତ ସ୍ଥାନୀୟ ଅଞ୍ଚଳରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ମିଳିପାରିବ।
ମେଡିକାଲ କଲେଜ ସହିତ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୨୦୬ କୋଟି ଟଙ୍କା ବିନିଯୋଗରେ ଏକ ୬୫୦ ଶଯ୍ୟାବିଶିଷ୍ଟ ଟିଚିଂ ହସ୍‌ପିଟାଲ ମଧ୍ୟ ନିର୍ମାଣ କରୁଛନ୍ତି । ଏହା ବର୍ତ୍ତମାନ ନିର୍ମଣାଧୀନ ।
କଳାହାଣ୍ଡି: କଳାହାଣ୍ଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି। ଆଜି କଳାହାଣ୍ଡି ପାଇଁ ଖୁସିର ଦିନ। ଗମନା ଗମନ ସୁବିଧାରେ ଯୋଡି ହେଲା ନୂଆ ଅଧ୍ୟାୟ । କଳାହାଣ୍ଡି ଜିଲ୍ଲାରେ ଗଡ଼ିଲା ଐତିହାସିକ ଲକ୍ଷ୍ମୀ ବସ । ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ନବୀନ। ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରୂପାନ୍ତରଣରେ କଳାହାଣ୍ଡି ସାଜିଛି ଉଦାହରଣ । କଳାହାଣ୍ଡି ଆଜି ନିଜ ଇତିହାସକୁ ପରିବର୍ତ୍ତନ କରିଛି । ସଫଳତାର ନୂଆ କାହାଣୀ ଯୋଡ଼ିଛି । ସାରା ଦେଶକୁ ଆଜି କଳାହାଣ୍ଡି ଚାଉଳ ଯୋଗାଉଛି । ଇନ୍ଦ୍ରାବତୀ ପ୍ରକଳ୍ପ ବିକାଶର ଇଞ୍ଜିନ ସାଜିଛି। ଏହି ପ୍ରକଳ୍ପ କଳାହାଣ୍ଡିର ଭବିଷ୍ୟତକୁ ଉଜ୍ବଳ କରିଛି । ଖୁବ୍ ଶୀଘ୍ର ଜିଲ୍ଲାରେ ନବୀନ ଓଡ଼ିଶା କାର୍ୟ୍ୟକାରୀ ହେବ । ସଂସ୍କୃତି ଓ ଆଧୁନିକ ଭିତ୍ତିଭୂମି ଲାଗି ଏହି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ କରିଛି ଲକ୍ଷ୍ମୀ । ଏହା ଗାଁକୁ ଗାଁ ଯୋଡିବା ସହ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ । ଲୋକଙ୍କ ସାମାଜିକ ସମ୍ପର୍କ ଓ ଅର୍ଥନୀତି ଆହୁରି ମଜଭୁତ୍ କରି ସମସ୍ତଙ୍କୁ ବିକାଶ ସହିତ ଯୋଡିବ ଲକ୍ଷ୍ମୀ ବସ୍ । ଲୋକଙ୍କ ଆବଶ୍ୟକତା ଅନୁସାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଛି । ଲୋକଙ୍କ ଘର ପାଖକୁ ବସ୍ ଆସିବ । ପିଲାଙ୍କ ସ୍କୁଲ ଯିବାଠୁ ଆରମ୍ଭ କରି ଚାଷୀଙ୍କ ପାଇଁ ବଜାର ଓ ରୋଗୀଙ୍କ ପାଇଁ ଡାକ୍ତରଖାନାକୁ ଗାଁ ସହିତ ଯୋଡ଼ିବ ଲକ୍ଷ୍ମୀ । ଏଥିପାଇଁ ସାରା ରାଜ୍ୟରେ ହଜାରେ ବସ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଯାହାକି ଓଡ଼ିଶାର ବିକାଶକୁ ଆହୁରି ଉଜ୍ବଳ କରିବ । ସୁଲଭ ଦର, ସହଜ ଯାତାୟାତ ଏବଂ ଅତ୍ୟାଧୁନିକ ବସ ସେବାକୁ ନେଇ ଉତ୍ସାହିତ ଅଛନ୍ତି ଗାଁ ଲୋକେ ।
ସେହିପରି,  କଳାହାଣ୍ଡି ୟୁନିଭର୍ସିଟି ନାଁ ବଦଳିଛି। କଳାହାଣ୍ଡି ୟୁନିଭର୍ସିଟି ନାଁ ମା’ମାଣିକେଶ୍ୱରୀ ୟୁନିଭର୍ସିଟି ନାଁରେ ନାମିତ ହୋଇଛି। ଏ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କଳାହାଣ୍ଡିରେ ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ପାଠପଢ଼ା ସହିତ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ପୂରଣ ହୋଇଛି ।
୯୪୮୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ । ୧୦୦ ସିଟରେ ନାମଲେଖା ପାଇଁ NMC ଠାରୁ ଅନୁମତି ଦେଇଛି । ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି ।
ରାଜ୍ୟରେ ପିପିପି ମୋଡରେ କାର୍ଯ୍ୟକ୍ଷମ ହେବ ୫ଟି ମଲ୍ଟି ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ
ଭୁବନେଶ୍ୱର: ରାଜ୍ୟରେ ୫-ଟି ଉପକ୍ରମର ଅନୁପାଳନ କରାଯାଇ ବର୍ତ୍ତମାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରହିଛି । ବିଶେଷକରି ସଭିଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ବଦ୍ଧ ପରିକର ରାଜ୍ୟ ସରକାର ଏକ୍ଷେତ୍ରରେ ଆଜି ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ଖୁବଶୀଘ୍ର ୫ଟି ମଲ୍ଟି ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ପାଇବାକୁ ଯାଉଛି । ପିପିପି ମୋଡରେ ଏହି ହସ୍ପିଟାଲଗୁଡ଼ିକ ନିର୍ମାଣ ହେବାକୁ ଥିବାବେଳେ ସ୍ୱାସ୍ଥ୍ୟସେବାର ବିକାଶ କ୍ଷେତ୍ରରେ ଯେକୌଣସି ରାଜ୍ୟ ଦ୍ୱାରା ଏହା ପ୍ରଥମ ପଦକ୍ଷେପ ଅଟେ । ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘରୋଇ ସହଭାଗୀଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି ।
ଏମଓୟୁ ଅନୁଯାୟୀ ଅନୁଗୋଳ, ବଡବିଲ, ଭଦ୍ରକ ଓ ଝାରସୁଗୁଡାରେ ୧୦୦ରୁ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେଶିଆଲିଟି ହସ୍ପିଟାଲ ଏବଂ ଏକ କ୍ୟାନ୍ସର କେୟାର ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ । ଉପରୋକ୍ତ ହସ୍ପିଟାଲଗୁଡ଼ିକ ନିର୍ମାଣ ପାଇଁ ମୋଟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହାଦ୍ୱାରା ପ୍ରାୟ ୩୫୦୦ ମେଡିକାଲ, ପାରା-ମେଡିକାଲ, ନର୍ସିଂ ଏବଂ ପ୍ରସାସନିକ ବୃତ୍ତିଧାରୀ ନିଯୁକ୍ତି ପାଇବେ । ରାଜ୍ୟର ମୋଟ ୬୦ ଲକ୍ଷ ଲୋକଙ୍କୁ ଏହି ୫ଟି ହସ୍ପିଟାଲ ସେବା ଯୋଗାଇଦେବା ନେଇ ଆକଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ରାଜ୍ୟରେ ଭିତ୍ତିଭୂମି ଉନ୍ନୟନ ସର୍ବଦା ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି । ବିଶେଷକରି ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକତାକୁ କୁଶଳ, ପାରଦର୍ଶୀ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ଅଟନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ ନୀତିରେ ରାଜ୍ୟ ସରକାର କାର୍ଯ୍ୟ କରି ଆସୁଛନ୍ତି । ଅତଏବ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ପାଇଁ ଆମର ପ୍ରତିବଦ୍ଧତା ପୂରଣ ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଥିଲେ ।
ସେହିପରି ସ୍ୱାସ୍ଥ୍ୟକ୍ଷେତ୍ରରେ ରାଜ୍ୟର ରୂପାନ୍ତରଣ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟର ପ୍ରାୟ ୧ କୋଟି ପରିବାରର ମନୋବଳ ବୃଦ୍ଧି କରିଛି । କାରଣ ଏହି ଯୋଜନା ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ସହ ମାଗଣା ଚିକିତ୍ସା ଉପଲବ୍ଧ କରାଉଛି । ତେବେ ଏକ୍ଷେତ୍ରରେ ଘରୋଇ ସ୍ୱାସ୍ଥ୍ୟ ସେବା ପରିଚାଳକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହିଦୃଷ୍ଟିରୁ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ଘରୋଇ ନିବେଶକୁ ଉତ୍ସାହିତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି କେ ପାଣ୍ଡିଆନ୍‌, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ସଚିବ ଶାଳୀନ ପଣ୍ଡିତ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଜନ ଅଭିଯୋଗ ଶୁଣାଣିରେ ଆସିଥିବା ଅଭିଯୋଗ ସମାଧାନର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ସଚିବ
ଭୁବନେଶ୍ବର: ଜନ ଅଭିଯୋଗ ଶୁଣାଣିରେ ଆସିଥିବା ଅଭିଯୋଗ ସମାଧାନର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆ । ସିଏମଓ କରିଥିବା ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣିରେ ଲୋକ ଜଣାଇଥିବା ଅଭିଯୋଗ ସମ୍ପର୍କରେ ସବୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ୫ଟି ସଚିବ। ପାନୀୟ ଜଳ ପ୍ରକଳ୍ପ, ମଠ, ମନ୍ଦିର, ମସଜିଦର ଉନ୍ନତିକରଣ , ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ , ଅନୁମୋଦିତ ପ୍ରକଳ୍ପର କାର୍ଯ୍ୟାକାରିତା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଗତ ୬ମାସ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭିକେ ପାଣ୍ଡିଆନ ୩୦ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ ସହିତ ଲୋକଙ୍କଠାରୁ ଅଭିଯୋଗ ଶୁଣିଥିଲେ ।
ଏହି ସମୟରେ ମୋଟ ୫୭ ହଜାର ୮୫ଟି ଅଭିଯୋଗ ଆସିଥିବାବେଳେ ସେଥିରୁ ୩୭ହଜାର ୫୧୩ଟି ବା ୬୫ଦଶମିକ ୭୧ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି। ସମସ୍ୟାର ସମାଧାନ କ୍ଷେତ୍ରରେ ଲୋକଙ୍କଠୁ ଫିଡବ୍ୟାକ ନେଉଛି ସିଏମଓ । ୨୪ ହଜାର ୭୨୨ ଲୋକଙ୍କୁ ସରକାର ଚିଠି ଲେଖି ଫିଡବ୍ୟାକ ନେଇଥିବାବେଳେ ଓ ୨୨ ହଜାର ୪୦୭ ଜଣଙ୍କଠୁ ଫୋନ ଯୋଗେ ପ୍ରତିକ୍ରିୟା ନିଆଯାଇଛି। ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ସମ୍ପର୍କିତ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ୫ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ଧାର୍ମିକ ପୀଠର ରୂପାନ୍ତରଣ ଓ ୫ଟି ଉପକ୍ରମରେ କଲେଜର ନବକଳେବର ନେଇ ଆଲୋଚନା କରାଯାଇଛି। ଗୁଣାବତ୍ତାକୁ ଆଧାର କରି ଟାର୍ଗେଟ ସମୟ ମଧ୍ୟରେ ସବୁ ପ୍ରକଳ୍ପ କାମ ସାରିବାକୁ ଗୁରୁତ୍ବ ଦିଆଯାଇଛି । ୫ଟି ନୀତିକୁ ଉପଯୋଗ କରି ଜନତାଙ୍କ ମୌଳିକ ସୁବିଧାକୁ ପୂରଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଛାତ୍ରଛାତ୍ରୀଙ୍କୁ 5T ସଚିବଙ୍କ ପରାମର୍ଶ: ଯେଉଁଠି ବି ଥାଅ, ଓଡ଼ିଶା ମାଟିର ସେବା କରିବାର ସୁଯୋଗ ମିଳିଲେ ହାତଛଡ଼ା କରନି
ଭୁବନେଶ୍ବର: କେନ୍ଦୁଝର ଦକ୍ଷତା ବିକାଶ କେନ୍ଦ୍ରରେ ଆଜି ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଯେଉଁଠି ଥାଅ, ଓଡ଼ିଶା ମାଟିର ସେବା କରିବାର ସୁଯୋଗ ହାତଛଡ଼ା କରନି । କେନ୍ଦୁଝର ଦକ୍ଷତା ବିକାଶ କେନ୍ଦ୍ରର ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କୁ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଏହି ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଫାଇଭ-ଟି ଉପକ୍ରମରେ ଓଡ଼ିଶା ଅପ୍-ସ୍କିଲିଂ ଓ ପ୍ଲେସମେଣ୍ଟ କାର୍ୟ୍ୟକ୍ରମରେ ସ୍କିଲ ସେଣ୍ଟର ଆରମ୍ଭ ହୋଇଛି ।
ପ୍ରଶିକ୍ଷଣ ପରେ ଆଇଟି କ୍ଷେତ୍ରରେ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଟେକ୍‌ ମହିନ୍ଦ୍ରା ଲିମିଟେଡ୍ ସହଯୋଗରେ ପ୍ରଶିକ୍ଷଣ ଆରମ୍ଭ ହୋଇଥିବା ବେଳେ ସହଯୋଗୀ ଭାବେ ଟାଟା ଷ୍ଟିଲ ରହିଛି । ସମ୍ପୂର୍ଣ୍ଣ ମାଗଣାରେ ପ୍ରଶିକ୍ଷଣ ସହ ମାଗଣା ଲଜିଂ, ବୋର୍ଡିଂ ଓ ପରିବହନ ବ୍ୟବସ୍ଥା ରହିଛି । ପ୍ରଥମ ବ୍ୟାଚରେ ସାରା ଓଡ଼ିଶାରୁ ୧୮୦ ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି । ପ୍ରଶିକ୍ଷଣ ପରେ ଶତ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସଫ୍ଟୱେର ଇଂଜିନିୟର ଭାବେ ନିଯୁକ୍ତି ଦେବାକୁ ଟେକ୍‌ ମହିନ୍ଦ୍ରା କମ୍ପାନୀ ପ୍ରତିଶ୍ରୁତି ଦେଇଛି ।
ଆଜିଠୁ ସାରା ରାଜ୍ୟରେ ବୁଲିବ ଷ୍ଟାର୍ଟ ଅପ୍ ଯାତ୍ରା ଗାଡ଼ି, ଏଣିକି ଚାକିରି ନୁହେଁ ଉଦ୍ୟୋଗୀ ବନିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଉଚ୍ଚଶିକ୍ଷିତ ପରେ ଚାକିରି ନିଶା ଛାଡ଼ । ଉଦ୍ୟୋଗୀ ହୋଇ ରୋଜଗାର କର ଅନ୍ୟକୁ ରୋଜଗାର ଦିଅ । ନୂଆ ଆଇଡିଆ ସହିତ ଆରମ୍ଭ କର ନିଜ ଷ୍ଟାର୍ଟ୍ ଅପ୍ । ଓଡ଼ିଆ ପିଲାଙ୍କୁ ଉଦ୍ୟୋଗୀ ହେବାର ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ସାରା ରାଜ୍ୟରେ ବୁଲିବ ଷ୍ଟାର୍ଟ ଅପ୍ ଯାତ୍ରା ଗାଡ଼ି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟ୍ ଅପ୍ ଯାତ୍ରାର ଆପ୍ ଓ ଦୁଇଟି ପୋର୍ଟାଲ ଉନ୍ମୋଚନ କରିବା ସହ ୪ଟି ଷ୍ଟାର୍ଟ୍ ଅପ୍ ଗାଡ଼ିକୁ ଫ୍ଲାଗ୍ ଅଫ୍ କରିଛନ୍ତି । ସବୁ ଜିଲ୍ଲାରେ ୩୦ରୁ ୪୦ ଦିନ ଧରି ବୁଲିବ ଏହି ଷ୍ଟାର୍ଟ୍ ଅପ୍ ଯାତ୍ରା ଗାଡ଼ି ।
୨ଶହ କଲେଜ୍ ଓ ଉଚ୍ଚତର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାର୍ଟ୍ ଅପ୍ ଯାତ୍ରା ଓ ଅଷ୍ଟମରୁ ଦଶମ ପାଠ ପଢୁଥିବା ୬୦ଟି ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାର୍ଟ୍ ଅଫ୍ ଏକ୍ସପ୍ରେସ୍ ଭ୍ୟାନ୍ କ୍ୟାମ୍ପ ସାରା ଓଡ଼ିଶା ବୁଲିବ । ଏଥିରେ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଲକ୍ଷ୍ୟ ରଖିଛି ଏମ୍ଏସ୍ଏମ୍ଇ ବିଭାଗ । ଭ୍ୟାନ୍ କ୍ୟାମ୍ପ ଦ୍ବାରା ସଂଗୃହୀତ ନୂଆ ଆଇଡିଆକୁ ସିଲେକସନ୍ କମିଟି ଅନୁଶୀଳନ କରି ସର୍ଟ୍ଲିଷ୍ଟ କରିବ । ୬୦ଟି ବୁଟ୍ କ୍ୟାମ୍ପ୍ ଜରିଆରେ ଚୟନ ହେବେ ଉଦ୍ୟୋଗୀ । ୨୦ଟି ସର୍ବଶ୍ରେଷ୍ଠ ନୂଆ ଚିନ୍ତନକୁ ଭୁବନେଶ୍ବର ଓ-ହବରେ ଇନକ୍ୟୁବେସନ୍ ପାଇଁ ଅଣାଯିବ ।
କଲେଜ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ୧୦ଟି ଅଭିନବ ସ୍ବତନ୍ତ୍ର ଷ୍ଟାର୍ଟ୍ ଅପ୍ ଆଇଡିଆକୁ ୩ ଲକ୍ଷ ଲେଖାଏଁ ନଗଦ ପୁରସ୍କାର ଦିଆଯିବ । ସେହିପରି ଷ୍ଟାର୍ଟ୍ ଅପ୍ ଏକ୍ସ୍ପ୍ରେସ ଜରିଆରେ ସ୍କୁଲ ପିଲାଙ୍କ ଦ୍ବାରା ପ୍ରଦତ୍ତ ୧୦ଟି ସର୍ବଶ୍ରେଷ୍ଠ ଉପଯୋଗୀ ଆଇଡିଆକୁ ୧୦ ହଜାର ଲେଖାଏଁ ନଗଦ ପୁରସ୍କାର ଦିଆଯିବ । ଷ୍ଟାର୍ଟ୍ ଅପ୍ ଓଡ଼ିଶା ଗଠନର ମାତ୍ର ଅଢେଇ ବର୍ଷ ଭିତରେ ଓଡ଼ିଆ ପିଲାଙ୍କ ଭିତରେ ଉଦ୍ୟୋଗୀ ହେବାର ନବଜାଗରଣ ସୃଷ୍ଟି ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ଏହା ଆହୁରି ଉତ୍ସାହିତ କରିବ ବୋଲି ଆଶା ରଖିଛନ୍ତି ଓ-ହବ୍ କର୍ତ୍ତୃପକ୍ଷ ।
୫ଟି ସଚିବଙ୍କ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହେବ ସମୀକ୍ଷା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଆଜିଠାରୁ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ୫ଟି ସଚିବ ଅଗଷ୍ଟ ୨୯, ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଯାଜପୁର ଜିଲ୍ଲାର ସମସ୍ତ ୭ଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଓ ବିଭିନ୍ନ ମନ୍ଦିର ପରିଦର୍ଶନ କରିବେ। ତେବେ ୫ଟି ସଚିବ ଆଜି ଗସ୍ତର ପ୍ରଥମ ଦିନରେ ପୂର୍ବାହ୍ନ ୧୦ ଘଟିକା ସମୟରେ କୋରାଇ ନିର୍ବାଚନ ମଣ୍ଡଳୀର ଚାନ୍ଦମା ଖେଳ ପଡ଼ିଆରେ ଆୟୋଜିତ ମିଶନ ଶକ୍ତି ସଭାରେ ଯୋଗ ଦେବେ।‌ ପରେ ମଧ୍ୟାହ୍ନରେ ଯାଜପୁର ଟାଉନ୍ ଠାରେ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ଵରର ପ୍ରତ୍ୟାବର୍ତ୍ତନ କରିବେ। ସେହିପରି ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦିନ ୫ଟି ସଚିବ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ମାରାଥନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ୫ଟି ସଚିବଙ୍କ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମଗ୍ର ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
5T ସଚିବଙ୍କ ୩ ଦିନିଆ ଗଞ୍ଜାମ ଗସ୍ତ: ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ଦେଉଛନ୍ତି ପ୍ରତିଶୃତି
ଗଞ୍ଜାମ: ଗଞ୍ଜାମ ଜିଲ୍ଲାକୁ ୫ଟି ସଚିବଙ୍କ ତିନିଦିନିଆ ଗସ୍ତର ଆଜି ପ୍ରଥମ ଦିନ। ପ୍ରଥମ ଦିନରେ ସେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବେଗୁନିଆପଡାରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଉପସ୍ଥିତିଥିଲେ। ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଛାତ୍ରଛାତ୍ରୀ, ଚାଷୀ,ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ ଅଭିଯୋଗ ଶୁଣାଣୀରେ ସାମିଲ ହୋଇଛନ୍ତି। ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଛି। ପୁଷ୍ପଗୁଛ ଓ ହୁଳହୁଳିରେ ୫ଟି ସଚିବଙ୍କୁ ସ୍ୱାଗତ କରାଯାଇଥିଲା। ସେଠାରେ ପହଞ୍ଚି ସମସ୍ତଙ୍କ ପାଖକୁ ଯାଇ ହାତ ମିଶାଇ ସେଲ୍ଫି ବି ନେଇଥିଲେ। ସମସ୍ତଙ୍କ ଅଭିଯୋଗ ଗ୍ରହଣ କରିଛନ୍ତି। ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ପ୍ରତିଶୃତି ଦେଉଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ ।
ପୁରୁଷୋତ୍ତମପୁର ବ୍ଲକର ଗୁପ୍ତେଶ୍ଵର ମନ୍ଦିର, କବିସୂର୍ଯ୍ୟନଗର ବ୍ଲକର ଆଠଗଡ଼ ଜଗନ୍ନାଥ ମନ୍ଦିର ଓ ବେଗୁନିଆ ପଡା ବ୍ଲକର ସିଦ୍ଧେଶ୍ୱର ମନ୍ଦିର ରୂପାନ୍ତର କରଣ ପ୍ରସ୍ତାବିତ ଯୋଜନାର ଅନୁଧ୍ୟାନ କରିଛନ୍ତି ୫ଟି ସଚିବ। ଏହା ସହ ସାଲିଆ ଡ୍ୟାମ ପେରିଫେରିର ବିକାଶ ସହ ମିଶନ ଶକ୍ତି କାଫେର ଯୋଜନାକୁ ମଧ୍ୟ ଦେଖିଛନ୍ତି।
ବରଗଡ ଜିଲ୍ଲାରେ ହେବ ୩ ନୂଆ ବୃହତ୍ ସେତୁ: ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୭ ଲକ୍ଷ ୨୫ ହଜାର ଲୋକ
ଭୁବନେଶ୍ୱର: ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଜୁନ୍ ମାସ ୨୬ ଓ ୨୭ ତାରିଖରେ ବରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ବିଭିନ୍ନ ସ୍ଥାନରେ ଲୋକଙ୍କ ଅନୁରୋଧକୁ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାରେ ୩ଟି ନୂତନ ବୃହତ ସେତୁର ନିର୍ମାଣ ପାଇଁ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ମଞ୍ଜୁର ହୋଇଥିବା ୩ଟି ସେତୁ ମଧ୍ୟରେ ବରପାଲିରେ ଗୋଟିଏ ବୃହତ ସେତୁ ରହିଛି। ବରପାଲିର ଜିଲୋଟ ନାଳ ଉପରେ ଏକ ସେତୁ ନିର୍ମାଣ କରାଯିବ। ୧୨୦ ମିଟର ଦୀର୍ଘ ଏହି ସେତୁ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବରଗଡ ଓ ବରପାଲି ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରିବା ସହିତ ଜିଲ୍ଲା ମୁଖ୍ୟାଳୟକୁ ମଧ୍ୟ ଯୋଗାଯୋଗର ସୁବିଧା ସୃଷ୍ଟି ହେବ। ଏହାଦ୍ୱାରା ପ୍ରାୟ ୨ ଲକ୍ଷ ୨୫ ହଜାର ଲୋକ ଉପକୃତ ହେବେ।
ସେହିପରି ବରଗଡ ପୌରାଞ୍ଚଳ ଆଗାଁ ନଳା ଉପରେ ୬୦ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ବରଗଡ ଜିଲ୍ଲା ମୁଖ୍ୟାଳୟ ସହିତ ପରପାଲି ଓ ଭେଡେନ ବ୍ଲକ ମୁଖ୍ୟାଳୟକୁ ଯୋଡିବ । ଏହାଦ୍ୱାର ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ।
ତୃତୀୟ ସେତୁଟି ସରଳା ନାଳ ଉପରେ ନିର୍ମାଣ କରାଯିବ। ୧୫୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଭଟଲି ବ୍ଲକ ମୁଖ୍ୟାଳୟକୁ ବରଗଡ ଓ ଅତାବିରା ବ୍ଲକ ମୁଖ୍ୟାଳୟକୁ ଯୋଡିବ। ଏହାଦ୍ୱାରା ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ।
ନୟାଗଡ଼ରେ ୫ଟି ସଚିବ: ପ୍ରତିକୂଳ ପାଗ ସତ୍ୱେ ବିଭିନ୍ନ ଉନ୍ନୟନମୂଳକ କାମର ଅଗ୍ରଗତି ନେଇ ଚାଲିଛି ସମୀକ୍ଷା
ନୟାଗଡ଼: ନୟାଗଡ଼ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଭିଜା ସକାଳରେ ନୟାଗଡର ନବକଳେବର ପାଇଁ ଚାଲିଛି ନକ୍ସା ଅଙ୍କନ।  ନୟାଗଡ଼ ଜିଲ୍ଲାରେ ୫ଟି ଜନଶୁଣାଣି କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା, ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବ୍ୟବସ୍ଥା ରହିଛି ।
ଗୁରୁବାର ସକାଳୁ ୫ଟି ସଚିବ ରଣପୁର ସହରରେ ପହଞ୍ଚିଛନ୍ତି । ପ୍ରତିକୂଳ ପାଗ ସତ୍ୱେ ସଚିବ ରଣପୁରରେ ପହଞ୍ଚି ମଣିନାଗଙ୍କ ଦର୍ଶନ କରିବା ସହ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ପରେ ରଣପୁର ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ବିକାଶ ପାଇଁ ଆଲୋଚନା କରିଛନ୍ତି । ଜଗନ୍ନାଥ ମନ୍ଦିର ଓ ମଣିନାଗ ମନ୍ଦିର ରୂପାନ୍ତରଣ ପାଇଁ ପ୍ରତିଶୃତି ଦେଇଛନ୍ତି । ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ଶର୍ଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ ଉପରେ ସମୀକ୍ଷା କରିବା ସହ ଡାକ୍ତର, ନର୍ସ ଏବଂ ରୋଗୀଙ୍କ ସହ ଆଲୋଚନା କରିବା ପରେ ବାଘ ସାମନ୍ତ ମିନି ଷ୍ଟାଡିୟମଠାରେ ଜନଅଭିଯୋଗ ଶୁଣାଣିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
୫ଟି ସ୍କୁଲ ରୂପାନ୍ତର ନକ୍‌ସା ପ୍ରସ୍ତୁତ: ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ ଓ ସରପଞ୍ଚଙ୍କ ସହ 5T ସଚିବଙ୍କ ଆଲୋଚନା ଆରମ୍ଭ
ଭୁବନେଶ୍ୱର:  ୫ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ତଥା ଅଭିବାବକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି। ସ୍କୁଲ ଭିତ୍ତିଭୂମିର ରୂପାନ୍ତର ସହିତ ପାଠ ପଢିବା ପାଇଁ ନୂତନ ସୁବିଧା ସୁଯୋଗର ବିକାଶ ଯଥା  ଇ- ଲାଇବ୍ରେରୀ, ଅଧୁନିକ ବିଜ୍ଞାନାଗାର, ସ୍ମାର୍ଟ କ୍ଲାସ ରୁମ ଇତ୍ୟାଦି ପିଲାମାନଙ୍କ ଭିତରେ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିଥିବା ପରିଲକ୍ଷିତ ହେଉଛି।
ଏ ପର୍ଯ୍ୟନ୍ତ ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ୬୮୮୩  ହାଇସ୍କୁଲ ରୂପାନ୍ତର କାମ ସମ୍ପୂର୍ଣ୍ଣ ହୋଇଛି। ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ ୮୬୫୪ ସରକାରୀ ହାଇସ୍କୁଲଗୁଡିକରେ ରୂପାନ୍ତର କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଏ ପରିପେକ୍ଷୀରେ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତକାଲି ଓ ଆଜି ଦୁଇଦିନ ଧରି ଗଂଜାମ, ବରଗଡ, କେନ୍ଦୁଝର, କଟକ, ମୟୁରଭଞ୍ଜ, ମାଲକାନଗିର, ପୁରୀ, ଗଜପତି, ଢେଙ୍କାନାଳ ଆଦି ୯ଟି ଜିଲ୍ଲାର ୧୦୧ଟି ବ୍ଲକର ଓ ୨ଟି ମୁନିସିପାଲିଟି କର୍ପୋରେସନର ୭୫୨ଟି ହାଇସ୍କୁଲର ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ସରପଞ୍ଚ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ମାରାଥନ ବୈଠକ କରି ସେମାନଙ୍କ ସ୍କୁଲରେ ୫ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଖୋଲା ମତ ପୋଷଣ କରିଥିଲେ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଁଜଳି ଶେରଗଡରୁ ୨୦୨୧ ମସିହାରୁ ଆରମ୍ଭ ହୋଇଥିଲା ୫ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ। ତିନୋଟି ପର୍ଯ୍ୟାୟରେ ସାରା ରାଜ୍ୟରେ ୬୮୮୩ଟି ହାଇସ୍କୁଲର ରୂପାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ୧୭୧୧ ହାଇସ୍କୁଲର ରୂପାନ୍ତର ଏହି ପ୍ରକ୍ରିୟାକୁ ଚୁଡାନ୍ତ ରୂପ ଦେବ। ରାଜ୍ୟର  ସମସ୍ତ ୮୬୫୪ ଟି   ହାଇସ୍କୁଲର  ଭିତ୍ତିଭୂମି  ରୂପାନ୍ତର  ସମ୍ପୂର୍ଣ୍ଣ  ହେବ  ୫ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଆଜି ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ହେବା ସଙ୍ଗେ ସଙ୍ଗେ ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଛାତ୍ରଛାତ୍ରୀ ତଥା ଅଭିବାବକଙ୍କ ଆଗ୍ରହ ବୃଦ୍ଧିରେ ସହାୟକ ହୋଇପାରିଛି।
ଢେଙ୍କାନାଳ ଗସ୍ତରେ ୫ଟି ସଚିବ: ଲୋକଙ୍କ ଦାବିପତ୍ର ଗ୍ରହଣ କରିବାସହ ଅଞ୍ଚଳରେଥିବା ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶୃତି
ଢେଙ୍କାନାଳ: ଢେଙ୍କାନାଳ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ୍। ଗ୍ରାଉଣ୍ଡରୁ ଚାଲିଛି ମାରାଥନ ସମୀକ୍ଷା । ବିକାଶର ଅଗ୍ରଗତିର ଚାଲିଛି ଗ୍ରାଉଣ୍ଡ ଜିରୋରୁ ସମୀକ୍ଷା । ଏହିକ୍ରମରେ ହିନ୍ଦୋଳ ବ୍ଲକ ଖଜୁରିଆକଟାରେ ପହଞ୍ଚିଥିଲେ ୫ଟି ସଚିବ । ବିକାଶର ବାର୍ତ୍ତା ନେଇ ଆସିଥିବାରୁ ପୁଷ୍ପ ବର୍ଷା କରିଛନ୍ତି ସ୍ଥାନୀୟଲୋକେ। ସମସ୍ତଙ୍କ ସହ ହାତ ମିଶାଇବା ସହ ସେ ପିଟିସନ ବି ଗ୍ରହଣ କରିଥିଲେ। କଲେଜ ଛାତ୍ରଛାତ୍ରୀ ବି 5T ସଚିବଙ୍କୁ ପାଖରେ ପାଇ ଉତ୍ସାହିତ ହୋଇଥିଲେ। ୫ଟି ସଚିବ ନିଜ ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଥିଲେ। ଆପଣମାନେ କେମିତି ଅଛନ୍ତି ବୋଲି ପଚାରିଥିଲେ । ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ସବୁ ଭଲରେ ରୁହନ୍ତୁ। ଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ୫ଟି ସଚିବ। ମୁଖ୍ୟମନ୍ତ୍ରୀ ମୋତେ ପଠେଇଛନ୍ତି ଆପଣ ମାନଙ୍କ ସୁଖ ଦୁଃଖ ଜାଣିବାକୁ । ବହୁତ ପିଟିସନ ପାଇଛି। ଚାଷୀଙ୍କ ସମସ୍ୟାକୁ ପ୍ରଥମେ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ବିନା ସୁଦ୍ଧରେ କୃଷି ଲୋନ ପାଇଁ ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଦେଉଛନ୍ତି।  କୃଷି ବୀମା ଆଗରୁ କେବଳ ଭାଗ ଚାଷ ପାଇଁ ଥିଲା। ହେଲେ ଏବେ ମୁଖ୍ୟମନ୍ତ୍ରୀ ସବୁ ଚାଷ ପାଇଁ କରିଛନ୍ତି। ଆଗରୁ ପ୍ରିମିଅମ ଦେଉଥିଲେ। ହେଲେ ଏବେ ସବୁ ପ୍ରିମିଅମ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଜରିଆରେ ଭରଣା କରୁଛନ୍ତି। ଆଗରୁ କେବଳ ଧାନ ଚାଷ ପାଇଁ ଋଣ ଦିଆଯାଉଥିଲା । ଏବେ ମାଣ୍ଡିଆ ଚାଷ ପାଇଁ ଦି ଦିଆଯାଇଛି।
ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁମିଟି ସେଣ୍ଟର ନିର୍ମାଣ ବା ଉନ୍ନତିକରଣ ପାଇଁ ଆପଣ ମାନେ ଆଗାମୀ ୭ ଦିନ ଅର୍ଥାତ ଜୁଲାଇ୧୯ ଭିତରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ। ମୁଖ୍ୟମନ୍ତ୍ରୀ ଆପଣଙ୍କ ସହଯୋଗ କାମନା କରିଛନ୍ତି। ଯାହା ଟଙ୍କା ସେ ଅନୁମୋଦନ କରିବେ, ତାହା ରାଜ୍ୟବାସୀ ମାନେ ଆପଣଙ୍କ ଟଙ୍କା ।  ତେଣୁ ସ୍ୱଛତା ସହ କାମ କରିବେ। ଏହା ପ୍ରଥମ କିସ୍ତି। ଭଲ କାମ କଲେ ତୃତୀୟ କିସ୍ତି ବି ପାଇବେ। ନିଜ ଘର ନିର୍ମାଣରେ ଯେମିତି କମ ଟଙ୍କାରେ ଭଲ ଜିନିଷ ଲଗାଉଛନ୍ତି, ସେହିପରି ରାଜ୍ୟ ସରକାରଙ୍କ କାମ ବି କରନ୍ତୁ। ମୁଖ୍ୟମନ୍ତ୍ରୀ ଆପଣଙ୍କ ଠାରୁ ଏହି ସ୍ୱଛତାର ସହଯୋଗ ଚାହୁଁଛନ୍ତି। ପ୍ରତି ପିଟିସନକୁ ପ୍ରଶାସନ ଟିକନିକ ଭାବେ ପଢି ସମାଧାନ କରନ୍ତୁ। ନ ହେଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପଠାନ୍ତୁ। ଏକ ମାସ ପରେ ଆପଣଙ୍କ ପାଖକୁ ଫୋନ କଲ ଯିବ। ସମସ୍ୟା ସମାଧାନ ହୋଇଛି ନା ନାହିଁ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଫୋନ ଯୋଗେ ବୁଝିବେ। ଦିନରାତି ମନ ଲଗାଇ କାମ କରନ୍ତୁ।
ମିଶନ ଶକ୍ତି ମାଆ ମାନଙ୍କୁ ବି ବିନା ସୁଧ ଋଣ କଥା ବୁଝାଇଲେ। ହେଲେ ଢେଙ୍କାନାଳ ଜିଲ୍ଲାରେ ୫ ଲକ୍ଷ ବଦଳରେ ୩.୪୦ ଲକ୍ଷ ଋଣ ନେଇଛନ୍ତି। ଲାଗି ପଡନ୍ତୁ ଯେପରି ମାଆ ମାନେ ଆହୁରି ଦୁଇ ପାଇସା ରୋଜଗାର କରି ପାରିବେ। ମୁଖ୍ୟମନ୍ତ୍ରୀ ଆପଣଙ୍କୁ ସହଯୋଗ କରିବେ। ମିଶନ ଶକ୍ତି ମାଆ ମାନଙ୍କୁ ରୋଜଗାର ଦେବାକୁ ସବୁ ଯୋଜନାରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ କରନ୍ତି। ତେଣୁ ସରକାରଙ୍କ ଠାରୁ ବାର୍ଷିକ ୧୨୦୦କୋଟି ବ୍ୟାପାର ପାଉଛନ୍ତି ମିଶନ ଶକ୍ତି ମାଆ ମନେ। ୧୧,୪୦୦ କୋଟି ବ୍ୟାଙ୍କ ଋଣ ନେଇଛନ୍ତି। ଆହୁରି ରୋଜଗାର ଉପରେ ଧ୍ୟାନ ଦେବା ବୋଲି ୫ଟି ସଚିବ ଭିକେ ପାଣ୍ଡିଆନ କହିଥିଲେ।
BSKY କାର୍ଡ ବିଷୟରେ ବି ସେ ବୁଝାଇଥିଲେ ୫ଟି ସଚିବ। ଗରିବ ଘରେ ରୋଗ ଆସିଲେ ଯେପରି ପରିବାର ନ ଭାଙ୍ଗି ପଡିବେ, ସେଥିପାଇଁ ଏହି ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ। ରୋଗମୁକ୍ତ କରିବାକୁ ବା ରୋଗ ସହ ଲଢ଼ିବାକୁ ଭଲ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ BSKY କରିଛନ୍ତି। ଏହା ଏକ ସ୍ମାର୍ଟ କାର୍ଡ ପରି। ଦେଶର ଭଲରୁ ଭଲ ହସ୍ପିଟାଲରେ ଚିକିତ୍ସା ହୋଇପାରିବେ। ଗରିବ ପରିବାର ଏହା ଜରିଆରେ ସଶକ୍ତ ହେବେ।
ପିଲାମାନଙ୍କୁ 5T ସ୍କୁଲ କେମିତି ଲାଗୁଛି ବୋଲି ମଧ୍ୟ ପଚାରିଥିଲେ ୫ଟି ସଚିବ। ଗତକାଲି ଢେଙ୍କାନାଳ ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ 5T ରେ ସାମିଲ କରିବାକୁ ଅର୍ଥ ଅନୁମୋଦନ କରିଛନ୍ତି। କଲେଜ ମ୍ୟାନେଜମେଣ୍ଟ, ପୂର୍ବତନ ଛାତ୍ର, ନିର୍ବାଚିତ ପ୍ରତିନିଧି ମିଶିକି କାମ କରି ୬ ମାସରେ ଏହି ରୂପାନ୍ତର କରିବା। ଆପଣ ମାନଙ୍କ ସ୍ୱପ୍ନ ପୂରଣ କରି ଆତ୍ମବିଶ୍ଵାସ ବଢ଼ାଇବାକୁ ଏହି ରୂପାନ୍ତର କରୁଛନ୍ତି। ଆମେ କାମ ଗୁଡିକ ମନିଟର କରିବୁ। ତେଣୁ କାମରେ ଲାଗି ପଡନ୍ତୁ ବୋଲି କହି ଉତ୍ସାହିତ କରିଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍।