Nipah Virus - The Sakala

ପଶ୍ଚିମବଙ୍ଗରେ ନିପା ଭୂତାଣୁ ଆତଙ୍କ: ୨୫ ବର୍ଷୀୟା ନର୍ସଙ୍କ ମୃତ୍ୟୁ, ସ୍ୱାସ୍ଥ୍ୟ ବିଭାଗର ହାଇ ଆଲର୍ଟ
ପଶ୍ଚିମବଙ୍ଗରେ ପୁଣି ଥରେ ନିପା ଭୂତାଣୁ (Nipah Virus) ର ଆତଙ୍କ ଦେଖାଦେଇଛି। ଏକ ଦୁଃଖଦ ଘଟଣାରେ, ଗୁରୁବାର ଦିନ ରାଜ୍ୟର ଜଣେ ୨୫ ବର୍ଷୀୟା ନର୍ସଙ୍କର ନିପା ଭୂତାଣୁ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ସାମ୍ପ୍ରତିକ ଇତିହାସରେ ପଶ୍ଚିମବଙ୍ଗରେ ଏଭଳି ମାମଲା ପ୍ରଥମ ଥର ପାଇଁ ରେକର୍ଡ କରାଯାଇଛି, ଯାହା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଘଟଣାର ସବିଶେଷ ବିବରଣୀ

ସୂଚନା ଅନୁଯାୟୀ, ମୃତକ ନର୍ସ ଜଣକ ଗତ କିଛି ଦିନ ହେବ ଜ୍ୱର ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡିତ ଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ନମୁନା ପରୀକ୍ଷା ପରେ ତାଙ୍କ ଶରୀରରେ ନିପା ଭୂତାଣୁ ଥିବା ସ୍ପଷ୍ଟ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଭେକ୍ଷଣ ଆରମ୍ଭ ହୋଇଛି।

ଲକ୍ଷଣ ଏବଂ ସତର୍କତା

ଚିକିତ୍ସକଙ୍କ ଅନୁଯାୟୀ, ନିପା ଭୂତାଣୁ ସଂକ୍ରମଣର ପ୍ରମୁଖ ଲକ୍ଷଣଗୁଡ଼ିକ ମଧ୍ୟରେ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ବାନ୍ତି ଏବଂ ଗଳା ଦରଜ ହେବା ଅନ୍ତର୍ଭୁକ୍ତ। ଗୁରୁତର ଅବସ୍ଥାରେ ଏହା ମସ୍ତିଷ୍କ ପ୍ରଦାହ (Encephalitis) ର ରୂପ ନେଇପାରେ।

ଏହି ଭୂତାଣୁ ମୁଖ୍ୟତଃ ବାଦୁଡ଼ି ଦ୍ୱାରା ବ୍ୟାପିଥାଏ। ତେଣୁ ବିଶେଷଜ୍ଞମାନେ ପକ୍ଷୀ କିମ୍ବା ବାଦୁଡ଼ି ଖାଇଥିବା ଫଳ ନ ଖାଇବାକୁ ଏବଂ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି।

ପ୍ରଶାସନର ପଦକ୍ଷେପ

ଏହି ଘଟଣା ପରେ ପଶ୍ଚିମବଙ୍ଗ ସରକାର ତତ୍ପର ହୋଇଉଠିଛନ୍ତି। ମୃତ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଆଇସୋଲେସନ (Isolation) ରେ ରଖାଯାଇଛି। ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିପା ଭାଇରସକୁ ନେଇ ଓଡ଼ିଶା ବର୍ତ୍ତମାନ ଭୟ କରିବା ଦରକାର ନାହିଁ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ନିପା ଭାଇରସକୁ ନେଇ ପଶ୍ଚିମବଙ୍ଗରେ ଆତଙ୍କ । ପଶ୍ଚିମବଙ୍ଗରେ ନିପା ଭାଇରସରେ ଦୁଇ ଜଣ ହସ୍ପିଟାଲ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ତେବେ ବର୍ତ୍ତମାନ ଓଡ଼ିଶାକୁ ନାହିଁ ନିପା ଭୟ। ଏନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ନିର୍ଦ୍ଦେଶ ନଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ନାହିଁ। ଯାହା ୨୦୨୩ରେ ମାର୍ଗଦର୍ଶିକା ଆସିଥିଲା, ତାହା ପାଳନ କରାଯାଉ । କେନ୍ଦ୍ର ନିର୍ଦ୍ଦେଶ ନ ଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ହେବାର ନାହିଁ । ଓଡ଼ିଶାରେ ନିପା ଭାଇରସ ରୋଗୀ ଚି଼ହ୍ନଟ ହୋଇନି । ଭାରତ ସରକାରଙ୍କ ଟିମ ପଶ୍ଚିମବଙ୍ଗ ଯାଇ କାମ କରୁଛନ୍ତି । ଓଡ଼ିଶା ସରକାର ଵି କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି । ପଶ୍ଚିମ ବଙ୍ଗରେ ମାତ୍ର ଦୁଇଟି ମାମଲା ଆସିଛି, ହେଲେ ବ୍ୟାପିନି । ଯେଉଁଥି ପାଇଁ ଓଡ଼ିଶା ଭୟ କରିବା ଦରକାର ନାହିଁ ।

ପଶ୍ଚିମବଙ୍ଗରେ ନିପା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ  ଓଡ଼ିଶାରେ ଏବେ ସତର୍କ ଘଣ୍ଟି ବାଜିଛି। ବିଶେଷକରି ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସଂକ୍ରମିତ ଘୁଷୁରୀ, ବାଦୁଡିଙ୍କ ଠାରୁ ଏହି  ଭୂତାଣୁ ମଣିଷର ଶରୀର ଆସିବା ପରେ ଲୋକଙ୍କ ମଧ୍ୟରେ କ୍ଷୀପ୍ର ଗତିରେ ବ୍ୟାପିଥାଏ । ତେଣୁ ସଚେତନ ଓ ସତର୍କତା ହିଁ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇଛନ୍ତି ।

କେରଳରେ ପୁଣି ବ୍ୟାପୁଛି ନିପା ଭୂତାଣୁ, ଜଣେ ୧୪ ବର୍ଷୀୟ ବାଳକ ସଂକ୍ରମିତ
ତିରୁଅନନ୍ତପୁରମ: କେରଳରେ ପୁଣି ନିପା ଭାଇରସ୍ ଆତଙ୍କ । ମଲ୍ଲାପୁରମରୁ ନିପା ଭୂତାଣୁ ମାମଲା ସାମ୍ନାକୁ ଆସିଛି। ୧୪ ବର୍ଷୀୟ ବାଳକ ଏହି ଭୂତାଣରେ ସଂକ୍ରମିତ ହୋଇଛନ୍ତି। ଏକ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ନମୁନାକୁ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି)କୁ ପଠାଇ ଦିଆଯାଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଭୂତାଣୁ ନିୟନ୍ତ୍ରଣ ନେଇ ଲୋକମାନଙ୍କୁ ସ୍ବାସ୍ଥ୍ୟ ମର୍ଗଦର୍ଶିକା ପାଳନ କରିବାକୁ କହିଛନ୍ତି।

ସେପଟେ ଏହି ଭାଇରସ ଚିହ୍ନଟ ପରେ ମାଲାପୁରମବାସୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ପ୍ରଶାସନ । ଯେଉଁଠି ଭାଇରସ୍ ଚିହ୍ନଟ ହୋଇଛି, ତାର ୩ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ କଟକଣ ଲଗାଇବାକୁ ନିଷ୍ପତ୍ତି ହୋଇଛି । ବାଦୁଡ଼ିଙ୍କ ଆବାସ ସ୍ଥଳୀ ନଷ୍ଟ ନକରିବାକୁ ପରାମର୍ଶ ଦେଇଛନ୍ତି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ । ସେହିଭଳି ପକ୍ଷୀ ଖଣ୍ଡିଆ କରିଥିବା କୌଣସି ଫଳ ନଖାଇବାକୁ ପରାମର୍ଶ ଦିଆଯାଇଛି । ଏହି ଭାଇରସ ପ୍ରାଣୀଙ୍କ ଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ୨୦୧୮ରେ କେରଳରେ ୧୭ ଜଣଙ୍କ ଜୀବନ ନେଇଥିଲା ନିପା ଭାଇରସ ।

କେରଳରେ ପୁଣି ନିପାହ ଭାଇରସ୍ ଆତଙ୍କ, ଆଲର୍ଟରେ ସ୍ବାସ୍ଥ୍ୟ ବିଭାଗ
ଥିରୁଅନନ୍ତପୁରମ: କେରଳରେ ପୁଣି ନିପାହ ଭାଇରସ୍ ବ୍ୟାପୁଥିବା ନେଇ ଖବର ସାମ୍ନାକୁ ଆସିଛି । କୋଝିକୋଡ଼ ଜିଲ୍ଲାରେ ଜ୍ୱରରେ ପୀଡିତ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ଆଶଙ୍କା କରାଯାଉଛି ଯେ ନିପାହ ଭାଇରସ୍ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଛି । ଦୁଇଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ହୋଇଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୋମବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତେବେ ଏହି ଦୁଇ ମୃତ୍ୟୁ ଏକ ଘରୋଇ ହସ୍ପିଟାଲରେ ହୋଇଛି ଏବଂ ନିପାହ ଭାଇରସ୍ କୁ ମୃତ୍ୟୁର କାରଣ କୁହାଯାଉଛି ।

ସ୍ୱାସ୍ଥ୍ୟ ବିଭାଗ ମୁତାବକ, ମୃତକଙ୍କ ମଧ୍ୟରୁ ଜଣଙ୍କ ସମ୍ପର୍କୀୟଙ୍କ ସ୍ଥିତି ମଧ୍ୟ ଗମ୍ଭୀର ରହିଛି ଏବଂ ତାଙ୍କୁ ଆଇସିୟୁରେ ଆଡମିଟ୍ କରାଯାଇଛି । ଜ୍ୱରରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବାଣା ଜର୍ଜ କହିଛନ୍ତି ଯେ, ମୃତକଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ ପଠାଯାଇଛି । ମୃତକଙ୍କ ସମ୍ପର୍କୀୟ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଜଣେ ମୃତକଙ୍କ ବୟସ ୯ ବର୍ଷ ହୋଇଥିବା ବେଳେ ଆଉଜଣଙ୍କ ବୟସ ୪ ବର୍ଷ ରହିଛି । ବର୍ତ୍ତମାନ ଉଭୟ ମୃତକଙ୍କ ଶବକୁ ଶବାଗାରରେ ରଖାଯାଇଛି । ରିପୋର୍ଟ ଆସିବା ପରେ ଅନ୍ତିମ ସଂସ୍କାର କରାଯିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁସାରେ, ନିପାହ ଭାଇରସ୍ ଏକ ଜିନୋଟିକ୍ ଭାଇରସ୍ ଅଟେ । ଅର୍ଥାତ ପଶୁଙ୍କ ଜରିଆରେ ମଣିଷଙ୍କ ମଧ୍ୟରେ ବ୍ୟାପିଥାଏ । ଅନେକଥର ଖାଦ୍ୟ-ପାନୀୟ ଜରିଆରେ ଏବଂ ମଣିଷରୁ ମଣିଷକୁ ମଧ୍ୟ ବ୍ୟାପିଥାଏ । ନିପାହର ସର୍ବପ୍ରଥମ ମାମଲା ୧୯୯ରେ ମାଲେସିଆର ଏକ ଗାଁ ସୁନଗଇ ନିପାହରେ ସାମ୍ନାକୁ ଆସିଥିଲା । ଏହି କାରଣରୁ ଏହି ଭାଇରସର ନାଁ ନିପାହ ରଖାଯାଇଛି । ନିପାହ ଭାଇରସର ଲକ୍ଷଣ ହେଉଛି ଗଭୀର ଜ୍ୱର ହେବା, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ ସମସ୍ୟା, ଗଳାରେ ଦରଜ, ଏଟିପିକର ନିମୋନିଆ ଭଳି ଲକ୍ଷଣ ଦେଖାଯାଇଥାଏ ।