pollution - The Sakala

ହୃଦଘାତର ନୂଆ କାରଣ ପାଲଟିଛି 'ମାଇକ୍ରୋପ୍ଲାଷ୍ଟିକ୍'! ଇଟାଲୀ ଗବେଷଣାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ଆଜିକାଲି ହୃଦଘାତ ବା ହାର୍ଟ ଆଟାକ୍ ଏକ ସାଧାରଣ ସମସ୍ୟା ପାଲଟିଛି। ତେବେ ଏହା ପଛରେ ଏବେ ଏକ ନୂଆ କାରଣ ସାମ୍ନାକୁ ଆସିଛି, ତାହା ହେଉଛି ମାଇକ୍ରୋପ୍ଲାଷ୍ଟିକ୍ (Microplastic)। ଇଟାଲୀର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏକ ସାମ୍ପ୍ରତିକ ଅଧ୍ୟୟନରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ଯେ, ରକ୍ତରେ ମାଇକ୍ରୋପ୍ଲାଷ୍ଟିକ୍ ରହିବା ଦ୍ୱାରା ହୃଦଘାତର ଆଶଙ୍କା ବହୁଗୁଣିତ ହୋଇଯାଉଛି।

ହୃଦଘାତ ରୋଗୀଙ୍କ ରକ୍ତରେ ପ୍ଲାଷ୍ଟିକ୍ କଣିକା

ୟୁରୋପିଆନ୍ ହାର୍ଟ ଜର୍ଣ୍ଣାଲ୍ (European Heart Journal) ରେ ପ୍ରକାଶିତ ଏହି ଗବେଷଣା ଅନୁଯାୟୀ, ଗୁରୁତର ହୃଦଘାତର ଶିକାର ହୋଇଥିବା ୮୪ ପ୍ରତିଶତ ରୋଗୀଙ୍କ ରକ୍ତରେ ମାଇକ୍ରୋପ୍ଲାଷ୍ଟିକ୍ ଏବଂ ନାନୋପ୍ଲାଷ୍ଟିକ୍ ମିଳିଛି। ତୁଳନାତ୍ମକ ଭାବେ, କ୍ରନିକ୍ ଇସକେମିକ୍ ହାର୍ଟ ଡିଜିଜ୍ ଥିବା ୪୦ ପ୍ରତିଶତ ରୋଗୀ ଏବଂ ସାଧାରଣ ହୃଦୟ ଥିବା ୩୨ ପ୍ରତିଶତ ଲୋକଙ୍କ ରକ୍ତରେ ଏହି ପ୍ଲାଷ୍ଟିକ୍ କଣିକା ଦେଖିବାକୁ ମିଳିଥିଲା। ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଶରୀରରେ ପ୍ଲାଷ୍ଟିକ୍ ପ୍ରଦୂଷଣ ହୃଦଘାତର ଏକ ପ୍ରମୁଖ ବିପଦ ପାଲଟିଛି। ରୋମ୍ ସ୍ଥିତ ସାପିଏଞ୍ଜା ୟୁନିଭର୍ସିଟିର ପ୍ରଫେସର ଇମାନୁଏଲ୍ ବାର୍ବାଟୋ (Professor Emanuele Barbato) ଏବଂ ଡାକ୍ତର ପାସ୍କୁଆଲେ ପାଓଲିସୋ (Dr. Pasquale Paolisso) ଙ୍କ ନେତୃତ୍ୱରେ ୬୧ ଜଣ ରୋଗୀଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା।

ସର୍ବାଧିକ ମିଳିଛି 'ପଲିଥିଲିନ୍'

ଗବେଷକମାନଙ୍କ ଅନୁଯାୟୀ, ହୃଦଘାତ ରୋଗୀଙ୍କ ରକ୍ତରେ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ୍ ମିଳିଥିବା ବେଳେ ସେଥିମଧ୍ୟରୁ ପଲିଥିଲିନ୍ (Polyethylene) ର ମାତ୍ରା ସର୍ବାଧିକ ଥିଲା। ଏହି ପଲିଥିଲିନ୍ ସାଧାରଣତଃ ପ୍ୟାକେଜିଂ ଏବଂ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀରେ ବ୍ୟବହାର କରାଯାଇଥାଏ। ମାଇକ୍ରୋପ୍ଲାଷ୍ଟିକ୍ ଗୁଡ଼ିକ ୫ ମିଲିମିଟରରୁ କମ୍ ଆକାରର ହୋଇଥିବା ବେଳେ, ନାନୋପ୍ଲାଷ୍ଟିକ୍ ଏତେ ଛୋଟ ଯେ ତାହା ସହଜରେ କୋଷ ଏବଂ ଟିସୁ ଭିତରେ ପ୍ରବେଶ କରିପାରେ।

ପ୍ରଦୂଷଣ ଏବଂ ଧୂମପାନର ସିଧାସଳଖ ପ୍ରଭାବ

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ବାୟୁ ପ୍ରଦୂଷଣ ଏବଂ ଧୂମପାନ କାରଣରୁ ରକ୍ତରେ ମାଇକ୍ରୋପ୍ଲାଷ୍ଟିକ୍ ପ୍ରବେଶ କରିବାର ଆଶଙ୍କା ଅଧିକ ଥାଏ। ଯେଉଁମାନେ ଦୀର୍ଘ ଦିନ ଧରି ଅଧିକ ବାୟୁ ପ୍ରଦୂଷଣର ଶିକାର ହୋଇଛନ୍ତି, ସେମାନଙ୍କ ରକ୍ତରେ ପ୍ଲାଷ୍ଟିକ୍ ମିଳିବାର ଆଶଙ୍କା ଢେର୍ ଅଧିକ। ଏହାବ୍ୟତୀତ, ଅଧ୍ୟୟନ ଅନୁଯାୟୀ ଧୂମପାନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ଲାଷ୍ଟିକ୍ ପ୍ରବେଶ କରିବାର ଆଶଙ୍କା ୬ ଗୁଣ ଅଧିକ ଥାଏ। ଉଭୟ ଧୂମପାନ କରୁଥିବା ଏବଂ ପ୍ରଦୂଷଣରେ ରହୁଥିବା ୧୦୦ ପ୍ରତିଶତ ବ୍ୟକ୍ତିଙ୍କ ରକ୍ତରେ ଏହି ମାରାତ୍ମକ କଣିକା ମିଳିଥିବା ବେଳେ, ଧୂମପାନ କରୁନଥିବା ଓ କମ୍ ପ୍ରଦୂଷଣରେ ରହୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ମାତ୍ର ୧୨.୫ ପ୍ରତିଶତ ରହିଛି।

ଶରୀର ଭିତରକୁ କିପରି ଯାଏ ମାଇକ୍ରୋପ୍ଲାଷ୍ଟିକ୍?

ବିଶେଷଜ୍ଞଙ୍କ ମତରେ ଏହି କ୍ଷୁଦ୍ର ପ୍ଲାଷ୍ଟିକ୍ କଣିକାଗୁଡ଼ିକ ଆମ ପରିବେଶରେ ସବୁଠାରେ ବ୍ୟାପି ରହିଛି। ଆମେ ଗ୍ରହଣ କରୁଥିବା ନିଃଶ୍ୱାସ, ପିଉଥିବା ପାଣି ଏବଂ ଖାଉଥିବା ଖାଦ୍ୟ ମାଧ୍ୟମରେ ମାଇକ୍ରୋପ୍ଲାଷ୍ଟିକ୍ ଆମ ଶରୀର ଭିତରକୁ ଯାଇ ରକ୍ତରେ ମିଶିଥାଏ, ଯାହା ଶେଷରେ ହୃଦୟ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଉପରେ ମାରାତ୍ମକ ପ୍ରଭାବ ପକାଇଥାଏ।

ବଣଭୋଜି କରୁଥିଲେ ସାବଧାନ, ପ୍ରଦୂଷଣ କଲେ ହେବ କାର୍ଯ୍ୟାନୁଷ୍ଠାନ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଭୁବନେଶ୍ଵର: ବଣ ଭୋଜି କରୁଥିଲେ ସାବଧାନ, ପ୍ରଦୂଷଣ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ବଣଭୋଜି ଉପରେ ପଲ୍ୟୁସନ୍ କଣ୍ଟ୍ରୋଲବୋର୍ଡ ନଜର ରଖିଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି କି, ଭୁବନେଶ୍ଵର ପ୍ରଦୂଷଣ ମାତ୍ରା ଡେଞ୍ଜର ଲେବୁଲ ଉପରେ ରହିବା ଚିନ୍ତାଜନକ। ସମସ୍ତେ ଏଥିପାଇଁ ସତର୍କ ରହିବା ଆବଶ୍ୟକ। ବଣଭୋଜି କରିବାକୁ ଯାଉଥିଲେ ସତର୍କ ରୁହନ୍ତୁ । ବଣଭୋଜି ନାଁରେ ପ୍ରଦୂଷଣ କଲେ ହେବ କାର୍ଯ୍ୟାନୁଷ୍ଠାନ । ପଲ୍ୟୁସନ୍ କଣ୍ଟ୍ରୋଲବୋର୍ଡ ନଜର ରଖିଛି। ଇକୋ ଟୁରିଜିମ ସ୍ଥାନରେ ନଜର ରଖିଛି ପଲ୍ୟୁସନ୍ କଣ୍ଟ୍ରୋଲବୋର୍ଡ।

ଓଡ଼ିଶାରେ ପ୍ରଦୂଷଣ ବଢୁଛି । ଅନୁଗୁଳ,ବାଲେଶ୍ବର, ତାଳଚେର ଭୁବନେଶ୍ଵର ରେ AQI ଅଧିକ ରହୁଛି। ଭୁବନେଶ୍ୱର ଅବସ୍ଥା ବିପଦଜନକ। ଲୋକେ ସଚେତନ ହେବା ଆବଶ୍ୟକ। ରାଜ୍ୟରେ ପ୍ରଦୂଷଣ ବଢିବା ପରେ ପରିବହନ ବିଭାଗକୁ ଅନୁରୋଧ କରାଯାଇଥିଲା ପଦକ୍ଷେପ ନେବାକୁ। କିନ୍ତୁ ଏତିକି ପଦକ୍ଷେପ ବି ଯଥେଷ୍ଟ ନୁହେଁ। ଲୋକେ ସତର୍କ ରହିବାକୁ ପଡିବ। ଖୁବଶୀଘ୍ର ଅର୍ବାନ, ଇଣ୍ଡଷ୍ଟ୍ରି, ପରିବହନ ବିଭାଗ, ଶିଳ୍ପ ବିଭାଗ ସହ ସମନ୍ୱୟ ବୈଠକ ବସିବ। ମାଇନ୍ସ ଏରିଆରେ ୱାଟର ସ୍ପ୍ରୀଙ୍କଲାର ସଠିକ ଭାବେ କାମ କରୁଛି ନା ନାହିଁ ତଦନ୍ତ ହେବା ଆବଶ୍ୟକ ରହିଛି। ସଠିକ ଭାବେ sop ପାଳନ ହେଉଛି ନା ନାହିଁ ତର୍ଜମା କରିବାକୁ ନିର୍ଦ୍ଦେଶ ରହିଛି।

ବିଶ୍ବର ୨୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୩, ଦିଲ୍ଲୀ ରାଜଧାନୀ ସହର ମଧ୍ୟରେ ସବୁଠାରୁ ପ୍ରଦୂଷିତ
ନୂଆଦିଲ୍ଲୀ : ବିଶ୍ବର ୨୦ଟି ପ୍ରଦୂଷିତ ସହର ମଧ୍ୟରେ କେବଳ ଭାରତର ୧୩ଟି ସହର ରହିଛି। ସେହିପରି ରାଜଧାନୀ ସହର ମଧ୍ୟରେ ଦିଲ୍ଲୀ ସବୁଠୁ ପ୍ରଦୂଷିତ ରାଜଧାନୀ ହୋଇଥିଲା ବେଳେ ଏହି ତାଲିକାରେ ସର୍ବନିମ୍ନରେ ରହିଛି। କେବଳ ସହର କିମ୍ବା ରାଜଧାନୀ ସହର ନୁହେଁ, ଭାରତ ବିଶ୍ବର ପଞ୍ଚମ ପ୍ରଦୂଷିତ ରାଷ୍ଟ୍ର ଭାବେ ଏହି ତାଲିକାରେ ସ୍ଥାନିତ ହୋଇଛି। ପ୍ରଦୂଷଣ ଦୃଷ୍ଟିରୁ ସାରା ବିଶ୍ବରେ ଭାରତର ସ୍ଥାନ ୨୦୨୩ରେ ୪ ରହିଥିଲା ବେଳେ ୨୦୨୪ରେ ଏହି ସ୍ଥିତିରେ ଆହୁରି ଅବନତି ଘଟିବା ସହିତ ଭାରତ ପଞ୍ଚମ ସ୍ଥାନକୁ ଖସି ଆସିଛି ବୋଲି ସ୍ବିଜରଲାଣ୍ଡର ଏୟାର କ୍ବାଲିଟି ଟେକନୋଲୋଜି କମ୍ପାନୀ ‘ଆଇକ୍ୟୁ ଏୟାର’ ଦ୍ବାରା ଜାରି କରାଯାଇଥିବା ‘ଦି ୱାର୍ଲଡ ଏୟାର କ୍ବାଲିଟି ରିପୋର୍ଟ-୨୦୨୪’ରେ କୁହାଯାଇଛି।

ଏହି ରିପୋର୍ଟ ଅନୁଯାୟୀ ଭାରତର ହାରାହାରି ପ୍ରଦୂଷଣ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲେ ହେଁ ଦେଶର ୧୩ ସହର ସବୁଠୁ ପ୍ରଦୂଷିତ ସହର ତାଲିକାରେ ରହିଛି। ୨୦୨୩ ତୁଳନାରେ ୨୦୨୪ରେ ଭାରତରେ ପିଏମ ୨.୫ ସାନ୍ଧ୍ରତା ହ୍ରାସ ପାଇଛି। ୨୦୨୩ରେ ଏହି ସ୍ତର ପ୍ରତି ଘନ ମିଟର ପ୍ରତି ୫୪.୪ ମାଇକ୍ରୋଗ୍ରାମ ରହିଥିଲା ବେଳେ ୨୦୨୪ରେ ଏହି ସ୍ତର୫୦.୬ ମାଇକ୍ରୋଗ୍ରାମ ରହିଛି। ଏହାସତ୍ତ୍ବେ ବିଭିନ୍ନ ସହରର ପ୍ରଦୂଷଣ ସ୍ଥିତିରେ ଅବନତି ଘଟିଥିବା କୁହାଯାଇଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢି ଚାଲିଛି। ଏଠାରେ ୨୦୨୩ରେ ପିଏମ ୨.୫ ସ୍ତର ପ୍ରତି ଘନ ମିଟର ପ୍ରତି ୯୨.୭ ମାଇକ୍ରୋଗ୍ରାମ ରହିଥିଲା ବେଳେ ବାର୍ଷିକ ସ୍ତରରେ ହାରାହାରି ଭାବେ ଏହା ୯୧.୬ ମାଇକ୍ରୋଗ୍ରାମ ରହିଥିବା କୁହାଯାଇଛି।

ବିଶ୍ବର ୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ବ୍ୟତୀତ ଆସାମର ବାରିଣୀହାଟ୍‌, ମୁଲାନପୁର(ପଞ୍ଜାବ), ଫରିଦାବାଦ, ଲୋନି, ନୂଆଦିଲ୍ଲୀ, ଗୁରୁଗ୍ରାମ, ଗଙ୍ଗନଗର, ଗ୍ରେଟର ନୋଏଡା, ଭିୱାଦି, ମୁଜାଫରନଗର,ନୋଏଡା ଏବଂ ହନୁମାନଗଡ଼ ଆଦି ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାର୍ଗଦର୍ଶିକା ଅନୁସାରେ ପ୍ରତି ଘନ ମିଟର ପ୍ରତି ପିଏମ୨.୫ ସ୍ତର ହାରାହାରି ଭାବେ ୫ ମାଇକ୍ରୋଗ୍ରାମ ରହିବା କଥା। କିନ୍ତୁ ଭାରତର ପ୍ରାୟ ୩୫ ପ୍ରତିଶତ ସହର ଏହି ମାନ ଠାରୁ ୧୦ଗୁଣ ଅଧିକ ପ୍ରଦୂଷିତ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ଭାରତର ଏଭଳି ପ୍ରଦୂଷଣ ସ୍ଥିତି ଲୋକଙ୍କ ପାଇଁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବିପଦ ହୋଇଥିଲା ବେଳେ ଏହାଦ୍ବାରା ହାରାହାରି ଭାବେ ଲୋକଙ୍କ ଆୟୁ ୫.୨ ବର୍ଷ ହ୍ରାସ ପାଉଛି ବୋଲି କୁହାଯାଇଛି। ଭାରତରେ ପ୍ରଦୂଷଣଜନିତ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି। ଗତବର୍ଷ ଲ୍ୟାନ୍‌ସେଟ୍‌ ପ୍ଲାନେଟାରୀ ହେଲ୍ଥ ପକ୍ଷରୁ ପ୍ରକାଶ କରାଯାଇଥÒବା ରିପୋର୍ଟ ଅନୁସାରେ ୨୦୦୯ରୁ ୨୦୨୯ ମଧ୍ୟ॥ରେ ପ୍ରତିବର୍ଷ ପ୍ରଦୂଷଣଜିତ ମୃତ୍ୟୁସଂଖ୍ୟା ୧.୫ ନିୟୁତ ରହିଥିବା କୁହାଯାଇଛି।

ଶୀତଦିନେ ପ୍ରଦୂଷଣ ହ୍ରାସ ପାଇଁ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାରରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ: ଶୀତଦିନେ ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀରେ ସମସ୍ତ ପ୍ରକାର ବାଣ ଉତ୍ପାଦନ, ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ସହରରେ ଏହି ନିଷେଧାଦେଶ ଲାଗୁ କରିବାକୁ ଦିଲ୍ଲୀ ପୁଲିସକୁ କଡା ନିର୍ଦ୍ଦେଶ ଦିଆଯିବ। ଏ ନେଇ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି । ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଦିଲ୍ଲୀର ହାରାହାରୀ AQI  କମ ରହିଥାଏ । ଶୀତ ବଢ଼ିବା ସହ ବାୟୂ ପ୍ରଦୂଷଣ ମଧ୍ୟ ବଢ଼ିଥାଏ । ଏଣୁ ଚଳିତ ବର୍ଷ ଦୀପାବଳି ସମୟରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି କଟକଣା ଲଗାଯାଇଛି ।

ସୂଚନା ଅନୁଯାୟୀ, ଗତ ବର୍ଷ ଦିଲ୍ଲୀ ସରକାର ଘୋଷଣା କରିଥିଲେ ଯେ, ସହରରେ ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ୬ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୨୦୦ଟଙ୍କା ଜରିମାନା ଆଦାୟ ହେବ। ବାଣ ଉତ୍ପାଦନ, ସଂରକ୍ଷଣ ଓ ବିକ୍ରି କଲେ ବିସ୍ଫୋରକ ଆଇନର ଧାରା ୯ବି ଅନୁଯାୟୀ ୫୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯିବ।