Super Fours - The Sakala

ଏସିଆ କପ୍ ସୁପର-୪’ର ଶେଷ ମୁକାବିଲା, ଆଜି ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ
କଲମ୍ବୋ: ଆଜି ଏସିଆ କପ୍‌‌ ସୁପର-୪’ର ଶେଷ ମୁକାବିଲା ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ୩ଟି ଲେଖାଏଁ ସୁପର-୪ ମ୍ୟାଚ୍‌‌ ଖେଳିବେ। ଏହା ମଧ୍ୟରୁ ଭାରତ ୨ଟି ମ୍ୟାଚ୍‌‌ ଖେଳି ୨ଟିଯାକରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିସାରିଛି। ଅନ୍ୟପକ୍ଷରେ ବାଂଲାଦେଶ ୨ଟି ଯାକ ମ୍ୟାଚ୍‌‌ରେ ପରାଜିତ ହୋଇ ପ୍ରତିଯୋଗିତାରୁ ବାଦ୍‌‌ ପଡ଼ିଛି। ଏଭଳି ସ୍ଥିତିରେ ଏହି ମ୍ୟାଚ୍‌‌ର ଫଳାଫଳ ଉପରେ କିଛି ଗୁରୁତ୍ୱ ନାହିଁ। କିନ୍ତୁ ଭାରତୀୟ ଖେଳାଳିଙ୍କ ଲାଗି ବେଶ ଗୁରୁତ୍ୱ ବହନ କରୁଛି। କଲମ୍ବୋର ରଣସିଂହ ପ୍ରେମଦାସା ଷ୍ଟାଡିୟମ୍‌‌ରେ ଖେଳାଯାଇଥିବା ଶେଷ ଦୁଇଟି ମ୍ୟାଚ୍‌‌ରେ ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।

ଏପରିକି ପ୍ରଥମ ମ୍ୟାଚ୍‌‌ରେ ପାକିସ୍ତାନ ବିପକ୍ଷରେ ୨ ୱିକେଟରେ ୩୫୬ ରନ୍‌‌ କରିଥିବା ଭାରତ ଏହାର ପରଦିନ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌‌ରେ ବ୍ୟାଟରମାନେ ସଂଘର୍ଷ କରିଥିଲେ। ରୋହିତ ଶର୍ମା ଓ ଶୁବମାନ ଗିଲ ପ୍ରଥମ ୱିକେଟ ଯୋଡିରୁ ୮୦ ରନ୍‌‌ ଉଠାଇ ନଥିଲେ ଭାରତକୁ ଏହି ମ୍ୟାଚ୍‌‌ ଜିତିବା କଷ୍ଟକର ହୋଇପଡ଼ିଥାନ୍ତା। ଯୁବ ଅଲରାଉଣ୍ଡର ଦୁନିଥ ୱେଲାଲାଗେଙ୍କୁ ଅଟକାଇବା ଭାରତ ଲାଗି କଷ୍ଟକର ହୋଇଥିଲା। ବ୍ୟାଟିଂ ହେଉ ଅବା ବୋଲିଂ, ଉଭୟ ବିଭାଗରେ ୱେଲାଲାଗେ ଦମ୍‌‌ ଦେଖାଇ ଖେଳିଥିଲେ। ଏଣୁ ଶେଷ ଲିଗ୍‌‌ ମ୍ୟାଚ୍‌‌ରେ ଭାରତ ଯେପରି ବାଂଲାଦେଶ ସ୍ପିନରଙ୍କୁ ଠିକ୍‌‌ ଭାବେ ଖେଳିପାରିବ, ତାହା ଉପରେ ନିଶ୍ଚିତ ଗୁରୁତ୍ୱ ଦେବ। ଏଭଳି ସମୟରେ ଆହତ ଯୋଗଁ ଦୀର୍ଘ ଦିନ ଖେଳିପାରି ନଥିବା ଖେଳାଳିମାନେ ମଧ୍ୟ ଭଲ ଭାବେ ମ୍ୟାଚ୍‌‌ ପ୍ରାକ୍ଟିସ୍‌‌ ପାଇପାରିବେ। ପିଚ୍‌‌ ଯଦି ଏଭଳି ରହେ ତେବେ ଭାରତୀୟ ଦଳରେ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌‌।

ଅନ୍ୟପକ୍ଷରେ ୪ଟି ମ୍ୟାଚ୍‌‌ରୁ କେବଳ ଆଫଗାନିସ୍ତାନକୁ ହରାଇଥିବା ବାଂଲାଦେଶ ନିକଟରେ କ୍ୱାଲିଟି ବୋଲିଂ ଖେଳିବାର ଅସୁବିଧା ରହିଛି। ଭାରତ ବିପକ୍ଷରେ ସେମାନେ ଏହି ଅସୁବିଧାକୁ ଦୂର କରିବେ ବୋଲି ଆଶା ରଖିିଛି। ସାକିବ-ଅଲ-ହସନ ଏଯାଏ ତାଙ୍କ ଦକ୍ଷତା ଅନୁଯାୟୀ ଖେଳିନାହାନ୍ତି। ଏଣୁ ସାକିବଙ୍କ ଲାଗି ମଧ୍ୟ ଏହି ମ୍ୟାଚ୍‌‌ ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ। ଦଳର ଅନ୍ୟତମ ବରିଷ୍ଠ ଖେଳାଳି ମୁସ୍‌‌ଫିକର ରହିମ ମଧ୍ୟ ଏହି ମ୍ୟାଚ୍‌‌ରେ ଖେଳିବେ ନାହିଁ। ଏହା ସତ୍ତ୍ବେ ସାନ୍ତ୍ୱନାମୂଳକ ବିଜୟ ସହ ବାଂଲାଦେଶ ବିଶ୍ୱକପ୍‌‌ ଖେଳିବାକୁ ଆଶା ରଖିଛି।

ଏସିଆ କପ୍‌‌ରୁ ପାକିସ୍ତାନ ବିଦା, ଶେଷ ବଲ୍‌ରେ ଜିତିଲା ଶ୍ରୀଲଙ୍କା
କଲମ୍ବୋ: ଏସିଆ କପ୍‌‌ ସୁପର୍‌‌-୪’ର ଏକ ରୋମାଞ୍ଚକ ମୁକାବିଲାରେ ଗୁରୁବାର ଘରୋଇ ଶ୍ରୀଲଙ୍କା ଡିଏଲ୍‌ ପଦ୍ଧତିରେ ୨ ୱିକେଟ୍‌‌ରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବର୍ଷା ବାଧାପ୍ରାପ୍ତ ୪୨ ଓଭରବିଶିଷ୍ଟ ଏହି ମ୍ୟାଚରେ ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୫୨ ରନର କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଶେଷ ବଲରେ ୮ ୱିକେଟ୍‌‌ ହରାଇ ବିଜୟୀ ହୋଇଥିଲା। ୱିକେଟ୍‌‌ରକ୍ଷକ କୁଶାଲ ମେଣ୍ଡିସଙ୍କ ୯୧ ଓ ଚାରିଥ ଆସଲଙ୍କା’ଙ୍କ ଅପରାଜିତ ୪୯ ରନ ଶ୍ରୀଲଙ୍କାକୁ ଫାଇନାଲରେ ପ୍ରବେଶ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଅପରପକ୍ଷରେ ସୁପର୍‌‌-୪ରେ ୩ ମ୍ୟାଚରୁ ୨ ପରାଜୟ ଓ ଗୋଟିଏ ବିଜୟ ସହ ୩ୟ ସ୍ଥାନରେ ରହି ପାକିସ୍ତାନ ପ୍ରତିଯୋଗିତାରୁ ବିଦାୟ ନେଇଛି।

ସ୍ଥାନୀୟ ଆର୍‌‌ ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଡିଏଲ୍‌‌ ପଦ୍ଧତି ଶ୍ରୀଲଙ୍କା ସାମ୍ନାରେ ୨୫୨ ରନର ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା। ଏହାକୁ ପିଛା କରି ଘରୋଇ ଶ୍ରୀଲଙ୍କା ମଧ୍ୟକ୍ରମର ୩ ବ୍ୟାଟର୍‌‌ କୁଶାଲ ମେଣ୍ଡିସ, ସଦୀରା ସମରବିକ୍ରମା ଓ ଆସଲଙ୍କାଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା। ମେଣ୍ଡିସ ୮୭ ବଲରୁ ୮ ଚୌକା ଓ ୧ ଛକା ବଳରେ ସର୍ବାଧିକ ୯୧ ରନ କରିଥିଲେ। ସେହିଭଳି ୪୮ ରନ କରିଥିବା ସମରବିକ୍ରମା ୩ୟ ୱିକେଟ୍‌‌ରେ ମେଣ୍ଡିସଙ୍କ ସହ ଗୁରୁତ୍ୱପୂର୍ଣ୍ଣ ୧୦୦ ରନର ଭାଗୀଦାରି କରିଥିଲେ। ତେବେ ମ୍ୟାଚ ବିଜୟୀ ଅପରାଜିତ ୪୯ ରନ କରିଥିବା ଆସଲଙ୍କା ଶେଷ ବଲରେ ବିଜୟସୂଚକ ୨ ରନ କରି ହିରୋ ସାଜିଥିଲେ। ପାକିସ୍ତାନ ପକ୍ଷରୁ ଇଫତିକାର ଅହମ୍ମଦ ୩ ଓ ଶାହୀନ ଶାହ ଆଫ୍ରିଦୀ ୨ଟି ୱିକେଟ୍‌‌ ନେଇଥିଲେ।

ପୂର୍ବରୁ ପାକିସ୍ତାନ ଦଳ ଟସ୍‌‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଶ୍ରୀଲଙ୍କା ପେସ୍‌‌ ଓ ସ୍ପିନ ବୋଲିଂକୁ ଉଚିତ ମୁକାବିଲା କରି ନପାରି ଦଳ ବର୍ଷା ଯୋଗୁ ଖେଳ ବନ୍ଦ ରହିଲା ବେଳକୁ ୫ ୱିକେଟରେ ୧୩୦ ରନ୍‌‌ କରି ବିପଦରେ ପଡ଼ିଥିଲା। କିନ୍ତୁ ବର୍ଷା ଛାଡ଼ିବା ପରେ ମ୍ୟାଚ୍‌‌କୁ ୪୨ ଓଭର ବିଶିଷ୍ଟ କରାଯାଇଥିଲା। ଦୀର୍ଘଦିନ ହେଲା ଚୁପ୍‌‌ ରହିଥିବା ରିଜ୍‌‌ୱାନ୍‌‌ ଓ ଇଫତିକାର ଅହମ୍ମଦ୍‌‌ ଧୈର୍ଯ୍ୟର ସହ ବ୍ୟାଟିଂ କରି ପ୍ରଥମେ ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ଏମାନେ ୬ଷ୍ଠ ୱିକେଟରେ ୭୮ ବଲ୍‌‌ରୁ ୧୦୮ ରନ୍‌‌ ଉଠାଇବା ଫଳରେ ଦଳ ଏକ ସମ୍ମାନଜନକ ସ୍କୋର କରିବାରେ ସମର୍ଥ ହୋଇଥିଲା। ଶେଷ ପର୍ଯ୍ୟନ୍ତ ଆଉଟ ହୋଇ ନଥିବା ରିଜୱାନ୍‌‌ ୭୩ ବଲ ଖେଳି ୬ ଚୌକା ଓ ୨ଛକା ସହାୟତାରେ ୮୬ ଓ ଇଫତିକାର ୪୦ ବଲ୍‌‌ରେ ୪୭ ରନ୍‌‌ କରିଥିଲେ। ଏମାନଙ୍କ ଭାଗୀଦାରି ଯୋର୍ଗୁଁ ପାକିସ୍ତାନ ୭ ୱିକେଟରେ ୨୫୨ ରନର ଏକ ବଡ଼ ସ୍କୋର କରିବାରେ ସମର୍ଥ ହୋଇଥିଲା। ପୂର୍ବରୁ ପାଳି ଆରମ୍ଭ କରିଥିବା ଅବ୍‌‌ଦୁଲ୍ଳା ସଫିକ୍‌‌ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ୬୯ ବଲ୍‌‌ରେ ୫୨ ଓ ଅଧିନାୟକ ବାବର ଆଜମ ୩୫ ବଲ୍‌‌ରେ ୨୯ ରନ୍‌‌ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦୁଇ ଯୁବ ଫାଷ୍ଟ ବୋଲର ମାଥୀଶା ପତିରାଣା ଓ ପ୍ରମୋଦ ମଦୁଶାନ ପତିଆରା ଦେଖାଇ ୫ ଜଣ ଖେଳାଳିଙ୍କୁ ଆଉଟ କରିଥିଲେ। ପତିରାଣାଙ୍କୁ ୩ଟି ଓ ମଦୁଶାନଙ୍କୁ ୨ଟି ୱିକେଟ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ୭ ୱିକେଟ୍‌‌ରେ ୨୫୨ ରନ କରିଥିଲେ। କିନ୍ତୁ ବର୍ଷା ଯୋଗୁ ଶ୍ରୀଲଙ୍କା ସାମ୍ନାରେ ସେହି ୪୨ ଓଭରରେ ୨୫୩ ପରିବର୍ତ୍ତେ ଡିଏଲ୍‌‌ ପଦ୍ଧତିରେ ୨୫୨ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

ସଂକ୍ଷିପ୍ତ ସ୍କୋର

ପାକିସ୍ତାନ: ୨୫୨/୭, ୪୨ ଓଭର (ମହମ୍ମଦ୍‌‌ ରିଜ୍‌‌ୱାନ-୮୬ ଅପରାଜିତ, ଅବ୍‌‌ଦୁଲ୍ଲା ସଫିକ୍‌‌-୫୨, ଇଫତିକାର ଅହମ୍ମଦ୍‌‌- ୪୭, ମାଥୀଶା ପତିରାଣା-୩/୬୫, ପ୍ରମୋଦ ମଦୁଶାନ- ୨/୫୮)।

ଶ୍ରୀଲଙ୍କା: ୨୫୨/୮(ଡିଏଲ୍‌), ୪୨ ଓଭର (କୁଶାଲ ମେଣ୍ଡିସ୍‌‌- ୯୧, ସମରବିକ୍ରମା-୪୮, ଆସଲଙ୍କା- ଅପରାଜିତ ୪୯, ଇଫତିକାର- ୩/୫୦, ଆଫ୍ରିଦୀ- ୨/୫୨)।

ଏସିଆକପ୍ ୨୦୨୩: ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ
କଲମ୍ବୋ: ପାକିସ୍ତାନଠୁ ବିଶାଳ ବିଜୟ ପରେ ଏସିଆ କପର ସୁପର-୪ର ଚତୁର୍ଥ ମ୍ୟାଚରେ ଆଜି ଶ୍ରୀଲଙ୍କାକୁ ଭେଟିବ ଟିମ୍ ଇଣ୍ଡିଆ । କଲମ୍ବେର ଆର୍ ପ୍ରେମଦାସା ଷ୍ଟାଡିୟମରେ ଆଜି ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ଶ୍ରୀଲଙ୍କା ଏଯାଏଁ ଦୁଇଟି ମ୍ୟାଚ୍ ଖେଳି ଉଭୟ ମ୍ୟାଚରେ ବିଜୟ ହାସଲ କରିବା ସହ ୪ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି।

ଅନ୍ୟପକ୍ଷରେ, ଗତକାଲି  ଏସିଆ କପ ସୁପର ଫୋରରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ ହୋଇଛି । ପାକିସ୍ତାନକୁ ୨୨୮ ରନରେ ହରାଇ ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଅପରାଜିତ ଶତକୀୟ ପାଳି ପରେ କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ବଳରେ ଭାରତ ଏସିଆ କପ୍‌ର ସୁପର-୪ ମ୍ୟାଚ୍‌ରେ ପାକିସ୍ତାନକୁ ୨୨୮ ରନ୍‌ରେ ହରାଇ ଦେଇଛି ।

ସମ୍ଭାବ୍ୟ ଦଳ

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ବିରାଟ କୋହଲି, ଇଶାନ କିଶାନ, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌‌ରା ଓ ମହମ୍ମଦ ସିରାଜ।

ଶ୍ରୀଲଙ୍କା: ଦିମୁଥ କରୁଣାରତ୍ନେ, ପଥୁମ ନିଶଙ୍କା, କୁଶଲ ମେଣ୍ଡିସ, ସଦିରା ସମରବିକ୍ରମା, ଚରିଥ ଆଶାଲଙ୍କା, ଧନଞ୍ଜୟ ଡି ସିଲଭା, ଡାସୁନ ଶଣକା, ଦୁଶନ ହେମଥ/ଦୁନିଥ ୱିଲାଲେଜ, ମହୀଶ ତୀକ୍ଷଣା, ବିନୁରା ଫର୍ଣ୍ଣାଣ୍ଡୋ, କାସୁନ ରଜିଥା।

ଏସିଆ କପ୍: ଭାରତର ଧୂଆଁଦାର ବ୍ୟାଟିଂ, ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ
କଲମ୍ବୋ: ଭାରତ-ପାକିସ୍ତାନ ହାଇଭୋଲଟେଜ ଲଢ଼େଇରେ ଗତକାଲି (ସୋମବାର) ବର୍ଷା ସାଜିଥିଲା ବାଧକ । ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ହଠାତ୍‌ ବର୍ଷା ମାଡ଼ି ଆସିବାରୁ ଗତକାଲି ମ୍ୟାଚ୍‌କୁ ଅଧାରୁ ସ୍ଥଗିତ ରଖାଯାଇଥିଲା। ଗତକାଲିର ଅବଶିଷ୍ଚ ମ୍ୟାଚ ଆଜି ଅର୍ଥାତ ରିଜର୍ଭ ଡେ’ ରେ ଖେଳାଯାଇଛି। ଭାରତ ୫୦ ଓଭରରେ ୨ ୱିକେଟ ହରାଇ ୩୫୬ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ପାକିସ୍ତାନକୁ ୩୫୭ ରନର ଆବଶ୍ୟକତା ରହିଛି।

ଟସ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୪୯ ବଲରେ ୫୬ ରନ କରି ଆଉଟ ହୋଇଥିବା ବେଳେ ଶୁଭମନ୍ ଗିଲ ୫୨ ବଲରେ ୫୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଲୋକେଶ ରାହୁଲ ଓ ବିରାଟ କୋହଲି ସମ୍ଭାଳିଥିଲେ। ଉଭୟ ଶତକୀୟ ଇଂନିସ ଖେଳିଥିଲେ। ରାହୁଲ ୧୦୬ ବଲରେ ୧୧୧ ରନ କରି ଅପରାଜିତ ଥିବାବେଳେ ବିରାଟ ୯୪ ବଲରେ ୧୨୨ ରନ କରି ଅପରାଜିତ ରହିଛନ୍ତି।

ସହିପରି, ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ଓ ଶଦାବ ଖାନ୍‌‌ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ଏସିଆ କପ୍: ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ ସ୍ଥଗିତ
କଲମ୍ବୋ: ଭାରତ-ପାକିସ୍ତାନ ହାଇଭୋଲଟେଜ ଲଢ଼େଇରେ ପୁଣି ବର୍ଷା ସାଜିଛି ବାଧକ। ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ହଠାତ୍‌ ବର୍ଷା ମାଡ଼ି ଆସିବାରୁ ମ୍ୟାଚ୍‌କୁ ଅଧାରୁ ସ୍ଥଗିତ ରଖାଯାଇଛି। ଆଜିର ମ୍ୟାଚ ଆସନ୍ତାକାଲି ଅର୍ଥାତ ରିଜର୍ଭ ଡେ’ ରେ ଖେଳାଯିବ।

ଅଚାନକ ପବନ ସହ ବର୍ଷା ମାଡ଼ି ଆସିବାରୁ ଷ୍ଟାଡିୟମ କର୍ମଚାରୀମାନେ ପାଲ ଘୋଡ଼ାଇବାକୁ ବେଶ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିଯଥଗୁ ଆଉଟ ଫିଲ୍ଡ ପ୍ରଭାବିତ ହୋଇଥିଲା। ଆଉଟ ଫିଲ୍ଡ ସଂପୂର୍ଣ୍ଣ ଭାବେ ଓଦା ହୋଇଯାଇଛି। ଠିକ ସମୟରେ ଏହାକୁ ଘୋଡ଼ାଇବା ସମ୍ଭବ ହୋଇ ପାରି ନ ଥିଲା । ଫଳରେ ମ୍ୟାଚକୁ ଆସନ୍ତାକାଲି ଘୁଞ୍ଚାଯାଇଛି।

ସୂଚନା ଅନୁଯାୟୀ, ଟସ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୪.୧ ଓଭରରେ ୨ଟି ୱିକେଟ ହରାଇ ୧୪୭ ରନ କରିଛି। ରୋହିତ ଶର୍ମା ୪୯ ବଲରେ ୫୬ ରନ କରି ଆଉଟ ହୋଇଥିବା ବେଳେ ଶୁଭମନ୍ ଗିଲ ୫୨ ବଲରେ ୫୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଲୋକେଶ ରାହୁଲ ଓ ବିରାଟ କୋହଲି ସମ୍ଭାଳିଥିଲେ। ରାହୁଲ ୨୮ ବଲରେ ୧୭ ରନ କରି ଅପରାଜିତ ଥିବାବେଳେ ବିରାଟ ୧୬ ବଲରେ ୮ ରନ କରି ଅପରାଜିତ ରହିଛନ୍ତି। ସହିପରି, ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ଓ ଶଦାବ ଖାନ୍‌‌ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ବର୍ଷା ପାଇଁ ଆଜିର ମ୍ୟାଚ ସ୍ଥଗିତ ରଖାଯାଇଥିବା ବେଳେ ବଳକା ମ୍ୟାଚ ଆସନ୍ତାକାଲି ରିଜର୍ଭ ଡେ’ ରେ ଖେଳାଯିବ ବୋଲି କୁହାଯାଇଛି।