baragarg - The Sakala

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭଖୁଣ୍ଟି ସ୍ଥାପନ
ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆଜି ସ୍ଥାପନ ହୋଇଛି ଶୁଭଖୁଣ୍ଟି। ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ୱର ପ୍ରଧାନ ଦେବୀ ମାଆ ସମଲେଶ୍ୱରୀଙ୍କ ଠାରୁ ଆଜ୍ଞାମାଳ ନେଇଥିଲେ। ଧନୁଯାତ୍ରା କମିଟି ଦ୍ୱାରା ପୂଜା ଅର୍ଚ୍ଚନା ପରେ ବିରାଟ ଶୋଭାଯାତ୍ରାରେ ବାହାରି ହାଟପଦା ସ୍ଥିତ ସଞ୍ଚାର ମଣ୍ଡପ ଠାରେ  ଶୁଭଖଣ୍ଟି ସ୍ଥାପନ କରାଯାଇଛି।

ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ୧୧ ଦିନ ଧରି ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଂଗ ମଞ୍ଚ ।

ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ, ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ
ବରଗଡ: ବରଗଡ଼ ଜିଲ୍ଲା ବିଜେପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୫ ମହଲା ବିଶିଷ୍ଟ ଏକ ବିରାଟ କ୍ୟାନ୍ସର ହସ୍ପିଟାଲ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।  ୧୦୬ କୋଟି ୬ ଲକ୍ଷ ଟଙ୍କା ବିନିମୟରେ ୧୨ ହଜାର ୬୮୨ ବର୍ଗ ମିଟରରେ ନିର୍ମାଣ ହୋଇଛି ଏହି ହସ୍ପିଟାଲ । ଏହାବାଦ୍‌ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପରେ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ହୋଇଛି ବ୍ୟାପକ ବନ୍ଦୋବସ୍ତ।

୨୦୧୯ ମସିହାରେ ସୋହେଲା ଠାରେ ଆୟୋଜିତ ଏକ ସଭାରେ କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ଆଜି ବାସ୍ତବରୂପ ନେବାକୁ ଯାଉଛି । କ୍ଯାନ୍ସର ହସପିଟାଲରେ ରହିଛି ୧୦୦ ଶଯ୍ୟା । ଇନଡୋର ୱାର୍ଡ ପାଇଁ ୪୦ ଶଯ୍ୟା, ଡେ- କେୟାର କେମୋଥେରାପି ପାଇଁ ୨୦ ଶଯ୍ୟା , ଆଇସିୟୁ ପାଇଁ ୬ ଶଯ୍ୟା, ହାଇ ଡିପେନ୍ଡେସି ଇଉନିଟ୍ ପାଇଁ ୬ ଶଯ୍ୟା, ପ୍ରି-ସର୍ଜରୀ ପାଇଁ ୬ ଟି, ପୋଷ୍ଟ୍ ସର୍ଜରୀ ପାଇଁ ୬ଟି ଶଯ୍ୟା।

ସେହିପରି ଆଇସୋଲେସନ୍ ଶଯ୍ୟା ୪ ଟି ଥିବାବେଳେ ୧୨ ଟି କ୍ୟାବିନ୍ ବ୍ୟବସ୍ଥା କରାଯାଇଛି। ରେଡିଏନ୍ସ ଅଙ୍କୋଲୋଜିଷ୍ଟ, ମେଡିକାଲ ଅଙ୍କୋଲୋଜିଷ୍ଟ, ପାଲୋଜିଷ୍ଟ, ସର୍ଜରୀ ସ୍ପେସିଆଲିଷ୍ଟ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, କର୍ଣ୍ଣ-ନାଶା-ଗଳା ବିଶେଷଜ୍ଞ, ଦାନ୍ତ ରୋଗ ବିଶେଷଜ୍ଞ, ମେଡିସିନ ସ୍ପେସିଆଲିଷ୍ଟ, ରେଡିଏଂଶ ଟେକ୍ନୋଲୋଜିଷ୍ଟ , ଫାର୍ମାସିଷ୍ଟ, ଲ୍ଯାବ ଟେକ୍ନିସିଆନ ଓ ନର୍ସିଂ ଅଫିସରର ଆଦି ନିଯୁକ୍ତି ପାଇସାରିଛନ୍ତି ।

ସେହିଭଳି ୨୨ କୋଟି ୭୮ ଲକ୍ଷ ଟଙ୍କା ବିନିମୟରେ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ୩୪୨ କୋଟି ୬୯ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟରେ ୫୯ ଗୋଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ସହ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ ଗୋଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ଲୋକାର୍ପଣ ହେବ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ, ୨୬ ହଜାର ହେକ୍ଟର ଜମିକୁ ମାଡ଼ିବ ପାଣି
ଭୁବନେଶ୍ୱର: ଆଜି ବରଗଡ଼ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଭେଟି ଦେବାକୁ ଯାଉଛନ୍ତି। ବରଗଡ଼ ତଥା ସଂଲଗ୍ନ ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଆସନ୍ତାକାଲି ଲୋକାର୍ପଣ କରିବେ। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୪ ବ୍ଲକ ବିଜେପୁର, ବରପାଲି, ସୋହେଲା ଓ ବରଗଡ଼ ବ୍ଲକର ପ୍ରାୟ ୨୫୬୦୦ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ ଓ ରାଜ୍ୟର ସେଚ ଅଭିଯାନକୁ ଏହା ଆହୁରି ଶକ୍ତିଶାଳୀ କରିବ।

ଚଳିତବର୍ଷ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାର ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପ ଲୋକାର୍ପଣ କରିଥିଲେ। ଏହାଦ୍ୱାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ପ୍ରାୟ ୧ ଲକ୍ଷ ଏକର ଚାଷଜମିକୁ ପାଣି ପହଞ୍ଚିପାରିଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ବିଭିନ୍ନ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିବାବେଳେ କିଛି ନୂଆ ପ୍ରକଳ୍ପ ହାତକୁ ନିଆଯିବ। ବିଶେଷକରି ବହୁ ନୂତନ ବୃହତ୍‌‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଯଥା ନୟାଗଡ଼ର ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ, ଗଞ୍ଜାମ ଜିଲ୍ଲାର ପିପିଳପଙ୍କା ଡ୍ୟାମ, ମୟୂରଭଞ୍ଜର ଖଇରିବନ୍ଦନ ବ୍ୟାରେଜ ପ୍ରକଳ୍ପ ଓ ବଲାଙ୍ଗୀର ଜିଲ୍ଲାର ଉପର ଲାନ୍ଥ ଜଳସେଚନ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ଏହି ସବୁ ପ୍ରକଳ୍ପଗୁଡ଼ିକ ଚଳିତ ବର୍ଷ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାକୁ ଆପାତତଃ ସ୍ଥିର ହୋଇଛି।

ଅନ୍ୟପକ୍ଷରେ ବିଭିନ୍ନ ଜଳଭଣ୍ଡାର ଏବଂ କେନାଲରୁ ଉପଲବ୍ଧ ଅତିରିକ୍ତ ଜଳ ଉତ୍ତୋଳନ କରି ରାଜ୍ୟର ଉଚ୍ଚଭୂମି ଅଞ୍ଚଳରେ ଖରିଫ୍‌‌ ଜଳସେଚନ ଯୋଗାଇବା ପାଇଁ ରାଜ୍ୟ ସରକାର ପାର୍ବତୀ ଗିରି ବୃହତ୍‌‌ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି।

ଏହି ଯୋଜନାରେ ଅଦ୍ୟାବଧି ୨୦୨ଟି ପ୍ରକଳ୍ପର କାର୍ଯ୍ୟ ସମ୍ପନ୍ନ କରାଯାଇ ବର୍ତ୍ତମାନ ସୁଦ୍ଧା ୨୫୬୦୦୦ ହେକ୍ଟର ଚାଷଜମିକୁ ଜଳସେଚିତ କରାଯାଇ ପାରିଛି। ଦ୍ୱିତୀୟ ପର୍ଯ୍ୟାୟରେ ୫ ବର୍ଷ ମଧ୍ୟରେ ୧୦୭୫୯ କୋଟି ଟଙ୍କା ବ୍ୟୟରେ ୧୭୦ଟି ପ୍ରକଳ୍ପ ହାତକୁ ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନାରେ ଆସନ୍ତା ଆର୍ଥିକ ବର୍ଷ ବିଭାଗ ୧୨୨୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଯଦ୍ୱାରା ବ୍ୟାପକ ଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇପାରିବ। ସେହିପରି ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୫ଟି ନୂଆ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ସରକାର ୮୬୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହାବ୍ୟତୀତ ଜିଲ୍ଲାଗସ୍ତ ସମୟରେ ୫-ଟି ଅଧ୍ୟକ୍ଷ ଜନମତକୁ ଆଧାରି କରି ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁର କରୁଥିବା ବେଳେ ଚଳିତ ବର୍ଷ ବହୁ ପ୍ରକଳ୍ପ କାର୍ଯ୍ୟନ୍ୱୟନର ସମ୍ଭାବନା ରହିଥିବା ନେଇ କୁହାଯାଉଛି।

ପୁଅର ଚିକିତ୍ସା ପାଇଁ ଆବଶ୍ୟକ ୨୫ ଲକ୍ଷ, ସହଯୋଗର ହାତ ବଢାଇବା ପାଇଁ ବାପାମାଆଙ୍କ ଆକୁଳ ନିବେଦନ
ବରଗଡ: ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନଗୁଳ ଗ୍ରାମର ଯଦୁମଣି ବେହେରାଙ୍କ ୧୧ ବର୍ଷର ପୁଅ କୋହିନୁର ସିକିଲବିଟା ଥାଲସେମିଆରେ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପ୍ରତି ୨/୩ ସପ୍ତାହରେ ରକ୍ତର ଆବଶ୍ୟକ ହେଉଛି। ଡାକ୍ତରଙ୍କ କହିବାନୁସାରେ ବୋନମେରୁ ଟ୍ରାନ୍ସପ୍ଲାଣ୍ଟ କଲେ ସେ ଆରୋଗ୍ୟ ଲାଭ କରିପାରିବ। ଏଥି ପାଇଁ ୨୫ ଲକ୍ଷ ଟଙ୍କାର ଆବଶ୍ୟକ ହେବ। ଯଦୁମଣି ପରି ଜଣେ ଗରିବଲୋକ ପକ୍ଷେ ଏତିକି ଅର୍ଥ ଯୋଗାଡ କରିବା ଅସମ୍ଭବ ମନେ ହେଉଛି। ତେଣୁ ସରକାରୀ, ବେସରକାରୀ ସଂସ୍ଥା କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିର ଆର୍ଥିକ ସହଯୋଗରେ ତାଙ୍କ ପୁଅ ନୁତନ ଜୀବନ ଲାଭ କରି ପାରିବ। ବାରମ୍ବାର ଦିଲ୍ଲୀ ଓ ଅନ୍ୟନ୍ୟ ଡାକ୍ତରଖାନା ଚିକିତ୍ସା ପାଇଁ ଯାଇ ସର୍ବଶାନ୍ତ ହୋଇଛନ୍ତି। ଆକ୍ରାନ୍ତ ଶିଶୁର ଜୀବନ ବଞ୍ଚେଇବା ପାଇଁ ପିତାମାତା ଆକୁଳ ନିବେଦନ କରିଛନ୍ତି। ବୋନ ମେରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ ଆବଶ୍ୟକ ହେଉଛି ୨୫ ଲକ୍ଷ ଟଙ୍କା। ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏଯାଏଁ ୩ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସୁବିଧା ପାଇସାରିଛନ୍ତି। ଏହି ସମୟରେ ୨୫ ଲକ୍ଷ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ତେଣୁ ଜନସାଧାରଣ ତାଙ୍କୁ ଯଥାସମ୍ଭବ ସହଯୋଗ କରିବା ପାଇଁ ଆକୁଳ ନିବେଦନ କରିଛନ୍ତି। ସାହାଯ୍ୟ ତଥା ଯୋଗାଯୋଗ ପାଇଁ ନମ୍ବର ହେଉଛି – 7894645009 ।

ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଯାଉଛି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟ
ଭୁବନେଶ୍ବର: କ୍ଷେତରେ ମାଡ଼ିବ ପାଣି, ଚାଷୀ ମୁହଁରେ ଖେଳିବ ହସ। କେବଳ ବର୍ଷା ଉପରେ ଆଉ ଚାଷୀକୁ ନିର୍ଭର କରିବାକୁ ପଡ଼ିବ ନାହିଁ। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ବରଗଡ଼ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ଜମି ଜଳସେଚିତ ହେବ। ଖୁବଶୀଘ୍ର ବରଗଡ଼ ଜିଲ୍ଲାବାସୀଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି।  ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରକଳ୍ପ ଭାବେ ପରିଚିତ ବରଗଡ ଜିଲ୍ଲାର ଗଙ୍ଗାଧର ମେହେର ଉଠା ସେଚନ ପ୍ରକଳ୍ପ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଯାଉଛି। ପାଇପ ଲାଇନ ଜଳସେଚନରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ ଭାବେ ଉଭା ହେବାକୁ ଯାଉଛି। ତେବେ, ଆସନ୍ତା ୨୫ ତାରିଖ ପରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏହାର ଲୋକାର୍ପଣ କରିବାକୁ ଜଳସେଚନ ବିଭାଗ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଛି। ଏହି ବୃହତ ପ୍ରକଳ୍ପ ଦ୍ବାରା ବରଗଡ ଜିଲ୍ଲାର ୪ ବ୍ଲକର ୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବାକୁ ଯାଉଥିବା ବେଳେ ରବି ଋତୁରୁ ଏହାର ଜଳସେଚନ ଆରମ୍ଭ ହେବ ବୋଲି ହୀରାକୁଦ ମୁଖ୍ୟବନ୍ଧ ବିଭାଗ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏଥିପାଇଁ ଇତିମଧ୍ୟରେ ଏହି ପ୍ରକଳ୍ପରୁ ଜଳସେଚିତ ହେବାକୁ ଥିବା ୧୩ ହଜାର ହେକ୍ଟର ଜମିର ପରୀକ୍ଷଣ ମଧ୍ୟ ଶେଷ ହୋଇଛି। ଏହି ସୂଚନା ମିଳିବା ପରେ ବର୍ତ୍ତମାନ ସମଗ୍ର ବରଗଡ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ବିଷ ପିଇ ସାମୁହିକ ଆତ୍ମହତ୍ୟା ଉଦ୍ୟମ, ପୁଅ- ଝିଅ ମୃତ ଓ ମାଆ ଗୁରୁତର
ବରଗଡ଼: ଗୋଟିଏ ପରିବାରର ୩ ଜଣ ସଦସ୍ୟ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ସୋହେଲା ଠାରେ। ଉକ୍ତ ପରିବାରର ୩ ଜଣ ହେଲେ ମାଆ, ପୁଅ ଓ ବିବାହିତା ଝିଅ। ସମସ୍ତେ କୀଟନାଶକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ପୁଅ ଓ ଝିଅର ମୃତ୍ୟୁ ଘଟିଛି। ମାଆଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।  ତେବେ ଗତ ଚାରି ଦିନ ତଳେ ଏହି ପରିବାରର ମୁଖ୍ୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଆଜି ହଠାତ ଏପରି ଗୋଟେ ପରିବାରର ଅନ୍ୟ ସମସ୍ତେ ସାମୁହିକ ଆତ୍ମହତ୍ୟା କରିବାର କାରଣ ଏଯାଏଁ ଜଣାପଡିନାହିଁ।

ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ବରଗଡ ଜିଲ୍ଲା ସୋହେଲା ସ୍ଥିତ ମାଷ୍ଟର ପଡା ଠାରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ସାମୁହିକ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୀଟନାଶକ ଖାଇ ପରିବାରର ସମସ୍ତେ ଛଟପଟ ହେଉଥିବାବେଳେ ଆଖପାଖ ପଡୋଶୀ ଲୋକେଦେଖିବାରୁ ଜାଣିବାକୁ ପାଇଥିଲେ ଯେ ସମସ୍ତେ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ପଡାବାସୀ ସମସ୍ତଙ୍କୁ ଘରୁ ଉଦ୍ଧାର କରି ପ୍ରଥମେ ସୋହେଲା ଡାକ୍ତରଖାନାକୁ ନେଇଥିଲେ ଏବଂ ସେଠାରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ ଓ ପରେ ବୁର୍ଲା ବଡ ମେଡିକାଲକୁ ନିଆଯାଇଥିଲା। ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ପୁଅ ଓ ଝିଅର ମୃତ୍ୟୁ ହୋଇଥିବା ଜଣାପଡିଛି।

ତେବେ ଗତ ଚାରିଦିନ ତଳେ ସେପ୍ଟେମ୍ବର ୬ ତାରିଖରେ ପରିବାରର ମୁଖ୍ୟ ଅର୍ଜୁନ ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ତାଙ୍କର ୫୫ ବର୍ଷୀୟ ସ୍ତ୍ରୀ କୁମ୍ଭ ସାହୁ , ବିବାହିତା ୨୨ ବର୍ଷୀୟା ଝିଅ ସୁବର୍ଣ ମହାଜନ ଓ ୨୭ ବର୍ଷର ପୁଅ ବଂଶୀଧର ସାହୁ କୀଟନାଶକ ଖାଇ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ୨୩ ବର୍ଷର ପୁଅ ବଂଶୀଧର ସାହୁ ଓ ବିବାହିତା ୨୨ ବର୍ଷୀୟା ଝିଅ ସୁବର୍ଣ ମହାଜନ ଙ୍କର ବୁର୍ଲା ଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘିଟିଥିବା ବେଳେ ମାଆ କୁମୋଦିନି ସାହୁ ଗୁରୁତର ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତିୟ ତେବେ ଏପରି ସାମୁହିକ ଆତ୍ମହତ୍ୟା ଉଦ୍ୟମର ପଛରେ କାରଣ କଣ ରହିଛି ତାହା ଅସ୍ପଷ୍ଟ ରହିଥିବା ବେଳେ ବିବାହିତା ଝିଅ ନିଜର ବାପାଙ୍କ ଦେହାନ୍ତ ପରେ ଶାଶୁ ଘରୁ ନିଜ ଘରକୁ ଆସି ଏପରି ଆତ୍ମହତ୍ୟା କରିବା ଘଟଣା ରହସ୍ୟ ଘେରରେ ରହିଛିୟ କେଉଁ ପରିସ୍ଥିତିରେ ପରିବାରର ସମସ୍ତେ ସାମୁହିକ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଲେ ? ଏପରି କଣ କାରଣ ହୋଇପାରେ ଯାହା ତିନି ତିନି ଜୀବନକୁ ହରାଇବାକୁ ବାଧ୍ୟ କରିଦେଇଥିଲା ? ଏପରି ଅନେକ ପ୍ରଶ୍ନ ରହିଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ପିଲିସ କୌଣସି ସୁରାଖ ପାଇପାରିନାହିଁ କିମ୍ବା ଆଖ ପାଖ ପଡୋଶୀ ଲୋକେ ମଧ୍ୟ ଏପରି ସମୁହିକ ଆତ୍ମହତ୍ୟାର କାରଣ ବିଷୟରେ କିଛି ଜାଣିପାରିନାହାନ୍ତି । ବାପା କଂସାବାସନ ଦୋକାନ ଦେଇ ପରିବାର ଚଳାଉଥିଲେ । ଝିଅ ସାରଙ୍ଗଗଡ଼ ଠାରେ ବିବାହ କରିଥିଲେ ବୋଲି ଜଣାପଡ଼ିଛି।