Cuttack Netaji Bus Terminal - The Sakala
ଅଦରକାରୀ ବସ୍ତୁରୁ ପ୍ରସ୍ତୁତ ହୋଇଥିବା ଚିତ୍ରକଳାରେ ଝଲସୁଛି ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲ
କଟକ(ଅଶୋକ କୁମାର ବାରିକ): ସୁନ୍ଦର କାରୁକାର୍ଯ୍ୟରେ ଝଲସୁଛି ବସ ଟର୍ମିନାଲ। ଅଦରକାରୀ ବସ୍ତୁରୁ ପ୍ରସ୍ତୁତ ହୋଇଥିବା ଚିତ୍ରକଳାଗୁଡ଼ିକ ରାଜ୍ୟରେ ଏହି ପ୍ରଥମ ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରୁଛି। ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିକୃତି ହେଉ କି ଆଦିବାସୀ ପରମ୍ପରା ବହନ କରୁଥିବା ଫାଇବର କଳାକୃତି, ଏହି ସବୁ କାର୍ଯ୍ୟରେ ରହିଛି କଟକର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରବିନାରାୟଣ ରଥଙ୍କ ହାତର ଯାଦୁ।
ନେତାଜୀ ବସ ଟର୍ମିନାଲର ବାହାର ସହ ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟକରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିନିମନ୍ତେ ନିର୍ମାଣ ଦାୟିତ୍ୱ ଥିବା ସଂସ୍ଥା ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ (ଓବିସିସି) ଭାସ୍କର୍ଯ୍ୟ ଶିଳ୍ପୀ ରବିନାରାୟଣ ରଥଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଆରମ୍ଭ କରାଯାଇଥିଲେ କାର୍ଯ୍ୟ। ଟର୍ମିନାଲର ସମ୍ମୁଖରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବ୍ରୋଞ୍ଜର ପ୍ରତିକୃତିକୁ ରବି ନିଜେ ତିଆରି କରିଥିଲେ। ଏହାର ଓଜନ ପ୍ରାୟ ୩ କ୍ୱିଣ୍ଟାଲ ଥିବାବେଳେ ଉଚ୍ଚତା ୧୨ ଫୁଟ ରହିଛି। ଯାହା ଟର୍ମିନାଲର ଶୋଭା ବର୍ଦ୍ଧନ କରୁଛି। ଏଥି ସହ ପ୍ରବେଶ ପଥରେ ଥିବା ଆଧୁନିକ ଓ ପାରମ୍ପରିକ ଶୈଳୀରେ ନିର୍ମିତ ପ୍ରସ୍ତର ଭାସ୍କର୍ଯ୍ୟ, ଫାଇବରରେ ନିର୍ମିତ ଆଦିବାସୀ କଳା ଓ ସଂସ୍କୃତି ଉପରେ ଆଧାରିତ ଭାସ୍କର୍ଯ୍ୟ ତଥା ଆଧୁନିକ ସମକାଳୀନ ରିଲିଫ ଭାସ୍କର୍ଯ୍ୟ ଶିଳ୍ପୀଙ୍କ କଳାନିପୁଣତାକୁ ପ୍ରତିପାଦିତ କରୁଛି। ପ୍ରବେଶପଥର ସାମ୍ନାରେ ପିତ୍ତଳ ଓ ତମ୍ବାର ବାସନକୁସନକୁ ଉପଯୋଗ କରି ପ୍ରସ୍ତୁତ କରାଯାଇଥିବା ସୁନ୍ଦର ସଂସ୍ଥାପନ କଳାକୃତି ଶିଳ୍ପୀ ଶ୍ରୀରଥଙ୍କର ଏକ ଅନନ୍ୟ ପ୍ରତିଭା। କେବଳ ସେତିକି ନୁହଁ ପୁରୁଣା ଅଟୋମୋବାଇଲ ସ୍କ୍ରାପକୁ ନେଇ ମଧ୍ୟ ଏକ ରଚନାତ୍ମକ କଳାକୃତି କରାଯାଇଛି। ଯାହାକୁ ଦେଖି ଲୋକମାନେ ସେଲ୍‌ଫି ନେବା ପାଇଁ ଘଡ଼ିଏ ଅଟକି ଯିବା ସହ ଗଲାବେଳକୁ ଓଡ଼ିଶାର ଲୋକକଳା, ଲୋକ ସଂସ୍କୃତି ଓ ପରମ୍ପରା ଆଧାରିତ ଭାସ୍କର୍ଯ୍ୟ ଶିଳ୍ପୀ ରବିଙ୍କ କଳାକୃତିକୁ ପ୍ରଶଂସା କରିବାକୁ ଭୁଲୁନାହାଁନ୍ତି।
କଟକ: କଟକର ବହୁ ପ୍ରତୀକ୍ଷିତ ଖାନନଗର ନେତାଜୀ ବସ ଟର୍ମିନାଲ ଗତକାଲି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପରେ ପୁରୁଣା ବାଦାମବାଡି ବସଷ୍ଟାଣ୍ଡ ସମେତ ୪ବସଷ୍ଟାଣ୍ଡକୁ ଆସନ୍ତାକାଲି ଠାରୁ ବନ୍ଦ କରାଯିବ। ଏ ସଂକ୍ରାନ୍ତରେ କଟକ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବାଦାମବାଡି ପୁରୁଣା ବସଷ୍ଟାଣ୍ଡ,ପାଲାମଣ୍ଡପସ୍ଥିତ ପୁରୀ ବସଷ୍ଟାଣ୍ଡ, ବାଦମବାଡିସ୍ଥିତ ପାରାଦ୍ୱୀପ ବସଷ୍ଟାଣ୍ଡ ଓ ଅନୁଗୁଳ ବସଷ୍ଟାଣ୍ଡକୁ ଆସନ୍ତା କାଲି ଠାରୁ ବନ୍ଦ କରିଦିଆଯିବ। ସେହିପରି ଏହି ସମସ୍ତ ବସଷ୍ଟାଣ୍ଡରୁ ଗଡ଼ୁଥିବା ଘରୋଇ,ସରକାରୀ ତଥା ମୋ ବସ ଗୁଡିକ ଆସନ୍ତାକାଲି ଠାରୁ ନେତାଜୀ ବସ ଟର୍ମିନାଲରୁ ଗଡ଼ିବା ବାଧ୍ୟତାମୂଳକ ହୋଇଛି। ଏଣୁ ଏହି ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ଆରଟିଓଙ୍କ ପକ୍ଷରୁ ଏନଫୋର୍ସମେଣ୍ଟ ଟିମ କରାଯାଇଛି। ଆସନ୍ତା ୧୭ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ଅଥବା ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ଏନଫୋର୍ସମେଣ୍ଟ ଜାରି ରହିବ। ଜୁନିଅର ଏମଭିଆଇ ନେତ୍ରାନନ୍ଦ ମିଶ୍ର,ଟ୍ରାଫିକ ଇନସ୍ପେକ୍ଟର ରଞ୍ଜନ କୁମାର ଦୋରା ଓ ସେମାନଙ୍କ ଟିମ ପୁରୁଣା ବସଷ୍ଟାଣ୍ଡ ଓ ନେତାଜୀ ବସ ଟର୍ମିନାଲରେ ରହି ତଦାରଖ କରିବା ସହ ସମସ୍ତ ବସ ଯେପରି ନେତାଜୀ ବସ ଟର୍ମିନାଲକୁ ଯିବ ତାହା ସୁନିଶ୍ଚିତ କରିବେ। ଉପରୋକ୍ତ ନିଷ୍ପତ୍ତି ଉଲ୍ଲଘଂନ କ୍ଷେତ୍ରରେ ସମ୍ପୃକ୍ତ ବସ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଆରଟିଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
କେଉଁ ବସ୍‌ କେଉଁ ପଟେ ଯିବ
କଟକ ଘରୋଇ ବସ ମାଲିକ ସଂଘ ସହ ଆଲୋଚନା ପରେ ବସ ଗୁଡିକ ପାଇଁ ନେତାଜୀ ବସ ଟର୍ମିନାଲରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି। ପୁରୀ, ଭୁବନେଶ୍ୱର, ନିଆଳି, ଖୋର୍ଦ୍ଧା, ବ୍ରହ୍ମପୁର, ଗଜପତି, କୋରାପୁଟ, ରାୟଗଡ଼ା, ନୟାଗଡ଼, ଫୁଲବାଣୀ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଭବାନୀପାଟଣା ଆଦି ଦକ୍ଷିଣ,ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ଅଭିମୁଖେ ଯାଉଥିବା ବସ ଗୁଡିକ ନେତାଜୀ ବସ ଟର୍ମିନାଲର ମୁଖ୍ୟ ଫାଟକରେ ବାହାରି ରିଙ୍ଗରୋଡରେ ବାମ ପାର୍ଶ୍ବକୁ ଯାଇ ୧୬ନମ୍ବର ଜାତୀୟ ରାଜପଥ ଦେଇ ଯିବେ। ଅନ୍ୟ ସ୍ଥାନକୁ ଯାଉଥିବା ବସ ଗୁଡିକ ରିଙ୍ଗରୋଡରୁ ଡାହାଣ ପଟକୁ ଯାଇ ବାଦାମବାଡି ଦେଇ ଜାତୀୟ ରାଜପଥ ଧରିବେ। ସେହିପରି ବାଙ୍କୀ, ଆଠଗଡ଼, ନରସିଂହପୁର ଆଦି ଅଞ୍ଚଳକୁ ଯାଉଥିବା ବସ ଗୁଡିକ ରିଙ୍ଗରୋଡରେ ଜୁଡିସିଆଲ ଏକାଡେମୀ ଦେଇ ନେତାଜୀ ସେତୁରେ ତ୍ରିଶୁଳିଆରେ ବାହାରିବେ।
ରାଜ୍ୟର ପ୍ରଥମ ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଟକ: କଟକ ବିକାଶରେ ଯୋଡ଼ି ହୋଇଛି  ନୂଆ ଅଧ୍ୟାୟ। ଲୋକାର୍ପିତ ହୋଇଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲ। ଖାନନଗରଠାରେ ନବନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲ (ସିଏନବିଟି)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥି ସହିତ ନୂଆ ବସଷ୍ଟାଣ୍ଡରୁ ପୁରୀକୁ ଗଡ଼ିଥିବା ପ୍ରଥମ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ କଟକରେ ପହଞ୍ଚି ଏକ ନିରାଡ଼ମ୍ବର ଉତ୍ସବରେ ବସ୍‌‌ ଟର୍ମିନାଲକୁ ଲୋକାର୍ପଣ କରିବା ସହ ଅନ୍ୟ ୧୩ ପ୍ରକଳ୍ପର ଉଦ୍‌‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ସନସାଇନ ପଡ଼ିଆ ଠାରେ ହେଲିପ୍ୟାଡ଼ରେ ଅବତରଣ କଲା ପରେ ବସ୍‌ ଟର୍ମିନାଲରେ ପହଞ୍ଚି ଥିଲେ। ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଭର୍ତ୍ତୃହରି ମହତାବ, ୫ଟି ସଚିବ ଭିକେ ପାଣ୍ଡିଆନ୍‌, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ କମିସନର ନିଖିଲ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଅଛନ୍ତି।
ବହୁପ୍ରତୀକ୍ଷିିତ କଟକର ଖାନ୍‌ନଗରସ୍ଥିତ ନେତାଜୀ ବସ ଟର୍ମିନାଲ ୧୫ ଏକର ପରିମିତ ଜମି ଉପରେ ନିର୍ମିତ। ଏହି ବସ ଟର୍ମିନାଲରେ ଖର୍ଚ୍ଚ ହୋଇଛି ୯୦.୨ କୋଟି ଟଙ୍କା । ଏଠାରେ ୧୯୨ ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି । ଇଲୋକ୍ଟ୍ରୋନିକ ସୂଚନା ବ୍ୟବସ୍ଥା ମଧ୍ୟକରାଯାଇଛି । ସିସିଟିଭି ସହ ଟର୍ମିନାଲ ମଧ୍ୟରେ ଏକ ପୁଲିସ ଆଉଟ ପୋଷ୍ଟ ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିବ । ଟର୍ମିନାଲରେ ମିଶନ ଶକ୍ତି କାଫେ, ଆହାର କେନ୍ଦ୍ର, ଏଟିଏମ୍ ,ମୋବାଇଲ ଚାର୍ଜିଂ ପଏଣ୍ଟ ଭଳି ସୁବିଧା ରହିଛି ।
ଉଦଘାଟିତ ହେଲା ୩୪୧ କୋଟିର ୧୦ ପ୍ରକଳ୍ପ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୪୧ କୋଟି ଟଙ୍କାର ୧୦ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ।ଏହି ପ୍ରକଳ୍ପଗୁଡିକ ମଧ୍ୟରେ ୯୦.୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନେତାଜୀ ବସ୍‌‌ ଟର୍ମିନାଲ, ୮୮.୩୧ କୋଟି ଟଙ୍କା ବ୍ୟୟରେ ଆର୍ଥିକ ଦୁର୍ବଳ ବର୍ଗ ଓ ସ୍ୱଳ୍ପ ରୋଜଗାରକ୍ଷମ ଲୋକଙ୍କ ପାଇଁ ନରଣପୁରଠାରେ ନିର୍ମିତ ସୁଲଭ ଗୃହ ପ୍ରକଳ୍ପ, ୯.୭୨ କୋଟି ବ୍ୟୟରେ ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ସିଲଭରସିଟି ବୋଟ୍‌‌ କ୍ଲବ୍‌‌, ପର୍ଯ୍ୟଟନ ବିଭାଗ ଦ୍ୱାରା ୫.୨୩ କୋଟି ବ୍ୟୟରେ ନିର୍ମିତ ତାଳଦଣ୍ଡା କେନାଲ ପାର୍ଶ୍ବରେ ଫୁଡକୋର୍ଟ ଓ ୱାଟର ସ୍ପୋର୍ଟସ୍‌‌ ଜୋନ୍‌‌ ଉଦଘାଟିତ ହୋଇଛି।  ସେହିଭଳି ୩.୨୨ କୋଟି ବ୍ୟୟରେ ସିଏମସି ପକ୍ଷରୁ ନିର୍ମିତ ଛତ୍ରବଜାର ଅର୍ବାନ ହାଟ, ପୂର୍ତ୍ତ ବିଭାଗ ଦ୍ୱାରା ୫୪ ଲକ୍ଷ ଟଙ୍କା ବ୍ୟୟରେ ରାଣୀହାଟ କ୍ଲକ ଟାୱାର, ୨୩.୩୫ କୋଟି ବ୍ୟୟରେ ପୂର୍ତ୍ତ ବିଭାଗ ଦ୍ୱାରା ତାଳଦଣ୍ଡା ଉପରେ ଏକାଧିକ ନିର୍ମିତ ପୋଲ, ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୬୬.୬୫ କୋଟି ବ୍ୟୟରେ ନିର୍ମିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ମହାନଦୀ କ୍ୟାମ୍ପସର ଏକାଡେମିକ ବ୍ଲକ ଓ ହଷ୍ଟେଲ-୧ ଏବଂ ୨, ୩୦କୋଟି ବ୍ୟୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନୂତନ ପାଠାଗାର ଏବଂ ୨୩.୮୫ କୋଟି ଟଙ୍କା ବ୍ୟୟରେ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ ଆଦି ଉଦଘାଟିତ ହୋଇଛି।
୨୦୦ କୋଟିର ନୂଆ ପ୍ରକଳ୍ପ ଶିଳାନ୍ୟାସ
ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦ କୋଟି ଟଙ୍କାର ନୂତନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଭେଟି ଦେଇଛନ୍ତି । ସେଥି ମଧ୍ୟରୁ ୧୨୩ କୋଟି ଟଙ୍କା ବ୍ୟୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ କେନ୍ଦ୍ର, ଗେଷ୍ଟ ହାଉସ୍‌‌, କ୍ରିକେଟ୍‌‌ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସିଏମସି ପକ୍ଷରୁ ୪୫.୧୯ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ଓ ସର୍ବସାଧାରଣଙ୍କ ନିମନ୍ତେ ଏକାଧିକ ପ୍ରକଳ୍ପ ଯଥା ଫୁଟପାଥ୍‌‌, ପାର୍କ, ସଂଗ୍ରହାଳୟ, ଭେଣ୍ଡିଂଜୋନ, ପାନୀୟ ଜଳ ପ୍ରକଳ୍ପ, ଶୌଚାଳୟ ଓ ବସ୍‌‌ ଷ୍ଟପ୍‌‌ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।  ଏହାଛଡା ପୂର୍ତ୍ତ ବିଭାଗ ପକ୍ଷରୁ ୮.୯୫ କୋଟି ଟଙ୍କା ବିନିମୟରେ ଜାତୀୟ ରାଜପଥରୁ ପୂର୍ବ ପଟ ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ୪ ଲେନ୍‌‌ ବିଶିଷ୍ଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  ମୁଖ୍ୟମନ୍ତ୍ରୀ।
୧୬ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ ଟର୍ମିନାଲ, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
କଟକ: ବସ୍ ଯାତ୍ରୀଙ୍କୁ ମିଳିବ ଅନ୍ତର୍ଜାତୀୟ ସ୍ତରର ସୁବିଧା। ଲୋକାର୍ପଣ ଅପେକ୍ଷାରେ କଟକ ନେତାଜୀ ବସ୍ ଟର୍ମିନାଲ। ଗୋଟିଏ ସ୍ଥାନରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଗଡ଼ିବ ବସ୍। ଏୟାରପୋର୍ଟ ପରି ଅନୁଭୂତି ପାଇବେ ଯାତ୍ରୀ ଓ କର୍ମଚାରୀ। କଟକବାସୀଙ୍କ ଅପେକ୍ଷାର ହେବ ଅନ୍ତ। ସେପ୍ଟେମ୍ବର ୧୬ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ ଟର୍ମିନାଲ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୮୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ଅନ୍ତର୍ଜାତୀୟ ସ୍ତରର ବସ୍ ଟର୍ମିନାଲ। ପାଞ୍ଚଟି ବସ-ବେ ସାଙ୍ଗକୁ ୧୯୧ଟି ବସ୍ ପାର୍କିଙ୍ଗ, ଯାତ୍ରୀ ବିଶ୍ରାମଗାର, ଆହାର କେନ୍ଦ୍ର, ମିଶନଶକ୍ତି କେନ୍ଦ୍ର ସହ ବସ ଚଳାଚଳ ନେଇ ଏଲେକ୍ଟ୍ରୋନିକ ସୂଚନା ବ୍ୟବସ୍ଥା କରାଯାଇଛି। ବସ୍ ଟର୍ମିନାଲ ସହ ମୁଖ୍ୟମନ୍ତ୍ରୀ ସେହିଦିନ ରେଭେନ୍ସା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ, ରାଣୀହାଟ କ୍ଲକ ଟାଓ୍ବାର, ତାଳଦଣ୍ଡା ପାର୍ଶ୍ବ ଫୁଡକୋର୍ଟ, ସିଲଭର ସିଟି ବୋଟ କ୍ଲବ ଏବଂ ଛତ୍ର ବଜାର ଅର୍ବାନ ହାଟ ସହ ୧୫ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ସିଡିଏ ଅଧ୍ୟକ୍ଷ । ୧୩ ତାରିଖରୁ ବସ୍ ଟର୍ମିନାଲରୁ ହେବ ଟ୍ରାଏଲ ରନ। ଟର୍ମିନାଲ ମଧ୍ୟକୁ ବସ୍ ପ୍ରବେଶ ଓ ପ୍ରସ୍ଥାନ ସହ ରୁଟ ଲାଇନିଂ ଏବଂ ଟ୍ରାଫିକ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯିବ।