MLA Soumya Ranjan Pattanayak - The Sakala

ଦଳରେ ଥାଇ ଦଳକୁ ବ୍ଲାକମେଲ କରୁଛନ୍ତି ସୌମ୍ୟ ପଟ୍ଟନାୟକ: ଅତନୁ ସବ୍ୟସାଚି
ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । କହିଲେ ଦଳରେ ଥାଇ ଦଳକୁ ବ୍ଲାକମେଲ କରୁଛନ୍ତି ସୌମ୍ୟ ପଟ୍ଟନାୟକ । ସେ ଆହୁରି ମଧ୍ୟ କହିଛନ୍ତି କି, ସୌମ୍ୟ ବାବୁ କ’ଣ, କେତେ ଥର ଦଳ ପରିବର୍ତ୍ତନ କରି ଏଠିକି ଆସିଛନ୍ତି ତାହା ସମସ୍ତେ ଜାଣିଛନ୍ତି । ବିଗତ ଦିନରେ ମଧ୍ୟ ସେ ବ୍ଲାକମେଲ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ରାଜ୍ୟ ଗସ୍ତ କରି ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଆଣିଲେ ‘ସେଥିରେ ସୌମ୍ୟ ବାବୁଙ୍କ ଅସୁବିଧା କେଉଁଠି ରହିଲା’ । ବ୍ଲାକମେଲ କରିବା କିମ୍ବା ରାଜନୈତିକ ସଂକୀର୍ଣ୍ଣତାକୁ ନେଇ ଚାଲିବା ଠିକ ନୁହେଁ ।

‘ଦଳକୁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ୍‌ କରି ବାରମ୍ବାର ଲେଖୁଛନ୍ତି ସୌମ୍ୟ ବାବୁ । ଏହା ଆଦୌ ଗ୍ରହଣୀୟ ନୁହେଁ କହିଲେ ଅତନୁ ସବ୍ୟସାଚୀ । ସୌମ୍ୟ ବାବୁ ଜାଣିବା ଆବଶ୍ୟକ ଦଳରେ ରହି ଦଳ ବିରୋଧରେ କାର୍ଯ୍ୟ କଲେ ଆଗକୁ ବଢିପାରିବେ କି ? ସୌମ୍ୟ ବାବୁ ଯେଉଁ ପ୍ରଶ୍ନ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତ ଉତ୍ତର ଦେଇପାରିବ ନାହିଁ । ଗୋଟେ ପଥରକୁ ଢେଲା ମାରିଲେ ସେହି ପଥର ପ୍ରତିଫଳିତ ହୋଇ ନିଜ ଆଡକୁ ଆସିବ । ଦଳରେ ରହିକି ଦଳ ବିରୋଧି ମନ୍ତବ୍ୟ ଦେବା, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଲେଖିବା ଏହା ଗ୍ରହଣୀୟ ନୁହେଁ । ଏହା ଦଳ ବିରୋଧୀ କାର୍ଯ୍ୟ କିନ୍ତୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ହେବ ନା ନାହିଁ ତାହା ଦଳର ସଭାପତି ନିଷ୍ପତି ନେବେ ।

କୁଆଡ଼େ ଯାଉଛି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ହାତପାଣ୍ଠି, ଚାରି ବର୍ଷ ହେଲା ଅଞ୍ଚଳ ମାଡ଼ିନାହାନ୍ତି ବିଧାୟକ
ନୟାଗଡ଼: ବିଧାନସଭାକୁ ନିର୍ବାଚିତ ହେବା ପାଇଁ ବାରମ୍ବାର ବିଫଳ ହେବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ଖଣ୍ଡପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ନିର୍ବାଚନମଣ୍ଡଳୀ ବାହାର ଲୋକଙ୍କୁ ଖଣ୍ଡପଡ଼ାବାସୀ ବିଶ୍ୱାସ କରୁ ନ ଥିଲେ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ବିଜେଡି ପ୍ରାର୍ଥୀ ସୌମ୍ୟଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିଲେ। ମାତ୍ର ବିଧାୟକ ରୂପେ ନିର୍ବାଚିତ ହେବା ପରେ ସୌମ୍ୟରଞ୍ଜନ କେବଳ ଦଳର ନେତା ନୁହନ୍ତି, ଖଣ୍ଡପଡ଼ାବାସୀଙ୍କ ପ୍ରତି ମଧ୍ୟ ବିଶ୍ୱାସଘାତକତା କରିଛନ୍ତି। ସ୍ଥାନୀୟ ଲୋକଙ୍କ ବିଶ୍ୱାସକୁ ଖଣ୍ଡଖଣ୍ଡ କରି ଭାଙ୍ଗି ଦେଇଛନ୍ତି। ୪ ବର୍ଷ ବିତିଥିବା ସତ୍ତ୍ବେ ବିଧାୟକ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଅନେକ ଗାଁ ମାଟି ମାଡ଼ି ନାହାନ୍ତି। ଏପରିକି ଖଣ୍ଡପଡ଼ା ଓ ଭାପୁର ବ୍ଲକବାସୀ ବିଧାୟକଙ୍କୁ ଦେଖିବାକୁ ମଧ୍ୟ ପାଇ ନାହାନ୍ତି। ନିଜର ପୁରୁଣା ରାଜନୈତିକ ଦଳ ‘ଆମ ଓଡ଼ିଶା’ରୁ ଯେଉଁମାନଙ୍କୁ ଆଣି ବିଜୁ ଜନତା ଦଳରେ ମିଶାଇଥିଲେ; ସେମାନଙ୍କ ମଧ୍ୟରୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ହାତରେ ନିଜ ହାତପାଣ୍ଠି ଅନୁଦାନକୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ଖଣ୍ଡପଡ଼ା ବିଧାୟକଙ୍କ ହାତପାଣ୍ଠିରେ କେଉଁଠି ଉନ୍ନୟନମୂଳକ କାର୍ଯ୍ୟ ହୋଇଛି, ତାହା ଖୋଜିଲେ ବି ମିଳୁନାହିଁ। ଭାପୁର ବ୍ଲକରେ ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡ଼ାଇବାଠାରୁ ଆରମ୍ଭ କରି ବିଭିନ୍ନ ଅନିୟମିତତାରେ ଜଡ଼ିତ ଲୋକଙ୍କୁ ବିଧାୟକ କେବଳ ସୁରକ୍ଷା ଦେବା ବ୍ୟତୀତ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ କିଛି କରି ନ ଥିବା ଅଭିଯୋଗ ହୋଇଛି।

କରୋନା ମହାମାରୀ କାଳରେ ସାଧାରଣ ଲୋକମାନେ ଯେତେବେଳେ କଲବଲ ହେଉଥିଲେ, ସେତେବେଳେ ଭୋଟ ନେଇଥିବା ବିଧାୟକଙ୍କ ଭେଟ ମିଳିଲା ନାହିଁ। ବନ୍ୟା ସମୟରେ ଲୋକଙ୍କ ସୁଖଦୁଃଖ ବୁଝିବା ବଦଳରେ ‘ଭଗବାନଙ୍କୁ ଡାକ’ ପରାମର୍ଶ ଦେଇ ଦାୟିତ୍ୱରୁ ନିଜକୁ ଦୂରେଇ ରଖିବା ଖଣ୍ଡପଡ଼ାବାସୀଙ୍କୁ ଉତ୍‌‌କ୍ଷିପ୍ତ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯାହାଙ୍କ ଅନୁକମ୍ପାରୁ ସୌମ୍ୟ ଖଣ୍ଡପଡ଼ାରୁ ବିଧାୟକ ରୂପେ ନିର୍ବାଚିତ ହେଲେ ତାଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶକୁ ଲୋକମାନେ ଗ୍ରହଣ କରିପାରୁ ନାହାନ୍ତି। ତାଙ୍କୁ ଆଉ ଦଳୀୟ ଟିକେଟ ନ ଦେବାକୁ ସ୍ଥାନୀୟ ବିଜେଡି କର୍ମୀ ଓ ଜନସାଧାରଣ ଦାବି କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କର ଧୃତରାଷ୍ଟ୍ର ସମ କାର୍ଯ୍ୟକୁ ନେଇ ଦଳୀୟ କର୍ମୀ ଓ ନେତା କ୍ଷୁବ୍ଧ। ବିଗତ ଦିନରେ ଖଣ୍ଡପଡ଼ା ବ୍ଲକର ଅନେକ ନେତା ସୌମ୍ୟଙ୍କ ବିରୋଧରେ ବୈଠକ କରିଥିବା ଦେଖାଯାଇଛି। ଯିଏ ଜିତିଲା, ସିଏ ମୋର ନୀତି ଆପଣେଇଥିବା ବିଧାୟକଙ୍କ କାର୍ଯ୍ୟ ଦଳରେ ଅସନ୍ତୋଷ ସୃଷ୍ଟି କରିଛି। ସେହିପରି ପଞ୍ଚାୟତ ନିର୍ବାଚନରେ କଣ୍ଟିଲୋ ଜିଲ୍ଲା ପରିଷଦ ଜୋନ୍‌‌ରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ, ସମବାୟ ବ୍ୟାଙ୍କ ନିର୍ବାଚନରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ଓ ଖୋଦ ଖଣ୍ଡପଡ଼ା ଏନ୍‌‌ଏସି ନିର୍ବାଚନରେ ଦଳୀୟ ଅଧ୍ୟକ୍ଷା ପ୍ରାର୍ଥୀଙ୍କ ପରାଜୟ ତାଙ୍କ ରାଜନୈତିକ ଅଦୂରଦର୍ଶିତା ଯୋଗୁଁ ଘଟିଥିବା ଲୋକମାନେ ଅଭିଯୋଗ କରିଛନ୍ତି।

ନିର୍ବାଚନ ମଣ୍ଡଳୀର ମାଟି ନ ମାଡ଼ି ଟାଉଟର ଓ ଦଲାଲଙ୍କ ମାଧ୍ୟମରେ ଲୋକଙ୍କ ମୁହଁ ବନ୍ଦ କରାଇବା ପାଇଁ ବିଧାୟକଙ୍କ ଉଦ୍ୟମ ଏବଂ ନିର୍ବାଚନମଣ୍ଡଳୀରେ ପାନୀୟ ଜଳ, ଆବାସ, ଭତ୍ତା, ଜଳସେଚନ ଆଦି ପ୍ରସଙ୍ଗରେ ତାଙ୍କର ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବା ପାଇଁ ବିଧାୟକ ରହିଥିବା ବେଳେ ସୌମ୍ୟ ଏସବୁ ଠାରୁ ବହୁ ଦୂରରେ ରହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନ ମାଧ୍ୟମରେ ଯେଉଁ ବିକାଶମୂଳକ କାର୍ଯ୍ୟ କରାଯାଉଛି, ସେଥିରେ ମଧ୍ୟ ସୌମ୍ୟ ବାଧକ ହେଉଥିବା ଅଭିଯୋଗ ହେଉଛି। ସର୍ବାଧିକ ଭୋଟ ଦେଇଥିବା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀକୁ ସୌମ୍ୟ ଅଣଦେଖା କରି ମିଥ୍ୟା ଆସ୍ଫାଳନ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ନିଜର ସ୍ୱାଭିମାନକୁ ବିକ୍ରି କରୁଥିବା ଏବଂ ସ୍ୱାର୍ଥ ପାଇଁ ତଳସ୍ତରକୁ ଖସି ଯାଉଥିବା ନେତାଙ୍କୁ ପୁନଃ ଖଣ୍ଡପଡ଼ା ଦାୟିତ୍ୱ ନ ଦିଆଯାଉ ବୋଲ କର୍ମୀମାନେ ଦାବି କରିଛନ୍ତି।