MANMATH ROUTRAY - The Sakala
ମନ୍ମଥଙ୍କ ବିଜୟ ନିଶ୍ଚିତ, ଶଙ୍ଖ ଧ୍ୱନିରେ ହଜିଯିବେ ଅପରାଜିତା: ସୁର
ଭୁବନେଶ୍ୱର: ଓଡ଼ିଶାରେ ଆଜି ଯେଉଁ ବିକାଶ ହୋଇଛି, ଓଡ଼ିଶାକୁ ଯେଉଁ ସମ୍ମାନ ମିଳୁଛି; ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ। ତାଙ୍କ ନେତୃତ୍ୱରେ ମୋ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛି। ମନ୍ମଥ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବା ପରଠାରୁ ଅପରାଜିତାଙ୍କର ଆଉ ସ୍ଥାନ ନାହିଁ। ମନ୍ମଥ ରାଉତରାୟକୁ ଲୋକେ ଭୁବନେଶ୍ୱର ସାଂସଦ କହିବା ଆରମ୍ଭ କଲେଣି। ନିର୍ବାଚନ ଫଳାଫଳ ଘୋଷଣା ପରେ ସବୁ ସ୍ପଷ୍ଟ ହୋଇଯିବ। ନନ୍ଦିଘୋଷ ଟିଭିକୁ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ୍‌‌ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ଓରଫ ସୁର ରାଉତରାୟ।
ସୁର କହିଛନ୍ତି ଯେ ଅପରାଜିତା ଭୁବନେଶ୍ୱରର ସାଂସଦ ଅଛନ୍ତି ସତ; କିନ୍ତୁ ଏଥର ବିଜେଡି ଆଗରେ ତାଙ୍କର ପ୍ରଭାବ ସମ୍ପୂର୍ଣ୍ଣ ଫିକା। ମନ୍ମଥକୁ ଖୋଦ୍‌‌ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ଚୟନ କରିଛନ୍ତି। ମନ୍ମଥ ଯେଉଁ ଆଡ଼େ ଯାଉଛନ୍ତି ସବୁଠି ତାଙ୍କୁ ବିପୁଳ ଜନସମର୍ଥନ ମିଳୁଛି। ମନ୍ମଥ ନିର୍ବାଚନରେ ଲଢ଼ିବା ପରଠାରୁ ଅପରାଜିତାଙ୍କର ଆଉ ସ୍ଥାନ ନାହିଁ। ଲୋକେ ଏଥର ବିଜେଡିକୁ ଭୋଟ ଦେବେ ବୋଲି ମନସ୍ଥ କରି ସାରିଛନ୍ତି। ସମସ୍ତେ କହୁଛନ୍ତି ଆମ ପୁଅ ଏଥର ସାଂସଦ ହେବ। ତେଣୁ ମନ୍ମଥର ବିଜୟକୁ କେହି ରୋକିପାରିବେ ନାହିଁ। ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ ଯାହା ସବୁ ବିକାଶ ହୋଇଛି ତାହା ନବୀନ ପଟ୍ଟନାୟକ କରିଛନ୍ତି। ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟାଳୟ, ସ୍ୱାସ୍ଥ୍ୟ, ଶିକ୍ଷା ସବୁଠି ନବୀନ ବାବୁଙ୍କ ସଫଳତାର ସ୍ୱାକ୍ଷର ରହିଛି। ଓଡ଼ିଶାରେ ଯେଉଁ ରୂପାନ୍ତରଣ ହୋଇଛି ତାହା ସମସ୍ତଙ୍କୁ କିମିଆ କରିଛି। ତେଣୁ ବିପୁଳ ସଂଖ୍ୟାରେ ଜନତା ବିଜୁ ଜନତା ଦଳକୁ ସମର୍ଥନ ଦେବେ ବୋଲି ସେ କହିଛନ୍ତି।
ଶ୍ରୀ ରାଉତରାୟ ଆହୁରି କହିଛନ୍ତି, ଏତେ ଦିନ ଧରି ମୁଁ କଂଗ୍ରେସ୍‌‌ରେ ରହି କାମ କଲି; କିନ୍ତୁ ମୋତେ ଯେପରି ଭାବେ ଦଳରୁ ବାହାର କରାଗଲା ତାହା ଠିକ୍‌‌ ନୁହେଁ। ମୋ ପୁଅ ସପକ୍ଷରେ ପ୍ରଚାର ପାଇଁ ମୁଁ ଏବେ ସମ୍ପୂର୍ଣ୍ଣ ମୁକ୍ତ। ଦୀର୍ଘ ବର୍ଷ ଧରି ମୁଁ ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା ଏବଂ ଆଖପାଖ ଅଞ୍ଚଳରେ କାମ କରିଛି। ଲୋକଙ୍କ ସହିତ ମିଶି ଆସୁଛି, ସେମାନଙ୍କ ସୁଖ ଦୁଃଖରେ ଛିଡ଼ା ହୋଇଛି। ସେହିମାନଙ୍କ ପାଖକୁ ଏବେ ମୋ ପୁଅ ପାଇଁ ଭୋଟ ମାଗିବାକୁ ଯାଉଛି ଆଉ ଲୋକେ ମନ୍ମଥକୁ ନିଶ୍ଚୟ ଆଶୀର୍ବାଦ କରିବେ। କଂଗ୍ରେସ ସହ ବିଜେପି ଭୋଟ ବି ଏଥର ମନ୍ମଥ ଖାତାକୁ ଯିବ। ତା’ର ବିଜୟକୁ କେହି ରୋକିପାରିବେ ନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି।
ଭୁବନେଶ୍ବର: କଂଗ୍ରେସରୁ ପୁଅ ମନ୍ମଥ ରାଉତରାୟଙ୍କୁ ନିଲମ୍ବନ ପରେ ଆଜି ଦଳ ଉପରେ ପ୍ରବଳ ବର୍ଷିଛନ୍ତି ବାପା ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସାନପୁଅକୁ ନିଲମ୍ବନ କରିବା ମୋ ପ୍ରତି ଅସମ୍ମାନ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁରେଶ ରାଉତରାୟ । ମୋତେ ଦଳ ଅପମାନ କରିଛି । ନିଲମ୍ବନ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ଦଳ ଭିତରେ କିଏ ବୋଲି ସୁର ପ୍ରଶ୍ନ କରିଛନ୍ତି । ମନ୍ମଥ କିଛି ଭୁଲ କରିନାହିଁ, ଠିକ୍‌ ସମୟରେ ଜବାବ ଦିଆଯିବ ବୋଲି କହିଛନ୍ତି ସୁରେଶ ରାଉତରାୟ । ଦଳରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଇସା ଦେଇ ଦଳକୁ କିଣି ରଖିଥିବା କହିଛନ୍ତି ସୁରେଶ । କମିଟିରେ ମନଇଛା ଲୋକଙ୍କୁ ରଖାଯାଇଛି । ଯେଉଁମାନେ କଂଗ୍ରେସ କମିଟିରେ ଅଛନ୍ତି ସେମାନେ, ଦିନେ ହେଲେ କଂଗ୍ରେସ ଅଫିସ ଆସୁନାହାନ୍ତି । ଏହାଛଡ଼ା ଦଳରେ କ’ଣ ଚାଲିଛି ସବୁ ଜାଣିଛି, ଛିନଛତ୍ର କରିବାକୁ କମ୍ ସମୟ ଲାଗିବ ବୋଲି କହିଛନ୍ତି ସୁର ।
ମୁଁ କେବେ ବି କହିନାହିଁ କଂଗ୍ରେସରୁ ଲଢିବା ପାଇଁ: ମନ୍ମଥ ରାଉତରାୟ
ଭୁବନେଶ୍ବର: କଂଗ୍ରେସରୁ ଲଢିବେନି କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ୨୦୨୪ରେ ସେ କଂଗ୍ରେସ ନୁହେଁ ବରଂ ଅନ୍ୟ କେଉଁ ଦଳରୁ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି । ସଫଳ ହେଉ କି ବିଫଳ, ଅନ୍ୟ ଦଳରୁ ଲଢିବି ବୋଲି ମନ୍ମଥ କହିଛନ୍ତି। ସେ କହିଛନ୍ତି, ମୁଁ କେବେ ବି କହିନାହିଁ କଂଗ୍ରେସରୁ ଲଢିବା ପାଇଁ। ବାପା ଯାହା କହିଛନ୍ତି ତାହା ତାଙ୍କ ନିଜସ୍ବ ମତ। ଜଟଣୀ ଛଡ଼ା ଆଉ କେଉଁ ଆସନରୁ ଲଢିବି ନାହିଁ । କେଉଁ ଦଳରୁ ଲଢିବି ସେନେଇ ଆସନ୍ତା ଅକ୍ଟୋବର ମାସରେ ଜଣାଇବି। ସେପଟେ ପୁଅର ସ୍ପଷ୍ଟୋକ୍ତି ପରେ ପ୍ରତିକ୍ରିୟା ରଖି ସୁର କହିଛନ୍ତି ମୁଁ ମନ୍ମଥକୁ ବୁଝାଇବି । ୨୦୨୪ରେ ସେ କଂଗ୍ରେସ ଟିକେଟରେ ଜଟଣୀ ଆସନରୁ ନିର୍ବାଚନ ଲଢିବ। ମୁଁ ନିଜେ ଖୋର୍ଦ୍ଧା ଜିଲ୍ଲାରେ ଟିକେଟ ବାଣ୍ଟିବି ବୋଲି ସୁର କହିଛନ୍ତି।