G-20 Summit - The Sakala
ନୂଆଦିଲ୍ଲୀ: ଆଜିଠାରୁ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିଥିବାବେଳେ ବିଶ୍ବନେତାଙ୍କୁ ସ୍ବାଗତ କରୁଛନ୍ତି । ଜଣଙ୍କ ପରେ ଜଣେ ନେତା ଆସି ଭାରତ ମଣ୍ଡପମରେ ପହଞ୍ଚୁଛନ୍ତି । ସେମାନଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁଠାରୁ ବଡ଼ କଥା ହେଉଛି କି, ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ର । ଯାହାକି ବେଶ ସୁନ୍ଦର ଦିଶିବା ସହ ଓଡ଼ିଶାର ଗୌରବ ସାରା ବିଶ୍ବ ମଧ୍ୟ ଦେଖୁଛି । କୋଣାର୍କ ଚକ୍ର ସାମ୍ନାରେ ଛିଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହିତ ଉପସ୍ଥିତ ଅଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ‘ଜାତୀୟ ସୁରକ୍ଷା ପରାମର୍ଶଦାତା’ ଅଜିତ ଡୋଭାଲ୍‌।
ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଜି-୨୦ ସମ୍ମିଳନୀ ସମଗ୍ର ବିଶ୍ୱରେ ଏକ ଶକ୍ତି ଭାବେ ଭାରତର ମାନ୍ୟତା ବୃଦ୍ଧି କରିଛି। ପ୍ରଥମ ଥର ଭାରତରେ ହେଉଥିବା ଜି -୨୦ ସମ୍ମିଳନୀର ଏଥର ଶୀର୍ଷକ ରଖାଯାଇଛି ‘ବସୁଧୈବ କୁଟୁମ୍ବକମ୍’ । ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ।
ସଭାର ପ୍ରଥମ ଅଧିବେଶନ ପୂର୍ବାହ୍ନ ୧୦:୩୦ ରୁ ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଦ୍ୱିତୀୟ ଅଧିବେଶନ ଅପରାହ୍ନ ୩:୪୫ ରୁ ୪:୪୫ ପର୍ଯ୍ୟନ୍ତ ଚାଲିବ। ଏହାପରେ ଜି-୨୦ ନେତାମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତରଫରୁ ଏକ ନୈଶଭୋଜିର ଆୟୋଜନ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଦୁଇ ଦିନ ମଧ୍ୟରେ ବ୍ରିଟେନ, ଜାପାନ ଏବଂ ଇଟାଲୀ ସହ ଜି-୨୦ ନେତାଙ୍କ ସହ ୧୫ଟି ଦ୍ୱିପାକ୍ଷିକ ବୈଠକ କରିବେ।
ଆଜିଠାରୁ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ, ଏକାଠି ହେବେ ବିଶ୍ବର ପ୍ରମୁଖ ୨୦ଟି ମହାଶକ୍ତି
ନୂଆଦିଲ୍ଲୀ: ଆଜିଠାରୁ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ବିଶ୍ବର ପ୍ରମୁଖ ୨୦ଟି ମହାଶକ୍ତିଙ୍କୁ ନେଇ ଗଠିତ ଏହି ଗୋଷ୍ଠୀର ୧୮ତମ ସମ୍ମିଳନୀ ପ୍ରଥମଥର ପାଇଁ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି। ଚଳିତବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଆମେରିକା,ବ୍ରିଟେନ, କାନାଡା,ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଇଟାଲୀ ଭଳି ୨୦ ସଦସ୍ୟ ରାଷ୍ଟ୍ରଙ୍କ ବ୍ୟତୀତ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ଅତିଥି ଭାବେ ଅନ୍ୟ ବହୁ ଦେଶର ନେତା ଯୋଗ ଦେଉଛନ୍ତି। ଜି-୨୦ ସମ୍ମିଳନୀକୁ ନେଇ ସାରା ଦିଲ୍ଲୀରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାବ୍ୟତୀତ ଦିଲ୍ଲୀରେ ନବ ନିର୍ମିତ ଭାରତ ମଣ୍ଡପକୁ ମଧ୍ୟ ଆକର୍ଷଣୀୟ ଶୈଳୀରେ ସଜ୍ଜିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହିତ ପ୍ରାୟ ୧୫ଟି ରାଷ୍ଟ୍ର ନେତାଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିବେ।
ଦୁଇ ତୃତୀୟାଂଶ ବିଶ୍ବ ଜନସଂଖ୍ୟା ସମେତ ମୋଟ ବୈଶ୍ବିକ ଅର୍ଥନୀତିର ୮୫ ଭାଗ ଏବଂ ମୋଟ ରପ୍ତାନିର ଶତକଡ଼ା ୭୫ ଭାଗ ଏହି ରାଷ୍ଟ୍ରମାନଙ୍କ ଦ୍ବାରା ନିୟନ୍ତ୍ରିତ ହେଉଥିବାରୁ ଏହି ଗୋଷ୍ଠୀର ପ୍ରଭାବ ସାରା ବିଶ୍ବରେ ଅଦମନୀୟ ରହିଛି। ତେବେ ପ୍ରଥମଥର ଲାଗି ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀକୁ ସଫଳ କରିବା ଲାଗି ଭାରତ ସରକାର ସବୁ ସ୍ତରରେ ଉଦ୍ୟମ କରିଛନ୍ତି। ସାଂପ୍ରତିକ ବୈଶ୍ବିକ ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ଏବଂ ରୁଷିଆ ଭଳି ଦୁଇ ମହାକାଶକ୍ତିଙ୍କ ମଧ୍ୟରେ ରାଜନୀତିକ ସମତୁଲତା ରକ୍ଷା କରିବା ଏବଂ ନାଗରିକ ସୁରକ୍ଷା ଠାରୁ ପରମାଣୁ କ୍ଷେତ୍ର ପର୍ଯ୍ୟନ୍ତ ଆଲୋଚନା କରିବାକୁ ଭାରତ ପ୍ରସ୍ତୁତ ହୋଇଛି।
ଆଜି ପ୍ରଥମେ ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ବିଦେଶୀ ଅତିଥିଙ୍କୁ ସ୍ୱାଗତ ସହ ୱେଲକମ୍ ସେରିମନି ହେବ। ପରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିବ ପ୍ରଥମ ଅଧିବେଶନ। ଏହା ପରେ ବିଦେଶୀ ଅତିଥିଙ୍କ ଲାଗି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ହୋଷ୍ଟ କରିବେ। ଏହା ପରେ କିଛି ସମୟର ବିରତି ରହିବ। ଏହି ସମୟରେ ବିଭିନ୍ନ ଶୀର୍ଷ ନେତାମାନେ ଦ୍ୱିପାକ୍ଷିକ ବୈଠକ କରିପାରିବେ। ଏହା ପରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବ ଏବଂ ଏହା ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ କିଛି ସମୟ ମିଳିବ ଦ୍ୱିପାକ୍ଷିକ ବୈଠକ ଲାଗି। ଏହା ପରେ ରାତି ୮ଟାରେ ରାତ୍ରୀ ଭୋଜନ ରହିଛି।
ଆସନ୍ତାକାଲିଠୁ ଜି-୨୦ ଶିଖର ସମ୍ମିଳନୀ, ଦିଲ୍ଲୀରେ ଏକାଠି ହେବେ ବିଶ୍ବର ପ୍ରମୁଖ ୨୦ଟି ରାଷ୍ଟ୍ରର ମୁଖିଆ
ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଭାରତ ଅଧ୍ୟକ୍ଷତାରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଶ୍ବର ପ୍ରମୁଖ ୨୦ଟି ରାଷ୍ଟ୍ର ନେତା ଯୋଗ ଦେବେ। ଏହିକ୍ରମରେ ଦିଲ୍ଲୀକୁ ବିଶ୍ବ ନେତୃବନ୍ଦଙ୍କ ସୁଅ ଛୁଟିବାରେ ଲାଗିଛି। ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ବହୁ ନେତା ଦିଲ୍ଲୀରେ ପହଞ୍ଚିବେ। ଏଥିପାଇଁ ସାରା ଦିଲ୍ଲୀରେ ଦୃଢ ସୁରକ୍ଷା ବ୍ୟବସ୍ଥା ସହିତ ଅତିଥିମାନଙ୍କୁ ସ୍ବାଗତ କରିବା ନେଇ ନାନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଏହି ସମ୍ମିଳନୀରେ ଅର୍ଥନୈତିକ, ଜଳବାୟୁ ପରିବର୍ତ୍ତନ ଓ ଶିକ୍ଷା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଜଳବାୟୁ ପରିବର୍ତ୍ତନ ଓ ଖାଦ୍ୟ ସୁରକ୍ଷା ପସଙ୍ଗକୁ ଭାରତ ମୁଖ୍ୟ ପ୍ରସଙ୍ଗ କରିବ । ଏଥିସହ ବିକାଶଶୀଳ ଦେଶମାନଙ୍କୁ କିପରି ସହଜରେ ଋଣ ମିଳିପାରିବ, ଆନ୍ତର୍ଜାତିକ ଋଣ ବ୍ୟବସ୍ଥାରେ କିପରି ସୁଧାର ଅଣାଯାଇାରିବ ଓ କ୍ରିପ୍ଟୋକରେନ୍ସି ନିୟମ ଉପରେ ବି ବିସ୍ତୃତ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ଦେଶର ସବୁଠୁ ବଡ଼ ଇଣ୍ଡୋର ହଲ୍ ଅର୍ଥାତ ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ବିଶ୍ୱର ମହାଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ଏକାଠି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଭାରତ ମଣ୍ଡପମ୍ ୧୨୩ ଏକର ଜମିରେ ନିର୍ମାଣ କରାଯାଇଛି । ଏହାର ନିର୍ମାଣରେ ୭୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଦେଶର ସବୁଠୁ ବଡ଼ କନଭେନସନ୍ ସେଂଟରରେ ଏକସଙ୍ଗେ ୧୦ହଜାର ଲୋକ ବସିପାରିବାର କ୍ଷମତା ରହିଛି ।
ବିଭିନ୍ନ ରାଷ୍ଟ୍ର ମୁଖ୍ୟମାନଙ୍କ ସୁରକ୍ଷା ପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୦୦୮ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଏଠକାର ସମସ୍ତ ହୋଟେଲଗୁଡିକରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆତଙ୍କବାଦ ମୁକାବିଲା କରିବା ନେଇ ଯେଭଳି ଗୁଳିଗୋଳା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ଅଭାବ ନପଡ଼ିବ, ସେଥିପାଇଁ ହୋଟେଲ ଗୁଡ଼ିକରେ ଷ୍ଟୋର ହାଉସ ଏବଂ ଗୁଳିଗୋଳା ସଂରକ୍ଷଣ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ତିଆରି କରାଯାଇଛି। ଏଠାରୁ କମାଣ୍ଡୋମାନଙ୍କୁ ଅପରେସନ ବେଳେ ଆବଶ୍ୟକ ଗୁଳିଗୋଳା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ କରାଯାଇପାରିବ। ଗୁଳିଗୋଳା ବ୍ୟତୀତ ଏହି ସବୁ ଷ୍ଟୋର ହାଉସଗୁଡ଼ିକରେ ଲୋଡେଡ ମାଗାଜିନ, ମେଡିକାଲ ସାମଗ୍ରୀ, ଧୂଆଁ ସୃଷ୍ଟିକାରୀ ଗ୍ରେନେଡ, ୱେୟାରଲେସ ସେଟ୍ ଚାରଜର୍ସ ଓ ସୁରକ୍ଷାକର୍ମୀଙ୍କ ପାଇଁ ବ୍ୟାକପ୍ ଅସ୍ତ୍ରଶସ୍ତ୍ର ସଂରକ୍ଷିତ କରି ରଖାଯାଇଛି।
୨୬/୧୧ ଆତଙ୍କୀ ହମଲା ବେଳେ ଅପରେସନ ସମୟରେ ଗୁଳି ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ଅଭାବ ଦେଖିବାକୁ ମିଳିଥିଲା। ତେଣୁ ଜି-୨୦ ସମ୍ମିଳନୀ ବେଳେ ଯେଭଳି ଏହି ତ୍ରୁଟିର ପୁନରାବୃତ୍ତି ନ ହୁଏ ସେଥିନେଇ ପ୍ରକାରର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସାରା ଦିଲ୍ଲୀରେ ପ୍ରାୟ ୧.୩୦ ଲକ୍ଷ ଯବାନ ମୁତୟନ ରହିଛନ୍ତି। ଏନଏସଜି,ସିଆରପିଏଫ ଏବଂ ସିଏପିଏଫ୍ର ୫୦ ହଜାର ଯବାନଙ୍କୁ ମୁତୟନ କରାଯାଇଥିବା ବେେଳ ଆଉ ୮୦ ହଜାର ଯବାନ ମଧ୍ୟ ମୁତୟନ ରହିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ମିସାଇଲ ଫାଇଟର ଜେଟ୍ ଦ୍ବାରା ନଜର ରଖିବାକୁ ବାୟୁସେନା ପ୍ରସ୍ତୁତି କରିଛି। ସାରା ଦିଲ୍ଲୀକୁ ନୋ-ଫ୍ଳାଇଂ ଜୋନରେ ପରିଣତ କରାଯାଇଥିଲା ବେଳେ ଗୁରୁବାର ମଧ୍ୟ ରାତ୍ରରୁ ସାଧାରଣ ଲୋକଙ୍କ ଗମନାଗମନ ଉପରେ ରୋକ୍ ଲାଗୁ ହେବାକୁ ଯାଉଛି।
G-20 ପାଇଁ ଦିଲ୍ଲୀରେ ଶେଷ ହେଲା ପ୍ରସ୍ତୁତି : କାଲି ଆସିବେ ବାଇଡେନ, ଜଳ-ସ୍ଥଳ ଓ ଆକାଶ ମାର୍ଗରେ ବି ରହିଛି କଡା ନଜର
ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ଲାଗି ରାଜଧାନୀ ଦିଲ୍ଲୀରେ ଜୋରଦାର ପ୍ରସ୍ତୁତି ଜୋରଦାର ଚାଲିଛି। ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏଁ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଥିବା ବେଳେ ୭ ତାରିଖରୁ ଦିଲ୍ଲୀରେ ପହଞ୍ଚି ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌।ଅତିଥିଙ୍କୁ ସ୍ୱାଗତ ଲାଗି ରାଜଧାନୀ ଦିଲ୍ଲୀ ସଜେଇ ହୋଇଛି । ଚିକମିକ୍ ଆଲୋକମାଳାରେ ଝଲସୁଛି ରାସ୍ତାଘାଟ। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଅତିଥିଙ୍କୁ ସ୍ୱାଗତ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଭାରତ ମଣ୍ଡପର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ ଚତୁଃର୍ଦିଗକୁ ସଫାସୁତରା କରାଯାଉଛି। ସେହିପରି ରାସ୍ତାକଡ଼ ପ୍ରାଚୀରକୁ ବିଭିନ୍ନ ରଙ୍ଗରେ ଚିତ୍ରଣ କରାଯାଉଛି।
ସେହିପରି ସୁରକ୍ଷା ବନ୍ଦୋବସ୍ତକୁ ମଧ୍ୟ କଡ଼ା କରାଯାଇଛି। ଭାରତ ମଣ୍ଡପମ୍ ପରିସରରେ ସଭାସ୍ଥଳ ଏବଂ ଅନ୍ୟାନ୍ୟ ସ୍ଥାନକୁ ସବୁ ଡଗସ୍କ୍ୱାଡ୍ ଏବଂ ବମସ୍କ୍ୱାଡ୍ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ ମଧ୍ୟ କରୁଛନ୍ତି। ସେପଟେ ପୁଲିସ ପକ୍ଷରୁ ଛକ ଛକରେ ଜୋରଦାର ଚେକିଂ ସହ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଉଛି। ଅତିଥିମାନଙ୍କ ସୁରକ୍ଷା ଦିଗରେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ମଧ୍ୟ ତୀକ୍ଷ୍ମ ନଜର ରଖିଛି। ଖୋଲାଯାଇଛି ୨୪ ଘଣ୍ଟିଆ କମାଣ୍ଡ ସେଣ୍ଟର୍। ୪୪୧ରୁ ଅଧିକ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ଅଞ୍ଚଳରେ ୧୬ ଶହ ସ୍ମାର୍ଟ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି। ଆକାଶରୁ ଦିଲ୍ଲୀର ରାସ୍ତାଘାଟ ଉପରେ କଡ଼ା ନଜର ରଖିଛି ଡ୍ରୋନ୍ । ସେହିପରି ଜିପିଏସ୍ ମାଧ୍ୟମରେ ଯାନଗୁଡିକର ଟ୍ରାକିଂ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ବାୟୁସୀମା ସୁରକ୍ଷା ପାଇଁ ଭାରତୀୟ ବାୟୁସେନା ଯୁଦ୍ଧବିମାନ ମୁତୟନ କରିଛି। ରାଫେଲ, ମିରେଜ୍-୨୦୦୦ ଏବଂ ସୁଖୋଇ -୩୦ ଏମ୍ କେଆଇ ସମେତ ସର୍ଫେସ୍ ଟୁ ଏୟାର ମିଜାଇଲ୍ ସିଷ୍ଟମ୍ ବି ସକ୍ରିୟ ରଖାଯାଇଛି। ସୁରକ୍ଷା ଦୃଷ୍ଟିରେ ଦିଲ୍ଲୀରେ ୫୦ହଜାର ପୁଲିସ ଫୋର୍ସ ସହିତ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ମୁତୟନ ରହିଛି । ସୁରକ୍ଷା ଦୃଷ୍ଟିରୁ ମେଟ୍ରୋ ଷ୍ଟେସନର କିଛି ଗେଟ୍, ସରକାର ଅଫିସ୍, ସ୍କୁଲ କଲେଜ ଓ ଅନଲାଇନ ଡେଲିଭରି ବ୍ୟବସ୍ଥାକୁ ମଧ୍ୟ କିଛି ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଆସନ୍‌ ୯ ତାରିଖରୁ ୧୧ ତାରିଖ ଯାଏଁ ୨୦୭ଟି ଟ୍ରେନ୍ ବାତିଲ କରାଯାଇଛି ।
ସରକାର ୨୦ ଟି କାରକୁ ୧୮କୋଟି ଟଙ୍କା ଭଡାରେ ଆଣିଛନ୍ତି
ଜି-୨୦ ବୈଠକ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ବିଶ୍ବ ନେତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ୨୦ଟି ବୁଲେଟପ୍ରୁଫ୍ କାରକୁ ଭଡାରେ ଆଣିଛନ୍ତି। ମିଳିଥିବା ସୂଚନା ଅନୁସାରେ ସରକାର ୧୮ କୋଟି ଟଙ୍କା ଭଡାରେ ୨୦ ଟି ବୁଲେଟ୍ ପ୍ରୁଫ୍ କାର୍ ନେଇଛନ୍ତି।ତେବେ କିଛି ଜାତୀୟ ଗଣମାଧ୍ୟମ ସରକାର କାର୍‌ କିଣିଥିବା ନେଇ ଖବର ପ୍ରକାଶ କରିବା ପରେ, ଏନେଇ ପ୍ରେସ୍ ସୂଚନା ବ୍ୟୁରୋ(PIB)ଫ୍ୟାକ୍ଟ ଚେକ୍ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ G20କୁ ଆସୁଥିବା ବିଶ୍ବନେତାଙ୍କ ସୁରକ୍ଷା ପାଇଁ ଭାରତ ସରକାର ୧୮ କୋଟି ଟଙ୍କାରେ ୨୦ଟି ଅଡି ବୁଲେଟ୍ ପ୍ରତିରୋଧକ କାର ନେଇଛନ୍ତି। କୌଣସି କାର କିଣାଯାଇ ନାହିଁ।
୧୦ଟି ହୋଟେଲରେ ୪୦୦ରୁ ଅଧିକ ରୁମ୍ ବୁକ୍
ଜି -୨୦ ଶିଖର ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀ ଏବେ ପ୍ରସ୍ତୁତ ହୋଇଥିବାବେଳେ ବିଦେଶୀ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ଜ୍ଝ ଅତିଥିମାନଙ୍କ ପାଇଁ ଦିଲ୍ଲୀର ଦଶଟି ତାରକା ହୋଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଦେଶର ମୁଖ୍ୟମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜି -୨୦ ସମ୍ମିଳନୀରେ ଭାଗ ନେବାକୁ ଆସୁଥିବା ନେତାଙ୍କ ପାଇଁ ଦିଲ୍ଲୀର ୧୦ଟି ହୋଟେଲରେ ୪୦୦ରୁ ଅଧିକ ରୁମ୍ ବୁକ୍ କରାଯାଇଛି।
ଏହି ଅତିଥିମାନଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ପୁଲିସ ଏବଂ କେନ୍ଦ୍ରୀୟ ପୁଲିସ ଫୋର୍ସ ବ୍ୟତୀତ ଏନଏସଜି କମାଣ୍ଡୋ ମଧ୍ୟ ନିୟୋଜିତ ହୋଇଛନ୍ତି । ଏହା ସହ ଗୁଇନ୍ଦା ସଂସ୍ଥା ଓ କମାଣ୍ଡୋମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । ଜୋ ବାଇଡେନଙ୍କୁ ସୁରକ୍ଷା ଦେଉଥିବା ଆମେରିକୀୟ ସିକ୍ରେଟ୍ ସର୍ଭିସ ଟିମ  ମଧ୍ୟ ୩ ଦିନ ପୂର୍ବରୁ ଭାରତ ଆସି ସାରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଇଟିସି ମୌର୍ଯ୍ୟ ହୋଟେଲରେ ରହିବେ। ସେହିଭଳି ଦିଲ୍ଲୀର ମୋଟ ୨୩ଟି ହୋଟେଲ ଏବଂ ଏନସିଆରରେ ୯ଟି ହୋଟେଲରେ ଜି -୨୦ ଦେଶର ପ୍ରତିନିଧୀମାନେ ରହିବେ।  ଆଇଟିସି ମୌର୍ଯ୍ୟର ପ୍ରତ୍ୟେକ ମହଲାରେ ଆମେରିକାର ସିକ୍ରେଟ୍ ସର୍ଭିସ କମାଣ୍ଡୋ ଉପସ୍ଥିତ ରହିବେ। ଜୋ ବାଇଡେନ ଏହି ହୋଟେଲର ୧୪ତମ ମହଲାରେ ରହିବେ ଏବଂ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଲିଫ୍ଟ ସ୍ଥାପନ କରାଯାଇଛି।
ଆର୍ଲଟରେ ହିମାଚଳ,ରାଜସ୍ଥାନ ଓ ଜମ୍ମୁ କାଶ୍ମୀରର ବାୟୁସେନା ଘାଟି
ଜି -୨୦ ଅତିଥିମାନଙ୍କ ସୁରକ୍ଷା ସମସ୍ତ ପ୍ରସ୍ତୁତି କରିଛି ଭାରତ। ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଭାରତୀୟ ବାୟୁସେନା।  ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ଜମ୍ମୁ କାଶ୍ମୀରରେ ସମସ୍ତ ବାୟୁସେନା ଘାଟି ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଦିଲ୍ଲୀ ଏବଂ ଏହାର ପଡ଼ୋଶୀ ଅଞ୍ଚଳର ବାୟୁସୀମାକୁ ମୁଖ୍ୟତଃ ବାୟୁସେନାର ୱେଷ୍ଟର୍ଣ୍ଣ କମାଣ୍ଡ ସୁରକ୍ଷା ଦେଉଛି। ଅତିଥିଙ୍କ ରହିବା ନିମନ୍ତେ ପ୍ରସ୍ତୁତ ହୋଇ ଥିବା ହୋଟେଲଗୁଡିକର ସମସ୍ତ ୱିଣ୍ଡୋରେ ବୁଲେଟ ପ୍ରୁଫ ଗ୍ଲାସ ଲଗାଯାଇଛି। ଏହା ବ୍ୟତୀତ ସେହି ଅଞ୍ଚଳର କିଛି ଅଂଶ ବୁଲେଟ ପ୍ରୁଫ ଗ୍ଲାସ ସହିତ ଆଚ୍ଛାଦିତ ରହିଛି।