Covid vaccine - The Sakala
ଜାନୁଆରୀ ୨୬ରେ ଲଞ୍ଚ ହେବ ଭାରତରେ ତିଆରି ପ୍ରଥମ କୋଭିଡ୍‌ ନାଜାଲ ଭ୍ୟାକସିନ
ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଲଞ୍ଚ୍ ହେବ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ବିଶ୍ଵର ପ୍ରଥମ ନାଜାଲ୍ କୋଭିଡ୍ ଟିକା । ଭାରତ ବାୟୋଟେକ ନାକରେ ପଡ଼ି ପାରୁଥିବା କୋଭିଡ୍ ଟିକା INCOVACC କୁ ଲଞ୍ଚ କରିବ। ଏନେଇ ଭୋପାଳରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ (ଆଇଆଇଏସ୍‌ଏଫ୍‌)ରେ କମ୍ପାନୀ ଚେୟାରମ୍ୟାନ ତଥା ଏମଡି କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି। ଏହି ଟିକାକୁ ନାକ ଜରିଆରେ ନିଆଯିବ ।
ଭୋପାଳରେ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ସାଇନ୍ସ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ଇଲ୍ଲା ପିଲାମାନଙ୍କ ସହ ଆଲୋଚନା କରିଥିଲେ। ଗଣତନ୍ତ୍ର ଦିବସରେ ଏହି ନାଜାଲ ଟିକାକୁ ଲଞ୍ଚ କରାଯିବ । ସେ କହିଛନ୍ତି ଯେ, ଗାଈଙ୍କ ଦେହରେ ଦେଖା ଯାଉଥିବାର ଲୁମ୍ଫି ଚର୍ମ ରୋଗର ମୁକାବିଲା ପାଇଁ Lumpi-ProVacInd କୁ ଆସନ୍ତା ମାସରେ ଲଞ୍ଚ କରାଯିବ। ଏହାପୂର୍ବରୁ କରୋନାର ମୁକାବିଲା ପାଇଁ ନାଜାଲ ଟିକାର ଶୁଭାରମ୍ଭ ହେବ।
ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକସିନର ନାମ iNCOVACC ରହିଛି । ଏହାର ମୂଲ୍ୟ ୮୦୦ ଟଙ୍କା ରହିଥିବା ବେଳେ ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ। ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି। ତେବେ ହସପିଟାଲ ପକ୍ଷରୁ ସେମାନଙ୍କର ଅତିରିକ୍ତ ଚାର୍ଜ ମିଶାଇ ପାରନ୍ତି । କୋୱିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍ସିନ୍ ଉପଲବ୍ଧ ହେବ। ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ।
ଆସନ୍ତାକାଲିଠୁ ଗାଁ ଗାଁ ବୁଲି ଟିକା ନେଇନଥିବା ଲୋକଙ୍କୁ ଖୋଜିବେ ଆଶାକର୍ମୀ
ଭୁବନେଶ୍ୱର : ରାଜ୍ୟରେ କୋଭିଡ ଟିକା ନେଇ ନ ଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ । ଆସନ୍ତାକାଲିଠାରୁ ଟିକା ନେଇ ନଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଗାଁ ଗାଁରେ ଏଭଳି ଲୋକଙ୍କୁ ଖୋଜିବେ ଆଶାକର୍ମୀ । ଟିକା ନେଇ ନ ଥିବା ଲୋକଙ୍କର ଏକ ତାଲିକା ପ୍ରକାଶ କରାଯିବ । ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ବ୍ୟକ୍ତି ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି ।
ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ଶେଷ ହେବ । ଏଥିପାଇଁ ଟିକା କେନ୍ଦ୍ର ତାଲିକା ବୃଦ୍ଧି କରାଯିବ । ଯେଉଁ ଗାଁରେ ଅଧିକ ଲୋକ ଟିକା ନେଇ ନାହାଁନ୍ତି ସେଠାରେ ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇ ନାହାଁନ୍ତିି ବୋଲି ସେ ସୂଚନା ଦେଇଛନ୍ତିି ।
ଆଜିଠୁ ରାଜ୍ୟବ୍ୟାପୀ ସେରୋ ସର୍ଭେ, ୧୨ ଜିଲ୍ଲାରୁ ସଂଗ୍ରହ କରାଯିବ ନମୁନା
ଭୁବନେଶ୍ୱର: ଆଜିଠୁ ପର୍ଯ୍ୟାୟକ୍ରମେ ରାଜ୍ୟର ୧୨ଟି ଜିଲ୍ଲାରେ ସେରୋଲୋଜିକାଲ ସର୍ଭେ ଅବା ଆଣ୍ଟିବଡି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି) ଆରମ୍ଭ ହେବ। ଭୁବନେଶ୍ୱର ସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମ୍‍ଆରସି) ଏହି ଟେଷ୍ଟ କରିବ। ଏଥିରେ ଆରଏମ୍‍ଆରସି ଦଳକୁ ସବୁ ପ୍ରକାର ସହଯୋଗ ପ୍ରଦାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ଓ ମହାନଗର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ପତ୍ର ଲେଖି କହିଛନ୍ତି।
ଆରଏମ୍‍ଆରସି ପକ୍ଷରୁ ସମ୍ବଲପୁର, ସୁନ୍ଦରଗଡ଼଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବ। ଆଜିଠୁ ପର୍ଯ୍ୟାୟକ୍ରମେ ସେପ୍ଟେମ୍ବର ୧୨ ତାରିଖ ଯାଏଁ ଚାଲିବ। କେନ୍ଦ୍ରୀୟ ଜୋନ୍‍ରେ ଖୋର୍ଦ୍ଧା, ପୁରୀ, ଯାଜପୁର, ମୟୂରଭଞ୍ଜ ଓ ବାଲେଶ୍ୱର, ଦକ୍ଷିଣ ଜୋନ୍‍ରେ ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ଥିବା ବେଳେ ଉତ୍ତର ଡିଭିଜନ୍‍ ରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼଼ ଓ କେନ୍ଦୁଝର ଜିଲ୍ଲା ଅଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ବିଭିନ୍ନ ବୟସର ଜନସାଧାରଣ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ନମୁନା ସଂଗ୍ରହ କରାଯିବ। ୧୨ ଜିଲ୍ଲାର ୬୬୮୦ ଜଣ ସାଧାରଣ ଲୋକ ଏବଂ ପ୍ରତି ଜିଲ୍ଲାରୁ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ ହେବ। ଏଥିପାଇଁ ଆରଏମ୍‍ଆରସି ଟିମ୍‍ ସଦସ୍ୟଙ୍କ ପରିବହନ ବ୍ୟବସ୍ଥା ସହ ଆବଶ୍ୟକ ସରଞ୍ଜାମ ଏବଂ ମାନବସମ୍ବଳ ଯୋଗାଇ ଦେବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳ ଓ ସିଡିଏମ୍‍ଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟର ସୁପରିଚାଳନା ପାଇଁ ଜିଲ୍ଲାରେ ଜଣେ ଲେଖାଏଁ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇ ତାଙ୍କର ନାମ ଓ ଫୋନ୍‍ ନମ୍ବର ଆରଏମ୍‍ଆରସିକୁ ଦେବା ପାଇଁ କୁହାଯାଇଛି। ୧୨ ଜିଲ୍ଲାରେ ସେରୋଲୋଜିକାଲ ସର୍ଭେ ପାଇଁ ପିଏଚ୍‍ଆରଏଫ୍‍ରୁ ୫୭ ଲକ୍ଷ ୭୦ ହଜାର ୫୦୦ ଟଙ୍କା ଯୋଗାଇ ଦିଆଯିବ। ଆଗକୁ ତୃତୀୟ ଲହର ଆସିବା ସମ୍ଭାବନା ଥିବାରୁ ଆସନ୍ତା ସର୍ଭେ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ରହିବ।
ଏଣିକି ହ୍ୱାଟସ୍‌ଆପରେ ହୋଇପାରିବ ଟିକା ପାଇଁ ସ୍ଲଟ ବୁକିଂ, ଜାଣନ୍ତୁ କିପରି କରିବେ ସ୍ଲଟ୍‌ ବୁକ୍‌
ନୂଆଦିଲ୍ଲୀ : ମହାମାରୀ କରୋନା ବିରୋଧରେ ଚାଲିଛି ଟିକାକରଣ ଅଭିଯାନ। ସମଗ୍ର ଦେଶବାସୀ ଟିକା ନେଇ କରୋନାକୁ ପ୍ରତିହତ କରିବାକୁ ମଧ୍ୟ ଆଗଭର ହୋଇ ଆଗେଇ ଆସୁଛନ୍ତି। ତେବେ ଟିକା ନେବା ପାଇଁ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡୁଛି। କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଟିକା ନେବାକୁ ଥିବା ଲୋକ କ୍ବୋଇନ୍‌ ଆପ୍‌ରେ ନିଜ ନାମ, ଆଧାରନମ୍ବର ,ମୋବାଇଲ୍‌ ନମ୍ବର ସହ ନିଜର ନାମ ପଞ୍ଜିକରଣ କରିବା ପରେ ଟିକା ପାଇଁ ସ୍ଲଟ୍‌ ବୁକ୍‌ କରିପାରୁଥିଲେ। କିନ୍ତୁ ବହୁତ ଲୋକ ଟିକା ନେବା ପାଇଁ ଆପ୍‌କୁ ଯାଇ କିମ୍ବା ଗୁଗୁଲରେ କ୍ବୋଇନ୍‌ ସାଇଟ୍‌ ଖୋଲି ଟିକା ପାଇଁ ସ୍ଲଟ୍‌ ବୁକ୍‌ କରିବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ। ଏହାକୁ ନଜରରେ ରଖି ବର୍ତ୍ତମାନ କେନ୍ଦ୍ର ସରକାର ହ୍ୱାଟସ୍‌ଆପରେ କରୋନା ଟିକା ପାଇଁ ସ୍ଲଟ୍‌ ବୁକ୍‌ କରିବାର ସୁବିଧା ଆଣିଛନ୍ତି।
Paving a new era of citizen convenience.
Now, book #COVID19 vaccine slots easily on your phone within minutes.
🔡 Send ‘Book Slot’ to MyGovIndia Corona Helpdesk on WhatsApp
🔢 Verify OTP
📱Follow the steps
Book today: https://t.co/HHgtl990bb
— Mansukh Mandaviya (@mansukhmandviya) August 24, 2021
ସରକାର କହିଛନ୍ତି ଯେ, କୋଭିଡ -୧୯ ଟିକା ହିତାଧିକାରୀମାନେ ବର୍ତ୍ତମାନ ହ୍ୱାଟସ୍ ଆପରେ MyGov Corona  ହେଲ୍ପଡେସ୍କ ମାଧ୍ୟମରେ ସେମାନଙ୍କ ସ୍ଲଟ୍ ବୁକ୍ କରିପାରିବେ। ଏହା ବ୍ୟତୀତ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍‌ଆପ ମଧ୍ୟ ଉପଭୋକ୍ତାମାନଙ୍କୁ ସେମାନଙ୍କର ନିକଟତମ ଟୀକାକରଣ କେନ୍ଦ୍ର ଖୋଜିବାକୁ ସାହାର୍ଯ୍ୟ କରିବ।
ଜାଣନ୍ତୁ ହ୍ୱାଟସ୍‌ଆପରେ କିପରି କରିବେ ଟିକା ପାଇଁ ସ୍ଲଟ୍‌ ବୁକ୍‌
ପ୍ରଥମେ ଆପଣଙ୍କୁ ଆପଣଙ୍କ ମୋବାଇଲ୍‌ରେ ୯୦୧୩୧୫୧୫୧୫ ହ୍ୱାଟସ୍‌ଆପ ନମ୍ବରକୁ ସେଭ୍‌ କରିବାକୁ ପଡିବ।
ସେହି ନମ୍ବରକୁ ହ୍ୱାଟସ୍‌ଆପରେ ‘BOOK SLOT’ ଲେଖି ପଠାଇବାକୁ ପଡିବ ।
ଏହାପରେ ସମ୍ପୃକ୍ତ ମୋବାଇଲ୍ ଫୋନ୍‌କୁ ଏକ ୬ ଅଙ୍କ ବିଶିଷ୍ଟ ଓଟିପି (OTP) ଆସିବ
ଆପଣଙ୍କୁ ସେହି ଓଟିପିକୁ ଚାଟ୍‌ରେ ପଠାଇବା ପଡିବ
ଯଦି ପୂର୍ବରୁ ଆପଣ cowin ଆପ୍‌ରେ ଆପଣଙ୍କ ନାମ ପଞ୍ଜିକରଣ କରିନଥିବେ ତେବେ ସେହିଠାରେ cowin.gov.inର ଲିଙ୍କ୍‌ ଆସିବ
ଆପଣ ସେହି ଲିଙ୍କକୁ ଯାଇ ନାମ , ଆଧାର ନମ୍ବରକୁ ପଞ୍ଜିକରଣ କରିପାରିବେ
ପଞ୍ଜିକରଣ କରିବା ପରେ ୯୦୧୩୧୫୧୫୧୫ ହ୍ବାଟସ୍‌ଆପ୍‌ ନମ୍ବରକୁ ଯାଇ ଟିକା ନେବା ପାଇଁ ନିର୍ଦ୍ଧାରୀତ ତାରିଖ ନିଜ ପିନକୋଡ୍‌ ସହ ପ୍ରଦାନ କରିବେ
କେଉଁ ସ୍ଥାନରେ ଟିକା ନେବାକୁ ଚାହୁଁଛନ୍ତି, କେଉଁଟିକା(ଟିକାର ନାମ) ନେବେ ସେ ସମ୍ପର୍କରେ ଉଲ୍ଲେଖ କରିବାକୁ ପଡିବ।
ତା ପରେ ସ୍ଲଟ୍ ବୁକ୍‌ ହୋଇଯିବ।
ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଟ୍ୱିଟ୍ କରି ଜଣାଇଛନ୍ତି। ସେ ଲେଖିଛନ୍ତି ଭାରତୀୟ ନାଗରିକଙ୍କ ସୁବିଧା ପାଇଁ ଏହି ନୂତନ ବ୍ୟବସ୍ଥା ଆରମ୍ଭ କରାଯାଇଛି।
ଟ୍ରିପଲ ଡୋଜ୍‌ ଜାଇକୋଭ-ଡିକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି
ନୂଆଦିଲ୍ଲୀ : କରୋନା ବିରୋଧୀ ଲଢ଼େଇରେ ସାମିଲ ହେବ ଆଉ ଗୋଟିଏ ସ୍ୱଦେଶୀ ଟିକା । ଜାୟଡସ୍ କାଡିଲା କରୋନା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଜାୟଡସ୍ କାଡିଲାର ଜାୟକୋଭ୍-ଡି ଟିକାକୁ ଜରୁରିକାଳୀନ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ବା ଡିସିଜିଆଇର ବିଶେଷଜ୍ଞ କମିଟି । ବିଶ୍ୱର ପ୍ରଥମ ଓ ଭାରତରେ ନିର୍ମିକ ଡିଏନଏ ବେସ୍ ଭ୍ୟାକସିନ୍ ଜାୟକୋଭ୍-ଡି ।
ଜାୟକୋଭ୍-ଡି ଟିକା ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇ ପାରିବ । ଏହାର ତିନିଟି ଡୋଜ୍ ନେବାକୁ ପଡ଼ିବ । ଜାୟଡସ୍ କାଡିଲା ଦାବି କରିଛି ଭାରତେର ସବୁଠୁ ବଡ଼ ଟିକା ଟ୍ରାଏଲ୍ ଅଭିଯାନ କରିଛି । ୫୦ରୁ ଅଧିକ କେନ୍ଦ୍ରରେ ଭ୍ୟାକସିନ୍ ପରୀକ୍ଷଣ ହୋଇଛି । ଜାଇକୋଭ୍-ଡି ହେଉଛି ଭାରତରେ ଜରୁରିକାଳୀନ ବ୍ୟବହାର ଅନୁମତି ପାଇଥିବା ଷଷ୍ଠ ଟିକା । ବର୍ତ୍ତମାନ ସୁଦ୍ଧା ସେରମର କୋଭିସିଲ୍ଡ, ଭାରତ ବାୟୋଟେକର କୋଭିସିଲ୍ଡ, ରୁଷ୍ ଟିକା ସ୍ପୁଟନିକ-ଭି, ଆମେରିକା ଟିକା ମଡେର୍ଣ୍ଣା ।
Zydus receives EUA from DCGI for ZyCoV-D, the only needle-free COVID vaccine in the world. #Zydus #vaccine #zycovd #atmanirbharbharat #worldsfirstdnavaccine #dnavaccine #covid pic.twitter.com/UmYUpPymx0
— Zydus Cadila (@ZydusUniverse) August 20, 2021
ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଜାଇଡସ୍ କାଡିଲା ଗତ ଜୁଲାଇ ୧ରେ ଡିସିଜିଏ ନିକଟରେ ଆବେଦନ କରିଥିଲା । ଦେଶବ୍ୟାପୀ ପ୍ରାୟ ୨୮ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ପରୀକ୍ଷଣ କରିବା ପରେ କମ୍ପାନି ଅନୁମତି ପାଇଁ ଆବେଦନ କରିଥିଲା । ଏହି ପରୀକ୍ଷଣରେ ଟିକାଟି ପ୍ରାୟ ୬୬.୬ ପ୍ରତିଶତ ଫଳପ୍ରଦ ବୋଲି ପ୍ରମାଣିତ ହୋଇଥିବା କମ୍ପାନି ଦାବି କରିଛି । ତେବେ ଏହି ପରୀକ୍ଷଣ ତଥ୍ୟ ଏପର୍ୟ୍ୟନ୍ତ ପିଅର ରିଭ୍ୟୁ (ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା) କରାଯାଇନାହିଁ । କାଡିଲାର ଏହି ଟିକାକୁ ୩ ଟି ମାତ୍ରାରେ ଦିଆଯିବ । କିନ୍ତୁ ୨ଟି ମାତ୍ରା ନିମନ୍ତେ ଅନୁମତି ପାଇଁ କମ୍ପାନି ଅତିରିକ୍ତ ତଥ୍ୟ ପ୍ରଦାନ କରିବା ଆବଶ୍ୟକ ବୋଲି ବିଶେଷଜ୍ଞ କମିଟି କହିଛି ।
ଗଞ୍ଜାମ, ରାୟଗଡ଼ା, କୋରାପୁଟର ସେରୋ ସର୍ଭେ ରିପୋର୍ଟ ; ୬୫% ଲୋକଙ୍କଠାରେ ଆଣ୍ଟିବଡି
ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ଭିତରେ କିଛି ସନ୍ତୋଷଜନକ ଖବର ଆସିଛି। ଚତୁର୍ଥ ପର୍ଯ୍ୟାୟ ସେରୋଲଜିକାଲ ସର୍ଭେରେ ଅଧିକାଂଶ ଲୋକ ଏପରିକି ଛୋଟ ପିଲାଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆରଏମ୍‍ଆରସି ପକ୍ଷରୁ ଗଞ୍ଜାମ, କୋରାପୁଟ ଏବଂ ରାୟଗଡ଼଼ା ଜିଲ୍ଲାରେ କରାଯାଇ ଥିବା ସେରୋ ସର୍ଭେରେ ରୋଚକ ତଥ୍ୟ ହସ୍ତଗତ ହୋଇଛି। ଏହି ତିନି ଜିଲ୍ଲାରେ ସର୍ଭେରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ୬୫.୧୨ ପ୍ରତିଶତଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୮୫ ପ୍ରତିଶତଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ତେବେ ତିନି ଜିଲ୍ଲାରେ ହୋଇଥିବା ସେରୋ ସର୍ଭେ ରିପୋର୍ଟରେ ୫୦ ପ୍ରତିଶତରୁ ଅଧିକ ଶିଶୁଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ସର୍ଭେରେ ସାମିଲ ହୋଇଥିବା ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରୁ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଠାରେ ଅଧିକ ରୋଗପ୍ରତିରୋଧକ ଶକ୍ତି ଥିବା ଦେଖାଯାଇଛି। ଚତୁର୍ଥ ଥର ପାଇଁ ଆରଏମ୍‍ଆରସି ଓଡ଼ିଶାରେ ସେରୋଲଜିକାଲ ସର୍ଭେ କରିଛି।
ରିପୋର୍ଟ ଅନୁସାରେ ଗଞ୍ଜାମରେ ସର୍ବାଧିକ ୭୦.୯ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା ବେଳେ ରାୟଗଡ଼଼ା ଓ କୋରାପୁଟରେ ଯଥାକ୍ରମେ ୬୩ ପ୍ରତିଶତ ଏବଂ ୬୧.୩ ପ୍ରତିଶତ ରହିଛି। ଉପରୋକ୍ତ ସମୟ ମଧ୍ୟରେ ୧୨୩୦ ଜଣ ସାଧାରଣ ଲୋକ ଏବଂ ୩୧୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା। ଜାତୀୟ ସ୍ତରରେ ଆଣ୍ଟିବଡି ହାର ୬୭.୬ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ଠାରୁ ଅଧିକ ରହିଛି। ଏଥିରେ ୬ରୁ ୯ ବର୍ଷ ମଧ୍ୟରେ ପିଲାମାନଙ୍କୁ ସାମିଲ କରାଯାଇଥିଲା। କରୋନା ଭୁତାଣୁକୁ ରୋକିବା ପାଇଁ ପିଲାମାନେ ସକ୍ଷମ ବୋଲି କୁହାଯାଇଛି। ସର୍ଭେରେ ସାମିଲ ହୋଇଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ମଧ୍ୟରୁ ପ୍ରାୟ ୮୫ ପ୍ରତିଶତଙ୍କ ଠାରେ ଆଣ୍ଟିବଡି ରହିଥିବା ବେଳେ ୧୦ରୁ ୧୭ ବର୍ଷ ମଧ୍ୟରେ ୫୫ ପ୍ରତିଶତ, ୧୮-୪୪ ବର୍ଷ ମଧ୍ୟରେ ୬୩ ପ୍ରତିଶତ, ୪୫ରୁ ୬୦ ବର୍ଷ ମଧ୍ୟରେ ୭୮ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି। ପ୍ରାୟ ୩୯.୪୭ ପ୍ରତିଶତ ଲୋକ ସେରୋ ନେଗେଟିଭ୍‍ ଅବା ଆଣ୍ଟିବଡି ନଥିବା ଜଣାପଡ଼ିଥିଲା। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ସେରୋ ସର୍ଭିଲାନ୍ସରେ ମିଳିଥିବା ତଥ୍ୟ ଉତ୍ସାହଜନକ। ଦୁଇ ଦୁଇଟି ସଂକ୍ରମଣ ଲହରକୁ ସାମ୍ନା କରିବା ପରେ କୋଭିଡ୍‍ ଟିକାକରଣ ହେତୁ ଅଧିକ ଲୋକଙ୍କ ଠାରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ଭଲ ଆଣ୍ଟିବଡି ସୃଷ୍ଟି ହୋଇଛି। ବୟସ୍କ ଲୋକଙ୍କୁ ପ୍ରଥମେ ଟିକା ଦିଆଯାଇ ଥିବାରୁ ସେମାନଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି ବୋଲି ଡା. ମହାପାତ୍ର ସୂଚନା ଦେଇଛନ୍ତି।
ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ କୋଭିଡ୍ ଟିକା ଉପଲବ୍ଧ ହେବ : ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ
ନୂଆଦିଲ୍ଲୀ: ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ସେପ୍ଟେମ୍ବର ସୁଦ୍ଧା ହେବ ଶିଶୁଙ୍କ ଟିକାକରଣ । ଏହା ଆରମ୍ଭ ହେଲେ ଦେଶରେ କୋଭିଡ ବିରୋଧରେ ଯୁଦ୍ଧ ଶକ୍ତିଶାଳୀ ହେବ ଏବଂ ସଂକ୍ରମଣକୁ ବ୍ୟାପକ ଭାବେ ରୋକାଯାଇପାରିବ । ସେ କହିଛନ୍ତି- ଶିଶୁଙ୍କୁ ଟିକାକରଣ ନେଇ ଜାଇଡସ ସମସ୍ତ ଟ୍ରାଏଲ ଶେଷ କରିଛି । ସେହିପରି ଭାରତ ବାୟୋଟେକର କୋଭାକ୍ସିନ ଟ୍ରାଏଲ ବି ଅଗଷ୍ଟ ସୁଦ୍ଧା ଶେଷ ହୋଇପାରେ । ଫଳରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କୁ ଟିକାକରଣ କରାଯିବା ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ଅଧିକ । ବର୍ତ୍ତମାନ ସୁଦ୍ଧା ଦେଶରେ ୪୨ କୋଟି ଡୋଜ ଦିଆଯାଇସାରିଲାଣି । ଏହା ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ବୟସ୍କଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ସରକାର ରଖିଛନ୍ତି । ଅଧିକ ବୟସ୍କ, ରୋଗରେ ସଢୁଥିବା ଲୋକଙ୍କ ଲାଗି ଟିକାକରଣର ଜରୁରୀ ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ଓଡ଼ିଶା ଆସିଲା ରୁଷୀୟ ଟିକା ସ୍ପୁଟନିକ୍-ଭି, ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ୧୧୪୫ ଟଙ୍କାରେ ମିଳିବ ଗୋଟିଏ ଡୋଜ
କରୋନାରୁ ବଞ୍ଚିବା ପାଇଁ ଟିକା ହେଉଛି ଏକମାତ୍ର ସଞ୍ଜୀବନୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଟିକାକରଣକୁ ଯୋରଦାର କରିଛନ୍ତି ରାଜ୍ୟ ସରକାର। ସେଥିପାଇଁ ସମସ୍ତଙ୍କୁ ନିଶ୍ଚିତ ଟିକା ନେବା ପାଇଁ ଅନୁରୋଧ କରାଯାଉଛି। ତେବେ ପୂର୍ବରୁ ଓଡ଼ିଶାରେ କେବଳ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ମିଳୁଥିବା ବେଳେ ଏବେ ଆଉ ଏକ ଟିକା ସାମିିଲ ହୋଇଛି। ଏବେ ଓଡ଼ିଶାରେ ମିଳିବ ରୁଷୀୟ ଟିକା ସ୍ପୁଟନିକ୍‌ ଭି ।
ଓଡ଼ିଶାର ଦୁଇଟି ଘରୋଇ ହସ୍ପିଟାଲରେ ଉପଲବ୍ଧ ହୋଇଛି ସ୍ଫୁଟନିକ-ଭି ଟିକା। କିନ୍ତୁ ଏହି ଟିକାକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ମାଗଣା କରିନାହାନ୍ତି। ଏହି ଟିକା ବିନା ମୂଲ୍ୟରେ ମିଳିପାରିବ ନାହିଁ। ସ୍ଫୁଟନିକ-ଭି କରୋନା ଟିକାର ମୂଲ୍ୟ ୧୧୪୫ଟଙ୍କା ରହିଛି। କୋୱିନ୍ ଆପରେ ପଞ୍ଜିକରଣ କରି ଲୋକେ ଏହାକୁ ନେଇ ପାରିବେ। ଘରୋଇ ହସ୍ପିଟାଲ ସିଧାସଳଖ ଟିକା ଉତ୍ପାଦନ କମ୍ପାନୀ ଠାରୁ କିଣିବା ପାଇଁ ଅନୁମତି ମିଳିଛି।
ଫାଇଜର ଟିକାକୁ ଭାରତରେ ଖୁବ ଶୀଘ୍ର ମିଳିପାରେ ଅନୁମତି
ନୂଆଦିଲ୍ଲୀ: ଭାରତକୁ ମିଳିବାକୁ ଯାଉଛି ଆଉ ଏକ କରୋନା ଟିକା । ଖୁବଶୀଘ୍ର ଭାରତ ସରକାର ଆମେରିକା ଫାର୍ମୀ କମ୍ପାନୀ ଦ୍ବାରା ପ୍ରସ୍ତୁତ ଫାଇଜର ଟିକାର ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି । ଭାରତରେ ଫାଇଜର ଟିକାକୁ ଖୁବ ଶୀଘ୍ର ମିଳିପାରେ ଅନୁମତି । ଏ ନେଇ ଶେଷ ପର୍ଯ୍ୟାୟରେ ଆଲୋଚନା ପହଞ୍ଚିଥିବା କହିଛନ୍ତି ଫାଇଜର୍ ସିଇଓ ଆଲବର୍ଟ ବୋଉର୍ଲା ।
କମ୍ପାନୀ ଯେଉଁ କିଛି ସର୍ତ୍ତ ରଖିଛି ତାହା ଉପରେ ଆଲୋଚନା ଜାରି ରହିଛି । ଭାରତ ସରକାର ଫାଇଜରକୁ ଅନୁମତି ଦେଲେ କମ୍ପାନୀ ଚଳିତବର୍ଷ ୫ କୋଟି ଟିକା ଯୋଗାଇବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଆଲବର୍ଟ । ଆମେରିକା ସମେତ ଅନ୍ୟ ଦେଶରେ ଏବେ ଫାଇଜର ଟିକାର ବ୍ୟବହାର ଜାରି ରହିଛି । କରୋନା କ୍ଷେତ୍ରରେ ଫାଇଜର ଟିକା ୯୫ ପ୍ରତିଶତ ପ୍ରଭାବଶାଳୀ ହେଉଛି । ଭାରତରେ ଏବେ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନର ବ୍ୟବହାର ହେଉଥିବା ବେଳେ ସ୍ପୁଟିନିକ୍-ଭିକୁ ଅନୁମତି ମିଳିସାରିଛି ।
ଭାରତର କୋଭିଡ୍ ଟିକା ‘କୋଭାକ୍ସିନ’କୁ ଆମେରିକାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ଆମେରିକାର ଔଷଧ ଓ ଖାଦ୍ୟ ନିୟନ୍ତ୍ରକ (ଏଫ୍‌ଡିଏ) ‘କୋଭାକ୍ସିନ’ର ନିର୍ମାତା ଭାରତ ବାୟୋଟେକ୍‌କୁ ଏହି ଟିକା ବାବଦରେ ଅଧିକ ତଥ୍ୟ ଦାଖଲ କରିବାକୁ କହିଛନ୍ତି । ଭାରତୀୟ ବାୟୋଟେକ୍‌ର ଆମେରିକୀୟ ପାର୍ଟନର ‘ଓକୁଗେନ’ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ ଏହା ସହିତ କମ୍ପାନୀକୁ ଆମେରିକାରେ ଏହାର ଟିକା ଆରମ୍ଭ କରିବାକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ ।
ଜରୁରୀ ବ୍ୟବହାର ପାଇଁ ଭାରତ ବାୟୋଟେକ୍‌ର ଆବେଦନକୁ ଆମେରିକୀୟ ଏଫ୍‌ଡିଏ ଖାରଜ କରିବା ପରେ ଆମେରିକାରେ ‘କୋଭାକ୍ସିନ’କୁ ଲଞ୍ଚ୍ କରିବା ଯୋଜନା ବିଳମ୍ବିତ ହୋଇପାରେ ବୋଲି ଓକୁଗେନ ପକ୍ଷରୁ କୁହାଯାଇଛି । ଓକୁଗେନ କହିଛି ଯେ, କାନାଡାରେ ‘କୋଭାକ୍ସିନ’ର ବଜାର ପ୍ରବେଶ ନେଇ କାନାଡା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ଚାଲିଛି ।
ଟିକାର ସୁରକ୍ଷା ପାଇଁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ବନ୍ଦ ରହିବ ଟିକାକରଣ
ସମ୍ଭାବ୍ୟ ବାତ୍ୟା ଯୋଗୁଁ ବନ୍ଦ ରହିବ ଟିକାକରଣ । ବାତ୍ୟାରେ ପ୍ରଭାବିତ ଜିଲ୍ଲାରେ ଟିକାକରଣ ବନ୍ଦ ରଖିବା ନେଇ ପରିବାର ଓ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଟିକାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ବାତ୍ୟା ସମୟରେ ବିଦ୍ୟୁତ ସେବା ବ୍ୟାଘାତ ହୋଇପାରେ,ତେଣୁ ଏଭଳି ସ୍ଥଳେ ଟିକାକୁ ସୁରକ୍ଷିତ ରଖିବାକୁ କୁହାଯାଇଛି । ଏପରିକି ଜେନେରେଟର ବ୍ୟବସ୍ଥା କରି ଟିକା ସୁରକ୍ଷିତ ରଖିବାକୁ କୁହାଯାଇଛି ।
ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ୨୪ ତାରିଖ ସୁଦ୍ଧା ଏହା ବାତ୍ୟାର ରୂପ ନେବ । ୨୩ ସକାଳେ ଏହା ଅବପାତ ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ ‘ୟଶ’ । ଉତ୍ତର ବଙ୍ଗୋପସାଗର ନିକଟର ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳ ୨୬ ସକାଳେ ଛୁଇଁବା ପୂର୍ବାନୁମାନ କରାଯାଇଛି ।
ଶିଶୁଙ୍କୁ ଦିଆଯିବ କରୋନା ଟିକା
ନୂଆଦିଲ୍ଲୀ, ୧୨|୫ (ଏଜେନ୍ସି): ଭାରତରେ ଶିଶୁଙ୍କୁ କରୋନା ଟିକା ଦିଆଯିବ। ଏବେ ୨ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ମଙ୍ଗଳବାର ସେଣ୍ଟ୍ରାଲ ଡ୍ରଗ୍ସ କଣ୍ଟ୍ରୋଲ ଅର୍ଗାନାଇଜେସନ(ସିଡିଏସସିଓ)ର ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) ୨ରୁ ୧୮ ବର୍ଷ ମଧ୍ୟରେ ଥିବା ବର୍ଗଙ୍କ ଉପରେ କୋଭାକ୍ସିନର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମତି ଦେଇଛି। ଦିଲ୍ଲୀ ଓ ପାଟନା ଏମ୍ସ ଏବଂ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ସମେତ ବିଭିନ୍ନ ସ୍ଥାନରେ ୫୨୫ଟି ବିଷୟ ଉପରେ ଏହି ପରୀକ୍ଷଣ କରାଯିବ।
ଭାରତ ବାୟୋଟେକର ଏହି ପ୍ରସ୍ତାବ ଉପରେ ମଙ୍ଗଳବାର ଏସଇସି ଆଲୋଚନା କରିଥିଲା। ଅପରପକ୍ଷେ ଦିଲ୍ଲୀ ଏମ୍ସ ମେଡିସିନ ବିଭାଗର ଡ.ସଞ୍ଜୀବ ସିହ୍ନା କହିଛନ୍ତି ଯେ ୨ରୁ ୧୫ ବର୍ଷର ଶିଶୁଙ୍କ ଉପରେ ଟିକାର ପରୀକ୍ଷଣ କରିବା ପାଇଁ ଭାରତ ବାୟୋଟେକକୁ ଏସଇସି ଅନୁମତି ଦେଇଛି। ଏବେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ)ଙ୍କ ଠାରୁ ଅନୁମତି ମିଳିବା ବାକି ରହିଛି।
ସୂତ୍ର ଅନୁଯାୟୀ ଏକ୍ସପର୍ଟ କମିଟି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ସିଡିଏସସିଓଙ୍କ ଠାରୁ ଅନୁମତି ନେବା ପୂର୍ବରୁ ଡାଟା ଆଣ୍ଡ ସେଫ୍ଟି ମନିଟରିଂ ବୋର୍ଡ(ଡିଏସଏମବି)ଙ୍କୁ ଦ୍ବିତୀୟ ପର୍ଯ୍ୟାୟ ସୁରକ୍ଷା ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି।
ଏହା ପୂର୍ବରୁ ଫେବୃଆରୀ ୨୪ରେ ହୋଇଥିବା ବୈଠକରେ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା ଏବଂ ଭାରତ ବାୟୋଟେକକୁ ରିଭାଇଜଡ କ୍ଲିନିକାଲ ଟ୍ରାଏଲ ପ୍ରୋଟୋକଲ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ଭାରତ ବାୟୋଟେକ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ସହ ମିଶି ସ୍ବଦେଶୀ ଜ୍ଞାନକୌଶଳରେ କରୋନା ଟିକା କୋଭାକ୍ସିନ ପ୍ରସ୍ତୁତ କରିଛି। ଏବେ ଦେଶରେ ଏହି ଟିକା ଦିଆଯାଉଛି।