Bharat - The Sakala
ନୂଆଦିଲ୍ଲୀ: ନ୍ୟାସନାଲ କାଉଁସିଲ୍ ଅଫ୍ ଏଡୁକେସନ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ ବା NCERTର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପାଠ୍ୟ ପୁସ୍ତକରୁ ହଟିବ ‘ଇଣ୍ଡିଆ’ ନାଁ । ବିଦ୍ୟାଳୟ ବହିରେ ଇଣ୍ଡିଆ ବଦଳରେ ଲେଖା ହେବ ‘ଭାରତ’ । ଏନେଇ ଦିଲ୍ଲୀରେ ବସିଥିବା NCERT ପ୍ୟାନେଲ ବୈଠକରେ ନାମ ପରିବର୍ତ୍ତନ ପ୍ରସ୍ତାବ ଉପରେ ମୋହର ବାଜିଛି ।
ପ୍ୟାନେଲ୍ ସଦସ୍ୟ ଏସକେ ସିଆଇ ଇସାକଙ୍କ ଅନୁଯାୟୀ, ଏନସିଇଆରଟି ସମସ୍ତ ପୁସ୍ତକରୁ ଦେଶର ନାଁ ‘ଇଣ୍ଡିଆ’ ବଦଳାଇ ‘ଭାରତ’ ଲେଖାଯିବ । କିଛି ମାସ ତଳେ ଏନସିଇଆରଟି ଦ୍ବାରା ଗଠିତ କମିଟି ଏହା ଉପରେ ତର୍ଜମା କରି ନାମ ପରିବର୍ତ୍ତନ ପାଇଁ ସୁପାରିସ୍ ଦେଇଥିଲା । ଏହାକୁ ଏବେ NCERT ପ୍ୟାନେଲ୍ ସ୍ବୀକାର କରିନେଇଛି ।
କମିଟି ଅନୁସାରେ, ‘ଇଣ୍ଡିଆ’ ଶବ୍ଦର ପ୍ରଚଳନ ବିଶେଷ ଭାବେ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ୧୭୫୭ର ପଲାସୀ ଯୁଦ୍ଧ ସମୟରେ ଆରମ୍ଭ ହୋଇଥିଲା । ‘ଭାରତ’ ଶବ୍ଦ ବିଷ୍ଣୁପୁରାଣରେ ଉଲ୍ଲେଖ ରହିଛି । ଯାହାକି ୭ ହଜାର ବର୍ଷ ପୁରୁଣା ।
‘ଇଣ୍ଡିଆ’ର ନାମ ପରିବର୍ତ୍ତନ କରାଯାଇ ‘ଭାରତ’ କରାଯିବାକୁ ନେଇ ନିକଟରେ ସାରା ଦେଶରେ ବିରୋଧୀଙ୍କ ପକ୍ଷରୁ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ଗତ ସେପ୍ଟେମ୍ବର ମାସ ୧୮-୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶରେ କେନ୍ଦ୍ର ସରକାର ଏନେଇ ଏକ ବିଲ୍‌ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଜି ୨୦ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଲେଖାଯାଇଥିଲା । ଏହାପରେ ସେପ୍ଟେମ୍ବରରେ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତ ନେମପ୍ଲେଟ ଟେବୁଲ ଦେଖିବାକୁ ମିଳିଥିଲା ।
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଟେବୁଲ ଉପରେ ଥିବା କଣ୍ଟ୍ରିପ୍ଲେଟରେ ଇଣ୍ଡିଆ ଜାଗାରେ ଭାରତ ଲେଖାଯାଇଛି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଜି-୨୦ ଶିଖର ସମ୍ମିଳନୀରେ । ଇଣ୍ଡିଆ ବନାମ ଭାରତକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଜି-୨୦ ସମ୍ମିଳନୀର ଆଜି ପ୍ରଥମ ଦିନ । ଆଜି ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ନେତାଙ୍କୁ ସମ୍ବୋଧନ କରିଥିଲେ । ତାଙ୍କ ଟେବୁଲରେ ରଖା ଯାଇଥିବା କଣ୍ଟ୍ରି ପ୍ଲେଟରେ ଦେଶର ନାମ ଇଣ୍ଡିଆ ବଦଳରେ ଲେଖା ଯାଇଥିଲା ଭାରତ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଯେଉଁସବୁ ଅନ୍ତର୍ଜାତୀୟ ମଞ୍ଚକୁ ସମ୍ବୋଧନ କରିଛନ୍ତି ସେଠାରେ କଣ୍ଟ୍ରିପ୍ଲେଟ ଉପରେ ଇଣ୍ଡିଆ ଲେଖା ଯାଇଥାଏ । ହେଲେ ପ୍ରଥମ ଥର ପାଇଁ ଆଜି ଏପରି ପରିବର୍ତ୍ତନ ଦେଖିବାକୁ ମିଳୁଛି ।
ତେବେ ଏହି ନାମକରଣକୁ ନେଇ ପ୍ରଥମେ ବିବାଦ ଆରମ୍ଭ ହୋଇଥିଲା ସେପ୍ଟେମ୍ବର ୫ ତାରିଖରୁ ଯେତେବେଳେ ରାତ୍ରିଭୋଜନ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ପରିବର୍ତ୍ତେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଯାଇଥିଲା । ଏହି ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ସରକାର ଦେଶର ନାଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ବୋଲି ବିପକ୍ଷ ନାରା ଲଗାଇଥିଲେ । ଏପରିକି କେନ୍ଦ୍ର ସରକାର ଏହି ପରିବର୍ତ୍ତନ ଆଣିବା ପାଇଁ ସଂସଦର ବିଶେଷ ଅଧିବେଶନ ଡକାଇଛନ୍ତି ବୋଲି ବିରୋଧୀ କହିଥିଲେ।
ନୂଆଦିଲ୍ଲୀ: ଜି-୨୦ ଅବସରରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଛି ।  ଦେଶର ଇଂରାଜୀ ନାମକୁ ପରିବର୍ତ୍ତନ କରିପାରନ୍ତି ସରକାର ବୋଲି ସିସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏନେଇ ସ୍ବତନ୍ତ୍ର ସମ୍ବିଧାନ ସଂଶୋଧନ ପ୍ରସ୍ତାବ କେନ୍ଦ୍ର ସରକାର ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ ବିରୋଧୀ ଏହାକୁ କଟାକ୍ଷ କରି କହିଛନ୍ତି ଯେ, ମେଣ୍ଟ ‘ଇଣ୍ଡିଆ’ ନାଁକୁ ନେଇ ସରକାର ଡରିଯାଇଛନ୍ତି । ତେଣୁ ସମ୍ବିଧାନ ସଂଶୋଧନ କରିବାକୁ ଯାଉଛନ୍ତି । କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ୍ ମିଡିଆ ଓ୍ବେବସାଇଟ୍ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ରାଷ୍ଟ୍ରପତି ଭବନ ପକ୍ଷରୁ ଜି-୨୦ ଅବସରରେ ଡିନର ପାର୍ଟି ପାଇଁ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଛି । ଏହା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ । ସେହିପରି ଆପ୍ ସାସଂଦ ସଞ୍ଜୟ ସିଂହ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ସମ୍ବିଧାନର ପ୍ରଥମ ଭାଗରେ ଇଣ୍ଡିଆ ଦାଟ୍ ଇଜ୍ ଭାରତ ବୋଲି ଲେଖାଯାଇଛି। ଏହାକୁ ବଦଳାଇବା ମାନେ ସମ୍ବିଧାନ ଉପରେ ବଡ଼ ଆକ୍ରମଣ ବୋଲି କହିଛନ୍ତି ।