One Nation One Election - The Sakala
ସୋମବାର ଆସିବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌’
ନୂଆଦିଲ୍ଲୀ: ସଂସଦର ଚଳିତ ଶୀତ ଅଧିବେଶନରେ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ ’ ବିଲ ଉପସ୍ଥାପନ କରାଯିବା ବୋଲି ଚର୍ଚ୍ଚା ଚାଲିଥିଲା ବେଳେ ଆସନ୍ତା ସୋମବାର ଏହି ବିଲ୍‌ ଆସିବ ବୋଲି ସୂଚନା ମିଳିଛି। ସଂସଦର କାର୍ଯ୍ୟସୂଚୀକୁ ନେଇ ଏହି ସୂଚନା ମିଳିଛି। କେନ୍ଦ୍ର ଆଇନ ଓ ନ୍ୟାୟିକ ମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲଙ୍କ ଦ୍ବାରା ଏହି ବିଲ୍‌ ଉପସ୍ଥାପନ କରାଯିବ। ଗତ ଗୁରୁବାର ଏହି ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିସାରିଛି। ତେବେ ସରକାର ଏହି ବିଲ୍‌ ଆଣିବା ପରେ ସଂସଦ ପୁଣି ସରଗରମ ହୋଇପଡ଼ିବ ବୋଲି ରାଜନୀତିକ ବିଶାରଦମାନେ ଆକଳନ କରିଛନ୍ତି। କାରଣ ସରକାର ଏହି ବିଲ୍‌ ଆଣିବାକୁ ଚାହୁଁଥିଲା ବେଳେ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି। ତେବେ ଏହି ବିଲ୍‌ ସଂସଦରେ ଉପସ୍ଥାପନ ହେବା ପରେ ଏହାର ଅନୁମୋଦନ ନେଇ ସନ୍ଦେହ ରହିଛି। କାରଣ ବିଲ୍‌ ଉପରେ ତର୍ଜମା କରିବା ଲାଗି ଏହାକୁ ସଂସଦର ଯୁଗ୍ମ କମିଟିକୁ ପଠାଯାଇପାରେ। କମିଟି ରିପୋର୍ଟ ଆସିଲା ବେଳକୁ ଶୀତ ଅଧିବେଶନ କାର୍ଯ୍ୟକାଳ ଶେଷ ହୋଇଯିବାର ଆଶଙ୍କା ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ବ୍ୟତୀତ ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ମଧ୍ୟ ସୋମବାର ବିଲ୍‌ ଉପସ୍ଥାପନ କରାଯିବ ବେଲି ସୂଚନା ମିଳିଛି।
ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ମଧ୍ୟ କାର୍ଯ୍ୟ ଆରମ୍ଭ କରିଦେଇଛି। ଏହା ମଧ୍ୟରେ ଏକା ସଙ୍ଗେ ଲୋକସଭା-ବିଧାନସଭା ନିର୍ବାଚନ ହେଲେ ପ୍ରତି ୧୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଏହି ଟଙ୍କାରେ ନୂଆ ଇଭିଏମ୍‌ କିଣାଯିବ। କାରଣ ଗୋଟିଏ ଇଭିଏମ୍‌ର ଆୟୁଷ ୧୫ ବର୍ଷ ହୋଇଥାଏ। ଏକାସଙ୍ଗେ ନିର୍ବାଚନ ହେଲେ ଗୋଟିଏ ସେଟ୍‌ ମେସିନକୁ ତିନି ଥର ବ୍ୟବହାର କରାଯାଇପାରିବ। ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଲେଖାଯାଇଥିବା ଏକ ଚିଠିରେ କୁହାଯାଇଛି ଯେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶରେ ମୋଟ ୧୧.୮୦ ଲକ୍ଷ ମତଦାନ କେନ୍ଦ୍ର (ପୋଲିଂ ବୁଥ୍‌) ବନାଇବାକୁ ପଡ଼ିବ। ପ୍ରତି ବୁଥ୍‌ ପାଇଁ ୨ ସେଟ୍‌ ଇଭିଏମ୍‌ ଆବଶ୍ୟକ। ଗୋଟିଏ ବିଧାନସଭା ଏବଂ ଅନ୍ୟଟି ଲୋକସଭା ପାଇଁ ରହିବ। ମତଦାନ ଦିନ ଖରାପ ମେସିନକୁ ବଦଳାଇବା ପାଇଁ କଣ୍ଟ୍ରୋଲ ୟୁନିଟି (ସିୟୁ), ବାଲାଟ ୟୁନିଟ (ବିୟୁ) ଏବଂ ଭୋଟର ଭେରିଫାଏବୁଲ ପେପର ଅଡିଟ ଟ୍ରେଲ (ଭିଭିପାଟ) ମେସିନ ସଂରକ୍ଷିତ ରଖିବାର ଆବଶ୍ୟକତା ରହିଛି।
ଗତ ବର୍ଷ ଫେବୃଆରୀରେ ଏକ ପ୍ରଶ୍ନର ଉତ୍ତର ଦେଇ ଇସିଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏକା ସଙ୍ଗେ ନିର୍ବାଚନ କଲେ ଅତିକମରେ ୪୬ ଲକ୍ଷ ୭୫ ହଜାର ୧୦୦ ବାଲାଟ ୟୁନିଟ, ୩୩ ଲକ୍ଷ ୬୩ ହଜାର ୩୦୦ କଣ୍ଟ୍ରୋଲ ୟୁନିଟ ଏବଂ ୩୬ ଲକ୍ଷ ୬୨ ହଜାର ୬୦୦ ଭିଭିପାଟ ଆବଶ୍ୟକତା ପଡ଼ିବ। ପ୍ରତି ବାଲାଟ ୟୁନିଟର ଆନୁମାନିକ ମୂଲ୍ୟ ୭୯୦୦ ଟଙ୍କା, ସିୟୁର ୯୮୦୦ ଟଙ୍କା ଏବଂ ଭିଭିପାଟ୍‌ର ୧୬୦୦୦ ଟଙ୍କା ଥିଲା।
‘ଏକ ଦେଶ-ଏକ ନିର୍ବାଚନ’ ନକ୍ସା ପ୍ରସ୍ତୁତ: ୨୦୨୯ରେ ଦେଶରେ ହୋଇପାରେ ଏକକ ନିର୍ବାଚନ
ନୂଆଦିଲ୍ଲୀ: ଆସନ୍ତା ୨୦୨୯ରେ ଦେଶରେ ହୋଇପାରେ ଏକକ ନିର୍ବାଚନ। ଏକ ସମୟରେ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ ସହ ସାଧାରଣ ନିର୍ବାଚନ ନିମନ୍ତେ ନକ୍ସା ପ୍ରସ୍ତୁତ କରିଛି ‘ଏକ ଦେଶ, ଏକ ନିର୍ବାଚନ’ କମିଟି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବହୁ ବିଚାରବିମର୍ଶ ପରେ ଏ ସଂକ୍ରାନ୍ତରେ ପ୍ରସ୍ତୁତ କରିଥିବା ଦଲିଲ ଅନୁମୋଦନକୁ ଅପେକ୍ଷା କରିଛି। ତେବେ ଏ କ୍ଷେତ୍ରରେ ଗୋଟିଏ ପ୍ରତିବନ୍ଧକ ରହିଛି, ତାହା ହେଉଛି ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ। ୨୦୨୬ ସୁଦ୍ଧା ଦେଶର ୨୫ଟି ରାଜ୍ୟର ବିଧାନସଭା ନିର୍ବାଚନ ହୋଇପାରିଲେ ୨୦୨୯ରେ ଏକ ଦେଶ, ଏକ ନିର୍ବାଚନ ପଥ ପରିଷ୍କାର ହୋଇପାରିବ। ନିକଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା, ଛତିଶଗଡ଼ ଓ ମିଜୋରାମକୁ ଏଥିରୁ ବାଦ୍‌ ଦିଆଯାଇଛି। ଏହି ରାଜ୍ୟଗୁଡ଼ିକର ବିଧାନସଭା ଅବଧି ୨୦୨୮ରେ ଶେଷ ହେଉଛି। ବିଶେଷ ପରିସ୍ଥିତିରେ ବିଧାନସଭା କାର୍ଯ୍ୟକାଳଗୁଡ଼ିକୁ ୬ ମାସ ବୃଦ୍ଧି କରାଯିବା ନିମନ୍ତେ ରହିଥିବା ପ୍ରାବଧାନର ଉପଯୋଗ କରାଯାଇ ଲୋକସଭା ନିର୍ବାଚନ ସହ ଏହି ରାଜ୍ୟର ବିଧାନସଭା ନିର୍ବାଚନ କରାଯାଇପାରେ ବୋଲି କୁହାଯାଉଛି।
୨୦୨୪ରେ ଦେଶର ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ, ସିକିମ ନିର୍ବାଚନ ଜୁନ୍‌ ୨୦୨୪ ସୁଦ୍ଧା ଶେଷ ହେବ। ସେହିପରି ହରିଆଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡର ନିର୍ବାଚନ ବର୍ଷର ଶେଷ ଭାଗରେ ଅନୁଷ୍ଠିତ ହେବ। ଏହାବ୍ୟତୀତ ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ମଧ୍ୟ ଆଗାମୀ ବର୍ଷ ହେବାର ସମ୍ଭାବନା ରହିଛି। ଏକ ସମୟରେ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ୪ ରାଜ୍ୟ ଓଡ଼ିଶା, ଆନ୍ଧ୍ର, ଅରୁଣାଚଳ ପ୍ରଦେଶ ଓ ସିିକିମ ପାଇଁ କିଛି ସମସ୍ୟା ନାହିଁ। ତେବେ ଅନ୍ୟ ୪ ରାଜ୍ୟ ମହାରାଷ୍ଟ୍ର, ହରିଆଣା, ଝାଡ଼ଖଣ୍ଡ, ଜାମ୍ମୁ-କାଶ୍ମୀର ବିଧାନସଭା ଅବଧିକୁ ୬ ମାସ ହ୍ରାସ କରି ଏକକ ନିର୍ବାଚନରେ ସାମିଲ କରାଯିବାକୁ ଖସଡ଼ା ପ୍ରସ୍ତୁତ କରାଯାଇଛି।
ଅନୁରୂପ ଭାବରେ ବିହାର ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ରେ ଅନୁଷ୍ଠିତ ହେବ। ତେଣୁ ଚଳିତ ଅବଧି ପୂର୍ଣ୍ଣ ହେବା ପରେ ଦୁଇ ବିଧାନସଭାର ଅବଧିକୁ ହ୍ରାସ କରାଯିବ। ଦିଲ୍ଲୀ ବିଧାନସଭାର ଅବଧି ୧୦ ମାସ ଓ ବିହାର ବିଧାନସଭା ଅବଧି ୩ବର୍ଷ ୬ ମାସ ରହିବ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ଆସନ୍ତା ୨୦୨୬ ଏପ୍ରିଲରୁ ଜୁନ୍‌ ମଧ୍ୟରେ ଅନୁଷ୍ଠିତ ହେବ। ତେଣୁ ଏକକ ନିର୍ବାଚନ ନିମନ୍ତେ ଏହି ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ୩୬ ମାସରୁ ୪୨ ମାସ ମଧ୍ୟରେ ରଖାଯିବ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଆଦି ରାଜ୍ୟର ବର୍ତ୍ତମାନ ବିଧାନସଭା ଅବଧି ସର୍ବାଧିକ ୬ ମାସ ଯାଏ ହ୍ରାସ କରାଯାଇ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୨୦୨୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପରବର୍ତ୍ତୀ ବିଧାନସଭାର ଅବଧି ଧାର୍ଯ୍ୟ ହେବ।
ସେହିପରି ଗୁଜରାଟ, କର୍ଣ୍ଣାଟକ, ହିମାଚଳ, ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରା ଆଦି ରାଜ୍ୟର ବର୍ତ୍ତମାନର ବିଧାନସଭା ଅବଧିକୁ ୧୩ ମାସରୁ ୧୭ ମାସ ପର୍ଯ୍ୟନ୍ତ ହ୍ରାସ କରାଯାଇ ବିଧାନସଭା ନିର୍ବାଚନ କରାଯିବ ଏବଂ ପରବର୍ତ୍ତୀ ବିଧାନସଭାର ଅବଧି ୨୦୨୯ ନିର୍ବାଚନ ପର୍ଯ୍ୟନ୍ତ ରହିବ। ଫଳରେ ସବୁ ରାଜ୍ୟଗୁଡ଼ିକର ବିଧାନସଭାର କାର୍ଯ୍ୟକାଳ ଜୁନ୍‌ ୨୦୨୯ ସୁଦ୍ଧା ଶେଷ ହୋଇ ପାରିବ। ସୂଚନା ଅନୁସାରେ ଏକ ଦେଶ, ଏକ ନିର୍ବାଚନ କମିଟି ଅଧ୍ୟକ୍ଷ ଶ୍ରୀ କୋବିନ୍ଦ ଏ ସମ୍ପର୍କରେ ଜାତୀୟ ବିଧି ଆୟୋଗଠାରୁ ଏ ସଂକ୍ରାନ୍ତରେ ମତାମତ ଲୋଡ଼ିବେ। ଏହି ମତାମତ ମିଳିବା ପରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ଏକ ଦେଶ, ଏକ ନିର୍ବାଚନ’ ନିମନ୍ତେ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ, ଗୃହମନ୍ତ୍ରୀ ଅମିତ୍‌ ଶାହା, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ପିପିଏ ପାର୍ଟି ନେତା ଗୁଲାମ ନବୀ ଆଜାଦ, ବିତ୍ତ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ୍‌.କେ.ସିଂହ, ଲୋକସଭାର ପୂର୍ବତନ ମହାସଚିବ ଡ. ସୁଭାଷ କାଶ୍ୟପ ଓ ପୂର୍ବତନ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ସଞ୍ଜୟ କୋଠାରୀ ଏହି କମିଟିରେ ସଦସ୍ୟ ରହିଛନ୍ତି। ସେହିପରି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମେଘାୱାଲ କମିଟିରେ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବରେ ନିଯୁକ୍ତି ପାଇଛନ୍ତି। କମିଟିର ପ୍ରଥମ ବୈଠକ ଗତ ୨୩ ସେପ୍ଟେମ୍ବରରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି।
ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଦେଶରେ ଏକତ୍ର ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ୧୯୬୮ ଓ ୧୯୬୯ରେ କିଛି ବିଧାନସଭାକୁ ଅବଧି ପୂର୍ବରୁ ଭଙ୍ଗ କରାଯାଇଥିଲା ଓ ୧୯୭୦ରେ ଅବଧି ଶେଷ ପୂର୍ବରୁ ଲୋକସଭା ମଧ୍ୟ ଭଙ୍ଗ ହୋଇଥିଲା। ପରିଣତି ସ୍ୱରୂପ ସାରା ଦେଶରେ ସ୍ୱାଧୀନତା ପରେ ପ୍ରଚଳିତ ‘ଏକ ଦେଶ, ଏକ ନିର୍ବାଚନ’ ପରମ୍ପରା ଭାଙ୍ଗି ଯାଇଥିଲା।
‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କମିଟିରେ ରହିବାକୁ ମନା କଲେ ଅଧୀର, ରାହୁଲ କହିଲେ-ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ
ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍‌ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ତେବେ ଏହାପୂର୍ବରୁ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବାକୁ ଗତକାଲି ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏହି କମିଟିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଧ୍ୟକ୍ଷ ରଖାଯାଇଥିବା ବେଳେ ସଦସ୍ୟ ଭାବେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ଚୌଧୁରୀ ,ଗୁଲାମନବୀ ଆଜାଦ, ଏନ୍‌କେ ସିଂହ, ସୁଭାଷ କାଶ୍ୟପ,ହରିଶ ସାଲଭେ ଏବଂ ସଂଜୟ କୋଠାରୀ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଏଥି ସହିତ ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଥିବା ବେଳେ କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ନିଯୁକ୍ତ ହୋଇଛନ୍ତି।
ତେବେ ଗତକାଲି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ୮ ଜଣିଆ ସଦସ୍ୟଙ୍କ ନାଁ ଘୋଷଣା ହୋଇଥିବା ବେଳେ ଆଜି ଏହାକୁ ନେଇ ବଡ଼ ବିବାଦ ଦେଖାଯାଇଛି। କମିଟିର ସଦସ୍ୟ ହେବାକୁ ମନା କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ସେ କହିଛନ୍ତି କମିଟି ନାମକୁ ମାତ୍ର ଗଠିତ ହୋଇଛି । ସେ ଏକ ପତ୍ର ଜରିଆରେ ଦର୍ଶାଇଛନ୍ତି କମିଟିରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସ୍ଥାନ ଦେବା ବଦଳରେ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ସ୍ଥାନ ଦିଆଯାଇଛି । ସଂସଦୀୟ ଗଣତନ୍ତ୍ର ଲାଗି ଏହା ଏକ ଧକ୍କା ବୋଲି ସେ କହିଛନ୍ତି ।ସେହିପରି ଏହି କମିଟିକୁ ବି ବିରୋଧ କରିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ । ଦିଗବିଜୟ କହିଛନ୍ତି ଦେଶରେ ଗୋଟିଏ ସମୟରେ ନିର୍ବାଚନ ସମ୍ଭବ ନୁହେଁ ।
ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ : ରାହୁଲ ଗାନ୍ଧୀ
‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ କରିବାକୁ ମୋଦୀ ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ରାହୁଲ ଗାନ୍ଧୀ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି କହିଛନ୍ତି ।ରାହୁଲ ଗାନ୍ଧି ଏକ୍ସ (ଟ୍ଵିିଟର)ରେ ଲେଖିଛନ୍ତି, ‘ଇଣ୍ଡିଆ’ ଅର୍ଥାତ୍‌ ଭାରତ ହେଉଛି ଏକ ରାଜ୍ୟ ସଂଘ। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଧାରଣା ହେଉଛି କେନ୍ଦ୍ର ଓ ଏହାର ସମସ୍ତ ରାଜ୍ୟ ଉପରେ ଆକ୍ରମଣ।ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ରାହୁଲ ଗାନ୍ଧୀ ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି କହିଛନ୍ତି ।
INDIA, that is Bharat, is a Union of States.
The idea of ‘one nation, one election’ is an attack on the 🇮🇳 Union and all its States.
— Rahul Gandhi (@RahulGandhi) September 3, 2023
ଏକ ରାଷ୍ଟ୍ର-ଏକ ନିର୍ବାଚନ ପାଇଁ ୮ ଜଣିଆ କମିଟି ଘୋଷଣା, ଜାଣନ୍ତୁ କମିଟିରେ କେଉଁମାନଙ୍କୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍‌ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ତେବେ ଏହାପୂର୍ବରୁ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବାକୁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏହି କମିଟିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଛି। ସେ ଏହି କମିଟିର ଅଧ୍ୟକ୍ଷ ରହିବେ। ଏଥି ସହିତ ଶନିବାର ଏକ ରାଷ୍ଟ୍ର-ଏକ ନିର୍ବାଚନ ପାଇଁ ୮ ଜଣିଆ କମିଟି ଘୋଷଣା କରାଯାଇଛି।
କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ୮ ଜଣିଆ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ସଦସ୍ୟ ଭାବେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ଚୌଧୁରୀ ,ଗୁଲାମନବୀ ଆଜାଦ, ଏନ୍‌କେ ସିଂହ, ସୁଭାଷ କାଶ୍ୟପ,ହରିଶ ସାଲଭେ ଏବଂ ସଂଜୟ କୋଠାରୀ ସଦସ୍ୟ ନିଯୁକ୍ତ ହୋଇଛନ୍ତି। ଏଥି ସହିତ ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଥିବା ବେଳେ କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ନିଯୁକ୍ତ ହୋଇଛନ୍ତି।
ଏକ ରାଷ୍ଟ୍ର, ଏକ ନିର୍ବାଚନ ପ୍ରକ୍ରିୟାରେ ଦେଶରେ ବିଭିନ୍ନ ସମୟରେ କରାଯାଉଥିବା ନିର୍ବାଚନକୁ ବନ୍ଦ କରି ଏକ ସମୟରେ ନିର୍ବାଚନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ଏହି ପ୍ରକ୍ରିୟାରେ ବ୍ୟୟ କରାଯାଉଥିବା ବିପୁଳ ପରିମାଣର ଅର୍ଥ ହ୍ରାସ କରାଯିବା ସହିତ ଏଥିପାଇଁ ଅପଚୟ ହେଉଥିବା ସମୟକୁ ମଧ୍ୟ ରୋକାଯାଇପାରିବ ବୋଲି କୁହାଯାଉଛି। ରାମନାଥଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ନିର୍ଦ୍ଦିଷ୍ଟ ଭାବେ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କେଉଁ ଦିଗ ଉପରେ ଆଲୋଚନା କରିବ ତାହା ସ୍ପଷ୍ଟ କରାଯାଇ ନାହିଁ। ତେବେ ସାମ୍ବିଧାନିକ ଏବଂ ପ୍ରଶାସନିକ କ୍ଷେତ୍ରରେ ରାମନାଥ କୋବିନ୍ଦଙ୍କ ରହିଥିବା ଦୃଢ ଅଭିଜ୍ଞତା ଏହି ପରିକଳ୍ପନାର ଆଲୋଚନା ପ୍ରକ୍ରିୟାକୁ ଖୋରାକ୍‌ ଯୋଗାଇବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।