ISRO Sun Mission - The Sakala

ସୂର୍ଯ୍ୟଙ୍କ ନିକଟତର ହେଉଛି ଆଦିତ୍ୟ ଏଲ-୧, ଦ୍ବିତୀୟ କକ୍ଷପଥ ସଫଳତାର ସହ କଲା ପାର
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ନଜର ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ ଉପରେ ରହିଛି । ସେପ୍ଟେମ୍ବର ୨ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଥିଲା। ପ୍ରାୟ ଚାରି ମାସର ଯାତ୍ରା ପରେ, ଏହା ସୂର୍ଯ୍ୟ ଏବଂ ପୃଥିବୀର ଅକ୍ଷରେ ଅବସ୍ଥିତ ଏଲ-୧ପଏଣ୍ଟରେ ସ୍ଥାପିତ ହେବ। ବର୍ତ୍ତମାନ ଆଦିତ୍ୟ ଏଲ-୧ ୨ୟ କକ୍ଷପଥ ସଫଳତାର ସହ ପାର କରିଛି।

Aditya-L1 Mission:
The second Earth-bound maneuvre (EBN#2) is performed successfully from ISTRAC, Bengaluru.

ISTRAC/ISRO's ground stations at Mauritius, Bengaluru and Port Blair tracked the satellite during this operation.

The new orbit attained is 282 km x 40225 km.

The next… pic.twitter.com/GFdqlbNmWg

— ISRO (@isro) September 4, 2023

ଭାରତର ସୂଯ୍ୟ ମିଶନ ଆଦିତ୍ୟ ଏଲ-୧ ସଫଳତାର ସହ ପୃଥିବୀର ଦ୍ଵିତୀୟ କକ୍ଷପଥ ପରିବର୍ତ୍ତନ କରିଛି । ବେଙ୍ଗାଲୁରୁର ଆଇଏସ୍‌ଟିଆର୍‌ଏସି କେନ୍ଦ୍ରରୁ ଆଦିତ୍ୟ ଏଲ-୧ର କକ୍ଷପଥ ପରିବର୍ତ୍ତନର ଦ୍ୱିତୀୟ ପର୍ଯ୍ୟାୟ ସଫଳତାର ସହ କରାଯାଇଥିଲା। ଏହି ଅପରେଶନ ସମୟରେ ବେଙ୍ଗାଲୁରୁ ଏବଂ ପୋର୍ଟ ବ୍ଲେୟାରରେ ଥିବା ଆଇଟିଆର୍‌ଏସି /ଇସ୍ରୋ ଗ୍ରାଉଣ୍ଡ ଷ୍ଟେଶନ ଉପଗ୍ରହକୁ ଟ୍ରାକ କରିଥିଲା। ବର୍ତ୍ତମାନ ଆଦିତ୍ୟ ଏଲ-୧ର ନୂତନ କକ୍ଷପଥ ହେଉଛି ୨୮୨ କିଲୋମିଟର x ୨୦୨୨୫ କିଲୋମିଟର । ପରବର୍ତ୍ତୀ ତୃତୀୟ କକ୍ଷପଥ ବଦଳାଇବା କାର୍ଯ୍ୟ ୧୦ ସେପ୍ଟେମ୍ବର ୨୦୨୩ରେ ପ୍ରାୟ ୨,୩୦ମିନିଟରେ କରାଯିବ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି ସୂଚନା ଦେଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ଇସ୍ରୋ କହିଛି, ସ୍ୟାଟେଲାଇଟ୍‌ ଦ୍ଵିତୀୟ ଆର୍ଥ ବାଉଣ୍ଡ୍‌ ମ୍ୟାନୁଭର୍‌ ସମାପ୍ତ କରିଛି । ବର୍ତ୍ତମାନ ଏହା ଏକ ନୂତନ କକ୍ଷପଥ ହାସଲ କରିଛ ।

ଆରମ୍ଭ ହେଲା ଦେଶର ପ୍ରଥମ ସୂର୍ଯ୍ୟ ମିଶନ, ଶ୍ରୀହରିକୋଟାରୁ ସଫଳତାପୂର୍ବକ ଲଞ୍ଚ ହେଲା ‘ଆଦିତ୍ୟ ଏଲ-୧’
ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତ । ଲଞ୍ଚ ହେଲା ‘ଆଦିତ୍ୟ ଏଲ-୧’ । ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବାକୁ ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଆରମ୍ଭ ହୋଇଛି । ଶ୍ରୀହରିକୋଟା ସ୍ପେସ୍‌ ସେଣ୍ଟରରୁ ଉତ୍‌କ୍ଷେପଣ ହେଲା ‘ଆଦିତ୍ୟ L1’। PSLV-C57ରେ ‘ଆଦିତ୍ୟ L1’ର କରାଗଲା ଉତ୍‌କ୍ଷେପଣ। ସୂର୍ଯ୍ୟଠାରୁ ୧୪.୮୫ କୋଟି କିଲୋମିଟର ଦୂରତାରେ ରହି ଏହାର ଫେସ୍ ରିଡିଙ୍ଗ କରିବ ଆଦିତ୍ୟ ଏଲ୍-୧ । ଆଦିତ୍ୟ ସାଟେଲାଇଟକୁ ‘ଏଲ-୧ ପଏଣ୍ଟ’ରେ ଅବସ୍ଥାପିତ କରିବା ଇସ୍ରୋ । ଏଲ୍-୧ ର କକ୍ଷରୁ ସୂର୍ଯ୍ୟର ଅଧ୍ୟୟନ କରିବ ଆଦିତ୍ୟ-ଏଲ୍-୧ । ସୂର୍ଯ୍ୟଯାନ ଆଦିତ୍ୟଏଲ-୧ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ପୃଥୀବିଠାରୁ ୧୫ ଲକ୍ଷ କିଲୋମିଟର ଦୂର ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ । ଚନ୍ଦ୍ରଯାନର ସଫଳ ଯାତ୍ରା ପରେ କିପରି ସୌର ମିଶନ ସଫଳ ହେବ ସେଥିପାଇଁ ବୈଜ୍ଞାନିକଙ୍କ ସମେତ ପୂରା ଦେଶବାସୀ ଆଶାବାଦୀ ଅଛନ୍ତି।

ଆଦିତ୍ୟ ଏଲ-୧ ପ୍ରଥମେ ପୃଥିବୀର କକ୍ଷପଥରେ ଅବସ୍ଥାପିତ ହେବ। ସେଠାରୁ ପୃଥିବୀକୁ ଚାରି ଥର ପରିକ୍ରମା କରିବା ପରେ ଲକ୍ଷ୍ୟସ୍ଥଳ ଲାଗରେଞ୍ଜ ପଏଣ୍ଟ ଦିଗରେ ଅଗ୍ରସର ହେବ। ଏହା ପରେ ହାଲୋ ଅର୍ବିଟରେ ରହି ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବ। ଲାଗରେଞ୍ଜ ପଏଣ୍ଟର ଚତୁର୍ପାଶ୍ୱକୁ ହାଲୋ ଅର୍ବିଟ ବୋଲି କୁହାଯାଏ। ହାଲୋ ଅର୍ବିଟରେ ସାଟେଲାଇଟକୁ ମିଳିଥାଏ ବହୁ ସୁଯୋଗ। ସୂର୍ଯ୍ୟର ସମସ୍ତ ଲୁକ୍କାୟିତ ଅଂଶ ସମ୍ପର୍କରେ ପର୍ଯ୍ୟାଲୋଚନା ସମ୍ଭବ ହୋଇଥାଏ। ଗ୍ରହଣ ସମୟରେ ବି ତଥ୍ୟ ମିଳିବା ସମ୍ଭବ ହେବ। ସୌର କ୍ରିୟାକଳାପ ଓ ମହାକାଶ ଜଳବାୟୁ ଉପରେ ପ୍ରଭାବ ସମ୍ପର୍କରେ ମିଳିପାରିବ ତଥ୍ୟ। L1 ପଏଣ୍ଟରୁ ବିନା ବାଧାରେ ସୂର୍ଯ୍ୟ ସମ୍ପର୍କରେ ମିଳିପାରିବ ବିଭିନ୍ନ ଗୂଢ଼ ତଥ୍ୟ। ଆଦିତ୍ୟ ଏଲ-୧ ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କ ନିକଟକୁ ଯିବ ନାହିଁ। ଏହା ପ୍ରଥମ ଲାଗରେଞ୍ଜ ପଏଣ୍ଟରେ ରହି ସୂର୍ଯ୍ୟଙ୍କ ଅନୁଧ୍ୟାନ କରିବ।

ସୂର୍ଯ୍ୟର ବାହ୍ୟ ତାପମାତ୍ରା ବା କ୍ରୋମୋସ୍ଫିହର ସମ୍ପର୍କରେ ଆଦିତ୍ୟ କରିବ ଗବେଷଣା। ଏହା ସହ ସୂର୍ଯ୍ୟଠାରୁ ନିର୍ଗତ ପଦାର୍ଥ ସମ୍ପର୍କରେ ବି ହେବ ଗବେଷଣା। ମହାକାଶ ଜଳବାୟୁ, ବିଭିନ୍ନ ପଦାର୍ଥର ଗତି ସମ୍ପର୍କରେ ତଥ୍ୟ ମିଳିବା ଆଶା ଥିବାବେଳେ ପାର୍ଟିକଲ ଡାଇନାମିକ୍ସ ସମ୍ପର୍କରେ ବି ମିଳିବ ତଥ୍ୟ। ଏହା ସହ ସୋଲାର କୋରୋନା ବା ବାହ୍ୟ ଆବରଣର ଗଠନ ସମ୍ପର୍କରେ ତଥ୍ୟ ମିଳିବା ସମ୍ଭାବନା ଥିବାବେଳେ ତାପମାତ୍ରା, ଗତି ଓ ସାନ୍ଧ୍ରତା ସମ୍ପର୍କରେ ହୋଇପାରିବ ଗବେଷଣା। କୋରନାଲ ମାସ୍ ଇଜେକ୍ସନର ସୃଷ୍ଟି ଓ ଗତିର ଗବେଷଣା ସମେତ ଚୁମ୍ବକୀୟ କ୍ଷେତ୍ର ଓ ଏହାର ମାପ ସମ୍ପର୍କରେ ତଥ୍ୟ ମିଳିପାରିବ। ସୌରଜାତ ବାୟୁର ଉତ୍ପତ୍ତି, ଉପାଦାନ ଓ ଗତି ସମ୍ପର୍କରେ ତଥ୍ୟ ମିଳିବ।

ସୂର୍ଯ୍ୟଙ୍କଠାରୁ ଏତିକି ଦୂରରେ ରହି ସୂର୍ଯ୍ୟଙ୍କ ରହସ୍ୟ ଖୋଲିବ ‘ଆଦିତ୍ୟ ଏଲ-୧’, ଆଉ ମାତ୍ର କିଛି ସମୟ ପରେ ହେବ ଉତକ୍ଷେପଣ
ବେଙ୍ଗାଲୁରୁ: ଆଉ ମାତ୍ର କିଛି ସମୟ ପରେ ମହାକାଶକୁ ଉତକ୍ଷେପଣ ହେବ ଆଦିତ୍ୟ ଏଲ-୧ । ସୌର ଜଗତର ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଅନୁଧ୍ୟାନ ପାଇଁ ବାହାରିବ ଆଦିତ୍ୟ ଏଲ୍-୧। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ଆଦିତ୍ୟ ଏଲ-୧ ଆଜି ଦିନ ୧୧ଟା ୫୦ ମିନିଟ୍‌ରେ ମହାକାଶକୁ ଯାତ୍ରା ଆରମ୍ଭ କରିବ । ମାତ୍ର ‘ଆଦିତ୍ୟ ଏଲ-୧’ ସୂର୍ଯ୍ୟ ଯାଏଁ ଯିବନି । ବରଂ ଏହା ସୂର୍ଯ୍ୟଠାରୁ ୧୪.୮୫ କୋଟି କିଲୋମିଟର ଦୂରତାରେ ରହି ଏହାର ଫେସ୍ ରିଡିଙ୍ଗ କରିବ ।

ପୃଥିବୀଠାରୁ ସୂର୍ଯ୍ୟଙ୍କ ଦୂରତା ୧୫ କୋଟି କିଲୋମିଟର ହୋଇଥିବାବେଳେ ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କଠାରୁ ୧୪.୮୫ କୋଟି କିଲୋମିଟର ଦୂରରେ ରହି ସୂର୍ଯ୍ୟଙ୍କ ରହସ୍ୟ ଖୋଲିବାକୁ ଚେଷ୍ଟା କରିବ । ଆଦିତ୍ୟ ସାଟେଲାଇଟକୁ ‘ଏଲ-୧ ପଏଣ୍ଟ’ରେ ଅବସ୍ଥାପିତ କରିବା ଇସ୍ରୋ । ‘ଆଦିତ୍ୟ ଏଲ୍-୧’ ମହାକାଶଯାନକୁ ସୌର କୋରୋନା (ସୂର୍ଯ୍ୟର ବାହ୍ୟ ସ୍ତର) ଏବଂ ଏଲ୍-୧ (ପୃଥିବୀ-ସୂର୍ଯ୍ୟ ଲାଙ୍ଗ୍ରେଜ୍ ପଏଣ୍ଟ)ରେ ସୌର ପବନର ସ୍ଥିତି ନିରୀକ୍ଷଣ ପାଇଁ ଡିଜାଇନ୍ କରାଯାଇଛି । ଲାଙ୍ଗ୍ରେଜ୍ ପଏଣ୍ଟରେ ରହି ସୌର ପ୍ରବାହର ଅନୁଧ୍ୟାନ କରିବ ଆଦିତ୍ୟ L-1। ସୂର୍ଯ୍ୟ ଓ ପୃଥିବୀ ମଧ୍ୟସ୍ଥ ଏକ ସ୍ଥାନ ଲାଙ୍ଗ୍ରେଜ୍ ପଏଣ୍ଟ, ଯାହା ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି। ଏହି ପଏଣ୍ଟରେ ଉଭୟଙ୍କର ମାଧ୍ୟାକର୍ଷଣ ଶକ୍ତି ପ୍ରାୟ ସମାନ । ଏଥି ସହିତ ଲାଙ୍ଗ୍ରେଜ୍ ପଏଣ୍ଟରେ ଗ୍ରହଣର କୌଣସି ପ୍ରଭାବ ନଥାଏ । ଏହି ସ୍ଥାନରୁ ସୂର୍ଯ୍ୟଙ୍କୁ ବିନା କୌଣସି ବାଧାରେ ଦେଖି ହେବ।

ଆଦିତ୍ୟ-ଏଲ୍୧ ମିଶନର ଲକ୍ଷ୍ୟ ହେଉଛି ଏଲ୍-୧ ର କକ୍ଷରୁ ସୂର୍ଯ୍ୟର ଅଧ୍ୟୟନ କରିବା । ଆଦିତ୍ୟ ମିଶନ ମହାକାଶଯାନ ସାଙ୍ଗରେ ୭ଟି ପେଲୋଡ୍ ନେଇ ଯିବ ଯାହା ଫଟୋଗ୍ରାଫି, କ୍ରୋମୋସ୍ଫିୟର (ସୂର୍ଯ୍ୟ ଦୃଶ୍ୟମାନ ପୃଷ୍ଠର ଉପର ସ୍ତର) ଏବଂସୂର୍ଯ୍ୟର ସବୁଠୁ ବାହ୍ୟ ସ୍ତର (କୋରୋନା)କୁ ବିଭିନ୍ନ ଓ୍ବେଭ୍ ବ୍ୟାଣ୍ଡରେ ନିରୀକ୍ଷଣ ସହାୟକ ହେବେ । ଆଦିତ୍ୟ ମିଶନ ମହାକାଶଯାନ ସହ ଯେଉଁ ପେଲୋଡ୍ ଯିବ ତାହା ସବୁ ଭାରତୀୟ କମ୍ପାନୀଙ୍କ ଦ୍ବାରା ବିକଶିତ । ଏହି ମହାକାଶଯାନ ବାଙ୍ଗାଲୋର ସ୍ଥିତ ୟୁଆର ରାଓ ସାଟେଲାଇଟ୍ ସେଣ୍ଟରରେ ପ୍ରସ୍ତୁତ କରାଯାଇଛି ।