Similipal Kai Chatni - The Sakala

ମୟୂରଭଞ୍ଜ ପାଇବ ଆଉ ଏକ ସ୍ୱିକୃତୀ: ଶିମିଳିପାଳ କାଇ ଚଟଣୀ ଜିଆଇ ଟ୍ୟାଗ ପାଇଁ ଜୋନାଲ ସ୍ତରରେ ମନୋନୀତ
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ସଂଲଗ୍ନ ଆଦିବାସୀଙ୍କ ଖାଦ୍ୟ କାଇ ପିମ୍ପୁଡିକୁ ମିଳିବ ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ ! ମୟୂରଭଞ୍ଜ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର(୨) ଯଶିପୁର ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୟାସ ସଫଳ ହୋଇଛି । ମାନ୍ୟତା ପ୍ରଦାନ ପ୍ରକ୍ରିିୟାରେ ଅଗ୍ରଗତି ସ୍ୱରୂପ ଜୋନାଲ ସ୍ତରରେ ମନୋନୀତ ହୋଇଛି । ମନୋନୀତ ତାଲିକାର କ୍ରମାନ୍ୱୟ ୩୦ନଂ ସ୍ଥାନରେ ରହିଛି । କେନ୍ଦ୍ର ସରକାରଙ୍କ ଜେଗ୍ରାଫିକାଲ ଇଣ୍ଡିକେସନ ପକ୍ଷରୁ ଶୁକ୍ରବାର ଏନେଇ ଅବଗତ କରାଯାଇଛି । ଆସନ୍ତା ୩ମାସ ମଧ୍ୟରେ ମାନ୍ୟତା ପ୍ରଦାନ ବିରୋଧରେ ଆପତ୍ତି ଅଭିଯୋଗ ପାଇଁ ସମୟ ରହିଛି । ଏହା ପରେ ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ ମିଳିବା ସୁନିଶ୍ଚିତ ।

ମୟୂରଭଞ୍ଜ ଜିଲ୍ଲାର ଆଦିମ ଆଦିବାସୀ ବହୁଯୁଗରୁ ଥଣ୍ଡା, କାଶ, କଫ, ଛିଙ୍କ ଓ ଜ୍ୱର ହେଲେ କାଇ ପିମ୍ପୁଡ଼ି ଚଟଣି ବାଟି ସେବନ କରି ସୁସ୍ଥ ହୋଇଥାନ୍ତି । ଯାହା ଆଜି ମଧ୍ୟ ପ୍ରଚଳିତ । ଆଦିବାସୀଙ୍କ ଏହି ଗାଉଁଲି ଔଷଧର ଗବେଷଣା କଲେ ସମ୍ଭବତଃ କରୋନାର ପ୍ରତିଷେଧକ ମିଳିପାରବ ବୋଲି କରୋନା ସମୟରେ ମୟୂରଭଞ୍ଜର ଯୁବ ଇଂ ନୟାଧର ପଢ଼ିଆଳ ଯୁକ୍ତି ବାଢ଼ିଥିଲେ । ଏନେଇ ଯୁକ୍ତି ସମ୍ବଳିତ ପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଆୟୂଷ, ଆଇସିଏମଆର ଓ ସିଏସଆଇଆରର ଡ଼ାଇରେକ୍ଟର ଜେନେରାଲଙ୍କୁ ପ୍ରଦାନ କରଛନ୍ତି । ପରନ୍ତୁ କୌଣସି ଗଷେଣା କରା ନ ଯିବାରୁ ଯନ୍ତ୍ରୀ ଜଣଙ୍କ ଉଚ୍ଚନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ଦାଏର ମଧ୍ୟ କରିଥିଲେ । ତାଙ୍କର ଯୁକ୍ତି ହେଲା, ଆଦିମ ଆଦିବାସୀ ବହୁଯୁଗରୁ ଥଣ୍ଡା, କାଶ, କଫ, ଛିଙ୍କ ଓ ଜ୍ୱର ହେଲେ କାଇ ପିମ୍ପୁଡ଼ି ଚଟଣି ବାଟି ସେବନ କରି ସୁସ୍ଥ ହେଉଥିଲେ । ଯାହା ଆଜି ମଧ୍ୟ ପ୍ରଚଳିତ । ଆଦିବାସୀଙ୍କ ଏହି ଗାଉଁଲି ଔଷଧର ଗବେଷଣା କଲେ ସମ୍ଭବତଃ କରୋନାର ପ୍ରତିଷେଧକ ମିଳିପାରବ ବୋଲି ସେ ଯୁକ୍ତି ବାଢିଥିଲେ ।

ପରେ ତାଙ୍କ ଉଦ୍ୟମରେ ଗଠିତ ବାରିପଦା ପୌରପାଳିକା ୧୧ନଂ ୱାର୍ଡ ଢିପାସାହିର ମୟୂରଭଞ୍ଜ କାଇ ସମାଜ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର(୨) ଯଶିପୁର ପକ୍ଷରୁ ୨୦୨୦ ଡିସେମ୍ବର ୭ତାରିଖରେ ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ ପାଇଁ ଜିଆଇ ଆବେଦନ ନଂ ୭୨୫ ଦ୍ୱାରା ଆବେଦନ କରାଯାଇଥିଲା । ଏନେଇ ୨୦୨୨ ଡିସେମ୍ବର ୬ତାରିଖରେ ଭୁବନେଶ୍ୱର କୃଷି ବୈଷୟିକ ବିଶ୍ୱବଦ୍ୟାଳୟ(ଓୟୁଏଟି)ରେ ପରାମର୍ଶ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଆବେଦନ କରିଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସହିତ କାଇ ସମାଜର କର୍ମକର୍ତ୍ତା ଯୋଗଦେଇ ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିଥିଲେ । ତେବେ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପରେ କାଇ ଚଟଣିର ଗବେଷଣା ସମ୍ଭାବନା ଅଧିକ ରହିଛି । ଏହାର ଔଷଧୀୟ ଗୁଣକୁ ଜୀବନ ରକ୍ଷାକାରୀ ଭାବେ ମାନବ ସମାଜ ପାଇଁ ବ୍ୟବହାର ହୋଇପାରିବ ବୋଲି ଯନ୍ତ୍ରୀ ଶ୍ରୀ ପଢ଼ିଆଳ କହିଛନ୍ତି ।