Asia Cup 2023 - The Sakala
ଭାରତ ଏସିଆ କପ୍ ଚାମ୍ପିଅନ୍ : ଫାଇନାଲରେ ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇଲା ଟିମ୍‌ ଇଣ୍ଡିଆ
କଲମ୍ବୋ: ଆର୍ ପ୍ରେମଦାସା ଷ୍ଟାଡିମୟରେ ଖେଳାଯାଉଥିବା ଏସିଆ କପ୍ ଫାଇନାଲ୍ ମ୍ୟାଚରେ ଭାରତ ଦମ୍‌ଦାର ବିଜୟ ହାସଲ କରିଛି। ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା ବିପକ୍ଷରେ ସହଜ ବିଜୟ ହାସଲ କରିବା ସହ ଅଷ୍ଟମ ଥର ପାଇଁ ଏସିଆ କପ୍ ଜିତିନେଇଛି ରୋହିତ ବାହିନୀ । ୫୧ ରନର ସହଜ ବିଜୟ ଲକ୍ଷ୍ୟକୁ ୬.୧ ଓଭରରେ ହାସଲ କରିନେଇଛି ଭାରତ । ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟର ଇଶାନ କିଶନ ଏବଂ ଶୁବମନ୍ ଗିଲ୍ ଅପରାଜିତ ରହି ବିଜୟ ଲକ୍ଷ୍ୟକୁ ହାସଲ କରିଛନ୍ତି । ଇଶାନ କିଶନ ବ୍ୟକ୍ତିଗତ ଭାବେ ୨୩ ରନ୍ କରିଥିବାବେଳେ ଶୁବମନ ୨୭ ରନ୍ କରିଛନ୍ତି । ବିନା ୱିକେଟ୍ ହରାଇ ଭାରତ ବିଜୟୀ ହୋଇଛି ।
ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୫.୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୫୦ ରନ୍ କରିଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଟି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟର । ଟସ୍‌ ହାରି ବୋଲିଂ କରୁଥିବା ଭାରତ ଉଭୟ ବୋଲିଂ ଓ ଫିଲ୍ଡିଙ୍ଗରେ ଶ୍ରୀଲଙ୍କାର ବ୍ୟାଟରଙ୍କୁ ଧରାଶାୟୀ କରିଦେଇଛି। ଦିନିକିଆର ୫୦ ଓଭର ବିଶିଷ୍ଟ ମ୍ୟାଚରେ ମାତ୍ର ୧୫ ଓଭର ୨ବଲ୍‌ରେ ଶ୍ରୀଲଙ୍କାର ଖେଳ ସରିଯାଇଛି। ଭାରତୀୟ ଦ୍ରୁତ ବୋଲରଙ୍କୁ ସାମ୍ନା କରିପାରନାହାନ୍ତି ଶ୍ରୀଲଙ୍କା ବ୍ୟାଟର, ଶ୍ରୀଲଙ୍କାର ମାତ୍ର ଦୁଇ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ।
ମହମ୍ମଦ ସିରାଜ ତାଙ୍କ ଘାତକ ବୋଲିଂରେ ଗୋଟିଏ ଓଭରରେ ଶ୍ରୀଲଙ୍କାର ୪ ଜଣ ବ୍ୟାଟରଙ୍କୁ ଆଉଟ କରିବା ସହ ମୋଟ୍‌ ୭ ଓଭର ବୋଲିଂ କରି  ଗୋଟିଏ ମେଡେନ୍‌ ଓଭର ସହ ୨୧ ରନ୍‌ ଦେଇ ୬ଟି ୱିକେଟ ନେଇଛନ୍ତି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୨.୨ ଓଭର ବୋଲିଂ କରି ୩ ରନ୍‌ ଦେଇ ୩ଟି ୱିକେଟ ନେଇଛନ୍ତି, ଯଶପ୍ରୀତ ବୁମରା ମଧ୍ୟ ୫ ଓଭର ବୋଲିଂ କରି ଗୋଟିଏ ମେଡେନ୍‌ ଓଭର ସହ ୨୩ ରନ୍‌ ଦେଇ ଗୋଟିଏ ୱିକେଟ ନେଇଥିଲେ।
ଆଜିର  ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । କିନ୍ତୁ ଶ୍ରୀଲଙ୍କାର ଏହି ନିଷ୍ପତ୍ତିକୁ ଆରମ୍ଭରୁ ହିଁ ଭୁଲ ପ୍ରମାଣିତ କରିଦେଲେ ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ । ପ୍ରଥମ ଓଭରରେ ହିଁ ବୁମରା ଶ୍ରୀଲଙ୍କାର କୁଶଲ ପରେରାଙ୍କୁ ଆଉଟ କରିଦେଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ସିରାଜଙ୍କ ମାରାତ୍ମକ  ବୋଲିଂ । ସେ ଭାରତର ୪ର୍ଥ ଓ ବ୍ୟକ୍ତିଗତଭାବେ ନିଜର ୨ୟ ଓଭର ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ଟିମର ଅଣ୍ଟା ଭାଙ୍ଗିଦେଲେ । ଏହି ଓଭରରେ ସେ ଶ୍ରୀଲଙ୍କାର ୪ ଜଣ ବ୍ୟାଟ୍ସମ୍ୟାନ-ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ପାଭିଲିୟନ ଫେରାଇଥିଲେ । ସେହିପରି ନିଜର ୩ୟ ଓଭରରେ ସେ ସନକାଙ୍କୁ ବୋଲଡ୍ କରିଦେଇଥିଲେ ।
ସିରାଜଙ୍କ ମାରାତ୍ମକ ସ୍ପେଲ୍‌ ପରେ ଆରମ୍ଭ ହୋଇଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଗ୍ନିବର୍ଷା ବୋଲିଂ । ହାର୍ଦ୍ଦିକ ପାଣ୍ଡ୍ୟା ୨.୨ ଓଭର ବୋଲିଂ କରି ୩ ରନ୍‌ ଦେଇ ୩ଟି ୱିକେଟ ହାସଲ କରିଛନ୍ତି। ଆଜିର ୫୦ ରନ୍‌ ଦିନିକିଆରେ ଶ୍ରୀଲଙ୍କାର ଦ୍ୱିତୀୟ ସର୍ବନିମ୍ନ ସ୍କୋର। ୨୦୧୨ରେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୩ ରନରେ ଅଲଆଉଟ ହୋଇଥିଲା। ଆଜି ଏସିଆ କପ ଫାଇନାଲରେ ଶ୍ରୀଲଙ୍କା ୫୦ ରନ କରି ଅଲଆଉଟ ହୋଇଥିଲା। ଭାରତ ବିପକ୍ଷରେ ଏହା ଶ୍ରୀଲଙ୍କାର ସର୍ବନିମ୍ନ ସ୍କୋର। କୌଣସି ଫାଇନାଲରେ ମଧ୍ୟ ଏହା ସବୁଠାରୁ କମ ସ୍କୋର।  ଭାରତ ୨୦୧୮ରେ ଏସିଆ କପ୍ ଜିତିଥିଲା ଏବଂ ଦଳ ୫ ବର୍ଷ ପରେ ଅଷ୍ଟମଥର ଟାଇଟଲ ପୁଣିଥରେ ଜିତି ନେଇଛି।
ଏସିଆ କପ୍‌ ଫାଇନାଲ: ଟସ୍ ଜିିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି
କଲମ୍ବୋ: ଆଜି ଏସିଆ କପ୍‌ ୨୦୨୩  ଫାଇନାଲ ମୁକାବିଲା । ଏହି ଫାଇନାଲ ମୁକାବିଲାରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଯାହାଫଳରେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଭାରତୀୟ ଟିମ୍‌ । ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ହାତରେ ଆଘାତ ଲାଗିଥିବାରୁ ତଙ୍କ ସ୍ଥାନରେ ଫାଇନାଲ ମ୍ୟାଚ୍‌ରେ ଓ୍ୱାସିଂଟନ୍‌ ସୁନ୍ଦରକୁ ସିମିଲ କରାଯାଇଛି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ୍‌ ଗିଲ୍‌, ବିରାଟ କୋହଲି, କେଏଲ୍‌ ରାହୁଲ୍‌, ଇଷାନ୍‌ କିଷାନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଓ୍ୱାସିଂଟନ୍‌ ସୁନ୍ଦର, କୂଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ୍‌ ବୁମରା ।
ଶ୍ରୀଲଙ୍କାଦଳ: କୁଶଲ ପେରେରା, ପଥୁମ ନିଶଙ୍କା, କୁଶଲ ମେଣ୍ଡିସ୍‌, ସଦିରା ସମରବିକ୍ରମା, ଚରିଥ ଆଶଲଙ୍କା, ଧନଞ୍ଜନ ଡି ସିଲ୍‌ଭା, ଡାସୁନ୍‌ ଶଣକା (ଅଧିନାୟକ), ଦୁନିଥ୍‌ ଓ୍ୱେଲଲଗେ, ଦୁସାନ୍‌ ହେମନ୍ଥ, ମଥିଶା ପତିରଣା, କାସୁନ ରଜିଥା।
ଆଜି ଏସିଆ କପ୍‌ ଫାଇନାଲ: ଦେଖିବାକୁ ମିଳିବ ହାଇଭୋଲଟେଜ ମୁକାବିଲା, ୫ବର୍ଷ ପରେ ଟାଇଟଲ ଜିତିବାକୁ ଭାରତ ଆଶାୟୀ
କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମୁକାବିଲା ସ୍ଥାନୀୟ ରଣସିଂହ ପ୍ରେମଦାସା ଷ୍ଟାଡିୟମ୍‌ରେ ରବିବାର ଖେଳାଯିବ । ଏହି ଫାଇନାଲକୁ ଜିତି ଭାରତ ଗତ ୫ ବର୍ଷ ପରେ ଏକାଧିକ ଦେଶକୁ ନେଇ ଖେଳାଯାଉଥିବା କୌଣସି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଶୂନ୍ୟସ୍ଥାନ ପୂରଣ କରିବାକୁ ଆଶାୟୀ ରହିଛି । ଏସିଆ କପ୍‌ ମଧ୍ୟ ଏହି ସଫଳ ଦଳକୁ ଉପଯୁକ୍ତ ସୁଯୋଗ ଦେଇଛି । ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ହାତରେ ଆଘାତ ଲାଗିଥିବାରୁ ଏହି ଫାଇନାଲରେ ଖେଳିବା ନେଇ ସନ୍ଦେହ ରହିଛି । କିନ୍ତୁ ଏହାଠାରୁ ଅଧିକ ଧକ୍କା ଲାଗିଛି ଶ୍ରୀଲଙ୍କା ଦଳକୁ । ଘରୋଇ ଏବଂ ସ୍ପିନ୍‌କୁ ସହାୟତା ଦେଉଥିବା ପିଚ୍‌ରେ ଶ୍ରୀଲଙ୍କା ପକ୍ଷରୁ ପାଳି ଆରମ୍ଭ କରୁଥିବା ସ୍ପିନର ମାହୀଶା ଥିକ୍‌ସାନା ମାଂସପେଶୀରେ ଆଘାତ ଲାଗିଥିବାରୁ ଫାଇନାଲ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି । ଫଳରେ ଶ୍ରୀଲଙ୍କା ନିଶ୍ଚିତଭାବେ ଥିକ୍‌ସାନାଙ୍କ ଅନୁପସ୍ଥିତି ଉପଲବ୍‌ଧି କରିବ । ଏଥିରୁ ଫାଇଦା ଉଠାଇ ଭାରତ ଏସିଆକପ୍‌କୁ ଆଉ ଥରେ ଜିତିବାକୁ ଚେଷ୍ଟା କରିବ ବୋଲି ଆଶା କରିବା ସ୍ୱାଭାବିକ୍‌ । ଏହି ବିଜୟ କେବଳ ଭାରତର ଟାଇଟଲ ଶୂନ୍ୟସ୍ଥାନ ପୂରଣ କରିବ ନାହିଁ, ବିଶ୍ୱକପ୍‌ ପୂର୍ବରୁ ଦଳର ମନୋବଳ ବଢ଼ାଇବାରେ ସମର୍ଥ ହୋଇପାରିବ ।
୨୦୧୮ରେ ଜିତିଥିଲା ଶେଷ ଟାଇଟଲ
ଦୁବାଇରେ ୨୦୧୮ରେ ଅନୁଷ୍ଠିତ ଏସିଆ କପ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଶେଷଥର ଚାମ୍ପିଅନ ହୋଇଥିଲା । ଏହା ଥିଲା ଭାରତର ଶେଷ ଟାଇଟଲ । ଏଥିରେ ଦଳ ବାଂଲାଦେଶକୁ ୩ ୱିକେଟରେ ହରାଇ ଟାଇଟଲ ଜିତିଥିଲା । ଏହା ପରଠାରୁ ଭାରତ କୌଣସି ଫର୍ମାଟରେ କିଛି ଟାଇଟଲ ଜିତିପାରି ନାହିଁ । ଏହି ସମୟରେ ଭାରତ ୨୦୧୯ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଥିଲା । ୨୦୨୨ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲରେ ମଧ୍ୟ ପ୍ରବେଶ କରିଥିଲା । କିନ୍ତୁ ଉଭୟ ପ୍ରତିଯୋଗିତାରେ ଦଳ ସେମିଫାଇନାଲରୁ ବିଦାୟ ନେଇଥିଲା । ସେହିପରି ଭାରତ ମଧ୍ୟ ୨୦୧୯ ଓ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ୧୯ରେ ନ୍ୟୁଜିଲାଣ୍ଡ ଓ ୨୩ରେ ଅଷ୍ଟ୍ରେଲିଆଠାରୁ ହାରି ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା । ଏପରିକି ଗତ ଏସିଆ କପ୍‌ ଟି-୨୦ରେ ଭାରତ କିଛି ପ୍ରଭାବ ପକାଇ ପାରି ନଥିଲା । ଏବେ କୋଚ୍‌ ରାହୁଲ ଦ୍ରାବିଡ୍‌ ଓ ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଟାଇଟଲ ଆଶା କରାଯାଉଛି ।
ଦଳକୁ ଫେରିବେ ତାରକା ଖେଳାଳି
ଶୁବମାନ ଗିଲଙ୍କ ଚମକ୍ରାର ଶତକ ସତ୍ତେ୍ୱ ଭାରତ ଏସିଆ କପ୍‌ର ଶେଷ ସୁପର-୪ ମ୍ୟାଚ୍‌ରେ ବାଂଲାଦେଶଠାରୁ ହାରିଯାଇଥିଲା । ଦଳ ବାଂଲାଦେଶର ପ୍ରଥମ ୪ଟି ୱିକେଟ ୫୯ ରନ୍‌ ମଧ୍ୟରେ ନେଇଥିଲେ ମଧ୍ୟ ୨୬୫ ରନ୍‌ କରିପାରିଥିଲା। ଏଣୁ ଭାରତର ଦୁର୍ବଳତା ପ୍ରକାଶ ପାଇଛି । ଏହି ମ୍ୟାଚ୍‌ରୁ ଦଳ ୫ ଜଣ ନିୟମିତ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା । ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଗଲେ ଏହି ଦଳର ଦକ୍ଷତା ଭିନ୍ନ ହେବ । ସେହିପରି ବୋଲିଂରେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ୍‌ ସିରାଜ ଓ ପ୍ରଭାବୀ ସ୍ପିନର କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରାଗଲେ ଏହା ନିଶ୍ଚିତ ଯେ କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କ ଲାଗି ଖେଳିବା କଷ୍ଟକର ହେବ । ଏହି ୫ଜଣ ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ନିଶ୍ଚିତ ଖେଳିବେ । କିନ୍ତୁ ଅକ୍ଷର ପଟେଲଙ୍କ ସମ୍ପର୍କରେ କହି ହେବ ନାହିଁ । ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରାଯିବା ଏହାର କାରଣ ବୋଲି ଦର୍ଶାଉଛି ।
ଶ୍ରୀଲଙ୍କାର ସମସ୍ତ ପ୍ରତିରୋଧକୁ ପ୍ରତିହତ କରି ଭାରତ ଏଠାରେ ଟାଇଟଲ ଜିତି ଆତ୍ମବିଶ୍ୱାସର ସହ ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଯିବ । ଭାରତ ଗତ ୧୦ ବର୍ଷ ହେଲା ଆଇସିସି ଦ୍ୱାରା ଆୟୋଜିତ କୌଣସି ବରିଷ୍ଠ ବିଭାଗରେ ଟାଇଟଲ ଜିତିନାହିଁ । ଏଠାରେ ଟାଇଟଲ ଜିତିବା ଅର୍ଥ ଆତ୍ମବିଶ୍ୱାସ ହାସଲ କରିବା । ଏଥିଲାଗି ଦଳ ସମସ୍ତ ପ୍ରକାର ପ୍ରସ୍ତୁତି କରିବ । ସେହିପରି ସୁପର-୪’ ମ୍ୟାଚ୍‌ରେ ଭାରତକୁ ଶ୍ରୀଲଙ୍କା ନାକେଦମ କରିଥିଲା । ଏହି ଦଳ ମଧ୍ୟ କ୍ରମାଗତ ୧୩ଟି ମ୍ୟାଚ୍‌ ଜିତିବା ପରେ ପରାଜିତ ହୋଇଥିଲା । ଏହା ପରେ ପାକିସ୍ତାନ ଭଳି ଶକ୍ତିଶାଳୀ ପାକିସ୍ତାନକୁ ହରାଇ ପୁଣିଥରେ ଲୟକୁ ଫେରିଛି । ଏଣୁ ଶ୍ରୀଲଙ୍କା ମଧ୍ୟ ଭାରତ ଲାଗି ଟାଇଟଲ ଜିତିବାରେ ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି ।
ଖେଳ ଆରମ୍ଭ : ଅପରାହ୍ଣ ୩ଟା
ପ୍ରସାରଣ ଟିଭି: ଷ୍ଟାର ସ୍ପୋର୍ଟ୍ସ
ପ୍ରସାରଣ ଆପ୍‌: ହଟ୍‌ ଷ୍ଟାର
ଗିଲଙ୍କ ଶତକ ବ୍ୟର୍ଥ, ଏସିଆ କପ୍‌‌ର ଶେଷ ସୁପର-୪ ମ୍ୟାଚ୍‌‌ରେ ବାଂଲାଦେଶ ଠାରୁ ହାରିଲା ଭାରତ
କଲମ୍ବୋ: ଶୁବମାନ ଗିଲଙ୍କ ଚମତ୍କାର ଶତକ ସତ୍ତ୍ବେ ଏଠାରେ ଶୁକ୍ରବାର ଅନୁଷ୍ଠିତ ଏସିଆ କପ୍‌‌ର ଶେଷ ସୁପର-୪ ମ୍ୟାଚ୍‌‌ରେ ବାଂଲାଦେଶ ୬ ରନ୍‌‌ରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ପ୍ରତିଯୋଗିତାର ଫାଇନାଲ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସୁପର-୪’ରେ ବାଂଲାଦେଶ ସାନ୍ତ୍ୱନାମୂଳକ ବିଜୟ ସତ୍ତ୍ବେ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ୍‌‌ର ଫାଇନାଲ ମୁକାବିଲା ହେବ।
ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୮ ୱିକେଟରେ ୨୬୫ ରନ୍‌‌ କରିଥିଲା। ଦଳ ପକ୍ଷରୁ ସାକିବ ଅଲ ହସନ ସର୍ବାଧିକ ୮୦, ତୋହିଦ୍‌‌ ହୃଦୟ ୫୪ ରନ୍‌‌ କରିଥିଲେ। ଜବାବରେ ଭାରତ ୪୯.୫ ଓଭର ଖେଳି ୨୫୯ ରନ୍‌‌ରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଗିଲ ପଞ୍ଚମ ଶତକ ସହ ୧୩୩ ବଲରୁ ୮ ଚୌକା ଓ ୫ଛକା ସହ ସର୍ବାଧିକ ୧୨୧ ରନ୍‌‌ କରିଥିଲେ। ଦଳର ଟପ୍‌‌ ଅର୍ଡର ଫେଲ ମାରିଥିଲାବେଳେ ଅକ୍ଷର ପଟେଲ ୪୨ ରନ୍‌‌ର ସାହାସିକ ପାଳି ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ଲାଗି ପର୍ଯ୍ୟାପ୍ତ ହୋଇ ନଥିଲା। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୨୬, ରୋହିତ ଶର୍ମା ୦, ଲୋକେଶ ରାହୁଲ ୧୯, ଇଶାନ କିସାନ ୫ ଓ ପଦାର୍ପଣ କରିଥିବା ତିଳକ ବର୍ମା ମଧ୍ୟ ୫ ରନ୍‌‌ କରିଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହମନ ସର୍ବାଧିକ ୩ଟି, ତାଞ୍ଜିମ ହାସନ ସକିବ ଓ ମେହେଦୀ ହାସନ ୨ଟି ଲେଖାଏଁ ୱିକେଟ ନେଇଛନ୍ତି।
ଏହି ମ୍ୟାଚ୍‌‌ରେ ୫ଜଣ ଖେଳାଳିଙ୍କୁ ବିଶ୍ରାମ ଦେଇଥିବା ଭାରତୀୟ ଦଳ ଟସ୍‌‌ ଜିତି ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥିଲା। ବାଂଲାଦେଶ ବ୍ୟାଟିଂ ଆରମ୍ଭ କରି ପାୱାର ପ୍ଲେ ମଧ୍ୟରେ ମାତ୍ର ୨୮ ରନ୍‌‌ରେ ୩ଟି ଓ ୫୯ ରନ୍‌‌ରେ ଟପ୍‌‌ ୪ଜଣ ବ୍ୟାଟରଙ୍କୁ ହରାଇ ବିପଦରେ ପଡ଼ିଥିଲା। ପୂର୍ବମ୍ୟାଚ୍‌‌ ଭଳି ଏହା ମଧ୍ୟ ଏକ ଲୋ ସ୍କୋରିଂ ମ୍ୟାଚ୍‌‌ ହେବାର ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ଅଧିନାୟକ ସାକିବଙ୍କୁ କିଛି ନୂଆ ଖେଳାଳିଙ୍କ ଉପଯୁକ୍ତ ସମର୍ଥ ମିଳିବା ଫଳରେ ବାଂଲାଦେଶ ଏଠାରେ ଏକ ବଡ଼ ସ୍କୋର କରିବାରେ ସମର୍ଥ ହୋଇପାରିଥିଲା। ସାକିବ ୮୫ ବଲ୍‌‌ରେ ୮୦ ରନ୍‌‌ କରି ୫ମ ଖେଳାଳିଭାବେ ଆଉଟ ହୋଇଥିଲାବେଳେ ତୋହିଦ୍‌‌ ହୃଦୟଙ୍କ ସହ ୫ମ ୱିକେଟ ଭାଗୀଦାରିରୁ ୧୧୫ ବଲ୍‌‌ରେ ୧୦୧ ରନ୍‌‌ ମିଳିଥିଲା। ଏହି ଭାଗୀଦାରି ଦଳକୁ ଏକ ବଡ଼ ସ୍କୋର କରିବାରେ ସହାୟତା କରିଥିଲା। ହୃଦୟ ୮୧ ବଲ୍‌‌ ଖେଳି ୫ ଚୌକା ଓ ୨ ଛକା ସହାୟତାରେ ୫୪ ରନ୍‌‌ କରିଆଉଟ ହୋଇଥିଲେ। କିନ୍ତୁ ବାଂଲାଦେଶର ନଂ-୮, ୯ ଓ ୧୦ ନମ୍ବର ବ୍ୟାଟରଙ୍କ ଚକତ୍କାର ପ୍ରଦର୍ଶନ ବଳରେ ଦଳ ୮ ୱିକେଟରେ ୨୬୫ ରନ୍‌‌ କରିବାକୁ ସମର୍ଥ ହୋଇଥିଲା। ନଂ-୮ରେ ବ୍ୟାଟିଂ କରିଥିବା ନାସୁମ ଅହମ୍ମଦ୍‌‌ ୪୫ ବଲ୍‌‌ରେ ଦ୍ରୁତ ୪୪ ରନ୍‌‌ କରିଥିଲେ। ନଂ-୯ରେ ମେହେଦୀ ହାସନ ୨୩ ବଲ୍‌‌ରୁ ୩ ଚୌକା ସହ ୨୯ ଓ ନଂ-୧୦ ତାଞ୍ଜିମ ହାସନ ସାକିବ ୮ ବଲ୍‌‌ରୁ ୧୪ ରନ୍‌‌ କରି ଶେଷ ଯାଏ ଅପରାଜିତ ରହିଥିଲେ। ଏମାନଙ୍କ ବ୍ୟାଟିଂ ଯୋଗୁ ବାଂଲାଦେଶର ଭଲ ସ୍କୋର କରିବାରେ ସମର୍ଥ ହୋଇଥିଲା।
ଭାରତ ପକ୍ଷରୁ ପେସ୍‌‌ ବୋଲରଙ୍କ ପ୍ରଦର୍ଶନ ଭଲ ଥିଲେ ମଧ୍ୟ ସର୍ବାଧିକ ୩ ୱିକେଟ ନେଇଥିବା ଶାର୍ଦ୍ଦୁଳ ଠାକୁର ୧୦ ଓଭରରେ ୬୫ ରନ୍‌‌ ବ୍ୟୟ କରିଥିଲେ। ମହମ୍ମଦ୍‌‌ ସାମି ୮ ଓଭର ବୋଲିଂ କରି ୩୨ ରନ୍‌‌ରେ ୨ଟି ୱିକେଟ ପାଇଥିଲେ।
ଏସିଆ କପ୍ ସୁପର-୪’ର ଶେଷ ମୁକାବିଲା, ଆଜି ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ
କଲମ୍ବୋ: ଆଜି ଏସିଆ କପ୍‌‌ ସୁପର-୪’ର ଶେଷ ମୁକାବିଲା ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ୩ଟି ଲେଖାଏଁ ସୁପର-୪ ମ୍ୟାଚ୍‌‌ ଖେଳିବେ। ଏହା ମଧ୍ୟରୁ ଭାରତ ୨ଟି ମ୍ୟାଚ୍‌‌ ଖେଳି ୨ଟିଯାକରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିସାରିଛି। ଅନ୍ୟପକ୍ଷରେ ବାଂଲାଦେଶ ୨ଟି ଯାକ ମ୍ୟାଚ୍‌‌ରେ ପରାଜିତ ହୋଇ ପ୍ରତିଯୋଗିତାରୁ ବାଦ୍‌‌ ପଡ଼ିଛି। ଏଭଳି ସ୍ଥିତିରେ ଏହି ମ୍ୟାଚ୍‌‌ର ଫଳାଫଳ ଉପରେ କିଛି ଗୁରୁତ୍ୱ ନାହିଁ। କିନ୍ତୁ ଭାରତୀୟ ଖେଳାଳିଙ୍କ ଲାଗି ବେଶ ଗୁରୁତ୍ୱ ବହନ କରୁଛି। କଲମ୍ବୋର ରଣସିଂହ ପ୍ରେମଦାସା ଷ୍ଟାଡିୟମ୍‌‌ରେ ଖେଳାଯାଇଥିବା ଶେଷ ଦୁଇଟି ମ୍ୟାଚ୍‌‌ରେ ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।
ଏପରିକି ପ୍ରଥମ ମ୍ୟାଚ୍‌‌ରେ ପାକିସ୍ତାନ ବିପକ୍ଷରେ ୨ ୱିକେଟରେ ୩୫୬ ରନ୍‌‌ କରିଥିବା ଭାରତ ଏହାର ପରଦିନ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌‌ରେ ବ୍ୟାଟରମାନେ ସଂଘର୍ଷ କରିଥିଲେ। ରୋହିତ ଶର୍ମା ଓ ଶୁବମାନ ଗିଲ ପ୍ରଥମ ୱିକେଟ ଯୋଡିରୁ ୮୦ ରନ୍‌‌ ଉଠାଇ ନଥିଲେ ଭାରତକୁ ଏହି ମ୍ୟାଚ୍‌‌ ଜିତିବା କଷ୍ଟକର ହୋଇପଡ଼ିଥାନ୍ତା। ଯୁବ ଅଲରାଉଣ୍ଡର ଦୁନିଥ ୱେଲାଲାଗେଙ୍କୁ ଅଟକାଇବା ଭାରତ ଲାଗି କଷ୍ଟକର ହୋଇଥିଲା। ବ୍ୟାଟିଂ ହେଉ ଅବା ବୋଲିଂ, ଉଭୟ ବିଭାଗରେ ୱେଲାଲାଗେ ଦମ୍‌‌ ଦେଖାଇ ଖେଳିଥିଲେ। ଏଣୁ ଶେଷ ଲିଗ୍‌‌ ମ୍ୟାଚ୍‌‌ରେ ଭାରତ ଯେପରି ବାଂଲାଦେଶ ସ୍ପିନରଙ୍କୁ ଠିକ୍‌‌ ଭାବେ ଖେଳିପାରିବ, ତାହା ଉପରେ ନିଶ୍ଚିତ ଗୁରୁତ୍ୱ ଦେବ। ଏଭଳି ସମୟରେ ଆହତ ଯୋଗଁ ଦୀର୍ଘ ଦିନ ଖେଳିପାରି ନଥିବା ଖେଳାଳିମାନେ ମଧ୍ୟ ଭଲ ଭାବେ ମ୍ୟାଚ୍‌‌ ପ୍ରାକ୍ଟିସ୍‌‌ ପାଇପାରିବେ। ପିଚ୍‌‌ ଯଦି ଏଭଳି ରହେ ତେବେ ଭାରତୀୟ ଦଳରେ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌‌।
ଅନ୍ୟପକ୍ଷରେ ୪ଟି ମ୍ୟାଚ୍‌‌ରୁ କେବଳ ଆଫଗାନିସ୍ତାନକୁ ହରାଇଥିବା ବାଂଲାଦେଶ ନିକଟରେ କ୍ୱାଲିଟି ବୋଲିଂ ଖେଳିବାର ଅସୁବିଧା ରହିଛି। ଭାରତ ବିପକ୍ଷରେ ସେମାନେ ଏହି ଅସୁବିଧାକୁ ଦୂର କରିବେ ବୋଲି ଆଶା ରଖିିଛି। ସାକିବ-ଅଲ-ହସନ ଏଯାଏ ତାଙ୍କ ଦକ୍ଷତା ଅନୁଯାୟୀ ଖେଳିନାହାନ୍ତି। ଏଣୁ ସାକିବଙ୍କ ଲାଗି ମଧ୍ୟ ଏହି ମ୍ୟାଚ୍‌‌ ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ। ଦଳର ଅନ୍ୟତମ ବରିଷ୍ଠ ଖେଳାଳି ମୁସ୍‌‌ଫିକର ରହିମ ମଧ୍ୟ ଏହି ମ୍ୟାଚ୍‌‌ରେ ଖେଳିବେ ନାହିଁ। ଏହା ସତ୍ତ୍ବେ ସାନ୍ତ୍ୱନାମୂଳକ ବିଜୟ ସହ ବାଂଲାଦେଶ ବିଶ୍ୱକପ୍‌‌ ଖେଳିବାକୁ ଆଶା ରଖିଛି।
କଲମ୍ବୋ: ଏସିଆ କପ ସୁପର ଫୋରରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ । ପାକିସ୍ତାନକୁ ୨୨୮ ରନରେ ହରାଇ ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଅପରାଜିତ ଶତକୀୟ ପାଳି ପରେ କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ବଳରେ ଭାରତ ଏସିଆ କପ୍‌ର ସୁପର-୪ ମ୍ୟାଚ୍‌ରେ ପାକିସ୍ତାନକୁ ୨୨୮ ରନ୍‌ରେ ହରାଇ ଦେଇଛି ।
କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩୫୬ ରନ୍ କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ଏବଂ କେଏଲ୍ ରାହୁଲ ଶତକୀୟ ଇନିଂସ ଖେଳିଥିଲେ । ବିରାଟ କୋହଲି ୯୪ ଟି ବଲରେ ୧୨୨ ରନ୍ ଏବଂ କେଏଲ୍ ରାହୁଲ ୧୦୬ଟି ବଲରେ ୧୧ରନ୍ କରି ଅପରାଜିତ ରହିଥିଲେ । ଜବାବରେ ପାକିସ୍ତାନ ୩୨ ଓଭରରେ ୧୨୮/୮ ରନ୍ ହିଁ କରିବାରେ ସକ୍ଷମ ହୋଇଥିଲା । ପାକିସ୍ତାନର ଦୁଇଜଣ ବ୍ୟାଟର ଆହତ କାରଣରୁ ପଡ଼ିଆକୁ ଓହ୍ଲାଇପାରିନଥିଲେ । କେବଳ ୮ ଜଣ ହିଁ ବ୍ୟାଟିଂ କରିଥିଲେ । ସେଥିପାଇଁ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା । ପାକିସ୍ତାନକୁ ନିଜ ଦିନିକିଆ ଇତିହାସରେ ଦ୍ୱିତୀୟଥର ସବୁଠୁ ବଡ଼ ପରାଜୟ ମିଳିଛି । ଦଳକୁ ଏହା ପୂର୍ବରୁ ୨୦୦୯ରେ କରାଚୀ ଷ୍ଟାଡିୟମରେ ଶ୍ରୀଲଙ୍କା ୨୩୪ରନରେ ପରାଜିତ କରିଥିଲା ।
୩୫୭ରନର ବଡ଼ ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନର ଆରମ୍ଭ ଖରାପ ରହିଥିଲା । ଦଳ ୫ମ ଓଭର ଖେଳ ଚାଲୁଥିବାବେଳେ ଇମାମ-ଉଲ-ହକଙ୍କ ୱିକେଟ୍ ହରାଇଥିଲା । ଇମାମ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ । ଓଭର ବଢିବା ସହ ଦଳୀୟ ସ୍ଥିତି ଶୋଚନୀୟ ହେବାରେ ଲାଗିଥିଲା । କୌଣସି ବି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିବାରେ ସଫଳ ହୋଇନଥିଲେ । ପାକିସ୍ତାନ ପକ୍ଷରୁ ଫଖର ଜମନ ସର୍ବାଧିକ ୨୭ ରନ୍ କରିଥିଲେ । ଦଳ ୩୨ ଓଭରରେ ୮ ୱିକେଟ୍ ହରାଇ ୧୨୮ ରନ୍ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୫ ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଜଶପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲାଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି ।
ଏସିଆ କପ୍: ଭାରତର ଧୂଆଁଦାର ବ୍ୟାଟିଂ, ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ
କଲମ୍ବୋ: ଭାରତ-ପାକିସ୍ତାନ ହାଇଭୋଲଟେଜ ଲଢ଼େଇରେ ଗତକାଲି (ସୋମବାର) ବର୍ଷା ସାଜିଥିଲା ବାଧକ । ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ହଠାତ୍‌ ବର୍ଷା ମାଡ଼ି ଆସିବାରୁ ଗତକାଲି ମ୍ୟାଚ୍‌କୁ ଅଧାରୁ ସ୍ଥଗିତ ରଖାଯାଇଥିଲା। ଗତକାଲିର ଅବଶିଷ୍ଚ ମ୍ୟାଚ ଆଜି ଅର୍ଥାତ ରିଜର୍ଭ ଡେ’ ରେ ଖେଳାଯାଇଛି। ଭାରତ ୫୦ ଓଭରରେ ୨ ୱିକେଟ ହରାଇ ୩୫୬ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ପାକିସ୍ତାନକୁ ୩୫୭ ରନର ଆବଶ୍ୟକତା ରହିଛି।
ଟସ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୪୯ ବଲରେ ୫୬ ରନ କରି ଆଉଟ ହୋଇଥିବା ବେଳେ ଶୁଭମନ୍ ଗିଲ ୫୨ ବଲରେ ୫୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଲୋକେଶ ରାହୁଲ ଓ ବିରାଟ କୋହଲି ସମ୍ଭାଳିଥିଲେ। ଉଭୟ ଶତକୀୟ ଇଂନିସ ଖେଳିଥିଲେ। ରାହୁଲ ୧୦୬ ବଲରେ ୧୧୧ ରନ କରି ଅପରାଜିତ ଥିବାବେଳେ ବିରାଟ ୯୪ ବଲରେ ୧୨୨ ରନ କରି ଅପରାଜିତ ରହିଛନ୍ତି।
ସହିପରି, ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ଓ ଶଦାବ ଖାନ୍‌‌ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।
ସୁପର ସଣ୍ଡେରେ ହାଇଭୋଲ୍ଟେଜ ମ୍ୟାଚ୍‌‌: ଆଜି ଏସିଆ କପର ସୁପର-୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ କଡା ଟକ୍କର
କଲମ୍ବୋ: ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଏସିଆ କପ୍‌‌ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ସୁପର-୪ ମ୍ୟାଚ୍‌‌ରେ ପରସ୍ପରକୁ ଭେଟିବେ। ସ୍ଥାନୀୟ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ହାଇଭୋଲ୍ଟେଜ ମ୍ୟାଚ୍‌‌ ଉପରେ ସାରା ବିଶ୍ୱର କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଗ୍ରୁପ୍‌‌ ପର୍ଯ୍ୟାୟ ମ୍ୟାଚ୍‌‌ ବର୍ଷା ଯୋଗୁ ବାତିଲ ହେବା ଫଳରେ ଏହି ମ୍ୟାଚ୍‌‌ର ଗୁରୁତ୍ୱ ଆହୁରି ବଢ଼ିଯାଇଛି।
ସୁପର-୪ ପର୍ଯ୍ୟାୟରେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌‌ରେ ବାଂଲାଦେଶକୁ ପରାସ୍ତ କରି ୨ ପଏଣ୍ଟ ହାସଲ କରିଛି। ଅନ୍ୟପଟେ ଭାରତ ଏହି ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍‌‌ ଖେଳିବାକୁ ଯାଉଛି। ତେଣୁ ବିଜୟ ପାଇଁ ଭାରତ ଉପରେ ଅଧିକ ଚାପ ରହିବ। ପୁଣି ଥରେ ଭାରତୀୟ ଟପ୍‌‌ ଅର୍ଡର ବ୍ୟାଟର ପାକିସ୍ତାନର ବିଶ୍ୱସ୍ତରୀୟ ଦ୍ରୁତ ବୋଲରଙ୍କ ବିପକ୍ଷରେ ପରୀକ୍ଷାର ସମ୍ମୁଖୀନ ହେବ। ଉଭୟ ଦଳ ଜବରଦସ୍ତ ଅଭ୍ୟାସ କରିଛନ୍ତି। ଦୁଇ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ୍‌‌ ଭଲ ଆରମ୍ଭ କରିବା ସହ ଭାରତକୁ ବଡ଼ ସ୍କୋର ପ୍ରଦାନ କରିବାକୁ ପ୍ରୟାସ କରିବେ। ସୁପରଷ୍ଟାର ବିରାଟ କୋହଲି ଆଉ ଏକ ବଡ଼ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି। ଇଶାନ କିଶାନ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୁଣି ଥରେ ଦମ୍‌‌ଦାର ପ୍ରଦର୍ଶନ କରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଭାରତୀୟ ବୋଲିଂ ବିଭାଗ ମଧ୍ୟ ଏପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରି ନଥିବାରୁ ଏହି ମ୍ୟାଚ୍‌‌ରେ ପାକିସ୍ତାନକୁ ବଡ଼ ସ୍କୋର ହାସଲ କରିବାର ସୁଯୋଗ ନ ଦେବାକୁ ପ୍ରୟାସ କରିବେ। ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌‌ରା ପ୍ରତ୍ୟାବର୍ତ୍ତନ କରୁଥିବାରୁ ସମସ୍ତଙ୍କ ନଜରରେ ରହିବେ।
ଅପରପକ୍ଷରେ ପାକିସ୍ତାନ ଦୁଇଟି ମ୍ୟାଚ୍‌‌ ସମ୍ପୂର୍ଣ୍ଣ ଭାବେ ଖେଳି ନିଜର ପ୍ରସ୍ତୁତିକୁ ଜୋରଦାର କରିଛି। ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନ ବ୍ୟାଟିଂ ଲାଇନ୍‌‌ର ମଙ୍ଗ ଧରିବେ। ସେହିପରି ଶାହିନ ଶାହ ଆଫ୍ରିଦି, ନସିମ ଶାହା ଓ ହାରିସ ରୌଫ୍‌‌ଙ୍କ ଭଳି ବିଶ୍ୱସ୍ତରୀୟ ଦ୍ରୁତ ବୋଲର ଭାରତୀୟ ବ୍ୟାଟରଙ୍କୁ ପୁଣି ଥରେ ସମସ୍ୟାରେ ପକାଇବାକୁ ପ୍ରୟାସ କରିବେ। ମିଡ୍‌‌ଲ ଓଭରରେ ପାକିସ୍ତାନର ବୋଲରଙ୍କୁ ଆହୁରି ଉନ୍ନତ ପ୍ରଦର୍ଶନ କରିବାକୁ ହେବ। ଉଭୟ ଦଳକୁ ଫିଲ୍ଡିଂରେ ଉନ୍ନତି ଆଣିବାକୁ ହେବ। ମୋଟାମୋଟି ଉପରେ ରବିବାର ଏକ ରୋମାଞ୍ଚକ ତଥା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌‌ ଦେଖିବାକୁ ମିଳିବ।
ଉଭୟ ଦଳ ଏପର୍ଯ୍ୟନ୍ତ ପରସ୍ପରକୁ ୧୩୩ଟି ମ୍ୟାଚ୍‌‌ରେ ମୁହାଁମୁହିଁ ହୋଇଛନ୍ତି। ଏଥିରେ ପାକିସ୍ତାନ ୭୩ ଓ ଭାରତ ୫୫ଟି ମ୍ୟାଚ୍‌‌ରେ ବିଜୟୀ ହୋଇଛି। ସେହିପରି ଏସିଆ କପ୍‌‌ର ଦିନିକିଆ ଫର୍ମାଟରେ ଦୁଇ ଦଳ ପରସ୍ପର ବିପକ୍ଷରେ ୧୪ ମ୍ୟାଚ୍‌‌ ଖେଳିଛନ୍ତି। ଏଥିରେ ଭାରତ ୭ ଓ ପାକିସ୍ତାନ ୫ଟିରେ ବିଜୟୀ ହୋଇଛି। ବର୍ଷା ସମ୍ଭାବନା ରହିଥିଲେ ମଧ୍ୟ ମ୍ୟାଚ୍‌‌ ବାତିଲ ହେବାର ଆଶଙ୍କା ନାହିଁ। ପିଚ୍‌‌ରେ ଉଭୟ ପେସର ଓ ସ୍ପିନରଙ୍କୁ ସହାୟତା ମିଳିବ। ବ୍ୟାଟରମାନେ ପରୀକ୍ଷା ସମ୍ମୁଖୀନ ହେବେ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌‌ରା ଓ ମହମ୍ମଦ ସିରାଜ।
ପାକିସ୍ତାନ ଦଳ: ଫକର ଜାମାନ, ଇମାମ-ଉଲ ହକ, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ, ଅଘା ସଲମାନ, ଇଫ୍‌‌ତିକାର ଅହମ୍ମଦ, ଶଦାବ ଖାନ୍‌‌, ଫହିମ ଆଶ୍ରଫ୍‌‌, ଶାହିନ ଶାହା ଆଫ୍ରିଦି, ନସିମ ଶାହା ଓ ହାରିସ ରୌଫ।
ରୋହିତ-କୋହଲିଙ୍କ ଷ୍ଟମ୍ପ ଉଡ଼ାଇଦେଲେ ଆଫ୍ରିଦୀ, ପାକିସ୍ତାନୀ ଫାଷ୍ଟ ବୋଲରଙ୍କ ଆଗରେ ସଂଘର୍ଷ କରୁଛନ୍ତି ଭାରତୀୟ ବ୍ୟାଟର
ପାଲିକଲ: ଏସିଆ କପର ବହୁଚର୍ଚ୍ଚିତ ଭାରତ-ପାକିସ୍ତାନ୍ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଝଟକା ପରେ ଝଟକା ଲାଗିଚାଲିଛି। ପାକିସ୍ତାନୀ ଫାଷ୍ଟ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟର କ୍ରିଜ୍‌ରେ ଠିଆ ହେବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ହେବାରୁ ମ୍ୟାଚକୁ ବାରମ୍ବାର ଅଟକା ଯାଉଥିଲେ ମଧ୍ୟ ପାକିସ୍ତାନ ଫାଷ୍ଟ ବୋଲରଙ୍କ ଘାତକ ବୋଲିଂ କରି ଷ୍ଟମ୍ପ ଉଡାଇବାରେ ଲାଗିଛନ୍ତି।
ଖବର ଲେଖାଯିବା ସମୟରେ ଭାରତ ୧୯ ଓଭର ଖେଳି ୯୪ ରନ୍‌ରେ ୪ ୱିକେଟ ହରାଇ ସାରିଛି। ସବୁଠୁ ବଡ଼ କଥା ହେଉଛି ଭାରତର ନିର୍ଭରଯୋଗ୍ୟ ବ୍ୟାଟର ମାନେ ପାକିସ୍ତାନ ବୋଲରଙ୍କ ଆଗର ହାର ମାନିନେଇଛନ୍ତି। ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟରଙ୍କ ପରି ବ୍ୟାଟର ଆଉଟ ହୋଇସାରିଛନ୍ତି।
ଭାରତ ପାଇଁ ରୋହିତ ଓ ଶୁବମନ ଗିଲ୍‌ ଆଜି ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ରୋହିତ ସତର୍କତାର ସହ ବ୍ୟାଟିଂ କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୪.୨ ଓଭର ସୁଦ୍ଧା ୧୫ ରନରେ ପହଞ୍ଚାଇ ଦେଇଥିଲେ। ଏହାପରେ ବର୍ଷା ହେବାରୁ ଖେଳକୁ ବନ୍ଦ କରାଯାଇଥିଲା। କିଛି ସମୟରେ ବିରତୀ ପରେ ପୁଣି ମ୍ୟାଚ୍‌ ଆରମ୍ଭ ହୋଇଥିଲା। କିନ୍ତୁ ସେହି ଓଭର୍‌ର ଶେଷ ବଲରେ ରୋହିତ(୧୧)ଙ୍କୁ ଆଫ୍ରିଦି କ୍ଲିନବୋଲ୍ଡ କରି ଦେଇଥିଲେ। ଏହାପରେ ବିରାଟ କୋହଲି ଆସିଥିଲେ। ସେ ନଶୀମ ଶାହଙ୍କୁ ଚୌକା ମାରି ନିଜର ଦକ୍ଷତା ଦେଖାଇଥିଲେ। କିନ୍ତୁ ଆଫ୍ରିଦି ୬ଷ୍ଠ ଓଭର୍‌ର ୩ୟ ବଲରେ ବିରାଟ(୪)ଙ୍କୁ ବୋଲ୍ଡ କରି ଭାରତକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ଆଫ୍ରିଦିଙ୍କ ଘାତକ ବୋଲିଂରେ ଭାରତୀୟ ବ୍ୟାଟର ସଂଘର୍ଷ କରୁଥିବା ବେଳେ ଶ୍ରେସୟ ଆୟରଙ୍କୁ ହାରିସ ରୌଫ ଆଉଟ କରିଦେଇଛନ୍ତି। ଏହାପରେ ଓପନିଂ ଆସି ଧୀରେ ଧୀରେ ଲୟକୁ ଫେରୁଥିବା ଶୁବମନ ଗିଲଙ୍କୁ ମଧ୍ୟ ହାରିସ ରୌଫ  ତାଙ୍କ ଦ୍ବିତୀୟ ଶିକାର କରିଥିଲେ। ଏବେ ଇସାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରୁଛନ୍ତି।
ଏସିଆ କପରେ ଆଜି ହାଇଭୋଲଟେଜ ଟକ୍କର; ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ
ପାଲିକଲ: ଏସିଆ କପର ଆଜି ହାଇଭୋଲଟେଜ ମ୍ୟାଚ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଏଭଳି ଏକ ରକ୍ତଚାପ ବଢ଼଼ାଇଲାଭଳି ମୁକାବିଲା ଶ୍ରୀଲଙ୍କାର ପାଲିକଲ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌‌ରେ ଆଜି ଖେଳାଯିବ। ଏସିଆ କପ୍‌‌ ଦିନିକିଆ କ୍ରିକେଟରେ ଏହି ମୁକାବିଲା ରହିଛି ଏବଂ ମହାଦେଶର ଦୁଇ ଶ୍ରେଷ୍ଠ କ୍ରିକେଟ ଦଳ ପରସ୍ପର ସହ ମୁକାବିଲା କରି ବିଶ୍ୱକପ୍‌‌ ଲଢ଼େଇ ଲାଗି ନିଜର ଦୋଷ ଦୁର୍ବଳତାକୁ ସଜାଡିନେବାକୁ ପ୍ରସ୍ତୁତି କରିବେ। ଏହି ମୁକାବିଲାର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି। ତାହା ହେଲା ଚଳିତବର୍ଷର ଏସିଆ କପ୍‌‌ ପାକିସ୍ତାନରେ ହେବାର ଥିଲା। ସେଠାକୁ କ୍ରିକେଟ ଦଳକୁ ପଠାଇବା ଲାଗି ଭାରତ ସରକାର ମନା କରିଦେଇଥିଲେ। ଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍‌‌ ସହ ଏସିଆ କପ୍‌‌ର ୯ଟି ମ୍ୟାଚ୍‌‌ ସ୍ଥାନାନ୍ତରିତ କରାଯାଇଛି। ଭାରତ ଯାଇ ନଥିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ ବିସିସିଆଇ ଉପରେ କ୍ଷୁବ୍ଧ ହୋଇଛି। ଭାରତକୁ ହରାଇଲେ ପିସିବି କମକର୍ତ୍ତାମାନେ ଖୁସି ହେବେ ବୋଲି ଖୋଲାଖୋଲି କହିଛନ୍ତି। ଏଭଳି ଅବସ୍ଥାରେ ମ୍ୟାଚ୍‌‌ଟି ଯେତିକି ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି, ସେହିପରି ଏକତରଫା ହେବାର ମଧ୍ୟ ଆଶଙ୍କା ରହିଛି।
ଏଭଳି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମୁକାବିଲା ବେଳେ ଯେଉଁ ଦଳର ଖେଳାଳିମାନେ ‘ଚାପ’କୁ ଉପଯୁକ୍ତ ମୁକାବିଲା କରିପାରିବେ, ସେହି ଦଳ ନିଶ୍ଚିତ ବିଜୟୀ ହେବ। ଏହା ଛଡ଼ା ପାକିସ୍ତାନକୁ ହରାଇବାକୁ ହେଲେ ଭାରତକୁ ଏହି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରେ ଥିବା ଫାଷ୍ଟ ବୋଲରଙ୍କୁ ଉଚିତ ମୁକାବିଲା କରିବାକୁ ପଡ଼ିବ। ଏହି ମୁକାବିଲା ପୂର୍ବରୁ ପାକିସ୍ତାନର ଫାଷ୍ଟ ବୋଲିଂ ଜବରଦସ୍ତ ଫର୍ମରେ ଥିଲାବେଳେ ଭାରତୀୟ ଟପ୍‌‌ ଅର୍ଡର ବ୍ୟାଟିଂର ସ୍ଥିରତା ନାହିଁ। ଏଣୁ ଭାରତକୁ ନିଶ୍ଚିତ ଏହି ସୁପରଫାଷ୍ଟ ଏକ୍ସପ୍ରେସମାନଙ୍କୁ ମୁକାବିଲା କରିବାକୁ ପଡ଼ିବ।
କ୍ରିକେଟ ଦୃଷ୍ଟିକୋଣରୁ ଦେଖିଲେ କେବଳ ଏହି ମୁକାବିଲା ନୁହେଁ, ବରଂ ସମଗ୍ର ଏସିଆ କପ ଉଭୟ ଦେଶ ଲାଗି ଗୁରୁତ୍ୱପୂର୍ଣ୍ଣ। ଅକ୍ଟୋବର ୫ରୁ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ ଲାଗି ଏହି ପ୍ରତିଯୋଗିତା ମୋମେଣ୍ଟମ ଆଣିପାରିବ। ବିଶ୍ବର ନଂ.୧ ଦଳ ପାକିସ୍ତାନ ଏକ କ୍ୱାଲିଟି ପ୍ରତିଦ୍ୱନ୍ଦ୍ୱୀ। ଏହି ଦଳ ବିପକ୍ଷରେ ମ୍ୟାଚ୍‌‌ ଜିତିବା ଅର୍ଥ ବିଶ୍ୱର ଅନ୍ୟ ଦେଶଗୁଡିକ ଲାଗି ଉପଯୁକ୍ତ ପ୍ରସ୍ତୁତି କରିବା। ଭାରତୀୟ ଦଳ ମଧ୍ୟ ପାକିସ୍ତାନକୁ ଆଖିଆଗରେ ରଖି ରଣନୀତି ପ୍ରସ୍ତୁତି କରିଛି। ବେଙ୍ଗାଲୁରରେ ଭଲ ଅଭ୍ୟାସ ମଧ୍ୟ କରିଛି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଲାଗି ମନୋନୀତ ହୋଇଥିବା ଖେଳାଳିମାନେ କୌଣସି ଦିନିକିଆ ମ୍ୟାଚ୍‌‌ ଏକତ୍ର ହୋଇ ଖେଳି ନାହାନ୍ତି। ଏଣୁ ଦଳ ଫିଟ୍‌‌ ଥାଆନ୍ତୁ କିମ୍ବା ଖେଳାଳିମାନେ ଫର୍ମରେ ନଥାନ୍ତୁ, ସେଥିଲାଗି ସମର୍ଥକମାନେ ବିଜୟ ହାତଛଡ଼ା କରିବାକୁ ଆଦୌ ଚାହିଁବେ ନାହିଁ। ଭାରତୀୟ ବ୍ୟାଟରଙ୍କ ନିକଟରେ ଫର୍ମ ନାହିଁ, ପାକିସ୍ତାନ ଫାଷ୍ଟ ବୋଲର ଶକ୍ତିଶାଳୀ, ଏହାକୁ ଦୃଷ୍ଟିରେ ରଖି ଲଢ଼େଇ କରିବାକୁ ଭାରତୀୟ ଦଳ ପ୍ରସ୍ତୁତ ହେବା ଆବଶ୍ୟକ।
ଭାରତୀୟ ଦଳର ଟପ୍‌‌ ଓ ମିଡଲ ଅର୍ଡର ବ୍ୟାଟିଂ ଏବେ ପରୀକ୍ଷାର ସମ୍ମୁଖୀନ ହୋଇଛି। ଟପ୍‌‌ ଅର୍ଡରରେ ରୋହିତ ଶର୍ମା, ଶୁବମାନ ଗିଲ (ଫାଷ୍ଟ ବୋଲରଙ୍କୁ ଖେଳିପାରୁନାହାନ୍ତି) ଓ ବିରାଟ କୋହଲି ଖେଳିବାକୁ ଥିବାରୁ ଏମାନେ ବିଶ୍ୱର ଯେକୌଣସି ଭୟଙ୍କର ବୋଲରଙ୍କୁ ମୁକାବିଲା କରିବାର ଦକ୍ଷତା ରଖିଛନ୍ତି। କିନ୍ତୁ ଫର୍ମରେ ଥିବା ପାକିସ୍ତାନୀ ଫାଷ୍ଟ ବୋଲର ସାହିନ ଶାହା ଆଫ୍ରିଦୀ, ନସୀମ ଶାହ ଓ ହାରିସ ରୌଫଙ୍କ ସହ ଅନ୍ୟମାନଙ୍କୁ କିପରି ଏମାନେ ମୁକାବିଲା କରିବେ, ତାହା ଉପରେ ଭାରତର ସଫଳତା ନିର୍ଭର କରେ। ଏଣୁ ଏଠାରେ ଫର୍ମ ଓ କ୍ଲାସ୍‌‌ର ଆବଶ୍ୟକତା ରହିଛି। ପାକିସ୍ତାନର ଏହି ୩ ବୋଲର ଚଳିତବର୍ଷ ମିଳିତଭାବେ ୪୯ଟି ୱିକେଟ ନେଇସାରିଛନ୍ତି। ଏମାନଙ୍କ ମଧ୍ୟରେ ହାରିସ ରୌଫ୍‌‌ ୧୦ଟି ମ୍ୟାଚ୍‌‌ ଖେଳି ୧୭ ୱିକେଟ ପାଇଛନ୍ତି। ସ୍ପିନର ସଦାବ ଖାନ୍‌‌ ମଧ୍ୟ ଭଲ ଫର୍ମରେ ଅଛନ୍ତି। ପାକିସ୍ତାନର ଫାଷ୍ଟ ବୋଲରଙ୍କ ଭଳି ଟପ୍‌‌-୩ ବ୍ୟାଟର ମଧ୍ୟ ଜବରଦସ୍ତ ଫର୍ମରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିନାୟକ ବାବର ଆଜମ (୬୮୯ ରନ୍‌‌), ଫକର ଜମାନ (୫୯୩ ରନ୍‌‌) ଓ ଇମାମ୍‌‌-ଉଲ-ହକ୍‌‌ (୩୬୧) ରନ କରିଛନ୍ତି। ଏମାନଙ୍କ ପଛକୁ ମହମ୍ମଦ୍‌‌ ରିଜୱାନ୍‌‌ ରହିଛନ୍ତି।
ଭାରତୀୟ ଦଳ ଏବେ ସୁଦ୍ଧା କାହାକୁ ଖେଳାଇବ ବା ନ ଖେଳାଇବ ତାହା ସ୍ଥିର କରିପାରି ନାହିଁ। ଲୋକେଶ ରାହୁଲଙ୍କ ସ୍ଥାନରେ ଜଣେ ବାମହାତୀ ବ୍ୟାଟର ଭାବେ ୱିକେଟରକ୍ଷକ ଇଶାନ କିସାନଙ୍କୁ ସ୍ଥାନ ମିଳିପାରେ। ଶ୍ରେୟସ ଆୟର ଓ ହାର୍ଦ୍ଦିକ ପାଣ୍ଡ୍ୟା ମିଡଲ ଅର୍ଡର ପୂରଣ କରିବେ। ଭାରତ ଲାଗି ଖୁସିର ଖବର ହେଲା ଯଶପ୍ରୀତ୍‌‌ ବୁମ୍‌‌ରାଙ୍କ ଫିଟ୍‌‌ ହେବା। କିନ୍ତୁ ସେ କିପରି ହାଇଭୋଲ୍ଟେଜ ଗେମ୍‌‌ରେ ତିଷ୍ଠିବେ ତାହାକୁ ନେଇ ଚିନ୍ତା। ମହମ୍ମଦ ସାମି ଓ ମହମ୍ମଦ୍‌‌ ସିରାଜ ପେସ୍‌‌ ବୋଲର ଭାବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ସ୍ପିନର ଭାବେ ଖେଳିବାର ସମ୍ଭାବନା ଅଧିକ। ଉଭୟ ଦଳର ମିଡଲ ଅର୍ଡର ଦୁର୍ବଳ। ଏଥିରୁ ଯିଏ ଫାଇଦା ନେବ ସେହି ଦଳ ଆଗରେ ରହିବ ନିଶ୍ଚୟ।