one-election - The Sakala

ଲୋକସଭାରେ ଆଗତ ହେଲା ଏକକ ନିର୍ବାଚନ ବିଲ୍‌: ଚାଲିଛି ବିତର୍କ, କଂଗ୍ରେସର ଜୋରଦାର ବିରୋଧ
ନୂଆଦିଲ୍ଲୀ: ‘ଏକକ ନିର୍ବାଚନ’ ବିଧେୟକ ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି । କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏହାକୁ ଆଗତ କରିଛନ୍ତି। ଏହି ବିଲକୁ ‘୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକ ୨୦୨୪’ ନାଁରେ ନାମିତ କରାଯାଇଛି । ‘ଓ୍ବାନ ନେସନ ଓ୍ବାନ ଇଲେକ୍ସନ’ ବିଲ୍‌କୁ ନେଇ ବିତର୍କ ଆରମ୍ଭ ହୋଇାଯାଇଛି।

ଏନଡିଏକୁ ସମର୍ଥନ କରୁଥିବା ନୀତୀଶ କୁମାରଙ୍କ ଜେଡିୟୁ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏହି ବିଧେୟକଙ୍କ ସମର୍ଥନ ଜଣାଇଛି । ସେହିପରି ଏକନାଥ ସିନ୍ଦେ (ଶିବସେନା) ଗୋଷ୍ଠୀଙ୍କ ପକ୍ଷରୁ ଏହି ବିଲକୁ ସମର୍ଥନ ଦିଆଯାଇଛି।   YRC କଂଗ୍ରେସ ମଧ୍ୟ ଏକ ଦେଶ-ଏକ ନିର୍ବାଚନ ବିଲକୁ ସମର୍ଥନ କରିଥିବାବେଳେ ବିରୋଧୀ କଂଗ୍ରେସର ଜୋରଦାର ବିରୋଧ କରିଛି। ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ବିଲ୍‌କୁ ବିରୋଧ କରାଯାଇଛି।

ଆଜି ସଂସଦରେ ଉପସ୍ଥାପନ ହେବ ‘ଏକ ରାଷ୍ଟ୍ର,ଏକ ନିର୍ବାଚନ’ ବିଲ୍‌
ନୂଆଦିଲ୍ଲୀ: ଆଜି ବହୁ ଚର୍ଚ୍ଚିତ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ଲୋକସଭାରେ ଉପସ୍ଥାପନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ସହିତ ଓଏନଓପି ବିଲ୍‌ ମଧ୍ୟ ଆସିବ। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲ ଏହି ଦୁଇଟି ବିଲ୍‌କୁ ଲୋକସଭାରେ ଉପସ୍ଥାପନ କରିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଗତ ସପ୍ତାହରେ ଏହି ବିଲ୍‌କୁ କ୍ୟାବିନେଟ୍‌ ଅନୁମୋଦନ ମିଳିବା ପରେ ଚଳିତ ଶୀତ ଅଧିବେଶନର କୌଣସି ଦିନରେ ଏହାକୁ ସଂସଦରେ ଉପସ୍ଥାପନ କରାଯିବା ନେଇ ସୂଚନା ମିଳିଥିଲା। କିନ୍ତୁ ଏହି ଅଧିବେଶନ ଶେଷ ହେବାକୁ ଆଉ ମାତ୍ର ୪ ଦିନ ରହିଥିବାରୁ ବିଲ୍‌ ଉପସ୍ଥାପନ କରାଯିବ କି ନାହିଁ ତାହା ସନ୍ଦେହ ଭିତରେ ରହିଥିଲା। କିନ୍ତୁ ସୋମବାର ଏହି ବିଲକୁ ତାଲିକାଭୁକ୍ତ କରାଯିବା ପରେ ଆସନ୍ତାକାଲି ଏହାକୁ ଲୋକସଭାରେ ଉପସ୍ଥାପନ କରାଯିବା ସ୍ପଷ୍ଟ ହୋଇଛି। କେନ୍ଦ୍ରମନ୍ତ୍ରୀ ମେଘୱାଲ ଏହି ବିଲ୍‌କୁ ଉପସ୍ଥାପନ କରିବା ପରେ ସେ ଏହା ଉପରେ ସବିଶେଷ ଆଲୋଚନା କରିବା ନେଇ ବିଲ୍‌କୁ ସଂସଦୀୟ ଯୁଗ୍ମ କମିଟି ନିକଟକୁ ପଠାଇବାକୁ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଅନୁରୋଧ କରିବେ ବୋଲି କୁହାଯାଇଛି। ଏହି ବିଲ୍‌ ଗୃହରେ ଉପସ୍ଥାପନ କରାଯିବା ବେଳେ ଯେଭଳି ବିଜେପିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ସେଥିପାଇଁ ଦଳ ପକ୍ଷରୁ ସୋମବାର ହ୍ବିପ୍‌ ଜାରି କରାଯାଇଛି।

ଚଳିତ ଶୀତ ଅଧିବେଶନରେ ଆଗତ ହୋଇପାରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବିଲ୍‌
ନୂଆଦିଲ୍ଲୀ: ଚଳିତ ଶୀତ ଅଧିବେଶନରେ କେନ୍ଦ୍ର ସରକାର ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ଆଣିବାକୁ ପ୍ରସ୍ତୁତି ନେଇସାରିଛନ୍ତି ବୋଲି ସୂଚନା ମିଳିଛି। ଶୀତ ଅଧିବେଶନ ଶେଷ ହେବାକୁ ଆଉ ମାତ୍ର ୧୦ ଦିନ ରହିଥିଲା ବେଳେ ଏହା ମଧ୍ୟରେ ସରକାର ଏହି ବିଲ୍‌ ଉପସ୍ଥାପନ କରିବେ ବୋଲି କୁହାଯାଉଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଗଠିତ କମିଟି ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସଙ୍ଗରେ ସୁପାରିସ କରିବା ପରେ ଏହାକୁ କ୍ୟାବିନେଟ୍‌ ଅନୁମୋଦନ ମିଳିସାରିଛି। ତେବେ ସବୁ ଦଳର ସହମତି ପାଇଁ ଏହି ବିଲ୍‌ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାକୁ ଏହାକୁ ସଂସଦର ଯୁଗ୍ମ କମିଟିକୁ ପଠାଇବାକୁ କେନ୍ଦ୍ର ସରକାର ଯୋଜନା କରିଥିବା ଏକ ବିଶେଷ ସୂତ୍ରରେ କୁହାଯାଇଛି। ଏହାପରେ ଏହି ବିଲ ସଂସଦରେ ଉପସ୍ଥାପନ କରାଯିବ।

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କମିଟିରେ ରହିବାକୁ ମନା କଲେ ଅଧୀର, ରାହୁଲ କହିଲେ-ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ
ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍‌ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ତେବେ ଏହାପୂର୍ବରୁ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବାକୁ ଗତକାଲି ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏହି କମିଟିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଧ୍ୟକ୍ଷ ରଖାଯାଇଥିବା ବେଳେ ସଦସ୍ୟ ଭାବେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ଚୌଧୁରୀ ,ଗୁଲାମନବୀ ଆଜାଦ, ଏନ୍‌କେ ସିଂହ, ସୁଭାଷ କାଶ୍ୟପ,ହରିଶ ସାଲଭେ ଏବଂ ସଂଜୟ କୋଠାରୀ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଏଥି ସହିତ ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଥିବା ବେଳେ କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ନିଯୁକ୍ତ ହୋଇଛନ୍ତି।

ତେବେ ଗତକାଲି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ୮ ଜଣିଆ ସଦସ୍ୟଙ୍କ ନାଁ ଘୋଷଣା ହୋଇଥିବା ବେଳେ ଆଜି ଏହାକୁ ନେଇ ବଡ଼ ବିବାଦ ଦେଖାଯାଇଛି। କମିଟିର ସଦସ୍ୟ ହେବାକୁ ମନା କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ସେ କହିଛନ୍ତି କମିଟି ନାମକୁ ମାତ୍ର ଗଠିତ ହୋଇଛି । ସେ ଏକ ପତ୍ର ଜରିଆରେ ଦର୍ଶାଇଛନ୍ତି କମିଟିରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସ୍ଥାନ ଦେବା ବଦଳରେ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ସ୍ଥାନ ଦିଆଯାଇଛି । ସଂସଦୀୟ ଗଣତନ୍ତ୍ର ଲାଗି ଏହା ଏକ ଧକ୍କା ବୋଲି ସେ କହିଛନ୍ତି ।ସେହିପରି ଏହି କମିଟିକୁ ବି ବିରୋଧ କରିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ । ଦିଗବିଜୟ କହିଛନ୍ତି ଦେଶରେ ଗୋଟିଏ ସମୟରେ ନିର୍ବାଚନ ସମ୍ଭବ ନୁହେଁ ।

ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ : ରାହୁଲ ଗାନ୍ଧୀ

‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ କରିବାକୁ ମୋଦୀ ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ରାହୁଲ ଗାନ୍ଧୀ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି କହିଛନ୍ତି ।ରାହୁଲ ଗାନ୍ଧି ଏକ୍ସ (ଟ୍ଵିିଟର)ରେ ଲେଖିଛନ୍ତି, ‘ଇଣ୍ଡିଆ’ ଅର୍ଥାତ୍‌ ଭାରତ ହେଉଛି ଏକ ରାଜ୍ୟ ସଂଘ। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଧାରଣା ହେଉଛି କେନ୍ଦ୍ର ଓ ଏହାର ସମସ୍ତ ରାଜ୍ୟ ଉପରେ ଆକ୍ରମଣ।ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ରାହୁଲ ଗାନ୍ଧୀ ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି କହିଛନ୍ତି ।

INDIA, that is Bharat, is a Union of States.

The idea of ‘one nation, one election’ is an attack on the 🇮🇳 Union and all its States.

— Rahul Gandhi (@RahulGandhi) September 3, 2023

ଏକ ରାଷ୍ଟ୍ର-ଏକ ନିର୍ବାଚନ ପାଇଁ ୮ ଜଣିଆ କମିଟି ଘୋଷଣା, ଜାଣନ୍ତୁ କମିଟିରେ କେଉଁମାନଙ୍କୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍‌ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ତେବେ ଏହାପୂର୍ବରୁ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବାକୁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏହି କମିଟିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଛି। ସେ ଏହି କମିଟିର ଅଧ୍ୟକ୍ଷ ରହିବେ। ଏଥି ସହିତ ଶନିବାର ଏକ ରାଷ୍ଟ୍ର-ଏକ ନିର୍ବାଚନ ପାଇଁ ୮ ଜଣିଆ କମିଟି ଘୋଷଣା କରାଯାଇଛି।

କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ୮ ଜଣିଆ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ସଦସ୍ୟ ଭାବେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ଚୌଧୁରୀ ,ଗୁଲାମନବୀ ଆଜାଦ, ଏନ୍‌କେ ସିଂହ, ସୁଭାଷ କାଶ୍ୟପ,ହରିଶ ସାଲଭେ ଏବଂ ସଂଜୟ କୋଠାରୀ ସଦସ୍ୟ ନିଯୁକ୍ତ ହୋଇଛନ୍ତି। ଏଥି ସହିତ ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଥିବା ବେଳେ କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ନିଯୁକ୍ତ ହୋଇଛନ୍ତି।

ଏକ ରାଷ୍ଟ୍ର, ଏକ ନିର୍ବାଚନ ପ୍ରକ୍ରିୟାରେ ଦେଶରେ ବିଭିନ୍ନ ସମୟରେ କରାଯାଉଥିବା ନିର୍ବାଚନକୁ ବନ୍ଦ କରି ଏକ ସମୟରେ ନିର୍ବାଚନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ଏହି ପ୍ରକ୍ରିୟାରେ ବ୍ୟୟ କରାଯାଉଥିବା ବିପୁଳ ପରିମାଣର ଅର୍ଥ ହ୍ରାସ କରାଯିବା ସହିତ ଏଥିପାଇଁ ଅପଚୟ ହେଉଥିବା ସମୟକୁ ମଧ୍ୟ ରୋକାଯାଇପାରିବ ବୋଲି କୁହାଯାଉଛି। ରାମନାଥଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ନିର୍ଦ୍ଦିଷ୍ଟ ଭାବେ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କେଉଁ ଦିଗ ଉପରେ ଆଲୋଚନା କରିବ ତାହା ସ୍ପଷ୍ଟ କରାଯାଇ ନାହିଁ। ତେବେ ସାମ୍ବିଧାନିକ ଏବଂ ପ୍ରଶାସନିକ କ୍ଷେତ୍ରରେ ରାମନାଥ କୋବିନ୍ଦଙ୍କ ରହିଥିବା ଦୃଢ ଅଭିଜ୍ଞତା ଏହି ପରିକଳ୍ପନାର ଆଲୋଚନା ପ୍ରକ୍ରିୟାକୁ ଖୋରାକ୍‌ ଯୋଗାଇବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏକ ଦେଶ-ଏକ ନିର୍ବାଚନ ଦିଗରେ ଆଉ ପାଦେ ଆଗେଇଲେ କେନ୍ଦ୍ରସରକାର, ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ
ନୂଆଦିଲ୍ଲୀ: ଏକ ଦେଶ-ଏକ ନିର୍ବାଚନ ଦିଗରେ କେନ୍ଦ୍ରସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି। ସରକାର ଏ ଦିଗରେ ବିଚାର କରିବା ପାଇଁ ଏକ କମିଟି ଗଠନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ସଭାପତି କରାଯାଇଛି। କମିଟିର ସଦସ୍ୟଙ୍କ ଉପରେ ଖୁବ ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ। ତେବେ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି। କଂଗ୍ରେସ ପ୍ରଶ୍ନ କରିଛି ବର୍ତ୍ତମାନ ଏହାର ଆବଶ୍ୟକତା କ’ଣ ? ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ଭଳି ପ୍ରଥମ ପ୍ରସଙ୍ଗଗୁଡିକ ସମାଧାନ କରାଯିବା ଉଚିତ୍ ବୋଲି ବିରୋଧୀ କହିଛନ୍ତି।

ସରକାର କାହିଁକି ଏକ ଦେଶ-ଏକ ନିର୍ବାଚନ କରିବାକୁ ଚାହୁଁଛନ୍ତି?

ନିର୍ବାଚନ ପରିଚାଳନା ପାଇଁ ଆର୍ଥିକ ଖର୍ଚ୍ଚ, ବାରମ୍ବାର ପ୍ରଶାସନିକ ଅସ୍ଥିରତା, ସୁରକ୍ଷା ବାହିନୀ ନିୟୋଜନରେ ଅସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର ଏକ ଦେଶ-ଏକ ନିର୍ବାଚନ ଯୋଜନା ଉପରେ ବିଚାର କରୁଛନ୍ତି। ଏହା ଅଧୀନରେ ସରକାର ଏକକାଳୀନ ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ଚାହୁଁଛନ୍ତି। ୧୯୫୧-୫୨ମସିହାରେ ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ୧୯୫୭, ୧୯୬୨ ଏବଂ ୧୯୬୭ ରେ ଲୋକସଭା ଏବଂ ସମସ୍ତ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ପରେ ୧୯୬୮, ୧୯୬୯ ମସିହାରେ କିଛି ବିଧାନାସଭ ସମୟ ପୂର୍ବରୁ ଭଙ୍ଗ ହେବା ଏବଂ ୧୯୭୦ ରେ ଲୋକସଭାକୁ ପୂର୍ବରୁ ଭଙ୍ଗ କରାଯିବା ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହେବାରେ ବାଧାପ୍ରାପ୍ତ ହୋଇଥିଲା। ଏହି କାରଣରୁ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ପ୍ରତିବର୍ଷ କୌଣସି ସ୍ଥାନରେ କିମ୍ବା ଅନ୍ୟତ୍ର ନିର୍ବାଚନ ଅନୁଷ୍ଠିତ ହେଉଛି। ଏଭଳି ପରିସ୍ଥିତିରେ ଲୋକସଭା ଏବଂ ସମସ୍ତ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ ହେବାର ସମ୍ଭାବନାକୁ ସରକାର ପୁନର୍ବାର ବିଚାର କରୁଛନ୍ତି। ବର୍ତ୍ତମାନ କମିଟି ଗଠନ କରି ଏହି ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ରସରକାର।

ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ଅନୁଷ୍ଠିତ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମ ’ଏକ୍ସ’ (ପୂର୍ବର ଟ୍ବିଟର)ରେ ସୂଚନା ଦେଇଛନ୍ତି।  ସଂସଦର ସ୍ବତନ୍ତ୍ର ଅଧିବେଶନ କାହିଁକି ଆହ୍ବାନ କରାଯାଇଛି ତାହା ଏଯାଏ କେନ୍ଦ୍ର ସରକାର ସ୍ପଷ୍ଟ କରିନାହାନ୍ତି। ତେବେ ଏହି ଅଧିବେଶନରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ ଏହି ୫ ଦିନିଆ ଅଧିବେଶନରେ ’ଏକ ଦେଶ-ଏକ ନିର୍ବାଚନ’ ବିଲ୍ ଆସିପାରେ। ୨୦୧୪ରେ କେନ୍ଦ୍ରରେ ଏନ୍ଡ଼ିଏ ସରକାର ଆସିବା ପରେ ବିଜେପି ଏକ ଦେଶ-ଏକ ନିର୍ବାଚନ ଉପରେ ଗୁରୁତ୍ବ ଦେଇ ଆସୁଛି । ବିଭିନ୍ନ ସମୟରେ ନିର୍ବାଚନ ହେବା ଯୋଗୁଁ ପ୍ରଶାସନ ଉପରେ ଅଧିକ ଚାପ ପଡ଼ୁଛି ଓ ଦେଶ ଉପରେ ଆର୍ଥିକ ଚାପ ପଡ଼ୁଛି। ତେଣୁ ବିଭିନ୍ନ ସମୟରେ ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକ ଏକ ଦେଶ-ଏକ ନିର୍ବାଚନ ଉପରେ ଗୁରୁତ୍ବ ଦେଉଛନ୍ତି। ସମ୍ଭବତଃ ଆଗାମୀ ଅଧି ବେଶନରେ ଏ ସଂକ୍ରାନ୍ତରେ ବିଲ୍ ଆସିପାରେ ଏବଂ କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରିବାକୁ ମନସ୍ଥ କରିଥାଇ ପାରନ୍ତି ବୋଲି କୁହାଯାଉଛି।

ଚଳିତ ବର୍ଷ ଶେଷ ଆଡ଼କୁ ତେଲଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଆସନ୍ତା ବର୍ଷ ଅର୍ଥାତ ୨୦୧୪ ଏପ୍ରିଲ ମାସରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ସିକିମ୍ ସହ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବା ୫ ରାଜ୍ୟ ଓ ଆଗାମୀ ବର୍ଷ ଏପ୍ରିଲରେ ଅନୁଷ୍ଠିତ ହେବାକୁଥିବା ୪ ରାଜ୍ୟର ନିର୍ବାଚନକୁ ଏକ ସମୟରେ ଲୋକସଭା ନିର୍ବାଚନ ସହ ଜାନୁଆରୀ ମାସରେ କରାଯିବା ପାଇଁ ହୁଏତ କେନ୍ଦ୍ର ସରକାର ଯୋଜନା କରୁଥାଇ ପାରନ୍ତି ବୋଲି ମନେ କରାଯାଉଛି। ଗତ କିଛିଦିନହେଲା ବିଜେପିର ପ୍ରସ୍ତୁତିକୁ ଦେଖିଲେ ଏହି ସମ୍ଭାବନା ଅମୂଳକ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ ।

ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ର ସରକାର ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁ ହେଉଥିବା ଆଶଙ୍କା କରିଥିଲେ। ଏପରିକି ବିଜେପି ନେତାମାନେ ନିର୍ବାଚନ ପାଇଁ ସବୁ ହେଲିକପ୍ଟର ଆଗୁଆ ବୁକିଂ କରି ନେଇଥିବା ଉଲ୍ଲେଖ କରି ଡ଼ିସେମ୍ବର ମାସରେ ଲୋକସଭା ନିର୍ବାଚନ ହୋଇପାରେ ବୋଲି କହିଥିଲେ।