INDIA Alliance - The Sakala
‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା
ଭୁବନେଶ୍ବର: ରାଜ୍ୟର ସ୍ବାର୍ଥ ରକ୍ଷା ଏବଂ ହକ୍ ପାଇବା ପାଇଁ ଓଡ଼ିଶାରୁ ଦିଲ୍ଲୀ ଯାଏଁ ଲଢ଼େଇ ଜାରି ରଖିଛି ବିଜୁ ଜନତା ଦଳ । ଆନ୍ତଃରାଜ୍ୟ ଜଳ ବିବାଦ ହେଉ କି ରେଳ ଡିଭିଜନ ଉଚ୍ଛେଦ ଅବା ସୀମା ପୁନଃନିର୍ଦ୍ଧାରଣ ବିଲ୍ ପ୍ରସଙ୍ଗ, ସବୁଥିରେ ରାଜ୍ୟ ସ୍ବାର୍ଥକୁ ଗୁରୁତ୍ବ ଦେଇ ଆସିଛି ବିଜେଡି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ହକ୍ ପାଇଁ ମିଳିତ ଲଢ଼େଇ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସଂସଦରେ କେନ୍ଦ୍ର ସରକାର ଆଣିଥିବା ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ପ୍ରସଙ୍ଗରେ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଯୋଗଦେବା ପରେ ଜାତୀୟ ରାଜନୀତିରେ ବିଜେଡିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ଜାତୀୟ ସ୍ବାର୍ଥ ଏବଂ ସମ୍ବିଧାନର ସୁରକ୍ଷା ପାଇଁ ଏକାଠି ହୋଇଥିବା ଦଳଗୁଡ଼ିକୁ ନେଇ ଗଠିତ ଇଣ୍ଡିଆ ମେଣ୍ଟର ଗତକାଲି ଓ ଆଜି ନୂଆଦିଲ୍ଲୀରେ ବୈଠକ ହୋଇଥିଲା ଏବଂ ଏଥିରେ ସାମିଲ ହୋଇଥିଲେ ମାନସ । ଏହି ବୈଠକରେ ଯୋଗଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥଲେ ।  ନବୀନଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ସଂସଦୀୟ ଦଳର ନେତା ମାନସ ମଙ୍ଗରାଜ ଏହି ବୈଠକରେ ଯୋଗ ଦେଇଥିଲେ ।  ବୈଠକ ପରେ ଜାତୀୟ ରାଜନୀତିରେ ବିଜେଡିକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ବୈଠକରେ ଯୋଗଦେବା ସଂପର୍କରେ ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ରେ ଓଡ଼ିଶାର ଏବଂ ଓଡ଼ିଆଙ୍କ ରାଜନୈତିକ ପରିଚୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି  ହୋଇଥିଲା । ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ଯେଉଁ ପ୍ରସଙ୍ଗ ଯେଉଁ ମେଣ୍ଟ ଉତ୍ଥାପନ କରିବ, ସେମାନଙ୍କ ସହ ଆମେ ଅଛୁ। କେନ୍ଦ୍ର ସରକାର ଯେଉଁ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ଆଣିଥିଲେ, ସେଥିରେ ଓଡ଼ିଶାର ସ୍ୱାର୍ଥ ବହୁମାତ୍ରାରେ ହ୍ରାସ ହେବାକୁ ଯାଉଥିଲା। ସେହିପରି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ମଧ୍ୟ ଏଥିରୁ ବେଶ୍‌ କ୍ଷତି ହୋଇଥାନ୍ତା। ସେଥିପାଇଁ ସେମାନେ ଆମ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ। ମୋର ନେତାଙ୍କ ନିର୍ଦ୍ଦେଶକ୍ରମେ ମୁଁ ଶୁକ୍ରବାର ୧୦ଟା ବେଳେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲି। ସେଠାରେ ବିରୋଧୀ ଦଳର ସମସ୍ତ ନେତୃବୃନ୍ଦ ଯୋଗ ଦେଇଥିଲେ। ସେଠାରେ ମୁଁ ସ୍ପଷ୍ଟ ଭାବରେ କହିଥିଲି ଯେ ଆମେ ଇଣ୍ଡିଆ ମେଣ୍ଟ ସହ ନାହୁଁ। ତେବେ ଓଡ଼ିଶାର ସ୍ୱାର୍ଥ ସହ ଆମେ ସବୁବେଳେ ରହିଛୁ। ଆଗରୁ ଏନଡିଏକୁ ଆମ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗରେ ବହୁବାର ସମର୍ଥନ ଦେଇଛୁ। ତେବେ ବର୍ତ୍ତମାନ ଆମ ରାଜ୍ୟର ସ୍ୱାର୍ଥ ବ୍ୟାହତ ହେଉଥିବାରୁ ବାଧ୍ୟ ହୋଇ ଆମେ ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେଇଥିଲୁ। ଆମ ଦାବିକୁ ସମସ୍ତେ ହୃଦତାର ସହ ଗ୍ରହଣ କରିଥିବା ଶ୍ରୀ ମଙ୍ଗରାଜ କହିଛନ୍ତି।
ସେହିପରି ଗତକାଲି ବିଲ୍‌ କାଟ ଖାଇବା ପରେ ଶନିବାର ମଧ୍ୟ ଖଡଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଁ ଆମର ସଭାପତିଙ୍କ ନିର୍ଦ୍ଦେଶରେ ଯୋଗ ଦେଇଥିଲି। ବୈଠକରେ ଓଡ଼ିଶା ସହ ନବୀନ ପଟ୍ଟନାୟକ ଏବଂ ବିଜେଡିର ବିଜୟ ହୋଇଥିବା ନେଇ ସମସ୍ତେ ମତବ୍ୟକ୍ତ କରିଥିଲେ। ସମସ୍ତେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ପ୍ରସଙ୍ଗରେ ସମସ୍ତେ ହୃଦୟତା ଦେଖାଇଥିବାରୁ ମୁଁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଥିଲି। ଶ୍ରୀ ମଙ୍ଗରାଜ କହିଛନ୍ତି ଯେ କଂଗ୍ରେସ ସହ କୌଣସି ମେଣ୍ଟ ହୋଇନାହିଁ। ଆଗକୁ କଣ ହେବ, ନହେବ ଆମର ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ଆମେ ଓଡ଼ିଶା ସ୍ୱାର୍ଥ ସହ ସବୁବେଳେ ରହିଆସିଛୁ। ଓଡ଼ିଶାର ସ୍ୱାର୍ଥ ସହ ଯିଏ ବାହାରିବ, ଆମେ ତାଙ୍କ ସହିତ ରହିବୁ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ମହିଳାଙ୍କୁ ଢାଲ କରି ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ଆମ ଉପରୁ ଲଦି ଦିଆଯିବାକୁ ଚେଷ୍ଟା କରାଯାଉଥିଲା। ଏହି ବିଲ୍‌ ପାରିତ ହୋଇଥିଲେ ଜାତୀୟସ୍ତରରେ ଆମେ ଆମର ପ୍ରାସଙ୍ଗିକତା ହରାଇଥାନ୍ତୁ। ତେଣୁ ଏହାକୁ ଷଡ଼ଯନ୍ତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ଜାତୀୟସ୍ତରରେ ଓଡ଼ିଶାର ପ୍ରାଧାନ୍ୟ ଏବଂ ସାଢେ଼ ୪ କୋଟିଙ୍କର ଓଡ଼ିଆଙ୍କ ସ୍ୱାର୍ଥ ରକ୍ଷା ଆମ ପ୍ରଥମ କାର୍ଯ୍ୟ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ନେଇ ଆରମ୍ଭରୁ ବିଜେଡି ସଭାପତିଙ୍କ ଆଭିମୁଖ୍ୟ ସ୍ପଷ୍ଟ ଥିବାରୁ ଇଣ୍ଡି ମେଣ୍ଟ ବୈଠକରେ ବିଜେଡି ରାଜ୍ୟ ସ୍ବାର୍ଥ ପାଇଁ ସାମିଲ ହୋଇଛି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି ।
ଇଣ୍ଡିଆ ମେଣ୍ଟ ବୈଠକରେ ମାନସ ମଙ୍ଗରାଜ ସାମିଲ ହେବା ନେଇ ବିଜେଡି ବିଧାୟକ ଅରୁଣ ସାହୁ  ପ୍ରତିକ୍ରିୟା ରଖି କହିଛନ୍ତି, ଏଠି ମେଣ୍ଟ କଥା ନାହିଁ. ସମ୍ଭିଧାନ କଥା ଓଡିଆ ଅସ୍ମିତାର କଥା ରହିଛି । ଓଡିଶା ତା’ର ପ୍ରାପ୍ୟ ପାଇବା ଉଚିତ୍ ।  ଜାତୀୟ ଦଳ ହିସାବରେ ଓଡିଶାର ୨୦ ବିଜେପି ସାଂସଦ ଏହି ଦାବି ଉଠାଇବା କଥା, କିନ୍ତୁ ତାହା କରୁନାହାନ୍ତି । କେନ୍ଦ୍ରରେ ସରକାର ଗଠନ ପାଇଁ ଓଡ଼ିଶା ୨୦ ବିଜେପି ସାଂସଦ ପଠାଇ କାହିଁକି ଅବହେଳାର ଶିକାର ହେବ ବୋଲି ଡ. ସାହୁ ପ୍ରଶ୍ନ କରିଛନ୍ତି୤  ତେଣୁ ସୀମା ପୁନଃ ନିର୍ଦ୍ଧାରଣ  ବିଲ ପ୍ରସଙ୍ଗରେ ଯଦି ଯେତେ ବିରୋଧୀ ଦଳ ଅଛନ୍ତି, ସାଙ୍ଗ ହୋଇ ପ୍ରାପ୍ୟ ପାଇବାଦକୁ ଏକାଠି ହେଲେ , ତାହେଲେ ଅସୁବିଧା କ’ଣ ବୋଲି ସେ କହିଛନ୍ତି । ପ୍ରସଙ୍ଗ ଭିତ୍ତିକ ଲଢେଇ ଚାଲିଛି । ଭବିଷ୍ୟତ କହିବ କ’ଣ ହେବ, କିନ୍ତୁ ଓଡିଶା ସ୍ୱାର୍ଥ ପାଇଁ ଯିଏ ଆଗକୁ ଆସିବ ସ୍ୱାଗତ କରାଯିବ ବୋଲି ଡ. ସାହୁ କହିଛନ୍ତି ।
ଅନ୍ୟପକ୍ଷରେ ଓଡ଼ିଶା ପିସିସି ସଭାପତି ଭକ୍ତ ଦାସ ଏ ସଂପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ଏ ପ୍ରସଙ୍ଗରେ ସବୁ ବିରୋଧୀ ଏକାଠି ହେବା ଆବଶ୍ୟକ ଥିଲା । ଏକାଠି ହେଲେ । ଓଡିଶାରୁ ବିଜେପିର ୨୦ଜଣ ସାଂସଦ ଏ ପ୍ରସଙ୍ଗରେ ନିରବ ରହିଲେ । କେହି ରାଜ୍ୟର ସ୍ବାର୍ଥ ପାଇଁ  ସ୍ୱର ନ ଉଠାଲେ ନାହିଁ । ନବୀନ ପଟନାୟକ ଏ ପ୍ରସଙ୍ଗରେ ବାରମ୍ବାର ସ୍ୱର ଉଠାଇଛନ୍ତି । ତେଣୁ  ପ୍ରସଙ୍ଗ ଭିତ୍ତିରେ ବିଜେଡି ସମର୍ଥନ ଦେଉଛି । ରେଳବାଇ କ୍ଷେତ୍ରରେ ମଧ୍ୟ ଓଡ଼ିଶାରେ ବିରୋଧୀ ଦଳମାନେ ଏକାଠି ହୋଇଥିଲେ  ବୋଲି ଭକ୍ତ କହିଛନ୍ତି ।
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ‘ଇଣ୍ଡିଆ’ ମେଣ୍ଟକୁ ଲାଗିଛି ପୁଣି ଏକ ଝଟକା । ନିର୍ବାଚନ ଯେତେ ପାଖେଇ ଆସୁଛି, ମେଣ୍ଟରେ ଥିବା ଦଳମାନେ ସେତେ ଦୂରେଇ ଯାଉଛନ୍ତି। ଏହାରି ମଧ୍ୟରେ ପଞ୍ଜାବର ସମସ୍ତ ଲୋକସଭା ଆସନରେ ‘ଆପ୍’ ପ୍ରାର୍ଥୀ ଦେବା ନେଇ କେଜ୍ରିୱାଲ ଘୋଷଣା କରିଛନ୍ତି । ପଞ୍ଜାବରେ କଂଗ୍ରେସ ସହ କୌଣସି ମେଣ୍ଟ ହେବ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି। ଆମ ଆଦମୀ ପାର୍ଟି ପକ୍ଷରୁ ପଞ୍ଜାବର ୧୩ ଏବଂ ଚଣ୍ଡିଗଡ଼ର ୧୪ ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ପଞ୍ଜାବର ଏକ ସାଧାରଣ ସଭାରେ ଯୋଗଦେବା ଅବସରରେ ଏଭଳି ଘୋଷଣା କରିଛନ୍ତି କେଜ୍ରିଓ୍ବାଲ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ଆବାହକ କେଜ୍ରିୱାଲ କହିଛନ୍ତି, “ଆଜି ମୁଁ ପୁଣି ଥରେ ହାତଯୋଡ଼ି ଆପଣଙ୍କର (ଲୋକଙ୍କ) ଆଶୀର୍ବାଦ ଲୋଡିଛି। ଦୁଇ ମାସ ପରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଜାବରେ ୧୩ଟି (ଲୋକସଭା) ଆସନ ଅଛି, ଚଣ୍ଡିଗଡ଼ରେ ଗୋଟିଏ | ଆପ୍ ଏହି ୧୪ଟି ଆସନ ପାଇଁ ଆସନ୍ତା ୧୦-୧୫ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ‘ଇଣ୍ଡିଆ’ ମେଣ୍ଟର ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି । ପୂର୍ବରୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସ୍ପଷ୍ଟ କରିଥିଲେ ଯେ ତାଙ୍କ ଦଳ ପଶ୍ଚିମବଙ୍ଗରେ ଏକା ଲଢ଼ିବ । ଏହାପରେ ଜନତା ଦଳ (ୟୁନାଇଟେଡ୍) ମୁଖ୍ୟ ନୀତୀଶ କୁମାର ‘ଇଣ୍ଡିଆ’ ମେଣ୍ଟ ଛାଡ଼ି ଏନଡିଏକୁ ଫେରିଥିଲେ । ଏବେ ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣାରୁ ସ୍ପଷ୍ଟ ଯେ ‘ଇଣ୍ଡିଆ’ ମେଣ୍ଟ ଭାଙ୍ଗିବା ଦ୍ୱାରଦେଶରେ ପହଞ୍ଚିଛି ।
ଆଜି ‘ଇଣ୍ଡିଆ’ ମେଣ୍ଟ ବୈଠକ, ଆସନ ବୁଝାମଣା ପାଇଁ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ: ଆଜି  ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାୟ ୩ ମାସ ତଳେ ମୁମ୍ବାଇ ଠାରେ ଅନୁଷ୍ଠିତ ବୈଠକ ପରେ ୨୬ ବିରୋଧୀ ଦଳର ନେତାମାନେ ଏହି ବୈଠକରେ ସାମିଲ ହେବାକୁ ଯାଉଛନ୍ତି। ଗୋଟିଏ ପକ୍ଷରେ ନିକଟରେ ଶେଷ ହୋଇଥିବା ତିନି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିଫଳ ହୋଇଥିଲା ବେଳେ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ତେଣୁ ବିଜେପି ବିରୋଧରେ ପୁଣି ଅଣ୍ଟା ଭିଡିବାକୁ ମେଣ୍ଟ ପକ୍ଷରୁ ଗୁରୁତ୍ବ ଦିଆଯାଇ ଏହି ବୈଠକ ଆହୂତ କରାଯାଇଥିବା କୁହାଯାଇଛି।
ଏହି ବୈଠକରେ ୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା କରାଯିବା ସହିତ ଏଥିନେଇ କିଛି ସ୍ପଷ୍ଟ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। କିନ୍ତୁ ବିଗତ ଦିନରେ ଏହି ମେଣ୍ଟରେ ସାମିଲ ରହିଥିବା ପ୍ରମୁଖ ଦଳଗୁଡିକର ଆଚରଣ ଏବଂ ଆଭିମୁଖ୍ୟ ଯେଭଳି ରହିଆସିଛି ତାହାକୁ ନେଇ ଆସନ ବୁଝାମଣା କେତେ ଦୂର ସମ୍ଭବ ହେବ ତାହା ଏବେ ରାଜନୀତିକ ମହଲରେ ଆଲୋଚ୍ୟର ବିଷୟ ହୋଇଛି। ବିଶେଷକରି କଂଗ୍ରେସ, ଜେଡିୟୁ, ଟିଏମସି, ଆମ୍‌ ଆଦମୀ ପାର୍ଟି, ଏନସିପି ଏବଂ ସମାଜବାଦୀ ପାର୍ଟି ଭଳି ପ୍ରମୁଖ ଦଳୀୟ ନେତା ବିଜେପି ବିରୋଧରେ ଏକାଠି ଲଢିବାକୁ ପଣ କରିଥିଲେ ହେଁ ଦଳୀୟ ନେତାଙ୍କ ମଧ୍ୟରେ ସେଭଳି ଦାମ୍ଭିକତା ଦେଖାଯାଉ ନାହିଁ ବୋଲି ରାଜନୀତିକ ବିଶାରଦମାନେ ମତ ଦେଇଛନ୍ତି। ଏହି ବୈଠକକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆସିବେ କି ନାହିଁ ତାହା ସ୍ପଷ୍ଟ କରି ନଥିଲା ବେଳେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ମଧ୍ୟ ସଂଶୟ ଲାଗି ରହିଛି। ସେହିପରି ଜେଡିୟୁ ମୁଖ୍ୟ ନୀତୀଶ କୁମାର ମଧ୍ୟ ନିଜେ ଉପସ୍ଥିତ ନରହି ଲଲନ ସିଂଙ୍କୁ ପଠାଇପାରନ୍ତି ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ଏହି ବୈଠକରେ ଯୋଗ ଦେବାକୁ ଏନସିପି ନେତା ଶରଦ ପାୱାର ମଧ୍ୟ ସ୍ପଷ୍ଟ କରିନାହାନ୍ତି। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଆସୁଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ ହେଁ ସେ ପରେ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ମେଣ୍ଟରେ ସାମିଲ ରହିଥିବା ୬ ବାମପନ୍ଥୀ ଦଳର ଆଭିମୁଖ୍ୟ ମଧ୍ୟ ବେଳକୁ ବେଳ ଭିନ୍ନ ହେବାରେ ଲାଗିଛି ବୋଲି କୁହାଯାଉଛି। ତେଣୁ ଏଭଳି ସ୍ଥଳେ ଇଣ୍ଡିଆ ମେଣ୍ଟର ଏହି ବୈଠକରେ କି ନିର୍ଯ୍ୟାସ ବାହାରିବ ତାହାକୁ ନେଇ ସାଧାରଣରେ ଭ୍ରୁକୂଞ୍ଚନ ସୃଷ୍ଟି ହୋଇଛି। କାରଣ ମୁମ୍ବାଇ ଠାରେ ଅନୁଷ୍ଠିତ ଶେଷ ବୈଠକରେ ଯାହା କିଛି ନିଷ୍ପତ୍ତି ହୋଇଥିଲା ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ବରଂ କିଛି ଦଳ ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପ ଆଣିଥିବା ଦେଖାଯାଇଛି। ତେଣୁ ଆଗକୁ ଇଣ୍ଡିଆ ମେଣ୍ଟର ଉଦ୍ଦେଶ୍ୟ ସଫଳ ହେବା ନେଇ ସଦସ୍ୟ ଦଳର ନେତାମାନେ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି ବୋଲି ରାଜନୀତିକ ମହଲରେ ଆଲୋଚନା ଚାଲିଛି।
ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକର ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଟିଭି ଚ୍ୟାନେଲର ବଡ଼ବଡ଼ ଆଙ୍କରମାନଙ୍କ ବିରୋଧରେ ବୟକଟ ଭଳି ପଦକ୍ଷେପ ନେଇଛି। ନିର୍ଦ୍ଦିଷ୍ଟ ଆଙ୍କରମାନେ ନିଜ ବିତର୍କ ଶୋ’ରେ ବିରୋଧୀ ଦଳର ନେତାମାନଙ୍କୁ ଡାକି ସେମାନଙ୍କୁ କହିବାକୁ ସୁଯୋଗ ଦେଉ ନାହାନ୍ତି। ସେମାନେ ସରକାରଙ୍କ ବଦଳରେ ବିରୋଧୀଙ୍କୁ ପ୍ରଶ୍ନ କରୁଛନ୍ତି। ସେହିପରି ଦେଶରେ ସାଂପ୍ରଦିୟକ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏପରି ନ୍ୟୁଜ ଆଙ୍କରମାନଙ୍କ ଶୋ’କୁ ଇଣ୍ଡିଆ ମେଣ୍ଟର କୌଣସି ପ୍ରତିନିଧି ଯିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି।
ବୁଧବାର ଇଣ୍ଡିଆ ମେଣ୍ଟର ସମନ୍ୱୟ କମିଟି ବୈଠକ ବସିଥିଲା। ଏହି ବୈଠକରେ ହିଁ ଇଣ୍ଡିଆ ମେଣ୍ଟର ମିଡିଆ ସବ ଗ୍ରୁପକୁ ଆଙ୍କରମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଇଣ୍ଡିଆ ମେଣ୍ଟର ମିଡିଆ କମିଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ୧୪ ଜଣ ଏମିତି ଆଙ୍କରଙ୍କୁ ଚିହ୍ନଟ କରିଛି, ଯେଉଁମାନଙ୍କ ଶୋ’କୁ ନେତାମାନେ ଆଦୌ ଯିବେ ନାହିଁ। କଂଗ୍ରେସର ବରିଷ୍ଠ ନେତା ପବନ ଖେରା ଉକ୍ତ ତାଲିକା ଜାରି କରି ଇଣ୍ଡିଆର ମିଡିଆ କମିଟି ୧୪ ଜଣ ଆଙ୍କରଙ୍କ ତାଲିକା ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି।
କେଉଁ ସବୁ ଆଙ୍କରମାନଙ୍କ ବୟକଟ କରାଯିବ
୧- ଆଦିତି ତ୍ୟାଗୀ(ଭାରତ ଏକ୍ସପ୍ରେସ)
୨- ଅମନ ଚୋପ୍ରା(ନ୍ୟୁଜ ୧୮)
୩- ଅମିଶ ଦେବଗନ(ନ୍ୟୁଜ ୧୮)
୪- ଆନନ୍ଦ ନରସିମା(ନ୍ୟୁଜ ୧୮)
୫- ଅର୍ଣ୍ଣବ ଗୋସ୍ୱାମୀ(ରିପବ୍ଲିକ)
୬- ଅଶୋକ ଶ୍ରୀବାସ୍ତବ(ଡିଡି ନ୍ୟୁଜ)
୭- ଚିତ୍ରା ତ୍ରିପାଠୀ(ଆଜତକ)
୮- ଗୌରବ ସାୱନ୍ତ( ଇଣ୍ଡିଆ ଟୁଡେ)
୯- ନାବିକା କୁମାର(ଟାଇମ୍ସ ନାଓ)
୧୦- ପ୍ରାଚୀ ପାରାଶର(ଇଣ୍ତିଆ ଟିଭି)
୧୧- ରୁବିକା ଲିୟାକତ(ଭାରତ ୨୪)
୧୨- ଶିବ ଅରୁର(ଇଣ୍ତିଆ ଟୁଡେ)
୧୩- ସୁଧୀର ଚୌଧୁରୀ(ଆଜତକ)
୧୪- ସୁଶାନ୍ତ ସିହ୍ନା(ଟାଇମ୍ସ ନାଓ ନବଭାରତ)
ନୂଆଦିଲ୍ଲୀ: ୬ ରାଜ୍ୟର ୭ ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ୪ ଆସନରେ ବିଜୟୀ ହୋଇଥିଲା ବେଳେ ବିଜେପିକୁ ୩ଟି ଆସନ ମିଳିଛି। ସବୁଠାରୁ ବଡ଼ କଥା ହେଲା ଉତ୍ତର ପ୍ରଦେଶର ଘୋଶୀ ଉପନିର୍ବାଚନରେ ସମାଜବାଦୀ ପାର୍ଟି ବିଜୟୀ ହୋଇଛି। ଏଠାରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁଧାକର ସିଂହ ବିଜେପିର ଦାରା ସିଂହ ଚୌହ୍ୱାନଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ବିଜେପି ତ୍ରିପୁରାର ବକ୍ସନଗର ଏବଂ ଧନପୁର ଆସନରୁ ବିଜୟୀ ହେବା ସହିତ ଉତ୍ତରାଖଣ୍ଡର ବାଗେଶ୍ବର ଆସନରେ ମଧ୍ୟ ବିଜୟୀ ହୋଇଛି।
ଅନ୍ୟପକ୍ଷରେ କେରଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପୁଅ ତଥା କଂଗ୍ରେସ ନେତା ଚାଣ୍ଡି ଓମେନ ୩୬ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପୁଥୁପ୍ପାଲୀ ଆସନରୁ ସିପିଆଇ(ଏମ୍) ପ୍ରାର୍ଥୀ ଜ୍ୟାକ୍ ସି ଥୋମାସଙ୍କୁ ପରାସ୍ତ କରିଛନ୍ତି ଚାଣ୍ଡି ଓମେନ୍। ସେହିପରି ଝାଡ଼ଖଣ୍ଡର ଧୁମ୍ରି ଆସନରୁ ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ବେବି ଦେବୀ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ଗଡ଼ରେ ଏଥର ମମତାଙ୍କ ଟିଏମସି ବିଜୟୀ ହୋଇଛି। ଧୁପ୍ଗୁଡ଼ି ନିର୍ବାଚନ ମଣ୍ଡଳୀରେ ଟିଏମ୍ସି ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ରୟ ବିଜୟୀ ହୋଇଛନ୍ତି।
‘ଇଣ୍ଡିଆ’ର ମହାମେଳି: ଆଜି ଲୋଗୋ ଉନ୍ମୋଚନ, ଆସନ ବଣ୍ଟା ଫର୍ମୂଲା
ମୁମ୍ବାଇ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ଗୁରୁବାର ମୁମ୍ବାଇ ଠାରେ ଆରମ୍ଭ ହୋଇଛି। ଏହି ବୈଠକରେ ୨୮ ବିରୋଧୀ ଦଳର ନେତା ଏକାଠି ହେବା ସହିତ ୨୦୨୪ ନିର୍ବାଚନରେ କେନ୍ଦ୍ରରୁ ବିଜେପି ସରକାରକୁ ଗାଦିଚ୍ୟୁତ କରିବା ନେଇ ରଣନୀତି ପ୍ରସ୍ତୁତି ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଗତକାଲି ଆରଜେଡି, ପିଡିପି, ଏନସି ଏବଂ ଟିଏମସି ଭଳି କିଛି ଦଳର ନେତା ମୁମ୍ବାଇରେ ପହଞ୍ଚିଥିଲା ବେଳେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ସୋନିଆ ଏବଂ ରାହୁଲ ଗାନ୍ଧୀ ପହଞ୍ଚିଥିଲେ। ରାହୁଲ ପରବର୍ତ୍ତୀ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଦାନୀ ପ୍ରସଙ୍ଗ ଉଠାଇ ଦେଶର ଅର୍ଥକୁ କେନ୍ଦ୍ର ସରକାର କିଭଳି ବରବାଦ କରୁଛନ୍ତି ତାହା କହିଥିଲେ। ଏହି ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି ଦ୍ବାରା ଯାଞ୍ଚ କରାଯାଇ ଦେଶବାସୀଙ୍କୁ ପ୍ରକୃତ ତଥ୍ୟ ଦିଆଯାଉ ବୋଲି ସେ ଦାବି କରିଥିଲେ। ସନ୍ଧ୍ୟାରେ ଶିବସେନା(ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ଦ୍ବାରା ରାତ୍ର ଭୋଜନରେ ସବୁ ନେତା ଯୋଗ ଦେଇଥିଲା ବେଳେ ଆସନ୍ତାକାଲି ବହୁ ଗୁରୁତ୍ବପୂର୍ଣ୍ଣ ଦିଗରେ ଏହି ମେଣ୍ଟ ନିଷ୍ପତ୍ତି ନେବ ବୋଲି କୁହାଯାଇଛି। ବିଶେଷକରି ‘ଇଣ୍ଡିଆ’ ମେଣ୍ଟର ପ୍ରତୀକ (ଲୋଗୋ) ଉନ୍ମୋଚନ କରାଯିବା ସହିତ ଆସନ ବଣ୍ଟନ ଏବଂ ମେଣ୍ଟ ପରିଚାଳନା ଲାଗି ଜଣେ ଆବାହକଙ୍କୁ ନିଯୁକ୍ତ କରିବା ଦିଗରେ ନିଷ୍ପତ୍ତି ହେବ ବୋଲି କୁହାଯାଇଛି।