Andhra Pradesh BEd - The Sakala

କଟକଣା ଲଗାଇଲେ ଆନ୍ଧ୍ରପ୍ରଦେଶ ସରକାର, ଏଣିକି ଆନ୍ଧ୍ର ବିଇଡି ପାଇଁ କ୍ଲାସ୍‌‌ କରିବା ବାଧ୍ୟତାମୂଳକ
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାର ବିଇଡି ଶିକ୍ଷାରେ ଚଳିତବର୍ଷରୁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆନ୍ଧ୍ରର ବିଭିନ୍ନ ବିଇଡି ଶିକ୍ଷାନୁଷ୍ଠାନରେ ନାମ ଲେଖାଉଥିବା ପିଲାମାନେ ନିୟମିତ କ୍ଲାସ କରିବେ। ଅତିକମରେ ସେମାନଙ୍କ ଉପସ୍ଥାନ ୭୫ ପ୍ରତିଶତ ବାଧ୍ୟତାମୂଳକ ହେବ। ନିୟମର କଡ଼ାକଡ଼ି ପାଳନ ପାଇଁ ଆନ୍ଧ୍ର ଉଚ୍ଚଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଆନ୍ଧ୍ରରେ ଓଡ଼ିଶା ପିଲାଙ୍କ ବିଇଡି ଅଧ୍ୟୟନ ଉପରେ କଟକଣା ପରେ ଆଶାୟୀଙ୍କୁ ଚିନ୍ତାଘାରିଛି। ବିଶେଷତଃ ଓଡ଼ିଶାର ପିଲାଙ୍କୁ ନେଇ ଆନ୍ଧ୍ରର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମଲେଖାଉଥିବା ମଧ୍ୟସ୍ଥ ସଂସ୍ଥା ଏବେ ବିକଳ୍ପ ଅନୁସନ୍ଧାନ କରୁଛନ୍ତି। ଆନ୍ଧ୍ର ଶିକ୍ଷା ବିଭାଗର ବିଇଡି ଶିକ୍ଷା ଉପରେ କଟକଣା ପରେ ହଜାର ହଜାର ପିଲାଙ୍କୁ ନେଇ ସେଠାରେ ନାମଲେଖାଉଥିବା ସଂସ୍ଥାଗୁଡ଼ିକର ଚିନ୍ତା ବଢ଼଼ିଛି।

ମିଳିଥିବା ସୂଚନା ମୁତାବକ ଆନ୍ଧ୍ର ପ୍ରଦେଶ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ପ୍ରମୁଖ ସଚିବଙ୍କ ଦ୍ୱାରା ବିଇଡି ପାଠ୍ୟକ୍ରମ ବାବଦରେ ଫି’ ଧାର୍ଯ୍ୟ କରାଯାଇଛି। ଆନ୍ଧ୍ର ପ୍ରଦେଶର ମୋଟ୍‌‌ ୩୭୪ ବିଇଡି କଲେଜର ତାଲିକା ପ୍ରକାଶିତ ହୋଇଥିବାବେଳେ ବିଇଡି ପାଠ୍ୟକ୍ରମର ଫି’ ୨୦୨୩ ମସିହା ଲାଗି ୧୨ ହଜାରରୁ ୧୫ ହଜାର ଟଙ୍କା ମଧ୍ୟରେ ନିର୍ଦ୍ଧାରିତ କରାଯାଇଛି। ହେଲେ ଓଡ଼ିଶାର ଛାତ୍ରଛାତ୍ରୀ ସେଠାରେ ଲକ୍ଷାଧିକ ଟଙ୍କାରେ ନାମ ଲେଖାଉଛନ୍ତି। ଆନ୍ଧ୍ରର ଶିକ୍ଷାନୁଷ୍ଠାନ ଓ ପିଲାଙ୍କ ମଧ୍ୟରେ ସମ୍ପୃକ୍ତ କେନ୍ଦ୍ରଗୁଡ଼ିକ ମଧ୍ୟସ୍ତଭାବେ କାର୍ଯ୍ୟ କରୁଛନ୍ତି। ଏଥି ପାଇଁ ସେମାନେ ପିଲାଙ୍କଠାରୁ ଧାର୍ଯ୍ୟ ମୂଲ୍ୟଠାରୁ ବହୁଗୁଣା ଅଧିକ ଅର୍ଥ ଆଦାୟ କରୁଛନ୍ତି।

ସେହିପରି ଆନ୍ଧ୍ର ସରକାର ଚଳିତ ବର୍ଷରୁ ମଧ୍ୟ ବିଇଡି ନାମଲେଖା ଓ ଅଧ୍ୟୟନରେ ଅନେକ ପରିବର୍ତ୍ତନ କରିଛନ୍ତି। ଆନ୍ଧ୍ର ପ୍ରଦେଶର ବିଭିନ୍ନ ବିଇଡି ଶିକ୍ଷାନୁଷ୍ଠାନରେ ନାମଲେଖାଉଥିବା ପିଲାମାନେ ନିୟମିତ କ୍ଲାସ କରିବେ। ନିୟମର କଡ଼ାକଡ଼ି ପାଳନ ହେବ। ସରକାରଙ୍କ ଏହି ନିର୍ଦ୍ଦେଶନାମା ପରେ ଓଡ଼ିଶା ପିଲାଙ୍କର ନାମଲେଖା ଆଶା କ୍ଷୀଣ ହୋଇଯାଇଛି। ସାଧାରଣ ଭାବେ ଓଡ଼ିଶାର ଛାତ୍ରଛାତ୍ରୀ ସେଠାରେ କେବଳ ପରୀକ୍ଷା ଦେବାକୁ ଯାଉଥିବାବେଳେ ଏବେ ସେମାନେ ବିନା ଉପସ୍ଥାନରେ କିପରି ପରୀକ୍ଷା ଦେବେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଓଡ଼ିଶାରେ ଖୋଲିଥିବା ବିଭିନ୍ନ ମଧ୍ୟସ୍ତକାରୀ ସଂସ୍ଥା ଏବେ ପିଲାଙ୍କୁ ଆନ୍ଧ୍ର ବଦଳରେ କାଶ୍ମୀରର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଶିକ୍ଷାବିତମାନେ ସ୍ୱାଗତ କରିଛନ୍ତି। ବିଇଡି ଓ ଏମଇଡି ଭଳି ଶିକ୍ଷା ଆଦୌ ଡିସଣ୍ଟାସ୍‌‌ ମୋଡ୍‌‌ରେ ଦିଆଯିବା ଉଚିତ ନୁହଁ ବୋଲି ଶିକ୍ଷାବିତ୍‌‌ ଡ. ସୁବାସ ପାତ୍ର ମତ ପୋଷଣ କରିଛନ୍ତି। ଅନ୍ୟ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏଦିଗରେ ପଦକ୍ଷେପ ନେଲେ ବିଇଡି ଶିକ୍ଷାର ଗୁଣବତ୍ତା ବଢ଼଼ନ୍ତା ବୋଲି ସେ କହିଛନ୍ତି। ସେହିପରି ଏନସିଟିଇ(ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ) ଅନୁମୋଦିତ ଶିକ୍ଷାନୁଷ୍ଠାନରୁ ହିଁ ପିଲାମାନେ ବିଇଡି ଅଧ୍ୟୟନ କରିବା ଉଚିତ ବୋଲି ସେ ଦର୍ଶାଇଛନ୍ତି।