Special Session - The Sakala

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ନେଇ ବିଜେପି ଉପରେ ବର୍ଷିଲେ ନବୀନ
ଭୁବନେଶ୍ୱର: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌ ଉପରେ ଆଲୋଚନା ପାଇଁ ରାଜ୍ୟ ସରକାର ଅଧିବେଶନ ଡାକିଥିବା ବେଳେ, ରାଜ୍ୟରେ ମହିଳାଙ୍କ ସ୍ଥିତି ଏବଂ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (Delimitation) ବିଲ୍‌କୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି।

ଗୃହକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ରାଜ୍ୟରେ ମହିଳାଙ୍କ ସମ୍ମାନ ଆଜି ଭୂଲୁଣ୍ଠିତ। ଜଣେ ମହିଳାଙ୍କ ମୃତ୍ୟୁ ପ୍ରମାଣ ପାଇଁ ତାଙ୍କ ପରିବାରକୁ କବରରୁ କଙ୍କାଳ ଖୋଳି ବ୍ୟାଙ୍କକୁ ନେବାକୁ ପଡ଼ିଲା। ମୃତ ମହିଳାଙ୍କ ଭାଇ ବାରମ୍ବାର ବ୍ୟାଙ୍କ ଦୌଡ଼ିବା ସତ୍ତ୍ୱେ କେବଳ ପ୍ରମାଣ ପାଇଁ ତାଙ୍କୁ ହଇରାଣ କରାଗଲା। ଶେଷରେ କଙ୍କାଳ ଦେଖାଇ ଫେରିବା ବେଳେ ତାହାକୁ ପୁଣି ଚାଲି ଚାଲି କାନ୍ଧରେ ବୋହି ଆଣିବାକୁ ପଡ଼ିଲା।

"ଏହା ପ୍ରଶାସନର ଶୂନ୍ୟ ଉତ୍ତରଦାୟିତ୍ୱ ଏବଂ ସରକାରଙ୍କ ସମ୍ବେଦନହୀନତାର ଚରମ ସୀମା। ଏହି ଘଟଣାକୁ ନେଇ ଆଜି ବିବିସି (BBC) ଓ ନ୍ୟୁୟର୍କ ପୋଷ୍ଟ (New York Post) ଭଳି ଆନ୍ତର୍ଜାତୀୟ ଗଣମାଧ୍ୟମରେ ଓଡ଼ିଶା ଚର୍ଚ୍ଚାରେ ରହିଛି। ଆମେରିକା ମଧ୍ୟ ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରି ଓଡ଼ିଶା ଆସିବାକୁ ବାରଣ କରିଛି।"

ମହିଳା ସଶକ୍ତିକରଣ ନାମରେ ବିଜେପି କେବଳ ପ୍ରଚାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ଅମାନୁଷିକ ଘଟଣା ଘଟିବା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ। ସରକାର କେବଳ 'ନାରେଟିଭ' ଓ 'ଅପ୍‌ଟିକ୍ସ'ରେ ବ୍ୟସ୍ତ ରହି ପ୍ରକୃତ ସେବା ଭୁଲିଯାଇଛନ୍ତି ବୋଲି ସେ କହିଛନ୍ତି।

ମହିଳା ସଂରକ୍ଷଣ ବିଲ୍‌କୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି ବୋଲି ସ୍ପଷ୍ଟ କରି ସେ କହିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ସମୟରୁ ଓଡ଼ିଶାରେ ମହିଳାଙ୍କୁ ସଂରକ୍ଷଣ ମିଳିଛି। କିନ୍ତୁ ଏହି ବିଲ୍ ଆଳରେ ସୀମା ନିର୍ଦ୍ଧାରଣ (Delimitation) କୁ ଲଦି ଦେବା ଏକ ଗୋପନୀୟ ଚକ୍ରାନ୍ତ। ଏହାଦ୍ୱାରା ଓଡ଼ିଶାର ସଂସଦୀୟ ସୀମା ବଦଳିବା ସହ ଆମର ରାଜନୈତିକ ଅଧିକାର କ୍ଷୁଣ୍ଣ ହେବ।  ବିଜେପି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭ୍ରମାତ୍ମକ ତଥ୍ୟ ପ୍ରଚାର କରୁଛି। ଭବିଷ୍ୟତ ପିଢ଼ି ପାଇଁ ଏହା ବିପଜ୍ଜନକ ଏବଂ ଇତିହାସ ଆମକୁ କେବେ କ୍ଷମା କରିବ ନାହିଁ। ଶେଷରେ ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି। "ଓଡିଶାବାସୀଙ୍କୁ ମୁଁ ଭରସା ଦେଉଛି। ମୁଁ ଥିଲା ପର୍ଯ୍ୟନ୍ତ ଓଡିଶାକୁ ତା'ର ହକ୍‌ରୁ କେହି ବଞ୍ଚିତ କରି ପାରିବ ନାହିଁ। ଓଡିଶାର ବିଜେପି MLA ମାନେ ମହିଳା ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ୍‌ କରନ୍ତୁ।"

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ
ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ଏ ନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ। ଏଥିପାଇଁ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ଼ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ । ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବା ବେଳେ ତାଙ୍କ ଅଧୀନରେ  ଅତିରିକ୍ତ ଡିସିପି,  ଏସିପି,  ଇନ୍ସପେକ୍ଟର, ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ ।

ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି । ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି । କଣ୍ଟ୍ରୋଲ୍‌ରୁମ୍‌ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ ।  ଅଧିବେଶନ ଆରମ୍ଭ ପୂର୍ବରୁ ଏବେଠାରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବା ସହ ବ୍ୟାରିକେଡିଂ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା ।  ଲୋୟର ପିଏମଜି ରେ ୧୪୪ ଧାରା ଜାରି କରାଯିବ । ସିସିଟିଭି ସରଭେଲାନସ ଦ୍ବାରା ବିଧାନସଭା ଓ ତାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ । ଏହା ସହିତ ସମ୍ପୁର୍ଣ୍ଣ ପୋଲିସ୍ ପ୍ରଶାସନର କଡ଼ା ନଜରରେ ରହିବ ବିଧାନସଭା।

ପହଲଗାମ ଆକ୍ରମଣ ଘଟଣା: ଆଜି ବସିବ ଜାମୁ ଓ କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ..
ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ଘଟଣା। ଆଜି ବସିବ ଜାମୁ ଓ କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ। ଏନେଇ ବିଜ୍ଞପ୍ତି ଜାରି କରିଥିଲେ ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା। ଜାମୁରେ ବସିବାକୁ ଥିବା ଅଧିବେଶନରେ ପହଲଗାମ ଆକ୍ରମଣ ପ୍ରସଙ୍ଗ ଆଲୋଚନା କରାଯିବ। ଅଧିବେଶନରେ ଆତଙ୍କବାଦକୁ ବିରୋଧ କରି ପ୍ରସ୍ତାବ ଗ୍ରହଣ କରାଯିବା ସମ୍ଭାବନା ରହିଛି। ଏହା ସହ ଗୃହରେ ବିଭିନ୍ନ ଦଳର ନେତାମାନେ ଆତଙ୍କବାଦ ହମଲା ପ୍ରସଙ୍ଗରେ ଆଲୋଚନା କରିବେ।

ଏହି ଅଧିବେଶନ କାଳରେ ଅନ୍ୟ କୌଣସି ପ୍ରସଙ୍ଗ ଆଲୋଚନା ହେବ ନାହିଁ। ଜାମୁ ଓ କାଶ୍ମୀର ପୁନର୍ଗଠନ ଆଇନ ୨୦୧୫ ଅନୁସାରେ ଏହି ଅଧିବେଶନ ଡକାଯାଉଛି। କ୍ୟାବିନେଟର ଅନୁରୋଧ କ୍ରମେ ଅଧିବେଶନ ଆହୂତ କରିଛନ୍ତି ଏଲଜି। ପହଲଗାମ ହମଲାରେ ୨୬ ଜଣଙ୍କ ମୃତ୍ଯୁ ଘଟିବା ପରେ ସାରା ଜାମୁ ଓ କାଶ୍ମୀରରେ କ୍ଷୋଭ ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ କରାଯାଉଛି ବିକ୍ଷୋଭ।ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।

ଗଣେଶ ଚତୁର୍ଥୀରୁ ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ, ରାଜନୀତିକ ମହଲ ସରଗରମ
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଦେଖାଯାଇଥିବା ଉଷ୍ମତା ଏବେ ଆହୁରି ବଢିଛି। ବିଶେଷତଃ ଅପ୍ରତ୍ୟାଶିତ ଭାବେ କେନ୍ଦ୍ର ସରକାରଙ୍କ ଦ୍ବାରା ଆସନ୍ତା ୧୮ ତାରିଖରୁ ଡକାଯାଇଥିବା ସ୍ବତନ୍ତ୍ର ଅଧିବେଶନକୁ ନେଇ ଉଭୟ ଶାସକ ଏବଂ ବିରୋଧୀ ଦଳଙ୍କ ମଧ୍ୟରେ ଏହି ଉଷ୍ମତା ଦେଖାଯାଇଛି। ୨୦୨୪ ନିର୍ବାଚନକୁ ନେଇ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ମୁମ୍ବାଇଠାରେ ଆୟୋଜିତ ବୈଠକରେ କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଦିଆଯାଇଥିଲା। କିନ୍ତୁ ଏହାର ଠିକ୍‌ ପରେ ପରେ କେନ୍ଦ୍ର ସରକାର ସ୍ବତନ୍ତ୍ର ଅଧିବେଶନକୁ ନେଇ ଘୋଷଣା କରିବା ପରେ ସବୁ ବିରୋଧୀ ଦଳ ପୁଣିଥରେ ବିଜେପି ସରକାରକୁ ନିଶାଣ କରିବା ଆରମ୍ଭ କରିଦେଇଛନ୍ତି। ଏହାପରେ ପରେ ପୁଣି ଆଉ କିଛି ବିଷୟକୁ ନେଇ ରାଜନୀତିକ ବାଦବିବାଦ ଆରମ୍ଭ ହୋଇଛି।

ଡିଏମକେ ମନ୍ତ୍ରୀ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କ ସନାତନ ଧର୍ମ ବିରୋଧରେ ବୟାନକୁ ନେଇ ଆରମ୍ଭ ହୋଇଥିବା ବିବାଦ ଶେଷ ହୋଇ ନଥିବା ବେଳେ ଦେଶର ନାମ ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ କରିବା ପ୍ରସଙ୍ଗ ମଧ୍ୟ ଏବେ ରାଜନୀତିକ ମହଲକୁ ଆହୁରି ସରଗରମ କରିଛି। ଆଗାମୀ ସ୍ବତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ନେଇ ସମ୍ବିଧାନରେ ସଂଶୋଧନ ଆଣିବାକୁ ପ୍ରସ୍ତାବ ଆଣିପାରନ୍ତି ବୋଲି ସମ୍ଭାବନା ରହିଥିବାରୁ ବିରୋଧୀ ପକ୍ଷ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି। ସେହିପରି ସନାତନ ପ୍ରସଙ୍ଗକୁ ନେଇ ଶାସକ ଗୋଷ୍ଠୀ  ମଧ୍ୟ ବିରୋଧୀଙ୍କୁ ଘେରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଏହି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ମୁହଁ ଖୋଲି ନଥିଲା ବେଳେ ବୁଧବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ସନାତନ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଉତ୍ତର ଦେବାକୁ କହିବା ରାଜନୀତିକ ମହଲକୁ ଆହୁରି ଉଷ୍ମ କରିଛି। ଅନ୍ୟପକ୍ଷରେ ଶାସକ ଦଳକୁ ଘେରିବାକୁ ବିରୋଧୀ ଦରଦାମ ବୃଦ୍ଧି, ମଣିପୁର ହିଂସା, ଚୀନ୍‌ ସୀମା ବିବାଦ ଭଳି ୯ଟି ପ୍ରସଙ୍ଗ ଉତ୍‌ଥାପନ କରିବେ ବୋଲି ସୂଚନା ମିଳିଛି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏନେଇ ବୁଦବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖୀବା ସହିତ ଏହି ୯ଟି ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା କରିବାକୁ ଦାବି କରିଛନ୍ତି। ସ୍ବତନ୍ତ୍ର ଅଧିବେଶନରେ ୨୪ଟି ଦଳ ଏକାଠି ହେବେ ବୋଲି କୁହାଯାଇଛି।

ସଂସଦର ବିଶେଷ ଅଧିବେଶନ ଡାକିଲେ କେନ୍ଦ୍ର ସରକାର, ୫ ଦିନ ଧରି ଚାଲିବ ଉଭୟ ଗୃହ
ନୂଆଦିଲ୍ଲୀ: ସଂସଦର ବିଶେଷ ଅଧିବେଶନ ଡାକିଲେ କେନ୍ଦ୍ର ସରକାର । ସେପ୍ଟେମ୍ବର ୧୮ରୁ ୨୨ ଯାଏ ହେବ ଏହି ବିଶେଷ ଅଧିବେଶନ । ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ବିଟ କରି ସୂଚନା ଦେଇଛନ୍ତି ।

କୁହାଯାଉଛି, ଏହି ଅଧିବେଶନରେ ୫ଟି ବୈଠକ ହେବ । ୧୭ତମ ଲୋକସଭାର ଏହା ତ୍ରୟୋଦଶତମ ଅଧିବେଶନ ଏବଂ ରାଜ୍ୟସଭାର ୨୬୧ ତମ ଅଧିବେଶନ ହେବ । ଅମୃତ କାଳ ମଧ୍ୟରେ ହେଉଥିବା ସଂସଦର ଏହି ବିଶେଷ ଅଧିବେଶନରେ ସଫଳ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସମ୍ବିଧାନ ଅନୁଚ୍ଛେଦ ୮୫ରେ ସଂସଦର ବିଶେଷ ଅଧିବେଶନ ଡାକିବାର ପ୍ରାବଧାନ ରହିଛି । ଏହି ଧାରା ଅନୁସାରେ ବିଶେଷ ଅଧିବେଶନ ଡାକିବାର ଅଧିକାର କେନ୍ଦ୍ର ସରକାରଙ୍କର ରହିଛି । ସଂସଦୀୟ ବିଭାଗର କ୍ୟାବିନେଟ ସମିତି ଏହି ନିଷ୍ପତ୍ତି ନେଇଥାଏ ଏବଂ ରାଷ୍ଟ୍ରପତି ଏହାକୁ ଔପଚାରିକ ଅନୁମତି ଦେଇଥାନ୍ତି । ଏହାପରେ ବିଶେଷ ଅଧିବେଶନ ଡକାଯାଇଥାଏ ।