Modi-Putin - The Sakala
ପୁତିନଙ୍କ ପାଇଁ ଭାରତ ଉପରେ ସାରା ବିଶ୍ୱର ନଜର
ନୂଆଦିଲ୍ଲୀ: କୁଟନୀତିରେ ଶବ୍ଦ ଗୁରୁତ୍ୱପୂର୍ଣ୍ଣ, ମାତ୍ର ରାଜନୀତିରେ ଚିତ୍ର ଲେଖିଥାଏ ଇତିହାସ। ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁତିନ୍‌ଙ୍କ ବିମାନ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀର ପାଲାମ ବିମାନନ୍ଦରରେ ଅବତରଣ ସମୟରେ ଭାରତ ଉପରେ ଥିଲା ସାରା ବିଶ୍ୱର ନଜର। ରନୱେରେ ଅଟକିବା ପରେ ସବୁ କ୍ୟାମେରାର ଲେନ୍ସ ବିମାନର ଦ୍ୱାର ଉପରେ ନିବଦ୍ଧ ହୋଇଥିଲା । ଯେତେବେଳେ ବିମାନର ଦ୍ୱାର ଖୋଲି ପୁତିନ୍‌ ବାହାରକୁ ଆସିଲେ, ସେତେବେଳେ ତାଙ୍କ ଶାରୀରିକ ଭାଷା ଭାରତ ବିରୋଧୀଙ୍କୁ ତଟସ୍ଥ କରି ଦେଇଥିଲା। ଆମେରିକା ସହ ଭାରତର ବାଣିଜ୍ୟିକ ଉତ୍ତେଜନା, ୟୁରୋପୀୟ ଦେଶ ସହ ସମ୍ପର୍କ, ଭାରତ ବିରୋଧରେ ପଡେ଼ାଶୀ ଦେଶଗୁଡ଼ିକର ନକରାତ୍ମକ ଏଜେଣ୍ଡା ଯେମିତି ସେହି ମୁହୂର୍ତ୍ତରେ ନିରର୍ଥକ ଜଣାପଡ଼ୁଥିଲା। ପୁତିନ୍‌ ବିମାନର ସିଢ଼ିରେ ଓହ୍ଲାଇବା ସମୟରେ ତାଙ୍କ ମୁହଁରେ ନ ଥିଲା ଯୁଦ୍ଧ ଉତ୍ତେଜନା ବା ଆନ୍ତର୍ଜାତୀୟ ଚାପର କୁଞ୍ଚନ । ତାଙ୍କ ମୁହଁର ହସ୍‌ ସୂଚାଇ ଦେଉଥିଲା ଯେ ସେ ଯେପରି କୌଣସି ବିଦେଶ ଗସ୍ତରେ ଆସି ନାହାନ୍ତି, ବିଶ୍ୱସ୍ତ ବନ୍ଧୁଙ୍କ ପରିବାରରେ ଅଛନ୍ତି ।
ପୁତିନ୍‌ଙ୍କୁ ୟୁରୋପୀୟ ଦେଶଗୁଡ଼ିକ “ଆଇସ୍‌ ମ୍ୟାନ’  ବା କଠୋର ନେତା ଭାବରେ ଅଭିହିତ କରିଥାଆନ୍ତି। ୟୁକ୍ରେନ୍‌ ଯୁଦ୍ଧ ପରଠାରୁ ତାଙ୍କ ମୁହଁରେ ସର୍ବଦା ଆକ୍ରମଣାତ୍ମକ ଓ କଠୋର ଭାବଭଙ୍ଗୀ ଅନେକ ଲକ୍ଷ୍ୟ କରିଥାଆନ୍ତି। ମାତ୍ର ଆଜି ଦିଲ୍ଲୀରେ ତାଙ୍କ ଚେହେରା ଓ ଶାରୀରିକ ଭାଷା ଥିଲା ବେଶ୍‌ ଭିନ୍ନ। ତାଙ୍କ ଚାଲିରେ ଥିଲା ପ୍ରଚଣ୍ଡ ଆତ୍ମବିଶ୍ୱାସ ।  ଜଣେ ନେତା ଯେତେବେଳେ କୌଣସି ଦେଶରେ ସୁରକ୍ଷିତ ଓ  ସମ୍ମାନଜନକ ଅନୁଭବ କରନ୍ତି ସେତେବେଳେ ଏପରି ଫୂର୍ତ୍ତି ଅନୁଭବ କରନ୍ତି ବୋଲି ପୁତିନ୍‌ଙ୍କ ଦିଲ୍ଲୀ ଅବତରଣ ସମୟର ଦୃଶ୍ୟକୁ ନେଇ ଶାରୀରିକ ଭାଷା ବିଶେଷଜ୍ଞଙ୍କ ମତ ଅନେକ ଦିଗକୁ ଇଙ୍ଗିତ କରିଛି। ଆମେରିକା ପ୍ରଶାସନ ପୁତିନ୍‌ଙ୍କ ଭାରତ ଗସ୍ତ ଉପରେ ତୀକ୍ଷ୍ମ ନଜର ରଖିଥିବାବେଳେ ୟୁରୋପୀୟ ଦେଶ ଓ ଆମେରିକାର ଅନେକ ଖବର ଏଜେନ୍ସିଗୁଡ଼ିକ ପୁତିନ୍‌ଙ୍କ ଭାରତ ଗସ୍ତକୁ ସର୍ବାଧିକ ପ୍ରାଥମିକତା ଦେବା ମଧ୍ୟ ଅନେକ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ମନେ ହେଉଛି।
ରୁଷ ରାଷ୍ଟ୍ରପତି ବିମାନରୁ ଓହ୍ଲାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରନୱେରେ ତାଙ୍କୁ ଉଷ୍ଣ ଆଲିଙ୍ଗନ କରିବା ପୁତିନ୍‌ ମଧ୍ୟ ମୋଦିଙ୍କ ପିଠି ଥାପୁଡ଼ାଇବା ଦୁଇ ଦେଶ ମଧ୍ୟରେ ପାରସ୍ପରିକ  ଗଭୀର ସମ୍ପର୍କ, ଆତ୍ମିକ ସଂଯୋଗକୁ ପ୍ରମାଣିତ କରିଛି।  ଅନ୍ୟପକ୍ଷରେ ଦୁଇ ନେତା ବୁଲେଟ୍‌ପ୍ରୁପ୍‌ ଲିମୋସିନ୍‌ କାର ପରିବର୍ତ୍ତେ ସାଧାରଣ ଧଳା ଫର୍ଚୁନର କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନକୁ ଏକତ୍ର ଯାତ୍ରା କରିଛନ୍ତି୤ କାର ଭିତରୁ ପୁତିନ୍‌ ଅଳ୍ପ ହସ ହସି ହାତ ହଲାଇ ଦେଇଥିବା ବାର୍ତ୍ତା କେଉଁ ଭାବରେ ୟୁରୋପୀୟ ଦେଶ ଓ ଆମେରିକାରେ ପ୍ରତିଫଳିତ ହେବ ତାହା ତ ଭିନ୍ନ କଥା, ମାତ୍ର ରୁଷ ସହ ଭାରତର ସମ୍ପର୍କର ବର୍ଦ୍ଧିତ ନିବିଡ଼ତା ଅନେକ କାହାଣୀ ଲେଖିବ ବୋଲି ରାଜନୈତିକ ବିେଶେଷଜ୍ଞମାନେ ମନେ କରୁଛନ୍ତି ।
ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଡିସେମ୍ବର ୫ ପାଖାପାଖି ଭାରତକୁ ଗସ୍ତ କରିପାରନ୍ତି । ଏହି ଆଲୋଚନା ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି କିନ୍ତୁ ରୁଷ ରାଷ୍ଟ୍ରପତି ଗୋଟିଏ ଦିନ ପାଇଁ ଭାରତ ଗସ୍ତ କରିବେ କି ଦୁଇ ଦିନ ରହିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୁଟିନଙ୍କ ଗସ୍ତ ପୂର୍ବରୁ, ରୁଷ ବୈଦେଶିକ ମନ୍ତ୍ରୀ ସେରଗେ ଲାଭରୋଭ ରାଷ୍ଟ୍ରପତିଙ୍କ ଗସ୍ତର ବିବରଣୀ ଚୂଡ଼ାନ୍ତ କରିବା ପାଇଁ ଆସନ୍ତା ମାସରେ ଭାରତ ଗସ୍ତ କରିବେ । ରୁଷ ରାଷ୍ଟ୍ରପତି ଶେଷ ଥର ପାଇଁ ୨୦୨୧ ମସିହାରେ ନୂଆଦିଲ୍ଲୀ ଗସ୍ତ କରିଥିଲେ ।
ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ ଦୁଇ ଦେଶ ମଧ୍ୟରେ ‘ବିଶେଷ ଏବଂ ବିଶେଷାଧିକାରପ୍ରାପ୍ତ ରଣନୈତିକ ସହଭାଗୀତା’କୁ ଆହୁରି ବିସ୍ତାର କରିବା ଉପରେ ଆଲୋଚନା କରିବାର ଆଶା କରାଯାଉଛି ।  ଆଲୋଚନାରେ ପ୍ରତିରକ୍ଷା ଏବଂ ସୁରକ୍ଷା, ବାଣିଜ୍ୟ ଏବଂ ଶକ୍ତି କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ଉପରେ ଧ୍ୟାନ ଦିଆଯାଇପାରେ ।
ୱାଶିଂଟନ୍‌: ପ୍ରାୟ ଅଢେଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଆଗକୁ ଭୟଙ୍କର ରୂପ ନେବାର ଆଶଙ୍କା ବଢିଛି। କେବଳ ଏହି ଦୁଇ ଦେଶ ନୁହେଁ, ଏହି ଯୁଦ୍ଧ ତୃତୀୟ ବିଶ୍ବଯୁଦ୍ଧର ରୂପ ନେବାର ମଧ୍ୟ ଆଶଙ୍କା ବଢାଇଛି। ଇତିମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଇଛି।ଶାନ୍ତିପୂର୍ଣ୍ଣ ଉପାୟରେ ବୁଝାମଣା କରିବାକୁ ବହୁ ନେତା ଉଦ୍ୟମ କରିଛନ୍ତି। କିନ୍ତୁ ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଆଗକୁ ଏହା ଜଟିଳ ରୂପ ନେବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜ ପଦବୀ ଛାଡିବା ପୂର୍ବରୁ ୟୁକ୍ରେନ ପ୍ରତି ଯେଭଳି ନିଷ୍ପତ୍ତି ନେଇଛନ୍ତି ତାହା ଏହି ଆଶଙ୍କାକୁ ଦୃଢୀଭୂତ କରିଛି। ଆମେରିକା ପ୍ରଦତ୍ତ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ରୁଷ ବିରୋଧରେ ବ୍ୟବହାର କରିବାକୁ ବାଇଡେନ ୟୁକ୍ରେନକୁ ସୁବଜ ସଙ୍କେତ ଦେବା ପରେ ଏହାର ପରିଣତିକୁ ନେଇ ବିଭିନ୍ନ ମହଲରେ ଚିନ୍ତା ଦ୍ବିଗୁଣିତ ହୋଇଛି। ଆମେରିକା ଏବଂ ଅନ୍ୟାନ୍ୟ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ଦ୍ବାରା ପ୍ରଦତ୍ତ ଅସ୍ତ୍ରଶସ୍ତ୍ରକୁ ନେଇ ୟୁକ୍ରେନ ଆଜି ପର୍ଯ୍ୟନ୍ତ ରୁଷ ବିରୋଧରେ ଯୁଦ୍ଧ ଅଭିଯାନ ଜାରି ରଖିଥିଲା। ଏହାସତ୍ତ୍ବେ ୟୁକ୍ରେନ ଆମେରିକାକୁ ଆହୁରି ଅତ୍ୟାଧୁନିକ ଟ୍ୟାଙ୍କ, ଯୁଦ୍ଧ ବିମାନ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ସହାୟତା ମାଗିଥିଲା। ଆମେରିକା ୟୁକ୍ରେନକୁ ଏସବୁ ଅସ୍ତ୍ରଶସ୍ତ୍ର ଦେଇଥିଲେ ମଧ୍ୟ ଭୟାବହ ସ୍ଥିତି ଉତ୍ପନ୍ନ ହେବା ଆଶଙ୍କାରେ କ୍ଷେପଣାସ୍ତ୍ର ବ୍ୟବହାର କରିବା ଉପରେ ରୋକ୍‌ ଲଗାଇଥିଲା। କିନ୍ତୁ ବାଇଡେନ ଏହି ପ୍ରତିବନ୍ଧକକୁ ଏବେ ହଟାଇ ଦେଇଛନ୍ତି। ରୁଷ ବିରୋଧରେ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରିବାକୁ ଜେଲେଁସ୍କିଙ୍କୁ ଅନୁମତି ଦେଇଛନ୍ତି। ଯଦିଓ କେଉଁ ଶ୍ରେଣୀର କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ବାଇଡେନ ଅନୁମୋଦନ ଦେଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ, ତଥାପି ଏଭଳି ଅନୁମତି ଦ୍ବାରା ୟୁକ୍ରେନ ରୁଷିଆର ଆଭ୍ୟନ୍ତରୀଣ ଅଞ୍ଚଳରେ ଜୋରଦାର ଆକ୍ରମଣ କରିବାକୁ ସମର୍ଥ ହେବ। କିନ୍ତୁ ଏହାଦ୍ବାରା ରୁଷର ପଦକ୍ଷେପ କ’ଣ ହେବ ତାହା ଏବେ ଚିନ୍ତାର ବିଷୟ ହୋଇଛି।
ଏବେ ବିଜୟ ଲକ୍ଷ୍ୟ ନେଇ ଯୁଦ୍ଧ କରିବୁ ୟୁକ୍ରେନକୁ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାରକୁ ଆମେରିକା ଅନୁମୋଦନ ଦେବା ପରେ ରାଷ୍ଟ୍ରପତି ଜେଲେଁସ୍କି ଉତ୍ସାହିତ ହୋଇପଡ଼ିଛନ୍ତି। ସେ ଆମେରିକା ପ୍ରତି କୃତଜ୍ଞତା ଜଣାଇବା ସହିତ ଏବେ କେବଳ ବିଜୟ ଲକ୍ଷ୍ୟକୁ ନେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ଜେଲେଁସ୍କିଏକ ବିବୃତି ଜାରି କରି କହିଛନ୍ତି ଯେ ‘ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନେଇ ଆମକୁ ସମର୍ଥନ କରୁଥିବା ସହଯୋଗୀ ରାଷ୍ଟ୍ରମାନଙ୍କୁ ମୁଁ କୃତଜ୍ଞତା‌ ଜଣାଉଛି । ୟୁକ୍ରେନ ଏପର୍ଯ୍ୟନ୍ତ ସହଯୋଗୀମାନଙ୍କ ଠାରୁ ଆବଶ୍ୟକ ସୁବିଧା ପାଇନାହିଁ। କିନ୍ତୁ ଆମେ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ ଜାରି ରଖିଛୁ। ୟୁକ୍ରେନକୁ ମଜବୁତ କରିବା ପାଇଁ ରୁଷ ବିରୋଧରେ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରିବାର କ୍ଷମତା ଚାହୁଁଥିଲୁ। ଏବେ ଏଥିପାଇଁ ଅନୁମୋଦନ ମିଳିଛି ’ ବୋଲି ଜେଲେଁସ୍କି ସଂସଦରେ ‘ବିଜୟ ଯୋଜନା’ ଉପସ୍ଥାପନ କରି କହିଛନ୍ତି। କିନ୍ତୁ ଜେଲେଁସ୍କିଙ୍କ ଏହି ଉଦ୍ଧାମତା ଆଗକୁ କି ପରିସ୍ଥିତି ସୃଷ୍ଟି କରିବ ତାହା ଏବେ ସାମରିକ ବିଶେଷଜ୍ଞମାନଙ୍କ ପାଇଁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।
ପୁତିନ୍‌ ଚୁପ୍‌ , ନେଇପାରନ୍ତି ବଡ଼ ନିଷ୍ପତ୍ତି
ବାଇଡେନଙ୍କ ନିଷ୍ପତ୍ତି ପରେ ରୁଷରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ବେଳେ ରାଷ୍ଟ୍ରପତି ପୁତିନ ନିରବ ରହିଥିବା ଦେଖାଯାଇଛି। କିନ୍ତୁ ତାଙ୍କର ଏହି ନିରବତା ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା ବଢାଇଛି। ୟୁକ୍ରେନ ରୁଷ ଉପରେ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କଲେ ପୁତିନ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରିବାକୁ ବାଧ୍ୟ ହେବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୟୁକ୍ରେନକୁ ଆମେରିକା ସମେତ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଏବଂ ଅନ୍ୟ ବହୁ ନାଟୋ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା ବେଳେ ପୁତିନ ଏହାକୁ ଘୋର ବିରୋଧ କରିବା ସହିତ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପୂର୍ବରୁ ଚେତାବନୀ ଦେଇଥିଲେ। କିନ୍ତୁ ଏବେ ଆମେରିକା ନେଇଥିବା ନିଷ୍ପତ୍ତି ରୁଷ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ପ୍ରତ୍ୟକ୍ଷ ଯୁଦ୍ଧ ବୋଲି ପୁତିନ ବିବେଚନା କରୁଥିବା କୁହାଯାଉଛି। ତେୟେ ଏବେ ଯଦି ସେ ଆଣବିକ ଯୁଦ୍ଧାସ୍ତ୍ର ପ୍ରୟୋଗ ନିଷ୍ପତ୍ତି ନିଅନ୍ତି ଏହା ତୃତୀୟ ବିଶ୍ବଯୁଦ୍ଧ ପାଇଁ ବାଟ ଫିଟାଇବ ବୋଲି କୁହାଯାଉଛି।
ମୋଦୀଙ୍କୁ ରୁଷିଆ ଆମନ୍ତ୍ରଣକଲେ ପୁତିନ୍‌: ‘ଆମର ପ୍ରିୟ ବନ୍ଧୁଙ୍କୁ ଦେଖିଲେ ଖୁସି ହେବୁ’
ନୂଆଦିଲ୍ଲୀ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷିଆ ଯିବାକୁ ଆମନ୍ତ୍ରଣ କରିଛନ୍ତି। ମୋଦୀଙ୍କୁ ରୁଷିଆ ଆସିବାକୁ ଆମନ୍ତ୍ରଣ କରି ‘ ଆମେ ଆମର ପ୍ରିୟ ବନ୍ଧୁଙ୍କୁ ଏଠାରେ ଦେଖଲେ ଖୁସି ହେବୁ’ ବୋଲି ପୁତିନ୍‌ କହିଛନ୍ତି। ଭାରତ ଏବଂ ରୁଷିଆ ମଧ୍ୟରେ ଆସନ୍ତାବର୍ଷ ପ୍ରାରମ୍ଭରେ ଦ୍ବିପାକ୍ଷିକ ବାର୍ଷିକ ବୈଠକ ହେବାକୁ ଯାଉଥିଲା ବେଳେ ଏହି ବୈଠକରେ ମୋଦୀଙ୍କ ଉପସ୍ଥିତି ଆମକୁ ଆନନ୍ଦିତ କରିବ ବୋଲି ପୁତିନ କହିଛନ୍ତି।
ସବୁଠାରୁ ବଡ଼ କଥା ହେଲା ରାଷ୍ଟ୍ରପତି ପୁତିନ ସଂପ୍ରତି ରୁଷ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମୋଦୀଙ୍କ ଆମନ୍ତ୍ରଣ ନେଇ ପ୍ରତ୍ୟକ୍ଷ ବାର୍ତ୍ତା ଦେଇଛନ୍ତି। ଏପରିକି ୨୦୨୪ରେ ଭାରତରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିଲା ବେଳେ ଏଥିପାଇଁ ମଧ୍ୟ ସେ ମୋଦୀଙ୍କ ଉଦ୍ଦେଶ୍ୟରେ ଶୁଭ ବାର୍ତ୍ତା ଦେଇଛନ୍ତି। ଜୟଶଙ୍କର ୫ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ବର୍ତ୍ତମାନ ରୁଷିଆ ଯାଇଥିଲା ବେଳେ ସେ ପୁତିନଙ୍କୁ ଭେଟି ଦ୍ବିପାକ୍ଷିକ କାରବାର ସହ ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ପୁତିନ କୌଣସି ରାଷ୍ଟ୍ରମୁଖ୍ୟଙ୍କ ବିନା ବୈଠକରେ ଉପସ୍ଥିତ ରହୁ ନଥିବା ବେଳେ ଜୟଶଙ୍କର ସହ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିବା ବୈଶ୍ବିକ ରାଜନୀତିକ ମହଲରେ ଚର୍ଚ୍ଚିିତ ପ୍ରସଙ୍ଗ ହୋଇଛି। ସେ ତୈଳ କାରବାର ଠାରୁ ଆରମ୍ଭ କରି ବୈଷୟିକ କ୍ଷେତ୍ର ଏବଂ ଭାରତରେ ଆଣବିକ କାରଖାନା ପ୍ରତିଷ୍ଠା ନେଇ ଜୟଶଙ୍କରଙ୍କ ସହ ଆଲୋଚନା କରିଥିବାରୁ ପାକିସ୍ତାନ ଏବଂ ଚୀନ ଭଳି ଭାରତ ବିରୋଧୀ ରାଷ୍ଟ୍ର ଏହାକୁ ସହଜରେ ହଜମ କରିପାରି ନାହାନ୍ତି।
G-20 ସମ୍ମିଳନୀରେ ଯୋଗ ଦେଇପାରିବେ ନାହିଁ ପୁଟିନ, ଫୋନ ଯୋଗେ ମୋଦୀଙ୍କୁ ଜଣାଇଲେ ରୁଷ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ନିକଟରେ ବ୍ରିକ୍ସର ସମ୍ପ୍ରସାରଣ ସମେତ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ହୋଇଥିବା ବୁଝାମଣାର ଗୁରୁତ୍ୱ ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଭାରତରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି। ତାଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ରୁଷର ପ୍ରତିନିଧିତ୍ବ କରିବେ ବୋଲି ପୁଟିନ ଜଣାଇଛନ୍ତି ।
କିଛିଦିନ ପୂର୍ବେ ରୁଷରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଥିଲେ ଯେ, ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପୁଟିନ୍ ବ୍ୟକ୍ତିଗତ ଭାବେ ନୂଆଦିଲ୍ଲୀ ଯିବେ ନାହିଁ। ୟୁକ୍ରେନରେ ଚାଲିଥିବା ସ୍ବତନ୍ତ୍ର ସାମରିକ ଅପରେସନ ଉପରେ ନଜର ରଖିବାକୁ ସେ ଭାରତ ଆସିବେ ନାହିଁ ବୋଲି ପେସ୍କୋଭ କହିଥିଲେ । ଏହା ପୂର୍ବରୁ ପୁଟିନ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀକୁ ମଧ୍ୟ ଯାଇନଥିଲେ।