Wrestling Federation of India - The Sakala

WFI ସହ ବିବାଦ ମଧ୍ୟରେ ଗୋଣ୍ଡାରେ ପହଞ୍ଚିଲେ ଭିନେଶ ଫୋଗାଟ, ଟୁର୍ଣ୍ଣାମେଣ୍ଟ ଖେଳିବାକୁ ନେଇ କଲେ ଦାବି
ଭାରତୀୟ କୁସ୍ତି ମହାସଂଘ (WFI) ଏବଂ ଷ୍ଟାର୍ ରେସଲର୍ ଭିନେଶ ଫୋଗାଟଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହି ବିବାଦ ମଧ୍ୟରେ ସୋମବାର ଦିନ ଭିନେଶ ଉତ୍ତରପ୍ରଦେଶର ଗୋଣ୍ଡାରେ ପହଞ୍ଚିଛନ୍ତି। ସେଠାରେ ଆୟୋଜିତ ହେଉଥିବା ଜାତୀୟ ଓପନ୍ ରାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ସେ ପହଞ୍ଚିଥିବା ବେଳେ ଖେଳିବାକୁ ନେଇ ନିଜର ଯୋଗ୍ୟତା ସାବ୍ୟସ୍ତ କରିଛନ୍ତି। କିନ୍ତୁ WFI ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ତାଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି।

ଖେଳିବାକୁ ନେଇ ଭିନେଶଙ୍କ ଦାବି

ଗୋଣ୍ଡାରେ ପହଞ୍ଚିବା ପରେ ଭିନେଶ ଫୋଗାଟ WFI ପକ୍ଷରୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି। ସେ ଦାବି କରିଛନ୍ତି ଯେ ନ୍ୟାସନାଲ୍ ଓପନ୍ ରାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ସେ ସମ୍ପୂର୍ଣ୍ଣ ଯୋଗ୍ୟ ଅଟନ୍ତି। ବିଶ୍ୱ ଆଣ୍ଟି-ଡୋପିଂ ଏଜେନ୍ସି (WADA) ର ନିୟମ ୫.୬.୧ ତାଙ୍କ ଉପରେ ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି। କାରଣ ସେ ନିଜର ସନ୍ନ୍ୟାସରୁ ଫେରିବା ନିଷ୍ପତ୍ତି ସମ୍ପର୍କରେ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (UWW) କୁ ପୂର୍ବରୁ ଅବଗତ କରାଇସାରିଛନ୍ତି। ମହାସଂଘ ତାଙ୍କୁ ଖେଳିବାକୁ ନଦେବା ପାଇଁ ଷଡ଼ଯନ୍ତ୍ର କରୁଥିବା ଏବଂ କୁସ୍ତି ଛାଡ଼ିବାକୁ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି।

WFI ର କାରଣ ଦର୍ଶାଅ ନୋଟିସ

ଅନ୍ୟପକ୍ଷରେ, WFI ସ୍ପଷ୍ଟ କରିଛି ଯେ ଯେପର୍ଯ୍ୟନ୍ତ ତାଙ୍କ ବିରୋଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ଶେଷ ନହୋଇଛି, ସେପର୍ଯ୍ୟନ୍ତ ତାଙ୍କୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଅନୁମତି ଦିଆଯିବ ନାହିଁ। WFI ପକ୍ଷରୁ ଭିନେଶଙ୍କୁ ଏକ ୧୪ ପୃଷ୍ଠା ସମ୍ବଳିତ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଏଥିରେ ତାଙ୍କ ଉପରେ ଅନୁଶାସନହୀନତା ଏବଂ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନର ଅଭିଯୋଗ ଲାଗିଥିଲା। ନିୟମ ଅନୁଯାୟୀ, ସନ୍ନ୍ୟାସ ପରେ ପ୍ରତ୍ୟାବର୍ତ୍ତନ କରୁଥିବା ଖେଳାଳିଙ୍କ ପାଇଁ ୬ ମାସର ନୋଟିସ୍ ପିରିୟଡ୍ ରହିଥାଏ, ଯାହାକୁ ଭିନେଶ ପୂରଣ କରିନାହାନ୍ତି ବୋଲି WFI ଯୁକ୍ତି ବାଢ଼ିଛି ଏବଂ ଜୁନ୍ ୨୬, ୨୦୨୬ ପର୍ଯ୍ୟନ୍ତ ତାଙ୍କ ଖେଳିବା ଉପରେ ରୋକ୍ ଲଗାଇଛି।

ପ୍ୟାରିସ୍ ଅଲିମ୍ପିକ୍ସ ପରେ ନେଇଥିଲେ ସନ୍ନ୍ୟାସ

ସୂଚନାଯୋଗ୍ୟ ଯେ, ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ ବର୍ଗର ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଓଜନ ଅଧିକ ଥିବା କାରଣରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି ଘଟଣା ପରେ ସେ ଭାଙ୍ଗି ପଡ଼ିଥିଲେ ଏବଂ କୁସ୍ତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ନିଷ୍ପତ୍ତି ବଦଳାଇ ପୁଣିଥରେ ମ୍ୟାଟକୁ ଫେରିବାକୁ ପ୍ରୟାସ କରୁଛନ୍ତି, କିନ୍ତୁ WFI ସହ ତାଙ୍କର ପୁରୁଣା ତିକ୍ତତା କାରଣରୁ ତାଙ୍କ ପ୍ରତ୍ୟାବର୍ତ୍ତନରେ ବାରମ୍ବାର ବାଧା ସୃଷ୍ଟି ହେଉଛି।

ଭାରତୀୟ କୁସ୍ତି ମହାସଂଘକୁ ରଦ୍ଦ କଲା କ୍ରୀଡ଼ା ମନ୍ତ୍ରାଳୟ, ନବ ନିର୍ବାଚିତ ଅଧ୍ୟକ୍ଷଙ୍କ ସହ ନୂଆ କାର୍ଯ୍ୟକାରିଣୀ ନିଲମ୍ବିତ
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ରଦ୍ଦ । ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ କଲା କ୍ରୀଡ଼ା ମନ୍ତ୍ରାଳୟ । ନବ ନିର୍ବାଚିତ ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ମାନ୍ୟତା ରଦ୍ଦ । ଅଧ୍ୟକ୍ଷଙ୍କ ସହ କୁସ୍ତି ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀ ନିଲମ୍ବିତ । ସଞ୍ଜୟ ସିଂହଙ୍କ ସମସ୍ତ ନିଷ୍ପତ୍ତି ଉପରେ ରୋକ ଲଗାଇଲା କ୍ରୀଡ଼ା ମନ୍ତ୍ରାଳୟ । ପରବର୍ତ୍ତି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସଙ୍ଘର ସମସ୍ତ ପ୍ରକାର କାର୍ଯ୍ୟକଳାପ ଉପରେ ରୋକ ଲଗାଇ ଦିଆଯାଇଛି । ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ଏହି ବଡ଼ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

ନିକଟରେ ହୋଇଥିବା କୁସ୍ତି ମହାସଂଘ ନିର୍ବାଚନରେ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂଙ୍କ ଅଧ୍ୟକ୍ଷ ଭାବେ ନିର୍ବାଚନ ହୋଇଥିଲେ । ଯାହାକୁ ବିରୋଧ କରିଥିଲ କୁସ୍ତିଯୋଦ୍ଧା । ପରେ ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ୍ ରେସଲିଂରୁ ସନ୍ୟାସ ନେଇଥିଲା । ସେହିପରି କୁସ୍ତି ଯୋଦ୍ଧା ବା ଅଲମ୍ପିକ୍ସ ବିଜେତା ବଜରଙ୍ଗ ପୁନିଆ ସରକାରଙ୍କୁ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେଇଥିଲେ । ଏବେ ଏହି ପ୍ରସଙ୍ଗରେ ବଡ଼ ନିଷ୍ପତି ନେଇଛି କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ । ଭାରତୀୟ କୁସ୍ତି ମହାସଂଘକୁ ରଦ୍ଦ କରିବା ସହ ସଂଘର ସମସ୍ତ ନିଷ୍ପତି ଉପରେ ରୋକ ଲଗାଇ ଦିଆଯାଇଛି ।

ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କଲା ବିଶ୍ୱ କୁସ୍ତି ସଂଘ
ନୂଆଦିଲ୍ଲୀ: ବିଶ୍ୱ କୁସ୍ତି ସଂଘ ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କରି ଦେଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କୁସ୍ତି ସଂଘ ନିର୍ବାଚନ ନ ହେବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତୀୟ କୁସ୍ତି ସଂଘର ପୂର୍ବ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ କାର୍ଯ୍ୟକାଳ ପୂର୍ବରୁ ସମାପ୍ତ ହୋଇସାରିଛି । କୁସ୍ତି ସଂଘ ଏହା ପରେ ନିର୍ବାଚନ କରିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରିଥିଲା । ସୁପ୍ରିମକୋର୍ଟ ଏ ନେଇ ଅନେକ ଥର ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଥିଲେ । ମାତ୍ର ଅଲଗା ଅଲଗା ହାଇକୋର୍ଟଙ୍କ ରାଜ୍ୟ କୁସ୍ତି ସଂଘ ବିଭିନ୍ନ ଆବେଦନ ନେଇ ରୋକ ଲଗାଇଛି ।

ଏହି କାରଣରୁ କୁସ୍ତି ସଂଘ ନିର୍ବାଚନ ହୋଇପାରି ନାହିଁ । ଅନେକ ରାଜ୍ୟ କୁସ୍ତି ସଂଘର ନିର୍ବାଚନ ପ୍ରକ୍ରିୟା ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଶେଷରେ ବିଶ୍ୱ କୁସ୍ତି ସଂଘ ଏହି କଠୋର ପଦକ୍ଷେପ ଗ୍ରହଣ କରିଛି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଦେଶର କେତେକ ପ୍ରତିଷ୍ଠିତ ରେସଲର କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିପକ୍ଷରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏ ନେଇ ସେମାନେ ଯନ୍ତରମନ୍ତରର ଧାରଣା ମଧ୍ୟ ଦେଇଥିଲେ ।